< בראשית 43 >
ଏହି ସମୟରେ ମଧ୍ୟଦେଶରେ ଅତିଶୟ ଦୁର୍ଭିକ୍ଷ ଥିଲା।
ויהי כאשר כלו לאכל את השבר אשר הביאו ממצרים ויאמר אליהם אביהם שבו שברו לנו מעט אכל | 2 |
ଏଥିନିମନ୍ତେ ସେମାନେ ମିସର ଦେଶରୁ ଯେଉଁ ଶସ୍ୟ ଆଣିଥିଲେ, ସେହି ସବୁ ସମାପ୍ତ ହେବାରୁ ସେମାନଙ୍କ ପିତା ସେମାନଙ୍କୁ କହିଲେ, “ତୁମ୍ଭେମାନେ ପୁନର୍ବାର ଯାଇ ଆମ୍ଭମାନଙ୍କ ନିମନ୍ତେ କିଛି ଶସ୍ୟ କିଣି ଆଣ।”
ויאמר אליו יהודה לאמר העד העד בנו האיש לאמר לא תראו פני בלתי אחיכם אתכם | 3 |
ତହିଁରେ ଯିହୁଦା ତାଙ୍କୁ କହିଲା, “ସେ ବ୍ୟକ୍ତି ଦୃଢ଼ ପ୍ରତିଜ୍ଞା କରି କହିଅଛି, ‘ତୁମ୍ଭମାନଙ୍କ ଭାଇ ତୁମ୍ଭମାନଙ୍କ ସଙ୍ଗରେ ନ ଥିଲେ, ତୁମ୍ଭେମାନେ ଆମ୍ଭର ମୁଖ ଦେଖି ପାରିବ ନାହିଁ।’
אם ישך משלח את אחינו אתנו--נרדה ונשברה לך אכל | 4 |
ଏଣୁ ଯଦି ତୁମ୍ଭେ ଆମ୍ଭମାନଙ୍କ ଭାଇକୁ ସଙ୍ଗରେ ପଠାଇବ, ତେବେ ଆମ୍ଭେମାନେ ତୁମ୍ଭ ପାଇଁ ଶସ୍ୟ କିଣିବାକୁ ଯିବୁ।
ואם אינך משלח לא נרד כי האיש אמר אלינו לא תראו פני בלתי אחיכם אתכם | 5 |
ମାତ୍ର ଯଦି ନ ପଠାଇବ, ତେବେ ଆମ୍ଭେମାନେ ଯିବୁ ନାହିଁ; କାରଣ ସେ ବ୍ୟକ୍ତି କହିଅଛି, ‘ତୁମ୍ଭମାନଙ୍କ ଭାଇ ତୁମ୍ଭମାନଙ୍କ ସଙ୍ଗରେ ନ ଥିଲେ, ତୁମ୍ଭେମାନେ ଆମ୍ଭର ମୁଖ ଦେଖି ପାରିବ ନାହିଁ।’”
ויאמר ישראל למה הרעתם לי--להגיד לאיש העוד לכם אח | 6 |
ତହିଁରେ ଇସ୍ରାଏଲ କହିଲେ, “ତୁମ୍ଭମାନଙ୍କର ଆଉ ଏକ ଭାଇ ଅଛି, ଏହା ସେହି ମନୁଷ୍ୟକୁ କହି ମୋʼ ପ୍ରତି ଏପରି କୁବ୍ୟବହାର କାହିଁକି କଲ?”
ויאמרו שאול שאל האיש לנו ולמולדתנו לאמר העוד אביכם חי היש לכם אח ונגד לו על פי הדברים האלה הידוע נדע--כי יאמר הורידו את אחיכם | 7 |
ସେମାନେ କହିଲେ, “ସେ ଆମ୍ଭମାନଙ୍କ ଓ ଆମ୍ଭମାନଙ୍କ ଜ୍ଞାତିମାନଙ୍କ ବିଷୟ ସୂକ୍ଷ୍ମ ରୂପେ ପଚାରି କହିଲା, ‘ତୁମ୍ଭମାନଙ୍କ ପିତା କି ଆଜି ପର୍ଯ୍ୟନ୍ତ ବଞ୍ଚିଅଛନ୍ତି? ତୁମ୍ଭମାନଙ୍କର କି ଆଉ ଭାଇ ଅଛି?’ ଏଣୁ ଆମ୍ଭେମାନେ ସେହି କଥା ପ୍ରମାଣେ ଉତ୍ତର ଦେଇଥିଲୁ; ସେ ଯେ ‘ତୁମ୍ଭମାନଙ୍କ ଭାଇଙ୍କୁ ଏଠାକୁ ଆଣ ବୋଲି କହିବ, ଏହା ଆମ୍ଭେମାନେ କିପ୍ରକାରେ ଜାଣି ପାରନ୍ତୁ?’”
ויאמר יהודה אל ישראל אביו שלחה הנער אתי--ונקומה ונלכה ונחיה ולא נמות גם אנחנו גם אתה גם טפנו | 8 |
ଯିହୁଦା ଆପଣା ପିତା ଇସ୍ରାଏଲଙ୍କୁ ଆହୁରି କହିଲା, “ତୁମ୍ଭେ ସେହି ଯୁବାକୁ ମୋʼ ସଙ୍ଗରେ ପଠାଇଦିଅ; ଆମ୍ଭେମାନେ ଉଠି ପ୍ରସ୍ଥାନ କରୁ, ତହିଁରେ ଆମ୍ଭେମାନେ ଓ ତୁମ୍ଭେ ଓ ବାଳକମାନେ, ସମସ୍ତେ ବଞ୍ଚିବା, ମରିବା ନାହିଁ।
אנכי אערבנו--מידי תבקשנו אם לא הביאתיו אליך והצגתיו לפניך וחטאתי לך כל הימים | 9 |
ମୁଁ ତାହାର ଲଗା ହେଲି, ମୋʼ ହସ୍ତରୁ ତାକୁ ବୁଝି ନେବ; ମୁଁ ଯଦି ତାକୁ ଆଣି ତୁମ୍ଭ ସମ୍ମୁଖରେ ନ ରଖେ, ତେବେ ସେହି ଦୋଷ ସର୍ବଦା ମୋʼ ଉପରେ ବର୍ତ୍ତିବ।
כי לולא התמהמהנו--כי עתה שבנו זה פעמים | 10 |
ଯଦି ଆମ୍ଭମାନଙ୍କର ଏତେ ବିଳମ୍ବ ହୋଇ ନ ଥାʼନ୍ତା, ତେବେ ଆମ୍ଭେମାନେ ଦ୍ୱିତୀୟ ଥର ବାହୁଡ଼ି ଆସନ୍ତୁଣି।”
ויאמר אלהם ישראל אביהם אם כן אפוא זאת עשו--קחו מזמרת הארץ בכליכם והורידו לאיש מנחה מעט צרי ומעט דבש נכאת ולט בטנים ושקדים | 11 |
ତହୁଁ ସେମାନଙ୍କ ପିତା ଇସ୍ରାଏଲ ସେମାନଙ୍କୁ କହିଲେ, “ଯଦି ଏପରି ହୁଏ, ତେବେ ଗୋଟିଏ କର୍ମ କର; ତୁମ୍ଭେମାନେ ଆପଣା ଆପଣା ପାତ୍ରରେ ଏହି ଦେଶର ଉତ୍ତମ ଦ୍ରବ୍ୟ, ଅର୍ଥାତ୍, ଗୁଗ୍ଗୁଳ, ମଧୁ, ସୁଗନ୍ଧି ଦ୍ରବ୍ୟ, ଗନ୍ଧରସ, ପେସ୍ତା ଓ ବାଦାମ କିଛି କିଛି ଘେନି ସେହି ବ୍ୟକ୍ତିଙ୍କୁ ଭେଟି ଦିଅ।
וכסף משנה קחו בידכם ואת הכסף המושב בפי אמתחתיכם תשיבו בידכם--אולי משגה הוא | 12 |
ପୁଣି, ଆପଣା ଆପଣା ହସ୍ତରେ ଦ୍ୱିଗୁଣ ଟଙ୍କା ନିଅ ଓ ତୁମ୍ଭମାନଙ୍କ ପଟ-ମୁଖରେ ଯେଉଁ ଟଙ୍କା ଫେରି ଆସିଅଛି, ତାହା ମଧ୍ୟ ହସ୍ତରେ ନେଇଯାଅ; କେଜାଣି ତାହା ଭୁଲ୍ ହୋଇଥିବ।
ואת אחיכם קחו וקומו שובו אל האיש | 13 |
ପୁଣି, ଆପଣାମାନଙ୍କ ଭାଇଙ୍କୁ ଘେନି ଉଠି ପୁନର୍ବାର ସେହି ବ୍ୟକ୍ତି ନିକଟକୁ ଯାଅ।
ואל שדי יתן לכם רחמים לפני האיש ושלח לכם את אחיכם אחר ואת בנימין ואני כאשר שכלתי שכלתי | 14 |
ସର୍ବଶକ୍ତିମାନ ପରମେଶ୍ୱର ତୁମ୍ଭମାନଙ୍କୁ ସେହି ବ୍ୟକ୍ତି ନିକଟରେ ଏପରି ଅନୁଗ୍ରହପାତ୍ର କରନ୍ତୁ, ଯେପରି ସେ ତୁମ୍ଭମାନଙ୍କ ଅନ୍ୟ ଭାଇଙ୍କୁ ଓ ବିନ୍ୟାମୀନ୍କୁ ଛାଡ଼ିଦେବ। ମାତ୍ର ଯଦି ମୋତେ ପୁତ୍ରହୀନ ହେବାକୁ ହୁଏ, ତେବେ ପୁତ୍ରହୀନ ହେବି।”
ויקחו האנשים את המנחה הזאת ומשנה כסף לקחו בידם ואת בנימן ויקמו וירדו מצרים ויעמדו לפני יוסף | 15 |
ତହୁଁ ସେମାନେ ସେହି ଭେଟି ଦ୍ରବ୍ୟ ଓ ଦ୍ୱିଗୁଣ ଟଙ୍କା ଓ ବିନ୍ୟାମୀନ୍କୁ ସଙ୍ଗରେ ଘେନି ଯାତ୍ରା କରି ମିସର ଦେଶରେ ଯୋଷେଫଙ୍କ ସମ୍ମୁଖରେ ଠିଆ ହେଲେ।
וירא יוסף אתם את בנימין ויאמר לאשר על ביתו הבא את האנשים הביתה וטבח טבח והכן כי אתי יאכלו האנשים בצהרים | 16 |
ସେତେବେଳେ ଯୋଷେଫ ସେମାନଙ୍କ ସଙ୍ଗରେ ବିନ୍ୟାମୀନ୍କୁ ଦେଖି ଆପଣା ଗୃହାଧ୍ୟକ୍ଷକୁ କହିଲେ, “ଏହି ଲୋକମାନଙ୍କୁ ଆମ୍ଭ ଗୃହକୁ ନେଇଯାଅ ଓ ପଶୁ ମାରି ଖାଦ୍ୟଦ୍ରବ୍ୟ ପ୍ରସ୍ତୁତ କର; ଏମାନେ ମଧ୍ୟାହ୍ନ ସମୟରେ ଆମ୍ଭ ସଙ୍ଗରେ ଭୋଜନ କରିବେ।”
ויעש האיש כאשר אמר יוסף ויבא האיש את האנשים ביתה יוסף | 17 |
ଏଥିରେ ସେହି ମନୁଷ୍ୟ ଯୋଷେଫଙ୍କର ଆଜ୍ଞାନୁସାରେ କର୍ମ କରି ସେମାନଙ୍କୁ ଯୋଷେଫଙ୍କ ଗୃହକୁ ନେଇଗଲା।
וייראו האנשים כי הובאו בית יוסף ויאמרו על דבר הכסף השב באמתחתינו בתחלה אנחנו מובאים--להתגלל עלינו ולהתנפל עלינו ולקחת אתנו לעבדים ואת חמרינו | 18 |
ପୁଣି, ଯୋଷେଫଙ୍କ ଗୃହକୁ ନୀତ ହେବାରୁ ସେମାନେ ଭୀତ ହୋଇ ପରସ୍ପର କହିଲେ, “ପୂର୍ବେ ଆମ୍ଭମାନଙ୍କ ପଟରେ ଯେଉଁ ଟଙ୍କା ଫେରି ଯାଇଥିଲା, ତହିଁ ନିମନ୍ତେ ଆମ୍ଭମାନଙ୍କୁ ଏଠାକୁ ଆଣିଅଛନ୍ତି; ଏବେ ସେ ଆମ୍ଭମାନଙ୍କ ଉପରେ ପଡ଼ି ଆକ୍ରମଣ କରି ଆମ୍ଭମାନଙ୍କ ଗର୍ଦ୍ଦଭ ସବୁ ନେଇ ଆମ୍ଭମାନଙ୍କୁ ଦାସ ପରି ରଖିବ।”
ויגשו אל האיש אשר על בית יוסף וידברו אליו פתח הבית | 19 |
ତେଣୁ ସେମାନେ ଯୋଷେଫଙ୍କ ଗୃହାଧ୍ୟକ୍ଷ ନିକଟକୁ ଯାଇ ଗୃହର ପ୍ରବେଶ ସ୍ଥାନରେ ତାହା ସହିତ କଥାବାର୍ତ୍ତା କରି କହିଲେ,
ויאמרו בי אדני ירד ירדנו בתחלה לשבר אכל | 20 |
“ପ୍ରଭୋ, ଆମ୍ଭେମାନେ ପୂର୍ବେ ଶସ୍ୟ କିଣିବାକୁ ଆସିଥିଲୁ;
ויהי כי באנו אל המלון ונפתחה את אמתחתינו והנה כסף איש בפי אמתחתו כספנו במשקלו ונשב אתו בידנו | 21 |
ପୁଣି, ଉତ୍ତରିବା ସ୍ଥାନରେ ଆପଣା ଆପଣା ପଟ ଫିଟାଇ ଦେଖିଲୁ ଯେ, ପ୍ରତି ଜଣର ପଟ-ମୁଖରେ ତାହାର ଟଙ୍କା, ଅର୍ଥାତ୍, ପୂର୍ଣ୍ଣ ତୌଲ ଅନୁସାରେ ଆମ୍ଭମାନଙ୍କର ଟଙ୍କା ଅଛି; ତାହା ଆମ୍ଭେମାନେ ହସ୍ତରେ ପୁନର୍ବାର ଆଣିଅଛୁ।
וכסף אחר הורדנו בידנו לשבר אכל לא ידענו מי שם כספנו באמתחתינו | 22 |
ପୁଣି, ଶସ୍ୟ କିଣିବା ନିମନ୍ତେ ଆମ୍ଭେମାନେ ଆଉ ଟଙ୍କା ଆଣିଅଛୁ; ମାତ୍ର ସେହି ଟଙ୍କା ଆମ୍ଭମାନଙ୍କ ପଟରେ କିଏ ରଖିଥିଲା, ଆମ୍ଭେମାନେ ତାହା ଜାଣି ନାହୁଁ।”
ויאמר שלום לכם אל תיראו אלהיכם ואלהי אביכם נתן לכם מטמון באמתחתיכם--כספכם בא אלי ויוצא אלהם את שמעון | 23 |
ତହିଁରେ ସେ ଗୃହାଧ୍ୟକ୍ଷ କହିଲା, “ତୁମ୍ଭମାନଙ୍କର ମଙ୍ଗଳ ହେଉ, ଭୟ କର ନାହିଁ; ତୁମ୍ଭମାନଙ୍କ ପରମେଶ୍ୱର ଓ ତୁମ୍ଭମାନଙ୍କ ପୈତୃକ ପରମେଶ୍ୱର ତୁମ୍ଭମାନଙ୍କ ପଟରେ ତୁମ୍ଭମାନଙ୍କୁ ଗୁପ୍ତ ଧନ ଦେଇଅଛନ୍ତି; ତୁମ୍ଭମାନଙ୍କ ଟଙ୍କା ମୋʼ ପାଖରେ ଥିଲା।” ତହୁଁ ସେ ଶିମୀୟୋନକୁ ବାହାର କରି ସେମାନଙ୍କ ନିକଟକୁ ଆଣିଲା।
ויבא האיש את האנשים ביתה יוסף ויתן מים וירחצו רגליהם ויתן מספוא לחמריהם | 24 |
ଏଥିଉତ୍ତାରେ ସେ ସେମାନଙ୍କୁ ଯୋଷେଫଙ୍କ ଗୃହ ଭିତରକୁ ନେଇ ଜଳ ଦିଅନ୍ତେ, ସେମାନେ ପାଦ ପ୍ରକ୍ଷାଳନ କଲେ; ପୁଣି, ସେ ସେମାନଙ୍କ ଗର୍ଦ୍ଦଭମାନଙ୍କୁ ଆହାର ଦେଲା।
ויכינו את המנחה עד בוא יוסף בצהרים כי שמעו כי שם יאכלו לחם | 25 |
ଆଉ ମଧ୍ୟାହ୍ନ ସମୟରେ ଯୋଷେଫ ଆସିବେ ବୋଲି ସେମାନେ ଭେଟି ଦ୍ରବ୍ୟ ସଜାଇଲେ; କାରଣ ସେମାନେ ସେଠାରେ ଭୋଜନ କରିବେ ବୋଲି ଶୁଣିଥିଲେ।
ויבא יוסף הביתה ויביאו לו את המנחה אשר בידם הביתה וישתחוו לו ארצה | 26 |
ଏଥିଉତ୍ତାରେ ଯୋଷେଫ ଗୃହକୁ ଆସନ୍ତେ, ସେମାନେ ହସ୍ତସ୍ଥିତ ଭେଟି ଦ୍ରବ୍ୟ ତାଙ୍କ ନିକଟକୁ ଗୃହ ମଧ୍ୟରେ ଆଣି ତାଙ୍କୁ ଭୂମିଷ୍ଠ ପ୍ରମାଣ କଲେ।
וישאל להם לשלום ויאמר השלום אביכם הזקן אשר אמרתם--העודנו חי | 27 |
ତହୁଁ ଯୋଷେଫ ସେମାନଙ୍କର ମଙ୍ଗଳ ବାର୍ତ୍ତା ପଚାରି କହିଲେ, “ତୁମ୍ଭମାନଙ୍କର ପିତା କି କୁଶଳରେ ଅଛନ୍ତି? ତୁମ୍ଭେମାନେ ଯେଉଁ ବୃଦ୍ଧ ଲୋକଙ୍କର କଥା କହୁଥିଲ, ସେ କି ଆଜି ପର୍ଯ୍ୟନ୍ତ ବଞ୍ଚିଅଛନ୍ତି?”
ויאמרו שלום לעבדך לאבינו--עודנו חי ויקדו וישתחו (וישתחוו) | 28 |
ସେମାନେ କହିଲେ, “ଆପଣଙ୍କ ଦାସ ଆମ୍ଭମାନଙ୍କ ପିତା କୁଶଳରେ ଅଛନ୍ତି, ସେ ଆଜି ପର୍ଯ୍ୟନ୍ତ ବଞ୍ଚିଅଛନ୍ତି।” ତହୁଁ ସେମାନେ ମସ୍ତକ ନତ କରି ପ୍ରଣାମ କଲେ।
וישא עיניו וירא את בנימין אחיו בן אמו ויאמר הזה אחיכם הקטן אשר אמרתם אלי ויאמר אלהים יחנך בני | 29 |
ସେତେବେଳେ ଯୋଷେଫ ଅନାଇ ଆପଣା ସହୋଦର ବିନ୍ୟାମୀନ୍କୁ ଦେଖି କହିଲେ, “ତୁମ୍ଭେମାନେ ଯେଉଁ ସାନ ଭାଇର କଥା କହିଥିଲ, ସେ କି ଏହି?” ଆଉ ସେ କହିଲେ, “ହେ ଆମ୍ଭର ପୁତ୍ର, ପରମେଶ୍ୱର ତୁମ୍ଭଙ୍କୁ ଅନୁଗ୍ରହ କରନ୍ତୁ।”
וימהר יוסף כי נכמרו רחמיו אל אחיו ויבקש לבכות ויבא החדרה ויבך שמה | 30 |
ତହୁଁ ଭାଇ ପ୍ରତି ଯୋଷେଫଙ୍କର ଅନ୍ତଃକରଣ ସ୍ନେହରେ ଉତ୍ତପ୍ତ ହେବାରୁ ସେ ଶୀଘ୍ର ରୋଦନ କରିବାକୁ ସ୍ଥାନ ଖୋଜିଲେ; ପୁଣି, ସେ ଆପଣା କୋଠରିରେ ପ୍ରବେଶ କରି ସେଠାରେ ରୋଦନ କଲେ।
וירחץ פניו ויצא ויתאפק--ויאמר שימו לחם | 31 |
ଏଥିଉତ୍ତାରେ ସେ ମୁଖ ପ୍ରକ୍ଷାଳନ କରି ବାହାରକୁ ଆସିଲେ, ପୁଣି, ଆପଣାକୁ ସମ୍ଭାଳି “ଭକ୍ଷ୍ୟଦ୍ରବ୍ୟ ପରିବେଷଣ କରିବା ନିମନ୍ତେ” ଆଜ୍ଞା ଦେଲେ।
וישימו לו לבדו ולהם לבדם ולמצרים האכלים אתו לבדם--כי לא יוכלון המצרים לאכל את העברים לחם כי תועבה הוא למצרים | 32 |
ତହିଁରେ ଭୃତ୍ୟମାନେ ଯୋଷେଫଙ୍କ ନିମନ୍ତେ ଓ ତାଙ୍କ ଭାଇମାନଙ୍କ ନିମନ୍ତେ, ପୁଣି, ତାଙ୍କ ସଙ୍ଗେ ଭୋଜନକାରୀ ମିସରୀୟ ଲୋକମାନଙ୍କ ନିମନ୍ତେ ପୃଥକ ପୃଥକ ପରିବେଷଣ କଲେ, କାରଣ ଏବ୍ରୀୟମାନଙ୍କ ସହିତ ଭୋଜନ କରିବାର ମିସରୀୟମାନଙ୍କର ବ୍ୟବହାର ନ ଥିଲା; ତାହା ମିସରୀୟମାନଙ୍କର ଘୃଣିତ କର୍ମ।
וישבו לפניו--הבכר כבכרתו והצעיר כצערתו ויתמהו האנשים איש אל רעהו | 33 |
ଏଥିଉତ୍ତାରେ ଯୋଷେଫଙ୍କ ସମ୍ମୁଖରେ ସେମାନଙ୍କର ଜ୍ୟେଷ୍ଠ ଜ୍ୟେଷ୍ଠ ସ୍ଥାନରେ ଓ କନିଷ୍ଠ କନିଷ୍ଠ ସ୍ଥାନରେ ବସିଲେ; ତହିଁରେ ସେମାନେ ପରସ୍ପର ଆଶ୍ଚର୍ଯ୍ୟ ବୋଧ କଲେ।
וישא משאת מאת פניו אלהם ותרב משאת בנימן ממשאת כלם חמש ידות וישתו וישכרו עמו | 34 |
ପୁଣି, ସେ ଆପଣା ସମ୍ମୁଖରୁ ଭକ୍ଷ୍ୟଦ୍ରବ୍ୟ ଉଠାଇ ସେମାନଙ୍କୁ ପରିବେଷଣ କରାଇଲେ; ମାତ୍ର ସମସ୍ତଙ୍କ ଭାଗରୁ ବିନ୍ୟାମୀନ୍ର ଭାଗ ପାଞ୍ଚଗୁଣ ଅଧିକ ଥିଲା। ଏଥିରେ ସେମାନେ ପାନ କରି ତାଙ୍କ ସହିତ ଆନନ୍ଦ କଲେ।