< यहोशू 21 >

1 लेवी परिवारों के प्रमुख पुरोहित एलिएज़र, नून के पुत्र यहोशू तथा इस्राएली गोत्रों के मुखियों के पास गए.
ଏଉତ୍ତାରେ ଲେବୀୟମାନଙ୍କ ପିତୃଗୃହର ପ୍ରଧାନମାନେ ଇଲୀୟାସର ଯାଜକ ଓ ନୂନର ପୁତ୍ର ଯିହୋଶୂୟ ଓ ଇସ୍ରାଏଲ ସନ୍ତାନମାନଙ୍କ ବଂଶସମୂହର ପିତୃଗୃହର ପ୍ରଧାନମାନଙ୍କ ନିକଟକୁ ଆସିଲେ;
2 कनान देश के शीलो में उन्होंने उनसे यह बात कही, “मोशेह के द्वारा याहवेह ने हमसे कहा कि हमें हमारे निवास के लिए नगर दिया जाएगा. और इन नगरों के आस-पास हमारे पशुओं को चराने की जगह भी होगी.”
ଆଉ ସେମାନେ କିଣାନ ଦେଶସ୍ଥ ଶୀଲୋ ନିକଟରେ ସେମାନଙ୍କୁ କହିଲେ, “ଆମ୍ଭମାନଙ୍କ ନିମନ୍ତେ ବସତି-ନଗର ଓ ପଶୁଗଣ ନିମନ୍ତେ ତହିଁର ତଳିଭୂମି ଦେବା ପାଇଁ ସଦାପ୍ରଭୁ ମୋଶାଙ୍କ ଦ୍ୱାରା ଆଜ୍ଞା ଦେଇଥିଲେ।”
3 तब इस्राएल वंश ने याहवेह के आदेश के अनुसार लेवियों को अपने हिस्से में से नगर दिये, जिनके आस-पास की चरागाह की भूमि भी थी.
ତହିଁରେ ସଦାପ୍ରଭୁଙ୍କ ଆଜ୍ଞାନୁସାରେ ଇସ୍ରାଏଲ-ସନ୍ତାନଗଣ ଆପଣା ଆପଣା ଅଧିକାର ମଧ୍ୟରୁ ଲେବୀୟ ଲୋକମାନଙ୍କୁ ଏହି ନଗରସମୂହ ଓ ତହିଁର ତଳିଭୂମି ଦେଲେ।
4 पहला नाम कोहाथ के परिवारों का आया, जो अहरोन वंश के लेवियों में से थे. यहूदाह, शिमओन तथा बिन्यामिन गोत्र को बांटी गई भूमि में से तेरह नगर उन्हें मिले.
ତହୁଁ କହାତୀୟ ବଂଶ ନିମନ୍ତେ ବାଣ୍ଟ ଉଠିଲା, ଲେବୀୟମାନଙ୍କ ମଧ୍ୟରୁ ହାରୋଣ ଯାଜକର ସନ୍ତାନଗଣ ଗୁଲିବାଣ୍ଟ ଦ୍ୱାରା ଯିହୁଦା ବଂଶ ଓ ଶିମୀୟୋନ ବଂଶ ଓ ବିନ୍ୟାମୀନ୍ ବଂଶରୁ ତେର ନଗର ପାଇଲେ।
5 कोहाथ के कुछ लोगों को एफ्राईम, दान तथा मनश्शेह के आधे गोत्र की भूमि में से दस नगर मिले.
ପୁଣି କହାତର ଅବଶିଷ୍ଟ ସନ୍ତାନମାନେ ଗୁଲିବାଣ୍ଟ ଦ୍ୱାରା ଇଫ୍ରୟିମ ବଂଶର ସମସ୍ତ ବଂଶରୁ ଓ ଦାନ୍ ବଂଶ ଓ ମନଃଶିର ଅର୍ଦ୍ଧ ବଂଶରୁ ଦଶ ନଗର ପାଇଲେ।
6 गेरशोन वंश को इस्साखार, आशेर, नफताली गोत्रों की भूमि में से, तथा बाशान में मनश्शेह के आधे गोत्र की भूमि में से, कुल तेरह नगर मिले.
ପୁଣି ଗେର୍ଶୋନର ସନ୍ତାନଗଣ ଗୁଲିବାଣ୍ଟ ଦ୍ୱାରା ଇଷାଖର ବଂଶର ସମସ୍ତ ବଂଶରୁ ଓ ଆଶେର ବଂଶ ଓ ନପ୍ତାଲି ବଂଶ ଓ ବାଶନସ୍ଥ ମନଃଶିର ଅର୍ଦ୍ଧ ବଂଶରୁ ତେର ନଗର ପାଇଲେ।
7 मेरारी वंश को उनके परिवारों के अनुसार रियूबेन, गाद तथा ज़ेबुलून के गोत्रों से बारह नगर मिले.
ଆଉ ମରାରି-ସନ୍ତାନଗଣ ଆପଣା ଆପଣା ବଂଶାନୁସାରେ ରୁବେନ୍‍ ବଂଶ ଓ ଗାଦ୍‍ ବଂଶ ଓ ସବୂଲୂନ ବଂଶରୁ ବାର ନଗର ପାଇଲେ।
8 इस्राएलियों ने लेवियों को पशु चराने के लिए भी नगर दिए, जैसा मोशेह को याहवेह का आदेश था.
ଏହିରୂପେ ଇସ୍ରାଏଲ-ସନ୍ତାନଗଣ, ମୋଶାଙ୍କ ଦ୍ୱାରା ସଦାପ୍ରଭୁ ଯେରୂପ ଆଜ୍ଞା ଦେଇଥିଲେ, ତଦନୁସାରେ ଗୁଲିବାଣ୍ଟ କରି ଲେବୀୟ ଲୋକମାନଙ୍କୁ ଏହିସବୁ ନଗର ଓ ତହିଁର ତଳିଭୂମି ଦେଲେ।
9 उन्होंने कुछ नगर यहूदाह तथा शिमओन गोत्र के कुलों को दिए:
ଆହୁରି ସେମାନେ ଯିହୁଦା-ସନ୍ତାନଗଣର ବଂଶରୁ ଓ ଶିମୀୟୋନ-ସନ୍ତାନଗଣର ବଂଶରୁ ଏହିସବୁ ନଗର ଦେଲେ, ଏଠାରେ ସେସବୁର ନାମ ଲିଖିତ ଅଛି।
10 ये अहरोन वंश, जो कोहाथियों के परिवारों में से लेवी वंश के थे, पहला नाम उन्हीं का आया था.
ସେସବୁ ନଗର ଲେବୀ-ସନ୍ତାନ କହାତ ବଂଶୀୟ ହାରୋଣ-ସନ୍ତାନମାନଙ୍କର ହେଲା; କାରଣ ସେମାନଙ୍କର ପ୍ରଥମ ବାଣ୍ଟ ଥିଲା।
11 तब उन्होंने उन्हें यहूदिया के पर्वतीय प्रदेश में उनके आस-पास के जगह चरागाह सहित किरयथ-अरबा नगर दे दिया—अरबा नामक व्यक्ति अनाक अर्थात् हेब्रोन का पिता था.
ପୁଣି ସେମାନେ ସେମାନଙ୍କୁ ଯିହୁଦାର ପର୍ବତମୟ ଦେଶରେ କିରୀୟଥ୍‍-ଅର୍ବ ଓ ତହିଁ ଚତୁର୍ଦ୍ଦିଗସ୍ଥିତ ତଳିଭୂମି ଦେଲେ, (ଏହାକୁ ହିବ୍ରୋଣ କହନ୍ତି); ଅର୍ବ ଅନାକର ପିତା ଥିଲା।
12 परंतु नगर के खेत तथा इसके गांव उन्होंने येफुन्‍नेह के पुत्र कालेब को दे दिए, कि ये उनकी अपनी भूमि हो.
ମାତ୍ର ସେହି ନଗରର କ୍ଷେତ୍ର ଓ ତହିଁର ଗ୍ରାମମାନ ଅଧିକାର କରିବା ପାଇଁ ସେମାନେ ଯିଫୁନ୍ନିର ପୁତ୍ର କାଲେବଙ୍କୁ ଦେଲେ।
13 उन्होंने अहरोन के वंशजों को ये नगर दिए: हेब्रोन (जो शरण शहर था), और लिबनाह,
ପୁଣି ହାରୋଣ ଯାଜକଙ୍କର ସନ୍ତାନଗଣକୁ ସେମାନେ ନରହତ୍ୟାକାରୀର ଆଶ୍ରୟ ନଗରର ହିବ୍ରୋଣ ଓ ତହିଁ ତଳିଭୂମି ଓ ଲିବ୍‍ନା ଓ ତହିଁ ତଳିଭୂମି,
14 यत्तिर, एशतमोह,
ଯତ୍ତୀର ଓ ତହିଁ ତଳିଭୂମି, ଇଷ୍ଟିମୋୟ ଓ ତହିଁ ତଳିଭୂମି,
15 होलोन, दबीर,
ହୋଲୋନ୍‍ ଓ ତହିଁ ତଳିଭୂମି, ଦବୀର ଓ ତହିଁ ତଳିଭୂମି,
16 एइन, युताह और बेथ-शेमेश को उनके चराइयों के साथ ये नगर भी दे दिए गए इस प्रकार दो गोत्रों के हिस्से में से यह नौ नगर दिए गए,
ଐନ୍‍ ଓ ତହିଁ ତଳିଭୂମି, ଯୁଟା ଓ ତହିଁ ତଳିଭୂମି, ବେଥ୍-ଶେମଶ ଓ ତହିଁ ତଳିଭୂମି, ସେହି ଦୁଇ ବଂଶରୁ ଏହି ନଅ ନଗର ଦେଲେ।
17 बिन्यामिन गोत्र से: गिबयोन, गेबा,
ପୁଣି ବିନ୍ୟାମୀନ୍ ବଂଶରୁ ଗିବୀୟୋନ୍‍ ଓ ତହିଁ ତଳିଭୂମି, ଗେବା ଓ ତହିଁ ତଳିଭୂମି,
18 अनाथोथ आलमोन को चराइयों सहित चार नगर दिये गए.
ଅନାଥୋତ୍‍ ଓ ତହିଁ ତଳିଭୂମି, ଅଲମୋନ ଓ ତହିଁ ତଳିଭୂମି; ଚାରି ନଗର।
19 इस प्रकार अहरोन वंश के पुरोहितों के लिए कुल तेरह नगर उनके चराइयों सहित अलग कर दिए गए.
ହାରୋଣଙ୍କର ସନ୍ତାନ ଯାଜକମାନଙ୍କର ସର୍ବସୁଦ୍ଧା ତଳିଭୂମି ସମେତ ତେର ନଗର ହେଲା।
20 तब कोहाथ वंश को, जो लेवी थे, तथा कोहाथ के बचे हुए पुरोहितों को एफ्राईम गोत्र से नगर दिये:
ଆଉ କହାତର ଅବଶିଷ୍ଟ ସନ୍ତାନଗଣ, ଅର୍ଥାତ୍‍, କହାତ-ସନ୍ତାନ ଲେବୀୟମାନଙ୍କ ବଂଶସମୂହ ଇଫ୍ରୟିମ ବଂଶରୁ ଆପଣାମାନଙ୍କ ନଗର ବାଣ୍ଟ ପାଇଲେ।
21 उन्होंने इन्हें एफ्राईम के पर्वतीय प्रदेश से शेकेम (जो मनुष्य के हत्यारे के लिए ठहराए शरण शहर) और गेज़ेर
ପୁଣି ଇସ୍ରାଏଲ-ସନ୍ତାନଗଣ ସେମାନଙ୍କୁ ଇଫ୍ରୟିମ-ପର୍ବତମୟ ଦେଶାନ୍ତର୍ଗତ ନରହତ୍ୟାକାରୀର ଆଶ୍ରୟ ନଗର ଶିଖିମ ଓ ତହିଁ ତଳିଭୂମି ଓ ଗେଷର ଓ ତହିଁ ତଳିଭୂମି,
22 किबज़यिम तथा बेथ-होरोन और इसके चराइयों के साथ; चार नगर दिये.
କିବ୍‍ସୟିମ୍‍ ଓ ତହିଁ ତଳିଭୂମି, ବେଥ୍-ହୋରଣ ଓ ତହିଁ ତଳିଭୂମି, ଏହି ଚାରି ନଗର ଦେଲେ।
23 दान के गोत्र से: एलतके, गिब्बथोन,
ପୁଣି ଦାନ୍ ବଂଶରୁ ଇଲତ୍‍କୀ ଓ ତହିଁ ତଳିଭୂମି, ଗିବ୍ବଥୋନ ଓ ତହିଁ ତଳିଭୂମି,
24 अय्जालोन गथ-रिम्मोन; उनके चराइयों के साथ चार नगर दिये.
ଅୟାଲୋନ୍‍ ଓ ତହିଁ ତଳିଭୂମି, ଗାଥ୍‍-ରିମ୍ମୋନ ଓ ତହିଁ ତଳିଭୂମି, ଏହି ଚାରି ନଗର ଦେଲେ।
25 मनश्शेह के आधे गोत्र में से: उन्होंने उन्हें तानख और गथ-रिम्मोन; उनके चराइयों के साथ, दो नगर दिये.
ଆଉ ମନଃଶିର ଅର୍ଦ୍ଧ ବଂଶରୁ ତାନକ୍‍ ଓ ତହିଁ ତଳିଭୂମି, ଗାଥ୍‍-ରିମ୍ମୋନ ଓ ତହିଁ ତଳିଭୂମି, ଏହି ଦୁଇ ନଗର ଦେଲେ।
26 कोहाथ वंश के बचे हुए परिवारों को दस नगर चराइयों सहित दिए गए.
କହାତର ଅବଶିଷ୍ଟ ସନ୍ତାନମାନଙ୍କ ବଂଶର ସର୍ବସୁଦ୍ଧା ତଳିଭୂମି ସମେତ ଦଶ ନଗର ହେଲା।
27 गेरशोन वंश को, जो लेवी गोत्र से थे: मनश्शेह के आधे गोत्र में से बाशान का गोलान (जो हत्यारे के लिए निश्चित शरण शहर था) और उसके चराइयों सहित, बएशतरा उसके चराइयों सहित, दो नगर दिए.
ପୁଣି ସେମାନେ ଲେବୀ ବଂଶୀୟ ଗେର୍ଶୋନ-ସନ୍ତାନମାନଙ୍କୁ ମନଃଶିର ଅର୍ଦ୍ଧ ବଂଶରୁ ବାଶନ ଅନ୍ତର୍ଗତ ନରହତ୍ୟାକାରୀର ଆଶ୍ରୟ ନଗର ଗୋଲନ୍‍ ଓ ତହିଁ ତଳିଭୂମି, ଆଉ ବୀଷ୍ଟରା ଓ ତହିଁ ତଳିଭୂମି, ଏହି ଦୁଇ ନଗର ଦେଲେ।
28 इस्साखार के गोत्र में से: किशयोन, दाबरथ,
ପୁଣି ଇଷାଖର ବଂଶରୁ କିଶୀୟୋନ୍‍ ଓ ତହିଁ ତଳିଭୂମି, ଦାବରତ୍‍ ଓ ତହିଁ ତଳିଭୂମି,
29 यरमूथ और एन-गन्‍नीम उसके चराइयों सहित; चार नगर दिये.
ଯର୍ମୂତ୍‍ ଓ ତହିଁ ତଳିଭୂମି, ଐନ୍‍-ଗନ୍ନୀମ୍‍ ଓ ତହିଁ ତଳିଭୂମି, ଏହି ଚାରି ନଗର ଦେଲେ।
30 आशेर के गोत्र से: मिशआल, अबदोन,
ଆଉ ଆଶେର ବଂଶରୁ ମିଶାଲ ଓ ତହିଁ ତଳିଭୂମି, ଅବଦୋନ୍‍ ଓ ତହିଁ ତଳିଭୂମି,
31 हेलकथ तथा रेहोब उनके चराइयों सहित चार नगर दिए;
ହିଲକତ୍‍ ଓ ତହିଁ ତଳିଭୂମି, ରହୋବ ଓ ତହିଁ ତଳିଭୂମି, ଏହି ଚାରି ନଗର ଦେଲେ।
32 नफताली गोत्र से: उन्होंने उन्हें गलील में केदेश (जो हत्यारे के लिए निश्चित शरण शहर था), हम्मोथ-दोर तथा करतान; उनके चराइयों सहित तीन नगर दिये.
ନପ୍ତାଲି ବଂଶରୁ ଗାଲିଲୀ ଅନ୍ତର୍ଗତ ନରହତ୍ୟାକାରୀର ଆଶ୍ରୟ ନଗର କେଦଶ ଓ ତହିଁ ତଳିଭୂମି, ହମୋତ୍‍-ଦୋର ଓ ତହିଁ ତଳିଭୂମି, କର୍ତ୍ତନ ଓ ତହିଁ ତଳିଭୂମି, ଏହି ତିନି ନଗର ଦେଲେ।
33 उनके परिवारों के अनुसार गेरशोन वंश को कुल तेरह नगर, उनके चराइयों सहित दिये.
ଆପଣା ଆପଣା ବଂଶାନୁସାରେ ଗେର୍ଶୋନୀୟ ଲୋକମାନେ ସର୍ବସୁଦ୍ଧା ତଳିଭୂମି ସମେତ ତେର ନଗର ପାଇଲେ।
34 मेरारी वंश के परिवारों को, जो लेवी गोत्र से बचे हुए थे: उन्होंने ज़ेबुलून के गोत्र से: योकनआम, करता,
ଏଉତ୍ତାରେ ସେମାନେ ମରାରି-ସନ୍ତାନଗଣର ବଂଶାନୁସାରେ ଅବଶିଷ୍ଟ ଲେବୀୟ ଲୋକମାନଙ୍କୁ ସବୂଲୂନ ବଂଶରୁ ଯଗ୍ନିୟାମ ଓ ତହିଁ ତଳିଭୂମି, କାର୍ତ୍ତା ଓ ତହିଁ ତଳିଭୂମି,
35 दिमना तथा नहलाल, सबको चराइयों सहित; चार नगर दे दिए.
ଦିମ୍ନା ଓ ତହିଁ ତଳିଭୂମି, ନହଲୋଲ୍‍ ଓ ତହିଁ ତଳିଭୂମି, ଏହି ଚାରି ନଗର ଦେଲେ।
36 रियूबेन के गोत्र से: उन्होंने उन्हें बेज़र, यहत्स,
ପୁଣି ରୁବେନ୍‍ ବଂଶରୁ ବେତ୍ସର ଓ ତହିଁ ତଳିଭୂମି, ଯହସ ଓ ତହିଁ ତଳିଭୂମି,
37 केदेमोथ तथा मेफाअथ उनके चराइयों सहित चार नगर दिए;
କଦେମୋତ୍‍ ଓ ତହିଁ ତଳିଭୂମି, ମେଫାତ୍‍ ଓ ତହିଁ ତଳିଭୂମି, ଏହି ଚାରି ନଗର ଦେଲେ।
38 गाद के गोत्र से: उन्होंने उन्हें रामोथ-गिलआद (जो हत्यारे के लिए निश्चित शरण शहर था) उसके चराई के सहित, माहानाईम,
ଆଉ ଗାଦ୍‍ ବଂଶରୁ ଗିଲୀୟଦ ଅନ୍ତର୍ଗତ ନରହତ୍ୟାକାରୀର ଆଶ୍ରୟ ନଗର ରାମୋତ୍‍ ଓ ତହିଁ ତଳିଭୂମି, ମହନୟିମ ଓ ତହିଁ ତଳିଭୂମି,
39 हेशबोन तथा याज़र; उनके चराइयों सहित कुल चार नगर दिए.
ହିଷ୍‍ବୋନ ଓ ତହିଁ ତଳିଭୂମି, ଯାସେର ଓ ତହିଁ ତଳିଭୂମି, ସର୍ବସୁଦ୍ଧା ଚାରି ନଗର ଦେଲେ।
40 ये सभी नगर उनके परिवारों के अनुसार मेरारी वंश, और बचे हुए लेवियों के हो गए. उनके हिस्से में कुल बारह नगर आए.
ଏରୂପେ ଲେବୀୟମାନଙ୍କ ଅବଶିଷ୍ଟ ବଂଶ, ଅର୍ଥାତ୍‍, ମରାରି-ସନ୍ତାନଗଣର ଆପଣା ଆପଣା ବଂଶାନୁସାରେ ଏହିସବୁ ନଗର ହେଲା; ସେମାନଙ୍କ ବାଣ୍ଟରେ ବାର ନଗର ପଡ଼ିଲା।
41 इस्राएल वंश के मध्य लेवियों के हिस्से में उनके चराइयों सहित अड़तालीस नगर आए.
ଇସ୍ରାଏଲ-ସନ୍ତାନଗଣର ଅଧିକାର ମଧ୍ୟରେ ସର୍ବସୁଦ୍ଧା ତଳିଭୂମି ସହିତ ଅଠଚାଳିଶ ନଗର ଲେବୀୟମାନଙ୍କର ହେଲା।
42 इन सभी नगरों के चारों और हरियाली थी; यह इन सभी नगरों के लिए सच था.
ଏହି ପ୍ରତ୍ୟେକ ନଗରର ଚାରିଆଡ଼େ ତଳିଭୂମି ଥିଲା; ଏରୂପେ ଏହି ସମସ୍ତ ନଗର ଥିଲା।
43 याहवेह ने इस्राएल को वह पूरा देश दे दिया, जिसकी शपथ उन्होंने उनके पूर्वजों से की थी.
ସଦାପ୍ରଭୁ ଇସ୍ରାଏଲୀୟମାନଙ୍କୁ ଯେ ଯେ ଦେଶ ଦେବାକୁ ସେମାନଙ୍କ ପୂର୍ବପୁରୁଷଗଣ ନିକଟରେ ଶପଥ କରିଥିଲେ, ସେ ସମସ୍ତ ଦେଶ ସେ ସେମାନଙ୍କୁ ଦେଲେ; ପୁଣି ସେମାନେ ତାହା ଅଧିକାର କରି ତହିଁ ମଧ୍ୟରେ ବାସ କଲେ।
44 उन्होंने इस देश पर अपना अधिकार कर लिया और वे इसमें रहने लगे. याहवेह द्वारा उन्हें चारों ओर से शान्तिपूर्ण वातावरण मिला—जैसी शपथ याहवेह ने उनके पूर्वजों से की थी. कोई भी शत्रु उनके सामने ठहर न सका—याहवेह ने सभी शत्रु उनके अधीन कर दिए.
ଆଉ ସଦାପ୍ରଭୁ ସେମାନଙ୍କ ପୂର୍ବପୁରୁଷଗଣ ନିକଟରେ କୃତ ଆପଣା ସମସ୍ତ ଶପଥ ଅନୁସାରେ ଚାରିଆଡ଼େ ସେମାନଙ୍କୁ ବିଶ୍ରାମ ଦେଲେ; ପୁଣି ସେମାନଙ୍କ ଶତ୍ରୁମାନଙ୍କ ମଧ୍ୟରୁ କେହି ସେମାନଙ୍କ ସମ୍ମୁଖରେ ଠିଆ ହୋଇ ପାରିଲା ନାହିଁ; ସଦାପ୍ରଭୁ ସେମାନଙ୍କ ସମସ୍ତ ଶତ୍ରୁଙ୍କୁ ସେମାନଙ୍କ ହସ୍ତରେ ସମର୍ପଣ କଲେ।
45 इस्राएल वंश से याहवेह द्वारा किया गया एक भी वायदा पूरा हुए बिना न रहा. सब वायदे याहवेह ने पूरे किए.
ସଦାପ୍ରଭୁ ଇସ୍ରାଏଲ ବଂଶକୁ ଯେ ଯେ ମଙ୍ଗଳର କଥା କହିଥିଲେ, ତହିଁ ମଧ୍ୟରୁ ଗୋଟିଏ ମାତ୍ର କଥା ବିଫଳ ହେଲା ନାହିଁ; ସବୁ ସଫଳ ହେଲା।

< यहोशू 21 >