< שמואל א 2 >
ותתפלל חנה ותאמר עלץ לבי ביהוה רמה קרני ביהוה רחב פי על אויבי כי שמחתי בישועתך׃ | 1 |
ପୁଣି, ହାନ୍ନା ପ୍ରାର୍ଥନା କରି କହିଲା; “ମୋହର ଅନ୍ତଃକରଣ ସଦାପ୍ରଭୁଙ୍କଠାରେ ମହା ଉଲ୍ଲାସ କରୁଅଛି, ସଦାପ୍ରଭୁଙ୍କଠାରେ ମୋହର ଶୃଙ୍ଗ ଉନ୍ନତ ହୋଇଅଛି; ମୋହର ମୁଖ ମୋର ଶତ୍ରୁମାନଙ୍କ ନିକଟରେ ଖୋଲିଅଛି; ଯେହେତୁ ମୁଁ ତୁମ୍ଭ ପରିତ୍ରାଣରେ ଆନନ୍ଦ କରେ।
אין קדוש כיהוה כי אין בלתך ואין צור כאלהינו׃ | 2 |
ସଦାପ୍ରଭୁଙ୍କ ତୁଲ୍ୟ ପବିତ୍ର ଆଉ କେହି ନାହିଁ; ଯେହେତୁ ତୁମ୍ଭ ଭିନ୍ନ ଆଉ କେହି ନାହିଁ; କିଅବା ଆମ୍ଭମାନଙ୍କ ପରମେଶ୍ୱରଙ୍କ ତୁଲ୍ୟ କୌଣସି ଶୈଳ ନାହିଁ।
אל תרבו תדברו גבהה גבהה יצא עתק מפיכם כי אל דעות יהוה ולא נתכנו עללות׃ | 3 |
ଏପରି ଅତି ଅହଙ୍କାରରେ ଆଉ କଥା ନ କୁହ; ତୁମ୍ଭମାନଙ୍କ ମୁଖରୁ ଦାମ୍ଭିକତା ନିର୍ଗତ ନ ହେଉ; କାରଣ ସଦାପ୍ରଭୁ ସର୍ବଜ୍ଞ ପରମେଶ୍ୱର ଅଟନ୍ତି, ତାହାଙ୍କ ଦ୍ୱାରା ସକଳ କ୍ରିୟା ତୌଲାଯାଏ।
קשת גברים חתים ונכשלים אזרו חיל׃ | 4 |
ବୀରମାନଙ୍କର ଧନୁ ଭଙ୍ଗା ଯାଇଅଛି ଓ ଝୁଣ୍ଟି ପଡ଼ିବା ଲୋକମାନଙ୍କର କଟି ବଳରେ ବନ୍ଧାଯାଇଅଛି।
שבעים בלחם נשכרו ורעבים חדלו עד עקרה ילדה שבעה ורבת בנים אמללה׃ | 5 |
ଯେଉଁମାନେ ପରିତୃପ୍ତ ଥିଲେ, ସେମାନେ ଆପେ ଖାଦ୍ୟ ନିମନ୍ତେ ବେତନଜୀବୀ ହୋଇଅଛନ୍ତି ଓ ଯେଉଁମାନେ କ୍ଷୁଧିତ ଥିଲେ, ସେମାନେ ବିଶ୍ରାମ ପାଇଅଛନ୍ତି; ହଁ, ବନ୍ଧ୍ୟା ସପ୍ତ ସନ୍ତାନ ପ୍ରସବ କରିଅଛି ଓ ଯାହାର ଅନେକ ସନ୍ତାନସନ୍ତତି ଥିଲେ, ସେ ନିସ୍ତେଜ ହେଉଅଛି।
יהוה ממית ומחיה מוריד שאול ויעל׃ (Sheol ) | 6 |
ସଦାପ୍ରଭୁ ମୃତ୍ୟୁୁ ଘଟାନ୍ତି ଓ ସଜୀବ କରନ୍ତି; ସେ ପାତାଳକୁ ଓହ୍ଲାଇ ଆଣନ୍ତି ଓ ଉପରକୁ ଉଠାଇ ନିଅନ୍ତି। (Sheol )
יהוה מוריש ומעשיר משפיל אף מרומם׃ | 7 |
ସଦାପ୍ରଭୁ ନିର୍ଦ୍ଧନ କରନ୍ତି ଓ ଧନବାନ କରନ୍ତି; ସେ ନତ କରନ୍ତି, ସେ ମଧ୍ୟ ଉନ୍ନତ କରନ୍ତି।
מקים מעפר דל מאשפת ירים אביון להושיב עם נדיבים וכסא כבוד ינחלם כי ליהוה מצקי ארץ וישת עליהם תבל׃ | 8 |
ସେ କୁଳୀନମାନଙ୍କ ସଙ୍ଗେ ବସାଇବା ପାଇଁ ଓ ଗୌରବ ସିଂହାସନ ଅଧିକାର କରିବା ପାଇଁ ଧୂଳିରୁ ଦୀନହୀନକୁ ଉଠାନ୍ତି ଓ ଦରିଦ୍ରକୁ ଖତରାଶିରୁ ଉନ୍ନତ କରନ୍ତି; କାରଣ ପୃଥିବୀର ସ୍ତମ୍ଭସକଳ ସଦାପ୍ରଭୁଙ୍କର ଓ ସେ ତହିଁ ଉପରେ ଜଗତ ସ୍ଥାପନ କରିଅଛନ୍ତି।
רגלי חסידו ישמר ורשעים בחשך ידמו כי לא בכח יגבר איש׃ | 9 |
ସେ ଆପଣା ଧାର୍ମିକ ଲୋକମାନଙ୍କର ଚରଣ ରକ୍ଷା କରିବେ; ମାତ୍ର ଦୁଷ୍ଟମାନେ ଅନ୍ଧକାରରେ ନୀରବ କରାଯିବେ; ଯେହେତୁ କୌଣସି ମନୁଷ୍ୟ ବଳରେ ଜୟୀ ହୋଇ ପାରିବ ନାହିଁ।
יהוה יחתו מריבו עלו בשמים ירעם יהוה ידין אפסי ארץ ויתן עז למלכו וירם קרן משיחו׃ | 10 |
ଯେଉଁମାନେ ସଦାପ୍ରଭୁଙ୍କ ସହିତ ବିବାଦ କରନ୍ତି, ସେମାନେ ଭଗ୍ନ ହେବେ; ସେ ସ୍ୱର୍ଗରେ ଥାଇ ସେମାନଙ୍କ ବିରୁଦ୍ଧରେ ଗର୍ଜ୍ଜନ କରିବେ; ସଦାପ୍ରଭୁ ପୃଥିବୀର ପ୍ରାନ୍ତଭାଗ ପର୍ଯ୍ୟନ୍ତ ଶାସନ କରିବେ ଓ ସେ ଆପଣା ରାଜାକୁ ବଳ ଦେବେ, ପୁଣି, ଆପଣା ଅଭିଷେକୀଙ୍କ ଶୃଙ୍ଗ ଉନ୍ନତ କରିବେ।”
וילך אלקנה הרמתה על ביתו והנער היה משרת את יהוה את פני עלי הכהן׃ | 11 |
ଏଉତ୍ତାରେ ଇଲ୍କାନା ରାମାସ୍ଥିତ ଆପଣା ଗୃହକୁ ଗଲା। ପୁଣି, ବାଳକ ଏଲି ଯାଜକଙ୍କ ସମ୍ମୁଖରେ ଥାଇ ସଦାପ୍ରଭୁଙ୍କର ପରିଚର୍ଯ୍ୟା କଲା।
ובני עלי בני בליעל לא ידעו את יהוה׃ | 12 |
ଏଲିଙ୍କର ପୁତ୍ରମାନେ ଦୁଷ୍ଟ ଥିଲେ, ସେମାନେ ସଦାପ୍ରଭୁଙ୍କୁ ଜାଣିଲେ ନାହିଁ।
ומשפט הכהנים את העם כל איש זבח זבח ובא נער הכהן כבשל הבשר והמזלג שלש השנים בידו׃ | 13 |
ସେହି ଯାଜକମାନେ ଲୋକମାନଙ୍କ ସହିତ ଏପରି ବ୍ୟବହାର କରୁଥିଲେ ଯେ, କୌଣସି ଲୋକ ବଳିଦାନ କଲେ, ମାଂସ ସିଦ୍ଧ ହେବା ସମୟରେ ଯାଜକର ଦାସ ହସ୍ତରେ ତ୍ରିଶୂଳ ଘେନି ଆସେ;
והכה בכיור או בדוד או בקלחת או בפרור כל אשר יעלה המזלג יקח הכהן בו ככה יעשו לכל ישראל הבאים שם בשלה׃ | 14 |
ଆଉ ସେ ପାତ୍ର, ବା ତସଲା, ବା ହଣ୍ଡା, ବା କହ୍ରାଇ ଭିତରେ ମାରେ; ଯେତେକ ତ୍ରିଶୂଳରେ ଆସେ, ସେସବୁ ଯାଜକ ନିଏ। ଇସ୍ରାଏଲର ଯେତେ ଲୋକ ଶୀଲୋକୁ ଆସିଲେ, ସେଠାରେ ସେମାନେ ସେସମସ୍ତଙ୍କ ପ୍ରତି ଏହିପରି କରୁଥିଲେ।
גם בטרם יקטרון את החלב ובא נער הכהן ואמר לאיש הזבח תנה בשר לצלות לכהן ולא יקח ממך בשר מבשל כי אם חי׃ | 15 |
ଆହୁରି ମେଦ ଦଗ୍ଧ କରିବା ପୂର୍ବରୁ ଯାଜକର ଦାସ ବଳିଦାନକାରୀ ଲୋକ ନିକଟକୁ ଆସି କହେ, “ଯାଜକ ପାଇଁ ମାଂସ ଦିଅ; କାରଣ ସେ ତୁମ୍ଭଠାରୁ ସିଦ୍ଧ ମାଂସ ନେବେ ନାହିଁ, କଞ୍ଚା ନେବେ।”
ויאמר אליו האיש קטר יקטירון כיום החלב וקח לך כאשר תאוה נפשך ואמר לו כי עתה תתן ואם לא לקחתי בחזקה׃ | 16 |
ଏଥିରେ ଯେବେ ସେ ଲୋକ ତାହାକୁ କହେ, “ମେଦ ଏହିକ୍ଷଣି ଦଗ୍ଧ ହେବ, ତହିଁ ଉତ୍ତାରେ ତୁମ୍ଭ ପ୍ରାଣ ଯେତେ ଚାହେଁ ସେତେ ନିଅ;” ତେବେ ସେ ଉତ୍ତର କରେ, “ନାହିଁ, ମାତ୍ର ଏହିକ୍ଷଣି ତାହା ମୋତେ ଦେବାକୁ ହେବ; ତୁମ୍ଭେ ନ ଦେଲେ ତାହା ବଳରେ ନେବି।”
ותהי חטאת הנערים גדולה מאד את פני יהוה כי נאצו האנשים את מנחת יהוה׃ | 17 |
ଏରୂପେ ସଦାପ୍ରଭୁଙ୍କ ସାକ୍ଷାତରେ ସେହି ଯୁବା ଲୋକଙ୍କର ପାପ ଅତି ଭାରୀ ହେଲା; କାରଣ ସେହି ଲୋକମାନେ ସଦାପ୍ରଭୁଙ୍କ ନୈବେଦ୍ୟ ତୁଚ୍ଛଜ୍ଞାନ କଲେ।
ושמואל משרת את פני יהוה נער חגור אפוד בד׃ | 18 |
ସେସମୟରେ ଶାମୁୟେଲ ବାଳକ ଶୁକ୍ଳ ଏଫୋଦ ପିନ୍ଧି ସଦାପ୍ରଭୁଙ୍କ ସମ୍ମୁଖରେ ପରିଚର୍ଯ୍ୟା କଲେ।
ומעיל קטן תעשה לו אמו והעלתה לו מימים ימימה בעלותה את אישה לזבח את זבח הימים׃ | 19 |
ଆହୁରି ତାଙ୍କର ମାତା ପ୍ରତି ବର୍ଷ ଆପଣା ସ୍ୱାମୀ ସଙ୍ଗେ ବାର୍ଷିକ ବଳି ଉତ୍ସର୍ଗ କରିବାକୁ ଆସିବା ବେଳେ ତାଙ୍କ ପାଇଁ ଗୋଟିଏ ସାନ ଚୋଗା ବନାଇ ତାଙ୍କ କତିକି ଆଣିଥାଏ।
וברך עלי את אלקנה ואת אשתו ואמר ישם יהוה לך זרע מן האשה הזאת תחת השאלה אשר שאל ליהוה והלכו למקמו׃ | 20 |
ପୁଣି, ଏଲି ଇଲ୍କାନାକୁ ଓ ତାହାର ଭାର୍ଯ୍ୟାକୁ ଆଶୀର୍ବାଦ କରି କହିଲେ, “ସଦାପ୍ରଭୁଙ୍କ ନିକଟରେ ଯାହା ନିବେଦିତ ହୋଇଅଛି, ସେହି ନିବେଦନ ସକାଶୁ ସଦାପ୍ରଭୁ ଏହି ସ୍ତ୍ରୀଠାରୁ ତୁମ୍ଭକୁ ସନ୍ତାନ ଦେଉନ୍ତୁ।”
כי פקד יהוה את חנה ותהר ותלד שלשה בנים ושתי בנות ויגדל הנער שמואל עם יהוה׃ | 21 |
ଏଉତ୍ତାରେ ସେମାନେ ଆପଣା ଗୃହକୁ ଫେରିଗଲେ। ପୁଣି, ସଦାପ୍ରଭୁ ହାନ୍ନାର ତତ୍ତ୍ୱାବଧାରଣ କଲେ ଓ ସେ ଗର୍ଭଧାରଣ କରି ତିନି ପୁତ୍ର ଓ ଦୁଇ କନ୍ୟା ପ୍ରସବ କଲେ। ଏଥିମଧ୍ୟରେ ଶାମୁୟେଲ ବାଳକ ସଦାପ୍ରଭୁଙ୍କ ସାକ୍ଷାତରେ ବଢ଼ିବାକୁ ଲାଗିଲେ।
ועלי זקן מאד ושמע את כל אשר יעשון בניו לכל ישראל ואת אשר ישכבון את הנשים הצבאות פתח אהל מועד׃ | 22 |
ଏଲି ଅତି ବୃଦ୍ଧ ହେଲେ; ପୁଣି, ତାଙ୍କର ପୁତ୍ରମାନେ ସମୁଦାୟ ଇସ୍ରାଏଲ ପ୍ରତି ଯାହା ଯାହା କଲେ ଓ ସମାଗମ-ତମ୍ବୁ ଦ୍ୱାର ନିକଟରେ ସେବାକାରିଣୀ ସ୍ତ୍ରୀଗଣ ସହିତ କିପରି ଶୟନ କଲେ, ଏସବୁ କଥା ସେ ଶୁଣିଲେ।
ויאמר להם למה תעשון כדברים האלה אשר אנכי שמע את דבריכם רעים מאת כל העם אלה׃ | 23 |
ତହୁଁ ସେ ସେମାନଙ୍କୁ କହିଲେ, “ତୁମ୍ଭେମାନେ କାହିଁକି ଏପରି କଥା କରୁଅଛ? କାରଣ ମୁଁ ଏହି ସମସ୍ତ ଲୋକଙ୍କଠାରୁ ତୁମ୍ଭମାନଙ୍କ ବିଷୟରେ ନାନା ମନ୍ଦ କଥା ଶୁଣୁଅଛି।
אל בני כי לוא טובה השמעה אשר אנכי שמע מעברים עם יהוה׃ | 24 |
ନାହିଁ, ନାହିଁ, ମୋହର ପୁତ୍ରମାନେ, ମୁଁ ଯେଉଁ ଜନରବ ଶୁଣୁଅଛି, ତାହା ଭଲ ନୁହେଁ; ତୁମ୍ଭେମାନେ ସଦାପ୍ରଭୁଙ୍କ ଲୋକମାନଙ୍କୁ ଆଜ୍ଞାଲଙ୍ଘନ କରାଉଅଛ।
אם יחטא איש לאיש ופללו אלהים ואם ליהוה יחטא איש מי יתפלל לו ולא ישמעו לקול אביהם כי חפץ יהוה להמיתם׃ | 25 |
ମନୁଷ୍ୟ ଯଦି ମନୁଷ୍ୟ ବିରୁଦ୍ଧରେ ପାପ କରେ, ତେବେ ପରମେଶ୍ୱର ତାହାର ବିଚାର କରିବେ; ମାତ୍ର ମନୁଷ୍ୟ ଯଦି ସଦାପ୍ରଭୁଙ୍କ ବିରୁଦ୍ଧରେ ପାପ କରେ, ତେବେ କିଏ ତାହା ପକ୍ଷରେ ପ୍ରାର୍ଥନା କରିବ?” ତଥାପି ସେମାନେ ଆପଣା ପିତାଙ୍କ ରବ ଶୁଣିଲେ ନାହିଁ, କାରଣ ସେମାନଙ୍କୁ ବଧ କରିବାକୁ ସଦାପ୍ରଭୁଙ୍କର ଇଚ୍ଛା ଥିଲା।
והנער שמואל הלך וגדל וטוב גם עם יהוה וגם עם אנשים׃ | 26 |
ମାତ୍ର ବାଳକ ଶାମୁୟେଲ କ୍ରମେ କ୍ରମେ ବୃଦ୍ଧି ପାଇଲେ, ପୁଣି, ସଦାପ୍ରଭୁଙ୍କର ଓ ମଧ୍ୟ ମନୁଷ୍ୟର ସାକ୍ଷାତରେ ଅନୁଗ୍ରହପ୍ରାପ୍ତ ହେଲେ।
ויבא איש אלהים אל עלי ויאמר אליו כה אמר יהוה הנגלה נגליתי אל בית אביך בהיותם במצרים לבית פרעה׃ | 27 |
ଏଥିଉତ୍ତାରେ ପରମେଶ୍ୱରଙ୍କର ଏକ ଲୋକ ଏଲିଙ୍କ ନିକଟକୁ ଆସି ତାଙ୍କୁ କହିଲା, “ସଦାପ୍ରଭୁ ଏହି କଥା କହନ୍ତି, ‘ଯେଉଁ ସମୟରେ ତୁମ୍ଭ ପିତୃଗୃହ ମିସରରେ ଫାରୋର ଦାସତ୍ୱରେ ଥିଲେ, ସେସମୟରେ ଆମ୍ଭେ କି ପ୍ରତ୍ୟକ୍ଷ ରୂପେ ସେମାନଙ୍କୁ ଦର୍ଶନ ଦେଇ ନାହୁଁ
ובחר אתו מכל שבטי ישראל לי לכהן לעלות על מזבחי להקטיר קטרת לשאת אפוד לפני ואתנה לבית אביך את כל אשי בני ישראל׃ | 28 |
ଓ ଆମ୍ଭେ କି ଆମ୍ଭ ବେଦି ଉପରକୁ ଯିବାକୁ ଓ ଧୂପ ଜ୍ୱଳାଇବାକୁ ଓ ଆମ୍ଭ ସମ୍ମୁଖରେ ଏଫୋଦ ପରିଧାନ କରିବାକୁ ସମଗ୍ର ଇସ୍ରାଏଲ ଗୋଷ୍ଠୀ ମଧ୍ୟରୁ ତାହାକୁ ଯାଜକ ହେବା ପାଇଁ ମନୋନୀତ କରି ନାହୁଁ? ଆହୁରି, ଆମ୍ଭେ କି ଇସ୍ରାଏଲ-ସନ୍ତାନଗଣର ଅଗ୍ନିକୃତ ସମସ୍ତ ଉପହାର ତୁମ୍ଭ ପିତୃଗୃହକୁ ଦେଇ ନାହୁଁ?
למה תבעטו בזבחי ובמנחתי אשר צויתי מעון ותכבד את בניך ממני להבריאכם מראשית כל מנחת ישראל לעמי׃ | 29 |
ତେବେ ଆମ୍ଭେ ଆପଣା ଆବାସରେ ଯେ ଯେ ବଳି ଓ ନୈବେଦ୍ୟ ଉତ୍ସର୍ଗ କରିବାକୁ ଆଜ୍ଞା ଦେଇଅଛୁ, ତୁମ୍ଭେମାନେ କାହିଁକି ତହିଁରେ ପଦାଘାତ କରୁଅଛ? ପୁଣି, ଆମ୍ଭ ଲୋକ ଇସ୍ରାଏଲର ସର୍ବୋତ୍ତମ ସମସ୍ତ ନୈବେଦ୍ୟରେ ଆପଣାମାନଙ୍କୁ ହୃଷ୍ଟପୁଷ୍ଟ କରିବା ନିମନ୍ତେ ଆମ୍ଭ ଅପେକ୍ଷା ଆପଣା ପୁତ୍ରମାନଙ୍କର ଅଧିକ ଗୌରବ କରୁଅଛ?’
לכן נאם יהוה אלהי ישראל אמור אמרתי ביתך ובית אביך יתהלכו לפני עד עולם ועתה נאם יהוה חלילה לי כי מכבדי אכבד ובזי יקלו׃ | 30 |
ଏଣୁ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର କହନ୍ତି, ‘ତୁମ୍ଭ ଗୃହ ଓ ତୁମ୍ଭ ପିତୃଗୃହ ଆମ୍ଭ ସମ୍ମୁଖରେ ଅନନ୍ତକାଳ ଗମନାଗମନ କରିବେ ବୋଲି ଆମ୍ଭେ କହିଥିଲୁ ପ୍ରମାଣ,’ ମାତ୍ର ଏବେ ସଦାପ୍ରଭୁ କହନ୍ତି, ‘ତାହା ଆମ୍ଭଠାରୁ ଦୂର ହେଉ; କାରଣ ଯେଉଁମାନେ ଆମ୍ଭର ଗୌରବ କରନ୍ତି, ଆମ୍ଭେ ସେମାନଙ୍କର ଗୌରବ କରିବା, ମାତ୍ର ଯେଉଁମାନେ ଆମ୍ଭକୁ ତୁଚ୍ଛଜ୍ଞାନ କରନ୍ତି, ସେମାନେ ଲଘୁ ଜ୍ଞାନ କରାଯିବେ।
הנה ימים באים וגדעתי את זרעך ואת זרע בית אביך מהיות זקן בביתך׃ | 31 |
ଦେଖ, ଯେଉଁ ଦିନ ଆମ୍ଭେ ତୁମ୍ଭର ବାହୁ ଓ ତୁମ୍ଭ ପିତୃଗୃହର ବାହୁ କାଟି ପକାଇବା, ଏପରି ଦିନ ଆସୁଅଛି, ତହିଁରେ ତୁମ୍ଭ ଗୃହରେ ଜଣେ ବୃଦ୍ଧ ଲୋକ ରହିବ ନାହିଁ।
והבטת צר מעון בכל אשר ייטיב את ישראל ולא יהיה זקן בביתך כל הימים׃ | 32 |
ପୁଣି, ପରମେଶ୍ୱର ଇସ୍ରାଏଲକୁ ଯେ ଯେ ମଙ୍ଗଳ ପ୍ରଦାନ କରିବେ, ସେସବୁ ମଧ୍ୟରେ ତୁମ୍ଭେ ଆମ୍ଭ ଆବାସରେ ବିପତ୍ତି ଦେଖିବ; ଆଉ ତୁମ୍ଭ ଗୃହରେ କେହି କଦାପି ବୃଦ୍ଧ ହେବ ନାହିଁ।
ואיש לא אכרית לך מעם מזבחי לכלות את עיניך ולאדיב את נפשך וכל מרבית ביתך ימותו אנשים׃ | 33 |
ଆଉ ତୁମ୍ଭର ଯେଉଁ ଲୋକକୁ ଆମ୍ଭେ ଆପଣା ଯଜ୍ଞବେଦିରୁ ଉଚ୍ଛିନ୍ନ ନ କରିବା, ସେ ତୁମ୍ଭ ଚକ୍ଷୁର କ୍ଷୟ ଓ ତୁମ୍ଭ ହୃଦୟର ଶୋକ ଜନ୍ମାଇବାକୁ ରହିବ; ପୁଣି, ତୁମ୍ଭ ବଂଶଜାତ ସମସ୍ତେ ଯୌବନାବସ୍ଥାରେ ମରିବେ।
וזה לך האות אשר יבא אל שני בניך אל חפני ופינחס ביום אחד ימותו שניהם׃ | 34 |
ପୁଣି, ତୁମ୍ଭର ଦୁଇ ପୁତ୍ର ହଫ୍ନି ଓ ପୀନହସ୍ ପ୍ରତି ଯାହା ଘଟିବ, ତାହା ତୁମ୍ଭ ପାଇଁ ଚିହ୍ନସ୍ୱରୂପ ହେବ; ସେ ଦୁହେଁ ଏକ ଦିନରେ ମରିବେ।
והקימתי לי כהן נאמן כאשר בלבבי ובנפשי יעשה ובניתי לו בית נאמן והתהלך לפני משיחי כל הימים׃ | 35 |
ପୁଣି, ଆମ୍ଭେ ଆପଣା ନିମନ୍ତେ ଏକ ବିଶ୍ୱସ୍ତ ଯାଜକ ଉତ୍ପନ୍ନ କରିବା, ସେ ଆମ୍ଭ ମନ ଓ ଆମ୍ଭ ହୃଦୟ ଅନୁସାରେ କର୍ମ କରିବ; ଆଉ ଆମ୍ଭେ ତାହାର ବଂଶ ସ୍ଥିର କରିବା; ପୁଣି, ସେ ଆମ୍ଭ ଅଭିଷିକ୍ତଙ୍କ ସମ୍ମୁଖରେ ସର୍ବଦା ଗମନାଗମନ କରିବ।
והיה כל הנותר בביתך יבוא להשתחות לו לאגורת כסף וככר לחם ואמר ספחני נא אל אחת הכהנות לאכל פת לחם׃ | 36 |
ଆଉ, ତୁମ୍ଭ ବଂଶର ଅବଶିଷ୍ଟ ପ୍ରତ୍ୟେକ ଜଣ ଏକ ରୂପା ମୁଦ୍ରା ଓ ଏକ ରୁଟି ପାଇଁ ତାହା ପାଖକୁ ଆସି ପ୍ରଣାମ କରି କହିବେ, ବିନୟ କରୁଅଛି, ମୁଁ ଯେପରି ଖଣ୍ଡେ ରୁଟି ଖାଇବାକୁ ପାଇବି, ଏଥିପାଇଁ କୌଣସି ଯାଜକତ୍ୱ ପଦରେ ମୋତେ ରଖ।’”