< ダニエル書 4 >

1 ネブカデネザル王は全世界に住む諸民、諸族、諸国語の者に告げる。どうか、あなたがたに平安が増すように。
ସମୁଦାୟ ପୃଥିବୀନିବାସୀ ଯାବତୀୟ ଗୋଷ୍ଠୀ, ଦେଶୀୟ ଓ ଭାଷାବାଦୀ ଲୋକମାନଙ୍କ ପ୍ରତି ନବୂଖଦ୍‍ନିତ୍ସର ରାଜାର (ବିଜ୍ଞାପନ); “ତୁମ୍ଭମାନଙ୍କର ବାହୁଲ୍ୟ ରୂପେ ଶାନ୍ତି ହେଉ।
2 いと高き神はわたしにしるしと奇跡とを行われた。わたしはこれを知らせたいと思う。
ସର୍ବୋପରିସ୍ଥ ପରମେଶ୍ୱର ମୋର ପକ୍ଷରେ ଯେଉଁ ଯେଉଁ ଚିହ୍ନ ଓ ଆଶ୍ଚର୍ଯ୍ୟକ୍ରିୟା ସାଧନ କରିଅଛନ୍ତି, ତାହାସବୁ ପ୍ରଚାର କରିବାକୁ ମୋର ଉଚିତ ବୋଧ ହେଲା।
3 ああ、そのしるしの大いなること、ああ、その奇跡のすばらしいこと、その国は永遠の国、その主権は世々に及ぶ。
ତାହାଙ୍କର ଚିହ୍ନସକଳ କିପରି ମହତ ଓ ତାହାଙ୍କର ଆଶ୍ଚର୍ଯ୍ୟ କ୍ରିୟାସକଳ କିପରି ପ୍ରଭାବିଶିଷ୍ଟ! ତାହାଙ୍କର ରାଜ୍ୟ ଅନନ୍ତକାଳୀନ ରାଜ୍ୟ ଓ ତାହାଙ୍କର କର୍ତ୍ତୃତ୍ୱ ପୁରୁଷାନୁକ୍ରମେ ଥାଏ।
4 われネブカデネザルはわが家に安らかにおり、わが宮にあって栄えていたが、
ମୁଁ ନବୂଖଦ୍‍ନିତ୍ସର ଆପଣା ଗୃହରେ ଶାନ୍ତିରେ ଥିଲି ଓ ଆପଣା ପ୍ରାସାଦରେ ତେଜସ୍ୱୀ ଥିଲି।
5 わたしは一つの夢を見て、そのために恐れた。すなわち床にあって、その事を思いめぐらし、わが脳中の幻のために心を悩ました。
ମୁଁ ଗୋଟିଏ ସ୍ୱପ୍ନ ଦେଖିଲି, ତାହା ମୋତେ ଭୀତ କରାଇଲା ଓ ଶଯ୍ୟା ଉପରେ ମୋର ଚିନ୍ତା ଓ ମନର ଦର୍ଶନ ମୋତେ ଉଦ୍‍ବିଗ୍ନ କଲା।
6 そこでわたしは命令を下し、バビロンの知者をことごとくわが前に召し寄せて、その夢の解き明かしを示させようとした。
ଏହେତୁ ସ୍ୱପ୍ନର ଅର୍ଥ ମୋତେ ଜଣାଇବା ନିମନ୍ତେ ମୁଁ ବାବିଲର ସମସ୍ତ ବିଦ୍ୱାନ୍‍ ଲୋକଙ୍କୁ ମୋʼ ନିକଟକୁ ଆଣିବା ପାଇଁ ଆଜ୍ଞା କଲି;
7 すると、博士、法術士、カルデヤびと、占い師たちがきたので、わたしはその夢を彼らに語ったが、彼らはその解き明かしを示すことができなかった。
ତହିଁରେ ମନ୍ତ୍ରବେତ୍ତା, ଗଣକ, କଲ୍‍ଦୀୟ ଓ ଶୁଭାଶୁଭବାଦୀମାନେ ମୋʼ ନିକଟକୁ ଆସିଲେ; ପୁଣି, ମୁଁ ସେମାନଙ୍କୁ ସ୍ୱପ୍ନ ଜଣାଇଲି; ମାତ୍ର ସେମାନେ ତହିଁର ଅର୍ଥ ମୋତେ କହି ପାରିଲେ ନାହିଁ।
8 最後にダニエルがわたしの前にきた、彼の名はわが神の名にちなんで、ベルテシャザルととなえられ、彼のうちには聖なる神の霊がやどっていたわたしは彼にその夢を語って言った、
ମାତ୍ର ଅବଶେଷରେ ମୋʼ ଦେବତାର ନାମାନୁସାରେ ବେଲ୍‍ଟଶତ୍ସର ନାମବିଶିଷ୍ଟ ଦାନିୟେଲ ମୋʼ ନିକଟକୁ ଆସିଲେ, ତାଙ୍କ ଅନ୍ତରରେ ପବିତ୍ର ଦେବଗଣର ଆତ୍ମା ଅଛନ୍ତି; ପୁଣି, ମୁଁ ତାଙ୍କୁ ସ୍ୱପ୍ନଟି ଜଣାଇ କହିଲି,
9 「博士の長ベルテシャザルよ、わたしは知っている。聖なる神の霊があなたのうちにやどっているから、どんな秘密もあなたにはむずかしいことはない。ここにわたしが見た夢がある。その解き明かしをわたしに告げなさい。
ହେ ମନ୍ତ୍ରବେତ୍ତାଗଣର ଅଧ୍ୟକ୍ଷ ବେଲ୍‍ଟଶତ୍ସର, ମୁଁ ଜାଣେ, ପବିତ୍ର ଦେବଗଣର ଆତ୍ମା ତୁମ୍ଭ ଅନ୍ତରେ ଅଛନ୍ତି ଓ କୌଣସି ନିଗୂଢ଼ ବାକ୍ୟ ତୁମ୍ଭ ପ୍ରତି କଷ୍ଟକର ହୁଏ ନାହିଁ, ଏଥିପାଇଁ ମୁଁ ସ୍ୱପ୍ନରେ ଯେଉଁ ଯେଉଁ ଦର୍ଶନ ପାଇଅଛି, ତାହା ଓ ତହିଁର ଅର୍ଥ ମୋତେ ଜଣାଅ।
10 わたしが床にあって見た脳中の幻はこれである。わたしが見たのに、地の中央に一本の木があって、そのたけが高かったが、
ଶଯ୍ୟା ଉପରେ ମୋʼ ମନର ଦର୍ଶନ ଏହି ପ୍ରକାର ଥିଲା; ମୁଁ ଅନାଇଲି, ଆଉ ଦେଖ, ଭୂମଣ୍ଡଳର ମଧ୍ୟସ୍ଥଳରେ ଏକ ବୃକ୍ଷ ଓ ତାହା ଅତି ଉଚ୍ଚ।
11 その木は成長して強くなり、天に達するほどの高さになって、地の果までも見えわたり、
ସେ ବୃକ୍ଷ ବଢ଼ିଲା ଓ ଦୃଢ଼ ହେଲା ଓ ତହିଁର ଉଚ୍ଚତା ଗଗନ ସ୍ପର୍ଶ କଲା, ପୁଣି ସମୁଦାୟ ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ତାହା ଦୃଶ୍ୟମାନ ଥିଲା।
12 その葉は美しく、その実は豊かで、すべての者がその中から食物を獲、また野の獣はその陰にやどり、空の鳥はその枝にすみ、すべての肉なる者はこれによって養われた。
ତହିଁର ପତ୍ରମାନ ସୁନ୍ଦର ଓ ତହିଁର ଫଳ ଅନେକ ଥିଲା, ଆଉ ତହିଁରେ ସମସ୍ତଙ୍କ ପାଇଁ ଖାଦ୍ୟ ଥିଲା। କ୍ଷେତ୍ରସ୍ଥ ପଶୁଗଣ ତହିଁର ତଳେ ଛାୟା ପାଇଲେ ଓ ଆକାଶସ୍ଥ ପକ୍ଷୀଗଣ ତହିଁର ଶାଖାମାନରେ ବାସ କଲେ ଓ ସମସ୍ତ ପ୍ରାଣୀ ତହିଁରୁ ଖାଦ୍ୟ ପାଇଲେ।
13 わたしが床にあって見た脳中の幻の中に、ひとりの警護者、ひとりの聖者の天から下るのを見たが、
ମୁଁ ଶଯ୍ୟା ଉପରେ ମୋʼ ମନର ଦର୍ଶନକ୍ରମେ ଦେଖିଲି, ଆଉ ଦେଖ, ଏକ ପ୍ରହରୀ ଓ ପବିତ୍ର ପୁରୁଷ ସ୍ୱର୍ଗରୁ ଓହ୍ଲାଇ ଆସିଲେ।
14 彼は声高く呼ばわって、こう言った、『この木を切り倒し、その枝を切りはらい、その葉をゆり落し、その実を打ち散らし、獣をその下から逃げ去らせ、鳥をその枝から飛び去らせよ。
ସେ ଉଚ୍ଚସ୍ୱର କରି ଏହି କଥା କହିଲେ, ‘ଏହି ବୃକ୍ଷକୁ ଛେଦନ କର ଓ ତହିଁର ଶାଖାସବୁ କାଟି ପକାଅ, ତହିଁର ପତ୍ରସବୁ ଝାଡ଼ି ପକାଅ ଓ ଫଳସବୁ ବିଞ୍ଚି ଦିଅ; ତହିଁର ତଳୁ ପଶୁମାନେ, ତହିଁର ଡାଳରୁ ପକ୍ଷୀମାନେ ପଳାଇ ଯାଉନ୍ତୁ।
15 ただしその根の切り株を地に残し、それに鉄と青銅のなわをかけて、野の若草の中におき、天からくだる露にぬれさせ、また地の草の中で、獣と共にその分にあずからせよ。
ତଥାପି ଭୂମିରେ ତାହାର ମୂଳ-ଗଣ୍ଡିକୁ ଲୌହ ଓ ପିତ୍ତଳମୟ ବେଡ଼ିରେ ବାନ୍ଧି କ୍ଷେତ୍ରସ୍ଥ କୋମଳ ତୃଣ ମଧ୍ୟରେ ରଖ ଓ ତାହା ଆକାଶର କାକରରେ ତିନ୍ତୁ, ଆଉ ପଶୁମାନଙ୍କ ସଙ୍ଗେ ପୃଥିବୀର ତୃଣରେ ତାହାର ଅଂଶ ହେଉ;
16 またその心は変って人間の心のようでなく、獣の心が与えられて、七つの時を過ごさせよ。
ତାହାର ମାନବ ହୃଦୟ ପରିବର୍ତ୍ତିତ ହେଉ ଓ ତାହାକୁ ପଶୁର ହୃଦୟ ଦତ୍ତ ହେଉ ଆଉ, ତାହା ଉପରେ ସାତ କାଳ ବହିଯାଉ।
17 この宣言は警護者たちの命令によるもの、この決定は聖者たちの言葉によるもので、いと高き者が、人間の国を治めて、自分の意のままにこれを人に与え、また人のうちの最も卑しい者を、その上に立てられるという事を、すべての者に知らせるためである』と。
ଯେ ସର୍ବୋପରିସ୍ଥ, ସେ ଯେ ମନୁଷ୍ୟଗଣର ରାଜ୍ୟରେ କର୍ତ୍ତୃତ୍ୱ କରନ୍ତି ଓ ଯାହାକୁ ତାହାଙ୍କର ଇଚ୍ଛା, ତାହାକୁ ସେ ତାହା ଦିଅନ୍ତି, ପୁଣି ମନୁଷ୍ୟମାନଙ୍କ ମଧ୍ୟରେ ନୀଚତମ ଲୋକକୁ ତହିଁ ଉପରେ ନିଯୁକ୍ତ କରନ୍ତି, ଜୀବିତ ଲୋକମାନେ ଯେପରି ଏହା ଜାଣିବେ, ଏଥିପାଇଁ ଏହି ବାକ୍ୟ ପ୍ରହରୀଗଣର ଆଦେଶରେ ଓ ଏହି ଦାବୀ ପବିତ୍ରଗଣର ବାକ୍ୟ ଦ୍ୱାରା ହୋଇଅଛି।’
18 われネブカデネザル王はこの夢を見た。ベルテシャザルよ、あなたはその解き明かしをわたしに告げなさい。わが国の知者たちは、いずれもその解き明かしを、わたしに示すことができなかったけれども、あなたにはそれができる。あなたのうちには、聖なる神の霊がやどっているからだ」。
ମୁଁ ରାଜା ନବୂଖଦ୍‍ନିତ୍ସର ଏହି ସ୍ୱପ୍ନ ଦେଖିଅଛି; ଏବେ ହେ ବେଲ୍‍ଟଶତ୍ସର, ତୁମ୍ଭେ ଅର୍ଥ ଜଣାଅ, କାରଣ ମୋʼ ରାଜ୍ୟସ୍ଥ ସମସ୍ତ ବିଦ୍ୱାନ୍‍ ଲୋକ ତହିଁର ଅର୍ଥ ମୋତେ ଜଣାଇବାକୁ ଅକ୍ଷମ ଅଟନ୍ତି; ମାତ୍ର ତୁମ୍ଭେ ସକ୍ଷମ ଅଟ, କାରଣ ତୁମ୍ଭ ଅନ୍ତରେ ପବିତ୍ର ଦେବଗଣର ଆତ୍ମା ଅଛନ୍ତି।”
19 その時、その名をベルテシャザルととなえるダニエルは、しばらくのあいだ驚き、思い悩んだので、王は彼に告げて言った、「ベルテシャザルよ、あなたはこの夢と、その解き明かしのために、悩むには及ばない」。ベルテシャザルは答えて言った、「わが主よ、どうか、この夢は、あなたを憎む者にかかわるように。この解き明かしは、あなたの敵に臨むように。
ତହିଁରେ ବେଲ୍‍ଟଶତ୍ସର ନାମକ ଦାନିୟେଲ କ୍ଷଣକାଳ ଚମତ୍କୃତ ହୋଇ ରହିଲେ ଓ ତାଙ୍କର ଭାବନା ତାଙ୍କୁ ବ୍ୟାକୁଳିତ କଲା। ରାଜା ଉତ୍ତର କରି କହିଲା, “ହେ ବେଲ୍‍ଟଶତ୍ସର, ସେହି ସ୍ୱପ୍ନ ଅବା ତହିଁର ଅର୍ଥ ତୁମ୍ଭଙ୍କୁ ବ୍ୟାକୁଳିତ ନ କରୁ।” ବେଲ୍‍ଟଶତ୍ସର ଉତ୍ତର କରି କହିଲେ, “ହେ ମୋର ପ୍ରଭୁ, ଯେଉଁମାନେ ଆପଣଙ୍କୁ ଘୃଣା କରନ୍ତି, ସେମାନଙ୍କ ପାଇଁ ଏହି ସ୍ୱପ୍ନ ହେଉ ଓ ଆପଣଙ୍କ ବିପକ୍ଷମାନଙ୍କ ପ୍ରତି ତହିଁର ଅର୍ଥ ଘଟୁ।
20 あなたが見られた木、すなわちその成長して強くなり、天に達するほどの高さになって、地の果までも見えわたり、
ଆପଣ ଯେଉଁ ବୃକ୍ଷ ଦେଖିଲେ, ଯାହା ବଢ଼ି ବଳବାନ ହେଲା, ଯହିଁର ଉଚ୍ଚତା ଗଗନସ୍ପର୍ଶୀ ଓ ସମୁଦାୟ ପୃଥିବୀରେ ଦୃଶ୍ୟମାନ ହେଲା;
21 その葉は美しく、その実は豊かで、すべての者がその中から食物を獲、また野の獣がその陰にやどり、空の鳥がその枝に住んだ木、
ଯାହାର ପତ୍ରସବୁ ସୁନ୍ଦର ଓ ଫଳ ଅନେକ ଥିଲା ଓ ଯହିଁରେ ସମସ୍ତଙ୍କ ପାଇଁ ଖାଦ୍ୟ ଥିଲା; ଯହିଁର ତଳେ କ୍ଷେତ୍ରସ୍ଥ ପଶୁମାନେ ବାସ କଲେ, ଯହିଁର ଶାଖାମାନର ଉପରେ ଆକାଶସ୍ଥ ପକ୍ଷୀଗଣର ବସତି ଥିଲା;
22 王よ、それはすなわちあなたです。あなたは成長して強くなり、天に達するほどに大きくなり、あなたの主権は地の果にまで及びました。
ହେ ମହାରାଜ, ସେହି ବୃକ୍ଷ ଆପଣ ଅଟନ୍ତି, ଆପଣ ବୃଦ୍ଧି ପାଇ ବଳବାନ ହୋଇଅଛନ୍ତି; କାରଣ ଆପଣଙ୍କର ମହତ୍ତ୍ୱ ବୃଦ୍ଧି ପାଇଅଛି ଓ ତାହା ଗଗନ ସ୍ପର୍ଶ କରୁଅଛି ଓ ଆପଣଙ୍କର କର୍ତ୍ତୃତ୍ୱ ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ବ୍ୟାପିଅଛି।
23 ところが、王はひとりの警護者、ひとりの聖者が、天から下って、こう言うのを見られました、『この木を切り倒して、これを滅ぼせ。ただしその根の切り株を地に残し、それに鉄と青銅のなわをかけて、野の若草の中におき、天からくだる露にぬれさせ、また野の獣と共にその分にあずからせて、七つの時を過ごさせよ』と。
ପୁଣି, ଆପଣ ଯେ ଦେଖିଲେ, ସ୍ୱର୍ଗରୁ ଏକ ପ୍ରହରୀ ଓ ପବିତ୍ର ପୁରୁଷ ଓହ୍ଲାଇ ଆସି କହିଲେ, ଏ ବୃକ୍ଷକୁ ଛେଦନ କରି ବିନଷ୍ଟ କର; ତଥାପି ଭୂମିରେ ତହିଁର ମୂଳ-ଗଣ୍ଡିକୁ ଲୌହ ଓ ପିତ୍ତଳ ବେଡ଼ିରେ ବାନ୍ଧି କ୍ଷେତ୍ରସ୍ଥ କୋମଳ ତୃଣ ମଧ୍ୟରେ ରଖ; ଆଉ, ତାହା ଆକାଶର କାକରରେ ତିନ୍ତୁ ଓ ତାହା ଉପରେ ସାତ କାଳ ବହିଯିବା ପର୍ଯ୍ୟନ୍ତ କ୍ଷେତ୍ରସ୍ଥ ପଶୁଗଣର ସହିତ ତାହାର ଅଂଶ ହେଉ।
24 王よ、その解き明かしはこうです。すなわちこれはいと高き者の命令であって、わが主なる王に臨まんとするものです。
ହେ ମହାରାଜ, ଏହାର ଅର୍ଥ ଏହି, ଆଉ ମୋର ପ୍ରଭୁ ମହାରାଜାଙ୍କ ବିଷୟରେ ସର୍ବୋପରିସ୍ଥଙ୍କର ନିରୂପଣ ଏହି।
25 すなわちあなたは追われて世の人を離れ、野の獣と共におり、牛のように草を食い、天からくだる露にぬれるでしょう。こうして七つの時が過ぎて、ついにあなたは、いと高き者が人間の国を治めて、自分の意のままに、これを人に与えられることを知るに至るでしょう。
ଆପଣ ମନୁଷ୍ୟମାନଙ୍କ ମଧ୍ୟରୁ ଦୂରୀକୃତ ହେବେ ଓ କ୍ଷେତ୍ରସ୍ଥ ପଶୁମାନଙ୍କ ସଙ୍ଗରେ ଆପଣଙ୍କର ବସତି ହେବ, ବଳଦର ନ୍ୟାୟ ଆପଣଙ୍କୁ ତୃଣଭୋଜୀ କରାଯିବ, ଆଉ ଆପଣ ଆକାଶର କାକରରେ ତିନ୍ତିବ, ଏହିରୂପେ ଆପଣଙ୍କ ଉପରେ ସାତ କାଳ ବହିଯିବ; ଶେଷରେ ଯେ ସର୍ବୋପରିସ୍ଥ, ସେ ଯେ ମନୁଷ୍ୟମାନଙ୍କ ରାଜ୍ୟରେ କର୍ତ୍ତୃତ୍ୱ କରନ୍ତି ଓ ଯାହାକୁ ତାହା ଦେବାକୁ ଇଚ୍ଛା କରିବେ, ତାହାକୁ ସେ ତାହା ଦିଅନ୍ତି, ଏହା ଆପଣ ଜାଣିବେ।
26 また彼らはその木の根の切り株を残しおけと命じたので、あなたが、天はまことの支配者であるということを知った後、あなたの国はあなたに確保されるでしょう。
ଆହୁରି, ବୃକ୍ଷର ମୂଳ-ଗଣ୍ଡି ଛାଡ଼ିବା ପାଇଁ ଆଜ୍ଞା ଦିଆ ଯିବାର ଅର୍ଥ ଏହି; ସ୍ୱର୍ଗ ହିଁ କର୍ତ୍ତୃତ୍ୱ କରଇ, ଏହା ଆପଣ ଜାଣିଲା ଉତ୍ତାରେ ଆପଣଙ୍କ ରାଜ୍ୟ ଆପଣଙ୍କ ପ୍ରତି ନିଶ୍ଚିତ ହେବ।
27 それゆえ王よ、あなたはわたしの勧告をいれ、義を行って罪を離れ、しえたげられる者をあわれんで、不義を離れなさい。そうすれば、あるいはあなたの繁栄が、長く続くかもしれません」。
ଏହେତୁ ହେ ମହାରାଜ, ମୋର ପରାମର୍ଶ ଆପଣଙ୍କ ନିକଟରେ ଗ୍ରାହ୍ୟ ହେଉ, ଆଉ ଆପଣ ଧାର୍ମିକତା ଦ୍ୱାରା ଆପଣା ପାପସକଳ ଓ ଦରିଦ୍ରମାନଙ୍କ ପ୍ରତି ଦୟା ଦେଖାଇବା ଦ୍ୱାରା ଆପଣା ଅଧର୍ମସକଳ ଦୂର କରନ୍ତୁ; ତାହାହେଲେ ହୋଇପାରେ, ଆପଣଙ୍କ ଶାନ୍ତିର କାଳ ବୃଦ୍ଧି ପାଇବ।”
28 この事は皆ネブカデネザル王に臨んだ。
ରାଜା ନବୂଖଦ୍‍ନିତ୍ସର ପ୍ରତି ଏହିସବୁ ଘଟିଲା।
29 十二か月を経て後、王がバビロンの王宮の屋上を歩いていたとき、
ବାର ମାସର ଶେଷରେ ସେ ବାବିଲର ରାଜପ୍ରାସାଦରେ ବୁଲୁଥିଲା।
30 王は自ら言った、「この大いなるバビロンは、わたしの大いなる力をもって建てた王城であって、わが威光を輝かすものではないか」。
“ରାଜା ଏହି କଥା କହିଲା, ମୁଁ ଆପଣା ବଳର ପ୍ରଭାବରେ ଓ ଆପଣା ପ୍ରତାପର ମହିମା ନିମନ୍ତେ ରାଜଧାନୀ କରିବା ପାଇଁ ଯାହା ନିର୍ମାଣ କରିଅଛି, ଏହି କି ସେହି ମହତୀ ବାବିଲ ନୁହେଁ?”
31 その言葉がなお王の口にあるうちに、天から声がくだって言った、「ネブカデネザル王よ、あなたに告げる。国はあなたを離れ去った。
ରାଜାର ମୁଖରେ ଏହି କଥା ଥାଉ ଥାଉ ଏହି ସ୍ୱର୍ଗୀୟ ବାଣୀ ହେଲା, “ହେ ରାଜନ୍‍ ନବୂଖଦ୍‍ନିତ୍ସର, ତୁମ୍ଭକୁ ଏହି କଥା କୁହାଯାଉଅଛି, ତୁମ୍ଭଠାରୁ ରାଜ୍ୟ ଗଲା।
32 あなたは、追われて世の人を離れ、野の獣と共におり、牛のように草を食い、こうして七つの時を経て、ついにあなたは、いと高き者が人間の国を治めて、自分の意のままに、これを人に与えられることを知るに至るだろう」。
ପୁଣି, ତୁମ୍ଭେ ମନୁଷ୍ୟମାନଙ୍କ ମଧ୍ୟରୁ ଦୂରୀକୃତ ହେବ ଓ କ୍ଷେତ୍ରସ୍ଥ ପଶୁମାନଙ୍କ ସଙ୍ଗରେ ତୁମ୍ଭର ବସତି ହେବ; ବଳଦ ନ୍ୟାୟ ତୁମ୍ଭକୁ ତୃଣଭୋଜୀ କରାଯିବ, ଏହିରୂପେ ତୁମ୍ଭ ଉପରେ ସାତ କାଳ ବହିଯିବ; ଶେଷରେ ଯେ ସର୍ବୋପରିସ୍ଥ, ସେ ଯେ ମନୁଷ୍ୟମାନଙ୍କ ରାଜ୍ୟରେ କର୍ତ୍ତୃତ୍ୱ କରନ୍ତି ଓ ଯାହାକୁ ତାହାଙ୍କର ଇଚ୍ଛା, ତାହାକୁ ସେ ତାହା ଦିଅନ୍ତି, ଏହା ତୁମ୍ଭେ ଜାଣିବ।”
33 この言葉は、ただちにネブカデネザルに成就した。彼は追われて世の人を離れ、牛のように草を食い、その身は天からくだる露にぬれ、ついにその毛は、わしの羽のようになり、そのつめは鳥のつめのようになった。
ସେହି ଦଣ୍ଡରେ ନବୂଖଦ୍‍ନିତ୍ସର ପ୍ରତି ସେହି କଥା ସଫଳ ହେଲା; ଆଉ, ସେ ମନୁଷ୍ୟମାନଙ୍କ ମଧ୍ୟରୁ ଦୂରୀକୃତ ହୋଇ ବଳଦ ନ୍ୟାୟ ତୃଣ ଭୋଜନ କଲା, ଆଉ ତାହାର ଶରୀର ଆକାଶର କାକରରେ ତିନ୍ତିଲା, ଶେଷରେ ତାହାର କେଶ ଉତ୍କ୍ରୋଶ ପକ୍ଷୀର ପର ତୁଲ୍ୟ ଓ ତାହାର ନଖ ପକ୍ଷୀର ନଖ ତୁଲ୍ୟ ବଢ଼ିଲା।
34 こうしてその期間が満ちた後、われネブカデネザルは、目をあげて天を仰ぎ見ると、わたしの理性が自分に帰ったので、わたしはいと高き者をほめ、その永遠に生ける者をさんびし、かつあがめた。その主権は永遠の主権、その国は世々かぎりなく、
ଏଥିଉତ୍ତାରେ ସେହି ସମୟର ଶେଷରେ ମୁଁ ନବୂଖଦ୍‍ନିତ୍ସର ସ୍ୱର୍ଗ ଆଡ଼େ ଊର୍ଦ୍ଧ୍ୱଦୃଷ୍ଟି କଲି, ତହିଁରେ ମୋର ବୁଦ୍ଧି ମୋʼ କତିକି ଫେରି ଆସିଲା, ତହୁଁ ମୁଁ ସର୍ବୋପରିସ୍ଥଙ୍କର ଧନ୍ୟବାଦ କଲି ଓ ଯେ ଅନନ୍ତଜୀବୀ, ତାହାଙ୍କର ପ୍ରଶଂସା ଓ ସମାଦର କଲି; କାରଣ ତାହାଙ୍କର କର୍ତ୍ତୃତ୍ୱ ଅନନ୍ତକାଳୀନ ଓ ତାହାଙ୍କର ରାଜ୍ୟ ପୁରୁଷାନୁକ୍ରମେ ଥାଏ।
35 地に住む民はすべて無き者のように思われ、天の衆群にも、地に住む民にも、彼はその意のままに事を行われる。だれも彼の手をおさえて「あなたは何をするのか」と言いうる者はない。
ପୁଣି, ପୃଥିବୀନିବାସୀ ସମସ୍ତେ ଅବସ୍ତୁ ତୁଲ୍ୟ ଗଣିତ; ଆଉ ସେ ସ୍ୱର୍ଗୀୟ ସୈନ୍ୟଗଣ ମଧ୍ୟରେ ଓ ପୃଥିବୀର ନିବାସୀଗଣର ମଧ୍ୟରେ ଆପଣା ଇଚ୍ଛାନୁସାରେ କାର୍ଯ୍ୟ କରନ୍ତି; ଆଉ, କେହି ତାହାଙ୍କର ହସ୍ତ ସ୍ଥଗିତ କରି ନ ପାରେ ଓ “ତୁମ୍ଭେ କʼଣ କରୁଅଛ” ଏହା ତାହାଙ୍କୁ କହି ନ ପାରେ।
36 この時わたしの理性は自分に帰り、またわが国の光栄のために、わが尊厳と光輝とが、わたしに帰った。わが大臣、わが貴族らもきて、わたしに求め、わたしは国の上に堅く立って、前にもまさって大いなる者となった。
ସେହି ସମୟରେ ମୋʼ ବୁଦ୍ଧି ମୋʼ କତିକି ଫେରି ଆସିଲା ଓ ମୋʼ ରାଜ୍ୟର ଗୌରବ ନିମନ୍ତେ ମୋର ପ୍ରତାପ ଓ ତେଜ ମୋʼ କତିକି ଫେରି ଆସିଲା; ତହିଁରେ ମୋର ମନ୍ତ୍ରୀ ଓ ଅମାତ୍ୟଗଣ ମୋର ଅନ୍ୱେଷଣ କଲେ; ପୁଣି, ମୁଁ ଆପଣା ରାଜ୍ୟରେ ସ୍ଥାପିତ ହେଲି ଓ ମୋର ମହିମା ଅତିଶୟ ବୃଦ୍ଧି ପାଇଲା।
37 そこでわれネブカデネザルは今、天の王をほめたたえ、かつあがめたてまつる。そのみわざはことごとく真実で、その道は正しく、高ぶり歩む者を低くされる。
ଏଣୁ ମୁଁ ନବୂଖଦ୍‍ନିତ୍ସର ସେହି ସ୍ୱର୍ଗସ୍ଥ ରାଜାଙ୍କର ପ୍ରଶଂସା, ପ୍ରତିଷ୍ଠା ଓ ସମାଦର କରୁଅଛି; କାରଣ ତାହାଙ୍କର ସକଳ କ୍ରିୟା ସତ୍ୟ ଓ ତାହାଙ୍କର ପଥସକଳ ନ୍ୟାଯ୍ୟ; ପୁଣି, ଯେଉଁମାନେ ଗର୍ବାଚରଣ କରନ୍ତି, ସେମାନଙ୍କୁ ନତ କରିବାକୁ ତାହାଙ୍କର କ୍ଷମତା ଅଛି।

< ダニエル書 4 >