< Leviticus 16 >
1 Locutusque est Dominus ad Moysen post mortem duorum filiorum Aaron, quando offerentes ignem alienum interfecti sunt:
ଆଉ, ହାରୋଣଙ୍କର ଦୁଇ ପୁତ୍ର ସଦାପ୍ରଭୁଙ୍କ ନିକଟବର୍ତ୍ତୀ ହୋଇ ମଲା ଉତ୍ତାରେ, ସଦାପ୍ରଭୁ ମୋଶାଙ୍କୁ କହିଲେ;
2 et præcepit ei, dicens: Loquere ad Aaron fratrem tuum, ne omni tempore ingrediatur sanctuarium, quod est intra velum coram propitiatorio quo tegitur arca, ut non moriatur (quia in nube apparebo super oraculum),
ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭେ ଆପଣା ଭ୍ରାତା ହାରୋଣକୁ କୁହ, ଯେପରି ତାହାର ମୃତ୍ୟୁୁ ନ ହୁଏ, ଏଥିପାଇଁ ବିଚ୍ଛେଦ ବସ୍ତ୍ର ଭିତରେ ସିନ୍ଦୁକର ଉପରିସ୍ଥ ପାପାଚ୍ଛାଦନ ସମ୍ମୁଖସ୍ଥ ପବିତ୍ର ସ୍ଥାନରେ ସର୍ବଦା ପ୍ରବେଶ କରିବ ନାହିଁ; କାରଣ ଆମ୍ଭେ ପାପାଚ୍ଛାଦନ ଉପରେ ମେଘରେ ଦର୍ଶନ ଦେବା।
3 nisi hæc ante fecerit: vitulum pro peccato offeret, et arietem in holocaustum.
ହାରୋଣ ପାପାର୍ଥେ ଏକ ଗୋବତ୍ସ ଓ ହୋମାର୍ଥେ ଏକ ମେଷ ସଙ୍ଗେ ନେଇ ଏହିରୂପେ ପବିତ୍ର ସ୍ଥାନରେ ପ୍ରବେଶ କରିବ।
4 Tunica linea vestietur, feminalibus lineis verenda celabit: accingetur zona linea, cidarim lineam imponet capiti: hæc enim vestimenta sunt sancta: quibus cunctis, cum lotus fuerit, induetur.
ସେ ପବିତ୍ର ଶୁଭ୍ର ପୋଷାକ ପିନ୍ଧିବ, ଦେହରେ ଶୁଭ୍ର ଜଙ୍ଘିଆ ପିନ୍ଧିବ, ଶୁଭ୍ର କଟିବନ୍ଧନୀରେ କଟି ବାନ୍ଧିବ ଓ ଶୁଭ୍ର ପଗଡ଼ିରେ ଭୂଷିତ ହେବ; ଏହିସବୁ ପବିତ୍ର ବସ୍ତ୍ର; ଏଥିପାଇଁ ସେ ଜଳରେ ଆପଣା ଶରୀର ଧୌତ କରି ତାହାସବୁ ପିନ୍ଧିବ।
5 Suscipietque ab universa multitudine filiorum Israël duos hircos pro peccato, et unum arietem in holocaustum.
ପୁଣି, ସେ ଇସ୍ରାଏଲ-ସନ୍ତାନଗଣର ମଣ୍ଡଳୀରୁ ପାପାର୍ଥେ ଦୁଇ ଛାଗ ଓ ହୋମାର୍ଥେ ଏକ ମେଷ ନେବ।
6 Cumque obtulerit vitulum, et oraverit pro se et pro domo sua,
ଆଉ, ହାରୋଣ ଆପଣା ନିମନ୍ତେ ପାପାର୍ଥକ ବଳିର ଯେଉଁ ଗୋବତ୍ସ, ତାକୁ ଆଣି ଆପଣା ନିମନ୍ତେ ଓ ଆପଣା ପରିବାର ନିମନ୍ତେ ପ୍ରାୟଶ୍ଚିତ୍ତ କରିବ।
7 duos hircos stare faciet coram Domino in ostio tabernaculi testimonii:
ତହୁଁ ସେହି ଦୁଇ ଛାଗ ନେଇ ସମାଗମ-ତମ୍ବୁର ଦ୍ୱାର ନିକଟରେ ସଦାପ୍ରଭୁଙ୍କ ସମ୍ମୁଖରେ ଠିଆ କରାଇବ।
8 mittensque super utrumque sortem, unam Domino, alteram capro emissario:
ପୁଣି, ହାରୋଣ ସେହି ଦୁଇ ଛାଗ ମଧ୍ୟରେ ଗୁଲିବାଣ୍ଟ କରିବ; ତହିଁରୁ ଗୋଟିଏ ସଦାପ୍ରଭୁଙ୍କ ନିମନ୍ତେ ଓ ଅନ୍ୟଟି ତ୍ୟାଗ ନିମନ୍ତେ ହେବ।
9 cujus exierit sors Domino, offeret illum pro peccato:
ପୁଣି, ଯେଉଁ ଛାଗ ଗୁଲିବାଣ୍ଟ ଦ୍ୱାରା ସଦାପ୍ରଭୁଙ୍କ ନିମନ୍ତେ ହେବ, ହାରୋଣ ତାକୁ ନେଇ ପାପାର୍ଥେ ବଳିଦାନ କରିବ।
10 cujus autem in caprum emissarium, statuet eum vivum coram Domino, ut fundat preces super eo, et emittat eum in solitudinem.
ମାତ୍ର ଯେଉଁ ଛାଗ ଗୁଲିବାଣ୍ଟ ଦ୍ୱାରା ତ୍ୟାଗ ନିମନ୍ତେ ହେବ, ସେ ଯେପରି ତ୍ୟାଗ ନିମନ୍ତେ ପ୍ରାନ୍ତରକୁ ପଠାଯାଇ ପାରିବ, ଏଥିପାଇଁ ତାହା ନିମନ୍ତେ ପ୍ରାୟଶ୍ଚିତ୍ତ କରିବାକୁ ସଦାପ୍ରଭୁଙ୍କ ସମ୍ମୁଖରେ ତାକୁ ଜୀଅନ୍ତା ଠିଆ କରିବ।
11 His rite celebratis, offeret vitulum, et rogans pro se, et pro domo sua, immolabit eum:
ଏଥିଉତ୍ତାରେ ହାରୋଣ ଆପଣା ନିମନ୍ତେ ପାପାର୍ଥକ ବଳିର ଯେଉଁ ଗୋବତ୍ସ, ତାକୁ ଆଣି ଆପଣା ନିମନ୍ତେ ଓ ଆପଣା ପରିବାର ନିମନ୍ତେ ପ୍ରାୟଶ୍ଚିତ୍ତ କରିବ; ପୁଣି, ଆପଣା ପାପାର୍ଥକ ବଳିର ସେହି ଗୋବତ୍ସକୁ ବଧ କରିବ।
12 assumptoque thuribulo, quod de prunis altaris impleverit, et hauriens manu compositum thymiama in incensum, ultra velum intrabit in sancta:
ଆଉ, ସେ ସଦାପ୍ରଭୁଙ୍କ ସମ୍ମୁଖସ୍ଥ ବେଦିରୁ ପ୍ରଜ୍ୱଳିତ ଅଙ୍ଗାର ଧୂପଧାନୀରେ ପୂର୍ଣ୍ଣ କରି ଓ ମୁଠିଏ ଚୂର୍ଣ୍ଣ ସୁଗନ୍ଧି ଧୂପ ନେଇ ବିଚ୍ଛେଦ ବସ୍ତ୍ରର ଭିତରକୁ ଯିବ।
13 ut, positis super ignem aromatibus, nebula eorum et vapor operiat oraculum quod est supra testimonium, et non moriatur.
ସଦାପ୍ରଭୁଙ୍କ ସମ୍ମୁଖରେ ଅଗ୍ନି ଉପରେ ସେହି ସୁଗନ୍ଧି ଧୂପ ଦେବ, ତହିଁରେ ସାକ୍ଷ୍ୟ-ସିନ୍ଦୁକର ଉପରିସ୍ଥ ପାପାଚ୍ଛାଦନ ଧୂପର ଧୂମ ମେଘରେ ଆଚ୍ଛନ୍ନ ହେଲେ ସେ ମରିବ ନାହିଁ।
14 Tollet quoque de sanguine vituli, et asperget digito septies contra propitiatorium ad orientem.
ତହୁଁ ସେ ସେହି ଗୋବତ୍ସର କିଛି ରକ୍ତ ନେଇ ପାପାଚ୍ଛାଦନର ପୂର୍ବ ଆଡ଼େ ଅଙ୍ଗୁଳି ଦ୍ୱାରା ଛିଞ୍ଚିବ; ପୁଣି, ପାପାଚ୍ଛାଦନ ସମ୍ମୁଖରେ ଅଙ୍ଗୁଳି ଦ୍ୱାରା ସାତ ଥର ସେହି ରକ୍ତ ଛିଞ୍ଚିବ।
15 Cumque mactaverit hircum pro peccato populi, inferet sanguinem ejus intra velum, sicut præceptum est de sanguine vituli, ut aspergat e regione oraculi,
ଏଥିଉତ୍ତାରେ ସେ ଲୋକମାନଙ୍କର ପାପାର୍ଥକ ବଳିର ଛାଗ ନେଇ ବଧ କରିବ ଓ ତାହାର ରକ୍ତ ବିଚ୍ଛେଦ ବସ୍ତ୍ରର ଭିତରକୁ ଆଣି, ଯେପରି ଗୋବତ୍ସର ରକ୍ତ ନେଇ କରିଥିଲା, ସେପରି ତାହାର ରକ୍ତ ନେଇ କରିବ, ଅର୍ଥାତ୍, ପାପାଚ୍ଛାଦନ ଉପରେ ଓ ପାପାଚ୍ଛାଦନ ସମ୍ମୁଖରେ ତାହା ଛିଞ୍ଚିବ।
16 et expiet sanctuarium ab immunditiis filiorum Israël, et a prævaricationibus eorum, cunctisque peccatis. Juxta hunc ritum faciet tabernaculo testimonii, quod fixum est inter eos, in medio sordium habitationis eorum.
ପୁଣି, ଇସ୍ରାଏଲ-ସନ୍ତାନଗଣର ଅଶୁଚିତା ଓ ସେମାନଙ୍କ ଅଧର୍ମ, ଅର୍ଥାତ୍, ସେମାନଙ୍କର ସମସ୍ତ ପାପ ସକାଶୁ ସେ ପବିତ୍ର ସ୍ଥାନ ନିମନ୍ତେ ପ୍ରାୟଶ୍ଚିତ୍ତ କରିବ; ପୁଣି, ସେମାନଙ୍କ ଅଶୁଚିତା ମଧ୍ୟରେ ସେମାନଙ୍କ ସହିତ ବାସ କରେ ଯେଉଁ ସମାଗମ-ତମ୍ବୁ, ତାହା ନିମନ୍ତେ ସେହି ପ୍ରକାର କରିବ।
17 Nullus hominum sit in tabernaculo, quando pontifex sanctuarium ingreditur, ut roget pro se, et pro domo sua, et pro universo cœtu Israël, donec egrediatur.
ଆଉ, ସେ ପ୍ରାୟଶ୍ଚିତ୍ତ କରିବା ନିମନ୍ତେ ପବିତ୍ର ସ୍ଥାନରେ ପ୍ରବେଶ କରିବା ସମୟଠାରୁ ଯେପର୍ଯ୍ୟନ୍ତ ବାହାର ହୋଇ ନାହିଁ; ପୁଣି, ଆପଣା ନିମନ୍ତେ ଓ ଆପଣା ଘର ନିମନ୍ତେ ଓ ଇସ୍ରାଏଲର ସମସ୍ତ ସମାଜ ନିମନ୍ତେ ପ୍ରାୟଶ୍ଚିତ୍ତ କରି ନାହିଁ, ସେପର୍ଯ୍ୟନ୍ତ ସମାଗମ-ତମ୍ବୁରେ କୌଣସି ମନୁଷ୍ୟ ରହିବ ନାହିଁ,
18 Cum autem exierit ad altare quod coram Domino est, oret pro se, et sumptum sanguinem vituli atque hirci fundat super cornua ejus per gyrum:
ଆଉ, ସେ ବାହାର ହୋଇ ସମ୍ମୁଖସ୍ଥ ବେଦି ପାଖକୁ ଯାଇ ତହିଁ ନିମନ୍ତେ ପ୍ରାୟଶ୍ଚିତ୍ତ କରିବ; ପୁଣି ସେହି ଗୋବତ୍ସର କିଛି ରକ୍ତ ଓ ଛାଗର କିଛି ରକ୍ତ ନେଇ ବେଦିର ଶୃଙ୍ଗ ଉପରେ ଚାରିଆଡ଼େ ଦେବ।
19 aspergensque digito septies, expiet, et sanctificet illud ab immunditiis filiorum Israël.
ପୁଣି, ସେ ରକ୍ତରୁ କିଛି ନେଇ ଅଙ୍ଗୁଳି ଦ୍ୱାରା ସାତ ଥର ଛିଞ୍ଚି ତାହା ଶୁଚି କରିବ ଓ ଇସ୍ରାଏଲ-ସନ୍ତାନଗଣର ଅଶୁଚିତାରୁ ତାହା ଶୁଚି କରିବ।
20 Postquam emundaverit sanctuarium, et tabernaculum, et altare, tunc offerat hircum viventem:
ଏହି ପ୍ରକାରେ ସେ ପବିତ୍ର ସ୍ଥାନ, ସମାଗମ-ତମ୍ବୁ ଓ ବେଦି ନିମନ୍ତେ ପ୍ରାୟଶ୍ଚିତ୍ତ କରି ସାରିଲା ଉତ୍ତାରେ ସେହି ଜୀଅନ୍ତା ଛାଗକୁ ଆଣିବ।
21 et posita utraque manu super caput ejus, confiteatur omnes iniquitates filiorum Israël, et universa delicta atque peccata eorum: quæ imprecans capiti ejus, emittet illum per hominem paratum, in desertum.
ପୁଣି, ହାରୋଣ ସେହି ଜୀଅନ୍ତା ଛାଗର ମସ୍ତକରେ ଆପଣା ଦୁଇ ହସ୍ତର ନିର୍ଭର ଦେଇ ତାହା ଉପରେ ଇସ୍ରାଏଲ-ସନ୍ତାନଗଣର ସମସ୍ତ ଅପରାଧ, ସମସ୍ତ ଅଧର୍ମ ଓ ସମସ୍ତ ପାପ ସ୍ୱୀକାର କରିବ; ଆଉ, ତାହାସବୁ ସେହି ଛାଗର ମସ୍ତକରେ ଅର୍ପଣ କରି ପ୍ରସ୍ତୁତ ଥିବା ମନୁଷ୍ୟ ହସ୍ତରେ ତାହାକୁ ପ୍ରାନ୍ତରକୁ ପଠାଇଦେବ।
22 Cumque portaverit hircus omnes iniquitates eorum in terram solitariam, et dimissus fuerit in deserto,
ତହିଁରେ ସେହି ଛାଗ ଆପଣା ଉପରେ ସେମାନଙ୍କର ସମସ୍ତ ଅପରାଧ ବୋହି ନରଶୂନ୍ୟ ଦେଶକୁ ନେବ; ଆଉ ସେ ସେହି ସ୍ଥାନରେ ସେହି ଛାଗକୁ ଛାଡ଼ିଦେବ।
23 revertetur Aaron in tabernaculum testimonii, et depositis vestibus, quibus prius indutus erat, cum intraret sanctuarium, relictisque ibi,
ତହୁଁ ହାରୋଣ ସମାଗମ-ତମ୍ବୁକୁ ଆସି ପବିତ୍ର ସ୍ଥାନରେ ପ୍ରବେଶ କରିବା ସମୟରେ ଯେଉଁ ଶୁଭ୍ର ବସ୍ତ୍ର ପିନ୍ଧିଥିଲା, ତାହା ପାଲଟି ସେହି ସ୍ଥାନରେ ରଖିବ।
24 lavabit carnem suam in loco sancto, indueturque vestibus suis. Et postquam egressus obtulerit holocaustum suum, ac plebis, rogabit tam pro se quam pro populo:
ତହିଁ ଉତ୍ତାରେ ସେ କୌଣସି ପବିତ୍ର ସ୍ଥାନରେ ଆପଣା ଶରୀର ଜଳରେ ଧୌତ କରି ନିଜ ବସ୍ତ୍ର ପିନ୍ଧି ବାହାରକୁ ଆସିବ; ପୁଣି, ଆପଣାର ହୋମବଳି ଓ ଲୋକମାନଙ୍କର ହୋମବଳି ଉତ୍ସର୍ଗ କରି ଆପଣା ନିମନ୍ତେ ଓ ଲୋକମାନଙ୍କ ନିମନ୍ତେ ପ୍ରାୟଶ୍ଚିତ୍ତ କରିବ।
25 et adipem, qui oblatus est pro peccatis, adolebit super altare.
ଆଉ, ସେ ପାପାର୍ଥକ ବଳିର ମେଦ ବେଦିରେ ଦଗ୍ଧ କରିବ।
26 Ille vero, qui dimiserit caprum emissarium, lavabit vestimenta sua, et corpus aqua, et sic ingredietur in castra.
ପୁଣି, ଯେଉଁ ଲୋକ ତ୍ୟାଗର ଛାଗକୁ ଛାଡ଼ିଦିଏ, ସେ ଆପଣା ବସ୍ତ୍ର ଧୋଇ ଜଳରେ ସ୍ନାନ କରିବ, ତହିଁ ଉତ୍ତାରେ ଛାଉଣିକୁ ଆସିବ।
27 Vitulum autem, et hircum, qui pro peccato fuerant immolati, et quorum sanguis illatus est in sanctuarium, ut expiatio compleretur, asportabunt foras castra, et comburent igni tam pelles quam carnes eorum, ac fimum:
ପୁଣି, ପାପାର୍ଥକ ବଳି ନିମନ୍ତେ ଯେଉଁ ଗୋବତ୍ସର ଓ ପାପାର୍ଥକ ବଳି ନିମନ୍ତେ ଯେଉଁ ଛାଗର ରକ୍ତ ପ୍ରାୟଶ୍ଚିତ୍ତ କରିବା ନିମନ୍ତେ ପବିତ୍ର ସ୍ଥାନକୁ ଅଣାଯାଇ ଥିଲା, ଲୋକମାନେ ସେଗୁଡ଼ିକୁ ଛାଉଣି ବାହାରକୁ ନେଇଯାଇ ସେଗୁଡ଼ିକର ଚର୍ମ, ମାଂସ ଓ ମଳ ଅଗ୍ନିରେ ଦଗ୍ଧ କରିବେ।
28 et quicumque combusserit ea, lavabit vestimenta sua et carnem aqua, et sic ingredietur in castra.
ପୁଣି ଯେଉଁ ଲୋକ ତାହା ଦଗ୍ଧ କରିବ, ସେ ଆପଣା ବସ୍ତ୍ର ଧୋଇବ ଓ ଜଳରେ ସ୍ନାନ କରିବ, ତହିଁ ଉତ୍ତାରେ ସେ ଛାଉଣି ଭିତରକୁ ଆସିବ।
29 Eritque vobis hoc legitimum sempiternum: mense septimo, decima die mensis, affligetis animas vestras, nullumque opus facietis, sive indigena, sive advena qui peregrinatur inter vos.
ତୁମ୍ଭମାନଙ୍କ ନିମନ୍ତେ ଏହା ଅନନ୍ତକାଳୀନ ବିଧି ହେବ; ସପ୍ତମ ମାସରେ ଓ ସେହି ମାସର ଦଶମ ଦିନରେ ସ୍ୱଦେଶୀୟ ବା ତୁମ୍ଭମାନଙ୍କ ମଧ୍ୟରେ ପ୍ରବାସୀ ବିଦେଶୀୟ ଲୋକ ହେଉ, ତୁମ୍ଭେମାନେ କୌଣସି ପ୍ରକାର ଖାଦ୍ୟ ଖାଇବ ନାହିଁ ଓ କୌଣସି ପ୍ରକାର କର୍ମ କରିବ ନାହିଁ।
30 In hac die expiatio erit vestri, atque mundatio ab omnibus peccatis vestris: coram Domino mundabimini.
କାରଣ ସେହି ଦିନରେ ତୁମ୍ଭମାନଙ୍କୁ ଶୁଚି କରିବା ନିମନ୍ତେ ତୁମ୍ଭମାନଙ୍କ ପାଇଁ ପ୍ରାୟଶ୍ଚିତ୍ତ କରାଯିବ; ତୁମ୍ଭେମାନେ ସଦାପ୍ରଭୁଙ୍କ ସମ୍ମୁଖରେ ଆପଣା ଆପଣାର ସକଳ ପାପରୁ ପରିଷ୍କୃତ ହେବ।
31 Sabbatum enim requietionis est, et affligetis animas vestras religione perpetua.
ତାହା ତୁମ୍ଭମାନଙ୍କ ପ୍ରତି ମହା ବିଶ୍ରାମ ଦିନ, ତୁମ୍ଭେମାନେ କୌଣସି ପ୍ରକାର ଖାଦ୍ୟ ଖାଇବ ନାହିଁ; ଏହା ଅନନ୍ତକାଳୀନ ବିଧି।
32 Expiabit autem sacerdos, qui unctus fuerit, et cujus manus initiatæ sunt ut sacerdotio fungatur pro patre suo: indueturque stola linea et vestibus sanctis,
ପୁଣି, ପିତାର ବଦଳେ ଯାଜକତ୍ୱ ପଦରେ ଯେ ଅଭିଷିକ୍ତ ଓ ନିଯୁକ୍ତ ହେବ, ସେହି ଯାଜକ ପ୍ରାୟଶ୍ଚିତ୍ତ କରିବ ଓ ଶୁଭ୍ର ବସ୍ତ୍ର, ଅର୍ଥାତ୍, ପବିତ୍ର ବସ୍ତ୍ରସବୁ ପିନ୍ଧିବ।
33 et expiabit sanctuarium et tabernaculum testimonii atque altare, sacerdotes quoque et universum populum.
ଆଉ, ସେ ପବିତ୍ର ସ୍ଥାନ ନିମନ୍ତେ ପ୍ରାୟଶ୍ଚିତ୍ତ କରିବ; ସମାଗମ-ତମ୍ବୁ ଓ ବେଦି ନିମନ୍ତେ ପ୍ରାୟଶ୍ଚିତ୍ତ କରିବ; ଆଉ, ସେ ଯାଜକଗଣ ନିମନ୍ତେ ଓ ସମାଜର ସମସ୍ତ ଲୋକ ନିମନ୍ତେ ପ୍ରାୟଶ୍ଚିତ୍ତ କରିବ।
34 Eritque vobis hoc legitimum sempiternum, ut oretis pro filiis Israël, et pro cunctis peccatis eorum semel in anno. Fecit igitur sicut præceperat Dominus Moysi.
ପୁଣି, ଇସ୍ରାଏଲ-ସନ୍ତାନଗଣ ନିମନ୍ତେ ସେମାନଙ୍କର ସମସ୍ତ ପାପ ସକାଶୁ ବର୍ଷ ମଧ୍ୟରେ ଏକ ଥର ପ୍ରାୟଶ୍ଚିତ୍ତ କରିବାର ତୁମ୍ଭମାନଙ୍କ ପ୍ରତି ଅନନ୍ତକାଳୀନ ବିଧି ହେବ।” ତହୁଁ ହାରୋଣ ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ କର୍ମ କଲେ।