< נחום 2 >

עלה מפיץ על פניך נצור מצרה צפה דרך חזק מתנים אמץ כח מאד׃ 1
ଯେଉଁ ଲୋକ କଚାଡ଼ି ଖଣ୍ଡ ଖଣ୍ଡ କରେ, ସେ ତୁମ୍ଭ (ନୀନିବୀ) ସମ୍ମୁଖରେ ଉପସ୍ଥିତ ହୋଇଅଛି; ଦୁର୍ଗ ରକ୍ଷା କର, ପଥ ନିରୀକ୍ଷଣ କର, ଆପଣା କଟି ଦୃଢ଼ କର, ଆପଣାକୁ ଅତିଶୟ ବଳବାନ କର।
כי שב יהוה את גאון יעקב כגאון ישראל כי בקקום בקקים וזמריהם שחתו׃ 2
କାରଣ ସଦାପ୍ରଭୁ ଇସ୍ରାଏଲର ଗୌରବ ସଦୃଶ୍ୟ ଯାକୁବର ଗୌରବ ପୁନର୍ବାର ଆଣୁଅଛନ୍ତି; ଯେହେତୁ ଶତ୍ରୁମାନେ ସେମାନଙ୍କୁ ଧ୍ୱଂସ କରିଅଛନ୍ତି; ଓ ସେମାନଙ୍କର ଦ୍ରାକ୍ଷାଲତାସବୁ ନଷ୍ଟ କରିଅଛନ୍ତି।
מגן גבריהו מאדם אנשי חיל מתלעים באש פלדות הרכב ביום הכינו והברשים הרעלו׃ 3
ତାହାର ବୀରଗଣର ଢାଲ ରକ୍ତୀକୃତ, ବିକ୍ରମୀଗଣ ସିନ୍ଦୂର ବର୍ଣ୍ଣ ବସ୍ତ୍ର ପରିହିତ; ତାହାର ଆୟୋଜନ ଦିନରେ ରଥସକଳ ଲୌହରେ ଚକ୍‍ଚକ୍ ଓ ବର୍ଚ୍ଛାସକଳ ଭୟାନକ ରୂପେ ଚାଳିତ ହୁଅଇ।
בחוצות יתהוללו הרכב ישתקשקון ברחבות מראיהן כלפידם כברקים ירוצצו׃ 4
ରାଜଦାଣ୍ଡସକଳରେ ରଥସବୁ ବ୍ୟଗ୍ରରେ ଗମନାଗମନ କରେ, ପ୍ରଶସ୍ତ ଛକମାନରେ ସେହିସବୁର ଧକ୍କା ଏକଆରେକର ଉପରେ ଲାଗେ; ସେସବୁର ଦୃଶ୍ୟ ମଶାଲ ତୁଲ୍ୟ, ସେମାନେ ବିଜୁଳି ପରି ଦୌଡ଼ନ୍ତି।
יזכר אדיריו יכשלו בהלכותם ימהרו חומתה והכן הסכך׃ 5
ସେ ଆପଣା ପ୍ରତାପାନ୍ୱିତ ଲୋକମାନଙ୍କୁ ସ୍ମରଣ କରେ; ସେମାନେ ଗମନ କରୁ କରୁ ଝୁଣ୍ଟି ପଡ଼ନ୍ତି; ସେମାନେ ତହିଁର ପ୍ରାଚୀର ଆଡ଼କୁ ଦୌଡ଼ାଦୌଡ଼ି କରନ୍ତି ଓ ଅବରୋଧ ଯନ୍ତ୍ର ସ୍ଥାପିତ ହୋଇଅଛି।
שערי הנהרות נפתחו וההיכל נמוג׃ 6
ନଦୀର ଦ୍ୱାରସବୁ ମୁକ୍ତ ହୋଇଅଛି ଓ ରାଜଗୃହ ମିଳେଇ ଯାଇଅଛି।
והצב גלתה העלתה ואמהתיה מנהגות כקול יונים מתפפת על לבבהן׃ 7
ପୁଣି, ରାଣୀ ବିବସ୍ତ୍ରା ହୋଇଅଛି, ସେ ଦୂରକୁ ନୀତା ହୋଇଅଛି, ତାହାର ଦାସୀଗଣ ବକ୍ଷରେ ହାତ ମାରି କପୋତ ସ୍ୱର ପରି ଶୋକ କରୁଅଛନ୍ତି।
ונינוה כברכת מים מימי היא והמה נסים עמדו עמדו ואין מפנה׃ 8
ମାତ୍ର ନୀନିବୀ ପୂର୍ବକାଳଠାରୁ ଜଳବିଶିଷ୍ଟ ଏକ ପୁଷ୍କରିଣୀ ସ୍ୱରୂପା ହୋଇଅଛି; ତଥାପି ସେମାନେ ସମସ୍ତେ ପଳାୟନ କରନ୍ତି; “ଠିଆ ହୁଅ, ଠିଆ ହୁଅ” କହିଲେ ମଧ୍ୟ କେହି ପଛକୁ ଅନାନ୍ତି ନାହିଁ।
בזו כסף בזו זהב ואין קצה לתכונה כבד מכל כלי חמדה׃ 9
ତୁମ୍ଭେମାନେ ରୂପା ଲୁଣ୍ଠନ କର, ସୁନା ଲୁଣ୍ଠନ କର, କାରଣ ସବୁ ପ୍ରକାର ମନୋହର ସାମଗ୍ରୀର ଐଶ୍ୱର୍ଯ୍ୟ ସ୍ୱରୂପ ଭଣ୍ଡାରର ସୀମା ନାହିଁ।
בוקה ומבוקה ומבלקה ולב נמס ופק ברכים וחלחלה בכל מתנים ופני כלם קבצו פארור׃ 10
ସେ (ନୀନିବୀ) ଖାଲି ଓ ଶୂନ୍ୟ ଓ ଉଜାଡ଼ ହୋଇଅଛି; ଅନ୍ତଃକରଣ ତରଳି ଯାଉଅଛି ଓ ଆଣ୍ଠୁରେ ଆଣ୍ଠୁ ବାଜୁଅଛି, ସମସ୍ତ କଟିରେ ବେଦନା ଅଛି ଓ ସେହି ସମସ୍ତଙ୍କର ମୁଖ ମଳିନ ହୋଇଅଛି।
איה מעון אריות ומרעה הוא לכפרים אשר הלך אריה לביא שם גור אריה ואין מחריד׃ 11
ସିଂହମାନଙ୍କର ଗର୍ତ୍ତ, ଯେଉଁ ସ୍ଥାନରେ ସିଂହ ଓ ସିଂହୀ ଓ ସିଂହଶାବକ ଭ୍ରମଣ କଲେ ଓ କେହି ସେମାନଙ୍କୁ ଭୟ ଦେଖାଇଲା ନାହିଁ, ଏପରି ଯୁବା ସିଂହଗଣର ଖାଇବା ସ୍ଥାନ କାହିଁ?
אריה טרף בדי גרותיו ומחנק ללבאתיו וימלא טרף חריו ומענתיו טרפה׃ 12
ସିଂହ ଆପଣା ଶାବକଗଣ ନିମନ୍ତେ ଯଥେଷ୍ଟ ପଶୁ ବିଦୀର୍ଣ୍ଣ କରିଅଛି ଓ ଆପଣା ସିଂହୀଗଣ ନିମନ୍ତେ ଅନେକଙ୍କ ଗଳା ଚିପି ମାରିଅଛି, ଆଉ ଆପଣା ଗହ୍ୱର ମୃଗୟାରେ ଓ ଗର୍ତ୍ତ ବିଦୀର୍ଣ୍ଣ ପଶୁରେ ପୂର୍ଣ୍ଣ କରିଅଛି।
הנני אליך נאם יהוה צבאות והבערתי בעשן רכבה וכפיריך תאכל חרב והכרתי מארץ טרפך ולא ישמע עוד קול מלאככה׃ 13
ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, ଦେଖ, ଆମ୍ଭେ ତୁମ୍ଭର ପ୍ରତିକୂଳ ଅଟୁ, ଆମ୍ଭେ ତାହାର ରଥସବୁ ଦଗ୍ଧ କରି ଧୂଆଁରେ ଲୀନ କରିବା ଓ ଖଡ୍ଗ ତୁମ୍ଭର ଯୁବା ସିଂହଗଣକୁ ଗ୍ରାସ କରିବ; ପୁଣି, ଆମ୍ଭେ ପୃଥିବୀରୁ ତୁମ୍ଭର ମୃଗୟା ଉଚ୍ଛିନ୍ନ କରିବା ଓ ତୁମ୍ଭ ଦୂତଗଣର ରବ ଆଉ ଶୁଣାଯିବ ନାହିଁ।

< נחום 2 >