< בראשית 42 >
וַיַּרְא יַעֲקֹב כִּי יֶשׁ־שֶׁבֶר בְּמִצְרָיִם וַיֹּאמֶר יַעֲקֹב לְבָנָיו לָמָּה תִּתְרָאֽוּ׃ | 1 |
ଆଉ ମିସର ଦେଶରେ ଶସ୍ୟ ଅଛି, ଏହି କଥା ଶୁଣି ଯାକୁବ ଆପଣା ପୁତ୍ରମାନଙ୍କୁ କହିଲେ, “ତୁମ୍ଭେମାନେ କାହିଁକି ପରସ୍ପର ପ୍ରତି ଅନାଇ ରହୁଅଛ?”
וַיֹּאמֶר הִנֵּה שָׁמַעְתִּי כִּי יֶשׁ־שֶׁבֶר בְּמִצְרָיִם רְדוּ־שָׁמָּה וְשִׁבְרוּ־לָנוּ מִשָּׁם וְנִחְיֶה וְלֹא נָמֽוּת׃ | 2 |
ସେ ଆହୁରି କହିଲେ, “ଦେଖ, ମୁଁ ଶୁଣିଲି, ମିସର ଦେଶରେ ଶସ୍ୟ ଅଛି; ଏଣୁ ତୁମ୍ଭେମାନେ ସେଠାକୁ ଯାଇ ଆମ୍ଭମାନଙ୍କ ନିମନ୍ତେ ଶସ୍ୟ କିଣି ଆଣ; ତହିଁରେ ଆମ୍ଭେମାନେ ନ ମରି ବଞ୍ଚିବା।”
וַיֵּרְדוּ אֲחֵֽי־יוֹסֵף עֲשָׂרָה לִשְׁבֹּר בָּר מִמִּצְרָֽיִם׃ | 3 |
ଏଥିଉତ୍ତାରେ ଯୋଷେଫଙ୍କର ଦଶ ଭ୍ରାତା ଶସ୍ୟ କିଣିବା ନିମନ୍ତେ ମିସର ଦେଶକୁ ଗଲେ।
וְאֶת־בִּנְיָמִין אֲחִי יוֹסֵף לֹא־שָׁלַח יַעֲקֹב אֶת־אֶחָיו כִּי אָמַר פֶּן־יִקְרָאֶנּוּ אָסֽוֹן׃ | 4 |
ମାତ୍ର ଯାକୁବ ଯୋଷେଫଙ୍କର ସହୋଦର ବିନ୍ୟାମୀନ୍କୁ ଭାଇମାନଙ୍କ ସଙ୍ଗରେ ପଠାଇଲେ ନାହିଁ; କାରଣ ସେ କହିଲେ, “କେଜାଣି ଅବା ଏହାକୁ ବିପତ୍ତି ଘଟେ।”
וַיָּבֹאוּ בְּנֵי יִשְׂרָאֵל לִשְׁבֹּר בְּתוֹךְ הַבָּאִים כִּֽי־הָיָה הָרָעָב בְּאֶרֶץ כְּנָֽעַן׃ | 5 |
ସେତେବେଳେ ସେଠାକୁ ଯିବା ଲୋକମାନଙ୍କ ମଧ୍ୟରେ ଇସ୍ରାଏଲଙ୍କର ପୁତ୍ରମାନେ ଶସ୍ୟ କିଣିବା ନିମନ୍ତେ ଗଲେ; ଯେହେତୁ କିଣାନ ଦେଶରେ ମଧ୍ୟ ଦୁର୍ଭିକ୍ଷ ଥିଲା।
וְיוֹסֵף הוּא הַשַּׁלִּיט עַל־הָאָרֶץ הוּא הַמַּשְׁבִּיר לְכׇל־עַם הָאָרֶץ וַיָּבֹאוּ אֲחֵי יוֹסֵף וַיִּשְׁתַּֽחֲווּ־לוֹ אַפַּיִם אָֽרְצָה׃ | 6 |
ସେହି ସମୟରେ ଯୋଷେଫ ସେହି ଦେଶର ଅଧ୍ୟକ୍ଷ ହେବାରୁ ଦେଶୀୟ ଲୋକ ସମସ୍ତଙ୍କୁ ଶସ୍ୟ ବିକ୍ରୟ କରୁଥିଲେ; ତହିଁରେ ଯୋଷେଫଙ୍କର ଭ୍ରାତୃଗଣ ଆସି ତାଙ୍କୁ ଭୂମିଷ୍ଠ ପ୍ରଣାମ କଲେ।
וַיַּרְא יוֹסֵף אֶת־אֶחָיו וַיַּכִּרֵם וַיִּתְנַכֵּר אֲלֵיהֶם וַיְדַבֵּר אִתָּם קָשׁוֹת וַיֹּאמֶר אֲלֵהֶם מֵאַיִן בָּאתֶם וַיֹּאמְרוּ מֵאֶרֶץ כְּנַעַן לִשְׁבׇּר־אֹֽכֶל׃ | 7 |
ସେତେବେଳେ ଯୋଷେଫ ଆପଣା ଭାଇମାନଙ୍କୁ ଦେଖି ଚିହ୍ନିଲେ, ମାତ୍ର ସେମାନଙ୍କ ଆଗରେ ଅପରିଚିତ ଲୋକ ପରି ବ୍ୟବହାର କରି କଟୁ କଥାରେ କହିଲେ, “ତୁମ୍ଭେମାନେ କେଉଁଠାରୁ ଆସିଅଛ?” ସେମାନେ କହିଲେ, “କିଣାନ ଦେଶରୁ ଖାଦ୍ୟଦ୍ରବ୍ୟ କିଣିବାକୁ ଆସିଅଛୁ।”
וַיַּכֵּר יוֹסֵף אֶת־אֶחָיו וְהֵם לֹא הִכִּרֻֽהוּ׃ | 8 |
ମାତ୍ର ଯୋଷେଫ ଆପଣା ଭାଇମାନଙ୍କୁ ଚିହ୍ନିଲେ ହେଁ ସେମାନେ ତାଙ୍କୁ ଚିହ୍ନି ପାରିଲେ ନାହିଁ।
וַיִּזְכֹּר יוֹסֵף אֵת הַחֲלֹמוֹת אֲשֶׁר חָלַם לָהֶם וַיֹּאמֶר אֲלֵהֶם מְרַגְּלִים אַתֶּם לִרְאוֹת אֶת־עֶרְוַת הָאָרֶץ בָּאתֶֽם׃ | 9 |
ତହୁଁ ଯୋଷେଫ ସେମାନଙ୍କ ବିଷୟରେ ଯେସବୁ ସ୍ୱପ୍ନ ଦେଖିଥିଲେ, ତାହା ସ୍ମରଣ କରି ସେମାନଙ୍କୁ କହିଲେ, “ତୁମ୍ଭେମାନେ ଚୋର ଲୋକ; ଦେଶର ଛିଦ୍ର ଅନୁସନ୍ଧାନ କରିବାକୁ ତୁମ୍ଭେମାନେ ଆସିଅଛ।”
וַיֹּאמְרוּ אֵלָיו לֹא אֲדֹנִי וַעֲבָדֶיךָ בָּאוּ לִשְׁבׇּר־אֹֽכֶל׃ | 10 |
ସେମାନେ କହିଲେ, “ନା ପ୍ରଭୋ, ତାହା ନୁହେଁ, ଆପଣଙ୍କର ଏହି ଦାସମାନେ ଖାଦ୍ୟଦ୍ରବ୍ୟ କିଣିବାକୁ ଆସିଅଛନ୍ତି।
כֻּלָּנוּ בְּנֵי אִישׁ־אֶחָד נָחְנוּ כֵּנִים אֲנַחְנוּ לֹא־הָיוּ עֲבָדֶיךָ מְרַגְּלִֽים׃ | 11 |
ଆମ୍ଭେମାନେ ସମସ୍ତେ ଏକ ବ୍ୟକ୍ତିର ପୁତ୍ର, ଆମ୍ଭେମାନେ ସଚ୍ଚୋଟ ଲୋକ, ଆପଣଙ୍କ ଏହି ଦାସମାନେ ଚୋର ନୁହନ୍ତି।”
וַיֹּאמֶר אֲלֵהֶם לֹא כִּֽי־עֶרְוַת הָאָרֶץ בָּאתֶם לִרְאֽוֹת׃ | 12 |
ତେବେ ସେ ସେମାନଙ୍କୁ କହିଲେ, “ନା, ନା, ତୁମ୍ଭେମାନେ ଦେଶର ଛିଦ୍ର ଅନୁସନ୍ଧାନ କରିବାକୁ ଆସିଅଛ।”
וַיֹּאמְרוּ שְׁנֵים עָשָׂר עֲבָדֶיךָ אַחִים ׀ אֲנַחְנוּ בְּנֵי אִישׁ־אֶחָד בְּאֶרֶץ כְּנָעַן וְהִנֵּה הַקָּטֹן אֶת־אָבִינוּ הַיּוֹם וְהָאֶחָד אֵינֶֽנּוּ׃ | 13 |
ସେମାନେ କହିଲେ, “ଆପଣଙ୍କର ଏହି ଦାସମାନେ ଦ୍ୱାଦଶ ଭ୍ରାତା, କିଣାନ ଦେଶ ନିବାସୀ ଜଣକର ପୁତ୍ର; ଆଉ ଦେଖନ୍ତୁ, ଆମ୍ଭମାନଙ୍କର କନିଷ୍ଠ ଭ୍ରାତା ପିତା ନିକଟରେ ଅଛି, ପୁଣି, ଜଣେ ନାହିଁ।”
וַיֹּאמֶר אֲלֵהֶם יוֹסֵף הוּא אֲשֶׁר דִּבַּרְתִּי אֲלֵכֶם לֵאמֹר מְרַגְּלִים אַתֶּֽם׃ | 14 |
ତହୁଁ ଯୋଷେଫ ସେମାନଙ୍କୁ କହିଲେ, “ଆମ୍ଭେ ତୁମ୍ଭମାନଙ୍କୁ ଚୋର ବୋଲି ଯାହା କହିଲୁ, ତୁମ୍ଭେମାନେ ତାହା ହିଁ ପ୍ରମାଣ।
בְּזֹאת תִּבָּחֵנוּ חֵי פַרְעֹה אִם־תֵּצְאוּ מִזֶּה כִּי אִם־בְּבוֹא אֲחִיכֶם הַקָּטֹן הֵֽנָּה׃ | 15 |
ଏହା ଦ୍ୱାରା ତୁମ୍ଭମାନଙ୍କୁ ପରୀକ୍ଷା କରାଯିବ; ଆମ୍ଭେ ଫାରୋର ଆୟୁର ଶପଥ କରି କହୁଅଛୁ, ତୁମ୍ଭମାନଙ୍କର କନିଷ୍ଠ ଭ୍ରାତା ଏଠାକୁ ନ ଆସିଲେ, ତୁମ୍ଭେମାନେ ଏଠାରୁ ଯାଇ ପାରିବ ନାହିଁ।
שִׁלְחוּ מִכֶּם אֶחָד וְיִקַּח אֶת־אֲחִיכֶם וְאַתֶּם הֵאָסְרוּ וְיִבָּֽחֲנוּ דִּבְרֵיכֶם הַֽאֱמֶת אִתְּכֶם וְאִם־לֹא חֵי פַרְעֹה כִּי מְרַגְּלִים אַתֶּֽם׃ | 16 |
ତୁମ୍ଭମାନଙ୍କ ମଧ୍ୟରୁ ଜଣକୁ ପଠାଅ, ସେ ତୁମ୍ଭ ଭାଇକୁ ଆଣୁ, ତୁମ୍ଭେମାନେ ବନ୍ଦୀ ଥାଅ; ତୁମ୍ଭମାନଙ୍କ କଥା ସତ୍ୟ କି ନାହିଁ, ପରୀକ୍ଷା ହେଲେ ଜଣାଯିବ; ନୋହିଲେ ଆମ୍ଭେ ଫାରୋର ଆୟୁର ଶପଥ କରି କହୁଅଛୁ, ତୁମ୍ଭେମାନେ ଅବଶ୍ୟ ଚୋର ଅଟ।”
וַיֶּאֱסֹף אֹתָם אֶל־מִשְׁמָר שְׁלֹשֶׁת יָמִֽים׃ | 17 |
ତହୁଁ ଯୋଷେଫ ସେମାନଙ୍କୁ ତିନି ଦିନ କାରାଗାରରେ ବନ୍ଦ କରି ରଖିଲେ।
וַיֹּאמֶר אֲלֵהֶם יוֹסֵף בַּיּוֹם הַשְּׁלִישִׁי זֹאת עֲשׂוּ וִֽחְיוּ אֶת־הָאֱלֹהִים אֲנִי יָרֵֽא׃ | 18 |
ପୁଣି, ତୃତୀୟ ଦିନରେ ଯୋଷେଫ ସେମାନଙ୍କୁ କହିଲେ, “ପରମେଶ୍ୱରଙ୍କ ପ୍ରତି ଆମ୍ଭର ଭୟ ଅଛି; ଏଣୁ ଏହି କର୍ମ କର, ତହିଁରେ ବଞ୍ଚିବ।
אִם־כֵּנִים אַתֶּם אֲחִיכֶם אֶחָד יֵאָסֵר בְּבֵית מִשְׁמַרְכֶם וְאַתֶּם לְכוּ הָבִיאוּ שֶׁבֶר רַעֲבוֹן בָּתֵּיכֶֽם׃ | 19 |
ତୁମ୍ଭେମାନେ ଯଦି ସଚ୍ଚୋଟ ଲୋକ, ତେବେ ଆପଣା ମଧ୍ୟରୁ ଏକ ଭାଇକୁ ଏହି କାରାଗାରରେ ବନ୍ଦ ରଖି ଦୁର୍ଭିକ୍ଷ ହେତୁ ଗୃହକୁ ଶସ୍ୟ ଘେନିଯାଅ।
וְאֶת־אֲחִיכֶם הַקָּטֹן תָּבִיאוּ אֵלַי וְיֵאָמְנוּ דִבְרֵיכֶם וְלֹא תָמוּתוּ וַיַּעֲשׂוּ־כֵֽן׃ | 20 |
ମାତ୍ର ତୁମ୍ଭେମାନେ ଆପଣା ସାନ ଭାଇଙ୍କୁ ଆମ୍ଭ ନିକଟକୁ ଆଣ, ତହିଁରେ ତୁମ୍ଭମାନଙ୍କ କଥା ସପ୍ରମାଣ ହେଲେ, ତୁମ୍ଭେମାନେ ମରିବ ନାହିଁ।” ତହୁଁ ସେମାନେ ସେହି ପ୍ରକାର କଲେ।
וַיֹּאמְרוּ אִישׁ אֶל־אָחִיו אֲבָל אֲשֵׁמִים ׀ אֲנַחְנוּ עַל־אָחִינוּ אֲשֶׁר רָאִינוּ צָרַת נַפְשׁוֹ בְּהִתְחַֽנְנוֹ אֵלֵינוּ וְלֹא שָׁמָעְנוּ עַל־כֵּן בָּאָה אֵלֵינוּ הַצָּרָה הַזֹּֽאת׃ | 21 |
ଏଥିଉତ୍ତାରେ ସେମାନେ ପରସ୍ପର କୁହାକୁହି ହେଲେ, “ଆମ୍ଭେମାନେ ଆପଣା ଭାଇ ବିଷୟରେ ନିଶ୍ଚୟ ଅପରାଧୀ ଅଟୁ; ସେ ଆମ୍ଭମାନଙ୍କୁ ବିନତି କରିବା ବେଳେ ଆମ୍ଭେମାନେ ତାହା ପ୍ରାଣର ବ୍ୟାକୁଳତା ଦେଖିଲେ ହେଁ ତାହା ଶୁଣିଲୁ ନାହିଁ, ତେଣୁକରି ଆମ୍ଭମାନଙ୍କୁ ଏହି ବିପତ୍ତି ଘଟିଅଛି।”
וַיַּעַן רְאוּבֵן אֹתָם לֵאמֹר הֲלוֹא אָמַרְתִּי אֲלֵיכֶם ׀ לֵאמֹר אַל־תֶּחֶטְאוּ בַיֶּלֶד וְלֹא שְׁמַעְתֶּם וְגַם־דָּמוֹ הִנֵּה נִדְרָֽשׁ׃ | 22 |
ସେତେବେଳେ ରୁବେନ୍ ସେମାନଙ୍କୁ କହିଲା, “ତୁମ୍ଭେମାନେ ‘ସେହି ବାଳକ ବିଷୟରେ ପାପ କର ନାହିଁ,’ ଏହି କଥା କି ମୁଁ ତୁମ୍ଭମାନଙ୍କୁ କହି ନାହିଁ? ତଥାପି ତୁମ୍ଭେମାନେ ଶୁଣିଲ ନାହିଁ; ଏନିମନ୍ତେ ଦେଖ, ଏବେ ତାହାର ରକ୍ତର ପରିଶୋଧ ନିଆଯାଉଅଛି।”
וְהֵם לֹא יָֽדְעוּ כִּי שֹׁמֵעַ יוֹסֵף כִּי הַמֵּלִיץ בֵּינֹתָֽם׃ | 23 |
ମାତ୍ର ଯୋଷେଫ ଯେ ସେମାନଙ୍କ କଥାବାର୍ତ୍ତା ବୁଝିଲେ, ଏହା ସେମାନେ ଜାଣି ପାରିଲେ ନାହିଁ; କାରଣ ସେ ଦ୍ୱିଭାଷୀ ଦ୍ୱାରା ସେମାନଙ୍କ ସହିତ କଥା କହୁଥିଲେ;
וַיִּסֹּב מֵֽעֲלֵיהֶם וַיֵּבְךְּ וַיָּשׇׁב אֲלֵהֶם וַיְדַבֵּר אֲלֵהֶם וַיִּקַּח מֵֽאִתָּם אֶת־שִׁמְעוֹן וַיֶּאֱסֹר אֹתוֹ לְעֵינֵיהֶֽם׃ | 24 |
ଏଥିଉତ୍ତାରେ ଯୋଷେଫ ସେମାନଙ୍କ ନିକଟରୁ ଯାଇ କ୍ରନ୍ଦନ କଲେ; ପୁନର୍ବାର ଆସି ସେମାନଙ୍କ ସହିତ କଥାବାର୍ତ୍ତା କରି ସେମାନଙ୍କ ମଧ୍ୟରୁ ଶିମୀୟୋନକୁ ଧରି ସେମାନଙ୍କ ସାକ୍ଷାତରେ ବାନ୍ଧିଲେ।
וַיְצַו יוֹסֵף וַיְמַלְאוּ אֶת־כְּלֵיהֶם בָּר וּלְהָשִׁיב כַּסְפֵּיהֶם אִישׁ אֶל־שַׂקּוֹ וְלָתֵת לָהֶם צֵדָה לַדָּרֶךְ וַיַּעַשׂ לָהֶם כֵּֽן׃ | 25 |
ତହୁଁ ଯୋଷେଫ ସେମାନଙ୍କ ପାତ୍ରରେ ଶସ୍ୟପୂର୍ଣ୍ଣ କରି ପ୍ରତ୍ୟେକ ଜଣର ପଟରେ ଟଙ୍କା ଫେରାଇ ଦେବାକୁ ଓ ସେମାନଙ୍କୁ ପାଥେୟ ଦ୍ରବ୍ୟ ଦେବାକୁ ଆଜ୍ଞା ଦେଲେ; ତହିଁରେ ତଦ୍ରୂପ କରାଗଲା,
וַיִּשְׂאוּ אֶת־שִׁבְרָם עַל־חֲמֹרֵיהֶם וַיֵּלְכוּ מִשָּֽׁם׃ | 26 |
ତହୁଁ ସେମାନେ ଆପଣା ଆପଣା ଗଧ ଉପରେ ଶସ୍ୟ ଲଦି ସେଠାରୁ ପ୍ରସ୍ଥାନ କଲେ।
וַיִּפְתַּח הָאֶחָד אֶת־שַׂקּוֹ לָתֵת מִסְפּוֹא לַחֲמֹרוֹ בַּמָּלוֹן וַיַּרְא אֶת־כַּסְפּוֹ וְהִנֵּה־הוּא בְּפִי אַמְתַּחְתּֽוֹ׃ | 27 |
ମାତ୍ର ଉତ୍ତରିବା ସ୍ଥାନରେ ଜଣେ ଗଧକୁ ଆହାର ଦେବା ନିମନ୍ତେ ପଟ ଫିଟାନ୍ତେ, ଆପଣା ଟଙ୍କା ଦେଖିଲା; କାରଣ ପଟ ମୁହଁରେ ଟଙ୍କା ଥିଲା।
וַיֹּאמֶר אֶל־אֶחָיו הוּשַׁב כַּסְפִּי וְגַם הִנֵּה בְאַמְתַּחְתִּי וַיֵּצֵא לִבָּם וַיֶּֽחֶרְדוּ אִישׁ אֶל־אָחִיו לֵאמֹר מַה־זֹּאת עָשָׂה אֱלֹהִים לָֽנוּ׃ | 28 |
ତହିଁରେ ସେ ଭାଇମାନଙ୍କୁ କହିଲା, “ମୋହର ଟଙ୍କା ଫେରି ଆସିଅଛି; ଏହି ଦେଖ, ତାହା ମୋʼ ପଟରେ ଅଛି।” ଏଣୁ ସେମାନଙ୍କର ହଂସା ଉଡ଼ିଗଲା, ଆଉ ସେମାନେ କମ୍ପିତ ହୋଇ ପରସ୍ପର ପ୍ରତି ଅନାଇ କହିଲେ, “ପରମେଶ୍ୱର ଆମ୍ଭମାନଙ୍କର ପ୍ରତି ଏ କି କର୍ମ କରିଅଛନ୍ତି?”
וַיָּבֹאוּ אֶל־יַעֲקֹב אֲבִיהֶם אַרְצָה כְּנָעַן וַיַּגִּידוּ לוֹ אֵת כׇּל־הַקֹּרֹת אֹתָם לֵאמֹֽר׃ | 29 |
ଏଥିଉତ୍ତାରେ ସେମାନେ କିଣାନ ଦେଶରେ ଆପଣା ପିତା ଯାକୁବଙ୍କ ନିକଟରେ ଉପସ୍ଥିତ ହୋଇ ଆପଣାମାନଙ୍କ ପ୍ରତି ଯାହା ଯାହା ଘଟିଥିଲା, ତାହାସବୁ ତାଙ୍କୁ ଜଣାଇ କହିଲେ,
דִּבֶּר הָאִישׁ אֲדֹנֵי הָאָרֶץ אִתָּנוּ קָשׁוֹת וַיִּתֵּן אֹתָנוּ כִּֽמְרַגְּלִים אֶת־הָאָֽרֶץ׃ | 30 |
“ଯେଉଁ ବ୍ୟକ୍ତି ସେହି ଦେଶର କର୍ତ୍ତା, ସେ ଆମ୍ଭମାନଙ୍କୁ ଦେଶର ଚୋର ଜ୍ଞାନ କରି କଟୁ କଥା କହିଲା।
וַנֹּאמֶר אֵלָיו כֵּנִים אֲנָחְנוּ לֹא הָיִינוּ מְרַגְּלִֽים׃ | 31 |
ତହିଁରେ ଆମ୍ଭେମାନେ ତାକୁ କହିଲୁ, ‘ଆମ୍ଭେମାନେ ସଚ୍ଚୋଟ ଲୋକ, ଚୋର ନୋହୁଁ,
שְׁנֵים־עָשָׂר אֲנַחְנוּ אַחִים בְּנֵי אָבִינוּ הָאֶחָד אֵינֶנּוּ וְהַקָּטֹן הַיּוֹם אֶת־אָבִינוּ בְּאֶרֶץ כְּנָֽעַן׃ | 32 |
ଆମ୍ଭେମାନେ ବାର ଭାଇ, ସମସ୍ତେ ଏକ ପିତାଙ୍କର ସନ୍ତାନ; ଆମ୍ଭମାନଙ୍କ ମଧ୍ୟରେ ଜଣେ ନାହିଁ, ପୁଣି, କିଣାନ ଦେଶରେ ପିତାଙ୍କ ନିକଟରେ ଆଉ ଏକ ସାନ ଭାଇ ଅଛି।’
וַיֹּאמֶר אֵלֵינוּ הָאִישׁ אֲדֹנֵי הָאָרֶץ בְּזֹאת אֵדַע כִּי כֵנִים אַתֶּם אֲחִיכֶם הָֽאֶחָד הַנִּיחוּ אִתִּי וְאֶת־רַעֲבוֹן בָּתֵּיכֶם קְחוּ וָלֵֽכוּ׃ | 33 |
ସେତେବେଳେ ଦେଶର କର୍ତ୍ତା ସେହି ବ୍ୟକ୍ତି ଆମ୍ଭମାନଙ୍କୁ କହିଲା, ‘ଏହା କଲେ ଆମ୍ଭେ ତୁମ୍ଭମାନଙ୍କୁ ବିଶ୍ୱାସ୍ୟ ଲୋକ ବୋଲି ବୁଝି ପାରିବା; ତୁମ୍ଭେମାନେ ଆପଣାମାନଙ୍କ ଏକ ଭାଇକୁ ଆମ୍ଭ ନିକଟରେ ରଖି ଆପଣାମାନଙ୍କ ଗୃହର ଦୁର୍ଭିକ୍ଷ ହେତୁ ଶସ୍ୟ ଘେନିଯାଅ।
וְהָבִיאוּ אֶת־אֲחִיכֶם הַקָּטֹן אֵלַי וְאֵֽדְעָה כִּי לֹא מְרַגְּלִים אַתֶּם כִּי כֵנִים אַתֶּם אֶת־אֲחִיכֶם אֶתֵּן לָכֶם וְאֶת־הָאָרֶץ תִּסְחָֽרוּ׃ | 34 |
ପୁଣି, ଆପଣାମାନଙ୍କ ସାନ ଭାଇଙ୍କୁ ଆମ୍ଭ ନିକଟକୁ ଆଣ, ତେବେ ତୁମ୍ଭେମାନେ ଯେ ସଚ୍ଚୋଟ ଲୋକ, ଚୋର ନୁହଁ, ଏହା ବୁଝିବା; ତହିଁରେ ତୁମ୍ଭମାନଙ୍କ ଭାଇଙ୍କୁ ତୁମ୍ଭମାନଙ୍କୁ ସମର୍ପଣ କରିଦେବା, ପୁଣି, ତୁମ୍ଭେମାନେ ଏ ଦେଶରେ ବାଣିଜ୍ୟ କରି ପାରିବ।’”
וַיְהִי הֵם מְרִיקִים שַׂקֵּיהֶם וְהִנֵּה־אִישׁ צְרוֹר־כַּסְפּוֹ בְּשַׂקּוֹ וַיִּרְאוּ אֶת־צְרֹרוֹת כַּסְפֵּיהֶם הֵמָּה וַאֲבִיהֶם וַיִּירָֽאוּ׃ | 35 |
ଏଥିଉତ୍ତାରେ ସେମାନେ ପଟ ଖାଲି କରନ୍ତେ, ପ୍ରତି ଜଣ ଆପଣା ଆପଣା ପଟ ଭିତରୁ ଟଙ୍କାପୁଡ଼ିଆ ପାଇଲେ। ତେବେ ସେହି ସବୁ ଟଙ୍କାର ମୁଣା ଦେଖି, ସେମାନେ ଓ ସେମାନଙ୍କ ପିତା ଭୀତ ହେଲେ।
וַיֹּאמֶר אֲלֵהֶם יַעֲקֹב אֲבִיהֶם אֹתִי שִׁכַּלְתֶּם יוֹסֵף אֵינֶנּוּ וְשִׁמְעוֹן אֵינֶנּוּ וְאֶת־בִּנְיָמִן תִּקָּחוּ עָלַי הָיוּ כֻלָּֽנָה׃ | 36 |
ତହିଁରେ ସେମାନଙ୍କ ପିତା ଯାକୁବ କହିଲେ, “ତୁମ୍ଭେମାନେ ମୋତେ ପୁତ୍ରହୀନ କରୁଅଛ; ଯୋଷେଫ ନାହିଁ, ଶିମୀୟୋନ ନାହିଁ, ପୁଣି, ବିନ୍ୟାମୀନ୍କୁ ମଧ୍ୟ ଘେନିଯିବାକୁ ପାଞ୍ଚୁଅଛ, ଏହିସବୁ ସିନା ମୋହର ପ୍ରତିକୂଳ ହେଉଅଛି।”
וַיֹּאמֶר רְאוּבֵן אֶל־אָבִיו לֵאמֹר אֶת־שְׁנֵי בָנַי תָּמִית אִם־לֹא אֲבִיאֶנּוּ אֵלֶיךָ תְּנָה אֹתוֹ עַל־יָדִי וַאֲנִי אֲשִׁיבֶנּוּ אֵלֶֽיךָ׃ | 37 |
ତହିଁରେ ରୁବେନ୍ ପିତାଙ୍କୁ କହିଲା, “ମୁଁ ଯଦି ତୁମ୍ଭ ପାଖକୁ ତାକୁ ନ ଆଣେ, ତେବେ ତୁମ୍ଭେ ମୋର ଦୁଇ ପୁଅଙ୍କୁ ବଧ କରିବ; ମୋʼ ହସ୍ତରେ ତାକୁ ସମର୍ପଣ କର; ମୁଁ ତାକୁ ପୁନର୍ବାର ତୁମ୍ଭ ପାଖକୁ ଆଣି ଦେବି।”
וַיֹּאמֶר לֹֽא־יֵרֵד בְּנִי עִמָּכֶם כִּֽי־אָחִיו מֵת וְהוּא לְבַדּוֹ נִשְׁאָר וּקְרָאָהוּ אָסוֹן בַּדֶּרֶךְ אֲשֶׁר תֵּֽלְכוּ־בָהּ וְהוֹרַדְתֶּם אֶת־שֵׂיבָתִי בְּיָגוֹן שְׁאֽוֹלָה׃ (Sheol ) | 38 |
ତେବେ ସେ କହିଲେ, “ମୋʼ ପୁଅ ତୁମ୍ଭମାନଙ୍କ ସଙ୍ଗରେ ଯିବ ନାହିଁ, ତାହାର ସହୋଦର ମରିଅଛି, ସେ ହିଁ କେବଳ ଅଛି; ତୁମ୍ଭେମାନେ ଯେଉଁ ପଥରେ ଯାଉଅଛ, ତହିଁରେ ଏହାକୁ ଯଦି କୌଣସି ବିପଦ ଘଟିବ, ତେବେ ତୁମ୍ଭେମାନେ ମୋତେ ଶୋକରେ ଏହି ପକ୍ୱ କେଶରେ କବରକୁ ପଠାଇବ।” (Sheol )