< יהושע 15 >

ויהי הגורל למטה בני יהודה--למשפחתם אל גבול אדום מדבר צן נגבה מקצה תימן 1
ଯିହୁଦା-ସନ୍ତାନମାନଙ୍କ ବଂଶର ବାଣ୍ଟ ସେମାନଙ୍କ ବଂଶାନୁସାରେ ଇଦୋମ ସୀମା ପାର୍ଶ୍ୱସ୍ଥ ସୀନ୍‍ ପ୍ରାନ୍ତରର ଦକ୍ଷିଣ ଦିଗରେ ଦକ୍ଷିଣ ପ୍ରାନ୍ତଭାଗରେ ଥିଲା।
ויהי להם גבול נגב מקצה ים המלח מן הלשן הפנה נגבה 2
ପୁଣି ସେମାନଙ୍କ ଦକ୍ଷିଣ ସୀମା ଲବଣ ସମୁଦ୍ରର ପ୍ରାନ୍ତଭାଗ, ଅର୍ଥାତ୍‍, ଦକ୍ଷିଣ ଦିଗ ଅଭିମୁଖ ଆଖାତଠାରୁ
ויצא אל מנגב למעלה עקרבים ועבר צנה ועלה מנגב לקדש ברנע ועבר חצרון ועלה אדרה ונסב הקרקעה 3
ଦକ୍ଷିଣ ଦିଗରେ ଅକ୍ରବ୍ବୀମ ଘାଟି ଦେଇ ସୀନ୍‍ ପର୍ଯ୍ୟନ୍ତ ଗଲା, ପୁଣି ଦକ୍ଷିଣରେ କାଦେଶ-ବର୍ଣ୍ଣେୟ ପର୍ଯ୍ୟନ୍ତ ଉପରକୁ ଉଠିଲା; ତହୁଁ ହିଷ୍ରୋଣ ଦେଇ ଯାଇ ଅଦ୍ଦର ଉପରକୁ ଉଠି କର୍କା ପର୍ଯ୍ୟନ୍ତ ବୁଲିକରି ଗଲା।
ועבר עצמונה ויצא נחל מצרים והיה (והיו) תצאות הגבול ימה זה יהיה לכם גבול נגב 4
ଏଉତ୍ତାରେ ଅସ୍ମୋନକୁ ଯାଇ ମିସର ନଦୀ ପାଖେ ପାଖେ ବାହାରିଗଲା; ସେହି ସୀମାର ପ୍ରାନ୍ତଭାଗ ସମୁଦ୍ର ଥିଲା; ଏହା ତୁମ୍ଭମାନଙ୍କର ଦକ୍ଷିଣ ସୀମା ହେବ।
וגבול קדמה ים המלח עד קצה הירדן וגבול לפאת צפונה מלשון הים מקצה הירדן 5
ପୁଣି ପୂର୍ବ ସୀମା ଯର୍ଦ୍ଦନର ପ୍ରାନ୍ତ ପର୍ଯ୍ୟନ୍ତ ଲବଣ ସମୁଦ୍ର ଥିଲା। ପୁଣି ଉତ୍ତର ସୀମା ଯର୍ଦ୍ଦନର ପ୍ରାନ୍ତରେ ସମୁଦ୍ରର ଆଖାତଠାରୁ ଥିଲା
ועלה הגבול בית חגלה ועבר מצפון לבית הערבה ועלה הגבול אבן בהן בן ראובן 6
ଓ ସେହି ସୀମା ବେଥ୍-ହୋଗ୍ଲା ପର୍ଯ୍ୟନ୍ତ ଉଠି ବେଥ୍-ଅରାବାର ଉତ୍ତର ଦେଇ ଗଲା; ତହୁଁ ସେ ସୀମା ରୁବେନ୍‍ ବଂଶୀୟ ବୋହନର ପ୍ରସ୍ତର ପର୍ଯ୍ୟନ୍ତ ଗଲା।
ועלה הגבול דברה מעמק עכור וצפונה פנה אל הגלגל אשר נכח למעלה אדמים אשר מנגב לנחל ועבר הגבול אל מי עין שמש והיו תצאתיו אל עין רגל 7
ଏଉତ୍ତାରେ ସେହି ସୀମା ଆଖୋର୍‍ ଉପତ୍ୟକାଠାରୁ ଦବୀର ଆଡ଼କୁ ଗଲା; ଏରୂପେ ନଦୀର ଦକ୍ଷିଣ ପାରିସ୍ଥ ଅଦୁମ୍ମୀମ୍‍ ଘାଟି ସମ୍ମୁଖସ୍ଥ ଗିଲ୍‍ଗଲ୍‍ ଆଡ଼କୁ ମୁଖ କରି ଉତ୍ତର ଦିଗକୁ ଗଲା ଓ ଐନ୍‍-ଶେମଶ୍‍ ନାମକ ଜଳାଶୟ ଆଡ଼କୁ ଚଳିଲା ଓ ତହିଁର ପ୍ରାନ୍ତଭାଗ ଐନ୍‍-ରୋଗେଲ ନିକଟରେ ଥିଲା।
ועלה הגבול גי בן הנם אל כתף היבוסי מנגב--היא ירושלם ועלה הגבול אל ראש ההר אשר על פני גי הנם ימה אשר בקצה עמק רפאים צפונה 8
ସେ ସୀମା ହିନ୍ନୋମ ପୁତ୍ରର ଉପତ୍ୟକା ଦେଇ ଉଠି ଦକ୍ଷିଣ ଦିଗରେ ଯିବୂଷ ଆଡ଼କୁ ଗଲା, ଏହାକୁ ଯିରୂଶାଲମ କହନ୍ତି; ଏଉତ୍ତାରେ ସେହି ସୀମା ପଶ୍ଚିମରେ ହିନ୍ନୋମ ଉପତ୍ୟକା ସମ୍ମୁଖରେ ରଫାୟୀମ ନାମକ ତଳଭୂମିର ଉତ୍ତର ପ୍ରାନ୍ତସ୍ଥିତ ପର୍ବତ ଶୃଙ୍ଗ ପର୍ଯ୍ୟନ୍ତ ଗଲା।
ותאר הגבול מראש ההר אל מעין מי נפתוח ויצא אל ערי הר עפרון ותאר הגבול בעלה היא קרית יערים 9
ଏଉତ୍ତାରେ ସେହି ସୀମା ସେହି ପର୍ବତ ଶୃଙ୍ଗଠାରୁ ନିପ୍ତୋହର ଜଳ ନିର୍ଝର ପର୍ଯ୍ୟନ୍ତ ବିସ୍ତୃତ ହେଲା ଓ ଇଫ୍ରୋଣ ପର୍ବତସ୍ଥ ନଗର ଆଡ଼କୁ ଗଲା; ପୁଣି ସେ ସୀମା କିରୀୟଥ୍‍-ଯିୟାରୀମ୍‍ ନାମରେ ପ୍ରସିଦ୍ଧ ବାଲା ପର୍ଯ୍ୟନ୍ତ ବିସ୍ତୃତ ହେଲା।
ונסב הגבול מבעלה ימה אל הר שעיר ועבר אל כתף הר יערים מצפונה היא כסלון וירד בית שמש ועבר תמנה 10
ତହୁଁ ସେ ସୀମା ବାଲାଠାରୁ ସେୟୀର ପର୍ବତ ପର୍ଯ୍ୟନ୍ତ ପଶ୍ଚିମ ଦିଗରେ ବୁଲିକରି ବସାଲୋନ ନାମରେ ପ୍ରସିଦ୍ଧ ଯିୟାରୀମ ପର୍ବତର ଉତ୍ତର ପାର୍ଶ୍ୱ ପର୍ଯ୍ୟନ୍ତ ଗଲା; ତହୁଁ ତାହା ବେଥ୍-ଶେମଶରେ ପଡ଼ି ତିମ୍ନା ପର୍ଯ୍ୟନ୍ତ ଗଲା।
ויצא הגבול אל כתף עקרון צפונה ותאר הגבול שכרונה ועבר הר הבעלה ויצא יבנאל והיו תצאות הגבול ימה 11
ପୁଣି ସେ ସୀମା ଇକ୍ରୋଣର ଉତ୍ତର ପାର୍ଶ୍ୱ ପର୍ଯ୍ୟନ୍ତ ଗଲା; ତହୁଁ ସେ ସୀମା ଶକ୍‍କେରୋନ୍‍ ପର୍ଯ୍ୟନ୍ତ ବିସ୍ତୃତ ହେଲା ଓ ବାଲା ପର୍ବତରେ ପଡ଼ି ଯବ୍‍ନୀୟେଲକୁ ଗଲା; ସେହି ସୀମାର ପ୍ରାନ୍ତଭାଗ ସମୁଦ୍ରରେ ଥିଲା।
וגבול ים הימה הגדול וגבול זה גבול בני יהודה סביב--למשפחתם 12
ପୁଣି ପଶ୍ଚିମ ସୀମା ମହାସମୁଦ୍ର ଓ ତହିଁର ଅଞ୍ଚଳ ପର୍ଯ୍ୟନ୍ତ ଥିଲା; ଆପଣା ଆପଣା ବଂଶାନୁସାରେ ଯିହୁଦା-ସନ୍ତାନଗଣର ଚତୁର୍ଦ୍ଦିଗସ୍ଥିତ ସୀମା ଏହି।
ולכלב בן יפנה נתן חלק בתוך בני יהודה אל פי יהוה ליהושע--את קרית ארבע אבי הענק היא חברון 13
ଏଥିଉତ୍ତାରେ ଯିହୋଶୂୟଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ସେ ଯିହୁଦା-ସନ୍ତାନଗଣ ମଧ୍ୟରେ ଯିଫୁନ୍ନିର ପୁତ୍ର କାଲେବଙ୍କର ଭାଗ ନିମନ୍ତେ ହିବ୍ରୋଣ ନାମରେ ପ୍ରସିଦ୍ଧ କିରୀୟଥ୍‍-ଅର୍ବ ଦେଲେ, ଅର୍ବ ଅନାକର ପିତା ଥିଲା।
וירש משם כלב את שלושה בני הענק--את ששי ואת אחימן ואת תלמי ילידי הענק 14
ପୁଣି କାଲେବ ସେଠାରୁ ଅନାକର ବଂଶ ଶେଶୟ ଓ ଅହୀମାନ୍‍ ଓ ତଲ୍ମୟ ନାମକ ଅନାକର ତିନି ପୁତ୍ରଙ୍କୁ ତଡ଼ିଦେଲେ।
ויעל משם אל ישבי דבר ושם דבר לפנים קרית ספר 15
ଏଉତ୍ତାରେ ସେଠାରୁ ଦବୀର ନିବାସୀମାନଙ୍କ ବିରୁଦ୍ଧରେ ଗମନ କଲେ; ପୂର୍ବକାଳରେ ସେହି ଦବୀର କିରୀୟଥ୍‍-ସେଫର ନାମରେ ବିଖ୍ୟାତ ଥିଲା।
ויאמר כלב אשר יכה את קרית ספר ולכדה--ונתתי לו את עכסה בתי לאשה 16
ସେହି ସମୟରେ କାଲେବ କହିଲେ, “ଯେଉଁ ଜନ କିରୀୟଥ୍‍-ସେଫର ଆକ୍ରମଣ କରି ହସ୍ତଗତ କରିବ, ତାହା ସହିତ ମୁଁ ଆପଣା କନ୍ୟା ଅକ୍‍ଷାର ବିବାହ ଦେବି।”
וילכדה עתניאל בן קנז אחי כלב ויתן לו את עכסה בתו לאשה 17
ତହିଁରେ କାଲେବର ଭ୍ରାତା କନସର ପୁତ୍ର ଅତ୍ନୀୟେଲ ତାହା ହସ୍ତଗତ କରନ୍ତେ, ସେ ତାହା ସହିତ ଆପଣା କନ୍ୟା ଅକ୍‍ଷାର ବିବାହ ଦେଲେ।
ויהי בבואה ותסיתהו לשאול מאת אביה שדה ותצנח מעל החמור ויאמר לה כלב מה לך 18
ତହୁଁ ସେ ଗମନ କରିବା ବେଳେ ଆପଣା ପିତାକୁ ଖଣ୍ଡେ କ୍ଷେତ ମାଗିବା ପାଇଁ ସ୍ୱାମୀକୁ ମଣାଇଲା; ମାତ୍ର ସେ ଆପେ ଗର୍ଦ୍ଦଭରୁ ଓହ୍ଲାଇ ପଡ଼ିଲା; ଏଥିରେ କାଲେବ ତାହାକୁ କହିଲେ, “ତୁମ୍ଭେ କଅଣ ଚାହଁ?”
ותאמר תנה לי ברכה כי ארץ הנגב נתתני ונתתה לי גלת מים ויתן לה את גלת עליות ואת גלת תחתיות 19
ତହୁଁ ସେ କହିଲା, “ଆପଣ ମୋତେ ଏକ ଆଶୀର୍ବାଦ କରନ୍ତୁ; କାରଣ ଆପଣ ଦକ୍ଷିଣ ଆଡ଼ ଭୂମି ମୋତେ ଦେଇଅଛନ୍ତି, ମଧ୍ୟ ଜଳ ନିର୍ଝର ମୋତେ ଦେଉନ୍ତୁ।” ତହିଁରେ ସେ ଉପରିସ୍ଥ ଓ ତଳସ୍ଥ ନିର୍ଝର ତାହାକୁ ଦେଲେ।
זאת נחלת מטה בני יהודה--למשפחתם 20
ଯିହୁଦା ବଂଶୀୟ ସନ୍ତାନମାନଙ୍କର ଆପଣା ଆପଣା ବଂଶାନୁସାରେ ଏହି ସକଳ ଅଧିକାର।
ויהיו הערים מקצה למטה בני יהודה אל גבול אדום בנגבה--קבצאל ועדר ויגור 21
ଦକ୍ଷିଣାଞ୍ଚଳରେ ଇଦୋମ ସୀମା ନିକଟରେ ଯିହୁଦା-ସନ୍ତାନମାନଙ୍କ ବଂଶର ପ୍ରାନ୍ତଭାଗସ୍ଥ ଏସବୁ ନଗର ଥିଲା, କବ୍‍ସେଲ ଓ ଏଦର ଓ ଯାଗୁର
וקינה ודימונה ועדעדה 22
ଓ କୀନା ଓ ଦୀମୋନା ଓ ଅଦାଦା
וקדש וחצור ויתנן 23
ଓ କେଦଶ୍‍ ଓ ହାସୋର ଓ ଯିତ୍ନନ୍;
זיף וטלם ובעלות 24
ସୀଫ୍‍ ଓ ଟେଲମ୍‍ ଓ ବାଲୋତ୍‍
וחצור חדתה וקריות חצרון היא חצור 25
ଓ ହାସୋର-ହଦତ୍ତା ଓ କରିୟୋଥ୍‍-ହିଷ୍ରୋଣ (ଅବା ହାସୋର
אמם ושמע ומולדה 26
ଅମାମ୍‍ ଓ ଶେମା ଓ ମୋଲାଦା
וחצר גדה וחשמון ובית פלט 27
ଓ ହତ୍‍ସର-ଗଦ୍ଦା ଓ ହିଷ୍‍ମୋନ୍‍ ଓ ବେଥ୍-ପେଲଟ
וחצר שועל ובאר שבע ובזיותיה 28
ଓ ହତ୍‍ସର-ଶୁୟାଲ୍‍ ଓ ବେର୍‍ଶେବା ଓ ବିଷିୟୋଥିୟା;
בעלה ועיים ועצם 29
ବାଲା ଓ ଇୟୀମ୍‍ ଓ ଏତ୍ସମ୍‍;
ואלתולד וכסיל וחרמה 30
ଇଲତୋଲଦ୍‍ ଓ କସୀଲ ଓ ହର୍ମା
וצקלג ומדמנה וסנסנה 31
ଓ ସିକ୍ଲଗ୍‍ ଓ ମଦ୍‍ମନ୍ନା ଓ ସନ୍‍ସନ୍ନା
ולבאות ושלחים ועין ורמון כל ערים עשרים ותשע וחצריהן 32
ଓ ଲବାୟୋତ୍‍ ଓ ଶିଲହୀମ୍‍ ଓ ଐନ୍‍ ଓ ରିମ୍ମୋନ୍‍; ଗ୍ରାମ ସମେତ ସର୍ବସୁଦ୍ଧା ଅଣତିରିଶ ନଗର।
בשפלה--אשתאול וצרעה ואשנה 33
ତଳଭୂମିରେ ଇଷ୍ଟାୟୋଲ ଓ ସରାୟ ଓ ଅସ୍‍ନା
וזנוח ועין גנים תפוח והעינם 34
ଓ ସାନୋହ ଓ ଐନ୍‍-ଗନ୍ନୀମ୍‍ ଓ ତପୂହ ଓ ଐନମ୍;
ירמות ועדלם שוכה ועזקה 35
ଯର୍ମୂତ ଓ ଅଦୁଲ୍ଲମ, ସୋଖୋ ଓ ଅସେକା
ושערים ועדיתים והגדרה וגדרתים ערים ארבע עשרה וחצריהן 36
ଓ ଶାରୟିମ୍‍ ଓ ଅଦୀଥୟିମ୍‍ ଓ ଗଦେରା ଓ ଗଦେରୋଥୟିମ୍‍; ଗ୍ରାମ ସମେତ ଏହି ଚଉଦ ନଗର।
צנן וחדשה ומגדל גד 37
ସନାନ୍‍ ଓ ହଦାଶା ଓ ମିଗ୍‍ଦଲଗାଦ
ודלען והמצפה ויקתאל 38
ଓ ଦିଲୀୟନ୍‍ ଓ ମିସ୍ପେ ଓ ଯକ୍ତେଲ;
לכיש ובצקת ועגלון 39
ଲାଖୀଶ୍‍ ଓ ବସ୍କତ୍‍ ଓ ଇଗ୍ଲୋନ୍‍;
וכבון ולחמס וכתליש 40
କେବ୍ବୋନ୍‍ ଓ ଲହମମ ଓ କିତୀଶ୍‍
וגדרות בית דגון ונעמה ומקדה ערים שש עשרה וחצריהן 41
ଓ ଗଦେରୋତ୍‍, ବେଥ୍-ଦାଗୋନ୍‍ ଓ ନୟମା ଓ ମକ୍କେଦା, ଗ୍ରାମ ସମେତ ଏହି ଷୋଅଳ ନଗର।
לבנה ועתר ועשן 42
ଲିବ୍‍ନା ଓ ଏଥର୍‍ ଓ ଆଶନ୍‍
ויפתח ואשנה ונציב 43
ଓ ଯିପ୍ତହ ଓ ଅସ୍‍ନା ଓ ନତ୍ସୀବ୍‍;
וקעילה ואכזיב ומראשה ערים תשע וחצריהן 44
କିୟୀଲା ଓ ଅକଷୀବ୍ ଓ ମାରେଶା; ଗ୍ରାମ ସମେତ ନଅ ନଗର।
עקרון ובנתיה וחצריה 45
ଇକ୍ରୋଣ, ତହିଁର ଉପନଗର ଓ ଗ୍ରାମମାନ;
מעקרון וימה כל אשר על יד אשדוד וחצריהן 46
ଇକ୍ରୋଣଠାରୁ ସମୁଦ୍ର ପର୍ଯ୍ୟନ୍ତ ଅସ୍ଦୋଦ ନିକଟସ୍ଥିତ ସମସ୍ତ ସ୍ଥାନ ଓ ଗ୍ରାମ।
אשדוד בנותיה וחצריה עזה בנותיה וחצריה--עד נחל מצרים והים הגבול (הגדול) וגבול 47
ଅସ୍ଦୋଦ, ତହିଁର ଉପନଗର ଓ ଗ୍ରାମମାନ; ଘସା, ତହିଁର ଉପନଗର ଓ ଗ୍ରାମମାନ; ମିସର ନଦୀ ଓ ମହାସମୁଦ୍ର ଓ ତହିଁର ଅଞ୍ଚଳ ପର୍ଯ୍ୟନ୍ତ।
ובהר--שמיר ויתיר ושוכה 48
ପର୍ବତମୟ ଦେଶରେ ଶାମୀର ଓ ଯତ୍ତୀର ଓ ସୋଖୋ;
ודנה וקרית סנה היא דבר 49
ପୁଣି ଦନ୍ନା ଓ କିରୀୟଥ୍‍-ସନ୍ନା (ଏହାକୁ ଦବୀର କହନ୍ତି)
וענב ואשתמה וענים 50
ଓ ଅନାବ୍ ଓ ଇଷ୍ଟିମୋୟ ଓ ଆନୀମ୍‍
וגשן וחלן וגלה ערים אחת עשרה וחצריהן 51
ଓ ଗୋଶନ ଓ ହୋଲୋନ୍‍ ଓ ଗୀଲୋ; ଏହିସବୁ ଗ୍ରାମ ସମେତ ଏଗାର ନଗର।
ארב ורומה ואשען 52
ଅରାବ୍‍ ଓ ଦୂମା ଓ ଇଶୀୟନ୍‍
וינים (וינום) ובית תפוח ואפקה 53
ଓ ଯାନୁମ୍‍ ଓ ବେଥ୍-ତ୍ତପୂହ ଓ ଅଫେକା
וחמטה וקרית ארבע היא חברון--וציער ערים תשע וחצריהן 54
ଓ ହୁମ୍ଟା ଓ କିରୀୟଥ୍‍-ଅର୍ବ (ଏହାକୁ ହିବ୍ରୋଣ କହନ୍ତି) ଓ ସୀୟୋର, ଏସବୁ ଗ୍ରାମ ସମେତ ନଅ ନଗର।
מעון כרמל וזיף ויוטה 55
ମାୟୋନ୍‍, କର୍ମିଲ ଓ ସୀଫ୍‍ ଓ ଯୁଟା
ויזרעאל ויקדעם וזנוח 56
ଓ ଯିଷ୍ରିୟେଲ ଓ ଯଗ୍‍ଦୀୟାମ୍‍ ଓ ସାନୋହ;
הקין גבעה ותמנה ערים עשר וחצריהן 57
କୟିନ ଓ ଗିବୀୟା ଓ ତିମ୍ନା; ଏସବୁ ଗ୍ରାମ ସମେତ ଦଶ ନଗର।
חלחול בית צור וגדור 58
ହଲହୁଲ ଓ ବେଥ୍-ସୁର ଓ ଗଦୋର
ומערת ובית ענות ואלתקן ערים שש וחצריהן 59
ଓ ମାରତ୍‍ ଓ ବେଥ୍-ଅନୋତ୍‍ ଓ ଇଲ୍‍ତକୋନ; ଏସବୁ ଗ୍ରାମ ସମେତ ଛଅ ନଗର।
קרית בעל היא קרית יערים--והרבה ערים שתים וחצריהן 60
କିରୀୟଥ୍‍-ବାଲ (ଏହାକୁ କିରୀୟଥ୍‍-ଯିୟାରୀମ୍‍ କହନ୍ତି) ଓ ରବ୍ବା; ଏଥିର ଗ୍ରାମ ସମେତ ଦୁଇ ନଗର।
במדבר--בית הערבה מדין וסככה 61
ପ୍ରାନ୍ତରରେ ବେଥ୍-ଅରାବା, ମିଦ୍ଦୀନ୍‍ ଓ ସକାଖା
והנבשן ועיר המלח ועין גדי ערים שש וחצריהן 62
ଓ ନିବ୍‍ଶନ୍‍ ଓ ଲବଣ ନଗର ଓ ଐନଗଦୀ; ଏସବୁ ଗ୍ରାମ ସମେତ ଛଅ ନଗର।
ואת היבוסי יושבי ירושלם לא יוכלו (יכלו) בני יהודה להורישם וישב היבוסי את בני יהודה בירושלם עד היום הזה 63
ମାତ୍ର ଯିହୁଦା-ସନ୍ତାନଗଣ ଯିରୂଶାଲମ ନିବାସୀ ଯିବୂଷୀୟମାନଙ୍କୁ ତଡ଼ିଦେଇ ପାରିଲେ ନାହିଁ; ଏହେତୁ ଯିବୂଷୀୟମାନେ ଅଦ୍ୟାବଧି ଯିହୁଦା-ସନ୍ତାନଗଣ ସହିତ ଯିରୂଶାଲମରେ ବାସ କରୁଅଛନ୍ତି।

< יהושע 15 >