< 民数記 35 >

1 エリコに近いヨルダンのほとりのモアブの平野で、主はモーセに言われた、
ଏଥିଉତ୍ତାରେ ସଦାପ୍ରଭୁ ମୋୟାବ-ପଦାରେ ଯିରୀହୋ ନିକଟସ୍ଥ ଯର୍ଦ୍ଦନ ନଦୀ ସମୀପରେ ମୋଶାଙ୍କୁ କହିଲେ,
2 「イスラエルの人々に命じて、その獲た嗣業のうちから、レビびとに住むべき町々を与えさせなさい。また、あなたがたは、その町々の周囲の放牧地をレビびとに与えなければならない。
“ତୁମ୍ଭେ ଇସ୍ରାଏଲ-ସନ୍ତାନଗଣକୁ ଏହି ଆଜ୍ଞା ଦିଅ; ସେମାନେ ଆପଣା ଆପଣା ଅଧିକୃତ ବାଣ୍ଟରୁ କେତେକ ବସତି-ନଗର ଲେବୀୟମାନଙ୍କୁ ଦିଅନ୍ତୁ, ଆଉ ତୁମ୍ଭେମାନେ ଲେବୀୟମାନଙ୍କୁ ସେହି ନଗରମାନର ତଳିଭୂମି ନିମନ୍ତେ ସେସବୁର ଚତୁର୍ଦ୍ଦିଗସ୍ଥ ଭୂମି ଦେବ।
3 その町々は彼らの住む所、その放牧地は彼らの家畜と群れ、およびすべての獣のためである。
ତହିଁରେ ସେହି ସବୁ ନଗରରେ ସେମାନଙ୍କର ନିବାସ ହେବ; ପୁଣି, ତହିଁର ତଳିଭୂମିସବୁ ସେମାନଙ୍କ ପଶୁ, ସମ୍ପତ୍ତି ଓ ଜୀବମାନଙ୍କ ନିମନ୍ତେ ହେବ।
4 あなたがたがレビびとに与える町々の放牧地は、町の石がきから一千キュビトの周囲としなければならない。
ଆଉ ତୁମ୍ଭେମାନେ ଲେବୀୟମାନଙ୍କୁ ଯେଉଁ ଯେଉଁ ନଗର ଦେବ, ସେହିସବୁର ତଳିଭୂମି ନଗର-ପ୍ରାଚୀରଠାରୁ ବାହାରେ ଚତୁର୍ଦ୍ଦିଗରେ ଏକ ସହସ୍ର ହସ୍ତ ହେବ।
5 あなたがたは町の外で東側に二千キュビト、南側に二千キュビト、西側に二千キュビト、北側に二千キュビトを計り、町はその中央にしなければならない。彼らの町の放牧地はこのようにしなければならない。
ପୁଣି, ତୁମ୍ଭେମାନେ ନଗରର ବାହାରେ ତହିଁର ପୂର୍ବ ସୀମା ଦୁଇ ସହସ୍ର ହସ୍ତ, ଦକ୍ଷିଣ ସୀମା ଦୁଇ ସହସ୍ର ହସ୍ତ, ପଶ୍ଚିମ ସୀମା ଦୁଇ ସହସ୍ର ହସ୍ତ ଓ ଉତ୍ତର ସୀମା ଦୁଇ ସହସ୍ର ହସ୍ତ ପରିମିତ କରିବ; ନଗର ତହିଁର ମଧ୍ୟସ୍ଥଳରେ ରହିବ। ଏହା ସେମାନଙ୍କ ନଗରର ତଳିଭୂମି ହେବ।
6 あなたがたがレビびとに与える町々は六つで、のがれの町とし、人を殺した者がのがれる所としなければならない。なおこのほかに四十二の町を与えなければならない。
ଆଉ ତୁମ୍ଭେମାନେ ଲେବୀୟମାନଙ୍କୁ ଯେଉଁ ଯେଉଁ ନଗର ଦେବ, ତହିଁରୁ ଛଅଗୋଟି ଆଶ୍ରୟ ନଗର ହେବ, ନରହତ୍ୟାକାରୀ ସେଠାକୁ ପଳାଇବା ନିମନ୍ତେ ତୁମ୍ଭେମାନେ ତାହା ଦେବ; ଆଉ ତାହା ବ୍ୟତୀତ ଆହୁରି ବୟାଳିଶ ନଗର ଦେବ।
7 すなわちあなたがたがレビびとに与える町は合わせて四十八で、これをその放牧地と共に与えなければならない。
ସର୍ବସୁଦ୍ଧା ତୁମ୍ଭେମାନେ ଲେବୀୟମାନଙ୍କୁ ଅଠଚାଳିଶ ନଗର ଦେବ; ତୁମ୍ଭେମାନେ ସେମାନଙ୍କୁ ନଗର ସଙ୍ଗେ ତହିଁର ତଳିଭୂମି ଦେବ।
8 あなたがたがイスラエルの人々の所有のうちからレビびとに町々を与えるには、大きい部族からは多く取り、小さい部族からは少なく取り、おのおの受ける嗣業にしたがって、その町々をレビびとに与えなければならない」。
ପୁଣି, ଇସ୍ରାଏଲ-ସନ୍ତାନଗଣଙ୍କର ଅଧିକାରରୁ ସେହି ସବୁ ନଗର ଦେବା ନିମନ୍ତେ ତୁମ୍ଭେମାନେ ଅଧିକ ଲୋକଙ୍କଠାରୁ ଅଧିକ ନେବ ଓ ଅଳ୍ପ ଲୋକଙ୍କଠାରୁ ଅଳ୍ପ ନେବ; ପ୍ରତ୍ୟେକ ବଂଶ ଆପଣାର ଅଧିକୃତ ଅଧିକାରାନୁସାରେ ଆପଣା ନଗରମାନଙ୍କରୁ ଲେବୀୟମାନଙ୍କୁ ଦେବେ।”
9 主はモーセに言われた、
ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ,
10 「イスラエルの人々に言いなさい。あなたがたがヨルダンを渡ってカナンの地にはいるときは、
“ଇସ୍ରାଏଲ-ସନ୍ତାନଗଣଙ୍କୁ କୁହ, ‘ତୁମ୍ଭେମାନେ ଯର୍ଦ୍ଦନ ପାର ହୋଇ କିଣାନ ଦେଶରେ ଉପସ୍ଥିତ ହେଲେ,
11 あなたがたのために町を選んで、のがれの町とし、あやまって人を殺した者を、そこにのがれさせなければならない。
ଆପଣାମାନଙ୍କର ଆଶ୍ରୟ ନଗର ହେବା ନିମନ୍ତେ କେତେଗୁଡ଼ିଏ ନଗର ନିରୂପଣ କରିବ, ତହିଁରେ ଯେଉଁ ଜନ ଭ୍ରାନ୍ତିରେ କୌଣସି ମନୁଷ୍ୟକୁ ବଧ କରେ, ଏପରି ନରହତ୍ୟାକାରୀ ସେଠାକୁ ପଳାଇ ଯାଇ ପାରିବ।
12 これはあなたがたが復讐する者を避けてのがれる町であって、人を殺した者が会衆の前に立って、さばきを受けないうちに、殺されることのないためである。
ପୁଣି, ନରହତ୍ୟାକାରୀ ବିଚାରାର୍ଥେ ମଣ୍ଡଳୀ ସମ୍ମୁଖରେ ଉପସ୍ଥିତ ହେବା ପର୍ଯ୍ୟନ୍ତ ଯେପରି ନ ମରେ, ଏଥିପାଇଁ ସେହି ନଗରମାନ ପ୍ରତିହନ୍ତାଠାରୁ ତୁମ୍ଭମାନଙ୍କ ପ୍ରତି ଆଶ୍ରୟ ସ୍ଥାନ ହେବ;
13 あなたがたが与える町々のうち、六つをのがれの町としなければならない。
ଏହିରୂପେ ତୁମ୍ଭେମାନେ ଯେଉଁ ଯେଉଁ ନଗର ଦେବ, ତାହା ତୁମ୍ଭମାନଙ୍କ ନିମନ୍ତେ ଛଅ ଆଶ୍ରୟ ନଗର ହେବ।
14 すなわちヨルダンのかなたで三つの町を与え、カナンの地で三つの町を与えて、のがれの町としなければならない。
ତୁମ୍ଭେମାନେ ଯର୍ଦ୍ଦନର ପୂର୍ବପାରିରେ ତିନି ନଗର ଦେବ ଓ କିଣାନ ଦେଶ ମଧ୍ୟରେ ତିନି ନଗର ଦେବ; ତାହାସବୁ ଆଶ୍ରୟ ନଗର ହେବ।
15 これらの六つの町は、イスラエルの人々と、他国の人および寄留者のために、のがれの場所としなければならない。すべてあやまって人を殺した者が、そこにのがれるためである。
ଇସ୍ରାଏଲ ସନ୍ତାନମାନଙ୍କ ନିମନ୍ତେ ଓ ସେମାନଙ୍କ ମଧ୍ୟରେ ବିଦେଶୀ ଓ ପ୍ରବାସୀ ନିମନ୍ତେ ସେହି ଛଅ ନଗର ଆଶ୍ରୟ ସ୍ଥାନ ହେବ; ତହିଁରେ ଯେଉଁ ପ୍ରତ୍ୟେକ ଜନ ଭ୍ରାନ୍ତିରେ କୌଣସି ମନୁଷ୍ୟକୁ ବଧ କରେ, ସେ ସେହି ସ୍ଥାନକୁ ପଳାଇ ଯାଇପାରେ।
16 もし人が鉄の器で、人を打って死なせたならば、その人は故殺人である。故殺人は必ず殺されなければならない。
ମାତ୍ର ଯଦି କେହି ଲୌହ ଅସ୍ତ୍ର ଦ୍ୱାରା କାହାରିକୁ ଏପରି ଆଘାତ କରେ ଯେ, ତହିଁରେ ସେ ମରେ, ତେବେ ସେ ନରହତ୍ୟାକାରୀ; ସେହି ନରହତ୍ୟାକାରୀର ଅବଶ୍ୟ ପ୍ରାଣଦଣ୍ଡ ହେବ।
17 またもし人を殺せるほどの石を取って、人を打って死なせたならば、その人は故殺人である。故殺人は必ず殺されなければならない。
ଆଉ ଯାହା ଦ୍ୱାରା ମନୁଷ୍ୟ ମରିପାରେ, ଏପରି ପଥର ହସ୍ତରେ ନେଇ ଯଦି ସେ କାହାକୁ ଆଘାତ କରେ ଓ ତହିଁରେ ସେ ମରେ, ତେବେ ସେ ନରହତ୍ୟାକାରୀ; ସେହି ନରହତ୍ୟାକାରୀର ଅବଶ୍ୟ ପ୍ରାଣଦଣ୍ଡ ହେବ।
18 あるいは人を殺せるほどの木の器を取って、人を打って死なせたならば、その人は故殺人である。故殺人は必ず殺されなければならない。
ଅବା ଯାହା ଦ୍ୱାରା ମନୁଷ୍ୟ ମରିପାରେ, ଏପରି କୌଣସି କାଷ୍ଠ-ଅସ୍ତ୍ର ହସ୍ତରେ ନେଇ ଯଦି ସେ କାହାକୁ ଆଘାତ କରେ ଓ ତହିଁରେ ସେ ମରେ, ତେବେ ସେ ନରହତ୍ୟାକାରୀ; ସେହି ନରହତ୍ୟାକାରୀର ଅବଶ୍ୟ ପ୍ରାଣଦଣ୍ଡ ହେବ।
19 血の復讐をする者は、自分でその故殺人を殺すことができる。すなわち彼に出会うとき、彼を殺すことができる。
ରକ୍ତର ପ୍ରତିହନ୍ତା ନିଜେ ସେହି ନରହତ୍ୟାକାରୀକୁ ବଧ କରିବ; ସେ ତାହାର ଦେଖା ପାଇଲେ ତାହାକୁ ବଧ କରିବ।
20 またもし恨みのために人を突き、あるいは故意に人に物を投げつけて死なせ、
ଆଉ ଯଦି ହିଂସା କରି କେହି କାହାକୁ ଧକ୍କା ମାରେ, ଅବା ଛକି ବସି ତାହା ଉପରେ କିଛି ପକାଏ ଓ ତହିଁରେ ସେ ମରେ;
21 あるいは恨みによって手で人を打って死なせたならば、その打った者は必ず殺されなければならない。彼は故殺人だからである。血の復讐をする者は、その故殺人に出会うとき殺すことができる。
କିଅବା ଶତ୍ରୁତା କରି ଯଦି ସେ କାହାକୁ ଆପଣା ହସ୍ତରେ ଆଘାତ କରେ ଓ ତହିଁରେ ସେ ମରେ, ତେବେ ଯେ ତାହାକୁ ଆଘାତ କଲା, ତାହାର ଅବଶ୍ୟ ପ୍ରାଣଦଣ୍ଡ ହେବ; ସେ ନରହତ୍ୟାକାରୀ ରକ୍ତର ପ୍ରତିହନ୍ତା ସେହି ନରହତ୍ୟାକାରୀର ଦେଖା ପାଇଲେ ତାହାକୁ ବଧ କରିବ।
22 しかし、もし恨みもないのに思わず人を突き、または、なにごころなく人に物を投げつけ、
ମାତ୍ର ଯଦି କେହି ଶତ୍ରୁତା ବିନା ହଠାତ୍‍ କାହାକୁ ଆଘାତ କରେ, ଅବା ଛକି ନ ବସି କାହା ଉପରେ କୌଣସି ଅସ୍ତ୍ର ପକାଏ,
23 あるいは人のいるのも見ずに、人を殺せるほどの石を投げつけて死なせた場合、その人がその敵でもなく、また害を加えようとしたのでもない時は、
କିଅବା ଯାହା ଦ୍ୱାରା ମନୁଷ୍ୟ ମରିପାରେ, ଏପରି କୌଣସି ପଥର କାହାରି ଉପରେ ନ ଦେଖି ପକାଏ ଓ ତହିଁରେ ସେ ମରେ, ଅଥଚ ସେ ତାହାର ଶତ୍ରୁ କି ଅନିଷ୍ଟ ଚେଷ୍ଟାକାରୀ ହୋଇ ନ ଥାଏ,
24 会衆はこれらのおきてによって、その人を殺した者と、血の復讐をする者との間をさばかなければならない。
ତେବେ ମଣ୍ଡଳୀ ସେହି ବଧକାରୀର ଓ ରକ୍ତର ପ୍ରତିହନ୍ତାର ବିଷୟ ଏହି ଶାସନାନୁସାରେ ବିଚାର କରିବେ।
25 すなわち会衆はその人を殺した者を血の復讐をする者の手から救い出して、逃げて行ったのがれの町に返さなければならない。その者は聖なる油を注がれた大祭司の死ぬまで、そこにいなければならない。
ଆଉ ମଣ୍ଡଳୀ ରକ୍ତର ପ୍ରତିହନ୍ତାର ହସ୍ତରୁ ସେହି ନରହତ୍ୟାକାରୀକୁ ଉଦ୍ଧାର କରିବେ; ପୁଣି, ସେ ଯେଉଁ ସ୍ଥାନକୁ ପଳାଇ ଯାଇଥିଲା, ସେହି ଆଶ୍ରୟ ନଗରରେ ମଣ୍ଡଳୀ ପୁନର୍ବାର ତାହାକୁ ପହୁଞ୍ଚାଇ ଦେବେ ଓ ଯେପର୍ଯ୍ୟନ୍ତ ପବିତ୍ର ତୈଳରେ ଅଭିଷିକ୍ତ ମହାଯାଜକର ମୃତ୍ୟୁୁ ନ ହୁଏ, ସେ ପର୍ଯ୍ୟନ୍ତ ସେ ସେହି ସ୍ଥାନରେ ବାସ କରିବ।
26 しかし、もし人を殺した者が、その逃げて行ったのがれの町の境を出た場合、
ମାତ୍ର ସେହି ନରହତ୍ୟାକାରୀ ଯେଉଁ ଆଶ୍ରୟ ନଗରକୁ ପଳାଇଅଛି, ଯଦି କୌଣସି ସମୟରେ ସେ ତହିଁର ସୀମାର ବାହାରକୁ ଯାଏ
27 血の復讐をする者は、のがれの町の境の外で、これに出会い、血の復讐をする者が、その人を殺した者を殺しても、彼には血を流した罪はない。
ଓ ରକ୍ତର ପ୍ରତିହନ୍ତା ଆଶ୍ରୟ ନଗର-ସୀମାର ବାହାରେ ତାହାକୁ ପାଏ ଓ ତହିଁର ପ୍ରତିହନ୍ତା ତାହାକୁ ବଧ କରେ, ତେବେ ସେ ରକ୍ତପାତର ଅପରାଧୀ ହେବ ନାହିଁ।
28 彼は大祭司の死ぬまで、そののがれの町におるべきものだからである。大祭司の死んだ後は、人を殺した者は自分の所有の地にかえることができる。
କାରଣ ମହାଯାଜକର ମୃତ୍ୟୁୁ ପର୍ଯ୍ୟନ୍ତ ଆପଣା ଆଶ୍ରୟ ନଗରରେ ତାହାର ଥିବା ଉଚିତ; ମାତ୍ର ମହାଯାଜକର ମୃତ୍ୟୁୁ ହେଲା ଉତ୍ତାରେ ସେହି ନରହତ୍ୟାକାରୀ ଆପଣା ଅଧିକାର ଗୃହକୁ ଫେରିଯାଇ ପାରିବ।
29 これらのことはすべてあなたがたの住む所で、代々あなたがたのためのおきての定めとしなければならない。
ଆଉ ତୁମ୍ଭମାନଙ୍କର ପୁରୁଷାନୁକ୍ରମେ ସକଳ ନିବାସ ସ୍ଥାନରେ ଏହିସବୁ ତୁମ୍ଭମାନଙ୍କ ବିଚାରର ବିଧି ହେବ।
30 人を殺した者、すなわち故殺人はすべて証人の証言にしたがって殺されなければならない。しかし、だれもただひとりの証言によって殺されることはない。
ଯେଉଁ ବ୍ୟକ୍ତି କୌଣସି ଲୋକକୁ ବଧ କରେ, ସେହି ନରହତ୍ୟାକାରୀ ସାକ୍ଷୀମାନଙ୍କ ସାକ୍ଷ୍ୟ ଦ୍ୱାରା ହତ ହେବ; ମାତ୍ର ଏକ ସାକ୍ଷୀର ସାକ୍ଷ୍ୟ କୌଣସି ଲୋକର ପ୍ରତିକୂଳରେ ପ୍ରାଣଦଣ୍ଡ ନିମନ୍ତେ ଗ୍ରାହ୍ୟ ହେବ ନାହିଁ।
31 あなたがたは死に当る罪を犯した故殺人の命のあがないしろを取ってはならない。彼は必ず殺されなければならない。
ଆହୁରି ପ୍ରାଣଦଣ୍ଡ ଯୋଗ୍ୟ ନରହତ୍ୟାକାରୀର ପ୍ରାଣ ନିମନ୍ତେ କୌଣସି ପ୍ରାୟଶ୍ଚିତ୍ତ ଗ୍ରହଣ କରିବ ନାହିଁ; ମାତ୍ର ସେ ଅବଶ୍ୟ ହତ ହେବ।
32 また、のがれの町にのがれた者のために、あがないしろを取って大祭司の死ぬ前に彼を自分の地に帰り住まわせてはならない。
ପୁଣି, କେହି ଯେପରି ଆପଣା ଆଶ୍ରୟ ନଗରକୁ ପଳାଇ ପୁନର୍ବାର ଆପଣା ଦେଶକୁ ଆସି ବାସ କରେ, ଏଥିପାଇଁ ତୁମ୍ଭେମାନେ ଯାଜକର ମରଣ ପର୍ଯ୍ୟନ୍ତ ତାହା ନିମନ୍ତେ କୌଣସି ପ୍ରାୟଶ୍ଚିତ୍ତ ଗ୍ରହଣ କରିବ ନାହିଁ।
33 あなたがたはそのおる所の地を汚してはならない。流血は地を汚すからである。地の上に流された血は、それを流した者の血によらなければあがなうことができない。
ଏହିରୂପେ ତୁମ୍ଭେମାନେ ଆପଣାମାନଙ୍କ ନିବାସ ଦେଶ ଅପବିତ୍ର କରିବ ନାହିଁ; କାରଣ ରକ୍ତ ହିଁ ଦେଶକୁ ଅପବିତ୍ର କରେ; ଆଉ ଦେଶରେ ଯେଉଁ ରକ୍ତପାତ ହୁଏ, ରକ୍ତପାତୀର ରକ୍ତ ବିନା ତହିଁ ନିମନ୍ତେ କୌଣସି ପ୍ରାୟଶ୍ଚିତ୍ତ କରାଯାଇ ନ ପାରେ।
34 あなたがたは、その住む所の地、すなわちわたしのおる地を汚してはならない。主なるわたしがイスラエルの人々のうちに住んでいるからである」。
ଏଣୁ ତୁମ୍ଭମାନଙ୍କର ଯେଉଁ ନିବାସ ଦେଶରେ ଆମ୍ଭେ ବାସ କରୁଅଛୁ, ତୁମ୍ଭେ ତାହା ଅଶୁଚି କରିବ ନାହିଁ; କାରଣ ଆମ୍ଭେ ସଦାପ୍ରଭୁ, ଇସ୍ରାଏଲ-ସନ୍ତାନଗଣଙ୍କ ମଧ୍ୟରେ ବାସ କରୁଅଛୁ।’”

< 民数記 35 >