< イザヤ書 8 >
1 主はわたしに言われた、「一枚の大きな札を取って、その上に普通の文字で、『マヘル・シャラル・ハシ・バズ』と書きなさい」。
ପୁଣି, ସଦାପ୍ରଭୁ ମୋତେ କହିଲେ, “ତୁମ୍ଭେ ଏକ ଖଣ୍ଡ ବୃହତ ଫଳକ ନେଇ ପ୍ରଚଳିତ ଅକ୍ଷରରେ ତହିଁ ଉପରେ ଏହି କଥା ଲେଖ, ମହେର-ଶାଲଲହାଶ୍-ବସ୍ (ଲୁଟିତ ଶୀଘ୍ର ଆସୁଅଛି, ଲୁଟିତ ଦ୍ରବ୍ୟ ଶୀଘ୍ର ଗମନ କରୁଅଛି)”
2 そこで、わたしは確かな証人として、祭司ウリヤおよびエベレキヤの子ゼカリヤを立てた。
ଆଉ, ମୁଁ ପ୍ରମାଣର ନିମନ୍ତେ ଊରୀୟ ଯାଜକ ଓ ଯିବୋରିଖୀୟର ପୁତ୍ର ଜିଖରୀୟକୁ ଆପଣାର ବିଶ୍ୱସ୍ତ ସାକ୍ଷୀ କରିବି।
3 わたしが預言者の妻に近づくと、彼女はみごもって男の子を産んだ。その時、主はわたしに言われた、「その名をマヘル・シャラル・ハシ・バズと呼びなさい。
ଏଥିଉତ୍ତାରେ ମୁଁ ଭବିଷ୍ୟଦ୍ବକ୍ତ୍ରୀ ସହ ଶୟନ କରନ୍ତେ, ସେ ଗର୍ଭବତୀ ହୋଇ ଏକ ପୁତ୍ର ପ୍ରସବ କଲା। ତେବେ ସଦାପ୍ରଭୁ ମୋତେ କହିଲେ, “ତାହାର ନାମ ମହେର-ଶାଲଲହାଶ୍-ବସ୍ ରଖ।
4 それはこの子がまだ『おとうさん、おかあさん』と呼ぶことを知らないうちに、ダマスコの富と、サマリヤのぶんどり品とが、アッスリヤ王の前に奪い去られるからである」。
କାରଣ ବାଳକ ମୋହର ପିତା ଓ ମୋହର ମାତା ବୋଲି ଡାକିବା ପାଇଁ ଜ୍ଞାନ ପାଇବା ପୂର୍ବେ ଦମ୍ମେଶକ ଧନ ଓ ଶମରୀୟାର ଲୁଟିତ ଅଶୂର ରାଜାର ଆଗେ ଆଗେ ବହି ନିଆଯିବ।”
ଏଥିଉତ୍ତାରେ ସଦାପ୍ରଭୁ ମୋତେ ପୁନର୍ବାର କହିଲେ,
6 「この民はゆるやかに流れるシロアの水を捨てて、レヂンとレマリヤの子の前に恐れくじける。
“ଏହି ଲୋକମାନେ ଶୀଲୋହର ମନ୍ଦଗାମୀ ସ୍ରୋତ ଅଗ୍ରାହ୍ୟ କରି ରତ୍ସୀନ ଓ ରମଲୀୟର ପୁତ୍ରଠାରେ ଆନନ୍ଦ କରୁଅଛନ୍ତି;
7 それゆえ見よ、主は勢いたけく、みなぎりわたる大川の水を彼らにむかってせき入れられる。これはアッスリヤの王と、そのもろもろの威勢とであって、そのすべての支流にはびこり、すべての岸を越え、
ଏହେତୁ ଦେଖ, ପ୍ରଭୁ ଏବେ ନଦୀର ପ୍ରବଳ, ଅପାର ଜଳ ସ୍ୱରୂପ ଅଶୂରର ରାଜାକୁ ଓ ତାହାର ସମସ୍ତ ପ୍ରତାପକୁ ସେମାନଙ୍କ ଉପରେ ଆଣୁଅଛନ୍ତି; ତହୁଁ ସେ ଆପଣାର ସମସ୍ତ ଜଳପ୍ରଣାଳୀ ଉପରେ ବଢ଼ି ଆପଣାର ବନ୍ଧ ଉପର ଦେଇ ଚାଲିଯିବ;
8 ユダに流れ入り、あふれみなぎって、首にまで及ぶ。インマヌエルよ、その広げた翼はあまねく、あなたの国に満ちわたる」。
ଆଉ, ସେ ପ୍ରବଳ ରୂପେ ଆଗକୁ ବଢ଼ି ଯିହୁଦା ପର୍ଯ୍ୟନ୍ତ ଯିବ; ସେ ଉଚ୍ଛୁଳି ଉଠି ବ୍ୟାପି ଯିବ; ସେ କଣ୍ଠସରିକି ଉଠିବ; ପୁଣି, ହେ ଇମ୍ମାନୁୟେଲ, ତାହାର ପକ୍ଷର ବିସ୍ତୃତି ଦ୍ୱାରା ତୁମ୍ଭ ଦେଶର ପ୍ରସ୍ଥ ବ୍ୟାପ୍ତ ହେବ।”
9 もろもろの民よ、打ち破られて、驚きあわてよ。遠き国々のものよ、耳を傾けよ。腰に帯して、驚きあわてよ。腰に帯して、驚きあわてよ。
ହେ ଗୋଷ୍ଠୀସମୂହ, ତୁମ୍ଭେମାନେ କୋଳାହଳ କର, ମଧ୍ୟ ତୁମ୍ଭେମାନେ ଭଗ୍ନ ହେବ; ପୁଣି, ହେ ଦୂରଦେଶୀୟ ଲୋକ ସମସ୍ତେ, ତୁମ୍ଭେମାନେ କର୍ଣ୍ଣପାତ କର; ତୁମ୍ଭେମାନେ କଟିବନ୍ଧନ କର, ମଧ୍ୟ ଭଗ୍ନ ହେବ।
10 ともに計れ、しかし、成らない。言葉を出せ、しかし、行われない。神がわれわれと共におられるからである。
ଏକତ୍ର ମନ୍ତ୍ରଣା କର, ମଧ୍ୟ ତାହା ନିଷ୍ଫଳ ହେବ; କଥା କୁହ, ମଧ୍ୟ ତାହା ସ୍ଥିର ହେବ ନାହିଁ; ଯେହେତୁ ପରମେଶ୍ୱର ଆମ୍ଭମାନଙ୍କ ସହିତ ଅଛନ୍ତି।
11 主は強いみ手をもって、わたしを捕え、わたしに語り、この民の道に歩まないように、さとして言われた、
କାରଣ ସଦାପ୍ରଭୁ ପ୍ରବଳ ହସ୍ତରେ ଧରି ମୋତେ ଏହିପରି କହିଲେ ଓ ମୁଁ ଯେପରି ଏହି ଲୋକମାନଙ୍କ ପଥରେ ଗମନ ନ କରିବି, ଏଥିପାଇଁ ମୋତେ ଆଦେଶ ଦେଇ କହିଲେ,
12 「この民がすべて陰謀ととなえるものを陰謀ととなえてはならない。彼らの恐れるものを恐れてはならない。またおののいてはならない。
ଏହି ଲୋକମାନେ ଯେଉଁସବୁ ବିଷୟକୁ ଚକ୍ରାନ୍ତ ବୋଲି କହିବେ; “ତୁମ୍ଭେମାନେ ସେହି ସବୁକୁ ଚକ୍ରାନ୍ତ ବୋଲି କୁହ ନାହିଁ; କିଅବା ସେମାନଙ୍କର ଭୟ ବିଷୟକୁ ତୁମ୍ଭେମାନେ ଭୟ କର ନାହିଁ, ଅବା ତହିଁ ବିଷୟରେ ତ୍ରାସଯୁକ୍ତ ହୁଅ ନାହିଁ।
13 あなたがたは、ただ万軍の主を聖として、彼をかしこみ、彼を恐れなければならない。
ସୈନ୍ୟାଧିପତି ସଦାପ୍ରଭୁଙ୍କୁ ହିଁ ତୁମ୍ଭେମାନେ ପବିତ୍ର ରୂପେ ମାନ୍ୟ କରିବ, ପୁଣି, ସେ ତୁମ୍ଭମାନଙ୍କର ଭୟସ୍ଥାନ ହେଉନ୍ତୁ ଓ ସେ ତୁମ୍ଭମାନଙ୍କର ତ୍ରାସଭୂମି ହେଉନ୍ତୁ।
14 主はイスラエルの二つの家には聖所となり、またさまたげの石、つまずきの岩となり、エルサレムの住民には網となり、わなとなる。
ତହିଁରେ ସେ ପବିତ୍ର ଆଶ୍ରୟ ସ୍ୱରୂପ ହେବେ, ମାତ୍ର ଇସ୍ରାଏଲର ଉଭୟ ବଂଶ ପ୍ରତି ବିଘ୍ନଜନକ ପ୍ରସ୍ତର ଓ ବାଧାଜନକ ପାଷାଣ ହେବେ, ଯିରୂଶାଲମ ନିବାସୀମାନଙ୍କ ପ୍ରତି ଫାଶ ଓ ଫାନ୍ଦ ସ୍ୱରୂପ ହେବେ।
15 多くの者はこれにつまずき、かつ倒れ、破られ、わなにかけられ、捕えられる」。
ଆଉ, ଅନେକ ଲୋକ ତଦ୍ଦ୍ୱାରା ବିଘ୍ନ ପାଇ ପତିତ ଓ ଭଗ୍ନ ହେବେ ଓ ଫାନ୍ଦରେ ପଡ଼ି ଧରାଯିବେ।”
16 わたしは、あかしを一つにまとめ、教をわが弟子たちのうちに封じておこう。
ତୁମ୍ଭେ ଏହି ପ୍ରମାଣ-ବାକ୍ୟ ବାନ୍ଧ, ମୋʼ ଶିଷ୍ୟମାନଙ୍କ ମଧ୍ୟରେ ବ୍ୟବସ୍ଥା ମୁଦ୍ରାଙ୍କିତ କର।
17 主はいま、ヤコブの家に、み顔をかくしておられるとはいえ、わたしはその主を待ち、主を望みまつる。
ପୁଣି, ଯେ ଯାକୁବ-ବଂଶଠାରୁ ଆପଣା ମୁଖ ଆଚ୍ଛାଦନ କରନ୍ତି, ମୁଁ ସେହି ସଦାପ୍ରଭୁଙ୍କର ଅପେକ୍ଷା କରିବି ଓ ତାହାଙ୍କ ପାଇଁ ଅନାଇ ରହିବି।
18 見よ、わたしと、主のわたしに賜わった子たちとは、シオンの山にいます万軍の主から与えられたイスラエルのしるしであり、前ぶれである。
ଦେଖ, ମୁଁ ଓ ସଦାପ୍ରଭୁଙ୍କ ଦ୍ୱାରା ମୋତେ ଦତ୍ତ ସନ୍ତାନଗଣ ସିୟୋନ ପର୍ବତ ନିବାସୀ ସୈନ୍ୟାଧିପତି ସଦାପ୍ରଭୁଙ୍କଠାରୁ ଇସ୍ରାଏଲ ମଧ୍ୟରେ ଚିହ୍ନ ଓ ଅଦ୍ଭୁତ ଲକ୍ଷଣ ସ୍ୱରୂପ ଅଟୁ।
19 人々があなたがたにむかって「さえずるように、ささやくように語る巫子および魔術者に求めよ」という時、民は自分たちの神に求むべきではないか。生ける者のために死んだ者に求めるであろうか。
ପୁଣି, ଯେତେବେଳେ ସେମାନେ ତୁମ୍ଭମାନଙ୍କୁ କହିବେ, “ଯେଉଁ ଭୂତୁଡ଼ିଆ ଓ ଗୁଣିଆମାନେ ଗଣ ଗଣ ଓ ଫୁସ୍ ଫୁସ୍ କରି କହନ୍ତି,” ସେମାନଙ୍କର ଅନ୍ଵେଷଣ କର; (ତୁମ୍ଭେମାନେ କୁହ) “ଲୋକମାନେ କʼଣ ଆପଣାମାନଙ୍କ ପରମେଶ୍ୱରଙ୍କ ଅନ୍ଵେଷଣ କରିବେ ନାହିଁ? ସେମାନେ କʼଣ ଜୀବିତମାନଙ୍କ ସପକ୍ଷରେ ମୃତମାନଙ୍କର ଅନ୍ଵେଷଣ କରିବେ?”
20 ただ教とあかしとに求めよ。まことに彼らはこの言葉によって語るが、そこには夜明けがない。
ବ୍ୟବସ୍ଥା ଓ ପ୍ରମାଣ-ବାକ୍ୟରେ ଅନ୍ଵେଷଣ କର। ଯଦି ସେମାନେ ଏହି ବାକ୍ୟାନୁସାରେ କଥା ନ କହନ୍ତି, ତେବେ ନିଶ୍ଚୟ ସେମାନଙ୍କ ନିମନ୍ତେ ଅରୁଣୋଦୟ ନାହିଁ।
21 彼らはしえたげられ、飢えて国の中を経あるく。その飢えるとき怒りを放ち、自分たちの王、自分たちの神をのろい、かつその顔を天に向ける。
ପୁଣି, ସେମାନେ ଅତି କଠିନ ଓ କ୍ଷୁଧିତ ହୋଇ ଦେଶ ମଧ୍ୟଦେଇ ଗମନ କରିବେ, ଆଉ କ୍ଷୁଧିତ ହେଲେ, ସେମାନେ ବିରକ୍ତ ହୋଇ ଆପଣାମାନଙ୍କ ରାଜାଙ୍କ ଦ୍ୱାରା ଓ ଆପଣାମାନଙ୍କ ପରମେଶ୍ୱରଙ୍କ ଦ୍ୱାରା ଅଭିଶାପ ଦେଇ ଊର୍ଦ୍ଧ୍ୱ ଆଡ଼କୁ ଆପଣା ଆପଣା ମୁଖ କରିବେ;
22 また地を見ると、見よ、悩みと暗きと、苦しみのやみとがあり、彼らは暗黒に追いやられる。
ପୁଣି, ସେମାନେ ଭୂମି ଆଡ଼େ ନିରୀକ୍ଷଣ କରିବେ, ଆଉ ଦେଖ, ସଙ୍କଟ ଓ ଅନ୍ଧକାର, ଯାତନାରୂପ ତିମିର; ପୁଣି, ସେମାନେ ନିବିଡ଼ ଅନ୍ଧକାରକୁ ତାଡ଼ିତ ହେବେ।