< בראשית 10 >

ואלה תולדת בני נח שם חם ויפת ויולדו להם בנים אחר המבול׃ 1
ଶେମ, ହାମ, ଯେଫତ୍‍ ନାମକ ନୋହଙ୍କର ପୁତ୍ରମାନଙ୍କ ବଂଶାବଳୀ ଏହି। ଜଳପ୍ଳାବନ ପରେ ସେମାନଙ୍କର ଏହି ସମସ୍ତ ସନ୍ତାନ ଜନ୍ମିଥିଲେ।
בני יפת גמר ומגוג ומדי ויון ותבל ומשך ותירס׃ 2
ଗୋମର, ମାଗୋଗ୍‍, ମାଦୟ, ଯବନ, ତୁବଲ୍‍, ମେଶକ୍‍ ଓ ତୀରସ୍‍, ଏମାନେ ଯେଫତ୍‍ର ସନ୍ତାନ।
ובני גמר אשכנז וריפת ותגרמה׃ 3
ଅସ୍କିନସ୍‍ ଓ ରୀଫତ୍‍ ଓ ତୋଗର୍ମା, ଏମାନେ ଗୋମରର ସନ୍ତାନ।
ובני יון אלישה ותרשיש כתים ודדנים׃ 4
ପୁଣି, ଇଲୀଶା ଓ ତର୍ଶୀଶ ଓ କିତ୍ତୀମ ଓ ଦୋଦାନୀମ, ଏମାନେ ଯବନର ସନ୍ତାନ।
מאלה נפרדו איי הגוים בארצתם איש ללשנו למשפחתם בגויהם׃ 5
ଏମାନଙ୍କଠାରୁ ଅନ୍ୟଦେଶୀୟମାନଙ୍କର ଦ୍ୱୀପନିବାସୀଗଣ ଆପଣାମାନଙ୍କ ଦେଶବିଦେଶରେ ସ୍ୱ ସ୍ୱ ଭାଷାନୁସାରେ ବ୍ୟାପ୍ତ ହୋଇ ଆପଣା ଆପଣା ବଂଶ ଓ ଗୋଷ୍ଠୀ ଅନୁସାରେ ବିଭକ୍ତ ହେଲେ।
ובני חם כוש ומצרים ופוט וכנען׃ 6
କୂଶ, ମିସର, ପୂଟ୍‍ ଓ କିଣାନ, ଏମାନେ ହାମର ସନ୍ତାନ।
ובני כוש סבא וחוילה וסבתה ורעמה וסבתכא ובני רעמה שבא ודדן׃ 7
ସବା, ହବୀଲା, ସପ୍ତା, ରୟମା ଓ ସପ୍ତକା, ଏମାନେ କୂଶର ସନ୍ତାନ। ଶିବା ଓ ଦଦାନ, ଏମାନେ ରୟମାର ସନ୍ତାନ।
וכוש ילד את נמרד הוא החל להיות גבר בארץ׃ 8
ନିମ୍ରୋଦ୍‍ କୂଶର ପୁତ୍ର; ସେ ପୃଥିବୀ ମଧ୍ୟରେ ପରାକ୍ରମୀ ହେବାକୁ ଲାଗିଲା।
הוא היה גבר ציד לפני יהוה על כן יאמר כנמרד גבור ציד לפני יהוה׃ 9
ସେ ସଦାପ୍ରଭୁଙ୍କ ସାକ୍ଷାତରେ ପରାକ୍ରାନ୍ତ ବ୍ୟାଧ ହେଲା; ଏଣୁ ଲୋକମାନେ ଏପର୍ଯ୍ୟନ୍ତ ଏହି ଦୃଷ୍ଟାନ୍ତ କହନ୍ତି, “ସଦାପ୍ରଭୁଙ୍କ ସାକ୍ଷାତରେ ପରାକ୍ରାନ୍ତ ବ୍ୟାଧ ନିମ୍ରୋଦ୍‍ ତୁଲ୍ୟ।”
ותהי ראשית ממלכתו בבל וארך ואכד וכלנה בארץ שנער׃ 10
ପୁଣି, ଶିନୀୟର ଦେଶରେ ବାବିଲ ଓ ଏରକ ଓ ଅକ୍କଦ୍‍ ଓ କଲନେ, ଏହିସବୁ ନଗର ତାହାର ପ୍ରଥମ ରାଜ୍ୟ ହେଲା।
מן הארץ ההוא יצא אשור ויבן את נינוה ואת רחבת עיר ואת כלח׃ 11
ସେହି ଦେଶରୁ ଅଶୂର ନିର୍ଗତ ହୋଇ ନୀନିବୀ ଓ ରହୋବୋତ୍‍-ପୁରୀ ଓ କେଲହ,
ואת רסן בין נינוה ובין כלח הוא העיר הגדלה׃ 12
ପୁଣି, ନୀନିବୀ ଓ କେଲହର ମଧ୍ୟସ୍ଥିତ ରେଷନ୍‍ ନଗର ସ୍ଥାପନ କଲା; ଏହି ରେଷନ୍‍ ମହାନଗର।
ומצרים ילד את לודים ואת ענמים ואת להבים ואת נפתחים׃ 13
ପୁଣି, ଲୁଦୀୟ ଓ ଅନାମୀୟ ଓ ଲହାବୀୟ ଓ ନପ୍ତୂହୀୟ
ואת פתרסים ואת כסלחים אשר יצאו משם פלשתים ואת כפתרים׃ 14
ଓ ପଥ୍ରୋଷୀୟ ଓ ପଲେଷ୍ଟୀୟମାନଙ୍କ ଆଦିପୁରୁଷ କସ୍ଲୁହୀୟ ଓ କପ୍ତୋରୀୟ, ଏମାନେ ମିସରର ସନ୍ତାନ।
וכנען ילד את צידן בכרו ואת חת׃ 15
ପୁଣି, କିଣାନର ଜ୍ୟେଷ୍ଠ ପୁତ୍ର ସୀଦୋନ, ତାହା ଉତ୍ତାରେ ହେତ୍
ואת היבוסי ואת האמרי ואת הגרגשי׃ 16
ଓ ଯିବୂଷୀୟ ଓ ଇମୋରୀୟ ଓ ଗିର୍ଗାଶୀୟ
ואת החוי ואת הערקי ואת הסיני׃ 17
ଓ ହିବ୍ବୀୟ ଓ ଅର୍କୀୟ ଓ ସିନୀୟ
ואת הארודי ואת הצמרי ואת החמתי ואחר נפצו משפחות הכנעני׃ 18
ଓ ଅର୍ବଦୀୟ ଓ ସମାରୀୟ ଓ ହମାତୀୟ; ଏଥିଉତ୍ତାରେ କିଣାନୀୟମାନଙ୍କ ବଂଶ ବ୍ୟାପିଗଲେ।
ויהי גבול הכנעני מצידן באכה גררה עד עזה באכה סדמה ועמרה ואדמה וצבים עד לשע׃ 19
ତହିଁରେ ସୀଦୋନଠାରୁ ଗରାର ଦିଗକୁ ଘସା ପର୍ଯ୍ୟନ୍ତ, ପୁଣି, ସଦୋମ ଓ ହମୋରା ଓ ଅଦ୍ମା ଓ ସବୋୟୀମ ଦିଗରେ ଲେଶା ପର୍ଯ୍ୟନ୍ତ କିଣାନୀୟମାନଙ୍କ (ବସତିର) ସୀମା ଥିଲା।
אלה בני חם למשפחתם ללשנתם בארצתם בגויהם׃ 20
ଆପଣା ଆପଣା ଦେଶ ଓ ଗୋଷ୍ଠୀରେ ସେମାନଙ୍କ ବଂଶ ଓ ଭାଷାନୁସାରେ ଏସମସ୍ତେ ହାମର ସନ୍ତାନ।
ולשם ילד גם הוא אבי כל בני עבר אחי יפת הגדול׃ 21
ଯେଫତ୍‍ର ଜ୍ୟେଷ୍ଠ ଭ୍ରାତା ଶେମର ମଧ୍ୟ ସନ୍ତାନସନ୍ତତି ଥିଲେ, ଅର୍ଥାତ୍‍, ସେ ଏବରର ସନ୍ତାନମାନଙ୍କ ଆଦିପୁରୁଷ ଥିଲା।
בני שם עילם ואשור וארפכשד ולוד וארם׃ 22
ଶେମର ଏହିସବୁ ସନ୍ତାନ, ଏଲମ୍‍ ଓ ଅଶୂର ଓ ଅର୍ଫକ୍ଷଦ ଓ ଲୁଦ୍‍ ଓ ଅରାମ।
ובני ארם עוץ וחול וגתר ומש׃ 23
ଏହି ଅରାମର ସନ୍ତାନ ଊଷ୍‍ ଓ ହୂଲ ଓ ଗେଥର ଓ ମଶ୍‍।
וארפכשד ילד את שלח ושלח ילד את עבר׃ 24
ପୁଣି, ଅର୍ଫକ୍ଷଦର ସନ୍ତାନ ଶେଲହ ଓ ଶେଲହର ସନ୍ତାନ ଏବର।
ולעבר ילד שני בנים שם האחד פלג כי בימיו נפלגה הארץ ושם אחיו יקטן׃ 25
ଏହି ଏବରର ଦୁଇ ପୁତ୍ର; ଏକର ନାମ ପେଲଗ୍‍ (ବିଭାଗ), କାରଣ ସେହି ସମୟରେ ପୃଥିବୀ ବିଭକ୍ତ ହେଲା; ତାହାର ଭ୍ରାତାର ନାମ ଯକ୍ତନ୍‍।
ויקטן ילד את אלמודד ואת שלף ואת חצרמות ואת ירח׃ 26
ପୁଣି, ଯକ୍ତନ୍‍ର ପୁତ୍ର ଅଲ୍‍ମୋଦଦ ଓ ଶେଲଫ୍‍ ଓ ହତ୍‍ସର୍ମାବତ୍‍ ଓ ଯେରହ
ואת הדורם ואת אוזל ואת דקלה׃ 27
ଓ ହଦୋରାମ ଓ ଊଷଲ ଓ ଦିକ୍ଲା
ואת עובל ואת אבימאל ואת שבא׃ 28
ଓ ଓବଲ ଓ ଅବୀମାୟେଲ୍ ଓ ଶିବା
ואת אופר ואת חוילה ואת יובב כל אלה בני יקטן׃ 29
ଓ ଓଫୀର ଓ ହବୀଲା ଓ ଯୋବବ୍‍, ଏହି ସମସ୍ତ ଯକ୍ତନ୍‍ର ସନ୍ତାନ।
ויהי מושבם ממשא באכה ספרה הר הקדם׃ 30
ମେଷା ଅବଧି ପୂର୍ବ ଦିଗର ସଫାର ପର୍ବତ ପର୍ଯ୍ୟନ୍ତ ସେମାନଙ୍କର ବସତି ଥିଲା।
אלה בני שם למשפחתם ללשנתם בארצתם לגויהם׃ 31
ଆପଣା ଆପଣା ଦେଶରେ ସେମାନଙ୍କର ବଂଶ ଓ ଭାଷା ଓ ଗୋଷ୍ଠୀ ଅନୁସାରେ ଏସମସ୍ତେ ଶେମର ସନ୍ତାନ।
אלה משפחת בני נח לתולדתם בגויהם ומאלה נפרדו הגוים בארץ אחר המבול׃ 32
ଆପଣା ଆପଣା ଗୋଷ୍ଠୀରେ ସେମାନଙ୍କ ବଂଶାବଳୀ ଅନୁସାରେ ଏମାନେ ନୋହଙ୍କର ସନ୍ତାନଗଣର ବଂଶ ଥିଲେ; ପୁଣି, ଜଳପ୍ଳାବନ ଉତ୍ତାରେ ଏମାନଙ୍କଠାରୁ ଉତ୍ପନ୍ନ ନାନା ଗୋଷ୍ଠୀ ପୃଥିବୀରେ ବିଭକ୍ତ ହେଲେ।

< בראשית 10 >