< サムエル記Ⅰ 24 >

1 サウルがペリシテびとを追うことをやめて帰ってきたとき、人々は彼に告げて言った、「ダビデはエンゲデの野にいます」。
ଏଥିଉତ୍ତାରେ ଶାଉଲ ପଲେଷ୍ଟୀୟମାନଙ୍କ ପଶ୍ଚାଦ୍‍ଗମନରୁ ଫେରନ୍ତେ, ଲୋକମାନେ ତାଙ୍କୁ ଜଣାଇ କହିଲେ, ଦେଖନ୍ତୁ, ଦାଉଦ ଐନଗଦୀସ୍ଥ ପ୍ରାନ୍ତରରେ ଅଛି।
2 そこでサウルは、全イスラエルから選んだ三千の人を率い、ダビデとその従者たちとを捜すため、「やぎの岩」の前へ出かけた。
ତହୁଁ ଶାଉଲ ସମୁଦାୟ ଇସ୍ରାଏଲ ମଧ୍ୟରୁ ତିନି ହଜାର ବଛା ଲୋକ ନେଇ ଦାଉଦ ଓ ତାଙ୍କର ଲୋକମାନଙ୍କୁ ବନ୍ୟ ଛାଗର ଶୈଳ ସବୁରେ ଖୋଜିବାକୁ ଗଲେ।
3 途中、羊のおりの所にきたが、そこに、ほら穴があり、サウルは足をおおうために、その中にはいった。その時、ダビデとその従者たちは、ほら穴の奥にいた。
ପୁଣି, ସେ ପଥ ନିକଟସ୍ଥ ମେଷଶାଳାରେ ଉପସ୍ଥିତ ହୁଅନ୍ତେ, ସେଠାରେ ଗୋଟିଏ ଗୁମ୍ଫା ଥିଲା; ପୁଣି, ଶାଉଲ ପାଦ ଢାଙ୍କିବା ପାଇଁ ତହିଁ ଭିତରକୁ ଗଲେ। ସେହି ସମୟରେ ଦାଉଦ ଓ ତାଙ୍କର ଲୋକମାନେ ସେହି ଗୁମ୍ଫାର ଅନ୍ତର୍ଭାଗରେ ଥିଲେ।
4 ダビデの従者たちは彼に言った、「主があなたに告げて、『わたしはあなたの敵をあなたの手に渡す。あなたは自分の良いと思うことを彼にすることができる』と言われた日がきたのです」。そこでダビデは立って、ひそかに、サウルの上着のすそを切った。
ଏଥିରେ ଦାଉଦଙ୍କର ଲୋକମାନେ ତାଙ୍କୁ କହିଲେ, “ଯେଉଁ ଦିନ ବିଷୟରେ ସଦାପ୍ରଭୁ ତୁମ୍ଭକୁ କହିଥିଲେ, ଦେଖ, ‘ଆମ୍ଭେ ତୁମ୍ଭ ଶତ୍ରୁକୁ ତୁମ୍ଭ ହସ୍ତରେ ଦେବା, ତହିଁରେ ତୁମ୍ଭକୁ ଯେପରି ଭଲ ଦିଶିବ, ସେପରି ତୁମ୍ଭେ ତାହା ପ୍ରତି କରିବ, ସେଦିନ ଏହି ଦେଖ।’” ତହୁଁ ଦାଉଦ ଉଠି ଗୋପନରେ ଶାଉଲଙ୍କର ଚୋଗାଧଡ଼ି କାଟି ନେଲେ।
5 しかし後になって、ダビデはサウルの上着のすそを切ったことに、心の責めを感じた。
ମାତ୍ର ଶାଉଲଙ୍କର ବସ୍ତ୍ରଧଡ଼ି କାଟିବାରୁ ପଛେ ଦାଉଦଙ୍କର ଅନ୍ତଃକରଣ ତାଙ୍କୁ ଆଘାତ କଲା।
6 ダビデは従者たちに言った、「主が油を注がれたわが君に、わたしがこの事をするのを主は禁じられる。彼は主が油を注がれた者であるから、彼に敵して、わたしの手をのべるのは良くない」。
ଏଣୁ ସେ ଆପଣା ଲୋକମାନଙ୍କୁ କହିଲେ, “ମୁଁ ଯେ ସଦାପ୍ରଭୁଙ୍କ ଅଭିଷିକ୍ତ ମୋର ପ୍ରଭୁଙ୍କ ପ୍ରତିକୂଳରେ ହାତ ଉଠାଇବି, ସଦାପ୍ରଭୁ ଏହା କରିବାକୁ ମୋତେ ନ ଦେଉନ୍ତୁ; କାରଣ ସେ ସଦାପ୍ରଭୁଙ୍କ ଅଭିଷିକ୍ତ।”
7 ダビデはこれらの言葉をもって従者たちを差し止め、サウルを撃つことを許さなかった。サウルは立って、ほら穴を去り、道を進んだ。
ଏସବୁ କଥା ଦ୍ୱାରା ଦାଉଦ ଆପଣା ଲୋକମାନଙ୍କୁ ଦମନ କଲେ ଓ ଶାଉଲଙ୍କ ପ୍ରତିକୂଳରେ ସେମାନଙ୍କୁ ଉଠିବାକୁ ଦେଲେ ନାହିଁ। ଏଉତ୍ତାରେ ଶାଉଲ ଗୁମ୍ଫାରୁ ବାହାରି ଆପଣା ପଥରେ ଗଲେ।
8 ダビデもまた、そのあとから立ち、ほら穴を出て、サウルのうしろから呼ばわって、「わが君、王よ」と言った。サウルがうしろをふり向いた時、ダビデは地にひれ伏して拝した。
ଦାଉଦ ମଧ୍ୟ ତହିଁ ଉତ୍ତାରେ ଉଠି ଗୁମ୍ଫାରୁ ବାହାରକୁ ଗଲେ ଓ ଶାଉଲଙ୍କର ପଛେ ଡାକି କହିଲେ, “ହେ ମୋହର ପ୍ରଭୋ, ମହାରାଜ।” ତହିଁରେ ଶାଉଲ ଆପଣା ପଛକୁ ଅନାନ୍ତେ, ଦାଉଦ ଭୂମିଷ୍ଠ ହୋଇ ପ୍ରଣାମ କଲେ।
9 そしてダビデはサウルに言った、「どうして、あなたは『ダビデがあなたを害しようとしている』という人々の言葉を聞かれるのですか。
ଆଉ ଦାଉଦ ଶାଉଲଙ୍କୁ କହିଲେ, “ଦେଖନ୍ତୁ, ଦାଉଦ ଆପଣଙ୍କର ଅନିଷ୍ଟ ଚାହୁଁଅଛି, ଲୋକମାନଙ୍କର ଏପରି କଥା ଆପଣ କାହିଁକି ଶୁଣୁଅଛନ୍ତି?”
10 あなたは、この日、自分の目で、主があなたをきょう、ほら穴の中でわたしの手に渡されたのをごらんになりました。人々はわたしにあなたを殺すことを勧めたのですが、わたしは殺しませんでした。『わが君は主が油を注がれた方であるから、これに敵して手をのべることはしない』とわたしは言いました。
ଦେଖନ୍ତୁ, ଆଜି ସଦାପ୍ରଭୁ ଗୁମ୍ଫା ମଧ୍ୟରେ କିପରି ଆପଣଙ୍କୁ ମୋହର ହସ୍ତରେ ଦେଇଥିଲେ, ଏହା ଆଜି ଆପଣଙ୍କ ଚକ୍ଷୁ ଦେଖିଅଛି; ଆପଣଙ୍କୁ ବଧ କରିବା ପାଇଁ କେହି କେହି ମୋତେ କହିଥିଲେ; ମାତ୍ର ମୋର ଚକ୍ଷୁ ଆପଣଙ୍କୁ ଦୟା କଲା ଓ ମୁଁ କହିଲି, ମୁଁ ଆପଣା ପ୍ରଭୁଙ୍କ ବିରୁଦ୍ଧରେ ହାତ ଉଠାଇବି ନାହିଁ, କାରଣ ସେ ସଦାପ୍ରଭୁଙ୍କ ଅଭିଷିକ୍ତ।
11 わが父よ、ごらんなさい。あなたの上着のすそは、わたしの手にあります。わたしがあなたの上着のすそを切り、しかも、あなたを殺さなかったことによって、あなたは、わたしの手に悪も、とがもないことを見て知られるでしょう。あなたはわたしの命を取ろうと、ねらっておられますが、わたしはあなたに対して罪をおかしたことはないのです。
ଆହୁରି ମୋହର ପିତା, ଦେଖନ୍ତୁ, ହଁ, ମୋର ହାତରେ ଆପଣଙ୍କ ଚୋଗାଧଡ଼ି ଦେଖନ୍ତୁ; ମୁଁ ଯେ ଆପଣଙ୍କ ଚୋଗାଧଡ଼ି କାଟିଲି, ମାତ୍ର ଆପଣଙ୍କୁ ବଧ ନ କଲି, ଏଥିରୁ ଆପଣ ବୁଝନ୍ତୁ ଓ ଦେଖନ୍ତୁ ଯେ, ମୋʼ ହାତରେ କିଛି ମନ୍ଦ ବା ଅଧର୍ମ ନାହିଁ, ଆପଣ ମୋʼ ପ୍ରାଣକୁ ଧରିବା ପାଇଁ ଅନ୍ୱେଷଣ କଲେ ହେଁ ମୁଁ ଆପଣଙ୍କ ବିରୁଦ୍ଧରେ ପାପ କରି ନାହିଁ।
12 どうぞ主がわたしとあなたの間をさばかれますように。また主がわたしのために、あなたに報いられますように。しかし、わたしはあなたに手をくだすことをしないでしょう。
ସଦାପ୍ରଭୁ ମୋହର ଓ ଆପଣଙ୍କ ମଧ୍ୟରେ ବିଚାର କରନ୍ତୁ ଓ ସଦାପ୍ରଭୁ ଆପଣଙ୍କଠାରୁ ମୋହର ପରିଶୋଧ ନେଉନ୍ତୁ; ମାତ୍ର ମୋହର ହସ୍ତ ଆପଣଙ୍କ ପ୍ରତିକୂଳ ହେବ ନାହିଁ।
13 昔から、ことわざに言っているように、『悪は悪人から出る』。しかし、わたしはあなたに手をくだすことをしないでしょう。
ପ୍ରାଚୀନମାନଙ୍କ ପ୍ରବାଦ କହେ, ଯଥା, ଦୁଷ୍ଟଠାରୁ ଦୁଷ୍ଟତା ବାହାରେ; ମାତ୍ର ମୋହର ହସ୍ତ ଆପଣଙ୍କ ପ୍ରତିକୂଳ ହେବ ନାହିଁ।
14 イスラエルの王は、だれを追って出てこられたのですか。あなたは、だれを追っておられるのですか。死んだ犬を追っておられるのです。一匹の蚤を追っておられるのです。
ଇସ୍ରାଏଲର ରାଜା କାହା ପଛରେ ବାହାର ହୋଇ ଆସିଅଛନ୍ତି? ଆପଣ କାହା ପଛରେ ଗୋଡ଼ାଇଅଛନ୍ତି? ଗୋଟିଏ ମଲା କୁକ୍କୁର ପଛରେ, ଗୋଟିଏ ଡାଉଁଶ ପଛରେ।
15 どうぞ主がさばきびととなって、わたしとあなたの間をさばき、かつ見て、わたしの訴えを聞き、わたしをあなたの手から救い出してくださるように」。
ଏହେତୁ ସଦାପ୍ରଭୁ ବିଚାରକର୍ତ୍ତା ହେଉନ୍ତୁ, ଆଉ ମୋହର ଓ ଆପଣଙ୍କ ମଧ୍ୟରେ ବିଚାର କରନ୍ତୁ, ପୁଣି, ଦୃଷ୍ଟି କରି ମୋହର ବିବାଦ ନିଷ୍ପତ୍ତି କରନ୍ତୁ ଓ ଆପଣଙ୍କ ହସ୍ତରୁ ମୋତେ ରକ୍ଷା କରନ୍ତୁ।
16 ダビデがこれらの言葉をサウルに語り終ったとき、サウルは言った、「わが子ダビデよ、これは、あなたの声であるか」。そしてサウルは声をあげて泣いた。
ଦାଉଦ ଶାଉଲଙ୍କୁ ଏହିସବୁ କଥା କହିସାରିଲା ଉତ୍ତାରେ ଶାଉଲ କହିଲେ, “ଆମ୍ଭର ପୁତ୍ର ଦାଉଦ, ଏ କʼଣ ତୁମ୍ଭର ରବ?” ତହୁଁ ଶାଉଲ ରବ ଉଠାଇ ରୋଦନ କଲେ।
17 サウルはまたダビデに言った、「あなたはわたしよりも正しい。わたしがあなたに悪を報いたのに、あなたはわたしに善を報いる。
ପୁଣି, ସେ ଦାଉଦଙ୍କୁ କହିଲେ, “ତୁମ୍ଭେ ମୋʼ ଠାରୁ ଅଧିକ ଧାର୍ମିକ; କାରଣ ମୁଁ ତୁମ୍ଭର ମନ୍ଦ କଲେ ହେଁ ତୁମ୍ଭେ ମୋହର ଭଲ କରିଅଛ।
18 きょう、あなたはいかに良くわたしをあつかったかを明らかにしました。すなわち主がわたしをあなたの手にわたされたのに、あなたはわたしを殺さなかったのです。
ତୁମ୍ଭେ ମୋʼ ପ୍ରତି କିପରି ଉତ୍ତମ ବ୍ୟବହାର କରିଅଛ, ତାହା ଆଜି ପ୍ରକାଶ କରିଅଛ; କାରଣ ସଦାପ୍ରଭୁ ମୋତେ ତୁମ୍ଭ ହସ୍ତରେ ଦେଲେ ହେଁ ତୁମ୍ଭେ ମୋତେ ବଧ କଲ ନାହିଁ।
19 人は敵に会ったとき、敵を無事に去らせるでしょうか。あなたが、きょう、わたしにした事のゆえに、どうぞ主があなたに良い報いを与えられるように。
ମନୁଷ୍ୟ ଆପଣା ଶତ୍ରୁକୁ ପାଇଲେ, ସେ କʼଣ ତାକୁ ଭଲରେ ଯିବାକୁ ଦେବ? ଏଣୁ ଆଜି ତୁମ୍ଭେ ମୋʼ ପ୍ରତି ଯାହା କରିଅଛ, ତହିଁ ଲାଗି ସଦାପ୍ରଭୁ ତୁମ୍ଭକୁ ଉତ୍ତମ ପୁରସ୍କାର ଦେଉନ୍ତୁ।
20 今わたしは、あなたがかならず王となることを知りました。またイスラエルの王国が、あなたの手によって堅く立つことを知りました。
ଏବେ ଦେଖ, ମୁଁ ଜାଣେ, ତୁମ୍ଭେ ଅବଶ୍ୟ ରାଜା ହେବ ଓ ତୁମ୍ଭ ହସ୍ତରେ ଇସ୍ରାଏଲର ରାଜ୍ୟ ସ୍ଥିର ହେବ।
21 それゆえ、あなたはわたしのあとに、わたしの子孫を断たず、またわたしの父の家から、わたしの名を滅ぼし去らないと、いま主をさして、わたしに誓ってください」。
ଏହେତୁ ଏବେ ସଦାପ୍ରଭୁଙ୍କ ନାମରେ ମୋର ନିକଟରେ ଶପଥ କର ଯେ, ତୁମ୍ଭେ ମୋʼ ଉତ୍ତାରେ ମୋହର ବଂଶକୁ ଉଚ୍ଛିନ୍ନ କରିବ ନାହିଁ ଓ ମୋହର ପିତୃଗୃହରୁ ମୋʼ ନାମ ଲୋପ କରିବ ନାହିଁ।”
22 そこでダビデはサウルに、そのように誓った。そしてサウルは家に帰り、ダビデとその従者たちは要害にのぼって行った。
ତହିଁରେ ଦାଉଦ ଶାଉଲଙ୍କ ନିକଟରେ ଶପଥ କଲେ। ଏଉତ୍ତାରେ ଶାଉଲ ଗୃହକୁ ଗଲେ; ମାତ୍ର ଦାଉଦ ଓ ତାଙ୍କର ଲୋକମାନେ ଦୁର୍ଗମ ସ୍ଥାନକୁ ଆରୋହୀ ଗଲେ।

< サムエル記Ⅰ 24 >