< מלכים א 3 >

ויתחתן שלמה את פרעה מלך מצרים ויקח את בת פרעה ויביאה אל עיר דוד עד כלתו לבנות את ביתו ואת בית יהוה ואת חומת ירושלם סביב׃ 1
ଏଥିଉତ୍ତାରେ ଶଲୋମନ ମିସରର ରାଜା ଫାରୋ ସହିତ ଆତ୍ମୀୟତା କରି ଫାରୋର କନ୍ୟାକୁ ବିବାହ କଲେ ଓ ଆପଣା ଗୃହ ଓ ସଦାପ୍ରଭୁଙ୍କ ଗୃହ ଓ ଯିରୂଶାଲମର ଚତୁର୍ଦ୍ଦିଗସ୍ଥ ପ୍ରାଚୀରର ନିର୍ମାଣ ସମାପ୍ତ ହେବା ପର୍ଯ୍ୟନ୍ତ ତାହାକୁ ଆଣି ଦାଉଦ-ନଗରରେ ରଖିଲେ।
רק העם מזבחים בבמות כי לא נבנה בית לשם יהוה עד הימים ההם׃ 2
ମାତ୍ର, ଲୋକମାନେ ନାନା ଉଚ୍ଚସ୍ଥଳୀରେ ବଳିଦାନ କରୁଥିଲେ, କାରଣ ସେହି ସମୟ ପର୍ଯ୍ୟନ୍ତ ସଦାପ୍ରଭୁଙ୍କ ନାମ ଉଦ୍ଦେଶ୍ୟରେ କୌଣସି ଗୃହ ନିର୍ମିତ ହୋଇ ନ ଥିଲା।
ויאהב שלמה את יהוה ללכת בחקות דוד אביו רק בבמות הוא מזבח ומקטיר׃ 3
ପୁଣି, ଶଲୋମନ ଆପଣା ପିତା ଦାଉଦଙ୍କର ବିଧି ଅନୁସାରେ ଆଚରଣ କରି ସଦାପ୍ରଭୁଙ୍କୁ ପ୍ରେମ କଲେ; କେବଳ ସେ ଉଚ୍ଚସ୍ଥଳୀମାନରେ ବଳିଦାନ କଲେ ଓ ଧୂପ ଜ୍ୱଳାଇଲେ।
וילך המלך גבענה לזבח שם כי היא הבמה הגדולה אלף עלות יעלה שלמה על המזבח ההוא׃ 4
ପୁଣି, ରାଜା ବଳିଦାନ କରିବା ନିମନ୍ତେ ଗିବୀୟୋନ୍‍ ନଗରକୁ ଗଲେ; କାରଣ ତାହା ବଡ଼ ଉଚ୍ଚସ୍ଥଳୀ ଥିଲା; ଶଲୋମନ ସେହି ଯଜ୍ଞବେଦି ଉପରେ ଏକ ସହସ୍ର ହୋମବଳି ଉତ୍ସର୍ଗ କଲେ।
בגבעון נראה יהוה אל שלמה בחלום הלילה ויאמר אלהים שאל מה אתן לך׃ 5
ଗିବୀୟୋନ୍‍ରେ ସଦାପ୍ରଭୁ ରାତ୍ରିରେ ସ୍ୱପ୍ନ ଦ୍ୱାରା ଶଲୋମନଙ୍କୁ ଦର୍ଶନ ଦେଲେ; ଆଉ, ପରମେଶ୍ୱର କହିଲେ, “ଆମ୍ଭେ ତୁମ୍ଭକୁ କଅଣ ଦେବା, ତାହା ମାଗ।”
ויאמר שלמה אתה עשית עם עבדך דוד אבי חסד גדול כאשר הלך לפניך באמת ובצדקה ובישרת לבב עמך ותשמר לו את החסד הגדול הזה ותתן לו בן ישב על כסאו כיום הזה׃ 6
ତହିଁରେ ଶଲୋମନ କହିଲେ, “ତୁମ୍ଭ ଦାସ ଆମ୍ଭ ପିତା ଦାଉଦ ତୁମ୍ଭ ଛାମୁରେ ସତ୍ୟତା ଓ ଧାର୍ମିକତା ଓ ମନର ସରଳତାରେ ତୁମ୍ଭ ସହିତ ଗମନାଗମନ କରିବା ପ୍ରମାଣେ ତୁମ୍ଭେ ତାଙ୍କ ପ୍ରତି ମହାଦୟା ପ୍ରକାଶ କଲ; ଆହୁରି ତୁମ୍ଭେ ତାଙ୍କ ପାଇଁ ଏହି ମହାଦୟା ରଖିଅଛ ଯେ, ଆଜିର ନ୍ୟାୟ ତାଙ୍କର ସିଂହାସନରେ ବସିବା ପାଇଁ ତାଙ୍କୁ ଏକ ପୁତ୍ର ଦେଇଅଛ।
ועתה יהוה אלהי אתה המלכת את עבדך תחת דוד אבי ואנכי נער קטן לא אדע צאת ובא׃ 7
ଏବେ ହେ ସଦାପ୍ରଭୋ, ମୋହର ପରମେଶ୍ୱର, ତୁମ୍ଭେ ମୋʼ ପିତା ଦାଉଦଙ୍କ ପଦରେ ଆପଣାର ଏହି ଦାସକୁ ରାଜା କରିଅଛ; ମାତ୍ର, ମୁଁ ତ କ୍ଷୁଦ୍ର ବାଳକ; କିପରି ବାହାରକୁ ଯିବାକୁ ଓ ଭିତରକୁ ଆସିବାକୁ ହୁଏ, ତାହା ମୁଁ ଜାଣେ ନାହିଁ।
ועבדך בתוך עמך אשר בחרת עם רב אשר לא ימנה ולא יספר מרב׃ 8
ଆଉ ତୁମ୍ଭର ଦାସ ତୁମ୍ଭ ମନୋନୀତ ଲୋକମାନଙ୍କ ମଧ୍ୟରେ ଅଛି, ସେମାନେ ବାହୁଲ୍ୟ ସକାଶୁ ଅଗଣ୍ୟ ଓ ଅସଂଖ୍ୟ ଏକ ମହାଗୋଷ୍ଠୀ ଅଟନ୍ତି।
ונתת לעבדך לב שמע לשפט את עמך להבין בין טוב לרע כי מי יוכל לשפט את עמך הכבד הזה׃ 9
ଏହେତୁ ଯେପରି ଆମ୍ଭେ ଭଲ ଓ ମନ୍ଦର ପ୍ରଭେଦ ଜାଣି ପାରିବୁ, ଏଥିପାଇଁ ତୁମ୍ଭ ଲୋକମାନଙ୍କର ବିଚାର କରିବା ନିମନ୍ତେ ତୁମ୍ଭର ଏହି ଦାସକୁ ଜ୍ଞାନୀ ମନ ଦିଅ; କାରଣ, ତୁମ୍ଭର ଏହି ମହାଗୋଷ୍ଠୀର ବିଚାର କରିବାକୁ କିଏ ସମର୍ଥ?”
וייטב הדבר בעיני אדני כי שאל שלמה את הדבר הזה׃ 10
ଶଲୋମନ ଯେ ଏହି ବିଷୟ ମାଗିଲେ, ଏହି କଥାରେ ପ୍ରଭୁ ସନ୍ତୁଷ୍ଟ ହେଲେ।
ויאמר אלהים אליו יען אשר שאלת את הדבר הזה ולא שאלת לך ימים רבים ולא שאלת לך עשר ולא שאלת נפש איביך ושאלת לך הבין לשמע משפט׃ 11
ଏଥିରେ ପରମେଶ୍ୱର ତାଙ୍କୁ କହିଲେ, “ତୁମ୍ଭେ ଏହି ବିଷୟ ମାଗିଅଛ, ପୁଣି, ଆପଣା ନିମନ୍ତେ ଦୀର୍ଘାୟୁ ମାଗି ନାହଁ; କିଅବା ଆପଣା ନିମନ୍ତେ ଐଶ୍ୱର୍ଯ୍ୟ ମାଗି ନାହଁ; ଅଥବା ଆପଣା ଶତ୍ରୁମାନଙ୍କର ପ୍ରାଣ ମାଗି ନାହଁ; ମାତ୍ର ବିଚାର କରିବା ପାଇଁ ଆପଣା ନିମନ୍ତେ ଜ୍ଞାନ ମାଗିଅଛ;
הנה עשיתי כדבריך הנה נתתי לך לב חכם ונבון אשר כמוך לא היה לפניך ואחריך לא יקום כמוך׃ 12
ଏହେତୁ ଦେଖ, ଆମ୍ଭେ ତୁମ୍ଭ ବାକ୍ୟାନୁସାରେ କଲୁ; ଦେଖ, ଆମ୍ଭେ ତୁମ୍ଭକୁ ଏପରି ଜ୍ଞାନ ଓ ବୁଦ୍ଧିବିଶିଷ୍ଟ ମନ ଦେଲୁ ଯେ, ତୁମ୍ଭ ପୂର୍ବେ ତୁମ୍ଭ ସମାନ କେହି ହୋଇ ନାହିଁ, କିଅବା ତୁମ୍ଭ ଉତ୍ତାରେ ତୁମ୍ଭ ସମାନ କେହି ଉତ୍ପନ୍ନ ହେବ ନାହିଁ।
וגם אשר לא שאלת נתתי לך גם עשר גם כבוד אשר לא היה כמוך איש במלכים כל ימיך׃ 13
ଆହୁରି ତୁମ୍ଭେ ଯେଉଁ ଐଶ୍ୱର୍ଯ୍ୟ ଓ ପ୍ରତାପ ମାଗି ନାହଁ, ସେହି ଦୁଇ ମଧ୍ୟ ଆମ୍ଭେ ତୁମ୍ଭକୁ ଏପରି ଦେଲୁ ଯେ, ତୁମ୍ଭର ଯାବଜ୍ଜୀବନ ରାଜାମାନଙ୍କ ମଧ୍ୟରେ କେହି ତୁମ୍ଭ ସମାନ ହେବ ନାହିଁ।
ואם תלך בדרכי לשמר חקי ומצותי כאשר הלך דויד אביך והארכתי את ימיך׃ 14
ପୁଣି, ତୁମ୍ଭ ପିତା ଦାଉଦ ଯେପରି ଗମନ କଲା, ସେପରି ତୁମ୍ଭେ ଯଦି ଆମ୍ଭର ବିଧି ଓ ଆଜ୍ଞା ପାଳନ କରିବା ପାଇଁ ଆମ୍ଭ ପଥରେ ଗମନ କରିବ, ତେବେ ଆମ୍ଭେ ତୁମ୍ଭର ଆୟୁଷ ବୃଦ୍ଧି କରିବା।”
ויקץ שלמה והנה חלום ויבוא ירושלם ויעמד לפני ארון ברית אדני ויעל עלות ויעש שלמים ויעש משתה לכל עבדיו׃ 15
ଏଉତ୍ତାରେ ଶଲୋମନ ଜାଗ୍ରତ ହୁଅନ୍ତେ, ଦେଖ, ଏହା ସ୍ୱପ୍ନ-ମାତ୍ର; ତହୁଁ ସେ ଯିରୂଶାଲମକୁ ଯାଇ ସଦାପ୍ରଭୁଙ୍କ ନିୟମ-ସିନ୍ଦୁକ ସମ୍ମୁଖରେ ଠିଆ ହୋଇ ହୋମବଳି ଉତ୍ସର୍ଗ କଲେ ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କରି ଆପଣା ସମସ୍ତ ଦାସଙ୍କ ନିମନ୍ତେ ଏକ ଭୋଜ କଲେ।
אז תבאנה שתים נשים זנות אל המלך ותעמדנה לפניו׃ 16
ସେହି ସମୟରେ ଦୁଇ ବେଶ୍ୟା ସ୍ତ୍ରୀ ରାଜାଙ୍କ ନିକଟକୁ ଆସି ତାଙ୍କର ସମ୍ମୁଖରେ ଠିଆ ହେଲେ।
ותאמר האשה האחת בי אדני אני והאשה הזאת ישבת בבית אחד ואלד עמה בבית׃ 17
ପୁଣି, ଏକ ସ୍ତ୍ରୀ କହିଲା, “ହେ ମୋହର ପ୍ରଭୋ, ମୁଁ ଓ ଏହି ସ୍ତ୍ରୀ ଏକ ଘରେ ବାସ କରୁ; ଆଉ, ମୁଁ ସେହି ଗୃହରେ ତାହା ସଙ୍ଗେ ଥାଇ ଏକ ସନ୍ତାନ ପ୍ରସବ କଲି।
ויהי ביום השלישי ללדתי ותלד גם האשה הזאת ואנחנו יחדו אין זר אתנו בבית זולתי שתים אנחנו בבית׃ 18
ପୁଣି, ମୋହର ପ୍ରସବର ତୃତୀୟ ଦିନରେ ଏହି ସ୍ତ୍ରୀ ମଧ୍ୟ ପ୍ରସବ କଲା ଓ ଆମ୍ଭେ ଦୁହେଁ ଏକତ୍ର ଥିଲୁ, ସେହି ଘରେ ଆମ୍ଭ ଦୁହିଁଙ୍କ ଛଡ଼ା ଅନ୍ୟ କୌଣସି ବାହାର ଲୋକ ନ ଥିଲା।
וימת בן האשה הזאת לילה אשר שכבה עליו׃ 19
ଆଉ ଏହି ସ୍ତ୍ରୀ ଆପଣା ପିଲା ଉପରେ ଲଦି ହୋଇ ଶୋଇବାରୁ ତାହାର ପିଲା ରାତ୍ରିରେ ମରିଗଲା।
ותקם בתוך הלילה ותקח את בני מאצלי ואמתך ישנה ותשכיבהו בחיקה ואת בנה המת השכיבה בחיקי׃ 20
ଏଣୁ ସେ ମଧ୍ୟରାତ୍ରରେ ଉଠି ଆପଣଙ୍କ ଦାସୀ ନିଦ୍ରିତା ଥିବା ବେଳେ ମୋʼ ପାଖରୁ ମୋହର ପୁତ୍ରକୁ ନେଇ ଆପଣା କୋଳରେ ଶୁଆଇଲା ଓ ତାହାର ମଲା ପିଲାକୁ ମୋʼ କୋଳରେ ଶୁଆଇ ଦେଲା।
ואקם בבקר להיניק את בני והנה מת ואתבונן אליו בבקר והנה לא היה בני אשר ילדתי׃ 21
ତହୁଁ ମୁଁ ସକାଳେ ଆପଣା ପିଲାକୁ ସ୍ତନ୍ୟପାନ କରାଇବା ପାଇଁ ଉଠାନ୍ତେ, ଦେଖ, ସେ ମରିଯାଇଅଛି; ମାତ୍ର, ସକାଳେ ମୁଁ ଭଲ କରି ପରଖ କରନ୍ତେ, ଦେଖ, ଏ ତ ମୋହର ଜନ୍ମ କଲା ପୁତ୍ର ନୁହେଁ।”
ותאמר האשה האחרת לא כי בני החי ובנך המת וזאת אמרת לא כי בנך המת ובני החי ותדברנה לפני המלך׃ 22
ତହୁଁ ସେ ଅନ୍ୟ ସ୍ତ୍ରୀ କହିଲା, “ନା, ମାତ୍ର ଜୀଅନ୍ତାଟି ମୋହର ପୁଅ ଓ ମଲାଟି ତୁମ୍ଭର ପୁଅ।” ଆଉ, ଏ ସ୍ତ୍ରୀ କହିଲା, “ନା; ମଲାଟି ତୁମ୍ଭର ପୁଅ ଓ ଜୀଅନ୍ତାଟି ମୋହର ପୁଅ।” ଏହିରୂପେ ସେମାନେ ରାଜାଙ୍କ ଛାମୁରେ ଗୁହାରି କଲେ।
ויאמר המלך זאת אמרת זה בני החי ובנך המת וזאת אמרת לא כי בנך המת ובני החי׃ 23
ତେବେ ରାଜା କହିଲେ, “ଜଣେ କହୁଛି, ‘ଜୀଅନ୍ତାଟି ମୋହର ପୁଅ ଓ ମଲାଟି ତୁମ୍ଭର ପୁଅ; ପୁଣି, ଅନ୍ୟ ଜଣ କହୁଛି, ନା; ମାତ୍ର, ମଲାଟି ତୁମ୍ଭର ପୁଅ ଓ ଜୀଅନ୍ତାଟି ମୋହର ପୁଅ।’”
ויאמר המלך קחו לי חרב ויבאו החרב לפני המלך׃ 24
ଏଥିରେ ରାଜା କହିଲେ, “ମୋହର ନିକଟକୁ ଗୋଟିଏ ଖଣ୍ଡା ଆଣ।” ତହୁଁ ସେମାନେ ରାଜାଙ୍କ ଛାମୁକୁ ଖଣ୍ଡା ଆଣିଲେ।
ויאמר המלך גזרו את הילד החי לשנים ותנו את החצי לאחת ואת החצי לאחת׃ 25
ତହିଁରେ ରାଜା କହିଲେ, “ଏହି ଜୀଅନ୍ତା ପିଲାକୁ ଦୁଇ ଖଣ୍ଡ କରି ଜଣକୁ ଅଧେ ଓ ଅନ୍ୟ ଜଣକୁ ଅଧେ ଦିଅ।”
ותאמר האשה אשר בנה החי אל המלך כי נכמרו רחמיה על בנה ותאמר בי אדני תנו לה את הילוד החי והמת אל תמיתהו וזאת אמרת גם לי גם לך לא יהיה גזרו׃ 26
ଏଥିରେ ଯେଉଁ ସ୍ତ୍ରୀର ପିଲା ଜୀବିତ ଥିଲା, ତାହାର ଅନ୍ତଃକରଣ ଆପଣା ପୁତ୍ର ପ୍ରତି ସ୍ନେହରେ ଉତ୍ତପ୍ତ ହେଲା, ଏଣୁ ସେ ରାଜାଙ୍କୁ କହିଲା, “ହେ ମୋହର ପ୍ରଭୋ, ଜୀଅନ୍ତା ପିଲାଟି ତାକୁ ଦେଉନ୍ତୁ, କୌଣସିମତେ ତାକୁ ବଧ ନ କରନ୍ତୁ।” ମାତ୍ର, ଅନ୍ୟ ସ୍ତ୍ରୀ କହିଲା, “ସେ ମୋହର ନ ହେଉ କି ତୁମ୍ଭର ନ ହେଉ; ତାକୁ ଦୁଇ ଖଣ୍ଡ କର।”
ויען המלך ויאמר תנו לה את הילוד החי והמת לא תמיתהו היא אמו׃ 27
ସେତେବେଳେ ରାଜା ଉତ୍ତର କରି କହିଲେ, “ଏହାକୁ ଜୀବିତ ବାଳକଟି ଦିଅ, କୌଣସିମତେ ବଧ ନ କର; ସେ ତ ତାହାର ମାତା।”
וישמעו כל ישראל את המשפט אשר שפט המלך ויראו מפני המלך כי ראו כי חכמת אלהים בקרבו לעשות משפט׃ 28
ଆଉ ସମଗ୍ର ଇସ୍ରାଏଲ ରାଜାଙ୍କର ଏହି ବିଚାରର ନିଷ୍ପତ୍ତି ବିଷୟ ଶୁଣି ରାଜାଙ୍କୁ ଭୟ କଲେ; କାରଣ, ସେମାନେ ଦେଖିଲେ ଯେ, ବିଚାର କରିବା ନିମନ୍ତେ ତାଙ୍କର ଅନ୍ତରରେ ପରମେଶ୍ୱର ଦତ୍ତ ଜ୍ଞାନ ଅଛି।

< מלכים א 3 >