< מִשְׁלֵי 25 >
גם-אלה משלי שלמה-- אשר העתיקו אנשי חזקיה מלך-יהודה | 1 |
ନିମ୍ନଲିଖିତ ହିତୋପଦେଶ ସକଳ ହିଁ ଶଲୋମନଙ୍କ ରଚିତ ଓ ଯିହୁଦାର ରାଜା ହିଜକୀୟର ଅଧିକାରୀମାନେ ତାହା ଉତ୍ତାରି ଥିଲେ।
כבד אלהים הסתר דבר וכבד מלכים חקר דבר | 2 |
ବିଷୟ ଗୋପନ କରିବା ପରମେଶ୍ୱରଙ୍କର ଗୌରବ; ମାତ୍ର ବିଷୟର ଅନୁସନ୍ଧାନ କରିବାର ରାଜାଙ୍କର ଗୌରବ।
שמים לרום וארץ לעמק ולב מלכים אין חקר | 3 |
ଉଚ୍ଚତା ହେତୁ ସ୍ୱର୍ଗ ଓ ଗଭୀରତା ହେତୁ ପୃଥିବୀ, ଆଉ ରାଜାମାନଙ୍କ ହୃଦୟ ବୋଧାଗମ୍ୟ।
הגו סיגים מכסף ויצא לצרף כלי | 4 |
ରୂପାରୁ ଖାଦ କାଢ଼ି ପକାଅ, ତେବେ ସୁନାରୀ ପାଇଁ ଏକ ପାତ୍ର ବାହାର ହେବ।
הגו רשע לפני-מלך ויכון בצדק כסאו | 5 |
ରାଜାର ସମ୍ମୁଖରୁ ଦୁଷ୍ଟମାନଙ୍କୁ ଦୂର କରିଦିଅ, ଆଉ, ତାହାର ସିଂହାସନ ଧର୍ମରେ ସୁସ୍ଥିର ହେବ।
אל-תתהדר לפני-מלך ובמקום גדלים אל-תעמד | 6 |
ରାଜାର ଛାମୁରେ ଆପଣାର ବଡ଼ାଇ କର ନାହିଁ, ପୁଣି, ପ୍ରଧାନ ଲୋକଙ୍କ ସ୍ଥାନରେ ଠିଆ ହୁଅ ନାହିଁ।
כי טוב אמר-לך עלה-הנה מהשפילך לפני נדיב--אשר ראו עיניך | 7 |
କାରଣ ଯେଉଁ କୁଳୀନକୁ ତୁମ୍ଭର ଚକ୍ଷୁ ଦେଖିଅଛି, ତାହା ଛାମୁରେ ତୁମ୍ଭର ନୀଚୀକୃତ ହେବା ଅପେକ୍ଷା ବରଂ “ଏଠାକୁ ଆସ” ବୋଲି ତୁମ୍ଭକୁ କୁହାଯିବା ଭଲ।
אל-תצא לרב מהר פן מה-תעשה באחריתה--בהכלים אתך רעך | 8 |
ବିବାଦ କରିବାକୁ ହଠାତ୍ ବାହାରକୁ ଯାଅ ନାହିଁ, ଗଲେ ତହିଁର ଶେଷରେ ତୁମ୍ଭ ପ୍ରତିବାସୀ ତୁମ୍ଭକୁ ଲଜ୍ଜିତ କଲା ଉତ୍ତାରେ ତୁମ୍ଭେ କଅଣ କରିବ?
ריבך ריב את-רעך וסוד אחר אל-תגל | 9 |
ଆପଣା ପ୍ରତିବାସୀ ସହିତ ଆପଣା ବିବାଦର ପ୍ରତିବାଦ କର, ପୁଣି, ପରର ଗୋପନୀୟ କଥା ପ୍ରକାଶ କର ନାହିଁ।
פן-יחסדך שמע ודבתך לא תשוב | 10 |
ନୋହିଲେ ଶ୍ରବଣକାରୀ ତୁମ୍ଭକୁ ତିରସ୍କାର କଲେ, ତୁମ୍ଭ ଅଖ୍ୟାତି ଘୁଞ୍ଚା ନୋହିବ।
תפוחי זהב במשכיות כסף-- דבר דבר על-אפניו | 11 |
ଯଥୋଚିତମତେ କଥିତ ବାକ୍ୟ ରୂପାପାତ୍ରରେ ସୁବର୍ଣ୍ଣ ନାରଙ୍ଗ ତୁଲ୍ୟ।
נזם זהב וחלי-כתם-- מוכיח חכם על-אזן שמעת | 12 |
ସୁବର୍ଣ୍ଣ କର୍ଣ୍ଣକୁଣ୍ଡଳ ଓ ଶୁଦ୍ଧ ସୁବର୍ଣ୍ଣର ଅଳଙ୍କାର ଯେପରି, ମନୋଯୋଗକାରୀ କର୍ଣ୍ଣ ପ୍ରତି ଜ୍ଞାନବାନ ଭର୍ତ୍ସନାକାରୀ ସେପରି।
כצנת שלג ביום קציר--ציר נאמן לשלחיו ונפש אדניו ישיב | 13 |
ଫସଲ ସମୟରେ ହିମର ଶୀତଳତା ଯେପରି, ପ୍ରେରକଗଣ ପ୍ରତି ବିଶ୍ୱସ୍ତ ଦୂତ ସେପରି; କାରଣ ସେ ଆପଣା କର୍ତ୍ତାମାନଙ୍କ ପ୍ରାଣରେ ଆଶ୍ୱାସ ଦିଏ।
נשיאים ורוח וגשם אין-- איש מתהלל במתת-שקר | 14 |
ବୃଷ୍ଟିହୀନ ମେଘ ଓ ବାୟୁ ଯେପରି, ଆପଣା ଦାନ ବିଷୟରେ ମିଥ୍ୟା ଦର୍ପକାରୀ ସେପରି।
בארך אפים יפתה קצין ולשון רכה תשבר-גרם | 15 |
ଦୀର୍ଘସହିଷ୍ଣୁତା ଦ୍ୱାରା ଶାସନକର୍ତ୍ତା ମଣାଯାଏ, ପୁଣି, କୋମଳ ଜିହ୍ୱା ଅସ୍ଥି ଭଗ୍ନ କରେ।
דבש מצאת אכל דיך פן-תשבענו והקאתו | 16 |
ତୁମ୍ଭେ କି ମଧୁ ପାଇଅଛ? ତୁମ୍ଭର ଯେତିକି ଯଥେଷ୍ଟ, ସେତିକି ଖାଅ; ବହୁତ ଖାଇଲେ ତୁମ୍ଭେ ତାହା ଉଦ୍ଗାର କରି ପକାଇବ।
הקר רגלך מבית רעך פן-ישבעך ושנאך | 17 |
ତୁମ୍ଭର ପାଦ ତୁମ୍ଭ ପ୍ରତିବାସୀର ଗୃହରେ କ୍ୱଚିତ ପଡ଼ୁ, ନୋହିଲେ ତୁମ୍ଭ ବିଷୟରେ କ୍ଳାନ୍ତ ହୋଇ ସେ ତୁମ୍ଭକୁ ଘୃଣା କରିବ।
מפיץ וחרב וחץ שנון-- איש ענה ברעהו עד שקר | 18 |
ପ୍ରତିବାସୀ ବିରୁଦ୍ଧରେ ଯେ ମିଥ୍ୟା ସାକ୍ଷ୍ୟ ଦିଏ, ସେ ଗଦା, ଖଡ୍ଗ ଓ ତୀକ୍ଷ୍ଣ ତୀର ସ୍ୱରୂପ;
שן רעה ורגל מועדת-- מבטח בוגד ביום צרה | 19 |
ଦୁର୍ଦ୍ଦଶା ସମୟରେ ବିଶ୍ୱାସଘାତକ ଲୋକଠାରେ ବିଶ୍ୱାସ, ଭଗ୍ନ ଦନ୍ତ ଓ ଖଞ୍ଜଖସା ଚରଣ ତୁଲ୍ୟ।
מעדה-בגד ביום קרה--חמץ על-נתר ושר בשרים על לב-רע | 20 |
ଶୀତକାଳରେ ବସ୍ତ୍ର କାଢ଼ି ନେବା ଓ ଘା ଉପରେ ଅମ୍ଳରସ ମିଶାଇବା ଲୋକ ଯେପରି, ଦୁଃଖିତମନା ନିକଟରେ ଗୀତ ଗାଇବା ଲୋକ ସେପରି।
אם-רעב שנאך האכלהו לחם ואם-צמא השקהו מים | 21 |
ତୁମ୍ଭର ଶତ୍ରୁ କ୍ଷୁଧିତ ହେଲେ, ତାହାକୁ ଅନ୍ନ ଭୋଜନ କରାଅ; ପୁଣି, ସେ ତୃଷିତ ହେଲେ, ତାହାକୁ ଜଳ ପାନ କରାଅ;
כי גחלים--אתה חתה על-ראשו ויהוה ישלם-לך | 22 |
ତହିଁରେ ତୁମ୍ଭେ ତାହାର ମସ୍ତକରେ ଜ୍ୱଳ ଅଙ୍ଗାର ରାଶି କରି ଥୋଇବ, ପୁଣି, ସଦାପ୍ରଭୁ ତୁମ୍ଭକୁ ପୁରସ୍କାର ଦେବେ।
רוח צפון תחולל גשם ופנים נזעמים לשון סתר | 23 |
ଯେପରି ଉତ୍ତରୀୟ ବାୟୁ ବୃଷ୍ଟିର ଉତ୍ପାଦକ, ସେପରି ଖଚୁଆର ଜିହ୍ୱା କ୍ରୋଧଦୃଷ୍ଟିର ଉତ୍ପାଦକ।
טוב שבת על-פנת-גג-- מאשת מדונים (מדינים) ובית חבר | 24 |
କଳିହୁଡ଼ୀ ସ୍ତ୍ରୀ ସଙ୍ଗରେ ଏକା ଗୃହରେ ବାସ କରିବା ଅପେକ୍ଷା ଛାତର ଏକ କୋଣରେ ବାସ କରିବାର ଭଲ।
מים קרים על-נפש עיפה ושמועה טובה מארץ מרחק | 25 |
ତୃଷିତ ପ୍ରାଣକୁ ଶୀତଳ ଜଳ ଯେରୂପ, ଦୂର ଦେଶରୁ ସୁସମାଚାର ସେରୂପ।
מעין נרפש ומקור משחת-- צדיק מט לפני-רשע | 26 |
ଗୋଳିଆ ଜଳାଶୟ ଓ ମଳିନ ନିର୍ଝର ଯେରୂପ, ଦୁଷ୍ଟ ଲୋକ ଆଗରେ ବିଚଳିତ ଧାର୍ମିକ ସେରୂପ।
אכל דבש הרבות לא-טוב וחקר כבדם כבוד | 27 |
ବହୁତ ମହୁ ଖାଇବାର ଯେପରି ଭଲ ନୁହେଁ, ସେପରି ମନୁଷ୍ୟମାନେ ଆପଣା ଗୌରବ ଅନୁସନ୍ଧାନ କରିବାର ଗୌରବ ନୁହେଁ।
עיר פרוצה אין חומה-- איש אשר אין מעצר לרוחו | 28 |
ଯାହାର ଆତ୍ମା ଅଟକ ମାନେ ନାହିଁ, ସେ ଭଗ୍ନ ଓ ପ୍ରାଚୀରହୀନ ନଗର ତୁଲ୍ୟ।