< איוב 6 >
ଏଥିରେ ଆୟୁବ ଉତ୍ତର କରି କହିଲା,
לו שקול ישקל כעשי והיתי במאזנים ישאו יחד׃ | 2 |
“ଆହା, ଯଦି ମୋହର ଦୁଃଖ ତୌଲା ଯାଇଥାʼନ୍ତା ଓ ମୋହର ଦୁର୍ଗତି ତରାଜୁରେ ଏକତ୍ର ରଖା ଯାଇଥାʼନ୍ତା!
כי עתה מחול ימים יכבד על כן דברי לעו׃ | 3 |
ତେବେ ତାହା ଏତେବେଳେ ସମୁଦ୍ର ବାଲିଠାରୁ ଭାରୀ ହୁଅନ୍ତା; ଏଣୁ ମୋହର ବାକ୍ୟ ଅବିବେଚନାଯୁକ୍ତ ହୋଇଅଛି।
כי חצי שדי עמדי אשר חמתם שתה רוחי בעותי אלוה יערכוני׃ | 4 |
କାରଣ ସର୍ବଶକ୍ତିମାନଙ୍କ ତୀରସବୁ ମୋର ଅନ୍ତରରେ ଅଛି, ମୋହର ପ୍ରାଣ ତହିଁର ବିଷ ପାନ କରୁଅଛି; ପରମେଶ୍ୱରଙ୍କ ଭୟରୂପ ସୈନ୍ୟ ମୋʼ ପ୍ରତିକୂଳରେ ଶ୍ରେଣୀବଦ୍ଧ ହୁଅନ୍ତି।
הינהק פרא עלי דשא אם יגעה שור על בלילו׃ | 5 |
ଘାସ ଥିଲେ କʼଣ ବନ୍ୟ ଗର୍ଦ୍ଦଭ ବୋବାଏ? ଆହାର ପାଖରେ କʼଣ ଗୋରୁ ହମାଳେ?
היאכל תפל מבלי מלח אם יש טעם בריר חלמות׃ | 6 |
ଅସ୍ୱାଦ ଦ୍ରବ୍ୟ କʼଣ ଲବଣ ବିନା ଭୋଜନ କରାଯାଇପାରେ? ଅବା ଡିମ୍ବର ଲାଳରେ କି କିଛି ସ୍ୱାଦ ଅଛି?
מאנה לנגוע נפשי המה כדוי לחמי׃ | 7 |
ମୋହର ପ୍ରାଣ ତାହା ସ୍ପର୍ଶ କରିବାକୁ ଅସମ୍ମତ; ତାହାସବୁ ମୋʼ ପ୍ରତି ଘୃଣିତ ଭକ୍ଷ୍ୟ ସ୍ୱରୂପ।
מי יתן תבוא שאלתי ותקותי יתן אלוה׃ | 8 |
ଆହା, ଯେବେ ମୁଁ ଆପଣା ବାଞ୍ଛିତ ବିଷୟ ପ୍ରାପ୍ତ ହୁଅନ୍ତି; ଯାହା ମୁଁ ଅପେକ୍ଷା କରେ, ତାହା ଯେବେ ପରମେଶ୍ୱର ମୋତେ ଦିଅନ୍ତେ।
ויאל אלוה וידכאני יתר ידו ויבצעני׃ | 9 |
ହଁ, ଯେବେ ପରମେଶ୍ୱର ଅନୁଗ୍ରହ କରି ମୋତେ ଚୂର୍ଣ୍ଣ କରନ୍ତେ; ଯେବେ ସେ ଆପଣା ହସ୍ତ ମୁକୁଳା କରି ମୋତେ ଛେଦନ କରି ପକାନ୍ତେ!
ותהי עוד נחמתי ואסלדה בחילה לא יחמול כי לא כחדתי אמרי קדוש׃ | 10 |
ତାହାହେଲେ, ଏବେ ହେଁ ମୁଁ ସାନ୍ତ୍ୱନାପ୍ରାପ୍ତ ହୁଅନ୍ତି; ହଁ, ମୁଁ ନିର୍ଦ୍ଦୟ ଯାତନା ମଧ୍ୟରେ ହେଁ ଅତ୍ୟନ୍ତ ଆନନ୍ଦ କରନ୍ତି; କାରଣ ମୁଁ ଧର୍ମମୟଙ୍କର ବାକ୍ୟସବୁ ଅସ୍ୱୀକାର କରି ନାହିଁ।
מה כחי כי איחל ומה קצי כי אאריך נפשי׃ | 11 |
ମୋହର ବଳ କଅଣ ଯେ, ମୁଁ ଅପେକ୍ଷା କରିବି? ମୋହର ପରିଣାମ କଅଣ ଯେ, ମୁଁ ସହିଷ୍ଣୁ ହେବି?
אם כח אבנים כחי אם בשרי נחוש׃ | 12 |
ମୋହର ବଳ କʼଣ ପ୍ରସ୍ତରମାନଙ୍କର ବଳ? ଅବା ମୋହର ମାଂସ କʼଣ ପିତ୍ତଳ?
האם אין עזרתי בי ותשיה נדחה ממני׃ | 13 |
ମୋʼ ଦ୍ୱାରା ମୋହର କିଛି ଉପକାର ନାହିଁ ଓ ଫଳଦାୟକ କର୍ମଣ୍ୟତା ମୋʼ ଠାରୁ ସମ୍ପୂର୍ଣ୍ଣ ଦୂରୀକୃତ ହୋଇଅଛି, ଏହା କʼଣ ସତ୍ୟ ନୁହେଁ?
למס מרעהו חסד ויראת שדי יעזוב׃ | 14 |
କ୍ଷୀଣ ହେବାକୁ ଉଦ୍ୟତ ଲୋକ ପ୍ରତି, ମଧ୍ୟ ସର୍ବଶକ୍ତିମାନଙ୍କ ଭୟତ୍ୟାଗୀ ଲୋକ ପ୍ରତି ବନ୍ଧୁଠାରୁ ଦୟା ପ୍ରକାଶିତ ହେବା ଉଚିତ।
אחי בגדו כמו נחל כאפיק נחלים יעברו׃ | 15 |
ମୋହର ଭ୍ରାତୃଗଣ ନଦୀ ତୁଲ୍ୟ, ପ୍ରବାହିତ ନଦୀସ୍ରୋତ ତୁଲ୍ୟ ପ୍ରବଞ୍ଚନା କରିଅଛନ୍ତି;
הקדרים מני קרח עלימו יתעלם שלג׃ | 16 |
ତାହାସବୁ ହିମ ସକାଶୁ କୃଷ୍ଣବର୍ଣ୍ଣ ଓ ତହିଁ ମଧ୍ୟରେ ତୁଷାର ଲୀନ ହୁଏ;
בעת יזרבו נצמתו בחמו נדעכו ממקומם׃ | 17 |
ନଦୀ ଉତ୍ତପ୍ତ ହେଲେ, ତାହା ଲୁପ୍ତ ହୁଏ; ଗ୍ରୀଷ୍ମ ପାଇଲେ ସ୍ୱ ସ୍ଥାନରୁ ଅନ୍ତର୍ହିତ ହୁଏ।
ילפתו ארחות דרכם יעלו בתהו ויאבדו׃ | 18 |
ପଥିକ ଦଳ ତହିଁ ନିକଟ ଦେଇ ଯାତ୍ରା କରିବା ବେଳେ ପଥ ଛାଡ଼ନ୍ତି; ସେମାନେ ମରୁଭୂମିକୁ ଯାଇ ବିନଷ୍ଟ ହୁଅନ୍ତି।
הביטו ארחות תמא הליכת שבא קוו למו׃ | 19 |
ତେମାର ପଥିକ ଦଳ ଅନ୍ଵେଷଣ କଲେ, ଶିବାର ଯାତ୍ରୀ ଦଳ ତହିଁ ପାଇଁ ଅପେକ୍ଷା କଲେ।
בשו כי בטח באו עדיה ויחפרו׃ | 20 |
ସେମାନେ ପ୍ରତ୍ୟାଶା କରିଥିବା ସକାଶୁ ଲଜ୍ଜିତ ହେଲେ; ସେମାନେ ସେଠାରେ ଉପସ୍ଥିତ ହୋଇ ଘାବରା ହେଲେ।
כי עתה הייתם לא תראו חתת ותיראו׃ | 21 |
ଦେଖ, ଏବେ ତୁମ୍ଭେମାନେ କିଛି ନୁହଁ; ତୁମ୍ଭେମାନେ ବିପତ୍ତି ଦେଖି ଭୀତ ହେଉଅଛ।
הכי אמרתי הבו לי ומכחכם שחדו בעדי׃ | 22 |
‘ମୋତେ କିଛି ଦିଅ,’ ଅବା ‘ତୁମ୍ଭମାନଙ୍କ ସମ୍ପତ୍ତିରୁ ମୋʼ ପାଇଁ ଉପହାର ଯାଚ,’
ומלטוני מיד צר ומיד עריצים תפדוני׃ | 23 |
କିଅବା ‘ବିପକ୍ଷ ହସ୍ତରୁ ମୋତେ ଉଦ୍ଧାର କର,’ ଅଥବା ‘ଉପଦ୍ରବୀମାନଙ୍କ ହସ୍ତରୁ ମୋତେ ମୁକ୍ତ କର, ଏହା କି ମୁଁ କହିଲି?’
הורוני ואני אחריש ומה שגיתי הבינו לי׃ | 24 |
ମୋତେ ଶିକ୍ଷା ଦିଅ, ତହିଁରେ ମୁଁ ନୀରବ ହେବି ଓ ମୁଁ କେଉଁ ବିଷୟରେ ଭୁଲିଗଲି, ତାହା ମୋତେ ବୁଝାଇ ଦିଅ।
מה נמרצו אמרי ישר ומה יוכיח הוכח מכם׃ | 25 |
ସରଳ ବାକ୍ୟ କିପରି ପ୍ରବଳ! ମାତ୍ର ତୁମ୍ଭମାନଙ୍କ ତର୍କ କେଉଁ ଦୋଷ ବ୍ୟକ୍ତ କରେ?
הלהוכח מלים תחשבו ולרוח אמרי נאש׃ | 26 |
ତୁମ୍ଭେମାନେ କʼଣ ଶବ୍ଦର ଦୋଷ ଧରିବାକୁ କଳ୍ପନା କରୁଅଛ? କାରଣ ନିରାଶ ଲୋକର ବାକ୍ୟ ବାୟୁ ତୁଲ୍ୟ।
אף על יתום תפילו ותכרו על ריעכם׃ | 27 |
ହଁ, ତୁମ୍ଭେମାନେ ପିତୃହୀନ ପାଇଁ ଗୁଲିବାଣ୍ଟ କରିବ ଓ ଆପଣା ବନ୍ଧୁକୁ ବାଣିଜ୍ୟ ଦ୍ରବ୍ୟ କରିବ।
ועתה הואילו פנו בי ועל פניכם אם אכזב׃ | 28 |
ଏହେତୁ ଏବେ ଅନୁଗ୍ରହ କରି ମୋʼ ପ୍ରତି ଦୃଷ୍ଟି କର; କାରଣ ମୁଁ ନିଶ୍ଚୟ ତୁମ୍ଭ ମୁଖ ଆଗରେ ମିଥ୍ୟା କହିବି ନାହିଁ।
שבו נא אל תהי עולה ושבי עוד צדקי בה׃ | 29 |
ମୁଁ ବିନୟ କରୁଅଛି, ଫେର, କୌଣସି ଅନ୍ୟାୟ ନ ହେଉ; ହଁ, ପୁନର୍ବାର ଫେର, ମୋହର ଗୁହାରି ଯଥାର୍ଥ।
היש בלשוני עולה אם חכי לא יבין הוות׃ | 30 |
ମୋʼ ଜିହ୍ୱାରେ କʼଣ ଅନ୍ୟାୟ ଅଛି? ମୋହର ରସନେନ୍ଦ୍ରିୟ କʼଣ ଅନିଷ୍ଟ ବିଷୟ ବାରି ନ ପାରେ?