< דברי הימים א 22 >

ויאמר דויד זה הוא בית יהוה האלהים וזה מזבח לעלה לישראל׃ 1
ସେତେବେଳେ ଦାଉଦ କହିଲେ, “ଏହି ଗୃହ ସଦାପ୍ରଭୁ ପରମେଶ୍ୱରଙ୍କର ଓ ଏହି ହୋମବଳିର ବେଦି ଇସ୍ରାଏଲର।”
ויאמר דויד לכנוס את הגרים אשר בארץ ישראל ויעמד חצבים לחצוב אבני גזית לבנות בית האלהים׃ 2
ଏଥିଉତ୍ତାରେ ଦାଉଦ ଇସ୍ରାଏଲ-ଦେଶସ୍ଥ ବିଦେଶୀମାନଙ୍କୁ ଏକତ୍ର କରିବାକୁ ଆଜ୍ଞା ଦେଲେ; ପୁଣି, ପରମେଶ୍ୱରଙ୍କ ଗୃହ ନିର୍ମାଣ କରିବା ପାଇଁ ଖୋଦିତ ପ୍ରସ୍ତର ପ୍ରସ୍ତୁତ କରିବାକୁ ରାଜମିସ୍ତ୍ରୀମାନଙ୍କୁ ନିଯୁକ୍ତ କଲେ।
וברזל לרב למסמרים לדלתות השערים ולמחברות הכין דויד ונחשת לרב אין משקל׃ 3
ଆଉ, ଦାଉଦ ଦ୍ୱାର-କବାଟର କଣ୍ଟା ନିମନ୍ତେ ଓ କବ୍‌ଜା ନିମନ୍ତେ ଅଧିକ ପରିମାଣର ଲୁହା ଓ ଅପରିମିତ ଅଧିକ ପରିମାଣର ପିତ୍ତଳ ପ୍ରସ୍ତୁତ କଲେ।
ועצי ארזים לאין מספר כי הביאו הצידנים והצרים עצי ארזים לרב לדויד׃ 4
ଆଉ, ଅସଂଖ୍ୟ ଏରସ କାଷ୍ଠ ପ୍ରସ୍ତୁତ କଲେ, କାରଣ ସୀଦୋନୀୟ ଓ ସୋରୀୟ ଲୋକମାନେ ଦାଉଦଙ୍କ ନିକଟକୁ ଅଧିକ ପରିମାଣର ଏରସ କାଷ୍ଠ ଆଣିଲେ।
ויאמר דויד שלמה בני נער ורך והבית לבנות ליהוה להגדיל למעלה לשם ולתפארת לכל הארצות אכינה נא לו ויכן דויד לרב לפני מותו׃ 5
ଆଉ ଦାଉଦ କହିଲେ, “ମୋʼ ପୁତ୍ର ଶଲୋମନ ଅଳ୍ପ ବୟସ୍କ ଓ କୋମଳ, ପୁଣି, ସଦାପ୍ରଭୁଙ୍କ ନିମନ୍ତେ ଯେଉଁ ଗୃହ ନିର୍ମାଣ କରାଯିବ, ତାହା କୀର୍ତ୍ତି ଓ ଗୌରବ ସକାଶୁ ସମଗ୍ର ଦେଶରେ ଅତିଶୟ ପ୍ରତାପାନ୍ୱିତ ହେବ; ଏହେତୁ ମୁଁ ତହିଁ ପାଇଁ ଆୟୋଜନ କରିବି।” ଏହିପରି ଦାଉଦ ଆପଣା ମୃତ୍ୟୁୁ ପୂର୍ବେ ଅଧିକ ପ୍ରଚୁର ପରିମାଣରେ ରୂପେ ଆୟୋଜନ କଲେ।
ויקרא לשלמה בנו ויצוהו לבנות בית ליהוה אלהי ישראל׃ 6
ଏଥିଉତ୍ତାରେ ଦାଉଦ ଆପଣା ପୁତ୍ର ଶଲୋମନଙ୍କୁ ଡକାଇ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ନିମନ୍ତେ ଗୃହ ନିର୍ମାଣ କରିବାକୁ ଆଜ୍ଞା ଦେଲେ।
ויאמר דויד לשלמה בנו אני היה עם לבבי לבנות בית לשם יהוה אלהי׃ 7
ଆଉ, ଦାଉଦ ଆପଣା ପୁତ୍ର ଶଲୋମନଙ୍କୁ କହିଲେ, “ସଦାପ୍ରଭୁ ଆମ୍ଭ ପରମେଶ୍ୱରଙ୍କ ନାମ ଉଦ୍ଦେଶ୍ୟରେ ଗୋଟିଏ ଗୃହ ନିର୍ମାଣ କରିବା ମୋହର ମନସ୍ଥ ଥିଲା।
ויהי עלי דבר יהוה לאמר דם לרב שפכת ומלחמות גדלות עשית לא תבנה בית לשמי כי דמים רבים שפכת ארצה לפני׃ 8
ମାତ୍ର, ସଦାପ୍ରଭୁଙ୍କର ଏହି ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା, ‘ତୁମ୍ଭେ ଅଧିକ ପରିମାଣର ରକ୍ତପାତ ଓ ବଡ଼ ବଡ଼ ଯୁଦ୍ଧ କରିଅଛ; ତୁମ୍ଭେ ଆମ୍ଭ ନାମ ଉଦ୍ଦେଶ୍ୟରେ ଗୃହ ନିର୍ମାଣ କରିବ ନାହିଁ, କାରଣ ତୁମ୍ଭେ ଆମ୍ଭ ସାକ୍ଷାତରେ ଭୂମିରେ ଅଧିକ ପରିମାଣର ରକ୍ତପାତ କରିଅଛ।
הנה בן נולד לך הוא יהיה איש מנוחה והנחותי לו מכל אויביו מסביב כי שלמה יהיה שמו ושלום ושקט אתן על ישראל בימיו׃ 9
ଦେଖ, ତୁମ୍ଭର ଏକ ପୁତ୍ର ଜାତ ହେବ, ସେ ବିଶ୍ରାମପ୍ରାପ୍ତ ମନୁଷ୍ୟ ହେବ; ପୁଣି, ଆମ୍ଭେ ତାହାର ଚତୁର୍ଦ୍ଦିଗସ୍ଥ ସମସ୍ତ ଶତ୍ରୁଠାରୁ ତାହାକୁ ବିଶ୍ରାମ ଦେବା; କାରଣ ତାହାର ନାମ ଶଲୋମନ ହେବ ଓ ଆମ୍ଭେ ତାହାର ସମୟରେ ଇସ୍ରାଏଲକୁ ଶାନ୍ତି ଓ ନିର୍ବିଘ୍ନତା ଦେବା;
הוא יבנה בית לשמי והוא יהיה לי לבן ואני לו לאב והכינותי כסא מלכותו על ישראל עד עולם׃ 10
ସେ ଆମ୍ଭ ନାମ ପାଇଁ ଗୃହ ନିର୍ମାଣ କରିବ; ସେ ଆମ୍ଭର ପୁତ୍ର ହେବ ଓ ଆମ୍ଭେ ତାହାର ପିତା ହେବା; ପୁଣି, ଆମ୍ଭେ ଇସ୍ରାଏଲ ଉପରେ ତାହାର ରାଜସିଂହାସନ ଅନନ୍ତକାଳ ସ୍ଥାପନ କରିବା।’
עתה בני יהי יהוה עמך והצלחת ובנית בית יהוה אלהיך כאשר דבר עליך׃ 11
ଏବେ ହେ ମୋହର ପୁତ୍ର, ସଦାପ୍ରଭୁ ତୁମ୍ଭର ସହବର୍ତ୍ତୀ ହେଉନ୍ତୁ; ତୁମ୍ଭେ କୃତକାର୍ଯ୍ୟ ହୁଅ ଓ ତୁମ୍ଭ ବିଷୟରେ ଉକ୍ତ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ବାକ୍ୟାନୁସାରେ ତାହାଙ୍କର ଗୃହ ନିର୍ମାଣ କର।
אך יתן לך יהוה שכל ובינה ויצוך על ישראל ולשמור את תורת יהוה אלהיך׃ 12
କେବଳ ସଦାପ୍ରଭୁ ତୁମ୍ଭକୁ ବୁଦ୍ଧି ଓ ବିବେଚନା ଦିଅନ୍ତୁ ଓ ଇସ୍ରାଏଲ ଉପରେ ତୁମ୍ଭକୁ ନିଯୁକ୍ତ କରନ୍ତୁ; ତାହାହେଲେ, ତୁମ୍ଭେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କର ବ୍ୟବସ୍ଥା ପାଳନ କରି ପାରିବ।
אז תצליח אם תשמור לעשות את החקים ואת המשפטים אשר צוה יהוה את משה על ישראל חזק ואמץ אל תירא ואל תחת׃ 13
ସଦାପ୍ରଭୁ ଇସ୍ରାଏଲ ନିମନ୍ତେ ମୋଶାଙ୍କୁ ଯେଉଁ ଯେଉଁ ବିଧି ଓ ଶାସନ ଦେଇଅଛନ୍ତି, ସେହି ସବୁ ଯଦି ତୁମ୍ଭେ ପାଳିବାକୁ ମନୋଯୋଗ କରିବ, ତେବେ ତୁମ୍ଭେ କୃତକାର୍ଯ୍ୟ ହେବ; ବଳବାନ ଓ ସାହସିକ ହୁଅ; ଭୀତ କି ନିରାଶ ନ ହୁଅ।
והנה בעניי הכינותי לבית יהוה זהב ככרים מאה אלף וכסף אלף אלפים ככרים ולנחשת ולברזל אין משקל כי לרב היה ועצים ואבנים הכינותי ועליהם תוסיף׃ 14
ଆଉ ଦେଖ, ମୁଁ ଆପଣା କଷ୍ଟରେ ସଦାପ୍ରଭୁଙ୍କ ଗୃହ ନିମନ୍ତେ ଏକ ଲକ୍ଷ ତାଳନ୍ତ ସୁନା ଓ ଦଶ ଲକ୍ଷ ତାଳନ୍ତ ରୂପା; ଆଉ ଅପରିମିତ ଅଧିକ ପରିମାଣର ପିତ୍ତଳ ଓ ଲୁହା ଆୟୋଜନ କରିଅଛି; ମଧ୍ୟ କଡ଼ି ଓ ପ୍ରସ୍ତର ପ୍ରସ୍ତୁତ କରିଅଛି, ତୁମ୍ଭେ ସେଥିରେ ଆହୁରି ଯୋଗ କରିବ।
ועמך לרב עשי מלאכה חצבים וחרשי אבן ועץ וכל חכם בכל מלאכה׃ 15
ଆହୁରି, ତୁମ୍ଭ ନିକଟରେ ଅନେକ ଶିଳ୍ପକାର ଓ ପଥର-କଟାଳି, ପୁଣି, ପଥର ଓ କାଷ୍ଠର କର୍ମକାର ଓ ସର୍ବପ୍ରକାର କର୍ମରେ ବହୁତ ନିପୁଣ ଲୋକ ଅଛନ୍ତି;
לזהב לכסף ולנחשת ולברזל אין מספר קום ועשה ויהי יהוה עמך׃ 16
ସୁନା, ରୂପା ଓ ପିତ୍ତଳ ଓ ଲୁହାର କିଛି ସଂଖ୍ୟା ନାହିଁ; ଉଠ, କର୍ମ କର ଓ ସଦାପ୍ରଭୁ ତୁମ୍ଭର ସହବର୍ତ୍ତୀ ହେଉନ୍ତୁ।”
ויצו דויד לכל שרי ישראל לעזר לשלמה בנו׃ 17
ମଧ୍ୟ ଦାଉଦ ଇସ୍ରାଏଲର ସମସ୍ତ ଅଧିପତିଙ୍କୁ ଆପଣା ପୁତ୍ର ଶଲୋମନଙ୍କର ସାହାଯ୍ୟ କରିବାକୁ ଆଜ୍ଞା ଦେଇ କହିଲେ,
הלא יהוה אלהיכם עמכם והניח לכם מסביב כי נתן בידי את ישבי הארץ ונכבשה הארץ לפני יהוה ולפני עמו׃ 18
“ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର କʼଣ ତୁମ୍ଭମାନଙ୍କର ସହବର୍ତ୍ତୀ ନୁହନ୍ତି? ଓ ସେ କʼଣ ଚତୁର୍ଦ୍ଦିଗରେ ତୁମ୍ଭମାନଙ୍କୁ ବିଶ୍ରାମ ଦେଇ ନାହାନ୍ତି? ସେ ଦେଶ ନିବାସୀମାନଙ୍କୁ ମୋʼ ହସ୍ତରେ ସମର୍ପଣ କରିଅଛନ୍ତି; ଆଉ ସଦାପ୍ରଭୁଙ୍କ ଓ ତାହାଙ୍କ ଲୋକମାନଙ୍କ ସମ୍ମୁଖରେ ଦେଶ ବଶୀଭୂତ ରହିଅଛି।
עתה תנו לבבכם ונפשכם לדרוש ליהוה אלהיכם וקומו ובנו את מקדש יהוה האלהים להביא את ארון ברית יהוה וכלי קדש האלהים לבית הנבנה לשם יהוה׃ 19
ଏଣୁ, ଏବେ ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କର ଅନ୍ୱେଷଣ କରିବା ପାଇଁ ଆପଣା ଆପଣା ଅନ୍ତଃକରଣ ଓ ପ୍ରାଣ ନିବେଶ କର; ଆଉ ଉଠ, ସଦାପ୍ରଭୁଙ୍କ ନାମ ଉଦ୍ଦେଶ୍ୟରେ ଯେଉଁ ଗୃହ ନିର୍ମିତ ହେବ, ସେଠାକୁ ସଦାପ୍ରଭୁଙ୍କ ନିୟମ-ସିନ୍ଦୁକ ଓ ପରମେଶ୍ୱରଙ୍କ ପବିତ୍ର ପାତ୍ରସକଳ ଆଣିବା ପାଇଁ ସଦାପ୍ରଭୁ ପରମେଶ୍ୱରଙ୍କର ଆବାସ ନିର୍ମାଣ କର।”

< דברי הימים א 22 >