< サムエル記Ⅰ 9 >

1 さて、ベニヤミンの人で、キシという名の裕福な人があった。キシはアビエルの子、アビエルはゼロルの子、ゼロルはベコラテの子、ベコラテはアピヤの子、アピヤはベニヤミンびとである。
ସେହି ସମୟରେ ବିନ୍ୟାମୀନ୍ ବଂଶୀୟ ଅଫୀହର ବୃଦ୍ଧ ପ୍ରପୌତ୍ର, ବଖୋରତର ପ୍ରପୌତ୍ର, ସରୋରର ପୌତ୍ର, ଅବୀୟେଲର ପୁତ୍ର କୀଶ୍‍ ନାମକ ଜଣେ ମହାବିକ୍ରମଶାଳୀ ବିନ୍ୟାମୀନୀୟ ଲୋକ ଥିଲା।
2 キシにはサウルという名の子があった。若くて麗しく、イスラエルの人々のうちに彼よりも麗しい人はなく、民のだれよりも肩から上、背が高かった。
ପୁଣି, ତାହାର ଶାଉଲ ନାମରେ ଏକ ପୁତ୍ର ଥିଲେ, ସେ ସୁନ୍ଦର ଯୁବା ପୁରୁଷ; ଆଉ ଇସ୍ରାଏଲ ସନ୍ତାନମାନଙ୍କ ମଧ୍ୟରେ ତାଙ୍କଠାରୁ ଅଧିକ ସୁନ୍ଦର ପୁରୁଷ ନ ଥିଲେ; ସେ ସମସ୍ତ ଲୋକଙ୍କ ଅପେକ୍ଷା ସ୍କନ୍ଧରୁ ଊର୍ଦ୍ଧ୍ୱକୁ ଉଚ୍ଚ ଥିଲେ।
3 サウルの父キシの数頭のろばがいなくなった。そこでキシは、その子サウルに言った、「しもべをひとり連れて、立って行き、ろばを捜してきなさい」。
ଏକ ସମୟରେ ଶାଉଲଙ୍କ ପିତା କୀଶ୍‍ର ଗଧସବୁ ହଜିଲେ। ତହିଁରେ କୀଶ୍‍ ଆପଣା ପୁତ୍ର ଶାଉଲଙ୍କୁ କହିଲା, “ତୁମ୍ଭେ ଯୁବାମାନଙ୍କ ମଧ୍ୟରୁ ଜଣକୁ ସଙ୍ଗେ ନେଇ ଗଧ ଖୋଜିବାକୁ ଉଠିଯାଅ।”
4 そこでふたりはエフライムの山地を通りすぎ、シャリシャの地を通り過ぎたけれども見当らず、シャリムの地を通り過ぎたけれどもおらず、ベニヤミンの地を通り過ぎたけれども見当らなかった。
ତେଣୁ ସେ ଇଫ୍ରୟିମ-ପର୍ବତମୟ ଦେଶ ଦେଇ ଗଲେ, ତହୁଁ ଶାଲିଶା ପ୍ରଦେଶ ଦେଇ ଗଲେ, ମାତ୍ର ସେମାନେ ସେମାନଙ୍କୁ ପାଇଲେ ନାହିଁ; ତେବେ ସେମାନେ ଶାଲୀମ୍‍ ପ୍ରଦେଶ ଦେଇ ଗଲେ, ପୁଣି, ସେଠାରେ ଗଧମାନେ ନ ଥିଲେ; ତହିଁ ଉତ୍ତାରେ ସେ ବିନ୍ୟାମୀନ ପ୍ରଦେଶ ଦେଇ ଗଲେ, ମାତ୍ର ସେଠାରେ ସେମାନଙ୍କୁ ପାଇଲେ ନାହିଁ।
5 彼らがツフの地にきた時、サウルは連れてきたしもべに言った、「さあ、帰ろう。父は、ろばのことよりも、われわれのことを心配するだろう」。
ଯେତେବେଳେ ସେମାନେ ସୂଫ ପ୍ରଦେଶରେ ଉପସ୍ଥିତ ହେଲେ, ସେତେବେଳେ ଶାଉଲ ଆପଣା ସଙ୍ଗୀ ଯୁବାକୁ କହିଲେ, “ଆସ ଆମ୍ଭେମାନେ ଫେରିଯାଉ; ନୋହିଲେ ମୋହର ପିତା ଗଧମାନଙ୍କ ବିଷୟରେ ଚିନ୍ତା କରିବା ଛାଡ଼ି ଆମ୍ଭମାନଙ୍କ ବିଷୟରେ ଚିନ୍ତା କରିବେ।”
6 ところが、しもべは言った、「この町には神の人がおられます。尊い人で、その言われることはみなそのとおりになります。その所へ行きましょう。われわれの出てきた旅のことについて何か示されるでしょう」。
ତହିଁରେ ସେ ତାଙ୍କୁ କହିଲା, “ଦେଖ, ଏହି ନଗରରେ ପରମେଶ୍ୱରଙ୍କର ଏକ ଲୋକ ଅଛନ୍ତି, ସେ ଅତି ମାନ୍ୟଗଣ୍ୟ ଲୋକ; ସେ ଯାହାସବୁ କହନ୍ତି, ନିଶ୍ଚୟ ସଫଳ ହୁଏ; ଆସ, ଆମ୍ଭେମାନେ ସେଠାକୁ ଯାଉ; ହୋଇପାରେ, ଆମ୍ଭେମାନେ ଯେଉଁ ଯାତ୍ରା କରୁଅଛୁ, ସେ ବିଷୟ ସେ ଆମ୍ଭମାନଙ୍କୁ ଜଣାଇ ପାରିବେ।”
7 サウルはしもべに言った、「しかし行くのであれば、その人に何を贈ろうか。袋のパンはもはや、なくなり、神の人に持っていく贈り物がない。何かありますか」。
ତେବେ ଶାଉଲ ଆପଣା ଯୁବାକୁ କହିଲେ, “ମାତ୍ର ଦେଖ, ଆମ୍ଭେମାନେ ଗଲେ, ସେ ଲୋକଙ୍କ ନିକଟକୁ କଅଣ ନେବା? କାରଣ ଆମ୍ଭମାନଙ୍କ ପାତ୍ରରୁ ଖାଦ୍ୟସାମଗ୍ରୀ ସରିଲାଣି, ପରମେଶ୍ୱରଙ୍କ ଲୋକଙ୍କ ନିକଟକୁ ନେବା ପାଇଁ କୌଣସି ଦର୍ଶନୀ ନାହିଁ; ଆମ୍ଭମାନଙ୍କ ପାଖରେ କଅଣ ଅଛି?”
8 しもべは、またサウルに答えた、「わたしの手に四分の一シケルの銀があります。わたしはこれを、神の人に与えて、われわれの道を示してもらいましょう」。
ତହିଁରେ ସେହି ଯୁବା ଶାଉଲଙ୍କୁ ପୁନର୍ବାର ଉତ୍ତର ଦେଇ କହିଲା, “ଦେଖ, ଆମ୍ଭ ହାତରେ ଏକ ଶେକଲ ରୂପାର ଚତୁର୍ଥାଂଶ ଅଛି; ଆମ୍ଭମାନଙ୍କ ଯାତ୍ରା ବିଷୟ ଆମ୍ଭମାନଙ୍କୁ ଜଣାଇବା ପାଇଁ ଆମ୍ଭେ ପରମେଶ୍ୱରଙ୍କ ଲୋକଙ୍କୁ ତାହା ଦେବା।”
9 昔イスラエルでは、神に問うために行く時には、こう言った、「さあ、われわれは先見者のところへ行こう」。今の預言者は、昔は先見者といわれていたのである。
(ପୂର୍ବକାଳେ ଇସ୍ରାଏଲ ମଧ୍ୟରେ କାହାରି ପରମେଶ୍ୱରଙ୍କ ନିକଟରେ ପଚାରିବା ପାଇଁ ଯିବାର ହେଲେ, ସେ ଏପରି କହେ, “ଆସ, ଆମ୍ଭେମାନେ ଦର୍ଶକ ନିକଟକୁ ଯାଉ;” କାରଣ, ବର୍ତ୍ତମାନ ଯାହାକୁ ଭବିଷ୍ୟଦ୍‍ବକ୍ତା କହନ୍ତି, ପୂର୍ବକାଳରେ ତାହାକୁ ଦର୍ଶକ କହୁଥିଲେ)।
10 サウルはそのしもべに言った、「それは良い。さあ、行こう」。こうして彼らは、神の人のいるその町へ行った。
ଏହେତୁ ଶାଉଲ ଆପଣା ଯୁବାକୁ କହିଲେ, “ଭଲ କହିଲ; ଆସ, ଆମ୍ଭେମାନେ ଯାଉ।” ତହିଁରେ ପରମେଶ୍ୱରଙ୍କ ଲୋକ ଯେଉଁ ନଗରରେ ଥିଲେ, ସେଠାକୁ ସେମାନେ ଗଲେ।
11 彼らは町へ行く坂を上っている時、水をくむために出てくるおとめたちに出会ったので、彼らに言った、「先見者はここにおられますか」。
ସେମାନେ ନଗରକୁ ଯିବା ଉଠାଣି ପଥରେ ଗଲା ବେଳେ ଜଳ କାଢ଼ିବା ପାଇଁ ବାହାରକୁ ଯିବା କେତେକ ଯୁବତୀଙ୍କି ଦେଖି ପଚାରିଲେ, “ଏଠାରେ ଦର୍ଶକ ଅଛନ୍ତି କି?”
12 おとめたちは答えた、「おられます。ごらんなさい、この先です。急いで行きなさい。民がきょう高き所で犠牲をささげるので、たった今、町にこられたところです。
ତହିଁରେ ସେମାନେ ଉତ୍ତର ଦେଇ କହିଲେ, “ଅଛନ୍ତି; ଦେଖ, ସେ ତୁମ୍ଭ ଆଗରେ ଅଛନ୍ତି; ଶୀଘ୍ର ଯାଅ, କାରଣ ସେ ଆଜି ନଗରକୁ ଆସିଅଛନ୍ତି; ଆଜି ଉଚ୍ଚସ୍ଥଳୀରେ ଲୋକମାନଙ୍କର ଏକ ବଳିଦାନ ଅଛି;
13 あなたがたは、町にはいるとすぐ、あのかたが高き所に上って食事される前に会えるでしょう。民はそのかたがこられるまでは食事をしません。あのかたが犠牲を祝福されてから、招かれた人々が食事をするのです。さあ、上っていきなさい。すぐに会えるでしょう」。
ସେ ଭୋଜନ କରିବା ପାଇଁ ଉଚ୍ଚସ୍ଥଳୀକି ଯିବା ପୂର୍ବେ ତୁମ୍ଭେମାନେ ନଗରରେ ପହଞ୍ଚିଲେ, ସେହିକ୍ଷଣି ତାଙ୍କୁ ଦେଖିବ; କାରଣ, ସେ ନ ଆସିବା ଯାଏ ଲୋକମାନେ ଭୋଜନ କରିବେ ନାହିଁ, ଯେହେତୁ ସେ ବଳିକୁ ଆଶୀର୍ବାଦ କଲା ଉତ୍ତାରେ ନିମନ୍ତ୍ରିତ ଲୋକମାନେ ଭୋଜନ କରନ୍ତି। ଏଣୁ ତୁମ୍ଭେମାନେ ଏହିକ୍ଷଣି ଉଠିଯାଅ, ଏତେବେଳେ ତୁମ୍ଭେମାନେ ତାଙ୍କୁ ପାଇବ।”
14 こうして彼らは町に上っていった。そして町の中に、はいろうとした時、サムエルは高き所に上るため彼らのほうに向かって出てきた。
ତହୁଁ ସେମାନେ ନଗରକୁ ଉଠିଗଲେ; ନଗର ମଧ୍ୟରେ ଉପସ୍ଥିତ ହେବା ମାତ୍ରେ, ଦେଖ, ଉଚ୍ଚସ୍ଥଳୀକି ଯିବା ପାଇଁ ଶାମୁୟେଲ ବାହାରି ଆସି ସେମାନଙ୍କ ନିକଟରେ ଉପସ୍ଥିତ ହେଲେ।
15 さてサウルが来る一日前に、主はサムエルの耳に告げて言われた、
ଶାଉଲ ଆସିବାର ଦିନକ ପୂର୍ବେ ସଦାପ୍ରଭୁ ଶାମୁୟେଲଙ୍କ କର୍ଣ୍ଣରେ ଏହି କଥା କହିଥିଲେ,
16 「あすの今ごろ、あなたの所に、ベニヤミンの地から、ひとりの人をつかわすであろう。あなたはその人に油を注いで、わたしの民イスラエルの君としなさい。彼はわたしの民をペリシテびとの手から救い出すであろう。わたしの民の叫びがわたしに届き、わたしがその悩みを顧みるからである」。
“କାଲି ପ୍ରାୟ ଏହି ସମୟରେ ଆମ୍ଭେ ବିନ୍ୟାମୀନ୍ ପ୍ରଦେଶରୁ ତୁମ୍ଭ ନିକଟକୁ ଜଣେ ଲୋକ ପଠାଇବା, ଆଉ ତୁମ୍ଭେ ତାହାକୁ ଆମ୍ଭ ଇସ୍ରାଏଲ ଲୋକଙ୍କ ଉପରେ ରାଜା କରି ଅଭିଷିକ୍ତ କରିବ ଓ ସେ ଆମ୍ଭ ଲୋକମାନଙ୍କୁ ପଲେଷ୍ଟୀୟମାନଙ୍କ ହସ୍ତରୁ ଉଦ୍ଧାର କରିବ; କାରଣ ଆମ୍ଭ ଲୋକମାନଙ୍କ କ୍ରନ୍ଦନ ଆମ୍ଭ କର୍ଣ୍ଣଗୋଚର ହେବାରୁ ଆମ୍ଭେ ସେମାନଙ୍କ ପ୍ରତି ଦୃଷ୍ଟିପାତ କଲୁ।”
17 サムエルがサウルを見た時、主は言われた、「見よ、わたしの言ったのはこの人である。この人がわたしの民を治めるであろう」。
ଏଥିରେ ଶାମୁୟେଲ ଶାଉଲଙ୍କୁ ଦେଖନ୍ତେ, ସଦାପ୍ରଭୁ ତାଙ୍କୁ କହିଲେ, “ଯାହା ବିଷୟରେ ଆମ୍ଭେ ତୁମ୍ଭକୁ କହିଥିଲୁ, ସେହି ବ୍ୟକ୍ତିକୁ ଦେଖ! ସେ ଆମ୍ଭ ଲୋକମାନଙ୍କ ଉପରେ ଶାସନ କରିବ।”
18 そのときサウルは、門の中でサムエルに近づいて言った、「先見者の家はどこですか。どうか教えてください」。
ସେତେବେଳେ ଶାଉଲ ନଗର-ଦ୍ୱାର ଭିତରେ ଶାମୁୟେଲଙ୍କର ନିକଟବର୍ତ୍ତୀ ହୋଇ କହିଲେ, “ବିନୟ କରୁଅଛି, ଦର୍ଶକର ଗୃହ କେଉଁଠାରେ, ମୋତେ କୁହ।”
19 サムエルはサウルに答えた、「わたしがその先見者です。わたしの前に行って、高き所に上りなさい。あなたがたは、きょう、わたしと一緒に食事しなさい。わたしはあすの朝あなたを帰らせ、あなたの心にあることをみな示しましょう。
ତହିଁରେ ଶାମୁୟେଲ ଶାଉଲଙ୍କୁ ଉତ୍ତର ଦେଇ କହିଲେ, “ମୁଁ ସେହି ଦର୍ଶକ; ସେ ଉଚ୍ଚସ୍ଥଳୀକି ମୋହର ଆଗେ ଯାଅ, କାରଣ ତୁମ୍ଭେମାନେ ଆଜି ମୋହର ସଙ୍ଗେ ଭୋଜନ କରିବ; ଆଉ ସକାଳେ ମୁଁ ତୁମ୍ଭକୁ ବିଦାୟ କରିବି ଓ ତୁମ୍ଭ ମନରେ ଯେସବୁ କଥା ଅଛି, ତାହାସବୁ ତୁମ୍ଭକୁ ଜଣାଇବି।
20 三日前に、いなくなったあなたのろばは、もはや見つかったので心にかけなくてもよろしい。しかしイスラエルのすべての望ましきものはだれのものですか。それはあなたのもの、あなたの父の家のすべての人のものではありませんか」。
ପୁଣି, ତିନି ଦିନ ହେଲା ତୁମ୍ଭର ଯେଉଁସବୁ ଗଧ ହଜିଛନ୍ତି; ସେମାନଙ୍କଠାରେ ମନ ଦିଅ ନାହିଁ; କାରଣ ସେମାନେ ମିଳିଲେଣି। ପୁଣି, ଇସ୍ରାଏଲ ମଧ୍ୟରେ ସମସ୍ତ ବାଞ୍ଛନୀୟ ବିଷୟ କାହା ପାଇଁ? ତାହା କି ତୁମ୍ଭ ନିମନ୍ତେ ଓ ତୁମ୍ଭର ସମସ୍ତ ପିତୃଗୃହ ନିମନ୍ତେ ନୁହେଁ?”
21 サウルは答えた、「わたしはイスラエルのうちの最も小さい部族のベニヤミンびとであって、わたしの一族はまたベニヤミンのどの一族よりも卑しいものではありませんか。どうしてあなたは、そのようなことをわたしに言われるのですか」。
ତହୁଁ ଶାଉଲ ଉତ୍ତର କରି କହିଲେ, “ମୁଁ କି ଇସ୍ରାଏଲ ବଂଶସମୂହ ମଧ୍ୟରେ କ୍ଷୁଦ୍ରତମ ବିନ୍ୟାମୀନ୍ ବଂଶୀୟ ନୁହେଁ? ଆଉ ବିନ୍ୟାମୀନ୍ ବଂଶୀୟ ସମସ୍ତ ପରିବାର ମଧ୍ୟରେ ମୋର ପରିବାର କି କ୍ଷୁଦ୍ରତମ ନୁହେଁ? ତେବେ ତୁମ୍ଭେ ମୋତେ ଏପ୍ରକାର କଥା କାହିଁକି କହୁଅଛ?”
22 サムエルはサウルとそのしもべを導いて、へやにはいり、招かれた三十人ほどのうちの上座にすわらせた。
ଏଥିରେ ଶାମୁୟେଲ ଶାଉଲଙ୍କୁ ଓ ତାଙ୍କର ଯୁବାକୁ ନେଇ ଭୋଜନଶାଳାକୁ ଗଲେ ଓ ଊଣାଧିକ ତିରିଶ ନିମନ୍ତ୍ରିତ ଲୋକଙ୍କ ମଧ୍ୟରେ ସେମାନଙ୍କୁ ସର୍ବୋତ୍ତମ ସ୍ଥାନରେ ବସାଇଲେ।
23 そしてサムエルは料理人に言った、「あなたに渡して、取りのけておくようにと言っておいた分を持ってきなさい」。
ଏଉତ୍ତାରେ ଶାମୁୟେଲ ପାଚକକୁ କହିଲେ, “ମୁଁ ତୁମ୍ଭକୁ ଯେଉଁ ଅଂଶ ଦେଇ ଆପଣା ନିକଟରେ ରଖିଥାଅ ବୋଲି କହିଥିଲି, ତାହା ଆଣ।”
24 料理人は、ももとその上の部分を取り上げて、それをサウルの前に置いた。そしてサムエルは言った、「ごらんなさい。取っておいた物が、あなたの前に置かれています。召しあがってください。あなたが客人たちと一緒に食事ができるように、この時まで、あなたのために取っておいたものです」。こうしてサウルはその日サムエルと一緒に食事をした。
ତହିଁରେ ପାଚକ ଚଟୁଆ ଓ ତହିଁ ଉପରେ ଯାହା ଥିଲା, ତାହା ଆଣି ଶାଉଲଙ୍କ ଆଗରେ ଥୋଇଲା। ତହୁଁ ଶାମୁୟେଲ କହିଲେ, “ଦେଖ! ଏହା ରଖାଯାଇଥିଲା, ଆପଣା ଆଗରେ ରଖି ଭୋଜନ କର; ଯେହେତୁ ନିରୂପିତ ସମୟ ଅପେକ୍ଷାରେ ଏହା ତୁମ୍ଭ ପାଇଁ ରଖାଯାଇଅଛି, କାରଣ ମୁଁ ଲୋକମାନଙ୍କୁ ନିମନ୍ତ୍ରଣ କରିଅଛି ବୋଲି କହିଥିଲି।” ତହିଁରେ ସେହି ଦିନ ଶାଉଲ ଶାମୁୟେଲଙ୍କ ସଙ୍ଗେ ଭୋଜନ କଲେ।
25 そして彼らが高き所を下って町にはいった時、サウルのために屋上に床が設けられ、彼はその上に身を横たえて寝た。
ତହୁଁ ସେମାନେ ଉଚ୍ଚସ୍ଥଳୀରୁ ଓହ୍ଲାଇ ନଗରକୁ ଆସନ୍ତେ, ଶାମୁୟେଲ ଗୃହ-ଛାତ ଉପରେ ଶାଉଲଙ୍କ ସଙ୍ଗେ ଆଳାପ କଲେ।
26 そして夜明けになって、サムエルは屋上のサウルに呼ばわって言った、「起きなさい。あなたをお送りします」。サウルは起き上がった。そしてサウルとサムエルのふたりは、共に外に出た。
ଏଉତ୍ତାରେ ସେମାନେ ଅତି ପ୍ରଭାତରେ ଉଠିଲେ; ପୁଣି, ପ୍ରାୟ ଦିବସ-ପ୍ରକାଶ ସମୟରେ ଶାମୁୟେଲ ଗୃହ-ଛାତ ଉପରେ ଶାଉଲଙ୍କୁ ଡାକି କହିଲେ, “ଉଠ, ମୁଁ ତୁମ୍ଭଙ୍କୁ ବିଦାୟ କରିବି।” ତହିଁରେ ଶାଉଲ ଉଠିଲେ, ପୁଣି, ସେ ଓ ଶାମୁୟେଲ ଦୁହେଁ ବାହାରକୁ ଗଲେ।
27 彼らが町はずれに下った時、サムエルはサウルに言った、「あなたのしもべに先に行くように言いなさい。しもべが先に行ったら、あなたは、しばらくここに立ちとどまってください。神の言葉を知らせましょう」。
ଆଉ ସେମାନେ ନଗର-ପ୍ରାନ୍ତରେ ହେବା ବେଳେ ଶାମୁୟେଲ ଶାଉଲଙ୍କୁ କହିଲେ, “ଏହି ଯୁବାକୁ ଆମ୍ଭମାନଙ୍କ ଆଗେ ଯିବାକୁ କୁହ; (ତହୁଁ ସେ ଆଗେ ଗଲା); ମାତ୍ର ତୁମ୍ଭେ ବର୍ତ୍ତମାନ ଠିଆ ହୁଅ, ଆମ୍ଭେ ତୁମ୍ଭକୁ ପରମେଶ୍ୱରଙ୍କ ବାକ୍ୟ ଶୁଣାଇବା।”

< サムエル記Ⅰ 9 >