< 1 Mózes 46 >

1 És elindult Izrael és mindene, amije volt és elérkeztek Beér-Sevába; és ő áldozott áldozatokat az ő atyja, Izsák Istenének.
ଏଥିଉତ୍ତାରେ ଇସ୍ରାଏଲ ଆପଣା ସର୍ବସ୍ୱ ଘେନି ଯାତ୍ରା କଲେ, ପୁଣି, ବେର୍‍ଶେବାରେ ଓହ୍ଲାଇ ସେଠାରେ ଆପଣା ପିତା ଇସ୍‌ହାକଙ୍କର ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ବଳିଦାନ କଲେ।
2 És szólt Isten Izraelhez éjjeli jelenésben és mondta: Jákob, Jákob! Ő pedig mondta: Itt vagyok.
ତହିଁରେ ପରମେଶ୍ୱର ଇସ୍ରାଏଲଙ୍କୁ ରାତିରେ ଦର୍ଶନ ଦେଇ କହିଲେ, “ହେ ଯାକୁବ, ହେ ଯାକୁବ।” ତହିଁରେ ସେ ଉତ୍ତର କଲେ, “ଦେଖନ୍ତୁ, ମୁଁ ଉପସ୍ଥିତ ଅଛି।”
3 És mondta: Én vagyok az Isten, atyád Istene, ne félj lemenni Egyiptomba, mert nagy néppé teszlek téged ott.
ସେତେବେଳେ ସେ କହିଲେ, “ଆମ୍ଭେ ପରମେଶ୍ୱର, ତୁମ୍ଭ ପିତାଙ୍କର ପରମେଶ୍ୱର; ତୁମ୍ଭେ ମିସରକୁ ଯିବା ପାଇଁ ଭୟ କର ନାହିଁ; ଯେହେତୁ ଆମ୍ଭେ ସେଠାରେ ତୁମ୍ଭକୁ ଏକ ବୃହତ ଗୋଷ୍ଠୀ କରିବା।
4 Én lemegyek veled Egyiptomba és én föl is hozlak téged; József pedig teszi majd kezét szemeidre.
ଆମ୍ଭେ ତୁମ୍ଭ ସଙ୍ଗରେ ମିସର ଦେଶକୁ ଯିବା; ପୁଣି, ଆମ୍ଭେ ମଧ୍ୟ ସେଠାରୁ ତୁମ୍ଭକୁ ନିଶ୍ଚୟ ବାହୁଡ଼ାଇ ଆଣିବା, ପୁଣି, ଯୋଷେଫ ନିଜ ହସ୍ତରେ ତୁମ୍ଭର ଚକ୍ଷୁ ମୁଦ୍ରିତ କରିବ।”
5 És fölkerekedett Jákob Beér-Sevából és vitték Izrael fiai Jákobot, az ő atyjukat, gyermekeiket és feleségeiket a szekereken, melyeket Fáraó küldött, hogy vigyék őt.
ଏଥିଉତ୍ତାରେ ଯାକୁବ ବେର୍‍ଶେବାଠାରୁ ଯାତ୍ରା କଲେ; ପୁଣି, ତାଙ୍କୁ ନେବା ନିମନ୍ତେ ଫାରୋ ଯେଉଁ ଶଗଡ଼ ପଠାଇଥିଲେ, ତହିଁରେ ଇସ୍ରାଏଲର ପୁତ୍ରଗଣ ଆପଣାମାନଙ୍କ ପିତା ଯାକୁବଙ୍କୁ ଓ ବାଳକମାନଙ୍କୁ ଓ ଭାର୍ଯ୍ୟାମାନଙ୍କୁ ନେଇଗଲେ।
6 Vették nyájaikat és szerzeményüket, amit szereztek Kánaán országában és eljöttek Egyiptomba; Jákob és minden magzata vele.
ଏଉତ୍ତାରେ ସେମାନେ, ଅର୍ଥାତ୍‍, ଯାକୁବ ଓ ତାଙ୍କ ସମସ୍ତ ବଂଶ, ଆପଣାମାନଙ୍କ ପଶୁଗଣ ଓ କିଣାନ ଦେଶରେ ଉପାର୍ଜ୍ଜିତ ସମସ୍ତ ସମ୍ପତ୍ତି ଘେନି ମିସର ଦେଶରେ ପହଞ୍ଚିଲେ।
7 Fiait és fiainak fiait, leányait és fiainak leányait; minden magzatát elvitte magával Egyiptomba.
ଏହି ପ୍ରକାରେ ଯାକୁବ ଆପଣା ପୁତ୍ରପୌତ୍ର, ପୁତ୍ରୀ ଓ ପୌତ୍ରୀ ସମସ୍ତ ପରିବାର ନେଇ ମିସର ଦେଶକୁ ଗଲେ।
8 Ezek pedig Izrael fiainak nevei, akik eljöttek Egyiptomba, Jákob és fiai; Jákob elsőszülötte: Rúbén.
ମିସର ଦେଶକୁ ଆଗତ ଇସ୍ରାଏଲ ବଂଶ, ଅର୍ଥାତ୍‍, ଯାକୁବ ଓ ତାଙ୍କର ସନ୍ତାନମାନଙ୍କର ନାମ। ଯାକୁବଙ୍କର ଜ୍ୟେଷ୍ଠ ପୁତ୍ର ରୁବେନ୍‍।
9 Rúbén fiai pedig: Chánóch, Fállú, Checrón és Chármi.
ରୁବେନ୍‍ର ପୁତ୍ର ହନୋକ, ପଲ୍ଲୁ, ହିଷ୍ରୋଣ ଓ କର୍ମି।
10 Simon fiai pedig: Jemúél, Jómin; Óhád, Jóchin és Cóchár, meg Sóúl, a Kánaánita nő fia.
ଶିମୀୟୋନର ପୁତ୍ର ଯିମୂୟେଲ, ଯାମୀନ୍‍, ଓହଦ୍‍, ଯାଖୀନ୍‍ ଓ ସୋହର ଓ ତାହାର କିଣାନୀୟା ସ୍ତ୍ରୀଠାରୁ ଜାତ ପୁତ୍ର ଶୌଲ।
11 Lévi fiai pedig: Gérsón, Kehosz és Meróri.
ଲେବୀର ପୁତ୍ର ଗେର୍ଶୋନ‍, କହାତ ଓ ମରାରି।
12 Júda fiai pedig: Ér, Ónon, Séló, Perec és Zerách; de meghaltak Ér meg Ónon Kánaán országában. Perec fiai pedig voltak: Checrón és Chómúl.
ଯିହୁଦାର ପୁତ୍ର ଏର, ଓନନ୍‍, ଶେଲା, ପେରସ ଓ ସେରହ; ମାତ୍ର ଏର ଓ ଓନନ୍‍ କିଣାନ ଦେଶରେ ମରିଥିଲେ। ପେରସର ପୁତ୍ର ହିଷ୍ରୋଣ ଓ ହାମୂଲ।
13 Isszáchár fiai pedig: Tóla, Fuvvó, Jóv és Simrón.
ଇଷାଖରର ସନ୍ତାନ ତୋଲୟ, ପୂୟ, ଯୋବ ଓ ଶିମ୍ରୋଣ।
14 Zebúlun fiai pedig: Szered, Élón és Jáchleél.
ସବୂଲୂନର ପୁତ୍ର ସେରଦ, ଏଲୋନ୍‍ ଓ ଯହଲେଲ।
15 Ezek Léa fiai, akiket szült Jákobnak Páddán-Áromban és Dinát, az ő leányát; fiainak és leányainak összes lélekszáma: harminchárom.
ଏମାନେ ଓ କନ୍ୟା ଦୀଣା ପଦ୍ଦନ୍‍ ଅରାମରେ ଯାକୁବଙ୍କଠାରୁ ଜାତ ଲେୟାର ସନ୍ତାନ। ଏମାନେ ପୁତ୍ର କନ୍ୟାରେ ତେତିଶ ପ୍ରାଣୀ ଥିଲେ।
16 Gád fiai pedig: Cifjón, Chággi, Súni és Ecbón; Éri, Áródi és Áréli.
ଗାଦ୍‍ର ପୁତ୍ର ସିଫୋନ୍‍, ହଗି, ଶୂନୀ, ଇଷବୋନ୍‍, ଏରି, ଅରୋଦି ଓ ଅରେଲୀ।
17 És Ásér fiai: Jimno, Jisvo, Jisvi és Berio, meg Szerách, az ő nővérük; Berio fiai pedig: Chéver és Málkiél.
ଆଶେରର ପୁତ୍ର ଯିମ୍ନା, ଯିଶ୍‍ବା, ଯିଶ୍‍ବି, ବରୀୟ ଓ ସେମାନଙ୍କ ଭଗିନୀ ସେରହ। ପୁଣି, ବରୀୟର ପୁତ୍ର ହେବର ଓ ମଲ୍‍କୀୟେଲ।
18 Ezek Zilpó fiai, akit Lábán adott Léának, az ő leányának; és ezeket szülte Jákobnak: tizenhat lélek.
ଲାବନ ଆପଣା କନ୍ୟା ଲେୟାକୁ ସିଳ୍ପା ନାମ୍ନୀ ଯେଉଁ ଦାସୀ ଦେଇଥିଲା, ସେ ଯାକୁବଙ୍କର ଏହି ସନ୍ତାନମାନଙ୍କୁ ପ୍ରସବ କରିଥିଲା। ଏମାନେ ଷୋହଳ ଜଣ।
19 És Ráchel, Jákob feleségének fiai: József és Benjámin.
ପୁଣି, ଯାକୁବଙ୍କ ଭାର୍ଯ୍ୟା ରାହେଲର ପୁତ୍ର ଯୋଷେଫ ଓ ବିନ୍ୟାମୀନ୍।
20 És született Józsefnek, Egyiptom országában, akiket szült neki Osznász, Pótifera, Ón papjának leánya: Menásse és Efráim.
ଯୋଷେଫଙ୍କର ପୁତ୍ର ମନଃଶି ଓ ଇଫ୍ରୟିମ ମିସର ଦେଶରେ ଜନ୍ମିଥିଲେ; ଓନ୍‍ ନଗରସ୍ଥ ପୋଟୀଫେର ଯାଜକର ଆସନତ୍‍ ନାମ୍ନୀ କନ୍ୟା ସେମାନଙ୍କୁ ପ୍ରସବ କରିଥିଲା।
21 Benjámin fiai pedig: Belá, Becher, Ásbél, Géro, Náámon. Échi és Rós; Muppim, Chuppim és Ord.
ପୁଣି, ବିନ୍ୟାମୀନ୍‍ର ସନ୍ତାନ ବେଲା, ବେଖର, ଅସ୍‍ବେଲ, ଗେରା, ନାମାନ୍‍, ଏହୀ, ରୋଶ, ମୁପ୍ପୀମ, ହୁପ୍ପୀମ୍‍ ଓ ଅର୍ଦ।
22 Ezek Ráchel fiai, akik születtek Jákobnak, minden lélekszáma: tizennégy.
ଏହି ଚଉଦ ଜଣ ଯାକୁବଙ୍କଠାରୁ ଜାତ ରାହେଲର ସନ୍ତାନ।
23 Dán fiai pedig: Chusim.
ଆଉ ଦାନ୍‍ର ପୁତ୍ର ହୂଶୀମ୍‍।
24 Náftáli fiai pedig: Jáchceél, Gúni, Jécer és Sillém.
ନପ୍ତାଲିର ପୁତ୍ର ଯହସୀୟେଲ, ଗୂନି, ଯେତ୍ସର ଓ ଶିଲ୍ଲେମ।
25 Ezek Bihó fiai, akit Lábán adott Ráchelnek, az ő leányának; és ezeket szülte Jákobnak, minden lélekszáma: hét.
ଲାବନ ଆପଣା କନ୍ୟା ରାହେଲକୁ ବିଲ୍‌ହା ନାମ୍ନୀ ଯେଉଁ ଦାସୀ ଦେଇଥିଲା, ସେ ଯାକୁବଙ୍କର ଏହି ସନ୍ତାନମାନଙ୍କୁ ପ୍ରସବ କରିଥିଲା; ଏମାନେ ସର୍ବସୁଦ୍ଧା ସାତ ଜଣ।
26 Mind a lélek, mely jött Jákobbal Egyiptomba az ágyékából származók, Jákob feleségein kívül, minden lélekszáma: hatvanhat.
ଯାକୁବଙ୍କ କଟିରୁ ଉତ୍ପନ୍ନ ଯେଉଁ ପ୍ରାଣୀଗଣ ତାଙ୍କ ସଙ୍ଗରେ ମିସରରେ ଉପସ୍ଥିତ ହେଲେ, ଯାକୁବଙ୍କ ପୁତ୍ରବଧୂମାନଙ୍କ ଛଡ଼ା ସେମାନେ ସର୍ବସୁଦ୍ଧା ଛଅଷଠି ପ୍ରାଣୀ ଥିଲେ।
27 József fiai pedig, akik születtek neki Egyiptomban, két lélek; minden lélekszáma Jákob házának, mely lejött Egyiptomba: hetven.
ମିସରରେ ଯୋଷେଫଙ୍କର ଯେଉଁ ପୁତ୍ର ଜାତ ହୋଇଥିଲେ, ସେମାନେ ଦୁଇ ପ୍ରାଣୀ। ମିସରକୁ ଆଗତ ଯାକୁବଙ୍କର ପରିଜନ ସର୍ବସୁଦ୍ଧା ସତୁରି ଜଣ ଥିଲେ।
28 Júdát pedig maga elé küldte Józsefhez, hogy mutasson előtte utat Gósenbe; és elérkeztek Gósen földjére.
ଏଥିଉତ୍ତାରେ ଯୋଷେଫ ଗୋଶନ ପ୍ରଦେଶକୁ ଯିବାର ପଥ ଯେପରି ଦେଖାଇବେ, ଏଥିପାଇଁ ଯାକୁବ ଆପଣା ଆଗେ ଯିହୁଦାକୁ ତାଙ୍କ ନିକଟକୁ ପଠାଇଲେ; ଏଉତ୍ତାରେ ସେମାନେ ଗୋଶନ ପ୍ରଦେଶରେ ଉତ୍ତରିଲେ।
29 És befogatott József a szekerébe és fölment Izrael, az ő atyja elé Gósenbe; midőn megjelent előtte nyakába borult és sírt nyakán sokáig.
ତହୁଁ ଯୋଷେଫ ଆପଣା ପିତା ଇସ୍ରାଏଲଙ୍କ ସଙ୍ଗେ ସାକ୍ଷାତ କରିବା ପାଇଁ ରଥ ସଜାଇ ଗୋଶନ ପ୍ରଦେଶକୁ ଗମନ କଲେ; ପୁଣି, ତାଙ୍କୁ ଦେଖା ଦେଇ ତାଙ୍କ ଗଳା ଧରି ବହୁତ ସମୟ ପର୍ଯ୍ୟନ୍ତ ରୋଦନ କଲେ।
30 És mondta Izrael Józsefnek: Immár meghalhatok, miután láttam arcodat, hogy még élsz.
ସେତେବେଳେ ଇସ୍ରାଏଲ ଯୋଷେଫଙ୍କୁ କହିଲେ, “ଏବେ ମୋହର ମରଣ ହେଉ, ମୁଁ ତୁମ୍ଭ ମୁଖ ଦେଖିଲି, ତୁମ୍ଭେ ତ ଆଜି ପର୍ଯ୍ୟନ୍ତ ବଞ୍ଚିଅଛ।”
31 És mondta József az ő testvéreinek és atyja házának: Fölmegyek, hadd adom tudtára Fáraónak és mondom neki: Testvéreim és atyám háza, akik Kánaán országában voltak, eljöttek hozzám;
ଏଥିଉତ୍ତାରେ ଯୋଷେଫ ଆପଣା ଭାଇମାନଙ୍କୁ ଓ ପିତୃପରିବାରକୁ କହିଲେ, “ମୁଁ ଯାଇ ଫାରୋଙ୍କୁ ସମ୍ବାଦ ଦେଇ କହିବି, ‘କିଣାନ ଦେଶରୁ ମୋହର ଭ୍ରାତୃଗଣ ଓ ପିତୃପରିବାର ମୋʼ ନିକଟକୁ ଆସିଅଛନ୍ତି।
32 az emberek pedig juhpásztorok, mert baromtenyésztő emberek voltak, és juhaikat meg marháikat és mindenüket amijük van, elhozták.
ସେମାନେ ପଶୁପାଳକ ଓ ପଶୁ ବ୍ୟବସାୟୀ, ଏଣୁ ସେମାନେ ଆପଣାମାନଙ୍କ ଗୋମେଷାଦି ପଲ ପ୍ରଭୃତି ସର୍ବସ୍ୱ ଆଣିଅଛନ୍ତି।’
33 És lesz, ha hivat benneteket Fáraó és mondja: mi a foglalkozásotok?
ତହିଁରେ ଫାରୋ ତୁମ୍ଭମାନଙ୍କୁ ଡକାଇ ‘ତୁମ୍ଭମାନଙ୍କର କେଉଁ ବ୍ୟବସାୟ?’ ଏ କଥା ଯେତେବେଳେ ପଚାରିବେ,
34 Akkor mondjátok: Baromtenyésztő emberek voltak szolgáid ifjúságunktól kezdve egész mostanáig, mi is, atyáink is; azért, hogy lakjatok Gósen földjén; mert Egyiptomnak utálata minden juhpásztor.
ସେତେବେଳେ ତୁମ୍ଭେମାନେ କହିବ, ‘ଆପଣଙ୍କର ଏହି ଦାସମାନେ ବାଲ୍ୟାବଧି ଏପର୍ଯ୍ୟନ୍ତ ପୂର୍ବପୁରୁଷାନୁକ୍ରମେ ପଶୁ ବ୍ୟବସାୟୀ;’ ତହିଁରେ ତୁମ୍ଭେମାନେ ଗୋଶନ ପ୍ରଦେଶରେ ବାସ କରି ପାରିବ; କାରଣ ପଶୁପାଳକମାନେ ମିସରୀୟମାନଙ୍କ ନିକଟରେ ଘୃଣାଯୋଗ୍ୟ ଅଟନ୍ତି।”

< 1 Mózes 46 >