< יְחֶזְקֵאל 28 >
וַיְהִ֥י דְבַר־יְהוָ֖ה אֵלַ֥י לֵאמֹֽר׃ | 1 |
ସଦାପ୍ରଭୁଙ୍କର ବାକ୍ୟ ପୁନର୍ବାର ମୋʼ ନିକଟରେ ଉପସ୍ଥିତ ହେଲା ଏବଂ ସେ କହିଲେ,
בֶּן־אָדָ֡ם אֱמֹר֩ לִנְגִ֨יד צֹ֜ר כֹּֽה־אָמַ֣ר ׀ אֲדֹנָ֣י יְהֹוִ֗ה יַ֣עַן גָּבַ֤הּ לִבְּךָ֙ וַתֹּ֙אמֶר֙ אֵ֣ל אָ֔נִי מוֹשַׁ֧ב אֱלֹהִ֛ים יָשַׁ֖בְתִּי בְּלֵ֣ב יַמִּ֑ים וְאַתָּ֤ה אָדָם֙ וְֽלֹא־אֵ֔ל וַתִּתֵּ֥ן לִבְּךָ֖ כְּלֵ֥ב אֱלֹהִֽים׃ | 2 |
“ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ ସୋରର ଅଧିପତିକୁ କୁହ, ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି: ତୁମ୍ଭର ଚିତ୍ତ ଗର୍ବିତ ହୋଇଅଛି ଓ ତୁମ୍ଭେ କହିଅଛ, ‘ମୁଁ ଈଶ୍ୱର ଅଟେ, ମୁଁ ସମୁଦ୍ରମାନଙ୍କ ମଧ୍ୟସ୍ଥାନରେ ଈଶ୍ୱରଙ୍କ ଆସନରେ ବସିଅଛି,’ ମାତ୍ର ତୁମ୍ଭେ ଆପଣା ଚିତ୍ତକୁ ଈଶ୍ୱରଙ୍କ ଚିତ୍ତ ତୁଲ୍ୟ ବୋଲି ମଣିଲେ ହେଁ ତୁମ୍ଭେ ତ ଈଶ୍ୱର ନୁହଁ, ମନୁଷ୍ୟ ମାତ୍ର ଅଟ।
הִנֵּ֥ה חָכָ֛ם אַתָּ֖ה מִדָּֽנִיֵּ֑אל כָּל־סָת֖וּם לֹ֥א עֲמָמֽוּךָ׃ | 3 |
ଦେଖ, ତୁମ୍ଭେ ଦାନିୟେଲ ଅପେକ୍ଷା ଜ୍ଞାନୀ; କୌଣସି ନିଗୂଢ଼ କଥା ଲୋକମାନେ ତୁମ୍ଭଠାରୁ ଗୋପନ କରି ନ ପାରନ୍ତି:
בְּחָכְמָֽתְךָ֙ וּבִתְבוּנָ֣תְךָ֔ עָשִׂ֥יתָ לְּךָ֖ חָ֑יִל וַתַּ֛עַשׂ זָהָ֥ב וָכֶ֖סֶף בְּאוֹצְרוֹתֶֽיךָ׃ | 4 |
ତୁମ୍ଭେ ଆପଣା ଜ୍ଞାନ ଓ ବୁଦ୍ଧି ଦ୍ୱାରା ଧନ ପ୍ରାପ୍ତ ହୋଇଅଛ ଓ ଆପଣା ଭଣ୍ଡାରରେ ସୁନା ଓ ରୂପା ସଞ୍ଚୟ କରିଅଛ;
בְּרֹ֧ב חָכְמָתְךָ֛ בִּרְכֻלָּתְךָ֖ הִרְבִּ֣יתָ חֵילֶ֑ךָ וַיִּגְבַּ֥הּ לְבָבְךָ֖ בְּחֵילֶֽךָ׃ ס | 5 |
ତୁମ୍ଭେ ଆପଣାର ମହା ଜ୍ଞାନ ଦ୍ୱାରା ଓ ବାଣିଜ୍ୟ ଦ୍ୱାରା ଆପଣାର ଧନ ବଢ଼ାଇଅଛ, ଆଉ ତୁମ୍ଭର ଧନ ସକାଶୁ ତୁମ୍ଭର ଚିତ୍ତ ଗର୍ବିତ ହୋଇଅଛି।
לָכֵ֕ן כֹּ֥ה אָמַ֖ר אֲדֹנָ֣י יְהוִ֑ה יַ֛עַן תִּתְּךָ֥ אֶת־לְבָבְךָ֖ כְּלֵ֥ב אֱלֹהִֽים׃ | 6 |
ଏଥିପାଇଁ ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭେ ଆପଣା ଚିତ୍ତକୁ ଈଶ୍ୱରଙ୍କ ଚିତ୍ତ ତୁଲ୍ୟ ବୋଲି ମଣିବା ସକାଶୁ,
לָכֵ֗ן הִנְנִ֨י מֵבִ֤יא עָלֶ֙יךָ֙ זָרִ֔ים עָרִיצֵ֖י גּוֹיִ֑ם וְהֵרִ֤יקוּ חַרְבוֹתָם֙ עַל־יְפִ֣י חָכְמָתֶ֔ךָ וְחִלְּל֖וּ יִפְעָתֶֽךָ׃ | 7 |
ଦେଖ, ଆମ୍ଭେ ବିଦେଶୀୟମାନଙ୍କୁ, ଗୋଷ୍ଠୀଗଣ ମଧ୍ୟରେ ଭୟଙ୍କର ଲୋକମାନଙ୍କୁ ତୁମ୍ଭ ବିରୁଦ୍ଧରେ ଆଣିବା; ତହିଁରେ ସେମାନେ ତୁମ୍ଭର ଜ୍ଞାନରୂପ ସୌନ୍ଦର୍ଯ୍ୟର ପ୍ରତିକୂଳରେ ଆପଣା ଆପଣା ଖଡ୍ଗ ନିଷ୍କୋଷ କରିବେ ଓ ତୁମ୍ଭର ଶୋଭା ଭ୍ରଷ୍ଟ କରିବେ।
לַשַּׁ֖חַת יֽוֹרִד֑וּךָ וָמַ֛תָּה מְמוֹתֵ֥י חָלָ֖ל בְּלֵ֥ב יַמִּֽים׃ | 8 |
ସେମାନେ ତୁମ୍ଭକୁ ଗର୍ତ୍ତକୁ ଓହ୍ଲାଇ ଆଣିବେ ଓ ତୁମ୍ଭେ ସମୁଦ୍ରମାନଙ୍କର ମଧ୍ୟସ୍ଥାନରେ ହତ ଲୋକମାନଙ୍କ ମୃତ୍ୟୁୁ ତୁଲ୍ୟ ମୃତ୍ୟୁୁଭୋଗ କରିବ।
הֶאָמֹ֤ר תֹּאמַר֙ אֱלֹהִ֣ים אָ֔נִי לִפְנֵ֖י הֹֽרְגֶ֑ךָ וְאַתָּ֥ה אָדָ֛ם וְלֹא־אֵ֖ל בְּיַ֥ד מְחַלְלֶֽיךָ׃ | 9 |
ତଥାପି ତୁମ୍ଭେ କି ଆପଣା ବଧକାରୀର ସାକ୍ଷାତରେ କହିବ, ‘ମୁଁ ଈଶ୍ୱର?’ ମାତ୍ର ତୁମ୍ଭେ ତ ଆପଣା ଆଘାତକାରୀର ହସ୍ତରେ ମନୁଷ୍ୟ ମାତ୍ର ଅଟ, ଈଶ୍ୱର ନୁହଁ।
מוֹתֵ֧י עֲרֵלִ֛ים תָּמ֖וּת בְּיַד־זָרִ֑ים כִּ֚י אֲנִ֣י דִבַּ֔רְתִּי נְאֻ֖ם אֲדֹנָ֥י יְהוִֽה׃ ס | 10 |
ତୁମ୍ଭେ ବିଦେଶୀୟମାନଙ୍କ ହସ୍ତରେ ଅସୁନ୍ନତ ଲୋକମାନଙ୍କ ତୁଲ୍ୟ ମରିବ; କାରଣ ଆମ୍ଭେ ଏହା କହିଅଛୁ, ଏହା ପ୍ରଭୁ, ସଦାପ୍ରଭୁ କହନ୍ତି।”
וַיְהִ֥י דְבַר־יְהוָ֖ה אֵלַ֥י לֵאמֹֽר׃ | 11 |
ଆହୁରି ସଦାପ୍ରଭୁଙ୍କର ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା ଏବଂ ସେ କହିଲେ,
בֶּן־אָדָ֕ם שָׂ֥א קִינָ֖ה עַל־מֶ֣לֶךְ צ֑וֹר וְאָמַ֣רְתָּ לּ֗וֹ כֹּ֤ה אָמַר֙ אֲדֹנָ֣י יְהוִ֔ה אַתָּה֙ חוֹתֵ֣ם תָּכְנִ֔ית מָלֵ֥א חָכְמָ֖ה וּכְלִ֥יל יֹֽפִי׃ | 12 |
“ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ ସୋରର ରାଜା ବିଷୟରେ ବିଳାପ କର ଓ ତାହାକୁ କୁହ, ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି। ତୁମ୍ଭେ ଜ୍ଞାନରେ ପୂର୍ଣ୍ଣ ଓ ସୌନ୍ଦର୍ଯ୍ୟରେ ସିଦ୍ଧ, ଉଭୟର ମୁଦ୍ରାଙ୍କ କରୁଅଛ।
בְּעֵ֨דֶן גַּן־אֱלֹהִ֜ים הָיִ֗יתָ כָּל־אֶ֨בֶן יְקָרָ֤ה מְסֻכָתֶ֙ךָ֙ אֹ֣דֶם פִּטְדָ֞ה וְיָהֲלֹ֗ם תַּרְשִׁ֥ישׁ שֹׁ֙הַם֙ וְיָ֣שְׁפֵ֔ה סַפִּ֣יר נֹ֔פֶךְ וּבָרְקַ֖ת וְזָהָ֑ב מְלֶ֨אכֶת תֻּפֶּ֤יךָ וּנְקָבֶ֙יךָ֙ בָּ֔ךְ בְּי֥וֹם הִבָּרַאֲךָ֖ כּוֹנָֽנוּ׃ | 13 |
ତୁମ୍ଭେ ପରମେଶ୍ୱରଙ୍କ ଉଦ୍ୟାନ ଏଦନରେ ଥିଲ; ଚୁଣୀ, ପୀତମଣି ଓ ହୀରକ, ବୈଦୁର୍ଯ୍ୟମଣି, ଗୋମେଦକ ଓ ସୂର୍ଯ୍ୟକାନ୍ତ, ନୀଳକାନ୍ତ, ପଦ୍ମରାଗ ଓ ମରକତ ଆଦି ଯାବତୀୟ ବହୁମୂଲ୍ୟ ପ୍ରସ୍ତର ଓ ସୁବର୍ଣ୍ଣ ତୁମ୍ଭର ଆଚ୍ଛାଦନ ଥିଲା; ତୁମ୍ଭର ତବଲ ଓ ବଂଶୀର ଶିଳ୍ପକାର୍ଯ୍ୟ ତୁମ୍ଭ ମଧ୍ୟରେ ଥିଲା; ତୁମ୍ଭେ ସୃଷ୍ଟ ହେବା ଦିନ ସେହି ସବୁ ପ୍ରସ୍ତୁତ ହୋଇଥିଲା।
אַ֨תְּ־כְּר֔וּב מִמְשַׁ֖ח הַסּוֹכֵ֑ךְ וּנְתַתִּ֗יךָ בְּהַ֨ר קֹ֤דֶשׁ אֱלֹהִים֙ הָיִ֔יתָ בְּת֥וֹךְ אַבְנֵי־אֵ֖שׁ הִתְהַלָּֽכְתָּ׃ | 14 |
ତୁମ୍ଭେ ଆଚ୍ଛାଦନକାରୀ ଅଭିଷିକ୍ତ କିରୂବ ଥିଲ; ପୁଣି, ଆମ୍ଭେ ତୁମ୍ଭକୁ ସ୍ଥାପନ କଲୁ, ତହିଁରେ ତୁମ୍ଭେ ପରମେଶ୍ୱରଙ୍କ ପବିତ୍ର ପର୍ବତ ଉପରେ ଥିଲ; ତୁମ୍ଭେ ଅଗ୍ନିମୟ ପ୍ରସ୍ତରସକଳର ମଧ୍ୟରେ ଗମନାଗମନ କଲ।
תָּמִ֤ים אַתָּה֙ בִּדְרָכֶ֔יךָ מִיּ֖וֹם הִבָּֽרְאָ֑ךְ עַד־נִמְצָ֥א עַוְלָ֖תָה בָּֽךְ׃ | 15 |
ତୁମ୍ଭ ମଧ୍ୟରେ ଅଧର୍ମ ଦେଖାଯିବା ପର୍ଯ୍ୟନ୍ତ ତୁମ୍ଭେ ଆପଣା ସୃଷ୍ଟି ଦିନଠାରୁ ଆପଣା ଆଚରଣରେ ସିଦ୍ଧ ଥିଲ।
בְּרֹ֣ב רְכֻלָּתְךָ֗ מָל֧וּ תוֹכְךָ֛ חָמָ֖ס וַֽתֶּחֱטָ֑א וָאֶחַלֶּלְךָ֩ מֵהַ֨ר אֱלֹהִ֤ים וָֽאַבֶּדְךָ֙ כְּר֣וּב הַסֹּכֵ֔ךְ מִתּ֖וֹךְ אַבְנֵי־אֵֽשׁ׃ | 16 |
ତୁମ୍ଭ ବାଣିଜ୍ୟର ବାହୁଲ୍ୟରେ ସେମାନେ ତୁମ୍ଭ ଆଭ୍ୟନ୍ତର ଦୌରାତ୍ମ୍ୟରେ ପରିପୂର୍ଣ୍ଣ କଲେ, ଆଉ ତୁମ୍ଭେ ପାପ କରିଅଛ; ଏଥିପାଇଁ ଆମ୍ଭେ ଅଶୁଚି ବସ୍ତୁ ତୁଲ୍ୟ ତୁମ୍ଭକୁ ପରମେଶ୍ୱରଙ୍କ ପର୍ବତରୁ ପକାଇ ଦେଇଅଛୁ; ଆଉ ହେ ଆଚ୍ଛାଦନକାରୀ କିରୂବ, ଅଗ୍ନିମୟ ପ୍ରସ୍ତରସକଳର ମଧ୍ୟରୁ ଆମ୍ଭେ ତୁମ୍ଭକୁ ବିନାଶ କରିଅଛୁ।
גָּבַ֤הּ לִבְּךָ֙ בְּיָפְיֶ֔ךָ שִׁחַ֥תָּ חָכְמָתְךָ֖ עַל־יִפְעָתֶ֑ךָ עַל־אֶ֣רֶץ הִשְׁלַכְתִּ֗יךָ לִפְנֵ֧י מְלָכִ֛ים נְתַתִּ֖יךָ לְרַ֥אֲוָה בָֽךְ׃ | 17 |
ତୁମ୍ଭର ସୌନ୍ଦର୍ଯ୍ୟ ସକାଶୁ ତୁମ୍ଭର ଚିତ୍ତ ଗର୍ବିତ ହୋଇଅଛି, ତୁମ୍ଭେ ଆପଣାର ଶୋଭା ସକାଶୁ ନିଜ ଜ୍ଞାନ ଭ୍ରଷ୍ଟ କରିଅଛ; ଆମ୍ଭେ ତୁମ୍ଭକୁ ଭୂମିରେ ନିକ୍ଷେପ କରିଅଛୁ, ରାଜାମାନେ ଯେପରି ତୁମ୍ଭକୁ ଦେଖିବେ, ଏଥିପାଇଁ ଆମ୍ଭେ ସେମାନଙ୍କ ସମ୍ମୁଖରେ ତୁମ୍ଭକୁ ରଖିଅଛୁ।
מֵרֹ֣ב עֲוֹנֶ֗יךָ בְּעֶ֙וֶל֙ רְכֻלָּ֣תְךָ֔ חִלַּ֖לְתָּ מִקְדָּשֶׁ֑יךָ וָֽאוֹצִא־אֵ֤שׁ מִתּֽוֹכְךָ֙ הִ֣יא אֲכָלַ֔תְךָ וָאֶתֶּנְךָ֤ לְאֵ֙פֶר֙ עַל־הָאָ֔רֶץ לְעֵינֵ֖י כָּל־רֹאֶֽיךָ׃ | 18 |
ତୁମ୍ଭେ ଆପଣାର ଅଧର୍ମର ବାହୁଲ୍ୟରେ, ନିଜ ବାଣିଜ୍ୟ ବିଷୟକ ଅନ୍ୟାୟ ଦ୍ୱାରା ଆପଣାର ପବିତ୍ର ସ୍ଥାନସକଳ ଅପବିତ୍ର କରିଅଛ; ଏଥିପାଇଁ ଆମ୍ଭେ ତୁମ୍ଭ ମଧ୍ୟରୁ ଅଗ୍ନି ବାହାର କରି ଆଣିଅଛୁ, ତାହା ତୁମ୍ଭକୁ ଗ୍ରାସ କରିଅଛି, ପୁଣି, ଆମ୍ଭେ ତୁମ୍ଭକୁ ଦର୍ଶନକାରୀ ସକଳର ସାକ୍ଷାତରେ ଭୂମିରେ ଭସ୍ମ କରିଅଛୁ।
כָּל־יוֹדְעֶ֙יךָ֙ בָּֽעַמִּ֔ים שָׁמְמ֖וּ עָלֶ֑יךָ בַּלָּה֣וֹת הָיִ֔יתָ וְאֵינְךָ֖ עַד־עוֹלָֽם׃ פ | 19 |
ଗୋଷ୍ଠୀଗଣ ମଧ୍ୟରେ ଯେଉଁମାନେ ତୁମ୍ଭକୁ ଜାଣନ୍ତି, ସେମାନେ ସମସ୍ତେ ତୁମ୍ଭ ବିଷୟରେ ବିସ୍ମୟାପନ୍ନ ହେବେ; ତୁମ୍ଭେ ଭୟଙ୍କର ହୋଇଅଛ ଓ ତୁମ୍ଭେ ଆଉ କେବେ ନ ଥିବ।”
וַיְהִ֥י דְבַר־יְהוָ֖ה אֵלַ֥י לֵאמֹֽר׃ | 20 |
ଏଥିଉତ୍ତାରେ ସଦାପ୍ରଭୁଙ୍କର ଏହି ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା,
בֶּן־אָדָ֕ם שִׂ֥ים פָּנֶ֖יךָ אֶל־צִיד֑וֹן וְהִנָּבֵ֖א עָלֶֽיהָ׃ | 21 |
“ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ ସୀଦୋନ ପ୍ରତି ଆପଣା ମୁଖ ରଖି ତାହା ବିରୁଦ୍ଧରେ ଭବିଷ୍ୟଦ୍ବାକ୍ୟ ପ୍ରଚାର କର;
וְאָמַרְתָּ֗ כֹּ֤ה אָמַר֙ אֲדֹנָ֣י יְהוִ֔ה הִנְנִ֤י עָלַ֙יִךְ֙ צִיד֔וֹן וְנִכְבַּדְתִּ֖י בְּתוֹכֵ֑ךְ וְֽיָדְע֞וּ כִּֽי־אֲנִ֣י יְהוָ֗ה בַּעֲשׂ֥וֹתִי בָ֛הּ שְׁפָטִ֖ים וְנִקְדַּ֥שְׁתִּי בָֽהּ׃ | 22 |
ଆଉ କୁହ, ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ହେ ସୀଦୋନ, ଦେଖ, ଆମ୍ଭେ ତୁମ୍ଭର ପ୍ରତିକୂଳ ଅଟୁ; ପୁଣି, ଆମ୍ଭେ ତୁମ୍ଭ ମଧ୍ୟରେ ଗୌରବାନ୍ୱିତ ହେବା; ପୁଣି, ଆମ୍ଭେ ଯେତେବେଳେ ନଗର ମଧ୍ୟରେ ଦଣ୍ଡାଜ୍ଞା ସଫଳ କରିବା ଓ ତହିଁ ମଧ୍ୟରେ ପବିତ୍ର ରୂପେ ପ୍ରତିଷ୍ଠିତ ହେବା, ସେତେବେଳେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ଲୋକମାନେ ଜାଣିବେ।
וְשִׁלַּחְתִּי־בָ֞הּ דֶּ֤בֶר וָדָם֙ בְּח֣וּצוֹתֶ֔יהָ וְנִפְלַ֤ל חָלָל֙ בְּתוֹכָ֔הּ בְּחֶ֥רֶב עָלֶ֖יהָ מִסָּבִ֑יב וְיָדְע֖וּ כִּֽי־אֲנִ֥י יְהוָֽה׃ | 23 |
କାରଣ ଆମ୍ଭେ ନଗର ମଧ୍ୟକୁ ମହାମାରୀ ଓ ତାହାର ସମସ୍ତ ଛକକୁ ରକ୍ତ ପଠାଇବା; ପୁଣି, ତାହାର ଚତୁର୍ଦ୍ଦିଗସ୍ଥିତ ଖଡ୍ଗ ଦ୍ୱାରା ଆହତ ଲୋକମାନେ ତାହା ମଧ୍ୟରେ ପତିତ ହେବେ; ତହିଁରେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ଲୋକମାନେ ଜାଣିବେ।
וְלֹֽא־יִהְיֶ֨ה ע֜וֹד לְבֵ֣ית יִשְׂרָאֵ֗ל סִלּ֤וֹן מַמְאִיר֙ וְק֣וֹץ מַכְאִ֔ב מִכֹּל֙ סְבִ֣יבֹתָ֔ם הַשָּׁאטִ֖ים אוֹתָ֑ם וְיָ֣דְע֔וּ כִּ֥י אֲנִ֖י אֲדֹנָ֥י יְהוִֽה׃ ס | 24 |
ପୁଣି, ଇସ୍ରାଏଲ ବଂଶର ଚତୁର୍ଦ୍ଦିଗସ୍ଥିତ ଯେଉଁ ଲୋକମାନେ ସେମାନଙ୍କୁ ଅବଜ୍ଞା କଲେ, ସେମାନଙ୍କ ମଧ୍ୟରୁ କୌଣସି ଲୋକ ସେମାନଙ୍କର ଶୂଳଜନକ କାନକୋଳି କଣ୍ଟା ଅଥବା ବ୍ୟଥାଦାୟକ କଣ୍ଟକ ଆଉ ନୋହିବ; ତହିଁରେ ଆମ୍ଭେ ଯେ ପ୍ରଭୁ, ସଦାପ୍ରଭୁ ଅଟୁ, ଏହା ସେମାନେ ଜାଣିବେ।
כֹּֽה־אָמַר֮ אֲדֹנָ֣י יְהוִה֒ בְּקַבְּצִ֣י ׀ אֶת־בֵּ֣ית יִשְׂרָאֵ֗ל מִן־הָֽעַמִּים֙ אֲשֶׁ֣ר נָפֹ֣צוּ בָ֔ם וְנִקְדַּ֥שְׁתִּי בָ֖ם לְעֵינֵ֣י הַגּוֹיִ֑ם וְיָֽשְׁבוּ֙ עַל־אַדְמָתָ֔ם אֲשֶׁ֥ר נָתַ֖תִּי לְעַבְדִּ֥י לְיַעֲקֹֽב׃ | 25 |
ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି, ଯେଉଁ ଗୋଷ୍ଠୀଗଣ ମଧ୍ୟରେ ଇସ୍ରାଏଲ ବଂଶ ଛିନ୍ନଭିନ୍ନ ହୋଇଅଛନ୍ତି, ସେମାନଙ୍କ ମଧ୍ୟରୁ ଯେତେବେଳେ ଆମ୍ଭେ ସେମାନଙ୍କୁ ସଂଗ୍ରହ କରିବା ଓ ନାନା ଦେଶୀୟମାନଙ୍କ ସାକ୍ଷାତରେ ସେମାନଙ୍କ ମଧ୍ୟରେ ପବିତ୍ର ରୂପେ ପ୍ରତିପନ୍ନ ହେବା, ସେତେବେଳେ ଆମ୍ଭେ ନିଜ ଦାସ ଯାକୁବକୁ ଯେଉଁ ଦେଶ ଦେଇଥିଲୁ, ସେମାନେ ଆପଣାମାନଙ୍କର ସେହି ଦେଶରେ ବାସ କରିବେ।
וְיָשְׁב֣וּ עָלֶיהָ֮ לָבֶטַח֒ וּבָנ֤וּ בָתִּים֙ וְנָטְע֣וּ כְרָמִ֔ים וְיָשְׁב֖וּ לָבֶ֑טַח בַּעֲשׂוֹתִ֣י שְׁפָטִ֗ים בְּכֹ֨ל הַשָּׁאטִ֤ים אֹתָם֙ מִסְּבִ֣יבוֹתָ֔ם וְיָ֣דְע֔וּ כִּ֛י אֲנִ֥י יְהוָ֖ה אֱלֹהֵיהֶֽם׃ ס | 26 |
ପୁଣି, ସେମାନେ ତହିଁ ମଧ୍ୟରେ ନିରାପଦରେ ବାସ କରିବେ; ହଁ, ଆମ୍ଭେ ସେମାନଙ୍କର ଅବଜ୍ଞାକାରୀ ଚତୁର୍ଦ୍ଦିଗସ୍ଥିତ ସକଳ ଲୋକଙ୍କ ଉପରେ ଦଣ୍ଡାଜ୍ଞା ସଫଳ କଲା ଉତ୍ତାରେ ସେମାନେ ଗୃହ ନିର୍ମାଣ କରିବେ ଓ ଦ୍ରାକ୍ଷାକ୍ଷେତ୍ର ପ୍ରସ୍ତୁତ କରିବେ, ଆଉ ନିରାପଦରେ ବାସ କରିବେ; ତହିଁରେ ଆମ୍ଭେ ଯେ ସଦାପ୍ରଭୁ ସେମାନଙ୍କର ପରମେଶ୍ୱର ଅଟୁ, ଏହା ସେମାନେ ଜାଣିବେ।”