< サムエル記Ⅰ 15 >

1 茲にサムエル、サウルにいひけるはヱホバ我をつかはし汝に膏を沃ぎて其民イスラエルの王となさしめたりさればヱホバの言の聲をきけ
ଏଥିଉତ୍ତାରେ ଶାମୁୟେଲ ଶାଉଲଙ୍କୁ କହିଲେ, “ସଦାପ୍ରଭୁ ଆପଣା ଲୋକ ଇସ୍ରାଏଲ ଉପରେ ତୁମ୍ଭକୁ ରାଜପଦରେ ଅଭିଷେକ କରିବା ପାଇଁ ମୋତେ ପଠାଇଥିଲେ; ଏଣୁ ଏବେ ତୁମ୍ଭେ ସଦାପ୍ରଭୁଙ୍କ ବାକ୍ୟର ରବ ଶୁଣ।
2 萬軍のヱホバかくいひたまふ我アマレクがイスラエルになせし事すなはちエジプトよりのぼれる時其途を遮りしをかへりみる
ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି, ‘ଇସ୍ରାଏଲ ମିସରରୁ ବାହାରି ଆସିବା ବେଳେ ପଥ ମଧ୍ୟରେ ଅମାଲେକ ତାହା ବିରୁଦ୍ଧରେ ଉଠି ତାହା ପ୍ରତି ଯାହା କରିଥିଲା, ଆମ୍ଭେ ତହିଁର ତତ୍ତ୍ୱାନୁସନ୍ଧାନ କରିଅଛୁ।
3 今ゆきてアマレクを撃ち其有る物をことごとく滅しつくし彼らを憐むなかれ男女童稚哺乳兒牛羊駱駝驢馬を皆殺せ
ଏବେ ତୁମ୍ଭେ ଯାଇ ଅମାଲେକକୁ ଆଘାତ କର ଓ ସେମାନଙ୍କର ସର୍ବସ୍ୱ ସମ୍ପୂର୍ଣ୍ଣ ରୂପେ ବିନାଶ କର ଓ ସେମାନଙ୍କୁ ଦୟା କର ନାହିଁ; ମାତ୍ର ପୁରୁଷଠାରୁ ସ୍ତ୍ରୀ ପର୍ଯ୍ୟନ୍ତ, ବାଳକଠାରୁ ସ୍ତନ୍ୟପାୟୀ ଶିଶୁ ପର୍ଯ୍ୟନ୍ତ, ଗୋରୁଠାରୁ ମେଷ ପର୍ଯ୍ୟନ୍ତ, ଓଟଠାରୁ ଗଧ ପର୍ଯ୍ୟନ୍ତ ସମସ୍ତଙ୍କୁ ବଧ କର।’”
4 サウル民をよびあつめてこれをテライムに核ふ歩兵二十萬ユダの人一萬あり
ଏଥିଉତ୍ତାରେ ଶାଉଲ ଲୋକମାନଙ୍କୁ ଡକାଇ ଟଲାୟୀମରେ ସେମାନଙ୍କର ଗଣନା କଲେ, ତହିଁରେ ଦୁଇ ଲକ୍ଷ ପଦାତିକ ଓ ଯିହୁଦାର ଦଶ ସହସ୍ର ଲୋକ ହେଲେ,
5 しかしてサウル、アマレクの邑にいたりて谷に兵を伏たり
ତହୁଁ ଶାଉଲ ଅମାଲେକ ନଗରକୁ ଆସି ଉପତ୍ୟକାରେ ଛକି ବସିଲେ।
6 サウル、ケニ人にいひけるは汝らゆきてさりアマレク人をはなれくだるべし恐らくはかれらとともに汝らをほろぼすにいたらんイスラエルの子孫のエジプトよりのぼれる時汝らこれに恩みをほどこしたりと即ちケニ人アマレク人をはなれてさりぬ
ପୁଣି, ଶାଉଲ କେନୀୟମାନଙ୍କୁ କହିଲେ, “ଯାଅ, ଚାଲିଯାଅ, ଅମାଲେକୀୟମାନଙ୍କ ମଧ୍ୟରୁ ବାହାର ହୁଅ, କେଜାଣି ମୁଁ ସେମାନଙ୍କ ସହିତ ତୁମ୍ଭମାନଙ୍କୁ ବିନାଶ କରିବି; କାରଣ ମିସରରୁ ଇସ୍ରାଏଲ ସନ୍ତାନମାନେ ବାହାରି ଆସିବା ବେଳେ, ତୁମ୍ଭେମାନେ ସେସମସ୍ତଙ୍କ ପ୍ରତି ଦୟା କରିଥିଲ।” ତହିଁରେ କେନୀୟମାନେ ଅମାଲେକୀୟମାନଙ୍କ ମଧ୍ୟରୁ ବାହାରିଗଲେ।
7 サウル、アマレク人をうちてハビラよりエジプトの東面なるシユルにいたる
ଏଉତ୍ତାରେ ଶାଉଲ ହବୀଲାଠାରୁ ମିସର ସମ୍ମୁଖସ୍ଥ ଶୂରର ନିକଟ ପର୍ଯ୍ୟନ୍ତ ଅମାଲେକୀୟମାନଙ୍କୁ ଆଘାତ କଲେ।
8 サウル、アマレク人の王アガグを生擒り刃をもて其民をことごとくほろぼせり
ପୁଣି, ସେ ଅମାଲେକୀୟମାନଙ୍କ ରାଜା ଅଗାଗକୁ ଜିଅନ୍ତା ଧରିଲେ ଓ ଲୋକ ସମସ୍ତଙ୍କୁ ଖଡ୍ଗଧାରରେ ସମ୍ପୂର୍ଣ୍ଣ ରୂପେ ବିନାଶ କଲେ।
9 然ども、サウルと民アガグをゆるしまた羊と牛の最も嘉きもの及び肥たる物並に羔と凡て善き物を殘して之をほろぼしつくすをこのまず但惡き弱き物をほろぼしつくせり
ମାତ୍ର ଶାଉଲ ଓ ଲୋକମାନେ ଅଗାଗ ପ୍ରତି ଓ ଉତ୍ତମ ଉତ୍ତମ ମେଷ ଓ ଗୋରୁ ପ୍ରତି ଓ ହୃଷ୍ଟପୁଷ୍ଟ ବାଛୁରି ଓ ମେଷଛୁଆ ପ୍ରତି ଓ ଯାବତୀୟ ଉତ୍ତମ ବସ୍ତୁ ପ୍ରତି ଦୟା କରି ସେମାନଙ୍କୁ ସମ୍ପୂର୍ଣ୍ଣ ରୂପେ ବିନାଶ କଲେ ନାହିଁ; ମାତ୍ର ଯାହା କିଛି ତୁଚ୍ଛ ଓ ରୋଗା ଥିଲା, ତାହା ସେମାନେ ବର୍ଜିତ ରୂପେ ବିନାଶ କଲେ।
10 時にヱホバの言サムエルにのぞみていはく
ଏଉତ୍ତାରେ ଶାମୁୟେଲଙ୍କ ପ୍ରତି ସଦାପ୍ରଭୁଙ୍କର ବାକ୍ୟ ଉପସ୍ଥିତ ହେଲା, ଯଥା;
11 我サウルを王となせしを悔ゆ其は彼背きて我にしたがはずわが命をおこなはざればなりとサムエル憂て終夜ヱホバによばはれり
“ଆମ୍ଭେ ଯେ ଶାଉଲକୁ ରାଜା କଲୁ, ଏଥିପାଇଁ ଆମ୍ଭେ ଦୁଃଖିତ; କାରଣ ସେ ଆମ୍ଭଠାରୁ ବିମୁଖ ହୋଇଅଛି ଓ ଆମ୍ଭର ବାକ୍ୟ ସଫଳ କରି ନାହିଁ।” ଏଥିରେ ଶାମୁୟେଲ କ୍ରୁଦ୍ଧ ହେଲେ, ତଥାପି ସମସ୍ତ ରାତ୍ରି ସଦାପ୍ରଭୁଙ୍କ ନିକଟରେ କ୍ରନ୍ଦନ କଲେ।
12 かくてサムエル、サウルにあはんとて夙く起きけるにサムエルにつぐるものありていふサウル、カルメルにいたり勝利の表を立て轉り進みてギルガルにくだれりと
ପୁଣି, ଶାମୁୟେଲ ଶାଉଲଙ୍କ ସହିତ ପ୍ରଭାତରେ ସାକ୍ଷାତ କରିବା ପାଇଁ ଶୀଘ୍ର ଉଠିଲେ, ତହୁଁ ଶାମୁୟେଲଙ୍କୁ ଏହି ସମ୍ବାଦ ଦିଆଗଲା ଯେ, “ଶାଉଲ କର୍ମିଲକୁ ଆସିଥିଲେ, ଆଉ ଦେଖ, ସେ ଆପଣା ପାଇଁ ଜୟସ୍ତମ୍ଭ ସ୍ଥାପନ କରି ସେଠାରୁ ଫେରି, ପ୍ରସ୍ଥାନ କରି ଗିଲ୍‍ଗଲ୍‍କୁ ବାହାରି ଯାଇଅଛନ୍ତି।”
13 サムエル、サウルの許に至りければサウルこれにいひけるは汝がヱホバより福祉を得んことをねがふ我ヱホバの命を行へりと
ଏଥିରେ ଶାମୁୟେଲ ଶାଉଲଙ୍କ ନିକଟକୁ ଗଲେ; ପୁଣି, ଶାଉଲ ତାଙ୍କୁ କହିଲେ, “ତୁମ୍ଭେ ସଦାପ୍ରଭୁଙ୍କ ଆଶୀର୍ବାଦ-ପାତ୍ର, ମୁଁ ସଦାପ୍ରଭୁଙ୍କ ବାକ୍ୟ ସଫଳ କରିଅଛି।”
14 サムエルいひけるは然らばわが耳にいる此羊の聲およびわがきく牛のこゑは何ぞや
ତହିଁରେ ଶାମୁୟେଲ କହିଲେ, “ତେବେ ମୋʼ କର୍ଣ୍ଣରେ ଯେ ମେଷରବ ହେଉଛି ଓ ମୁଁ ଯେ ଗୋରୁ-ରବ ଶୁଣୁଛି, ଏଥିର ଅର୍ଥ କଅଣ?”
15 サウルいひけるは人々これをアマレク人のところより引ききたれり其は民汝の神ヱホバにささげんために羊と牛の最も嘉きものをのこせばなり其ほかは我らほろぼしつくせり
ତହୁଁ ଶାଉଲ କହିଲେ, “ସେମାନେ ଅମାଲେକୀୟମାନଙ୍କଠାରୁ ସେସବୁ ଆଣିଛନ୍ତି; କାରଣ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ବଳିଦାନ କରିବା ନିମନ୍ତେ ଲୋକମାନେ ଉତ୍ତମ ଉତ୍ତମ ମେଷ ଓ ଗୋରୁ ପ୍ରତି ଦୟା କଲେ; ମାତ୍ର ଅବଶିଷ୍ଟ ସକଳକୁ ଆମ୍ଭେମାନେ ସମ୍ପୂର୍ଣ୍ଣ ରୂପେ ବିନାଶ କରିଅଛୁ।”
16 サムエル、サウルにいけるは止まれ昨夜ヱホバの我にかたりたまひしことを汝につげんサウルいひけるはいへ
ସେତେବେଳେ ଶାମୁୟେଲ ଶାଉଲଙ୍କୁ କହିଲେ, “ତାହା ଛାଡ଼, ସଦାପ୍ରଭୁ ଆଜି ରାତ୍ରିରେ ମୋତେ ଯାହା କହିଅଛନ୍ତି, ତାହା ମୁଁ ତୁମ୍ଭକୁ ଜଣାଇବି।” ଏଥିରେ ସେ କହିଲେ, “କୁହ।”
17 サムエルいひけるはさきに汝が微き者とみづから憶へる時に爾イスラエルの支派の長となりしに非ずや即ちヱホバ汝に膏を注いでイスラエルの王となせり
ତେଣୁ ଶାମୁୟେଲ କହିଲେ, “କୁହ ଦେଖି, ତୁମ୍ଭେ ଆପଣା ଦୃଷ୍ଟିରେ କ୍ଷୁଦ୍ର ହେଲେ ହେଁ କି ଇସ୍ରାଏଲ ବଂଶସମୂହର ମସ୍ତକ ହୋଇ ନାହଁ? ପୁଣି, ସଦାପ୍ରଭୁ ତୁମ୍ଭକୁ ଇସ୍ରାଏଲ ଉପରେ ରାଜା କରି ଅଭିଷିକ୍ତ କଲେ;
18 ヱホバ汝を途に遣はしていひたまはく往て惡人なるアマレク人をほろぼし其盡るまで戰へよと
ଆଉ ସଦାପ୍ରଭୁ ତୁମ୍ଭକୁ ଯୁଦ୍ଧ ଯାତ୍ରାରେ ପଠାଇ କହିଲେ, ‘ଯାଅ, ସେହି ଅମାଲେକୀୟ ପାପୀମାନଙ୍କୁ ସମ୍ପୂର୍ଣ୍ଣ ରୂପେ ବିନାଶ କର, ଆଉ ସେମାନେ ନିଃଶେଷରେ ଉଚ୍ଛିନ୍ନ ହେବା ପର୍ଯ୍ୟନ୍ତ ସେମାନଙ୍କ ସଙ୍ଗେ ଯୁଦ୍ଧ କର।’
19 何故に汝ヱホバの言をきかずして敵の所有物にはせかかりヱホバの目のまへに惡をなせしや
ଏଣୁ ତୁମ୍ଭେ କାହିଁକି ସଦାପ୍ରଭୁଙ୍କ ରବ ଶୁଣିଲ ନାହିଁ, ମାତ୍ର ଲୁଟଦ୍ରବ୍ୟ ଉପରେ ଉଡ଼ି ପଡ଼ିଲ ଓ ସଦାପ୍ରଭୁଙ୍କ ଦୃଷ୍ଟିରେ ଯାହା ମନ୍ଦ, ତାହା କଲ?”
20 サウル、サムエルにひけるは我誠にヱホバの言にしたがひてヱホバのつかはしたまふ途にゆきアマレクの王アガグを執きたりアマレクをほろぼしつくせり
ଏଥିରେ ଶାଉଲ ଶାମୁୟେଲଙ୍କୁ କହିଲେ, “ମୁଁ ସଦାପ୍ରଭୁଙ୍କ ରବ ଶୁଣିଲି ଓ ସଦାପ୍ରଭୁ ମୋତେ ଯେଉଁ ଯାତ୍ରା କରିବାକୁ ପଠାଇଲେ, ତାହା କଲି ଓ ଅମାଲେକର ରାଜା ଅଗାଗକୁ ଆଣିଲି, ପୁଣି, ଅମାଲେକୀୟମାନଙ୍କୁ ସମ୍ପୂର୍ଣ୍ଣ ରୂପେ ବିନାଶ କଲି।
21 ただ民其ほろぼしつくすべき物の最初としてギルガルにて汝の神ヱホバにささげんとて敵の物の中より羊と牛をとれり
ମାତ୍ର ଲୋକମାନେ ଗିଲ୍‍ଗଲ୍‍ରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ବଳିଦାନ କରିବା ପାଇଁ ବିନାଶାର୍ଥେ ବର୍ଜିତ ଦ୍ରବ୍ୟ ମଧ୍ୟରୁ ଲୁଟ ରୂପେ ଉତ୍ତମ ଉତ୍ତମ ମେଷ ଓ ଗୋରୁ ନେଲେ।”
22 サムエルいひけるはヱホバはその言にしたがふ事を善したまふごとく燔祭と犠牲を善したまふや夫れ順ふ事は犠牲にまさり聽く事は牡羔の脂にまさるなり
ତହିଁରେ ଶାମୁୟେଲ କହିଲେ, “ଯେପରି ସଦାପ୍ରଭୁଙ୍କ ରବ ଶୁଣିବାରେ, ସେପରି କି ହୋମ ଓ ବଳିଦାନରେ ସଦାପ୍ରଭୁଙ୍କର ସନ୍ତୋଷ ହୁଏ? ଦେଖ, ଶୁଣିବା ବଳିଦାନଠାରୁ ଓ ମନୋଯୋଗୀ ହେବା ମେଷମେଦଠାରୁ ଉତ୍ତମ।
23 其は違逆は魔術の罪のごとく抗戻は虚しき物につかふる如く偶像につかふるがごとし汝ヱホバの言を棄たるによりヱホバもまた汝をすてて王たらざらしめたまふ
ଯେହେତୁ ବିଦ୍ରୋହ ମନ୍ତ୍ର ପାଠ ପାପ ତୁଲ୍ୟ ଓ ଅବାଧ୍ୟତା ଅବସ୍ତୁର ଓ ଠାକୁରମାନର ପୂଜା ତୁଲ୍ୟ। ତୁମ୍ଭେ ସଦାପ୍ରଭୁଙ୍କ ବାକ୍ୟ ତୁଚ୍ଛ କରିଅଛ, ଏଥିପାଇଁ ସେ ମଧ୍ୟ ତୁମ୍ଭକୁ ରାଜା ହୋଇଥିବା ପାଇଁ ତୁଚ୍ଛ କରିଅଛନ୍ତି।”
24 サウル、サムエルにいひけるに我ヱホバの命と汝の言をやぶりて罪ををかしたり是は民をおそれて其言にしたがひたるによりてなり
ଏଥିରେ ଶାଉଲ ଶାମୁୟେଲଙ୍କୁ କହିଲେ, “ମୁଁ ପାପ କରିଅଛି; କାରଣ ମୁଁ ସଦାପ୍ରଭୁଙ୍କର ଆଜ୍ଞା ଓ ତୁମ୍ଭ ବାକ୍ୟ ଲଙ୍ଘନ କରିଅଛି; ମୁଁ ଲୋକମାନଙ୍କୁ ଭୟ କରି ସେମାନଙ୍କ ରବ ଶୁଣିଲି।
25 されば今ねがはくはわがつみをゆるし我とともにかへりて我をしてヱホバを拝することをえさしめよ
ଏହେତୁ ବିନୟ କରୁଅଛି, ଏବେ ମୋʼ ପାପ କ୍ଷମା କର ଓ ମୁଁ ଯେପରି ସଦାପ୍ରଭୁଙ୍କ ନିକଟରେ ପ୍ରଣାମ କରିବି, ଏଥିପାଇଁ ମୋʼ ସଙ୍ଗେ ଫେରି ଆସ।”
26 サムエル、サウルにいひけるは我汝とともにかへらじ汝ヱホバの言を棄たるによりヱホバ汝をすててイスラエルに王たらしめたまはざればなり
ତହିଁରେ ଶାମୁୟେଲ ଶାଉଲଙ୍କୁ କହିଲେ, “ମୁଁ ତୁମ୍ଭ ସଙ୍ଗେ ଫେରିଯିବି ନାହିଁ; କାରଣ ତୁମ୍ଭେ ସଦାପ୍ରଭୁଙ୍କ ବାକ୍ୟ ତୁଚ୍ଛ କରିଅଛ ଓ ସଦାପ୍ରଭୁ ତୁମ୍ଭକୁ ଇସ୍ରାଏଲ ଉପରେ ରାଜା ହୋଇଥିବା ପାଇଁ ତୁଚ୍ଛ କରିଅଛନ୍ତି।”
27 サムエル去らんとて振還しときサウルその明衣の裾を捉へしかば裂たり
ଏଥିରେ ଶାଉଲଙ୍କୁ ଚାଲିଯିବା ପାଇଁ ମୁଖ ଫେରାନ୍ତେ, ସେ ତାଙ୍କ ଚୋଗାର ଅଞ୍ଚଳ ଧରି ଟାଣିଲେ, ତହିଁରେ ତାହା ଚିରିଗଲା।
28 サムエルかれにいひけるは今日ヱホバ、イスラエルの國を裂て汝よりはなし汝の隣なる汝より善きものにこれをあたへたまふ
ଏଣୁ ଶାମୁୟେଲ ତାଙ୍କୁ କହିଲେ, “ସଦାପ୍ରଭୁ ଆଜି ତୁମ୍ଭଠାରୁ ଇସ୍ରାଏଲର ରାଜତ୍ୱ ଟାଣି ଚିରିଲେ ଓ ତୁମ୍ଭଠାରୁ ଉତ୍ତମ ତୁମ୍ଭର ଏକ ପ୍ରତିବାସୀକୁ ତାହା ଦେଲେ।
29 またイスラエルの能力たる者は謊らず悔ず其はかれは人にあらざればくゆることなし
ଆହୁରି ଇସ୍ରାଏଲର ବିଶ୍ୱାସଭୂମି ମିଥ୍ୟା କହିବେ ନାହିଁ, କି ମତ ପରିବର୍ତ୍ତନ କରିବେ ନାହିଁ; କାରଣ ସେ ମନୁଷ୍ୟ ନୁହନ୍ତି ଯେ, ସେ ଦ୍ୱିମତ ହେବେ।”
30 サウルいひけるは我罪ををかしたれどねがはくはわが民の長老のまへおよびイスラエルのまへにて我をたふとみて我とともにかへり我をして汝の神ヱホバを拝むことをえさしめよ
ତେବେ ସେ କହିଲେ, “ଆମ୍ଭେ ପାପ କରିଅଛୁ; ତଥାପି ଏବେ ମୋହର ଲୋକମାନଙ୍କ ପ୍ରାଚୀନବର୍ଗ ଓ ଇସ୍ରାଏଲ ସମ୍ମୁଖରେ ମୋହର ଗୌରବ ରଖ ଓ ମୁଁ ଯେପରି ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ନିକଟରେ ପ୍ରଣାମ କରିବି, ଏଥିପାଇଁ ମୋʼ ସଙ୍ଗେ ଫେରି ଆସ।”
31 ここにおいてサムエル、サウルにしたがひてかへるしかしてサウル、ヱホバを拝む
ତହିଁରେ ଶାମୁୟେଲ ଶାଉଲଙ୍କର ପଶ୍ଚାତ୍‍ ଫେରିଯାଆନ୍ତେ, ଶାଉଲ ସଦାପ୍ରଭୁଙ୍କ ନିକଟରେ ପ୍ରଣାମ କଲେ।
32 時にサムエルいひけるは汝らわが許にアマレクの王アガグをひききたれとアガグ喜ばしげにサムエルの許にきたりアガグいひけるは死の苦みは必ず過さりぬ
ଏଥିଉତ୍ତାରେ ଶାମୁୟେଲ କହିଲେ, “ତୁମ୍ଭେମାନେ ଅମାଲେକୀୟମାନଙ୍କ ରାଜା ଅଗାଗକୁ ଏଠାରେ ଆମ୍ଭ ନିକଟକୁ ଆଣ।” ତହିଁରେ ଅଗାଗ ଖୁସି ହୋଇ ତାଙ୍କ ନିକଟକୁ ଆସିଲା; କାରଣ ଅଗାଗ କହିଲା, “ଅବଶ୍ୟ ମୃତ୍ୟୁର ତିକ୍ତତା ଗଲା।”
33 サムエルいひけるに汝の劍はおほくの婦人を子なき者となせりかくのごとく汝の母は婦人の中の最も子なき者となるべしとサムエル、ギルガルにてヱホバのまへにおいてアガグを斬り
ମାତ୍ର ଶାମୁୟେଲ କହିଲେ, “ତୁମ୍ଭର ଖଡ୍ଗ ଯେପରି ସ୍ତ୍ରୀମାନଙ୍କୁ ସନ୍ତାନହୀନ କରିଅଛି, ସେପରି ସ୍ତ୍ରୀମାନଙ୍କ ମଧ୍ୟରେ ତୁମ୍ଭର ମାତା ସନ୍ତାନହୀନ ହେବ।” ତହୁଁ ଶାମୁୟେଲ ଗିଲ୍‍ଗଲ୍‍ରେ ସଦାପ୍ରଭୁଙ୍କ ସମ୍ମୁଖରେ ଅଗାଗକୁ ଖଣ୍ଡ ଖଣ୍ଡ କରି ହାଣିଲେ।
34 かくてサムエルはラマにゆきサウルはサウルのギベアにのぼりてその家にいたる
ଏଥିଉତ୍ତାରେ ଶାମୁୟେଲ ରାମାକୁ ଗଲେ; ପୁଣି, ଶାଉଲ ଗିବୀୟା-ଶାଉଲରେ ସ୍ଥିତ ଆପଣା ଗୃହକୁ ଗଲେ।
35 サムエル其しぬる日までふたたびきたりてサウルをみざりきしかれどもサムエル、サウルのためにかなしめりまたヱホバはサウルをイスラエルの王となせしを悔たまへり
ମାତ୍ର ଶାଉଲଙ୍କର ମରଣ ଦିନ ପର୍ଯ୍ୟନ୍ତ ଶାମୁୟେଲ ଆଉ ତାଙ୍କୁ ସାକ୍ଷାତ କଲେ ନାହିଁ; କାରଣ ଶାମୁୟେଲ ଶାଉଲଙ୍କ ପାଇଁ ଶୋକ କଲେ; ପୁଣି, ସଦାପ୍ରଭୁ ଇସ୍ରାଏଲ ଉପରେ ଶାଉଲଙ୍କୁ ରାଜା କରିବାରୁ ଦୁଃଖିତ ହେଲେ।

< サムエル記Ⅰ 15 >