< יחזקאל 46 >

כה אמר אדני יהוה שער החצר הפנימית הפנה קדים יהיה סגור ששת ימי המעשה וביום השבת יפתח וביום החדש יפתח 1
ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ଭିତର ପ୍ରାଙ୍ଗଣର ପୂର୍ବାଭିମୁଖ ଦ୍ୱାର କାର୍ଯ୍ୟ କରିବାର ଛଅ ଦିନସାରା ବନ୍ଦ ରହିବ; ମାତ୍ର ବିଶ୍ରାମ ଦିନ ଖୋଲା ହେବ ଓ ଅମାବାସ୍ୟା ଦିନ ଖୋଲା ହେବ।
ובא הנשיא דרך אולם השער מחוץ ועמד על מזוזת השער ועשו הכהנים את עולתו ואת שלמיו והשתחוה על מפתן השער ויצא והשער לא יסגר עד הערב 2
ପୁଣି, ଅଧିପତି ବାହାର ଦ୍ୱାରର ବାରଣ୍ଡା ପଥ ଦେଇ ପ୍ରବେଶ କରି ଦ୍ୱାର-ଚୌକାଠ ନିକଟରେ ଠିଆ ହେବେ ଓ ଯାଜକମାନେ ତାଙ୍କର ହୋମାର୍ଥକ ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କରିବେ, ଆଉ ସେ ଦ୍ୱାର-ପ୍ରବେଶ ସ୍ଥାନରେ ପ୍ରଣାମ କରିବେ ଓ ତହିଁ ଉତ୍ତାରେ ବାହାରି ଯିବେ; ମାତ୍ର ସନ୍ଧ୍ୟା ପର୍ଯ୍ୟନ୍ତ ଦ୍ୱାର ବନ୍ଦ କରାଯିବ ନାହିଁ।
והשתחוו עם הארץ פתח השער ההוא בשבתות ובחדשים--לפני יהוה 3
ଆଉ, ଦେଶର ଲୋକମାନେ ବିଶ୍ରାମବାରରେ ଓ ଅମାବାସ୍ୟାରେ ସେହି ଦ୍ୱାର-ପ୍ରବେଶ ସ୍ଥାନ ନିକଟରେ ଓ ସଦାପ୍ରଭୁଙ୍କ ସମ୍ମୁଖରେ ପ୍ରଣାମ କରିବେ।
והעלה אשר יקרב הנשיא ליהוה ביום השבת ששה כבשים תמימם--ואיל תמים 4
ପୁଣି, ଅଧିପତି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଯେଉଁ ହୋମବଳି ଉତ୍ସର୍ଗ କରିବେ, ତାହା ବିଶ୍ରାମ ଦିନରେ ନିର୍ଦ୍ଦୋଷ ଛଅଗୋଟି ମେଷଶାବକ ଓ ନିର୍ଦ୍ଦୋଷ ଏକଗୋଟି ମେଷ ହେବ।
ומנחה איפה לאיל ולכבשים מנחה מתת ידו ושמן הין לאיפה 5
ଆଉ, ଭକ୍ଷ୍ୟ ନୈବେଦ୍ୟ ରୂପେ ମେଷ ସଙ୍ଗେ ଏକ ଐଫା ଦେବେ ଓ ମେଷଶାବକମାନଙ୍କ ସଙ୍ଗେ ସେ ଆପଣା ଶକ୍ତି ଅନୁସାରେ ଭକ୍ଷ୍ୟ ନୈବେଦ୍ୟ ଦେବେ, ପୁଣି ଏକ ଏକ ଐଫା ପାଇଁ ଏକ ଏକ ହିନ୍‍ ତୈଳ ଦେବେ।
וביום החדש פר בן בקר תמימם וששת כבשים ואיל תמימם יהיו 6
ଆଉ, ଅମାବାସ୍ୟା ଦିନ (ହୋମବଳି ନିମନ୍ତେ) ଏକ ନିର୍ଦ୍ଦୋଷ ଗୋବତ୍ସ ହେବ, ଛଅ ମେଷଶାବକ ଓ ଏକ ମେଷ ହେବ; ଏସବୁ ନିର୍ଦ୍ଦୋଷ ହେବେ;
ואיפה לפר ואיפה לאיל יעשה מנחה ולכבשים כאשר תשיג ידו ושמן הין לאיפה 7
ଆଉ, ସେ ଭକ୍ଷ୍ୟ ନୈବେଦ୍ୟ ରୂପେ ଗୋବତ୍ସ ସଙ୍ଗେ ଏକ ଐଫା, ମେଷ ସଙ୍ଗେ ଏକ ଐଫା ଓ ମେଷଶାବକମାନଙ୍କ ସଙ୍ଗେ ଆପଣା ଶକ୍ତି ଅନୁସାରେ ଦେବେ, ଆଉ ଏକ ଏକ ଐଫା ପାଇଁ ଏକ ଏକ ହିନ୍‍ ତୈଳ ଦେବେ।
ובבוא הנשיא--דרך אולם השער יבוא ובדרכו יצא 8
ପୁଣି, ଅଧିପତି ଯେତେବେଳେ ପ୍ରବେଶ କରିବେ, ସେତେବେଳେ ସେ ଦ୍ୱାର ବାରଣ୍ଡା ପଥ ଦେଇ ଭିତରେ ପ୍ରବେଶ କରିବେ ଓ ସେହି ପଥ ଦେଇ ବାହାରି ଯିବେ।
ובבוא עם הארץ לפני יהוה במועדים הבא דרך שער צפון להשתחות יצא דרך שער נגב והבא דרך שער נגב יצא דרך שער צפונה לא ישוב דרך השער אשר בא בו--כי נכחו יצאו (יצא) 9
ମାତ୍ର ନିରୂପିତ ପର୍ବମାନର ସମୟରେ ଯେତେବେଳେ ଦେଶର ଲୋକମାନେ ସଦାପ୍ରଭୁଙ୍କ ଛାମୁକୁ ଆସିବେ, ସେତେବେଳେ ଯେଉଁ ଲୋକ ପ୍ରଣାମ କରିବା ପାଇଁ ଉତ୍ତର ଦ୍ୱାରର ପଥ ଦେଇ ଭିତରକୁ ଆସେ, ସେ ଦକ୍ଷିଣ ଦ୍ୱାରର ପଥ ଦେଇ ବାହାରି ଯିବ ଓ ଯେଉଁ ଲୋକ ଦକ୍ଷିଣ ଦ୍ୱାର ଦେଇ ଭିତରେ ପ୍ରବେଶ କରେ, ସେ ଉତ୍ତର ଦ୍ୱାରର ପଥ ଦେଇ ବାହାରି ଯିବ; ସେ ଯେଉଁ ଦ୍ୱାରର ପଥ ଦେଇ ଭିତରକୁ ଆସିଲା, ସେହି ପଥ ଦେଇ ଫେରିବ ନାହିଁ, ମାତ୍ର ଆପଣା ସମ୍ମୁଖସ୍ଥ ପଥ ଦେଇ ବାହାରି ଯିବ।
והנשיא--בתוכם בבואם יבוא ובצאתם יצאו 10
ପୁଣି, ଲୋକମାନେ ଯେତେବେଳେ ଭିତରକୁ ଯିବେ, ସେତେବେଳେ ଅଧିପତି ସେମାନଙ୍କ ମଧ୍ୟରେ ଥାଇ ଭିତରକୁ ଯିବେ ଓ ବାହାରି ଯିବା ବେଳେ ସେମାନେ ଏକତ୍ର ହୋଇ ବାହାରି ଯିବେ।
ובחגים ובמועדים תהיה המנחה איפה לפר ואיפה לאיל ולכבשים מתת ידו ושמן הין לאיפה 11
ଆଉ, ପର୍ବ ଓ ଉତ୍ସବାଦି ସମୟରେ ଭକ୍ଷ୍ୟ ନୈବେଦ୍ୟ ରୂପେ ଏକ ଗୋବତ୍ସ ସଙ୍ଗେ ଏକ ଐଫା ଓ ଏକ ମେଷ ସଙ୍ଗେ ଏକ ଐଫା, ଆଉ ମେଷଶାବକମାନଙ୍କ ସଙ୍ଗେ ସେ ଆପଣା ଶକ୍ତି ଅନୁସାରେ ଓ ଏକ ଏକ ଐଫା ସଙ୍ଗେ ଏକ ଏକ ହିନ୍‍ ତୈଳ ଦେବେ।
וכי יעשה הנשיא נדבה עולה או שלמים נדבה ליהוה ופתח לו את השער הפנה קדים ועשה את עלתו ואת שלמיו כאשר יעשה ביום השבת ויצא וסגר את השער אחרי צאתו 12
ପୁଣି, ଅଧିପତି ଯେତେବେଳେ ସ୍ଵେଚ୍ଛାଦତ୍ତ ଉପହାର, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମବଳି ଅବା ମଙ୍ଗଳାର୍ଥକ ବଳି ସ୍ଵେଚ୍ଛାଦତ୍ତ ଉପହାର ରୂପେ ଉତ୍ସର୍ଗ କରିବେ, ସେତେବେଳେ ତାଙ୍କ ପାଇଁ ପୂର୍ବାଭିମୁଖ ଦ୍ୱାର ଫିଟାଯିବ, ଆଉ ସେ ବିଶ୍ରାମ ଦିନରେ ଯେପରି କରନ୍ତି, ସେହିପରି ଆପଣା ହୋମବଳି ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କରିବେ। ତହୁଁ ସେ ବାହାରି ଯିବେ ଓ ବାହାରିଗଲା ଉତ୍ତାରେ ଦ୍ୱାର ବନ୍ଦ କରାଯିବ।
וכבש בן שנתו תמים תעשה עולה ליום--ליהוה בבקר בבקר תעשה אתו 13
ପୁଣି, ତୁମ୍ଭେ ପ୍ରତିଦିନ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମବଳି ନିମନ୍ତେ ଏକ ବର୍ଷୀୟ ନିର୍ଦ୍ଦୋଷ ଏକ ମେଷଶାବକ ଉତ୍ସର୍ଗ କରିବ; ପ୍ରତି ପ୍ରଭାତ ତୁମ୍ଭେ ତାହା ଉତ୍ସର୍ଗ କରିବ।
ומנחה תעשה עליו בבקר בבקר ששית האיפה ושמן שלישית ההין לרס את הסלת מנחה ליהוה--חקות עולם תמיד 14
ଆଉ, ତହିଁ ସଙ୍ଗେ ତୁମ୍ଭେ ପ୍ରତି ପ୍ରଭାତ ଭକ୍ଷ୍ୟ ନୈବେଦ୍ୟ ରୂପେ ଏକ ଐଫାର ଷଷ୍ଠାଂଶ ଓ ସରୁ ମଇଦାକୁ ତିନ୍ତାଇବା ପାଇଁ ଏକ ହିନ୍‍ର ତୃତୀୟାଂଶ ତୈଳ ଉତ୍ସର୍ଗ କରିବ; ଏହା ନିତ୍ୟସ୍ଥାୟୀ ବିଧି ଅନୁସାରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଚିରକାଳୀନ ଭକ୍ଷ୍ୟ ନୈବେଦ୍ୟ ଅଟେ।
ועשו (יעשו) את הכבש ואת המנחה ואת השמן בבקר בבקר עולת תמיד 15
ଏହିରୂପେ ଲୋକମାନେ ନିତ୍ୟ ହୋମବଳି ରୂପେ ପ୍ରତି ପ୍ରଭାତ ମେଷ, ଭକ୍ଷ୍ୟ ନୈବେଦ୍ୟ ଓ ତୈଳ ଉତ୍ସର୍ଗ କରିବେ।
כה אמר אדני יהוה כי יתן הנשיא מתנה לאיש מבניו--נחלתו היא לבניו תהיה אחזתם היא בנחלה 16
ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି: ଅଧିପତି ଯଦି ଆପଣା ପୁତ୍ରଗଣ ମଧ୍ୟରୁ କାହାକୁ କିଛି ଦାନ କରନ୍ତି, ତେବେ ତାହା ତାଙ୍କ ଉତ୍ତରାଧିକାର, ତାହା ତାଙ୍କ ପୁତ୍ରଗଣର ହେବ; ସେମାନେ ଉତ୍ତରାଧିକାର କ୍ରମେ ତାହା ଭୋଗ କରିବେ।
וכי יתן מתנה מנחלתו לאחד מעבדיו--והיתה לו עד שנת הדרור ושבת לנשיא אך נחלתו--בניו להם תהיה 17
ମାତ୍ର ସେ ଯଦି ଆପଣାର ଦାସମାନଙ୍କ ମଧ୍ୟରୁ ଜଣକୁ ଆପଣା ଉତ୍ତରାଧିକାରରୁ କିଛି ଦାନ କରନ୍ତି, ତେବେ ତାହା ମୁକ୍ତି ବର୍ଷ ପର୍ଯ୍ୟନ୍ତ ତାହାର ହେବ; ତହିଁ ଉତ୍ତାରେ ତାହା ଅଧିପତିଙ୍କର ହେବ; ତାଙ୍କ ଉତ୍ତରାଧିକାରୀତ୍ତ୍ୱ କେବଳ ତାଙ୍କ ପୁତ୍ରଗଣର ହେବ।
ולא יקח הנשיא מנחלת העם להונתם מאחזתם--מאחזתו ינחל את בניו למען אשר לא יפצו עמי איש מאחזתו 18
ଆହୁରି, ଅଧିପତି ଲୋକମାନଙ୍କୁ ସେମାନଙ୍କ ଅଧିକାରରୁ ଚ୍ୟୁତ କରିବା ନିମନ୍ତେ ସେମାନଙ୍କ ଉତ୍ତରାଧିକାର ହରଣ କରିବେ ନାହିଁ; ଆମ୍ଭର ଲୋକମାନେ ଆପଣା ଆପଣା ଅଧିକାରରୁ ଯେପରି ଛିନ୍ନଭିନ୍ନ ହୋଇ ନ ଯାʼନ୍ତି, ଏଥିପାଇଁ ସେ ଆପଣା ଅଧିକାର ମଧ୍ୟରୁ ଆପଣା ପୁତ୍ରମାନଙ୍କୁ ଉତ୍ତରାଧିକାର ଦାନ କରିବେ।”
ויביאני במבוא אשר על כתף השער אל הלשכות הקדש אל הכהנים הפנות צפונה והנה שם מקום בירכתם (בירכתים) ימה 19
ଏଉତ୍ତାରେ ସେ ଦ୍ୱାର ପାର୍ଶ୍ୱସ୍ଥ ପ୍ରବେଶ ପଥ ଦେଇ ମୋତେ ଯାଜକମାନଙ୍କର ଉତ୍ତରାଭିମୁଖ ପବିତ୍ର କୋଠରି-ଶ୍ରେଣୀକୁ ଆଣିଲେ; ଆଉ ଦେଖ, ସେଠାରେ ପଶ୍ଚିମ ଦିଗର ପଶ୍ଚାତ ଭାଗରେ ଏକ ସ୍ଥାନ ଥିଲା।
ויאמר אלי--זה המקום אשר יבשלו שם הכהנים את האשם ואת החטאת אשר יאפו את המנחה לבלתי הוציא אל החצר החיצונה לקדש את העם 20
ପୁଣି, ସେ ମୋତେ କହିଲେ, “ଏହି ସ୍ଥାନରେ ଯାଜକମାନେ ଦୋଷାର୍ଥକ ବଳି, ପାପାର୍ଥକ ବଳି ସିଦ୍ଧ କରିବେ ଓ ଭକ୍ଷ୍ୟ ନୈବେଦ୍ୟ ପାକ କରିବେ; ସେମାନେ ଲୋକମାନଙ୍କୁ ଶୁଚି କରିବା ନିମନ୍ତେ ବାହାର ପ୍ରାଙ୍ଗଣକୁ ତାହାସବୁ ଆଣିବେ ନାହିଁ।”
ויוציאני אל החצר החיצונה ויעברני אל ארבעת מקצועי החצר והנה חצר במקצע החצר חצר במקצע החצר 21
ଏଉତ୍ତାରେ ସେ ମୋତେ ବାହାର ପ୍ରାଙ୍ଗଣକୁ ଆଣି ସେହି ପ୍ରାଙ୍ଗଣର ଚାରି କୋଣ ଦେଇ ଗମନ କରାଇଲେ; ଆଉ ଦେଖ, ସେହି ପ୍ରାଙ୍ଗଣର ପ୍ରତ୍ୟେକ କୋଣରେ ଗୋଟିଏ ଗୋଟିଏ ପ୍ରାଙ୍ଗଣ ଥିଲା।
בארבעת מקצעות החצר חצרות קטרות--ארבעים ארך ושלשים רחב מדה אחת לארבעתם מהקצעות 22
ପ୍ରାଙ୍ଗଣର ଚାରି କୋଣରେ ଚାଳିଶ ହାତ ଦୀର୍ଘ ଓ ତିରିଶ ହାତ ପ୍ରସ୍ଥ ପ୍ରାଚୀର-ବେଷ୍ଟିତ ଏକ ଏକ ପ୍ରାଙ୍ଗଣ ଥିଲା; କୋଣମାନର ଏହି ଚାରି ପ୍ରାଙ୍ଗଣର ସମାନ ମାପ ଥିଲା।
וטור סביב בהם סביב לארבעתם ומבשלות עשוי מתחת הטירות סביב 23
ପୁଣି, ସେହି ଚାରିର ଭିତରେ ଚାରିଆଡ଼େ ଏକ ଏକ ଧାଡ଼ି ଗାନ୍ଥୁନୀ ଥିଲା, ଆଉ ସେହି ସବୁ ଧାଡ଼ିର ତଳେ ଚାରିଆଡ଼େ ପାକ ସ୍ଥାନ ନିର୍ମିତ ହୋଇଥିଲା।
ויאמר אלי אלה בית המבשלים אשר יבשלו שם משרתי הבית את זבח העם 24
ଏଥିରେ ସେ ମୋତେ କହିଲେ, “ସବୁ ପାକ ଗୃହ, ଏହି ସ୍ଥାନରେ ଗୃହର ପରିଚାରକମାନେ ଲୋକମାନଙ୍କ ବଳି ସିଦ୍ଧ କରିବେ।”

< יחזקאל 46 >