< 出エジプト記 31 >

1 主はモーセに言われた、
ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ ଏହି କଥା କହିଲେ,
2 「見よ、わたしはユダの部族に属するホルの子なるウリの子ベザレルを名ざして召し、
“ଦେଖ, ଆମ୍ଭେ ଯିହୁଦା ବଂଶୀୟ ହୂରର ପୌତ୍ର ଊରିର ପୁତ୍ର ବତ୍ସଲେଲକୁ ନାମ ଧରି ଆହ୍ୱାନ କରିଅଛୁ
3 これに神の霊を満たして、知恵と悟りと知識と諸種の工作に長ぜしめ、
ପୁଣି, ଶିଳ୍ପକର୍ମ, ଅର୍ଥାତ୍‍, ସ୍ୱର୍ଣ୍ଣ, ରୌପ୍ୟ ଓ ପିତ୍ତଳରେ ଖୋଦନ ଓ ଖଚନାର୍ଥକ ମଣି-କର୍ତ୍ତନ ଓ କାଷ୍ଠ ଖୋଦନ ପ୍ରଭୃତି
4 工夫を凝らして金、銀、青銅の細工をさせ、
ସର୍ବପ୍ରକାର ଶିଳ୍ପକର୍ମ କରଣାର୍ଥେ
5 また宝石を切りはめ、木を彫刻するなど、諸種の工作をさせるであろう。
ତାହାକୁ ଜ୍ଞାନ, ବୃଦ୍ଧି, ବିଦ୍ୟା ଓ କର୍ମନୈପୁଣ୍ୟ-ଦାୟକ ପରମେଶ୍ୱରଙ୍କ ଆତ୍ମାରେ ପରିପୂର୍ଣ୍ଣ କରିଅଛୁ।
6 見よ、わたしはまたダンの部族に属するアヒサマクの子アホリアブを彼と共ならせ、そしてすべて賢い者の心に知恵を授け、わたしがあなたに命じたものを、ことごとく彼らに造らせるであろう。
ଆଉ ଦେଖ, ଆମ୍ଭେ ଦାନ୍ ବଂଶଜାତ ଅହୀଷାମକର ପୁତ୍ର ଅହଲୀୟାବକୁ ତାହାର ସହକାରୀ ହେବା ପାଇଁ ନିଯୁକ୍ତ କରିଅଛୁ; ପୁଣି, ସମସ୍ତ ବିଜ୍ଞମନା ଲୋକମାନଙ୍କ ହୃଦୟରେ ଜ୍ଞାନ ଦେଇଅଛୁ; ଏଣୁ ଆମ୍ଭେ ତୁମ୍ଭକୁ ଯେସମସ୍ତ ଆଜ୍ଞା ଦେଇଅଛୁ, ତାହାସବୁ ସେମାନେ ନିର୍ମାଣ କରି ପାରିବେ।
7 すなわち会見の幕屋、あかしの箱、その上にある贖罪所、幕屋のもろもろの器、
ଅର୍ଥାତ୍‍, ସମାଗମ-ତମ୍ବୁ ଓ ସାକ୍ଷ୍ୟ-ସିନ୍ଦୁକ ଓ ତହିଁର ଉପରିସ୍ଥ ପାପାଚ୍ଛାଦନ ଓ ତମ୍ବୁର ସମସ୍ତ ପାତ୍ର,
8 机とその器、純金の燭台と、そのもろもろの器、香の祭壇、
ଆଉ ମେଜ, ତହିଁର ପାତ୍ରାଦି, ନିର୍ମଳ ସ୍ୱର୍ଣ୍ଣ ଦୀପବୃକ୍ଷ, ତହିଁର ସମସ୍ତ ପାତ୍ର, ଧୂପବେଦି,
9 燔祭の祭壇とそのもろもろの器、洗盤とその台、
ହୋମବେଦି, ତହିଁର ସମସ୍ତ ପାତ୍ର, ପ୍ରକ୍ଷାଳନ-ପାତ୍ର ଓ ତହିଁର ବୈଠିକି,
10 編物の服、すなわち祭司の務をするための祭司アロンの聖なる服、およびその子たちの服、
ପୁଣି, ସୁଶୋଭିତ ବସ୍ତ୍ର, ଯାଜକ କର୍ମ କରଣାର୍ଥେ ହାରୋଣ ଯାଜକର ପବିତ୍ର ବସ୍ତ୍ର ଓ ତାହାର ପୁତ୍ରଗଣର ବସ୍ତ୍ର,
11 注ぎ油、聖所のための香ばしい香などを、すべてわたしがあなたに命じたように造らせるであろう」。
ପୁଣି, ଅଭିଷେକାର୍ଥକ ତୈଳ ଓ ପବିତ୍ର ସ୍ଥାନ ନିମନ୍ତେ ସୁଗନ୍ଧି ଧୂପ, ଏହି ଯେଉଁ ସମସ୍ତ ଆଜ୍ଞା ଆମ୍ଭେ ତୁମ୍ଭକୁ ଦେଇଅଛୁ, ତଦନୁସାରେ ସେମାନେ କରିବେ।”
12 主はまたモーセに言われた、
ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ,
13 「あなたはイスラエルの人々に言いなさい、『あなたがたは必ずわたしの安息日を守らなければならない。これはわたしとあなたがたとの間の、代々にわたるしるしであって、わたしがあなたがたを聖別する主であることを、知らせるためのものである。
“ତୁମ୍ଭେ ଆହୁରି ଇସ୍ରାଏଲ-ସନ୍ତାନଗଣକୁ ଏହି କଥା କୁହ, ‘ନିଶ୍ଚୟ ତୁମ୍ଭେମାନେ ଆମ୍ଭର ବିଶ୍ରାମବାର ପାଳନ କରିବ; ଯେହେତୁ ଆମ୍ଭେ ଯେ ତୁମ୍ଭମାନଙ୍କର ପବିତ୍ରକାରୀ ସଦାପ୍ରଭୁ, ଏହା ଯେପରି ତୁମ୍ଭେମାନେ ଜାଣିବ, ଏଥିପାଇଁ ତୁମ୍ଭମାନଙ୍କ ପୁରୁଷାନୁକ୍ରମେ ଆମ୍ଭ ଓ ତୁମ୍ଭମାନଙ୍କ ମଧ୍ୟରେ ତାହା ଏକ ଚିହ୍ନ ହେବ।
14 それゆえ、あなたがたは安息日を守らなければならない。これはあなたがたに聖なる日である。すべてこれを汚す者は必ず殺され、すべてこの日に仕事をする者は、民のうちから断たれるであろう。
ଏଣୁ ତୁମ୍ଭେମାନେ ବିଶ୍ରାମବାର ପାଳନ କରିବ; କାରଣ ତାହା ତୁମ୍ଭମାନଙ୍କ ପ୍ରତି ପବିତ୍ର ଅଟେ; ଯେକେହି ତାହା ଅପବିତ୍ର କରେ, ନିଶ୍ଚୟ ତାହାର ପ୍ରାଣଦଣ୍ଡ ହେବ; ପୁଣି, ଯେକୌଣସି ବ୍ୟକ୍ତି ସେହି ଦିନରେ କାର୍ଯ୍ୟ କରିବ, ସେ ଆପଣା ଲୋକମାନଙ୍କ ମଧ୍ୟରୁ ଉଚ୍ଛିନ୍ନ ହେବ।
15 六日のあいだは仕事をしなさい。七日目は全き休みの安息日で、主のために聖である。すべて安息日に仕事をする者は必ず殺されるであろう。
ଛଅ ଦିନ ପର୍ଯ୍ୟନ୍ତ କାର୍ଯ୍ୟ କରାଯିବ, ମାତ୍ର ସପ୍ତମ ଦିନ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର ମହା ବିଶ୍ରାମବାର ଅଟେ; ସେହି ବିଶ୍ରାମବାରରେ ଯେକେହି କାର୍ଯ୍ୟ କରେ, ନିଶ୍ଚୟ ତାହାର ପ୍ରାଣଦଣ୍ଡ ହେବ।
16 ゆえに、イスラエルの人々は安息日を覚え、永遠の契約として、代々安息日を守らなければならない。
ଏହେତୁ ଇସ୍ରାଏଲ-ସନ୍ତାନଗଣ ଅନନ୍ତକାଳୀନ ନିୟମ ରୂପେ ପୁରୁଷାନୁକ୍ରମେ ମାନ୍ୟ କରିବା ପାଇଁ ବିଶ୍ରାମବାର ପାଳନ କରିବେ।
17 これは永遠にわたしとイスラエルの人々との間のしるしである。それは主が六日のあいだに天地を造り、七日目に休み、かつ、いこわれたからである』」。
ତାହା ଆମ୍ଭ ଓ ଇସ୍ରାଏଲ-ସନ୍ତାନଗଣ ମଧ୍ୟରେ ଗୋଟିଏ ଅନନ୍ତକାଳୀନ ଚିହ୍ନ ହେବ, କାରଣ ସଦାପ୍ରଭୁ ଛଅ ଦିନରେ ଆକାଶମଣ୍ଡଳ ଓ ପୃଥିବୀ ନିର୍ମାଣ କରି ସପ୍ତମ ଦିନରେ ବିଶ୍ରାମ କରି ଆଶ୍ୱାସିତ ହୋଇଥିଲେ।’”
18 主はシナイ山でモーセに語り終えられたとき、あかしの板二枚、すなわち神が指をもって書かれた石の板をモーセに授けられた。
ତହୁଁ ସେ ସୀନୟ ପର୍ବତରେ ମୋଶାଙ୍କ ସହିତ କଥା ସମାପ୍ତ କରି ସାକ୍ଷ୍ୟ ସ୍ୱରୂପ ଦୁଇ ପଟା, ଅର୍ଥାତ୍‍, ପରମେଶ୍ୱରଙ୍କ ଅଙ୍ଗୁଳି ଲିଖିତ ଦୁଇ ପ୍ରସ୍ତର ପଟା ତାଙ୍କୁ ଦେଲେ।

< 出エジプト記 31 >