< Mazmur 93 >

1 TUHAN adalah Raja; Ia berpakaian keagungan dan kekuatan. Bumi berdiri teguh tak dapat goyah.
ସଦାପ୍ରଭୁ ରାଜ୍ୟ କରନ୍ତି; ସେ ମହିମାରେ ବସ୍ତ୍ରାନ୍ୱିତ; ସଦାପ୍ରଭୁ ବସ୍ତ୍ରାନ୍ୱିତ ହୋଇ ବଳରେ ଆପଣା କଟି ବାନ୍ଧି ଅଛନ୍ତି; ଜଗତ ମଧ୍ୟ ଏପରି ସ୍ଥାପିତ ଯେ, ତାହା ବିଚଳିତ ହୋଇ ନ ପାରେ।
2 Takhta-Mu kukuh sejak semula, dari kekal Engkau ada.
ତୁମ୍ଭ ସିଂହାସନ ପୂର୍ବଠାରୁ ସ୍ଥାପିତ; ତୁମ୍ଭେ ଅନାଦିକାଳରୁ ବିଦ୍ୟମାନ।
3 Dasar samudra meningkatkan suaranya, ya TUHAN, samudra meningkatkan deru geloranya.
ହେ ସଦାପ୍ରଭୋ, ନଦୀସକଳ ବଢ଼ି ଉଠିଅଛନ୍ତି, ନଦୀସବୁ ଆପଣା ଆପଣା ଧ୍ୱନି ଉଠାଇଅଛନ୍ତି; ନଦୀସବୁ ଆପଣା ଆପଣା ତରଙ୍ଗ ଉଠାନ୍ତି।
4 Tetapi TUHAN yang berkuasa di surga, lebih hebat dari gelora samudra, lebih kuat dari amukan ombak.
ଜଳରାଶିର ଧ୍ୱନି ଓ ସମୁଦ୍ରର ପ୍ରବଳ ତରଙ୍ଗ ଅପେକ୍ଷା ଊର୍ଦ୍ଧ୍ୱସ୍ଥ ସଦାପ୍ରଭୁ ବଳବାନ।
5 TUHAN, hukum-Mu kekal abadi, Rumah-Mu suci sepanjang masa.
ତୁମ୍ଭର ପ୍ରମାଣ-ବାକ୍ୟ ଅତି ନିଶ୍ଚିତ; ହେ ସଦାପ୍ରଭୋ, ପବିତ୍ରତା ସର୍ବଦା ତୁମ୍ଭ ଗୃହର ଶୋଭା।

< Mazmur 93 >