< בראשית 32 >

ויעקב הלך לדרכו ויפגעו בו מלאכי אלהים׃ 1
ତହିଁ ଉତ୍ତାରେ ଯାକୁବ ଯାତ୍ରା କରନ୍ତେ, ପରମେଶ୍ୱରଙ୍କ ଦୂତଗଣ ତାହା ସଙ୍ଗେ ଭେଟିଲେ।
ויאמר יעקב כאשר ראם מחנה אלהים זה ויקרא שם המקום ההוא מחנים׃ 2
ସେଥିପାଇଁ ଯାକୁବ ସେମାନଙ୍କୁ ଦେଖି କହିଲା, “ଏମାନେ ପରମେଶ୍ୱରଙ୍କ ଦଳ;” ଏଥିପାଇଁ ସେହି ସ୍ଥାନର ନାମ ମହନୟିମ (ଦୁଇ ଦଳ) ରଖିଲା।
וישלח יעקב מלאכים לפניו אל עשו אחיו ארצה שעיר שדה אדום׃ 3
ତହିଁ ଉତ୍ତାରେ ଯାକୁବ ଆପଣା ଆଗେ ସେୟୀର ଦେଶସ୍ଥ ଇଦୋମ ଅଞ୍ଚଳରେ ଭ୍ରାତା ଏଷୌ ନିକଟକୁ ଦୂତମାନଙ୍କୁ ପ୍ରେରଣ କଲା।
ויצו אתם לאמר כה תאמרון לאדני לעשו כה אמר עבדך יעקב עם לבן גרתי ואחר עד עתה׃ 4
ପୁଣି, ସେ ସେମାନଙ୍କୁ ଏହି ଆଜ୍ଞା ଦେଲା, “ତୁମ୍ଭେମାନେ ଆମ୍ଭର ପ୍ରଭୁ ଏଷୌଙ୍କୁ କହିବ, ଆପଣଙ୍କ ଦାସ ଯାକୁବ ଆପଣଙ୍କୁ ଜଣାଇଲା, ‘ମୁଁ ଲାବନ ପାଖରେ ପ୍ରବାସ କରୁଥିଲି, ଆଜି ପର୍ଯ୍ୟନ୍ତ ମୋହର ବିଳମ୍ବ ହେଲା।
ויהי לי שור וחמור צאן ועבד ושפחה ואשלחה להגיד לאדני למצא חן בעיניך׃ 5
ମୋହର ଗୋରୁ, ଗଧ, ମେଷପଲ ଓ ଦାସଦାସୀ ଅଛନ୍ତି, ପୁଣି, ମୁଁ ଆପଣା ପ୍ରଭୁଙ୍କ ଦୃଷ୍ଟିରେ ଅନୁଗ୍ରହ ପାଇବା ନିମନ୍ତେ ଆପଣଙ୍କ ନିକଟକୁ ସମ୍ବାଦ ପଠାଇଲି।’”
וישבו המלאכים אל יעקב לאמר באנו אל אחיך אל עשו וגם הלך לקראתך וארבע מאות איש עמו׃ 6
ଏଥିଉତ୍ତାରେ ଦୂତମାନେ ଫେରିଆସି ଯାକୁବକୁ କହିଲେ, “ଆମ୍ଭେମାନେ ଆପଣଙ୍କ ଭ୍ରାତା ଏଷୌ ନିକଟକୁ ଯାଇଥିଲୁ, ସେ ଚାରି ଶହ ଲୋକ ସଙ୍ଗରେ ଘେନି ଆପଣଙ୍କ ସହିତ ଦେଖା କରିବାକୁ ଆସୁଅଛନ୍ତି।”
ויירא יעקב מאד ויצר לו ויחץ את העם אשר אתו ואת הצאן ואת הבקר והגמלים לשני מחנות׃ 7
ତହିଁରେ ଯାକୁବ ଅତିଶୟ ଭୀତ ଓ ଉଦ୍‍ବିଗ୍ନ ହେଲା, ପୁଣି, ସଙ୍ଗୀ ଲୋକମାନଙ୍କୁ ଓ ଗୋମେଷାଦି ସମସ୍ତ ପଲ ଓ ଓଟମାନଙ୍କୁ ଭିନ୍ନ ଭିନ୍ନ ଦୁଇ ଦଳ କରି କହିଲା,
ויאמר אם יבוא עשו אל המחנה האחת והכהו והיה המחנה הנשאר לפליטה׃ 8
“ଏଷୌ ଆସି ଯଦି ଏକ ଦଳକୁ ପ୍ରହାର କରିବ, ତଥାପି ଅନ୍ୟ ଦଳ ବଞ୍ଚି ପଳାଇଯିବେ,”
ויאמר יעקב אלהי אבי אברהם ואלהי אבי יצחק יהוה האמר אלי שוב לארצך ולמולדתך ואיטיבה עמך׃ 9
ସେତେବେଳେ ଯାକୁବ କହିଲା, “ହେ ମୋହର ପିତା ଅବ୍ରହାମଙ୍କର ପରମେଶ୍ୱର, ହେ ମୋହର ପିତା ଇସ୍‌ହାକଙ୍କର ପରମେଶ୍ୱର, ହେ ସଦାପ୍ରଭୋ, ତୁମ୍ଭେ ମୋତେ କହିଥିଲ, ‘ତୁମ୍ଭେ ଆପଣା ଦେଶ ଓ ଜ୍ଞାତିମାନଙ୍କ ନିକଟକୁ ଫେରିଯାଅ, ତହିଁରେ ଆମ୍ଭେ ତୁମ୍ଭର ମଙ୍ଗଳ କରିବା।’
קטנתי מכל החסדים ומכל האמת אשר עשית את עבדך כי במקלי עברתי את הירדן הזה ועתה הייתי לשני מחנות׃ 10
ତୁମ୍ଭେ ଏହି ଦାସ ପ୍ରତି ଯେଉଁ ସମସ୍ତ ଦୟା ଓ ଯେଉଁ ସମସ୍ତ ବିଶ୍ୱସ୍ତତା ପ୍ରକାଶ କରିଅଛ, ମୁଁ ତହିଁର ଅଳ୍ପ ମଧ୍ୟ ପାଇବାର ଯୋଗ୍ୟ ନୁହେଁ; ଯେହେତୁ ମୁଁ ନିଜର ଯଷ୍ଟି ମାତ୍ର ଘେନି ଏହି ଯର୍ଦ୍ଦନ ପାର ହୋଇଥିଲି, ମାତ୍ର ଏବେ ମୁଁ ଦୁଇ ଦଳ ହୋଇଅଛି।
הצילני נא מיד אחי מיד עשו כי ירא אנכי אתו פן יבוא והכני אם על בנים׃ 11
ବିନୟ କରୁଅଛି, ମୋʼ ଭ୍ରାତାର ହସ୍ତରୁ, ଏଷୌର ହସ୍ତରୁ ମୋତେ ରକ୍ଷା କର; କାରଣ ମୁଁ ତାହାକୁ ଭୟ କରୁଅଛି, କେଜାଣି ସେ ଆସି ମୋତେ ଓ ମାତା ଓ ବାଳକମାନଙ୍କୁ ବଧ କରିବ।
ואתה אמרת היטב איטיב עמך ושמתי את זרעך כחול הים אשר לא יספר מרב׃ 12
ତୁମ୍ଭେ ତ କହିଅଛ, ‘ଆମ୍ଭେ ଅବଶ୍ୟ ତୁମ୍ଭର ମଙ୍ଗଳ କରିବା, ପୁଣି, ସମୁଦ୍ରତୀରସ୍ଥ ଯେଉଁ ବାଲି ବାହୁଲ୍ୟ ହେତୁ ଗଣାଯାଇ ନ ପାରେ, ତାହା ତୁଲ୍ୟ ତୁମ୍ଭର ବଂଶ ବୃଦ୍ଧି କରିବା।’”
וילן שם בלילה ההוא ויקח מן הבא בידו מנחה לעשו אחיו׃ 13
ଆଉ ଯାକୁବ ସେହି ସ୍ଥାନରେ ସେହି ରାତ୍ରି କ୍ଷେପଣ କଲା; ଆଉ ତାହା ନିକଟରେ ଯାହା ଥିଲା, ତହିଁରୁ ଆପଣା ଭ୍ରାତା ଏଷୌ ନିମନ୍ତେ ଭେଟି ପ୍ରସ୍ତୁତ କଲା;
עזים מאתים ותישים עשרים רחלים מאתים ואילים עשרים׃ 14
ଅର୍ଥାତ୍‍, ଦୁଇ ଶହ ଛାଗୀ ଓ କୋଡ଼ିଏ ଛାଗ, ଦୁଇ ଶହ ମେଷୀ ଓ କୋଡ଼ିଏ ମେଷ,
גמלים מיניקות ובניהם שלשים פרות ארבעים ופרים עשרה אתנת עשרים ועירם עשרה׃ 15
ପୁଣି, ସବତ୍ସା ଦୁଗ୍ଧବତୀ ତିରିଶ ଉଷ୍ଟ୍ରୀ ଓ ଚାଳିଶ ଗାଭୀ ଓ ଦଶ ବୃଷ, ପୁଣି, କୋଡ଼ିଏ ଗର୍ଦ୍ଦଭୀ ଓ ଦଶଟି ବାଛୁରି ପ୍ରସ୍ତୁତ କଲା।
ויתן ביד עבדיו עדר עדר לבדו ויאמר אל עבדיו עברו לפני ורוח תשימו בין עדר ובין עדר׃ 16
ଏଥିଉତ୍ତାରେ ପଲସବୁ ପୃଥକ ପୃଥକ କରି ଆପଣା ଦାସମାନଙ୍କ ହସ୍ତରେ ଏକ ପଲ ସମର୍ପଣ କରି ସେମାନଙ୍କୁ ଆଜ୍ଞା ଦେଲା, “ତୁମ୍ଭେମାନେ ମୋʼ ଆଗେ ଆଗେ ଯାଅ, ପୁଣି, ମଧ୍ୟେ ମଧ୍ୟେ ସ୍ଥାନ ରଖି ପ୍ରତ୍ୟେକ ପଲକୁ ପୃଥକ କର।”
ויצו את הראשון לאמר כי יפגשך עשו אחי ושאלך לאמר למי אתה ואנה תלך ולמי אלה לפניך׃ 17
ପୁଣି, ସେ ସର୍ବାଗ୍ରଗାମୀ ଦାସକୁ ଏହି ଆଜ୍ଞା ଦେଲା, “ମୋହର ଭ୍ରାତା ଏଷୌ ସହିତ ସାକ୍ଷାତ ହେଲେ, ସେ ଯଦି ପଚାରିବେ, ‘ତୁମ୍ଭେ କାହାର ଦାସ? କେଉଁଠାକୁ ଯାଉଅଛ? ପୁଣି, ତୁମ୍ଭର ଅଗ୍ରସ୍ଥିତ ଏହି ସମସ୍ତ କାହାର?’
ואמרת לעבדך ליעקב מנחה הוא שלוחה לאדני לעשו והנה גם הוא אחרינו׃ 18
ତେବେ ତୁମ୍ଭେ ଉତ୍ତର ଦେବ, ‘ଏହି ସମସ୍ତ ଆପଣଙ୍କ ଦାସ ଯାକୁବଙ୍କର, ଏହିସବୁ ଭେଟି ଆମ୍ଭ ପ୍ରଭୁ ଏଷୌଙ୍କ ନିମନ୍ତେ ପ୍ରେରିତ; ଦେଖନ୍ତୁ, ସେ ମଧ୍ୟ ପଛେ ପଛେ ଆସୁଅଛନ୍ତି।’”
ויצו גם את השני גם את השלישי גם את כל ההלכים אחרי העדרים לאמר כדבר הזה תדברון אל עשו במצאכם אתו׃ 19
ଏହି ପ୍ରକାରେ ସେ ଦ୍ୱିତୀୟ ଓ ତୃତୀୟ ପଲର ପଶ୍ଚାଦ୍‍ଗାମୀ ସବୁ ଦାସମାନଙ୍କୁ ଆଜ୍ଞା ଦେଇ କହିଲା, “ଏଷୌ ସଙ୍ଗରେ ସାକ୍ଷାତ ହେଲେ, ତୁମ୍ଭେମାନେ ଏହି ପ୍ରକାର କଥା କହିବ।
ואמרתם גם הנה עבדך יעקב אחרינו כי אמר אכפרה פניו במנחה ההלכת לפני ואחרי כן אראה פניו אולי ישא פני׃ 20
ଆହୁରି କହିବ, ‘ଦେଖନ୍ତୁ, ଆପଣଙ୍କ ଦାସ ଯାକୁବ ଆମ୍ଭମାନଙ୍କ ପଛେ ଆସୁଅଛନ୍ତି;’” କାରଣ ସେ ମନେ କଲେ, “ଆଗେ ଭେଟି ପଠାଇ ତାଙ୍କୁ ଶାନ୍ତ କରି ପଛେ ତାଙ୍କ ସଙ୍ଗରେ ସାକ୍ଷାତ କରିବା, ତହିଁରେ ସେ ଆମ୍ଭ ପ୍ରତି ଅନୁଗ୍ରହ କଲେ କରିପାରନ୍ତି।”
ותעבר המנחה על פניו והוא לן בלילה ההוא במחנה׃ 21
ଏହିରୂପେ ତାହା ଆଗରେ ଭେଟି ଦ୍ରବ୍ୟ ଗଲା; ମାତ୍ର ସେ ଆପେ ସେହି ରାତ୍ରି ନିଜ ଦଳ ମଧ୍ୟରେ ରହିଲା।
ויקם בלילה הוא ויקח את שתי נשיו ואת שתי שפחתיו ואת אחד עשר ילדיו ויעבר את מעבר יבק׃ 22
ଏଥିଉତ୍ତାରେ ସେ ରାତ୍ରିରେ ଉଠି ଆପଣାର ଦୁଇ ଭାର୍ଯ୍ୟା ଓ ଦୁଇ ଦାସୀ ଓ ଏକାଦଶ ସନ୍ତାନଙ୍କୁ ଯବ୍ବୋକ୍‍ ଘାଟରେ ପାର କରାଇବା ପାଇଁ ସଙ୍ଗରେ ନେଲା।
ויקחם ויעברם את הנחל ויעבר את אשר לו׃ 23
ପୁଣି, ସେମାନଙ୍କୁ ନଦୀ ପାର କରାଇ ଆପଣାର ସମସ୍ତ ଦ୍ରବ୍ୟ ସେପାରିକୁ ପଠାଇଦେଲା।
ויותר יעקב לבדו ויאבק איש עמו עד עלות השחר׃ 24
ସେତେବେଳେ ଯାକୁବ ସେଠାରେ ଏକାକୀ ରହିଲା; ତହୁଁ ଜଣେ ପୁରୁଷ ପ୍ରଭାତ ପର୍ଯ୍ୟନ୍ତ ତାହା ସହିତ ମଲ୍ଲଯୁଦ୍ଧ କଲେ।
וירא כי לא יכל לו ויגע בכף ירכו ותקע כף ירך יעקב בהאבקו עמו׃ 25
ମାତ୍ର ତାହାକୁ ଜୟ କରି ପାରିଲେ ନାହିଁ ଦେଖି ସେ ଯାକୁବର ଊରୁଦେଶର ସନ୍ଧି ସ୍ଥାନରେ ଆଘାତ କଲେ; ତାହାଙ୍କ ସହିତ ଏପ୍ରକାର ମଲ୍ଲଯୁଦ୍ଧ କରିବାରୁ ଯାକୁବର ଊରୁସନ୍ଧି ଖସିଗଲା।
ויאמר שלחני כי עלה השחר ויאמר לא אשלחך כי אם ברכתני׃ 26
ଏଥିଉତ୍ତାରେ ସେହି ପୁରୁଷ କହିଲେ, “ଆମ୍ଭକୁ ଛାଡ଼, କାରଣ ପ୍ରଭାତ ହେଲା।” ତହୁଁ ଯାକୁବ କହିଲା, “ତୁମ୍ଭେ ମୋତେ ଆଶୀର୍ବାଦ ନ କଲେ, ମୁଁ ତୁମ୍ଭଙ୍କୁ ଛାଡ଼ିବି ନାହିଁ।”
ויאמר אליו מה שמך ויאמר יעקב׃ 27
ପୁନର୍ବାର ସେହି ମନୁଷ୍ୟ କହିଲେ, “ତୁମ୍ଭର ନାମ କଅଣ?” ସେ କହିଲା, “ଯାକୁବ।”
ויאמר לא יעקב יאמר עוד שמך כי אם ישראל כי שרית עם אלהים ועם אנשים ותוכל׃ 28
ସେ କହିଲେ, “ତୁମ୍ଭେ ଯାକୁବ ନାମରେ ଆଉ ବିଖ୍ୟାତ ହେବ ନାହିଁ, ମାତ୍ର ଇସ୍ରାଏଲ ନାମରେ ବିଖ୍ୟାତ ହେବ; କାରଣ, ତୁମ୍ଭେ ପରମେଶ୍ୱର ଓ ମନୁଷ୍ୟ ସହିତ ଯୁଦ୍ଧ କରି ଜୟୀ ହୋଇଅଛ।”
וישאל יעקב ויאמר הגידה נא שמך ויאמר למה זה תשאל לשמי ויברך אתו שם׃ 29
ସେତେବେଳେ ଯାକୁବ ପଚାରି କହିଲା, “ମୁଁ ବିନୟ କରୁଅଛି, ତୁମ୍ଭର ନାମ କୁହ।” ସେ କହିଲେ, “ତୁମ୍ଭେ କାହିଁକି ଆମ୍ଭର ନାମ ପଚାରୁଅଛ?” ତହୁଁ ସେ ସେଠାରେ ଯାକୁବକୁ ଆଶୀର୍ବାଦ କଲେ।
ויקרא יעקב שם המקום פניאל כי ראיתי אלהים פנים אל פנים ותנצל נפשי׃ 30
ସେତେବେଳେ ସେହି ସ୍ଥାନର ନାମ ପନୂୟେଲ ରଖିଲା; ଯେହେତୁ ଯାକୁବ କହିଲା, “ମୁଁ ପରମେଶ୍ୱରଙ୍କୁ ମୁଖାମୁଖି ଦେଖିଲେ ହେଁ ମୋହର ପ୍ରାଣ ବଞ୍ଚିଲା।”
ויזרח לו השמש כאשר עבר את פנואל והוא צלע על ירכו׃ 31
ଏଥିଉତ୍ତାରେ ଯାକୁବ ପନୂୟେଲ ପାର ହୁଅନ୍ତେ, ସୂର୍ଯ୍ୟୋଦୟ ହେଲା; ମାତ୍ର ସେ ଊରୁସନ୍ଧି ସକାଶୁ ଛୋଟାଇ ଚାଲିଲା।
על כן לא יאכלו בני ישראל את גיד הנשה אשר על כף הירך עד היום הזה כי נגע בכף ירך יעקב בגיד הנשה׃ 32
ଏହେତୁ ଇସ୍ରାଏଲର ସନ୍ତାନମାନେ ଆଜି ପର୍ଯ୍ୟନ୍ତ (କୌଣସି) ଊରୁଦେଶର ଉପରିସ୍ଥ ସନ୍ଧିଶିରା ଭୋଜନ କରନ୍ତି ନାହିଁ, କାରଣ ସେ ଯାକୁବର ଊରୁଦେଶର ସନ୍ଧିଶିରା ସ୍ପର୍ଶ କରିଥିଲେ।

< בראשית 32 >