< イザヤ書 38 >

1 そのころヒゼキヤやみて死んとせしにアモツの子預言者イザヤきたりて彼にいふ ヱホバ如此いひたまはく なんぢ家に遺言をとどめよ 汝しにて活ることあたはざればなり
ସେହି ସମୟରେ ହିଜକୀୟର ସାଂଘାତିକ ପୀଡ଼ା ହୋଇଥିଲା। ତହିଁରେ ଆମୋସଙ୍କ ପୁତ୍ର ଯିଶାଇୟ ଭବିଷ୍ୟଦ୍‍ବକ୍ତା ତାହା ନିକଟକୁ ଆସି କହିଲେ, “ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭେ ଆପଣା ଗୃହ ବିଷୟ ସଜାଡ଼; କାରଣ ତୁମ୍ଭେ ମରିବ, ବଞ୍ଚିବ ନାହିଁ।”
2 爰にヒゼキヤ面を壁にむけてヱホバに祈りいひけるは
ଏଥିରେ ହିଜକୀୟ କାନ୍ଥ ଆଡ଼େ ମୁଖ ଫେରାଇ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରି କହିଲା,
3 ああヱホバよ 願くはわがなんぢの前に眞實をもて一心をもてあゆみ なんぢの目によきことを行ひたるをおもひいでたまへ 斯てヒゼキヤ甚くなきぬ
“ହେ ସଦାପ୍ରଭୋ, ମୁଁ ବିନୟ କରୁଅଛି, ମୁଁ କିପରି ସତ୍ୟତାରେ ଓ ସିଦ୍ଧ ଅନ୍ତଃକରଣରେ ତୁମ୍ଭ ସମ୍ମୁଖରେ ଗମନାଗମନ କରିଅଛି ଓ ତୁମ୍ଭ ଦୃଷ୍ଟିରେ ଉତ୍ତମ କର୍ମ କରିଅଛି, ଏହା ଏବେ ସ୍ମରଣ କର।” ଆଉ, ହିଜକୀୟ ଅତିଶୟ ରୋଦନ କଲା।
4 ヱホバの言イザヤにのぞみて曰く
ସେତେବେଳେ ଯିଶାଇୟଙ୍କ ନିକଟରେ ସଦାପ୍ରଭୁଙ୍କର ବାକ୍ୟ ଉପସ୍ଥିତ ହେଲା।
5 なんぢ往てヒゼキヤにいへ なんぢの祖ダビデの神ヱホバかくいひ給はく 我なんぢの禱告をききなんぢの涙をみたり 我なんぢの齢を十五年ましくはへ
“ତୁମ୍ଭେ ଯାଇ ହିଜକୀୟକୁ କୁହ, ସଦାପ୍ରଭୁ, ତୁମ୍ଭ ପୂର୍ବପୁରୁଷ ଦାଉଦଙ୍କ ପରମେଶ୍ୱର ଏହି କଥା କହନ୍ତି, ‘ଆମ୍ଭେ ତୁମ୍ଭର ପ୍ରାର୍ଥନା ଶୁଣିଅଛୁ, ତୁମ୍ଭର ଲୋତକ ଦେଖିଅଛୁ, ଦେଖ, ଆମ୍ଭେ ତୁମ୍ଭର ଆୟୁ ପନ୍ଦର ବର୍ଷ ବୃଦ୍ଧି କରିବା।
6 且なんぢとこの城とを救ひてアツスリヤわうの手をのがれしめん又われこの城をまもるべし
ପୁଣି, ଆମ୍ଭେ ତୁମ୍ଭକୁ ଓ ଏହି ନଗରକୁ ଅଶୂରୀୟ ରାଜା ହସ୍ତରୁ ରକ୍ଷା କରିବା ଓ ଆମ୍ଭେ ଏହି ନଗରର ସପକ୍ଷ ହେବା।’”
7 ヱホバ語りたまひたる此事を成たまふ證にこの徴をなんぢに賜ふ
ଆଉ, ସଦାପ୍ରଭୁ ଆପଣା ଉକ୍ତ ବାକ୍ୟ ଯେ ସଫଳ କରିବେ, ତୁମ୍ଭ ପ୍ରତି ସଦାପ୍ରଭୁଙ୍କଠାରୁ ଏହି ଚିହ୍ନ ହେବ;
8 視よわれアハズの日晷にすすみたる日影を十度しりぞかしめんといひければ乃ちひばかりにすすみたる日影十度しりぞきぬ
ଦେଖ, ଆମ୍ଭେ ଆହସ୍‌ର ସୂର୍ଯ୍ୟ ଘଟିକାରେ ସୂର୍ଯ୍ୟର ଛାୟା ଯେତେ ଆଗକୁ ଯାଇଅଛି, ତାହା ଦଶ ପାହୁଣ୍ଡ ପଛକୁ ଫେରାଇ ଆଣିବା। ତହୁଁ ଘଟିକାରେ ସୂର୍ଯ୍ୟ ଯେଉଁ ଦଶ ପାହୁଣ୍ଡ ଆଗକୁ ଯାଇଥିଲା, ପଛକୁ ସେତିକି ଫେରି ଆସିଲା।
9 ユダの王ヒゼキヤ病にかかりてその病のいえしのち記しし書は左のごとし
ଯିହୁଦାର ରାଜା ହିଜକୀୟ ପୀଡ଼ିତ ହୋଇ ଆପଣା ପୀଡ଼ାରୁ ସୁସ୍ଥ ହେଲା ଉତ୍ତାରେ ଏହା ଲେଖିଲା, ଯଥା,
10 我いへり わが齢ひの全盛のとき陰府の門にいりわが餘年をうしなはんと (Sheol h7585)
ମୁଁ କହିଲି, ମୁଁ ଆପଣା ଆୟୁର ମଧ୍ୟାହ୍ନ ସମୟରେ ପାତାଳର ପୁରଦ୍ୱାରରେ ପ୍ରବେଶ କରିବି; ମୁଁ ଆପଣା ବର୍ଷସମୂହର ଅବଶିଷ୍ଟାଂଶ ପ୍ରାପ୍ତିରୁ ବଞ୍ଚିତ ହେଲି। (Sheol h7585)
11 我いへり われ再びヱホバを見奉ることあらじ再びいけるものの地にてヱホバを見奉ることあらじ われは無ものの中にいりてふたたび人を見ることあらじ
ମୁଁ କହିଲି ମୁଁ ସଦାପ୍ରଭୁଙ୍କୁ, ଜୀବିତମାନଙ୍କ ଦେଶରେ ସଦାପ୍ରଭୁଙ୍କୁ ଦେଖିବି ନାହିଁ; ମୁଁ ଜଗନ୍ନିବାସୀମାନଙ୍କ ସହିତ ମନୁଷ୍ୟକୁ ଆଉ ଦେଖିବି ନାହିଁ।
12 わが住所はうつされて牧人の幕屋をとりさるごとくに我をはなる わがいのちは織工の布をまきをはりて機より翦はなすごとくならん なんぢ朝夕のあひだに我をたえしめたまはん
ମୋହର ଆୟୁ ଦୂରୀକୃତ ହୋଇଅଛି ଓ ମେଷପାଳକର ତମ୍ବୁ ପରି ମୋʼ ଠାରୁ ସ୍ଥାନାନ୍ତରିତ ହୋଇଅଛି; ମୁଁ ତନ୍ତୀ ପରି ଆପଣା ଜୀବନ ଗୁଡ଼ାଇଅଛି; ସେ ମୋତେ ତନ୍ତରୁ କାଟି ପକାଇବେ; ଏକ ଦିବାରାତ୍ର ମଧ୍ୟରେ ସେ ମୋତେ ଶେଷ କରିବେ।
13 われは天明におよぶまで己をおさへてしづめたり 主は獅のごとくに我もろもろの骨を碎きたまふ なんぢ朝夕の間にわれを絶しめたまはん
ମୁଁ ପ୍ରଭାତ ପର୍ଯ୍ୟନ୍ତ ଆପଣାକୁ ସୁସ୍ଥିର କଲି; ଯେପରି ସିଂହ, ସେହିପରି ସେ ମୋହର ଅସ୍ଥିସବୁ ଚୂର୍ଣ୍ଣ କରୁଅଛନ୍ତି; ଏକ ଦିବାରାତ୍ର ମଧ୍ୟରେ ତୁମ୍ଭେ ମୋତେ ଶେଷ କରିବ।
14 われは燕のごとく鶴のごとくに哀みなき鳩のごとくにうめき わが眼はうへを視ておとろふ ヱホバよわれは迫りくるしめらる 願くはわが中保となりたまへ
ଯେପରି ତାଳଚୋଞ୍ଚ ଅବା ସାରସ ପକ୍ଷୀ ଶବ୍ଦ କରନ୍ତି, ସେହିପରି ମୁଁ ଚିଁ ଚିଁ ଶବ୍ଦ କଲି; ମୁଁ କପୋତ ପରି ଶୋକ କଲି; ଉପରକୁ ଅନାଇ ଅନାଇ ମୋହର ଚକ୍ଷୁ କ୍ଷୀଣ ହେଉଅଛି; ହେ ସଦାପ୍ରଭୋ, ମୁଁ ଉପଦ୍ରବଗ୍ରସ୍ତ, ତୁମ୍ଭେ ମୋହର ଲଗା ହୁଅ।
15 主はわれとものいひ且そのごとくみづから成たまへり われ何をいふべきか わが世にある間わが靈魂の苦しめる故によりて愼みてゆかん
ମୁଁ କଅଣ କହିବି? ସେ ତ ମୋତେ କହିଅଛନ୍ତି, ମଧ୍ୟ ଆପେ ତାହା ସାଧନ କରିଅଛନ୍ତି; ମୁଁ ଆପଣା ପ୍ରାଣର ତିକ୍ତତା ସକାଶୁ ଆପଣାର ସବୁ ବର୍ଷଯାକ ଧୀରେ ଧୀରେ ଗମନ କରିବି।
16 主よこれらの事によりて人は活るなり わが靈魂のいのちも全くこれらの事によるなり 願くはわれを醫しわれを活したまへ
ହେ ପ୍ରଭୋ, ଏହିସବୁ ଦ୍ୱାରା ଲୋକେ ବଞ୍ଚନ୍ତି, ଆଉ ତହିଁରେ ହିଁ ସମ୍ପୂର୍ଣ୍ଣ ରୂପେ ମୋʼ ଆତ୍ମାର ଜୀବନ ଅଛି, ଏହେତୁ ତୁମ୍ଭେ ମୋତେ ସୁସ୍ଥ କରି ସଜୀବ କର।
17 視よわれに甚しき艱苦をあたへたまへるは我に平安をえしめんがためなり 汝わがたましひを愛して滅亡の穴をまぬかれしめ給へり そはわが罪をことごとく背後にすてたまへり
ଦେଖ, ମୁଁ ଆପଣାର ଶାନ୍ତି ନିମନ୍ତେ ବଡ଼ ଦୁଃଖ ପାଇଲି; ମାତ୍ର ତୁମ୍ଭେ ମୋʼ ପ୍ରାଣ ପ୍ରତି ପ୍ରେମ କରି ବିନାଶକୂପରୁ ତାହାକୁ ଉଦ୍ଧାର କଲ; କାରଣ ତୁମ୍ଭେ ଆପଣା ପଛଆଡ଼େ ମୋହର ପାପସବୁ ପକାଇ ଦେଇଅଛ।
18 陰府はなんぢに感謝せず 死はなんぢを讃美せず 墓にくだる者はなんぢの誠實をのぞまず (Sheol h7585)
ଯେହେତୁ ପାତାଳ ତୁମ୍ଭର ପ୍ରଶଂସା କରି ନ ପାରେ, ମୃତ୍ୟୁୁ ତୁମ୍ଭର ଗୁଣ କୀର୍ତ୍ତନ କରି ନ ପାରେ; ଗର୍ତ୍ତଗାମୀମାନେ ତୁମ୍ଭର ସତ୍ୟତା ପାଇଁ ପ୍ରତ୍ୟାଶା କରି ନ ପାରନ୍ତି। (Sheol h7585)
19 唯いけるもののみ活るものこそ汝にかんしやするなれ わが今日かんしやするが如し 父はなんぢの誠實をその子にしらしめん
ଯେପରି ଆଜି ମୁଁ କରୁଅଛି, ସେହିପରି ଜୀବିତ ଲୋକ, କେବଳ ଜୀବିତ ଲୋକ ତୁମ୍ଭର ପ୍ରଶଂସା କରିବ; ପିତା ସନ୍ତାନଗଣକୁ ତୁମ୍ଭର ସତ୍ୟତା ଜ୍ଞାତ କରାଇବ।
20 ヱホバ我を救ひたまはん われら世にあらんかぎりヱホバのいへにて琴をひきわが歌をうたはん
ସଦାପ୍ରଭୁ ମୋହର ପରିତ୍ରାଣ କରିବାକୁ ଉଦ୍ୟତ; ଏହେତୁ ଆମ୍ଭେମାନେ ଜୀବନଯାଏ ସଦାପ୍ରଭୁଙ୍କ ଗୃହରେ ତାରଯୁକ୍ତ ଯନ୍ତ୍ର ସହିତ ମୋହର ସଙ୍ଗୀତ ଗାନ କରିବୁ।
21 イザヤいへらく無花果の一團をとりきたりて腫物のうへにつけよ 王かならずいえん
ଯିଶାଇୟ କହିଥିଲେ, “ସେମାନେ ଡିମ୍ବିରି ଚକ୍ତି ନେଇ ସ୍ପୋଟକ ଉପରେ ଦେଉନ୍ତୁ, ତହିଁରେ ସେ ସୁସ୍ଥ ହେବ।”
22 ヒゼキヤも亦いへらく わがヱホバの家にのぼることにつきては何の兆あらんか
ହିଜକୀୟ ମଧ୍ୟ କହିଥିଲା, “ମୁଁ ଯେ ସଦାପ୍ରଭୁଙ୍କ ଗୃହକୁ ଯିବି, ଏଥିର ଚିହ୍ନ କଅଣ?”

< イザヤ書 38 >