< תהילים 149 >
הללו יה שירו ליהוה שיר חדש תהלתו בקהל חסידים׃ | 1 |
ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର। ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନୂତନ ଗୀତ ଗାନ କର ଓ ଭକ୍ତମାନଙ୍କ ସମାଜରେ ତାହାଙ୍କର ପ୍ରଶଂସା ଗାନ କର।
ישמח ישראל בעשיו בני ציון יגילו במלכם׃ | 2 |
ଇସ୍ରାଏଲ ଆପଣା ନିର୍ମାଣକର୍ତ୍ତାଙ୍କଠାରେ ଆନନ୍ଦ କରୁ; ସିୟୋନର ସନ୍ତାନଗଣ ଆପଣାମାନଙ୍କ ରାଜାଙ୍କଠାରେ ଉଲ୍ଲସିତ ହେଉନ୍ତୁ।
יהללו שמו במחול בתף וכנור יזמרו לו׃ | 3 |
ସେମାନେ ନୃତ୍ୟ କରି ତାହାଙ୍କ ନାମର ପ୍ରଶଂସା କରନ୍ତୁ; ସେମାନେ ଦାରା ଓ ବୀଣା ବଜାଇ ତାହାଙ୍କ ଉଦ୍ଦେଶ୍ୟରେ ପ୍ରଶଂସା ଗାନ କରନ୍ତୁ।
כי רוצה יהוה בעמו יפאר ענוים בישועה׃ | 4 |
କାରଣ ସଦାପ୍ରଭୁ ଆପଣା ଲୋକଙ୍କଠାରେ ସନ୍ତୋଷ ପାଆନ୍ତି; ସେ ନମ୍ର ଲୋକମାନଙ୍କୁ ପରିତ୍ରାଣରେ ସୁଶୋଭିତ କରିବେ।
יעלזו חסידים בכבוד ירננו על משכבותם׃ | 5 |
ଭକ୍ତଗଣ ବିଜୟରେ ଉଲ୍ଲସିତ ହେଉନ୍ତୁ; ସେମାନେ ଆନନ୍ଦ ହେତୁ ଆପଣା ଆପଣା ଶଯ୍ୟାରେ ଗାନ କରନ୍ତୁ। ସେମାନଙ୍କ କଣ୍ଠରେ ପରମେଶ୍ୱରଙ୍କ ଉଚ୍ଚ ପ୍ରଶଂସା ଥାଉ;
רוממות אל בגרונם וחרב פיפיות בידם׃ | 6 |
ପୁଣି, ସେମାନଙ୍କ ହସ୍ତରେ ଦ୍ୱିବିଧ ଖଡ୍ଗ ଥାଉ।
לעשות נקמה בגוים תוכחת בל אמים׃ | 7 |
ଗୋଷ୍ଠୀୟମାନଙ୍କୁ ପ୍ରତିଫଳ ଦେବା ପାଇଁ, ଜନବୃନ୍ଦଙ୍କୁ ଶାସ୍ତି ଦେବା ପାଇଁ,
לאסר מלכיהם בזקים ונכבדיהם בכבלי ברזל׃ | 8 |
ସେମାନଙ୍କ ରାଜାଗଣକୁ ଶିକୁଳିରେ ଓ ସେମାନଙ୍କ ପ୍ରଧାନବର୍ଗକୁ ଲୌହବେଡ଼ିରେ ବାନ୍ଧିବା ପାଇଁ,
לעשות בהם משפט כתוב הדר הוא לכל חסידיו הללו יה׃ | 9 |
ସେମାନଙ୍କ ପ୍ରତିକୂଳରେ ଲିଖିତ ବିଚାର ନିଷ୍ପନ୍ନ କରିବା ପାଇଁ, ତାହାଙ୍କ ଭକ୍ତବୃନ୍ଦର ଏହି ମର୍ଯ୍ୟାଦା। ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର।