< I Paralipomenon 23 >
1 Igitur David, senex et plenus dierum, regem constituit Salomonem filium suum super Israël.
ଏଥିଉତ୍ତାରେ ଦାଉଦ ବୃଦ୍ଧ ଓ ପୂର୍ଣ୍ଣାୟୁ ହେଲେ ଓ ସେ ଆପଣା ପୁତ୍ର ଶଲୋମନଙ୍କୁ ଇସ୍ରାଏଲ ଉପରେ ରାଜା କଲେ।
2 Et congregavit omnes principes Israël, et sacerdotes atque Levitas.
ଆଉ ସେ ଇସ୍ରାଏଲର ସମସ୍ତ ଅଧିପତିଙ୍କୁ ଓ ଯାଜକମାନଙ୍କୁ ଓ ଲେବୀୟମାନଙ୍କୁ ଏକତ୍ର କଲେ।
3 Numeratique sunt Levitæ a triginta annis et supra: et inventa sunt triginta octo millia virorum.
ତହୁଁ ତିରିଶ ବର୍ଷ ଓ ତହିଁରୁ ଊର୍ଦ୍ଧ୍ୱ ବୟସ୍କ ଲେବୀୟମାନେ ଗଣିତ ହେଲେ; ତହିଁରେ ପ୍ରତ୍ୟେକ ପୁରୁଷର ମସ୍ତକ ଗଣତିରେ ସେମାନେ ଅଠତିରିଶି ହଜାର ହେଲେ।
4 Ex his electi sunt, et distributi in ministerium domus Domini, viginti quatuor millia: præpositorum autem et judicum, sex millia.
ସେମାନଙ୍କ ମଧ୍ୟରୁ ଚବିଶ ହଜାର ଲୋକ ସଦାପ୍ରଭୁଙ୍କ ଗୃହର କାର୍ଯ୍ୟ ଚଳାଇବା ପାଇଁ ନିଯୁକ୍ତ ଥିଲେ; ଆଉ ଛଅ ହଜାର ଲୋକ କାର୍ଯ୍ୟଶାସକ ଓ ବିଚାରକର୍ତ୍ତା ଥିଲେ;
5 Porro quatuor millia janitores, et totidem psaltæ, canentes Domino in organis quæ fecerat ad canendum.
ଆଉ ଚାରି ହଜାର ଲୋକ ଦ୍ୱାରପାଳ ଥିଲେ; ଆଉ ପ୍ରଶଂସାର୍ଥେ ମୁଁ ଯେଉଁ ବାଦ୍ୟଯନ୍ତ୍ରସବୁ ନିର୍ମାଣ କଲି ବୋଲି ଦାଉଦ କହିଲେ, ତଦ୍ଦ୍ୱାରା ଚାରି ହଜାର ଲୋକ ସଦାପ୍ରଭୁଙ୍କର ପ୍ରଶଂସା କଲେ।
6 Et distribuit eos David per vices filiorum Levi, Gerson videlicet, et Caath, et Merari.
ପୁଣି, ଦାଉଦ ସେମାନଙ୍କୁ ଲେବୀର ପୁତ୍ରମାନଙ୍କ (ବଂଶ) ଅନୁସାରେ ନାନା ପାଳିରେ ବିଭକ୍ତ କଲେ; ଗେର୍ଶୋନ, କହାତ ଓ ମରାରି।
7 Filii Gerson: Leedan, et Semei.
ଗେର୍ଶୋନୀୟମାନଙ୍କ ମଧ୍ୟରୁ ଲାଦନ୍ ଓ ଶିମୀୟି।
8 Filii Leedan: princeps Jahiel, et Zethan, et Joël, tres.
ଲାଦନ୍ର ପୁତ୍ର; ପ୍ରଧାନ ଯିହୀୟେଲ, ତାହା ଉତ୍ତାରେ ସେଥମ୍ ଓ ଯୋୟେଲ, ତିନି ଜଣ।
9 Filii Semei: Salomith, et Hosiel, et Aran, tres: isti principes familiarum Leedan.
ଶିମୀୟିର ପୁତ୍ର; ଶଲୋମୀତ୍ ଓ ହସୀୟେଲ୍ ଓ ହାରଣ; ତିନି ଜଣ। ଏମାନେ ଲାଦନ୍ଙ୍କ ପିତୃବଂଶର ପ୍ରଧାନ ଥିଲେ।
10 Porro filii Semei: Leheth, et Ziza, et Jaus, et Baria: isti filii Semei, quatuor.
ପୁଣି, ଶିମୀୟିର ପୁତ୍ର; ଯହତ୍, ସୀଷ, ଯିୟୂଶ୍ ଓ ବରୀୟ। ଏହି ଚାରି ଜଣ ଶିମୀୟିର ପୁତ୍ର ଥିଲେ।
11 Erat autem Leheth prior, Ziza secundus: porro Jaus et Baria non habuerunt plurimos filios, et idcirco in una familia, unaque domo computati sunt.
ଯହତ୍ ପ୍ରଧାନ, ଦ୍ୱିତୀୟ ସୀଷ; ମାତ୍ର ଯିୟୂଶ୍ ଓ ବରୀୟର ଅନେକ ପୁତ୍ର ନ ଥିଲେ; ଏହେତୁ ସେମାନେ ଏକତ୍ର ଗଣିତ ହୋଇ ଏକ ପିତୃବଂଶ ହେଲେ।
12 Filii Caath: Amram, et Isaar, Hebron, et Oziel, quatuor.
କହାତର ପୁତ୍ର; ଅମ୍ରାମ୍, ଯିଷ୍ହର, ହିବ୍ରୋଣ ଓ ଉଷୀୟେଲ; ଚାରି ଜଣ।
13 Filii Amram: Aaron et Moyses. Separatusque est Aaron ut ministraret in Sancto sanctorum, ipse et filii ejus in sempiternum, et adoleret incensum Domino secundum ritum suum, ac benediceret nomini ejus in perpetuum.
ଅମ୍ରାମ୍ର ପୁତ୍ର; ହାରୋଣ ଓ ମୋଶା; ପୁଣି, ହାରୋଣ ଯେପରି ମହାପବିତ୍ର ବସ୍ତୁ ପବିତ୍ର କରିବ, ଏଥିପାଇଁ ଯୁଗାନୁକ୍ରମେ ସଦାପ୍ରଭୁଙ୍କ ସମ୍ମୁଖରେ ଧୂପଦାହ, ତାହାଙ୍କର ପରିଚର୍ଯ୍ୟା ଓ ତାହାଙ୍କ ନାମରେ ଆଶୀର୍ବାଦକରଣାର୍ଥେ ସେ ଓ ତାହାର ପୁତ୍ରମାନେ ଯୁଗାନୁକ୍ରମେ ପୃଥକ କରାଗଲେ।
14 Moysi quoque hominis Dei filii annumerati sunt in tribu Levi.
ମାତ୍ର, ପରମେଶ୍ୱରଙ୍କ ଲୋକ ମୋଶାଙ୍କର ପୁତ୍ରମାନେ ଲେବୀ-ବଂଶ ମଧ୍ୟରେ ଉଲ୍ଲିଖିତ ହେଲେ।
15 Filii Moysi: Gersom et Eliezer.
ମୋଶାଙ୍କର ପୁତ୍ର; ଗେର୍ଶୋମ ଓ ଇଲୀୟେଜର।
16 Filii Gersom: Subuel primus.
ଗେର୍ଶୋମର ସନ୍ତାନମାନଙ୍କ ମଧ୍ୟରେ ଶବୂୟେଲ ପ୍ରଧାନ।
17 Fuerunt autem filii Eliezer: Rohobia primus: et non erant Eliezer filii alii. Porro filii Rohobia multiplicati sunt nimis.
ଆଉ, ଇଲୀୟେଷରର ସନ୍ତାନମାନଙ୍କ ମଧ୍ୟରେ ରହବୀୟ ପ୍ରଧାନ। ଏହି ଇଲୀୟେଜରର ଆଉ ପୁତ୍ର ନ ଥିଲେ, ମାତ୍ର, ରହବୀୟର ବହୁସଂଖ୍ୟକ ସନ୍ତାନ ଥିଲେ।
18 Filii Isaar: Salomith primus.
ଯିଷ୍ହରର ପୁତ୍ରମାନଙ୍କ ମଧ୍ୟରେ ଶଲୋମୀତ୍ ପ୍ରଧାନ ଥିଲା।
19 Filii Hebron: Jeriau primus, Amarias secundus, Jahaziel tertius, Jecmaam quartus.
ହିବ୍ରୋଣର ପୁତ୍ରମାନଙ୍କ ମଧ୍ୟରେ ପ୍ରଥମ ଯିରୀୟ, ଦ୍ୱିତୀୟ ଅମରୀୟ, ତୃତୀୟ ଯହସୀୟେଲ, ଚତୁର୍ଥ ଯିକ୍ମୀୟାମ୍।
20 Filii Oziel: Micha primus, Jesia secundus.
ଉଷୀୟେଲର ପୁତ୍ରମାନଙ୍କ ମଧ୍ୟରେ ପ୍ରଥମ ମୀଖା, ଦ୍ୱିତୀୟ ଯିଶୀୟ।
21 Filii Merari: Moholi, et Musi. Filii Moholi: Eleazar et Cis.
ମରାରିର ପୁତ୍ର ମହଲି ଓ ମୂଶି; ମହଲିର ପୁତ୍ର ଇଲୀୟାସର ଓ କୀଶ୍;
22 Mortuus est autem Eleazar, et non habuit filios, sed filias: acceperuntque eas filii Cis fratres earum.
ଇଲୀୟାସର ମଲା, ତାହାର ପୁତ୍ର ନ ଥିଲେ, କେବଳ କେତୋଟି କନ୍ୟା ଥିଲେ; ପୁଣି, ସେମାନଙ୍କ ଜ୍ଞାତି କୀଶ୍ର ପୁତ୍ରମାନେ ସେମାନଙ୍କୁ ବିବାହ କଲେ।
23 Filii Musi: Moholi, et Eder, et Jerimoth, tres.
ମୂଶିର ପୁତ୍ର ମହଲି, ଏଦର ଓ ଯେରେମୋତ୍, ତିନି ଜଣ।
24 Hi filii Levi in cognationibus et familiis suis, principes per vices, et numerum capitum singulorum qui faciebant opera ministerii domus Domini, a viginti annis et supra.
ଏମାନେ ଆପଣା ଆପଣା ପିତୃବଂଶାନୁସାରେ ଲେବୀର ସନ୍ତାନ, ପୁଣି, କୋଡ଼ିଏ ବର୍ଷ ଓ ତହିଁରୁ ଊର୍ଦ୍ଧ୍ୱ ବୟସ୍କ ଯେଉଁମାନେ ଆପଣା ଆପଣା ନାମ ଓ ମସ୍ତକାନୁସାରେ ଗଣିତ ହୋଇ ସଦାପ୍ରଭୁଙ୍କ ଗୃହର ସେବାକାର୍ଯ୍ୟ କଲେ, ସେମାନଙ୍କ ପିତୃବଂଶର ପ୍ରଧାନ ଥିଲେ।
25 Dixit enim David: Requiem dedit Dominus Deus Israël populo suo, et habitationem Jerusalem usque in æternum.
କାରଣ ଦାଉଦ କହିଲେ, “ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଆପଣା ଲୋକମାନଙ୍କୁ ବିଶ୍ରାମ ଦେଇଅଛନ୍ତି ଓ ସେ ଯୁଗାନୁକ୍ରମେ ଯିରୂଶାଲମରେ ବସତି କରନ୍ତି,
26 Nec erit officii Levitarum ut ultra portent tabernaculum et omnia vasa ejus ad ministrandum.
ଆହୁରି ମଧ୍ୟ ଲେବୀୟମାନଙ୍କୁ ଆବାସ ଓ ତହିଁର ସେବାର୍ଥକ ପାତ୍ରସବୁ ବୋହିବାର ଆଉ ପ୍ରୟୋଜନ ହେବ ନାହିଁ।”
27 Juxta præcepta quoque David novissima, supputabitur numerus filiorum Levi a viginti annis et supra.
କାରଣ, ଦାଉଦଙ୍କର ଶେଷ ବାକ୍ୟାନୁସାରେ ଲେବୀ-ସନ୍ତାନମାନଙ୍କ ମଧ୍ୟରେ କୋଡ଼ିଏ ବର୍ଷ ଓ ତହିଁରୁ ଊର୍ଦ୍ଧ୍ୱ ବୟସ୍କ ଲୋକ ଗଣିତ ହେଲେ।
28 Et erunt sub manu filiorum Aaron in cultum domus Domini, in vestibulis, et in exedris, et in loco purificationis, et in sanctuario, et in universis operibus ministerii templi Domini.
କାରଣ, ସଦାପ୍ରଭୁଙ୍କ ଗୃହର ସେବାର୍ଥେ ପ୍ରାଙ୍ଗଣରେ ଓ କୋଠରିରେ ଓ ପରମେଶ୍ୱରଙ୍କ ଗୃହର ସେବାକାର୍ଯ୍ୟାର୍ଥକ ସମସ୍ତ ପବିତ୍ର ବସ୍ତୁ ଶୁଚି କରିବାରେ ହାରୋଣ-ସନ୍ତାନମାନଙ୍କ ସେବା କରିବାର ଲେବୀୟମାନଙ୍କର କାର୍ଯ୍ୟ ଥିଲା;
29 Sacerdotes autem, super panes propositionis, et ad similæ sacrificium, et ad lagana azyma, et sartaginem, et ad torrendum, et super omne pondus atque mensuram.
ଆହୁରି ଦର୍ଶନୀୟ ରୁଟିର ଓ ତାଡ଼ିଶୂନ୍ୟ ସରୁ ଚକୁଳି ଅବା ପଲମରେ ଭଜା କି ରନ୍ଧା ଭକ୍ଷ୍ୟ ନୈବେଦ୍ୟ ପାଇଁ ସରୁ ମଇଦାର ଓ ସର୍ବପ୍ରକାର ପରିମାଣ ଓ ତୌଲର କାର୍ଯ୍ୟ;
30 Levitæ vero ut stent mane ad confitendum et canendum Domino: similiterque ad vesperam,
ପୁଣି, ପ୍ରତି ପ୍ରଭାତରେ ଓ ସନ୍ଧ୍ୟାରେ ସଦାପ୍ରଭୁଙ୍କର ଧନ୍ୟବାଦ ଓ ପ୍ରଶଂସା କରିବା ପାଇଁ ଠିଆ ହେବାର;
31 tam in oblatione holocaustorum Domini, quam in sabbatis et calendis et solemnitatibus reliquis juxta numerum et cæremonias uniuscujusque rei, jugiter coram Domino.
ଆଉ ନିତ୍ୟ ସଦାପ୍ରଭୁଙ୍କ ସମ୍ମୁଖରେ ବିଶ୍ରାମବାରରେ ଓ ଅମାବାସ୍ୟାରେ ଓ ନିରୂପିତ ପର୍ବସବୁରେ ସେସମ୍ବନ୍ଧୀୟ ବିଧିମତେ ସଂଖ୍ୟାନୁସାରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସମସ୍ତ ହୋମବଳି ଉତ୍ସର୍ଗ କରିବା, ସେମାନଙ୍କର କାର୍ଯ୍ୟ ଥିଲା;
32 Et custodiant observationes tabernaculi fœderis, et ritum sanctuarii, et observationem filiorum Aaron fratrum suorum, ut ministrent in domo Domini.
ଏହେତୁ ସେମାନେ ସମାଗମ-ତମ୍ବୁର ରକ୍ଷଣୀୟ ଓ ପବିତ୍ର ସ୍ଥାନର ରକ୍ଷଣୀୟ ଓ ସଦାପ୍ରଭୁଙ୍କ ଗୃହର ସେବାକର୍ମ ନିମନ୍ତେ ଆପଣାମାନଙ୍କ ଭ୍ରାତା ହାରୋଣ-ସନ୍ତାନଗଣର ରକ୍ଷଣୀୟ ରକ୍ଷା କରିବେ।