< Nehemias 6 >
1 Ita, idi nadamag da Sanballat, Tobias ken Gesem a taga-Arabia ken dagiti dadduma a kabusormi a naibangonkon ti pader ken awanen dagiti paset a nabati nga adda giwangna, nupay saankopay a naikabil dagiti ridaw kadagiti ruangan,
ଏଥିଉତ୍ତାରେ ମୁଁ ପ୍ରାଚୀର ଗଢ଼ିଅଛି ଓ ତହିଁ ମଧ୍ୟରେ ଆଉ ଭଗ୍ନ ସ୍ଥାନ ନାହିଁ, ଏହି ସମ୍ବାଦ ସନ୍ବଲ୍ଲଟ୍ ଓ ଟୋବୀୟ ଓ ଆରବୀୟ ଗେଶମ୍ ଓ ଆମ୍ଭମାନଙ୍କ ଅନ୍ୟାନ୍ୟ ଶତ୍ରୁମାନେ ଜାଣିଲେ; ଏହି ସମୟରେ ମୁଁ ନଗର-ଦ୍ୱାରସବୁରେ କବାଟ ଝୁଲାଇ ନ ଥିଲି।
2 nangipatulod kaniak iti mensahe da Sanballat ken Gesem a kunada, “Umayka, agsasaraktayo iti kapatadan ti Ono.” Ngem ginandatdak a dangran.
ସେତେବେଳେ ସନ୍ବଲ୍ଲଟ୍ ଓ ଗେଶମ୍ ମୋʼ ନିକଟକୁ ଲୋକ ପଠାଇ କହିଲେ, “ଆସ, ଆମ୍ଭେମାନେ ଓନୋ ପଦାସ୍ଥିତ କୌଣସି ଏକ ଗ୍ରାମରେ ଏକତ୍ରିତ ହେଉ।” ମାତ୍ର ସେମାନେ ମୋହର ଅନିଷ୍ଟ କରିବାକୁ ବିଚାର କରିଥିଲେ।
3 Nangibaonak kadagiti mensahero a mapan kadakuada, a kunada, “Adu ti ar-aramidek ket saanak sumalog. Apay koma a maisardeng ti trabaho inton ibatik daytoy ket sumalogak a mapan kadakayo?”
ଏଥିରେ ମୁଁ ସେମାନଙ୍କ ନିକଟକୁ ଦୂତଗଣ ପଠାଇ କହିଲି, “ମୁଁ ଏକ ମହତ୍ କର୍ମ କରୁଅଛି, ଏଥିପାଇଁ ଓହ୍ଲାଇ ଆସି ନ ପାରେ; ତୁମ୍ଭମାନଙ୍କ ନିକଟକୁ ଓହ୍ଲାଇ ଯାଇ କାହିଁକି କାର୍ଯ୍ୟ ବନ୍ଦ କରିବି?”
4 Namin-uppat a nangipatulodda kaniak iti isu met laeng a mensahe, ket isu met laeng ti insungbatakko kadakuada tunggal mangipatulodda iti mensahe.
ଏହି ପ୍ରକାରେ ସେମାନେ ଚାରି ଥର ମୋʼ ନିକଟକୁ ଲୋକ ପଠାଇଲେ; ମାତ୍ର ମୁଁ ସେମାନଙ୍କୁ ସେହି ପ୍ରକାର ଉତ୍ତର ଦେଲି।
5 Imbaon ni Sanballat ti adipenna kaniak iti isu met laeng a wagas iti maikalima a daras, nga adda nakalukat a surat iti imana.
ଏହାପରେ ସନ୍ବଲ୍ଲଟ୍ ଆପଣା ଦାସ ହାତରେ ଖଣ୍ଡେ ଖୋଲା ଚିଠି ଦେଇ ପଞ୍ଚମ ଥର ସେହି ପ୍ରକାରେ ମୋʼ ନିକଟକୁ ପଠାଇଲା।
6 Naisurat iti daytoy, “Naipadamag daytoy kadagiti nasion, ket imbaga pay ni Gesem daytoy, a sika ken dagiti Judio ket agpangpanggep nga agrebelde, dayta ti gapuna a bangbangonenyo manen ti pader. Iti ibagbaga dagitoy a damag, ngannganikan nga agbalin nga arida.
ତହିଁରେ ଏହା ଲେଖାଥିଲା, “ଗୋଷ୍ଠୀୟମାନଙ୍କ ମଧ୍ୟରେ ଏହି ଜନରବ ହୋଇଅଛି, ମଧ୍ୟ ଗେଶମ୍ ଏହା କହୁଅଛି ଯେ, ତୁମ୍ଭେ ଓ ଯିହୁଦୀୟମାନେ ରାଜଦ୍ରୋହ କରିବାକୁ ବିଚାର କରୁଅଛ; ତହିଁ ନିମନ୍ତେ ତୁମ୍ଭେ ପ୍ରାଚୀର ନିର୍ମାଣ କରୁଅଛ; ଏହି ଜନରବ ଅନୁସାରେ ତୁମ୍ଭେ ସେମାନଙ୍କର ରାଜା ହେବାକୁ ଇଚ୍ଛା କରୁଅଛ।
7 Ket nangdutokka pay kadagiti profeta a mangiwaragawag iti maipapan kenka idiay Jerusalem, a mangibagbaga, 'Adda ti ari idiay Juda!' Masiguradom a madamagto daytoy ti ari. Umayka ngarud ta agtutungtongta koma.”
ଆହୁରି, ଯିହୁଦାରେ ଏକ ରାଜା ଅଛନ୍ତି ବୋଲି ଆପଣା ବିଷୟ ଯିରୂଶାଲମରେ ଘୋଷଣା କରିବା ପାଇଁ ତୁମ୍ଭେ ଭବିଷ୍ୟଦ୍ବକ୍ତାମାନଙ୍କୁ ନିଯୁକ୍ତ କରିଅଛ; ଏହି ଜନରବ ରାଜାଙ୍କ ନିକଟରେ ଉପସ୍ଥିତ ହେବ। ଏହେତୁ ଏବେ ଆସ, ଆମ୍ଭେମାନେ ଏକତ୍ର ମନ୍ତ୍ରଣା କରୁ।”
8 Ket nangipatulodak iti mensahe kenkuana a kunak, “Awan ti kasta a banbanag a napasamak a kas iti ibagbagam, pinarbom dagitoy iti pusom.”
ତହୁଁ ମୁଁ ତାହା ନିକଟକୁ କହି ପଠାଇଲି, “ତୁମ୍ଭେ ଯାହା କହୁଅଛ, ସେପରି କୌଣସି କାର୍ଯ୍ୟ କରାଯାଉ ନାହିଁ; ତୁମ୍ଭେ କେବଳ ଆପଣା ମନରୁ ତାହାସବୁ କଳ୍ପନା କରୁଅଛ।
9 Gapu ta kayatda amin nga agbutengtayo, ipagpagarupda nga, “Isardengdanto nga agtrabaho, ket saanto a malpas daytoy.” Ngem ita, O Dios, pangngaasim ta papigsaem dagiti imak.
ଏହି କର୍ମରେ ସେମାନଙ୍କର ହସ୍ତ ଦୁର୍ବଳ ହେଲେ ତାହା ସମାପ୍ତ ନୋହିବ ବୋଲି” ସେସମସ୍ତେ ଆମ୍ଭମାନଙ୍କୁ ଭୀତ କରିବାକୁ ଇଚ୍ଛା କଲେ; ଏଣୁ ହେ ପରମେଶ୍ୱର, ମୋହର ହସ୍ତ ସବଳ କର।
10 Napanak iti balay ni Semaias, a putot ni Delaias, a putot ni Mehetabel, ta saanna a mapanawan ti balayna. Kinunana, “Agsarakta koma iti balay ti Dios, iti uneg ti templo, ket irekepta dagiti ridaw ti templo, gapu ta umaydaka patayen. Umayda iti rabii a mangpatay kenka.”
ଏହାପରେ ମହେଟବେଲର ପୌତ୍ର ଦଲୟିୟର ପୁତ୍ର ଯେଉଁ ଶମୟୀୟ ଗୃହରେ ରୁଦ୍ଧ ଥିଲା, ମୁଁ ତାହା ଗୃହକୁ ଗଲି, ତହୁଁ ସେ କହିଲା, “ଆମ୍ଭେମାନେ ପରମେଶ୍ୱରଙ୍କ ଗୃହରେ, ମନ୍ଦିର ମଧ୍ୟରେ ଏକତ୍ରିତ ହେଉ ଓ ମନ୍ଦିରର ଦ୍ୱାରସବୁ ବନ୍ଦ କରୁ; କାରଣ ସେମାନେ ତୁମ୍ଭକୁ ବଧ କରିବାକୁ ଆସିବେ; ରାତ୍ରିରେ ସେମାନେ ତୁମ୍ଭକୁ ବଧ କରିବାକୁ ଆସିବେ।”
11 Insungbatko, “Tumaray aya met ti lalaki a kas kaniak? Mapan aya met iti templo ti lalaki a kas kaniak tapno agbiagak laeng? Saanak a mapan.”
ତହିଁରେ ମୁଁ କହିଲି, “ମୋʼ ପରି ଲୋକ କʼଣ ପଳାଇବ? ମୋʼ ପରି ହୋଇ ପ୍ରାଣ ବଞ୍ଚାଇବା ପାଇଁ ଯେ ମନ୍ଦିର ଭିତରକୁ ଯିବ, ଏପରି କିଏ ଅଛି? ମୁଁ ଭିତରକୁ ଯିବି ନାହିଁ।”
12 Naamirisko a saan a ti Dios ti nangibaon kenkuana, ngem ketdi nangipadto isuna iti maibusor kaniak. Tinangdanan isuna da Sanballat kenTobias.
ମାତ୍ର ମୁଁ ଚିହ୍ନିଲି, ଆଉ ଦେଖ, ପରମେଶ୍ୱର ତାହାକୁ ପଠାଇ ନ ଥିଲେ; ତଥାପି ସେ ମୋʼ ବିରୁଦ୍ଧରେ ଏହି ଭବିଷ୍ୟଦ୍ବାକ୍ୟ ପ୍ରଚାର କଲା; ଆଉ, ଟୋବୀୟ ଓ ସନ୍ବଲ୍ଲଟ୍ ତାହାକୁ ବେତନ ଦେଇଥିଲେ।
13 Tinangdananda isuna a mangbutbuteng kaniak, tapno aramidek ti ibagbagana ket agbasolak, iti kasta ket mapadakesda ti naganko ken maibabaindak.
ମୁଁ ଯେପରି ଭୀତ ହେବି ଓ ସେହି କର୍ମ କରି ପାପ କରିବି, ପୁଣି ସେମାନେ ଯେପରି ମୋତେ ତିରସ୍କାର କରିବା ପାଇଁ ମୋହର ଦୁର୍ନାମର କାରଣ ପାଇବେ, ଏହି ଅଭିପ୍ରାୟରେ ତାହାକୁ ବେତନ ଦିଆଯାଇଥିଲା।
14 Laglagipem O Diosko, da Tobias ken Sanballat, ken amin nga inaramidda. Laglapipem met ti mammadto a babai a ni Nodias ken dagiti dadduma a mammadto a nangbutbuteng kaniak.
ହେ ମୋହର ପରମେଶ୍ୱର, ଟୋବୀୟ ଓ ସନ୍ବଲ୍ଲଟ୍ର ଏହିସବୁ କର୍ମାନୁସାରେ ସେମାନଙ୍କୁ, ଆଉ ମୋତେ ଭୟଗ୍ରସ୍ତ କରିବାକୁ ଇଚ୍ଛା କଲେ ଯେ ନୋୟଦୀୟା ଭବିଷ୍ୟଦ୍ବକ୍ତ୍ରୀ ଓ ଅନ୍ୟାନ୍ୟ ଭବିଷ୍ୟଦ୍ବକ୍ତା, ସେମାନଙ୍କୁ ସ୍ମରଣ କର।
15 Isu a nalpas ti pader iti maikaduapulo ket lima nga aldaw iti bulan ti Elul, kalpasan iti limapulo ket dua nga aldaw.
ତହୁଁ ବାବନ ଦିନ ମଧ୍ୟରେ ଇଲୂଲ ମାସର ପଚିଶତମ ଦିନରେ ପ୍ରାଚୀର ସମାପ୍ତ ହେଲା।
16 Idi nadamag dagiti amin a kabusortayo daytoy, dagiti amin a nasion iti agawlawtayo, nagbutengda ken naibabainda. Ta ammoda a nalpas ti trabaho babaen iti tulong ti Diostayo.
ପୁଣି, ଆମ୍ଭମାନଙ୍କର ଶତ୍ରୁ ସମସ୍ତେ ଏହା ଶୁଣନ୍ତେ, ଏପରି ହେଲା ଯେ, ଆମ୍ଭମାନଙ୍କ ଚତୁର୍ଦ୍ଦିଗସ୍ଥ ଅନ୍ୟ ଦେଶୀୟ ସମସ୍ତେ ଭୀତ ହେଲେ ଓ ଆପଣାମାନଙ୍କ ଦୃଷ୍ଟିରେ ନିତାନ୍ତ ଲଜ୍ଜିତ ହେଲେ, କାରଣ ଏହି କର୍ମ ଯେ ଆମ୍ଭମାନଙ୍କ ପରମେଶ୍ୱରଙ୍କ ଆଡ଼ୁ ହେଲା, ଏହା ସେମାନେ ବୁଝିଲେ।
17 Iti daytoy a tiempo, adu a sursurat ti impatulod dagiti natatakneng a tattao ti Juda kenni Tobias, ken nakadanon dagiti surat ni Tobias kadakuada.
ଆହୁରି, ସେସମୟରେ ଯିହୁଦାର କୁଳୀନମାନେ ଟୋବୀୟ ନିକଟକୁ ଅନେକ ପତ୍ର ପଠାଇଲେ ଓ ଟୋବୀୟର ନାନା ପତ୍ର ସେମାନଙ୍କ ନିକଟକୁ ଆସିଲା।
18 Ta adu kadagiti taga-Juda ti nagsapata kenkuana, gapu ta isuna ket manugang ni Secanias a putot ni Ara. Inasawa ti putotna a ni Jehohanan ti babai a putot ni Mesullam a putot ni Berekias.
କାରଣ, ସେ ଆରହର ପୁତ୍ର ଶଖନୀୟର ଜୁଆଁଇ ହେବାରୁ ଓ ତାହାର ପୁତ୍ର ଯିହୋହାନନ୍ ବେରିଖୀୟର ପୁତ୍ର ମଶୁଲ୍ଲମ୍ର କନ୍ୟାକୁ ବିବାହ କରିଥିବାରୁ ଯିହୁଦା ମଧ୍ୟରେ ଅନେକେ ତାହା ପକ୍ଷରେ ଶପଥ କରିଥିଲେ।
19 Imbagada met kaniak ti maipapan kadagiti nasasayaat nga aramidna ken dagiti sasaok kenkuana. Nangipatulod ni Tobias kadagiti surat kaniak tapno butbutngennak.
ଆହୁରି, ସେମାନେ ତାହାର ଉତ୍ତମ କର୍ମର କଥା ମୋତେ କହିଲେ ଓ ମୋʼ କଥାସବୁ ତାହାକୁ ଜଣାଇଲେ। ଆଉ, ମୋତେ ଭୟଗ୍ରସ୍ତ କରିବା ପାଇଁ ଟୋବୀୟ ନାନା ପତ୍ର ପଠାଇଲା।