< 1 इतिहास 19 >
1 १ इसके बाद अम्मोनियों का राजा नाहाश मर गया, और उसका पुत्र उसके स्थान पर राजा हुआ।
ଏଥିଉତ୍ତାରେ ଅମ୍ମୋନ-ସନ୍ତାନଗଣର ରାଜା ନାହଶ୍ ମରନ୍ତେ, ତାହାର ପୁତ୍ର ତାହାର ପଦରେ ରାଜା ହେଲା।
2 २ तब दाऊद ने यह सोचा, “हानून के पिता नाहाश ने जो मुझ पर प्रीति दिखाई थी, इसलिए मैं भी उस पर प्रीति दिखाऊँगा।” तब दाऊद ने उसके पिता के विषय शान्ति देने के लिये दूत भेजे। और दाऊद के कर्मचारी अम्मोनियों के देश में हानून के पास उसे शान्ति देने को आए।
ତହିଁରେ ଦାଉଦ କହିଲେ, “ମୁଁ ନାହଶର ପୁତ୍ର ହାନୂନ୍ ପ୍ରତି ଦୟା ପ୍ରକାଶ କରିବି, କାରଣ, ତାହାର ପିତା ମୋʼ ପ୍ରତି ଦୟା ପ୍ରକାଶ କରିଥିଲା।” ତେଣୁ, ଦାଉଦ ତାହାକୁ ପିତୃଶୋକରୁ ସାନ୍ତ୍ୱନା କରିବା ନିମନ୍ତେ ଦୂତମାନଙ୍କୁ ପଠାଇଲେ। ତହୁଁ ଦାଉଦଙ୍କର ଦାସମାନେ ହାନୂନ୍କୁ ସାନ୍ତ୍ୱନା କରିବା ନିମନ୍ତେ ଅମ୍ମୋନ-ସନ୍ତାନଗଣର ଦେଶରେ ତାହା ନିକଟରେ ଉପସ୍ଥିତ ହେଲେ।
3 ३ परन्तु अम्मोनियों के हाकिम हानून से कहने लगे, “दाऊद ने जो तेरे पास शान्ति देनेवाले भेजे हैं, वह क्या तेरी समझ में तेरे पिता का आदर करने की मनसा से भेजे हैं? क्या उसके कर्मचारी इसी मनसा से तेरे पास नहीं आए, कि ढूँढ़-ढाँढ़ करें और नष्ट करें, और देश का भेद लें?”
ମାତ୍ର ଅମ୍ମୋନ-ସନ୍ତାନଗଣର ଅଧିପତିମାନେ ହାନୂନ୍କୁ କହିଲେ, “ଦାଉଦ ଆପଣଙ୍କ ନିକଟକୁ ସାନ୍ତ୍ୱନାକାରୀମାନଙ୍କୁ ପଠାଇଅଛି ବୋଲି ସେ ଯେ ଆପଣଙ୍କ ପିତାର ସମ୍ଭ୍ରମ କରୁଅଛି, ଏହା କʼଣ ଆପଣ ବିଚାର କରନ୍ତି? ତାହାର ଦାସମାନେ କʼଣ ଦେଶ ଅନୁସନ୍ଧାନ କରିବାକୁ ଓ ନାଶ କରିବାକୁ ଓ ତହିଁରେ ଭ୍ରମଣ କରିବାକୁ ଆପଣଙ୍କ ନିକଟକୁ ଆସି ନାହାନ୍ତି?”
4 ४ इसलिए हानून ने दाऊद के कर्मचारियों को पकड़ा, और उनके बाल मुँण्डवाए, और आधे वस्त्र अर्थात् नितम्ब तक कटवाकर उनको जाने दिया।
ତହିଁରେ ହାନୂନ୍ ଦାଉଦଙ୍କର ଦାସମାନଙ୍କୁ ଧରି ସେମାନଙ୍କୁ କ୍ଷୌର କଲା ଓ ସେମାନଙ୍କ ପିଚା ପାଖ ବସ୍ତ୍ର ମଝିରୁ କାଟି ପକାଇ ସେମାନଙ୍କୁ ବିଦାୟ କରିଦେଲା।
5 ५ तब कुछ लोगों ने जाकर दाऊद को बता दिया कि उन पुरुषों के साथ कैसा बर्ताव किया गया, अतः उसने लोगों को उनसे मिलने के लिये भेजा क्योंकि वे पुरुष बहुत लज्जित थे, और राजा ने कहा, “जब तक तुम्हारी दाढ़ियाँ बढ़ न जाएँ, तब तक यरीहो में ठहरे रहो, और बाद को लौट आना।”
ଏଥିରେ ସେହି ଲୋକମାନଙ୍କ ପ୍ରତି ଯେପ୍ରକାର ବ୍ୟବହାର କରାଗଲା, ତାହା କେହି ଯାଇ ଦାଉଦଙ୍କୁ ଜଣାନ୍ତେ, ସେ ସେମାନଙ୍କୁ ଭେଟିବା ପାଇଁ ଲୋକ ପଠାଇଲେ; କାରଣ, ସେମାନେ ଅତିଶୟ ଲଜ୍ଜିତ ଥିଲେ। ପୁଣି, ରାଜା କହିଲେ, “ତୁମ୍ଭମାନଙ୍କ ଦାଢ଼ି ବଢ଼ିବା ପର୍ଯ୍ୟନ୍ତ ଯିରୀହୋରେ ଥାଅ, ତହିଁ ଉତ୍ତାରେ ଫେରି ଆସ।”
6 ६ जब अम्मोनियों ने देखा, कि हम दाऊद को घिनौने लगते हैं, तब हानून और अम्मोनियों ने एक हजार किक्कार चाँदी, अरम्नहरैम और अरम्माका और सोबा को भेजी, कि रथ और सवार किराये पर बुलाए।
ଏଥିରେ ଅମ୍ମୋନ-ସନ୍ତାନଗଣ ଆପଣାମାନଙ୍କୁ ଦାଉଦଙ୍କ ସମ୍ମୁଖରେ ଦୁର୍ଗନ୍ଧ ସ୍ୱରୂପ କରିଥିବାର ଦେଖନ୍ତେ, ହାନୂନ୍ ଓ ଅମ୍ମୋନ-ସନ୍ତାନଗଣ ଅରାମନହରୟିମ୍ ଓ ଅରାମ-ମାଖା ଓ ସୋବାରୁ ରଥ ଓ ଅଶ୍ୱାରୋହୀମାନଙ୍କୁ ବେତନ ଦେଇ ଆଣିବା ପାଇଁ ଏକ ସହସ୍ର ତାଳନ୍ତ ରୂପା ପଠାଇଲେ।
7 ७ सो उन्होंने बत्तीस हजार रथ, और माका के राजा और उसकी सेना को किराये पर बुलाया, और इन्होंने आकर मेदबा के सामने, अपने डेरे खड़े किए। और अम्मोनी अपने-अपने नगर में से इकट्ठे होकर लड़ने को आए।
ତହୁଁ ଲୋକମାନେ ବତିଶ ହଜାର ରଥ ଓ ମାଖାର ରାଜାକୁ ଓ ତାହାର ଲୋକମାନଙ୍କୁ ବେତନ ଦେଇ ଆଣିଲେ; ଏମାନେ ଆସି ମେଦବା ସମ୍ମୁଖରେ ଛାଉଣି ସ୍ଥାପନ କଲେ। ପୁଣି, ଅମ୍ମୋନ-ସନ୍ତାନଗଣ ଆପଣା ଆପଣା ନଗରରୁ ଏକତ୍ରିତ ହୋଇ ଯୁଦ୍ଧ କରିବାକୁ; ଆସିଲେ।
8 ८ यह सुनकर दाऊद ने योआब और शूरवीरों की पूरी सेना को भेजा।
ଆଉ, ଦାଉଦ ଏହା ଶୁଣି ଯୋୟାବକୁ ଓ ବୀର ସୈନ୍ୟ ସମସ୍ତଙ୍କୁ ପଠାଇଲେ।
9 ९ तब अम्मोनी निकले और नगर के फाटक के पास पाँति बाँधी, और जो राजा आए थे, वे उनसे अलग मैदान में थे।
ତହିଁରେ ଅମ୍ମୋନ-ସନ୍ତାନଗଣ ବାହାର ହୋଇ ଆସି ନଗର-ଦ୍ୱାର ନିକଟରେ ଯୁଦ୍ଧ ସାଜିଲେ; ଆଉ ଯେଉଁ ରାଜାମାନେ ଆସିଥିଲେ, ସେମାନେ କ୍ଷେତ୍ରରେ ଅଲଗା ରହିଲେ।
10 १० यह देखकर कि आगे-पीछे दोनों ओर हमारे विरुद्ध पाँति बंधी हैं, योआब ने सब बड़े-बड़े इस्राएली वीरों में से कुछ को छांटकर अरामियों के सामने उनकी पाँति बँधाई;
ଏହିରୂପେ ଯୋୟାବ ଆପଣା ବିରୁଦ୍ଧରେ ଆଗେ ଓ ପଛେ ଯୁଦ୍ଧ ସଜ୍ଜିତ ହେବାର ଦେଖି ଇସ୍ରାଏଲର ସମୁଦାୟ ବଛା ଲୋକ ମଧ୍ୟରୁ ଲୋକ ବାଛି ଅରାମୀୟମାନଙ୍କ ବିରୁଦ୍ଧରେ ସୈନ୍ୟ ସଜାଇଲା।
11 ११ और शेष लोगों को अपने भाई अबीशै के हाथ सौंप दिया, और उन्होंने अम्मोनियों के सामने पाँति बाँधी।
ଆଉ, ସେ ଅବଶିଷ୍ଟ ଲୋକମାନଙ୍କୁ ଆପଣା ଭ୍ରାତା ଅବୀଶୟ ହସ୍ତରେ ସମର୍ପଣ କଲା; ତହୁଁ ସେମାନେ ଅମ୍ମୋନ-ସନ୍ତାନଗଣ ବିରୁଦ୍ଧରେ ଆପଣାମାନଙ୍କୁ ଯୁଦ୍ଧାର୍ଥେ ସଜାଇଲେ।
12 १२ और उसने कहा, “यदि अरामी मुझ पर प्रबल होने लगें, तो तू मेरी सहायता करना; और यदि अम्मोनी तुझ पर प्रबल होने लगें, तो मैं तेरी सहायता करूँगा।
ପୁଣି, ସେ କହିଲା, “ଯଦି ଅରାମୀୟମାନେ ମୋ ନିମନ୍ତେ ପ୍ରବଳ ହୁଅନ୍ତି, ତେବେ ତୁମ୍ଭେ ମୋହର ସାହାଯ୍ୟ କରିବ; ମାତ୍ର ଯଦି ଅମ୍ମୋନ-ସନ୍ତାନମାନେ ତୁମ୍ଭ ନିମନ୍ତେ ପ୍ରବଳ ହୁଅନ୍ତି, ତେବେ ମୁଁ ତୁମ୍ଭର ସାହାଯ୍ୟ କରିବି।
13 १३ तू हियाव बाँध और हम सब अपने लोगों और अपने परमेश्वर के नगरों के निमित्त पुरुषार्थ करें; और यहोवा जैसा उसको अच्छा लगे, वैसा ही करेगा।”
ବଳବାନ ହୁଅ, ଆମ୍ଭେମାନେ ଆପଣା ଲୋକମାନଙ୍କ ନିମନ୍ତେ ଓ ଆମ୍ଭମାନଙ୍କ ପରମେଶ୍ୱରଙ୍କ ନଗରସମୂହ ନିମନ୍ତେ ଆପଣାମାନଙ୍କୁ ବଳବାନ କରୁ; ତହିଁରେ ସଦାପ୍ରଭୁଙ୍କ ଦୃଷ୍ଟିରେ ଯାହା ଭଲ, ସେ ତାହା କରନ୍ତୁ।”
14 १४ तब योआब और जो लोग उसके साथ थे, अरामियों से युद्ध करने को उनके सामने गए, और वे उसके सामने से भागे।
ତହିଁରେ ଯୋୟାବ ଓ ତାହାର ସଙ୍ଗୀ ଲୋକମାନେ ଯୁଦ୍ଧ କରିବା ପାଇଁ ଅରାମୀୟମାନଙ୍କ ସମ୍ମୁଖରେ ଉପସ୍ଥିତ ହୁଅନ୍ତେ, ସେମାନେ ତାହା ସମ୍ମୁଖରୁ ପଳାଇଲେ।
15 १५ यह देखकर कि अरामी भाग गए हैं, अम्मोनी भी उसके भाई अबीशै के सामने से भागकर नगर के भीतर घुसे। तब योआब यरूशलेम को लौट आया।
ଏଥିରେ ଅରାମୀୟମାନଙ୍କୁ ପଳାଇବାର ଦେଖି ଅମ୍ମୋନ-ସନ୍ତାନଗଣ ମଧ୍ୟ ତାହାର ଭ୍ରାତା ଅବୀଶୟ ସମ୍ମୁଖରୁ ପଳାଇ ନଗରରେ ପ୍ରବେଶ କଲେ; ତହୁଁ ଯୋୟାବ ଯିରୂଶାଲମକୁ ଆସିଲା।
16 १६ फिर यह देखकर कि वे इस्राएलियों से हार गए हैं, अरामियों ने दूत भेजकर फरात के पार के अरामियों को बुलवाया, और हदादेजेर के सेनापति शोपक को अपना प्रधान बनाया।
ଏଉତ୍ତାରେ ଅରାମୀୟମାନେ ଇସ୍ରାଏଲ ସମ୍ମୁଖରେ ଆପଣାମାନଙ୍କୁ ପରାସ୍ତ ଦେଖି ଦୂତ ପଠାଇ ନଦୀ ସେପାରିସ୍ଥ ଅରାମୀୟମାନଙ୍କୁ ବାହାର କରି ଆଣିଲେ। ହଦଦେଷରର ସେନାପତି ଶୋଫକ୍ ସେମାନଙ୍କର ଅଗ୍ରଣୀ ଥିଲା।
17 १७ इसका समाचार पाकर दाऊद ने सब इस्राएलियों को इकट्ठा किया, और यरदन पार होकर उन पर चढ़ाई की और उनके विरुद्ध पाँति बँधाई, तब वे उससे लड़ने लगे।
ତହୁଁ ଦାଉଦଙ୍କୁ ଏହା ଜ୍ଞାତ କରାଯାʼନ୍ତେ, ସେ ସମୁଦାୟ ଇସ୍ରାଏଲକୁ ଏକତ୍ର କରି ଯର୍ଦ୍ଦନ ପାର ହେଲେ, ଆଉ ସେମାନଙ୍କ ନିକଟରେ ଉପସ୍ଥିତ ହୋଇ ସେମାନଙ୍କ ବିରୁଦ୍ଧରେ ଯୁଦ୍ଧ ସଜାଇଲେ। ତହିଁରେ ଦାଉଦ ଅରାମୀୟମାନଙ୍କ ବିରୁଦ୍ଧରେ ଯୁଦ୍ଧ ସଜାନ୍ତେ, ସେମାନେ ତାଙ୍କ ସଙ୍ଗେ ଯୁଦ୍ଧ କଲେ।
18 १८ परन्तु अरामी इस्राएलियों से भागे, और दाऊद ने उनमें से सात हजार रथियों और चालीस हजार प्यादों को मार डाला, और शोपक सेनापति को भी मार डाला।
ମାତ୍ର, ଅରାମୀୟମାନେ ଇସ୍ରାଏଲ ସମ୍ମୁଖରୁ ପଳାଇଲେ; ପୁଣି, ଦାଉଦ ଅରାମୀୟମାନଙ୍କର ସାତ ସହସ୍ର ରଥାରୂଢ଼ ଓ ଚାଳିଶ ହଜାର ପଦାତିକ ସୈନ୍ୟ ବଧ କଲେ ଓ ସେନାପତି ଶୋଫକ୍କୁ ବଧ କଲେ।
19 १९ यह देखकर कि वे इस्राएलियों से हार गए हैं, हदादेजेर के कर्मचारियों ने दाऊद से संधि की और उसके अधीन हो गए; और अरामियों ने अम्मोनियों की सहायता फिर करनी न चाही।
ତହୁଁ ହଦଦେଷରର ଦାସମାନେ ଇସ୍ରାଏଲ ସମ୍ମୁଖରେ ଆପଣାମାନଙ୍କୁ ପରାସ୍ତ ଦେଖି ଦାଉଦଙ୍କ ସଙ୍ଗେ ସନ୍ଧି କରି ତାଙ୍କର ଦାସ ହେଲେ; ପୁଣି, ଅରାମୀୟମାନେ ଅମ୍ମୋନ-ସନ୍ତାନଗଣର ସାହାଯ୍ୟ କରିବାକୁ ଆଉ ସମ୍ମତ ହେଲେ ନାହିଁ।