< 詩篇 68 >
1 聖歌隊の指揮者によってうたわせたダビデの歌、さんび 神よ、立ちあがって、その敵を散らし、神を憎む者をみ前から逃げ去らせてください。
ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗାନାର୍ଥକ ଗୀତ। ପରମେଶ୍ୱର ଉଠନ୍ତୁ, ତାହାଙ୍କ ଶତ୍ରୁଗଣ ଛିନ୍ନଭିନ୍ନ ହେଉନ୍ତୁ; ତାହାଙ୍କ ଘୃଣାକାରୀମାନେ ମଧ୍ୟ ତାହାଙ୍କ ସାକ୍ଷାତରୁ ପଳାଉନ୍ତୁ।
2 煙の追いやられるように彼らを追いやり、ろうの火の前に溶けるように悪しき者を神の前に滅ぼしてください。
ଯେପରି ଧୂମ ଚାଳିତ ହୁଏ, ସେହିପରି ସେମାନଙ୍କୁ ଚଳାଅ; ଯେପରି ଅଗ୍ନି ସମ୍ମୁଖରେ ମହମ ତରଳି ଯାଏ, ସେହିପରି ପରମେଶ୍ୱରଙ୍କ ସାକ୍ଷାତରେ ଦୁଷ୍ଟମାନେ ବିନଷ୍ଟ ହେଉନ୍ତୁ।
3 しかし正しい者を喜ばせ、神の前に喜び踊らせ、喜び楽しませてください。
ମାତ୍ର ଧାର୍ମିକମାନେ ଆନନ୍ଦିତ ହେଉନ୍ତୁ; ସେମାନେ ପରମେଶ୍ୱରଙ୍କ ସମ୍ମୁଖରେ ଉଲ୍ଲାସ କରନ୍ତୁ; ହଁ, ସେମାନେ ଆନନ୍ଦରେ ପ୍ରଫୁଲ୍ଲ ହେଉନ୍ତୁ।
4 神にむかって歌え、そのみ名をほめうたえ。雲に乗られる者にむかって歌声をあげよ。その名は主、そのみ前に喜び踊れ。
ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଗାନ କର, ତାହାଙ୍କ ନାମରେ ପ୍ରଶଂସା ଗାନ କର; ଯେ ବାହନରେ ମରୁଭୂମି ଦେଇ ଆସୁଅଛନ୍ତି, ତାହାଙ୍କ ପାଇଁ ରାଜପଥ ପ୍ରସ୍ତୁତ କର; ତାହାଙ୍କ ନାମ ସଦାପ୍ରଭୁ; ତୁମ୍ଭେମାନେ ତାହାଙ୍କ ସାକ୍ଷାତରେ ଉଲ୍ଲାସ କର।
5 その聖なるすまいにおられる神はみなしごの父、やもめの保護者である。
ପରମେଶ୍ୱର ଆପଣା ପବିତ୍ର ବାସ ସ୍ଥାନରେ ପିତୃହୀନମାନଙ୍କର ପିତା ଓ ବିଧବାମାନଙ୍କର ସୁରକ୍ଷାକର୍ତ୍ତା ଅଟନ୍ତି।
6 神は寄るべなき者に住むべき家を与え、めしゅうどを解いて幸福に導かれる。しかしそむく者はかわいた地に住む。
ପରମେଶ୍ୱର ସଙ୍ଗୀହୀନମାନଙ୍କୁ ପରିବାର ମଧ୍ୟରେ ସ୍ଥାପନ କରନ୍ତି; ସେ ବନ୍ଦୀଗଣକୁ ବାହାର କରି କୁଶଳରେ ରଖନ୍ତି; ମାତ୍ର ବିଦ୍ରୋହୀମାନେ ଶୁଷ୍କ ଭୂମିରେ ବାସ କରନ୍ତି।
7 神よ、あなたが民に先だち出て、荒野を進み行かれたとき、 (セラ)
ହେ ପରମେଶ୍ୱର, ତୁମ୍ଭେ ଆପଣା ଲୋକମାନଙ୍କ ଆଗରେ ଯିବା ବେଳେ, ତୁମ୍ଭେ ପ୍ରାନ୍ତର ଦେଇ ଯାତ୍ରା କରିବା ବେଳେ, (ସେଲା)
8 シナイの主なる神の前に、イスラエルの神なる神の前に、地は震い、天は雨を降らせました。
ପୃଥିବୀ କମ୍ପିଲା, ପରମେଶ୍ୱରଙ୍କ ସାକ୍ଷାତରେ ଆକାଶମଣ୍ଡଳ ମଧ୍ୟ ବୃଷ୍ଟିପାତ କଲା; ସେହି ସୀନୟ ପରମେଶ୍ୱରଙ୍କର, ଇସ୍ରାଏଲର ପରମେଶ୍ୱରଙ୍କ ସାକ୍ଷାତରେ କମ୍ପିଲା।
9 神よ、あなたは豊かな雨を降らせて、疲れ衰えたあなたの嗣業の地を回復され、
ହେ ପରମେଶ୍ୱର, ତୁମ୍ଭେ ପ୍ରଚୁର ବୃଷ୍ଟି ପଠାଇଲ, ତୁମ୍ଭ ଅଧିକାର କ୍ଳାନ୍ତ ଥିବା ସମୟରେ ତୁମ୍ଭେ ତାହା ସୁସ୍ଥିର କଲ।
10 あなたの群れは、そのうちにすまいを得ました。神よ、あなたは恵みをもって貧しい者のために備えられました。
ତୁମ୍ଭ ସମାଜ ତହିଁ ମଧ୍ୟରେ ବାସ କଲେ; ହେ ପରମେଶ୍ୱର, ତୁମ୍ଭେ ଆପଣା ମଙ୍ଗଳ ଭାବରେ ଦୁଃଖୀମାନଙ୍କ ପାଇଁ ଆୟୋଜନ କଲ।
11 主は命令を下される。おとずれを携えた女たちの大いなる群れは言う、
ପ୍ରଭୁ ବାକ୍ୟ ପ୍ରଦାନ କରନ୍ତି; ଶୁଭବାର୍ତ୍ତା ପ୍ରଚାରିକା ସ୍ତ୍ରୀଗଣ ମହାବାହିନୀ ଅଟନ୍ତି।
12 「もろもろの軍勢の王たちは逃げ去り、逃げ去った」と。家にとどまる女たちは獲物を分ける、
ସୈନ୍ୟଶ୍ରେଣୀର ରାଜାଗଣ ପଳାୟନ କରନ୍ତି, ସେମାନେ ପଳାୟନ କରନ୍ତି; ପୁଣି, ଗୃହସ୍ଥିତା ସ୍ତ୍ରୀ ଲୁଟଦ୍ରବ୍ୟ ବିଭାଗ କରେ।
13 たとい彼らは羊のおりの中にとどまるとも。はとの翼は、しろがねをもっておおわれ、その羽はきらめくこがねをもっておおわれる。
ଯେଉଁ କପୋତର ହରିତ୍ ସୁବର୍ଣ୍ଣ-ମଣ୍ଡିତ ଡେଣା, ତାହାର ରୌପ୍ୟ-ମଣ୍ଡିତ ପରସବୁ ପରି ତୁମ୍ଭେମାନେ କି ମେଷଶାଳା ମଧ୍ୟରେ ଶୟନ କରିବ?
14 全能者がかしこで王たちを散らされたとき、ザルモンに雪が降った。
ସଲମୋନ୍ରେ ହିମପାତ ବେଳେ ଯେପରି, ସର୍ବଶକ୍ତିମାନ ଦେଶରେ ରାଜାମାନଙ୍କୁ ଛିନ୍ନଭିନ୍ନ କଲା ବେଳେ ସେପରି ହେଲା।
15 神の山、バシャンの山、峰かさなる山、バシャンの山よ。
ବାଶନର ପର୍ବତ ପରମେଶ୍ୱରଙ୍କ ପର୍ବତ; ବାଶନର ପର୍ବତ ଏକ ଉଚ୍ଚ ପର୍ବତ।
16 峰かさなるもろもろの山よ、何ゆえ神がすまいにと望まれた山をねたみ見るのか。まことに主はとこしえにそこに住まわれる。
ହେ ଉଚ୍ଚ ପର୍ବତଗଣ, ପରମେଶ୍ୱର ଆପଣା ନିବାସ ନିମନ୍ତେ ଯେଉଁ ପର୍ବତ ବାଞ୍ଛା କରିଅଛନ୍ତି, ତହିଁ ପ୍ରତି ତୁମ୍ଭେମାନେ କାହିଁକି କୁଟିଳ ଦୃଷ୍ଟି କରୁଅଛ? ଅବଶ୍ୟ ସଦାପ୍ରଭୁ ତହିଁରେ ସଦାକାଳ ବାସ କରିବେ।
17 主は神のいくさ車幾千万をもって、シナイから聖所に来られた。
ପରମେଶ୍ୱରଙ୍କର ରଥ ଅୟୁତ ଅୟୁତ ଓ ଲକ୍ଷ ଲକ୍ଷ; ଯେପରି ପ୍ରଭୁ ଆପଣା ପବିତ୍ର ସ୍ଥାନ ସୀନୟରେ, ସେପରି ସେସବୁର ମଧ୍ୟରେ ଅଛନ୍ତି।
18 あなたはとりこを率い、人々のうちから、またそむく者のうちから贈り物をうけて、高い山に登られた。主なる神がそこに住まわれるためである。
ତୁମ୍ଭେ ଊର୍ଦ୍ଧ୍ୱରେ ଆରୋହଣ କରିଅଛ, ତୁମ୍ଭେ ଆପଣା ବନ୍ଦୀମାନଙ୍କୁ ବନ୍ଦୀସ୍ଥାନକୁ ନେଇଅଛ; ତୁମ୍ଭେ ମନୁଷ୍ୟମାନଙ୍କ ମଧ୍ୟରେ ଦାନପ୍ରାପ୍ତ ହୋଇଅଛ, ହଁ, ଯେପରି ସଦାପ୍ରଭୁ ପରମେଶ୍ୱର ସେମାନଙ୍କ ମଧ୍ୟରେ ବାସ କରିବେ, ଏଥିପାଇଁ ବିଦ୍ରୋହୀମାନଙ୍କ ମଧ୍ୟରେ ହିଁ ଦାନପ୍ରାପ୍ତ ହୋଇଅଛ।
19 日々にわれらの荷を負われる主はほむべきかな。神はわれらの救である。 (セラ)
ଯେଉଁ ପ୍ରଭୁ ଦିନକୁ ଦିନ ଆମ୍ଭମାନଙ୍କ ଭାର ବହନ୍ତି, ସେ ଧନ୍ୟ ହେଉନ୍ତୁ; ସେହି ପରମେଶ୍ୱର ଆମ୍ଭମାନଙ୍କର ପରିତ୍ରାଣ। (ସେଲା)
20 われらの神は救の神である。死からのがれ得るのは主なる神による。
ପରମେଶ୍ୱର ଆମ୍ଭମାନଙ୍କ ପକ୍ଷରେ ଉଦ୍ଧାରସାଧକ ପରମେଶ୍ୱର ଅଟନ୍ତି; ଓ ମୃତ୍ୟୁୁରୁ ରକ୍ଷା ଯିହୋବାଃ ପ୍ରଭୁଙ୍କର ଅଧୀନ।
21 神はその敵のこうべを打ち砕き、おのがとがの中に歩む者の毛深い頭のいただきを打ち砕かれる。
ମାତ୍ର ପରମେଶ୍ୱର ଆପଣା ଶତ୍ରୁମାନଙ୍କ ମସ୍ତକ ଓ ଯେଉଁ ଜନ ନିଜ ଅପରାଧରେ ଅଗ୍ରସର, ତାହାର କେଶଯୁକ୍ତ କପାଳ ବିନ୍ଧି ପକାଇବେ।
22 主は言われた、「わたしはバシャンから彼らを携え帰り、海の深い所から彼らを携え帰る。
ପ୍ରଭୁ କହିଲେ, “ଆମ୍ଭେ ବାଶନରୁ ପୁନର୍ବାର ଆଣିବା, ଆମ୍ଭେ ସମୁଦ୍ରର ଗଭୀର ସ୍ଥଳରୁ ପୁନର୍ବାର ସେମାନଙ୍କୁ ଆଣିବା;
23 あなたはその足を彼らの血に浸し、あなたの犬の舌はその分け前を敵から得るであろう」と。
ତହିଁରେ ତୁମ୍ଭେ ରକ୍ତରେ ଆପଣା ଚରଣ ବୁଡ଼ାଇବ, ତୁମ୍ଭ କୁକ୍କୁରଗଣର ଜିହ୍ୱା ତୁମ୍ଭ ଶତ୍ରୁମାନଙ୍କଠାରୁ ଅଂଶ ପାଇବ।”
24 神よ、人々はあなたのこうごうしい行列を見た。わが神、わが王の、聖所に進み行かれるのを見た。
ହେ ପରମେଶ୍ୱର, ଲୋକମାନେ ତୁମ୍ଭର ଗତି, ଅର୍ଥାତ୍, ପବିତ୍ର ସ୍ଥାନକୁ ଆମ୍ଭ ପରମେଶ୍ୱର ଆମ୍ଭ ରାଜାଙ୍କ ଗତି ଦେଖିଅଛନ୍ତି।
25 歌う者は前に行き、琴をひく者はあとになり、おとめらはその間にあって手鼓を打って言う、
ଦାରାବାଦ୍ୟବାଦିନୀ କୁମାରୀମାନଙ୍କ ମଧ୍ୟରେ ଗାୟକମାନେ ଆଗେ ଆଗେ, ବାଦ୍ୟକରମାନେ ପଛେ ପଛେ ଗମନ କଲେ।
26 「大いなる集会で神をほめよ。イスラエルの源から出た者よ、主をほめまつれ」と。
ତୁମ୍ଭେମାନେ ଜନ-ସମାଗମ ମଧ୍ୟରେ ପରମେଶ୍ୱରଙ୍କର ଧନ୍ୟବାଦ କର, ହେ ଇସ୍ରାଏଲର ନିର୍ଝରରୁ ଜାତ ଲୋକମାନେ, ତୁମ୍ଭେମାନେ ସଦାପ୍ରଭୁଙ୍କର ଧନ୍ୟବାଦ କର।
27 そこに彼らを導く年若いベニヤミンがおり、その群れの中にユダの君たちがおり、ゼブルンの君たち、ナフタリの君たちがいる。
କନିଷ୍ଠ ବିନ୍ୟାମୀନ୍ ସେମାନଙ୍କର ଶାସନକର୍ତ୍ତା, ଯିହୁଦାର ଅଧିପତିମାନେ ଓ ସେମାନଙ୍କ ଲୋକଦଳ, ସବୂଲୂନର ଅଧିପତିମାନେ, ନପ୍ତାଲିର ଅଧିପତିମାନେ ସେଠାରେ ଅଛନ୍ତି।
28 神よ、あなたの大能を奮い起してください。われらのために事をなされた神よ、あなたの力をお示しください。
ତୁମ୍ଭ ପରମେଶ୍ୱର ତୁମ୍ଭ ବଳର ଆଜ୍ଞା କରିଅଛନ୍ତି; ହେ ପରମେଶ୍ୱର, ତୁମ୍ଭ ପରାକ୍ରମ ଆମ୍ଭମାନଙ୍କୁ ପ୍ରକାଶ କର, ଯେପରି ତୁମ୍ଭେ ଅତୀତରେ ପ୍ରକାଶ କରିଅଛ।
29 エルサレムにあるあなたの宮のために、王たちはあなたに贈り物をささげるでしょう。
ଯିରୂଶାଲମସ୍ଥ ତୁମ୍ଭ ମନ୍ଦିର ସକାଶୁ ରାଜାଗଣ ତୁମ୍ଭ ନିକଟକୁ ଦର୍ଶନୀ ଆଣିବେ।
30 葦の中に住む獣、もろもろの民の子牛を率いる雄牛の群れをいましめてください。みつぎ物をむさぼる者たちを足の下に踏みつけ、戦いを好むもろもろの民を散らしてください。
ନଳବନସ୍ଥ ବନ୍ୟ ପଶୁକୁ, ଗୋଷ୍ଠୀବର୍ଗରୂପ ଗୋବତ୍ସଗଣ ସହିତ ବୃଷସମୂହକୁ ଭର୍ତ୍ସନା କରି ରୌପ୍ୟଖଣ୍ଡସବୁ ପଦ ତଳେ ଦଳି ପକାଅ; ସେ ଯୁଦ୍ଧପ୍ରିୟ ଗୋଷ୍ଠୀବର୍ଗକୁ ଛିନ୍ନଭିନ୍ନ କରିଅଛନ୍ତି।
31 青銅をエジプトから持ちきたらせ、エチオピヤには急いでその手を神に伸べさせてください。
ମିସର ଦେଶରୁ ଅଧିପତିମାନେ ଆସିବେ; କୂଶ ପରମେଶ୍ୱରଙ୍କ ପ୍ରତି ହସ୍ତ ପ୍ରସାରିବାକୁ ଚଞ୍ଚଳ ହେବ।
32 地のもろもろの国よ、神にむかって歌え、主をほめうたえ。 (セラ)
ହେ ପୃଥିବୀସ୍ଥ ରାଜ୍ୟସମୂହ, ତୁମ୍ଭେମାନେ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଗାନ କର; ପ୍ରଭୁଙ୍କ ଉଦ୍ଦେଶ୍ୟରେ ପ୍ରଶଂସା ଗାନ କର; (ସେଲା)
33 いにしえからの天の天に乗られる主にむかってほめうたえ。見よ、主はみ声を出し、力あるみ声を出される。
ଯେ ଆଦିକାଳୀନ ଉଚ୍ଚତମ ସ୍ୱର୍ଗରେ ଆରୋହଣ କରନ୍ତି, ତାହାଙ୍କ ଉଦ୍ଦେଶ୍ୟରେ ଗାନ କର; ଦେଖ, ସେ ଆପଣା ରବ, ବିକ୍ରମପୂର୍ଣ୍ଣ ରବ ଉଚ୍ଚାରଣ କରନ୍ତି।
34 力を神に帰せよ。その威光はイスラエルの上にあり、その力は雲の中にある。
ତୁମ୍ଭେମାନେ ପରମେଶ୍ୱରଙ୍କ ପରାକ୍ରମ କୀର୍ତ୍ତନ କର; ତାହାଙ୍କ ମହିମା ଇସ୍ରାଏଲ ଉପରେ ଓ ତାହାଙ୍କ ପରାକ୍ରମ ଆକାଶମଣ୍ଡଳରେ ରହିଅଛି।
35 神はその聖所で恐るべく、イスラエルの神はその民に力と勢いとを与えられる。神はほむべきかな。
ହେ ପରମେଶ୍ୱର, ତୁମ୍ଭେ ଆପଣା ପବିତ୍ର ଧାମରେ ଭୟଙ୍କର ଅଟ; ଇସ୍ରାଏଲର ପରମେଶ୍ୱର ଆପଣା ଲୋକମାନଙ୍କୁ ବଳ ଓ ପରାକ୍ରମ ଦିଅନ୍ତି। ପରମେଶ୍ୱର ଧନ୍ୟ ହେଉନ୍ତୁ।