< Ezechiele 34 >

1 LA parola del Signore mi fu ancora [indirizzata], dicendo:
ଏଥିଉତ୍ତାରେ ସଦାପ୍ରଭୁଙ୍କର ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା, ଯଥା;
2 Figliuol d'uomo, profetizza contro ai pastori d'Israele; profetizza, e di' a quei pastori: Così ha detto il Signore Iddio: Guai a' pastori d'Israele, che si son pasciuti loro stessi! non [è] la greggia quella che i pastori debbono pascere?
“ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ ଇସ୍ରାଏଲର ପାଳକମାନଙ୍କ ବିରୁଦ୍ଧରେ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କର, ଭବିଷ୍ୟଦ୍‍ବାକ୍ୟ ପ୍ରଚାର କର ଓ ସେହି ପାଳକମାନଙ୍କୁ କୁହ, ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ଇସ୍ରାଏଲର ଯେଉଁ ପାଳକମାନେ ଆପଣାମାନଙ୍କୁ ପାଳନ କରୁଅଛନ୍ତି, ସେମାନେ ସନ୍ତାପର ପାତ୍ର! ମେଷଗଣକୁ ପାଳନ କରିବାର କି ପାଳକମାନଙ୍କର କର୍ତ୍ତବ୍ୟ ନୁହେଁ?
3 Voi mangiate il grasso, e vi vestite della lana; voi ammazzate la [pecora] grassa, voi non pascete la greggia.
ତୁମ୍ଭେମାନେ ମେଦ ଖାଉଅଛ ଓ ତୁମ୍ଭେମାନେ ମେଷର ଲୋମ ପରିଧାନ କରୁଅଛ, ତୁମ୍ଭେମାନେ ହୃଷ୍ଟପୁଷ୍ଟ ଜନ୍ତୁ ମାରୁଅଛ, ମାତ୍ର ତୁମ୍ଭେମାନେ ମେଷଗଣକୁ ପାଳନ କରୁ ନାହଁ।
4 Voi non avete confortate le inferme, e non avete medicate le malate, e non avete fasciate le fiaccate, e non avete ricondotte le smarrite, e non avete ricercate le perdute; e le avete signoreggiate per forza, e con asprezza.
ତୁମ୍ଭେମାନେ ଅସୁସ୍ଥମାନଙ୍କୁ ସବଳ କରି ନାହଁ ଓ ପୀଡ଼ିତମାନଙ୍କର ଚିକିତ୍ସା କରି ନାହଁ ଓ ଭଗ୍ନାଙ୍ଗର କ୍ଷତ ବାନ୍ଧି ନାହଁ ଓ ଯେ ତାଡ଼ିତ ହେଲା, ତାହାକୁ ଫେରାଇ ଆଣି ନାହଁ, କିଅବା ଯେ ହଜିଗଲା, ତୁମ୍ଭେମାନେ ତାକୁ ଖୋଜି ନାହଁ; ମାତ୍ର ତୁମ୍ଭେମାନେ ବଳରେ ଓ କଠୋରତାରେ ସେମାନଙ୍କ ଉପରେ ଶାସନ କରିଅଛ।
5 Ed esse sono state disperse, per mancamento di pastore, e sono state per pasto a tutte le fiere della campagna, e sono state dissipate.
ପୁଣି, କେହି ପାଳକ ନ ଥିବାରୁ ସେମାନେ ଛିନ୍ନଭିନ୍ନ ହୋଇଗଲେ ଓ କ୍ଷେତ୍ରସ୍ଥ ପଶୁଗଣର ଖାଦ୍ୟ ହୋଇ ଛିନ୍ନଭିନ୍ନ ହେଲେ।
6 Le mie pecore son ite errando per tutti i monti, e per ogni alto colle; e sono state disperse sopra tutta la faccia della terra, e non [vi è stato] alcuno che [ne] domandasse, o che [le] ricercasse.
ଆମ୍ଭର ମେଷଗଣ ପର୍ବତ ସକଳରେ ଓ ପ୍ରତ୍ୟେକ ଉଚ୍ଚ ଗିରିରେ ଭ୍ରମଣ କଲେ; ହଁ, ଆମ୍ଭର ମେଷମାନେ ପୃଥିବୀର ସବୁଆଡ଼େ ଛିନ୍ନଭିନ୍ନ ହୋଇଗଲେ; ପୁଣି, ସେମାନଙ୍କୁ ଖୋଜିବାକୁ ଓ ସେମାନଙ୍କର ପଛେ ପଛେ ଅନୁସନ୍ଧାନ କରିବାକୁ କେହି ନ ଥିଲା।
7 Perciò, pastori, ascoltate la parola del Signore:
ଏହେତୁ ହେ ପାଳକଗଣ, ତୁମ୍ଭେମାନେ ସଦାପ୍ରଭୁଙ୍କର ବାକ୍ୟ ଶୁଣ;
8 [Come] io vivo, dice il Signore Iddio, [io farò questo]; perciocchè le mie pecore sono state in preda, e per pasto ad ogni fiera della campagna, per mancamento di pastore; e i miei pastori non han ricercate le mie pecore, anzi i pastori si son pasciuti loro stessi, e non han pasciute le mie pecore;
ପ୍ରଭୁ, ସଦାପ୍ରଭୁ କହନ୍ତି, ଆମ୍ଭେ ଜୀବିତ ଥିବା ପ୍ରମାଣେ, ନିଶ୍ଚୟ କେହି ପାଳକ ନ ଥିବାରୁ ଆମ୍ଭର ମେଷମାନେ ଲୁଟିତ ହେଲେ ଓ ଆମ୍ଭର ମେଷମାନେ କ୍ଷେତ୍ରସ୍ଥ ପଶୁସକଳର ଖାଦ୍ୟ ହେଲେ, ପୁଣି, ଆମ୍ଭର ପାଳକଗଣ ଆମ୍ଭର ମେଷମାନଙ୍କୁ ଖୋଜିଲେ ନାହିଁ, ମାତ୍ର ପାଳକଗଣ ଆପଣାମାନଙ୍କୁ ପାଳନ କରି ଆମ୍ଭ ମେଷମାନଙ୍କୁ ପାଳନ କଲେ ନାହିଁ;
9 perciò, pastori, ascoltate la parola del Signore.
ଏଥିପାଇଁ ହେ ପାଳକଗଣ, ତୁମ୍ଭେମାନେ ସଦାପ୍ରଭୁଙ୍କର ବାକ୍ୟ ଶୁଣ;
10 Così ha detto il Signore Iddio: Eccomi a que' pastori; ed io ridomanderò le mie pecore dalle lor mani e li farò rimanersi di pascer la greggia, e i pastori non pasceranno più loro stessi; anzi io riscoterò le mie pecore dalla lor bocca, e non saranno più loro per pasto.
ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ଦେଖ, ଆମ୍ଭେ ପାଳକମାନଙ୍କର ପ୍ରତିକୂଳ ଅଟୁ; ଆମ୍ଭେ ସେମାନଙ୍କ ହସ୍ତରୁ ଆମ୍ଭ ମେଷଗଣକୁ ଆଦାୟ କରିବା, ଆଉ ସେମାନଙ୍କୁ ମେଷପାଳନ କର୍ମରୁ ଚ୍ୟୁତ କରିବା ଓ ସେହି ପାଳକମାନେ ଆଉ ଆପଣାମାନଙ୍କୁ ପାଳନ କରିବେ ନାହିଁ; ପୁଣି, ସେମାନଙ୍କ ମୁଖରୁ ଆମ୍ଭେ ଆମ୍ଭର ମେଷଗଣକୁ ଉଦ୍ଧାର କରିବା, ତହିଁରେ ସେମାନେ ସେମାନଙ୍କ ପାଇଁ ଭକ୍ଷ୍ୟ ହେବେ ନାହିଁ।
11 Perciocchè, così ha detto il Signore Iddio: Eccomi, e ridomanderò le mie pecore, e le ricercherò.
କାରଣ ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି, ଦେଖ, ଆମ୍ଭେ ନିଜେ, ଆମ୍ଭେ ହିଁ ନିଜ ମେଷଗଣର ଅନ୍ୱେଷଣ କରି ସେମାନଙ୍କର ତତ୍ତ୍ୱାନୁସନ୍ଧାନ କରିବା।
12 Siccome il pastore ricerca la sua mandra, qualora egli è in mezzo delle sue pecore disperse, così ricercherò le mie pecore, e le riscoterò da tutti i luoghi, dove sono state disperse nel giorno di nuvola e di caligine.
କୌଣସି ପାଳକ ଆପଣା ଛିନ୍ନଭିନ୍ନ ମେଷଗଣର ମଧ୍ୟରେ ଥିବା ଦିନ ଯେପରି ଆପଣା ପଲର ତତ୍ତ୍ୱାନୁସନ୍ଧାନ କରେ, ସେହିପରି ଆମ୍ଭେ ଆପଣା ମେଷଗଣର ତତ୍ତ୍ୱାନୁସନ୍ଧାନ କରିବା; ଆଉ, ମେଘାଚ୍ଛନ୍ନ ଓ ଅନ୍ଧକାର ଦିନରେ ସେମାନେ ଯେଉଁ ଯେଉଁ ସ୍ଥାନରେ ଛିନ୍ନଭିନ୍ନ ହୋଇଅଛନ୍ତି, ସେହି ସକଳ ସ୍ଥାନରୁ ସେମାନଙ୍କୁ ଉଦ୍ଧାର କରିବା।
13 E le ritrarrò d'infra i popoli, e le raccoglierò da' paesi, e le ricondurrò nella lor terra, e le pascerò sopra i monti d'Israele, nelle pendici, e in tutte le dimore del paese.
ଆଉ, ଆମ୍ଭେ ନାନା ଗୋଷ୍ଠୀୟମାନଙ୍କ ମଧ୍ୟରୁ ସେମାନଙ୍କୁ ବାହାର କରି ଆଣିବା ଓ ନାନା ଦେଶରୁ ସେମାନଙ୍କୁ ସଂଗ୍ରହ କରି ସେମାନଙ୍କୁ ନିଜ ଦେଶକୁ ଆଣିବା, ପୁଣି ଆମ୍ଭେ ସେମାନଙ୍କୁ ଇସ୍ରାଏଲର ପର୍ବତ ସକଳରେ, ଜଳପ୍ରବାହର ନିକଟରେ ଓ ଦେଶର ସକଳ ବସତି ସ୍ଥାନରେ ଚରାଇବା।
14 Io le pasturerò in buoni paschi, e la lor mandra sarà negli alti monti d'Israele; quivi giaceranno in buona mandra, e pastureranno in paschi grassi, ne' monti d'Israele.
ଆମ୍ଭେ ଉତ୍ତମ ଚରାଣୀ ସ୍ଥାନରେ ସେମାନଙ୍କୁ ଚରାଇବା, ପୁଣି ଇସ୍ରାଏଲର ଉଚ୍ଚସ୍ଥଳୀର ପର୍ବତଗଣର ଉପରେ ସେମାନଙ୍କର ଖୁଆଡ଼ ହେବ; ସେହି ସ୍ଥାନରେ ସେମାନେ ଉତ୍ତମ ଖୁଆଡ଼ ମଧ୍ୟରେ ଶୟନ କରିବେ ଓ ଇସ୍ରାଏଲର ପର୍ବତମାନର ଉପରେ ପୁଷ୍ଟିକର ଚରାଣୀ ସ୍ଥାନରେ ସେମାନେ ଚରିବେ।
15 Io stesso pascerò le mie pecore, e le farò posare, dice il Signore Iddio.
ପ୍ରଭୁ, ସଦାପ୍ରଭୁ କହନ୍ତି, ଆମ୍ଭେ ନିଜେ ଆପଣା ମେଷଗଣକୁ ଚରାଇବା ଓ ଆମ୍ଭେ ସେମାନଙ୍କୁ ଶୟନ କରାଇବା।
16 Io ricercherò la perduta, e ricondurrò la smarrita, e fascerò la fiaccata, e conforterò l'inferma; ma distruggerò la grassa e la forte; io le pasturerò con giudicio.
ଯେ ହଜିଥିଲା, ଆମ୍ଭେ ତାହାର ଅନ୍ଵେଷଣ କରିବା ଓ ଯେ ତାଡ଼ିତ ହୋଇଥିଲା, ତାହାକୁ ପୁନର୍ବାର ଆଣିବା, ପୁଣି, ଭଗ୍ନାଙ୍ଗର କ୍ଷତ ବାନ୍ଧିବା ଓ ପୀଡ଼ିତକୁ ସବଳ କରିବା, ଆଉ ହୃଷ୍ଟପୁଷ୍ଟ ଓ ବଳବାନକୁ ସଂହାର କରିବା; ଆମ୍ଭେ ନ୍ୟାୟମତେ ସେମାନଙ୍କୁ ପାଳନ କରିବା।
17 E quant'è a voi, pecore mie, così ha detto il Signore Iddio: Ecco, io giudicherò fra pecora e pecora, fra montoni e becchi.
ପୁଣି, ହେ ଆମ୍ଭର ପଲ, ତୁମ୍ଭମାନଙ୍କ ବିଷୟରେ ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ଦେଖ, ଆମ୍ଭେ ପଶୁ ଓ ପଶୁର ମଧ୍ୟରେ, ମେଷ ଓ ଛାଗଗଣର ମଧ୍ୟରେ ବିଚାର କରୁ।
18 Evvi egli troppo poca cosa, che pasturiate in buoni paschi, che voi calpestate co' piedi il rimanente della vostra pastura? e che beviate acque chiare, che voi intorbidate co' piedi quelle che restano?
ଉତ୍ତମ ଚରାଣୀ ସ୍ଥାନରେ ଚରିବାର, ମାତ୍ର ଚରାଣୀର ଅବଶିଷ୍ଟାଂଶ ପାଦ ତଳେ ଦଳିବାର ଓ ନିର୍ମଳ ଜଳ ପାନ କରିବାର, ମାତ୍ର ତହିଁର ଅବଶିଷ୍ଟାଂଶ ଆପଣା ପାଦରେ ଗୋଳିଆ କରିବାର, ଏହା କି ତୁମ୍ଭମାନଙ୍କୁ କ୍ଷୁଦ୍ର ବିଷୟ ଦିଶୁଅଛି?
19 Onde le mie pecore si pascono di ciò che avete calpestato co' piedi, e bevono ciò che avete intorbidato co' piedi.
ମାତ୍ର ତୁମ୍ଭେମାନେ ଯାହା ପାଦରେ ଦଳିଅଛ, ଆମ୍ଭର ମେଷଗଣ ତାହା ଭୋଜନ କରନ୍ତି ଓ ଯାହା ତୁମ୍ଭେମାନେ ପାଦରେ ଗୋଳିଆ କରିଅଛ, ତାହା ସେମାନେ ପାନ କରନ୍ତି।
20 Perciò, così ha detto il Signore Iddio: Eccomi, e giudicherò fra la pecora grassa, e la magra.
ଏହେତୁ ସେମାନଙ୍କୁ ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି, ଦେଖ ଆମ୍ଭେ, ଆମ୍ଭେ ହିଁ ହୃଷ୍ଟପୁଷ୍ଟ ମେଣ୍ଢା ଓ କ୍ଷୀଣ ମେଣ୍ଢା ମଧ୍ୟରେ ବିଚାର କରିବା।
21 Perciocchè voi avete sospinte col fianco, e con la spalla; e con le corna avete cozzate tutte le inferme, tanto che le avete disperse, e cacciate fuori.
ତୁମ୍ଭେମାନେ ପାର୍ଶ୍ୱରେ ଓ ସ୍କନ୍ଧରେ ପୀଡ଼ିତମାନଙ୍କୁ ଠେଲି ଦେଉଅଛ ଓ ବାହାରେ ସେମାନଙ୍କୁ ଛିନ୍ନଭିନ୍ନ ନ କରିବା ପର୍ଯ୍ୟନ୍ତ ସେସମସ୍ତଙ୍କୁ ଆପଣା ଶୃଙ୍ଗରେ ପେଲି ଦେଉଅଛ;
22 Io salverò le mie pecore, e non saranno più in preda; e giudicherò fra pecora e pecora.
ଏଥିପାଇଁ ଆମ୍ଭେ ଆପଣା ପଲକୁ ରକ୍ଷା କରିବା, ତହିଁରେ ସେମାନେ ଆଉ ଲୁଟିତ ହେବେ ନାହିଁ; ପୁଣି, ଆମ୍ଭେ ମେଷର ଓ ମେଷର ମଧ୍ୟରେ ବିଚାର କରିବା।
23 E susciterò sopra loro un Pastore, che le pasturerà, [cioè: ] Davide, mio servitore; egli le pasturerà, e sarà loro per pastore.
ଆଉ, ଆମ୍ଭେ ସେମାନଙ୍କ ଉପରେ ଏକ ପାଳକ, ଅର୍ଥାତ୍‍, ଆମ୍ଭର ଦାସ ଦାଉଦଙ୍କୁ ନିଯୁକ୍ତ କରିବା, ତହିଁରେ ସେ ସେମାନଙ୍କୁ ଚରାଇବ ଓ ସେ ସେମାନଙ୍କର ପାଳକ ହେବ।
24 Ed io, il Signore, sarò loro Dio; e Davide, mio servitore, [sarà] principe in mezzo di esse. Io, il Signore, ho parlato.
ପୁଣି, ଆମ୍ଭେ ସଦାପ୍ରଭୁ ସେମାନଙ୍କର ପରମେଶ୍ୱର ହେବା ଓ ଆମ୍ଭର ଦାସ ଦାଉଦ ସେମାନଙ୍କ ମଧ୍ୟରେ ଅଧିପତି ହେବ; ଆମ୍ଭେ ସଦାପ୍ରଭୁ ଏହା କହିଅଛୁ।
25 E farò con loro un patto di pace, e farò venir meno nel paese le bestie nocive; ed esse dimoreranno sicuramente nel deserto, e dormiranno nelle selve.
ଆଉ, ଆମ୍ଭେ ସେମାନଙ୍କ ପକ୍ଷରେ ଶାନ୍ତିର ନିୟମ ସ୍ଥିର କରିବା ଓ ହିଂସ୍ରକ ପଶୁଗଣକୁ ଦେଶରୁ ଶେଷ କରିବା; ତହିଁରେ ସେମାନେ ନିରାପଦରେ ପ୍ରାନ୍ତରରେ ବାସ କରିବେ ଓ ବନରେ ଶୟନ କରିବେ।
26 E farò ch'esse, e tutti i luoghi d'intorno al mio colle, non saranno altro che benedizione; e farò scender la pioggia al suo tempo; [e quelle piogge] saran piogge di benedizioni.
ପୁଣି, ଆମ୍ଭେ ସେମାନଙ୍କୁ ଓ ଆମ୍ଭ ପର୍ବତର ଚତୁର୍ଦ୍ଦିଗସ୍ଥିତ ସ୍ଥାନକୁ ଆଶୀର୍ବାଦ ସ୍ୱରୂପ କରିବା; ଆଉ, ଆମ୍ଭେ ଯଥା ସମୟରେ ଜଳଧାରା ବର୍ଷାଇବା; ତାହା ଆଶୀର୍ବାଦର ଜଳଧାରା ହେବ।
27 E gli alberi dalla campagna produrranno i lor frutti, e la terra darà la sua rendita; e quelle saranno in sicurtà sopra la lor terra; e conosceranno che io [sono] il Signore, quando avrò rotte le sbarre del lor giogo, e le avrò riscosse dalla man di coloro che le tenevano in servitù.
ଆଉ, କ୍ଷେତ୍ରସ୍ଥ ବୃକ୍ଷଗୁଡ଼ିକ ଫଳ ଉତ୍ପନ୍ନ କରିବେ ଓ ଭୂମି ଶସ୍ୟଗୁଡ଼ିକ ଉତ୍ପନ୍ନ କରିବ, ପୁଣି, ସେମାନେ ଆପଣାମାନଙ୍କ ଦେଶରେ ନିରାପଦରେ ରହିବେ; ଆଉ, ଆମ୍ଭେ ସେମାନଙ୍କ ଯୁଆଳିର ଖିଲ ଭାଙ୍ଗିଲେ ଓ ସେମାନଙ୍କୁ ଦାସତ୍ୱ କରାଇବା ଲୋକମାନଙ୍କ ହସ୍ତରୁ ଉଦ୍ଧାର କଲେ, ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ସେମାନେ ଜାଣିବେ।
28 E non saranno più in preda alle genti, e le fiere della campagna non le divoreranno [più]; anzi abiteranno in sicurtà, e non [vi sarà] alcuno che [le] spaventi.
ପୁଣି, ସେମାନେ ଆଉ ଅନ୍ୟଦେଶୀୟମାନଙ୍କର ଲୁଟ ସ୍ୱରୂପ ହେବେ ନାହିଁ, କିଅବା ପୃଥିବୀସ୍ଥ ପଶୁମାନେ ସେମାନଙ୍କୁ ଗ୍ରାସ କରିବେ ନାହିଁ; ମାତ୍ର ସେମାନେ ନିରାପଦରେ ବାସ କରିବେ ଓ କେହି ସେମାନଙ୍କୁ ଭୟ ଦେଖାଇବେ ନାହିଁ।
29 Ed io farò loro sorgere una pianta, [per esser loro] in nome, e fama; e non saranno più consumate per fame nella terra, e non porteranno più il vituperio delle genti.
ପୁଣି, ଆମ୍ଭେ ସେମାନଙ୍କର ସୁଖ୍ୟାତି ନିମନ୍ତେ ଏକ ଉଦ୍ୟାନ ଉତ୍ପନ୍ନ କରିବା, ତହିଁରେ ସେମାନେ ଦେଶରେ ଦୁର୍ଭିକ୍ଷ ସକାଶୁ ଆଉ କ୍ଷୟ ପାଇବେ ନାହିଁ, କିଅବା ଅନ୍ୟଦେଶୀୟମାନଙ୍କର ଅପମାନ ଆଉ ଭୋଗ କରିବେ ନାହିଁ।
30 E conosceranno che io, il Signore Iddio loro, [sono] con loro; e ch'esse, [cioè] la casa d'Israele, [sono] il mio popolo, dice il Signore Iddio.
ତହିଁରେ ଆମ୍ଭେ ସଦାପ୍ରଭୁ ସେମାନଙ୍କର ପରମେଶ୍ୱର ଯେ ସେମାନଙ୍କର ସହବର୍ତ୍ତୀ ଅଟୁ ଓ ସେମାନେ, ଅର୍ଥାତ୍‍, ଇସ୍ରାଏଲ ବଂଶ ଯେ ଆମ୍ଭର ଲୋକ ଅଟନ୍ତି, ଏହା ସେମାନେ ଜାଣିବେ, ଏହା ପ୍ରଭୁ, ସଦାପ୍ରଭୁ କହନ୍ତି।
31 Or voi, greggia mia, pecore del mio pasco, siete uomini, e io [son] l'Iddio vostro, dice il Signore Iddio.
ପୁଣି, ଆମ୍ଭର ମେଷ, ଆମ୍ଭର ଚରାଣୀ ସ୍ଥାନର ମେଷ ଯେ ତୁମ୍ଭେମାନେ, ତୁମ୍ଭେମାନେ ମନୁଷ୍ୟ ଅଟ ଓ ଆମ୍ଭେ ତୁମ୍ଭମାନଙ୍କର ପରମେଶ୍ୱର ଅଟୁ, ଏହା ପ୍ରଭୁ, ସଦାପ୍ରଭୁ କହନ୍ତି।”

< Ezechiele 34 >