< サムエル記Ⅰ 14 >
1 其時サウルの子ヨナタン武器を執る若者にいひけるはいざ對面にあるペリシテ人の先陣に渉りゆかんと然ど其父には告ざりき
ଏକ ଦିନ ଶାଉଲଙ୍କର ପୁତ୍ର ଯୋନାଥନ ଆପଣା ଅସ୍ତ୍ରବାହକ ଯୁବାକୁ କହିଲା, “ଆସ, ଆମ୍ଭେମାନେ ସେପାଖସ୍ଥିତ ପଲେଷ୍ଟୀୟମାନଙ୍କ ପ୍ରହରୀ-ଦଳ ନିକଟକୁ ଯାଉ।” ମାତ୍ର ସେ ଆପଣା ପିତାକୁ ଏହା ଜଣାଇଲା ନାହିଁ।
2 サウル、ギベアの極においてミグロンにある石榴の樹の下に住まりしが倶にある民はおよそ六百人なりき
ସେସମୟରେ ଶାଉଲ ଗିବୀୟାର ପ୍ରାନ୍ତଭାଗରେ ମିଗ୍ରୋଣସ୍ଥ ଡାଳିମ୍ବ ବୃକ୍ଷ ମୂଳରେ ଥିଲେ; ପୁଣି, ଊଣାଧିକ ଛଅ ଶହ ଲୋକ ତାଙ୍କ ସଙ୍ଗରେ ଥିଲେ;
3 又アヒヤ、エポデを衣てともにをるアヒヤはアヒトブの子アヒトブはイカボデの兄弟イカボデばピネハスの子ピネハスはシロにありてヱホバの祭司たりしエリの子なり民ヨナタンの行けるをしらざりき
ମଧ୍ୟ ଯେଉଁ ଏଲି ଶୀଲୋରେ ସଦାପ୍ରଭୁଙ୍କ ଯାଜକ ଥିଲେ, ତାଙ୍କ ପ୍ରପୌତ୍ର, ପୀନହସ୍ର ପୌତ୍ର, ଐକାବୋଦର ଭ୍ରାତା ଅହୀଟୂବ୍ର ପୁତ୍ର ଅହୀୟ ଏଫୋଦ ପିନ୍ଧି ସେଠାରେ ଥିଲା। ଆଉ ଯୋନାଥନ ଯେ ବାହାର ହୋଇ ଯାଇଅଛି, ଏ କଥା ଲୋକମାନେ ଜାଣି ନ ଥିଲେ।
4 ヨナタンの渉りてペリシテ人の先陣にいたらんとする渡口の間に此傍に巉巌あり彼傍にも巉巌あり一の名をボゼツといひ一の名をセネといふ
ପୁଣି, ଯୋନାଥନ ଯେଉଁ ଘାଟି ଦେଇ ପଲେଷ୍ଟୀୟମାନଙ୍କ ପ୍ରହରୀ-ଦଳ ନିକଟକୁ ଯିବାକୁ ଚେଷ୍ଟା କଲା, ତହିଁର ମଧ୍ୟସ୍ଥଳରେ ଏକପାଖେ ଦନ୍ତାକାର ଏକ ଶୈଳ ଓ ଅନ୍ୟ ପାଖେ ଦନ୍ତାକାର ଏକ ଶୈଳ ଥିଲା; ତହିଁର ଏକର ନାମ ବୋତ୍ସେସ ଓ ଅନ୍ୟର ନାମ ସେନି।
5 其一は北に向ひてミクマシに對し一に南にむかひてゲバに對す
ତହିଁ ମଧ୍ୟରୁ ଏକ ସ୍ତମ୍ଭାକାର ଦନ୍ତ ଉତ୍ତର ଆଡ଼ ମିକ୍ମସ୍ର ଅଭିମୁଖରେ ଓ ଅନ୍ୟଟି ଦକ୍ଷିଣ ଆଡ଼େ ଗେବା ଅଭିମୁଖରେ ଥିଲା।
6 ヨナタン武器を執る少者にいふいざ我ら此割禮なき者どもの先陣にわたらんヱホバ我らのためにはたらきたまことあらん多くの人をもて救ふも少き人をもてすくふもヱホバにおいては妨げなし
ପୁଣି, ଯୋନାଥନ ଆପଣା ଅସ୍ତ୍ରବାହକ ଯୁବାକୁ କହିଲା, “ଆସ, ଆମ୍ଭେମାନେ ସେହି ଅସୁନ୍ନତମାନଙ୍କ ପ୍ରହରୀ-ଦଳ ନିକଟକୁ ଯାଉ; ହୋଇପାରେ, ସଦାପ୍ରଭୁ ଆମ୍ଭମାନଙ୍କ ପକ୍ଷରେ କର୍ମ କରିବେ; ଯେହେତୁ ଅନେକ ଦ୍ୱାରା ହେଉ କି ଅଳ୍ପ ଦ୍ୱାରା ହେଉ, ଉଦ୍ଧାର କରିବାରେ ସଦାପ୍ରଭୁଙ୍କର କୌଣସି ପ୍ରତିବନ୍ଧକ ନାହିଁ।”
7 武器をとるもの之にいひけるは總て汝の心にあるところをなせ進めよ我汝の心にしたがひて汝とともにあり
ତହିଁରେ ତାହାର ଅସ୍ତ୍ରବାହକ କହିଲା, “ତୁମ୍ଭ ମନରେ ଯାହା ଅଛି, ସବୁ କର; ଚାଲ, ଦେଖ ଆମ୍ଭେ ତୁମ୍ଭ ମନ ପରି ତୁମ୍ଭ ସଙ୍ଗରେ ଅଛୁ।”
8 ヨナタンいひけるは見よ我らかの人々のところにわたり身をかれらにあらはさん
ତେବେ ଯୋନାଥନ କହିଲା, “ଦେଖ, ଆମ୍ଭେମାନେ ସେହି ଲୋକମାନଙ୍କ ଆଡ଼କୁ ଯାଇ ସେମାନଙ୍କ ନିକଟରେ ଆପଣାମାନଙ୍କୁ ଦେଖାଇବା।
9 かれら若し我らが汝らにいたるまでとどまれと斯く我らにいはば我らはこのままとどまりてかれらの所にのぼらじ
ଯେବେ ସେମାନେ ଆମ୍ଭମାନଙ୍କୁ କହିବେ, ‘ରହିଥାଅ, ଆମ୍ଭେମାନେ ତୁମ୍ଭମାନଙ୍କ କତିକି ଆସିବା;’ ତେବେ ଆମ୍ଭେମାନେ ଆପଣା ଆପଣା ସ୍ଥାନରେ ଛିଡ଼ା ହୋଇ ରହିବା, ସେମାନଙ୍କ ନିକଟକୁ ଉଠି ଯିବା ନାହିଁ।
10 されど若し我らのところにのぼれとかくいはば我らのぼらんヱホバかれらを我らの手にわたしたまふなり是を徴となさんと
ମାତ୍ର ‘ଆମ୍ଭମାନଙ୍କ ନିକଟକୁ ଉଠି ଆସ’ ବୋଲି ଯେବେ ସେମାନେ କହିବେ, ତେବେ ଆମ୍ଭେମାନେ ଉଠି ଯିବା; କାରଣ ସଦାପ୍ରଭୁ ଆମ୍ଭମାନଙ୍କ ହସ୍ତରେ ସେମାନଙ୍କୁ ସମର୍ପଣ କଲେ; ଆଉ, ଏହା ଆମ୍ଭମାନଙ୍କ ପ୍ରତି ଚିହ୍ନ ହେବ।”
11 斯て二人其身をペリシテ人の先陣にあらはしければペリシテ人いひけるは視よヘブル人其かくれたる穴よりいで來ると
ତହୁଁ ସେ ଦୁହେଁ ପଲେଷ୍ଟୀୟମାନଙ୍କ ପ୍ରହରୀ-ଦଳ ନିକଟରେ ଆପଣାମାନଙ୍କୁ ଦେଖାଇଲେ; ଏଥିରେ ପଲେଷ୍ଟୀୟମାନେ କହିଲେ, “ଏହି ଦେଖ, ଏବ୍ରୀୟ ଲୋକମାନେ ଯେଉଁ ଯେଉଁ ଗାଡ଼ରେ ଲୁଚିଥିଲେ, ସେଠାରୁ ଏବେ ବାହାରି ଆସୁଅଛନ୍ତି।”
12 すなはち先陣の人ヨナタンと其武器を執る者にこたへて我等の所に上りきたれ目に物見せんといひしかばヨナタン武器を執る者にいひけるは我にしたがひてのぼれヱホバ彼らをイスラエルの手にわたしたまふなり
ପୁଣି, ପ୍ରହରୀ ଦଳୀୟ ଲୋକମାନେ ଯୋନାଥନକୁ ଓ ତାହାର ଅସ୍ତ୍ରବାହକକୁ ଉତ୍ତର କରି କହିଲେ, “ଆମ୍ଭମାନଙ୍କ କତିକି ଉଠି ଆସ, ଆମ୍ଭେମାନେ ତୁମ୍ଭମାନଙ୍କୁ ଗୋଟିଏ କୌତୁକ ଦେଖାଇବା।” ଏଥିରେ ଯୋନାଥନ ଆପଣା ଅସ୍ତ୍ରବାହକକୁ କହିଲା, “ମୋʼ ପଛେ ପଛେ ଉଠି ଆସ; କାରଣ ସଦାପ୍ରଭୁ ସେମାନଙ୍କୁ ଇସ୍ରାଏଲ ହସ୍ତରେ ସମର୍ପଣ କଲେଣି।”
13 ヨナタン攀のぼり其武器を執るもの之にしたがふペリシテ人ヨナタンのまへに仆る武器をとる者も後にしたがひて之をころす
ଏଥିରେ ଯୋନାଥନ ଆପଣା ହାତ ଓ ଗୋଡ଼ ଦେଇ ଉପରକୁ ଉଠିଗଲା ଓ ତାହାର ଅସ୍ତ୍ରବାହକ ତାହା ପଛେ ପଛେ ଗଲା; ତହିଁରେ ସେହି ଲୋକମାନେ ଯୋନାଥନର ଆଗେ ଆଗେ ପତିତ ହେଲେ, ପୁଣି, ତାହାର ଅସ୍ତ୍ରବାହକ ତାହାର ପଛେ ପଛେ ବଧ କରିବାକୁ ଲାଗିଲା।
14 ヨナタンと其武器を取るもの手はじめに殺せし者およそ二十人此事田畑半段の内になれり
ଯୋନାଥନ ଓ ତାହାର ଅସ୍ତ୍ରବାହକର କୃତ ଏହି ପ୍ରଥମ ହତ୍ୟାରେ ପ୍ରାୟ ଅର୍ଦ୍ଧ ଏକର ଭୂମିରେ ଊଣାଧିକ କୋଡ଼ିଏ ଜଣ ହତ ହେଲେ।
15 しかして野にある陣のものおよび凡ての民の中に戰慄おこり先陣の人および劫掠人もまたおののき地ふるひ動けり是は神よりの戰慄なりき
ତହିଁରେ କ୍ଷେତ୍ରସ୍ଥିତ ଛାଉଣି ମଧ୍ୟରେ ଓ ସବୁ ଲୋକଙ୍କ ମଧ୍ୟରେ କମ୍ପ ହେଲା; ପ୍ରହରୀ-ଦଳ ଓ ବିନାଶକମାନେ ମଧ୍ୟ କମ୍ପିଲେ ଓ ଭୂମିକମ୍ପ ହେଲା; ଏହିରୂପେ ଘୋରତର ମହାକମ୍ପ ହେଲା।
16 ベニヤミンのギベアにあるサウルの戌卒望見しに視よペリシテ人の群衆くづれて此彼にちらばる
ସେତେବେଳେ ବିନ୍ୟାମୀନ୍ ପ୍ରଦେଶସ୍ଥ ଗିବୀୟାରେ ଶାଉଲଙ୍କର ପ୍ରହରୀମାନେ ଅନାଇଲେ; ଆଉ ଦେଖ, ଲୋକଗହଳ ଭାଙ୍ଗିଯାଇ ଏଆଡ଼େ ସେଆଡ଼େ ଯାଉଅଛନ୍ତି।
17 時にサウルおのれとともなる民にいひけるは汝ら點驗て誰が我らの中よりゆきしかを見よとすなはちしらべたるにヨナタンとその武器を執るもの居らざりき
ତେଣୁ ଶାଉଲ ଆପଣା ସଙ୍ଗୀ ଲୋକମାନଙ୍କୁ କହିଲେ, “ଏବେ ଗଣନା କରି ଦେଖିଲ, ଆମ୍ଭମାନଙ୍କ ମଧ୍ୟରୁ କିଏ ଯାଇଅଛି?” ତହିଁରେ ସେମାନେ ଗଣନା କରନ୍ତେ, ଦେଖ, ଯୋନାଥନ ଓ ତାହାର ଅସ୍ତ୍ରବାହକ ନାହାନ୍ତି।
18 サウル、アヒヤにエポデを持きたれといふ其はかれ此時イスラエルのまへにエポデを著たれば也
ତହୁଁ ଶାଉଲ ଅହୀୟକୁ କହିଲେ, “ପରମେଶ୍ୱରଙ୍କ ସିନ୍ଦୁକ ଏଠାକୁ ଆଣ,” କାରଣ, ସେସମୟରେ ପରମେଶ୍ୱରଙ୍କ ସିନ୍ଦୁକ ଇସ୍ରାଏଲ-ସନ୍ତାନଗଣ ମଧ୍ୟରେ ସେଠାରେ ଥିଲା।
19 サウル祭司にかたれる時ペリシテ人の軍の騒いよいよましたりければサウル祭司にいふ姑く汝の手を措けと
ପୁଣି, ଶାଉଲ ଯାଜକ ସଙ୍ଗେ କଥା କହିବା ବେଳେ ଏପରି ହେଲା ଯେ, ପଲେଷ୍ଟୀୟମାନଙ୍କ ଛାଉଣିରେ ଆହୁରି ଆହୁରି କୋଳାହଳ ବଢ଼ିବାକୁ ଲାଗିଲା; ତହିଁରେ ଶାଉଲ ଯାଜକକୁ କହିଲେ, “କର୍ମ ବନ୍ଦ କର।”
20 かくてサウルおよびサウルと共にある民皆呼はりて戰ひに至るにペリシテ人おのおの劍を以て互に相撃ちければその敗績はなはだ大なりき
ତହୁଁ ଶାଉଲ ଓ ତାଙ୍କର ସଙ୍ଗୀ ସମସ୍ତ ଲୋକ ଏକତ୍ର ହୋଇ ଯୁଦ୍ଧଭୂମିକୁ ଗଲେ; ସେତେବେଳେ ଦେଖ, ପ୍ରତ୍ୟେକ ଲୋକର ଖଡ୍ଗ ଆପଣା ସଙ୍ଗୀ ବିରୁଦ୍ଧରେ ଉଠୁଅଛି ଓ ମହା କୋଳାହଳ ହେଉଅଛି।
21 また此時よりまへにペリシテ人とともにありてペリシテ人と共に上りて陣に來るところのヘブル人もまた翻へりてサウルおよびヨナタンと共にあるイスラエル人に合せり
ଆହୁରି, ଯେଉଁ ଏବ୍ରୀୟମାନେ ଚାରିଆଡ଼ସ୍ଥ ଦେଶରୁ ପଲେଷ୍ଟୀୟମାନଙ୍କ ଛାଉଣିକୁ ଯାଇ ପୂର୍ବ ପରି ସେମାନଙ୍କ ସହିତ ଥିଲେ, ସେମାନେ ମଧ୍ୟ ଶାଉଲ ଓ ଯୋନାଥନ ସହିତ ଥିବା ଇସ୍ରାଏଲ ଲୋକମାନଙ୍କ ସଙ୍ଗୀ ହେବା ପାଇଁ ଫେରି ଆସିଲେ।
22 又エフライムの山地にかくれたるイスラエル人皆ペリシテ人の逃るを聞てまた戰ひに出て之を追撃り
ସେହିପରି ଯେଉଁ ଇସ୍ରାଏଲ ଲୋକମାନେ ଇଫ୍ରୟିମର ପର୍ବତମୟ ଦେଶରେ ଲୁଚି ରହିଥିଲେ, ସେସମସ୍ତେ ମଧ୍ୟ ପଲେଷ୍ଟୀୟମାନଙ୍କ ପଳାୟନ ସମ୍ବାଦ ଶୁଣି ଯୁଦ୍ଧସ୍ଥଳରେ ସେମାନଙ୍କ ପଛେ ପଛେ ଦୌଡ଼ି ଲାଗି ରହିଲେ।
23 是の如くヱホバ此日イスラエルをすくひたまふ而して戰はベテアベンにうつれり
ଏହିରୂପେ ସଦାପ୍ରଭୁ ସେହି ଦିନ ଇସ୍ରାଏଲକୁ ଉଦ୍ଧାର କଲେ ଓ ବେଥ୍-ଆବନର ପାର ପର୍ଯ୍ୟନ୍ତ ଯୁଦ୍ଧ ବ୍ୟାପିଗଲା।
24 されど此日イスラエル人苦めり其はサウル民を誓はせて夕まで即ちわが敵に仇をむくゆるまでに食物を食ふ者は呪詛れんと言たればなり是故に民の中に食物を味ひし者なし
ପୁଣି, ସେହି ଦିନ ଇସ୍ରାଏଲ ଲୋକମାନେ ବଡ଼ କଷ୍ଟ ଭୋଗିଲେ; ତଥାପି ଶାଉଲ ଲୋକମାନଙ୍କୁ ଏହି ଶପଥ କରାଇଲେ, “ସନ୍ଧ୍ୟା ପର୍ଯ୍ୟନ୍ତ, ଅର୍ଥାତ୍, ମୁଁ ଆପଣା ଶତ୍ରୁଗଣଠାରୁ ପରିଶୋଧ ନେବା ପର୍ଯ୍ୟନ୍ତ ଯେଉଁ ଲୋକ କିଛି ଖାଦ୍ୟ ଭୋଜନ କରେ, ସେ ଶାପଗ୍ରସ୍ତ ହେଉ।” ଏହେତୁ ଲୋକମାନଙ୍କର କେହି ଖାଦ୍ୟଦ୍ରବ୍ୟ ଆସ୍ୱାଦନ କଲା ନାହିଁ।
ପୁଣି, ସମସ୍ତ ଲୋକମାନେ ବନକୁ ଆସିଲେ; ମୃତ୍ତିକା ଉପରେ ମହୁ ଥିଲା।
26 即ち民森にいたりて蜜のながるるをみる然ども民誓を畏るれば誰も手を口につくる者なし
ଆଉ ଲୋକମାନେ ବନରେ ଉପସ୍ଥିତ ହୁଅନ୍ତେ, ଦେଖ, ଏକ ମହୁର ଝରଣା; ମାତ୍ର କେହି ଆପଣା ମୁହଁକୁ ହାତ ନେଲା ନାହିଁ; କାରଣ ଲୋକମାନେ ସେହି ଶପଥକୁ ଭୟ କଲେ।
27 然にヨナタンは其父が民をちかはせしを聞ざりければ手にある杖の末をのばして蜜にひたし手を口につけたり是に由て其目あきらかになりぬ
ମାତ୍ର ଯୋନାଥନ ଆପଣା ପିତା ଲୋକମାନଙ୍କୁ ଶପଥ କରାଇବା ବେଳେ ଶୁଣି ନ ଥିଲା; ଏହେତୁ ସେ ଆପଣା ହସ୍ତସ୍ଥିତ ଯଷ୍ଟିର ଅଗ୍ରଭାଗ ବଢ଼ାଇ ମହୁଚାକରେ ବୁଡ଼ାଇଲା ଓ ମୁଖକୁ ହସ୍ତ ନେଲା; ତହିଁରେ ତାହାର ଚକ୍ଷୁ ସତେଜ ହେଲା।
28 時に民のひとり答て言けるは汝の父かたく民をちかはせて今日食物をくらふ人は呪詛はれんと言り是に由て民つかれたり
ସେତେବେଳେ ଲୋକମାନଙ୍କ ମଧ୍ୟରୁ ଜଣେ ଉତ୍ତର କରି କହିଲା, “ତୁମ୍ଭ ପିତା ଲୋକମାନଙ୍କୁ ଦୃଢ଼ ରୂପେ ଏହି ଶପଥ କରାଇଅଛନ୍ତି ଯେ, ‘ଆଜି ଯେଉଁ ଜନ ଖାଦ୍ୟ ଭୋଜନ କରେ, ସେ ଶାପଗ୍ରସ୍ତ ହେଉ।’ ମାତ୍ର ଲୋକମାନେ କ୍ଳାନ୍ତ ହୋଇଅଛନ୍ତି।”
29 ヨナタンいひけるはわが父國を煩せり請ふ我この蜜をすこしく嘗しによりて如何にわが目の明かになりしかを見よ
ତହିଁରେ ଯୋନାଥନ କହିଲା, “ମୋʼ ପିତା ଦେଶକୁ ଦୁଃଖ ଦେଇଅଛନ୍ତି; ଦେଖିଲ, ଏହି ମହୁରୁ ଟିକିଏ ଆସ୍ୱାଦ କରିବାରୁ ମୋର ଚକ୍ଷୁ କିପରି ସତେଜ ହୋଇଅଛି!
30 ましてや民今日敵よりうばひし物を十分に食しならばペリシテ人をころすこと更におほかるべきにあらずや
ଯେବେ ଲୋକମାନେ ଆପଣା ଶତ୍ରୁମାନଙ୍କଠାରୁ ପ୍ରାପ୍ତ ଲୁଟଦ୍ରବ୍ୟରୁ ଆଜି ସ୍ୱଚ୍ଛନ୍ଦରେ ଭୋଜନ କରିବାକୁ ପାଇଥାଆନ୍ତେ, ତେବେ କେତେ ଅଧିକ ଭଲ ହୁଅନ୍ତା? କାରଣ ଏବେ ତ ପଲେଷ୍ଟୀୟମାନଙ୍କ ମଧ୍ୟରେ କୌଣସି ମହାହତ୍ୟା ହୋଇ ନାହିଁ।”
31 イスラエル人かの日ペリシテ人を撃てミクマシよりアヤロンにいたる而して民はなはだ疲たり
ପୁଣି, ସେଦିନ ସେମାନେ ମିକ୍ମସ୍ଠାରୁ ଅୟାଲୋନ୍ ପର୍ଯ୍ୟନ୍ତ ପଲେଷ୍ଟୀୟମାନଙ୍କୁ ଆଘାତ କଲେ; ତହିଁରେ ଲୋକମାନେ ଅତିଶୟ କ୍ଳାନ୍ତ ହେଲେ।
32 是において民劫掠物に走かかり羊と牛と犢とを取りて之を地のうへにころし血のままに之をくらふ
ଏହେତୁ ଲୋକମାନେ ଲୁଟଦ୍ରବ୍ୟ ଉପରେ ଉଡ଼ି ପଡ଼ିଲେ, ପୁଣି, ମେଣ୍ଢା, ଗୋରୁ ଓ ବାଛୁରି ନେଇ ଭୂମିରେ ବଧ କଲେ; ତହୁଁ ସେମାନେ ରକ୍ତ ସମେତ ତାହା ଭୋଜନ କଲେ।
33 人々サウルにつげていひけるは民肉を血のままに食ひて罪をヱホバにをかすとサウルいひけるは汝ら背けり直ちにわがもとに大石をまろばしきたれ
ଏଥିରେ କେହି କେହି ଶାଉଲଙ୍କୁ କହିଲେ, ଦେଖନ୍ତୁ, ଲୋକମାନେ ରକ୍ତ ସମେତ ଭୋଜନ କରି ସଦାପ୍ରଭୁଙ୍କ ବିରୁଦ୍ଧରେ ପାପ କରୁଅଛନ୍ତି। ତହିଁରେ ସେ କହିଲେ, “ତୁମ୍ଭେମାନେ ବିଶ୍ୱାସଘାତକ କର୍ମ କରିଅଛ; ଏହିକ୍ଷଣେ ମୋହର ପାଖକୁ ଗୋଟିଏ ବଡ଼ ପଥର ଗଡ଼ାଇ ଆଣ।”
34 サウルまたいひけるは汝らわかれて民のうちにいりていへ人各其牛と各其羊をわがもとに引ききたり此處にてころしくらへ血のままにくらひて罪をヱホバに犯すなかれと此において民おのおのこの夜其牛を手にひききたりて之をかしこにころせり
ଆହୁରି ଶାଉଲ କହିଲେ, “ତୁମ୍ଭେମାନେ ଲୋକମାନଙ୍କ ମଧ୍ୟରେ ଛିନ୍ନଭିନ୍ନ ହୋଇଯାଇ ସେମାନଙ୍କୁ କୁହ, ‘ତୁମ୍ଭେମାନେ ପ୍ରତ୍ୟେକେ ଆପଣା ଆପଣା ଗୋରୁ ଓ ଆପଣା ଆପଣା ମେଷ ଏଠାକୁ ମୋʼ କତିକି ଆଣି ବଧ କରି ଭୋଜନ କର; ମାତ୍ର ରକ୍ତ ସମେତ ମାଂସ ଭୋଜନ କରି ସଦାପ୍ରଭୁଙ୍କ ବିରୁଦ୍ଧରେ ପାପ ନ କର।’” ତହିଁରେ ସେହି ରାତ୍ରି ସମସ୍ତ ଲୋକ ପ୍ରତ୍ୟେକେ ଆପଣା ଆପଣା ଗୋରୁ ସଙ୍ଗରେ ଆଣି ସେଠାରେ ବଧ କଲେ।
35 しかしてサウル、ヱホバに一つの壇をきづく是はサウルのヱホバに壇を築ける始なり
ପୁଣି, ଶାଉଲ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ଯଜ୍ଞବେଦି ନିର୍ମାଣ କଲେ; ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ତାଙ୍କର ନିର୍ମିତ ପ୍ରଥମ ଯଜ୍ଞବେଦି ଏହି।
36 斯てサウルいひけるは我ら夜のうちにペリシテ人を追くだり夜明までかれらを掠めて一人をも殘すまじ皆いひけるは凡て汝の目に善とみゆる所をなせと時に祭司いひけるは我ら此にちかより神にもとめんと
ଏଉତ୍ତାରେ ଶାଉଲ କହିଲେ, “ଆସ, ଆମ୍ଭେମାନେ ରାତ୍ରି ବେଳେ ପଲେଷ୍ଟୀୟମାନଙ୍କ ପଛେ ପଛେ ଯାଇ ସକାଳ ଆଲୁଅ ପର୍ଯ୍ୟନ୍ତ ସେମାନଙ୍କ ଦ୍ରବ୍ୟ ଲୁଟୁ ଓ ସେମାନଙ୍କର ଜଣକୁ ହିଁ ବାକି ନ ରଖୁ।” ତହିଁରେ ସେମାନେ କହିଲେ, “ତୁମ୍ଭ ଦୃଷ୍ଟିରେ ଯାହା ଭଲ,” ତାହାସବୁ କର। ତେବେ ଯାଜକ କହିଲା, “ଆସ, ଆମ୍ଭେମାନେ ଏହି ସ୍ଥାନରେ ପରମେଶ୍ୱରଙ୍କ ନିକଟରେ ଉପସ୍ଥିତ ହେଉ।”
37 サウル神に我ペリシテ人をおひくだるべきか汝かれらをイスラエルの手にわたしたまふやと問けれど此日はこたへたまはざりき
ତହୁଁ ଶାଉଲ ପରମେଶ୍ୱରଙ୍କ ନିକଟରେ ପଚାରିଲେ, “ମୁଁ କʼଣ ପଲେଷ୍ଟୀୟମାନଙ୍କ ପଛରେ ଯିବି? ତୁମ୍ଭେ କʼଣ ସେମାନଙ୍କୁ ଇସ୍ରାଏଲ ହସ୍ତରେ ସମର୍ପଣ କରିବ?” ମାତ୍ର ସେଦିନ ସେ ତାଙ୍କୁ ଉତ୍ତର ଦେଲେ ନାହିଁ।
38 是においてサウルいひけるは民の長たちよ皆此にちかよれ汝らみて今日のこの罪のいづくにあるを知れ
ତହିଁରେ ଶାଉଲ କହିଲେ, “ହେ ଲୋକମାନଙ୍କ ପ୍ରଧାନ ସମସ୍ତେ, ତୁମ୍ଭେମାନେ ଏହି ସ୍ଥାନରେ ଉପସ୍ଥିତ ହୁଅ; ଆଜିର ଏହି ପାପ କିପରି ହେଲା, ଏହା ବିବେଚନା କରି ଦେଖ।
39 イスラエルを救ひたまへるヱホバはいく假令わが子ヨナタンにもあれ必ず死なざるべからずとされど民のうち一人もこれにこたへざりき
କାରଣ ଯେ ଇସ୍ରାଏଲକୁ ଉଦ୍ଧାର କରନ୍ତି, ମୁଁ ସେହି ଜୀବିତ ସଦାପ୍ରଭୁଙ୍କ ନାମ ନେଇ କହୁଅଛି, ଯେବେ ସେ ପାପ ମୋହର ପୁତ୍ର ଯୋନାଥନଠାରେ ଥାଏ, ତେବେ ସେ ନିତାନ୍ତ ମରିବ।” ମାତ୍ର ସମୁଦାୟ ଲୋକଙ୍କ ମଧ୍ୟରୁ କେହି ତାଙ୍କୁ ଉତ୍ତର ଦେଲା ନାହିଁ।
40 サウル、イスラエルの人々にいひけるはなんぢらは彼處にをれ我とわが子ヨナタンは此處にをらんと民いひけるは汝の目によしとみゆるところをなせ
ଏଥିରେ ଶାଉଲ ସମସ୍ତ ଇସ୍ରାଏଲଙ୍କୁ କହିଲେ, “ତୁମ୍ଭେମାନେ ଏକ ପାଖରେ ଥାଅ, ପୁଣି, ମୁଁ ଓ ମୋର ପୁତ୍ର ଯୋନାଥନ ଅନ୍ୟ ପାଖରେ ଥିବା।” ତହିଁରେ ଲୋକମାନେ ଶାଉଲଙ୍କୁ କହିଲେ, “ତୁମ୍ଭ ଦୃଷ୍ଟିରେ ଯାହା ଭଲ, ତାହା କର।”
41 サウル、イスラエルの神ヱホバにいひけるはねがはくは眞實をしめしたまへとかくてヨナタンとサウル籤にあたり民はのがれたり
ଏନିମନ୍ତେ ଶାଉଲ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କୁ କହିଲେ, “ଯଥାର୍ଥ (ନିଷ୍ପତ୍ତି) ଦିଅ।” ତହିଁରେ ଯୋନାଥନ ଓ ଶାଉଲ ନିର୍ଣ୍ଣୀତ ହେଲେ; ମାତ୍ର ଲୋକମାନେ ଛାଡ଼ ପାଇଲେ।
42 サウルいひけるは我とわが子のあひだの鬮を掣けと即ちヨナタンこれにあたれり
ଏଉତ୍ତାରେ ଶାଉଲ କହିଲେ, “ମୋହର ଓ ମୋର ପୁତ୍ର ଯୋନାଥନର ମଧ୍ୟରେ ଗୁଲିବାଣ୍ଟ କର,” ତହିଁରେ ଯୋନାଥନ ନିର୍ଣ୍ଣୀତ ହେଲା।
43 サウル、ヨナタンにいひけるは汝がなせしところを我に告よヨナタンつげていひけるは我は只わが手の杖の末をもて少許の蜜をなめしのみなるが我しなざるをえず
ସେତେବେଳେ ଶାଉଲ ଯୋନାଥନକୁ କହିଲେ, “ତୁମ୍ଭେ କଅଣ କରିଅଛ, ମୋତେ ଜଣାଅ।” ତହିଁରେ ଯୋନାଥନ ତାଙ୍କୁ ଜଣାଇ କହିଲା, “ମୁଁ ଆପଣା ହାତରେ ଥିବା ଯଷ୍ଟିର ଅଗ୍ରଭାଗରେ ଅଳ୍ପ ମହୁ ନେଇ ଆସ୍ୱାଦନ କରିଅଛି ପ୍ରମାଣ; ଆଉ ଦେଖନ୍ତୁ, ମୁଁ ମରିବି।”
44 サウルこたへけるは神かくなしまたかさねてかくなしたまヘヨナタンよ汝死ざるべからず
ତେବେ ଶାଉଲ କହିଲେ, “ପରମେଶ୍ୱର ସେହି ଦଣ୍ଡ, ମଧ୍ୟ ତହିଁରୁ ଅଧିକ ଦେଉନ୍ତୁ; ଯୋନାଥନ, ତୁମ୍ଭେ ନିତାନ୍ତ ମରିବ।”
45 民サウルにいひけるはイスラエルの中に此大なるすくひをなせるヨナタン死ぬべけんや決めてしからずヱホバは生くヨナタンの髮の毛ひとすぢも地におつべからず其はかれ神とともに今日はたらきたればなりとかく民ヨナタンをすくひて死なざらしむ
ଏଥିରେ ଲୋକମାନେ ଶାଉଲଙ୍କୁ କହିଲେ, “ଇସ୍ରାଏଲ ମଧ୍ୟରେ ଯେ ଏହି ମହା ଉଦ୍ଧାର ସାଧନ କରିଅଛି, ସେହି ଯୋନାଥନ କʼଣ ମରିବ? ଏହା ଦୂରେ ଥାଉ; ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ତାହାର ମସ୍ତକର ଗୋଟିଏ କେଶ ହିଁ ତଳେ ପଡ଼ିବ ନାହିଁ; କାରଣ, ସେ ଆଜି ପରମେଶ୍ୱରଙ୍କ ସହିତ କର୍ମ କରିଅଛି;” ଏହିରୂପେ ଲୋକମାନେ ଯୋନାଥନକୁ ମୁକ୍ତ କରିବାରୁ ତାହାର ମୃତ୍ୟୁୁ ହେଲା ନାହିଁ।
46 サウル、ペリシテ人を追ことを息てのぼりぬペリシテ人其國にかへれり
ଏଉତ୍ତାରେ ଶାଉଲ ପଲେଷ୍ଟୀୟମାନଙ୍କ ପଶ୍ଚାଦ୍ଗମନରୁ ଫେରିଗଲେ ଓ ପଲେଷ୍ଟୀୟମାନେ ଆପଣା ଆପଣା ସ୍ଥାନକୁ ଗଲେ।
47 かくてサウル、イスラエルの王の位につきて四方の敵を攻む即ちモアブ、アンモンの子孫エドム、ゾバの王たちおよびペリシテ人をせめけるに凡てむかふところにて勝利を得たり
ଶାଉଲ ଇସ୍ରାଏଲର ରାଜତ୍ୱ ଗ୍ରହଣ କଲା ଉତ୍ତାରେ, ସେ ଆପଣା ଚତୁର୍ଦ୍ଦିଗସ୍ଥିତ ସମସ୍ତ ଶତ୍ରୁ ସହିତ, ଅର୍ଥାତ୍, ମୋୟାବ ଓ ଅମ୍ମୋନ-ସନ୍ତାନଗଣ ଓ ଇଦୋମ ଓ ସୋବାର ରାଜାଗଣ ଓ ପଲେଷ୍ଟୀୟମାନଙ୍କ ସହିତ ଯୁଦ୍ଧ କଲେ, ଆଉ ସେ ଯେଉଁଆଡ଼େ ଫେରିଲେ, ସେଆଡ଼େ ଦଣ୍ଡ ଦେଲେ।
48 サウル力をえアマレク人をうちてイスラエルを其劫掠人の手よりすくひいだせり
ପୁଣି, ସେ ବୀରତ୍ୱ ପ୍ରକାଶ କଲେ ଓ ଅମାଲେକୀୟମାନଙ୍କୁ ସଂହାର କଲେ ଓ ଇସ୍ରାଏଲର ଲୁଟକାରୀମାନଙ୍କ ହସ୍ତରୁ ସେମାନଙ୍କୁ ରକ୍ଷା କଲେ।
49 サウルの男子はヨナタン、ヱスイおよびマルキシユアなり其二人の女子の名は姉はメラブといひ妹はミカルといふ
ଯୋନାଥନ ଓ ଯିଶ୍ବି ଓ ମଲ୍କୀଶୂୟ ଶାଉଲଙ୍କର ପୁତ୍ର ଥିଲେ; ଆଉ ତାଙ୍କର ଦୁଇ କନ୍ୟାର ନାମ ଏହି; ଜ୍ୟେଷ୍ଠାର ନାମ ମେରବ୍ ଓ କନିଷ୍ଠାର ନାମ ମୀଖଲ,
50 サウルの妻の名はアヒノアムといひてアヒマアズの女子なり其軍の長の名はアブネルといひてサウルの叔父なるネルの子なり
ଶାଉଲଙ୍କର ଭାର୍ଯ୍ୟାର ନାମ ଅହୀନୋୟମ୍, ସେ ଅହୀମାସର କନ୍ୟା; ପୁଣି, ତାଙ୍କର ସେନାପତିର ନାମ ଅବ୍ନର, ସେ ଶାଉଲଙ୍କର ପିତୃବ୍ୟ, ନେର୍ର ପୁତ୍ର।
51 サウルの父キシとアブネルの父ネルはアビエルの子なり
ଆଉ ଶାଉଲଙ୍କର ପିତା କୀଶ୍ ଓ ଅବ୍ନରର ପିତା ନେର୍, ଏ ଦୁହେଁ ଅବୀୟେଲର ପୁତ୍ର ଥିଲେ।
52 サウルの一生のあひだ恒にペリシテ人と烈しき戰ありサウルは力ある人または勇ある人を見るごとにこれをかかへたり
ଶାଉଲଙ୍କର ଯାବଜ୍ଜୀବନ ପଲେଷ୍ଟୀୟମାନଙ୍କ ସହିତ ଘୋରତର ଯୁଦ୍ଧ ହେଲା; ଏହେତୁ ଶାଉଲ କୌଣସି ବୀର କି କୌଣସି ବିକ୍ରମଶାଳୀ ପୁରୁଷ ଦେଖିଲେ, ତାହାକୁ ଆପଣା ନିକଟରେ ସଂଗ୍ରହ କଲେ।