< דניאל 3 >

נבוכדנצר מלכא עבד צלם די דהב רומה אמין שתין פתיה אמין שת אקימה בבקעת דורא במדינת בבל 1
ରାଜା ନବୂଖଦ୍‍ନିତ୍ସର ଷାଠିଏ ହାତ ଉଚ୍ଚ ଓ ଛଅ ହାତ ପ୍ରସ୍ଥ ଏକ ସୁବର୍ଣ୍ଣମୟ ପ୍ରତିମା ନିର୍ମାଣ କଲା; ବାବିଲ ପ୍ରଦେଶର ଦୂରା ନାମକ ପଦାରେ ସେ ତାହା ସ୍ଥାପନ କଲା।
ונבוכדנצר מלכא שלח למכנש לאחשדרפניא סגניא ופחותא אדרגזריא גדבריא דתבריא תפתיא וכל שלטני מדינתא--למתא לחנכת צלמא די הקים נבוכדנצר מלכא 2
ତହିଁରେ ରାଜା ନବୂଖଦ୍‍ନିତ୍ସର ସେହି ଯେଉଁ ପ୍ରତିମା ସ୍ଥାପନ କରିଥିଲା, ତାହାର ପ୍ରତିଷ୍ଠା କରିବାକୁ ଆସିବା ପାଇଁ କ୍ଷିତିପାଳମାନଙ୍କୁ, ରାଜପ୍ରତିନିଧିମାନଙ୍କୁ ଓ ଦେଶାଧ୍ୟକ୍ଷଗଣଙ୍କୁ, ବିଚାରକର୍ତ୍ତାଗଣଙ୍କୁ, କୋଷାଧ୍ୟକ୍ଷଗଣଙ୍କୁ, ବ୍ୟବସ୍ଥାପକଗଣଙ୍କୁ, ବେବର୍ତ୍ତାଗଣଙ୍କୁ ଓ ପ୍ରଦେଶୀୟ ସକଳ ଶାସନକର୍ତ୍ତାଗଣଙ୍କୁ ଏକତ୍ର କରିବା ପାଇଁ ରାଜା ନବୂଖଦ୍‍ନିତ୍ସର ଲୋକ ପ୍ରେରଣ କଲା।
באדין מתכנשין אחשדרפניא סגניא ופחותא אדרגזריא גדבריא דתבריא תפתיא וכל שלטני מדינתא לחנכת צלמא די הקים נבוכדנצר מלכא וקאמין (וקימין) לקבל צלמא די הקים נבכדנצר 3
ତହିଁରେ କ୍ଷିତିପାଳମାନେ, ରାଜପ୍ରତିନିଧିମାନେ ଓ ଦେଶାଧ୍ୟକ୍ଷଗଣ, ବିଚାରକର୍ତ୍ତାଗଣ, କୋଷାଧ୍ୟକ୍ଷଗଣ, ବ୍ୟବସ୍ଥାପକଗଣ, ବେବର୍ତ୍ତାଗଣ ଓ ପ୍ରଦେଶୀୟ ସକଳ ଶାସନକର୍ତ୍ତାଗଣ, ରାଜା ନବୂଖଦ୍‍ନିତ୍ସରର ସ୍ଥାପିତ ପ୍ରତିମାର ପ୍ରତିଷ୍ଠା କରିବା ପାଇଁ ଏକତ୍ର ହେଲେ, ଆଉ ସେମାନେ ନବୂଖଦ୍‍ନିତ୍ସରର ସ୍ଥାପିତ ପ୍ରତିମାର ସମ୍ମୁଖରେ ଠିଆ ହେଲେ।
וכרוזא קרא בחיל לכון אמרין עממיא אמיא ולשניא 4
ତହୁଁ ଘୋଷକ ଉଚ୍ଚସ୍ୱରରେ କହିଲା, “ହେ ଲୋକବୃନ୍ଦ, ଗୋଷ୍ଠୀବର୍ଗ ଓ ନାନା ଭାଷାବାଦୀଗଣ, ତୁମ୍ଭମାନଙ୍କୁ ଏହି ଆଜ୍ଞା ଦିଆଯାଉଅଛି,
בעדנא די תשמעון קל קרנא משרוקיתא קיתרס (קתרס) שבכא פסנתרין סומפניא וכל זני זמרא--תפלון ותסגדון לצלם דהבא די הקים נבוכדנצר מלכא 5
ଯେଉଁ ସମୟରେ ତୁମ୍ଭେମାନେ ଶୃଙ୍ଗ, ବଂଶୀ, ବୀଣା, ଚତୁସ୍ତନ୍ତ୍ରୀ ଓ ନେବଲ, ମୃଦଙ୍ଗ ଓ ସବୁ ପ୍ରକାର ବାଦ୍ୟ ଶୁଣିବ, ସେତେବେଳେ ତୁମ୍ଭେମାନେ ରାଜା ନବୂଖଦ୍‍ନିତ୍ସରଙ୍କ ସ୍ଥାପିତ ସୁବର୍ଣ୍ଣ ପ୍ରତିମା ସମ୍ମୁଖରେ ଉବୁଡ଼ ହୋଇ ପ୍ରଣାମ କରିବ।
ומן די לא יפל ויסגד--בה שעתא יתרמא לגוא אתון נורא יקדתא 6
ପୁଣି, ଯେକୌଣସି ଲୋକ ମୁହଁ ମାଡ଼ି ପ୍ରଣାମ ନ କରିବ, ସେ ସେହି ଦଣ୍ଡରେ ପ୍ରଜ୍ୱଳିତ ଅଗ୍ନିକୁଣ୍ଡରେ ନିକ୍ଷିପ୍ତ ହେବ।”
כל קבל דנה בה זמנא כדי שמעין כל עממיא קל קרנא משרוקיתא קיתרס (קתרס) שבכא פסנטרין וכל זני זמרא--נפלין כל עממיא אמיא ולשניא סגדין לצלם דהבא די הקים נבוכדנצר מלכא 7
ଏହେତୁରୁ ଯେତେବେଳେ ସମସ୍ତ ଲୋକ ଶୃଙ୍ଗ, ବଂଶୀ, ବୀଣା, ଚତୁସ୍ତନ୍ତ୍ରୀ, ନେବଲ ଓ ସବୁ ପ୍ରକାର ବାଦ୍ୟ ଶୁଣିଲେ, ସେତେବେଳେ ସମସ୍ତ ଲୋକ, ଗୋଷ୍ଠୀୟ ବର୍ଗ ଓ ଭାଷାବାଦୀମାନେ ରାଜା ନବୂଖଦ୍‍ନିତ୍ସରର ସ୍ଥାପିତ ପ୍ରତିମାକୁ ମୁହଁ ମାଡ଼ି ପ୍ରଣାମ କଲେ।
כל קבל דנה בה זמנא קרבו גברין כשדאין ואכלו קרציהון די יהודיא 8
ଏଥିପାଇଁ ସେହି ସମୟରେ କେତେକ କଲ୍‍ଦୀୟ ଲୋକ ନିକଟକୁ ଆସି ଯିହୁଦୀୟ ଲୋକମାନଙ୍କ ବିରୁଦ୍ଧରେ ଅପବାଦ ଆଣିଲେ।
ענו ואמרין לנבוכדנצר מלכא מלכא לעלמין חיי 9
ସେମାନେ ନବୂଖଦ୍‍ନିତ୍ସର ରାଜାକୁ ଉତ୍ତର କରି କହିଲେ, “ହେ ମହାରାଜ, ଚିରଜୀବୀ ହେଉନ୍ତୁ।
אנתה (אנת) מלכא שמת טעם די כל אנש די ישמע קל קרנא משרקיתא קיתרס (קתרס) שבכא פסנתרין וסיפניה (וסופניה) וכל זני זמרא--יפל ויסגד לצלם דהבא 10
ହେ ମହାରାଜ, ଆପଣ ଆଜ୍ଞା କରିଅଛନ୍ତି ଯେ, ଯେକେହି ଶୃଙ୍ଗ, ବଂଶୀ, ବୀଣା, ଚତୁସ୍ତନ୍ତ୍ରୀ, ନେବଲ, ମୃଦଙ୍ଗ ଓ ସବୁ ପ୍ରକାର ବାଦ୍ୟ ଶୁଣିବ, ସେ ଉବୁଡ଼ ହୋଇ ସୁବର୍ଣ୍ଣ ପ୍ରତିମାକୁ ପ୍ରଣାମ କରିବ;
ומן די לא יפל ויסגד--יתרמא לגוא אתון נורא יקדתא 11
ପୁଣି, ଯେକୌଣସି ଲୋକ ଉବୁଡ଼ ହୋଇ ପ୍ରଣାମ ନ କରିବ, ସେ ପ୍ରଜ୍ୱଳିତ ଅଗ୍ନିକୁଣ୍ଡରେ ନିକ୍ଷିପ୍ତ ହେବ;
איתי גברין יהודאין די מנית יתהון על עבידת מדינת בבל שדרך מישך ועבד נגו--גבריא אלך לא שמו עליך (עלך) מלכא טעם לאלהיך (לאלהך) לא פלחין ולצלם דהבא די הקימת לא סגדין 12
ଏଠାରେ ଶଦ୍ରକ୍‍, ମୈଶକ୍‍ ଓ ଅବେଦ୍‍ନଗୋ ନାମକ କେତେକ ଯିହୁଦୀ ଲୋକ ଅଛନ୍ତି, ସେମାନଙ୍କୁ ଆପଣ ବାବିଲ ପ୍ରଦେଶର ରାଜକର୍ମରେ ନିଯୁକ୍ତ କରିଅଛନ୍ତି; ହେ ମହାରାଜ, ସେହି ଲୋକମାନେ ଆପଣଙ୍କୁ ମାନି ନାହାନ୍ତି; ସେମାନେ ଆପଣଙ୍କ ଦେବଗଣର ସେବା କରନ୍ତି ନାହିଁ କିଅବା ଆପଣଙ୍କ ସ୍ଥାପିତ ସୁବର୍ଣ୍ଣ ପ୍ରତିମାକୁ ପ୍ରଣାମ କରନ୍ତି ନାହିଁ।”
באדין נבוכדנצר ברגז וחמא אמר להיתיה לשדרך מישך ועבד נגו באדין גבריא אלך היתיו קדם מלכא 13
ତହିଁରେ ନବୂଖଦ୍‍ନିତ୍ସର ପ୍ରଚଣ୍ଡ କ୍ରୋଧ ଓ କୋପରେ ଶଦ୍ରକ୍‍, ମୈଶକ୍‍ ଓ ଅବେଦ୍‍ନଗୋଙ୍କୁ ଆଣିବା ପାଇଁ ଆଜ୍ଞା କଲା। ତହୁଁ ଲୋକମାନେ ସେମାନଙ୍କୁ ରାଜାର ଛାମୁକୁ ଆଣିଲେ।
ענה נבוכדנצר ואמר להון הצדא שדרך מישך ועבד נגו לאלהי לא איתיכון פלחין ולצלם דהבא די הקימת לא סגדין 14
ନବୂଖଦ୍‍ନିତ୍ସର ସେମାନଙ୍କୁ ଉତ୍ତର କରି କହିଲା, “ହେ ଶଦ୍ରକ୍‍, ମୈଶକ୍‍ ଓ ଅବେଦ୍‍ନଗୋ, ତୁମ୍ଭେମାନେ କି ମନସ୍ଥ ହୋଇ ମୋର ଦେବତାର ସେବା କରୁ ନାହଁ, କିଅବା ମୋʼ ସ୍ଥାପିତ ସୁବର୍ଣ୍ଣମୟ ପ୍ରତିମାକୁ ପ୍ରଣାମ କରୁ ନାହଁ?
כען הן איתיכון עתידין די בעדנא די תשמעון קל קרנא משרוקיתא קיתרס (קתרס) שבכא פסנתרין וסומפניה וכל זני זמרא תפלון ותסגדון לצלמא די עבדת והן לא תסגדון בה שעתא תתרמון לגוא אתון נורא יקדתא ומן הוא אלה די ישיזבנכון מן ידי 15
ଏବେ ଶୃଙ୍ଗ, ବଂଶୀ, ବୀଣା, ଚତୁସ୍ତନ୍ତ୍ରୀ, ନେବଲ, ମୃଦଙ୍ଗ ଓ ସର୍ବପ୍ରକାର ବାଦ୍ୟ ଶୁଣିଲେ, ତୁମ୍ଭେମାନେ ଯଦି ମୋʼ ନିର୍ମିତ ପ୍ରତିମାକୁ ମୁହଁ ମାଡ଼ି ପ୍ରଣାମ କରିବାକୁ ପ୍ରସ୍ତୁତ ହୁଅ, ତେବେ ଭଲ; ମାତ୍ର ଯଦି ତୁମ୍ଭେମାନେ ପ୍ରଣାମ ନ କର, ତେବେ ସେହି ଦଣ୍ଡରେ ତୁମ୍ଭେମାନେ ପ୍ରଜ୍ୱଳିତ ଅଗ୍ନିକୁଣ୍ଡରେ ନିକ୍ଷିପ୍ତ ହେବ; ଆଉ, ଏପରି କେଉଁ ଦେବତା ଅଛି ଯେ ତୁମ୍ଭମାନଙ୍କୁ ମୋʼ ହସ୍ତରୁ ଉଦ୍ଧାର କରିବ?”
ענו שדרך מישך ועבד נגו ואמרין למלכא נבוכדנצר--לא חשחין אנחנא על דנה פתגם להתבותך 16
ଶଦ୍ରକ୍‍, ମୈଶକ୍‍ ଓ ଅବେଦ୍‍ନଗୋ ରାଜାକୁ ଉତ୍ତର କରି କହିଲେ, “ହେ ନବୂଖଦ୍‍ନିତ୍ସର, ଏହି ବିଷୟରେ ଆପଣଙ୍କୁ ଉତ୍ତର ଦେବାର ଆମ୍ଭମାନଙ୍କର ପ୍ରୟୋଜନ ନାହିଁ।
הן איתי אלהנא די אנחנא פלחין--יכל לשיזבותנא מן אתון נורא יקדתא ומן ידך מלכא ישיזב 17
ଯଦି ସେହିପରି ହୁଏ, ତେବେ ଆମ୍ଭେମାନେ ଯାହାଙ୍କର ସେବା କରୁ, ଆମ୍ଭମାନଙ୍କର ସେହି ପରମେଶ୍ୱର ଆମ୍ଭମାନଙ୍କୁ ପ୍ରଜ୍ୱଳିତ ଅଗ୍ନିକୁଣ୍ଡରୁ ରକ୍ଷା କରିବାକୁ ସମର୍ଥ ଅଟନ୍ତି; ଆଉ ହେ ମହାରାଜ, ସେ ଆପଣଙ୍କ ହସ୍ତରୁ ଆମ୍ଭମାନଙ୍କୁ ଉଦ୍ଧାର କରିବେ।
והן לא ידיע להוא לך מלכא די לאלהיך (לאלהך) לא איתינא (איתנא) פלחין ולצלם דהבא די הקימת לא נסגד 18
ମାତ୍ର ଯଦି ନ କରନ୍ତି, ତେବେ ହେ ମହାରାଜ, ଆମ୍ଭେମାନେ ଯେ ଆପଣଙ୍କ ଦେବତାଗଣର ସେବା କରିବୁ ନାହିଁ, କିଅବା ଆପଣଙ୍କ ସ୍ଥାପିତ ସୁବର୍ଣ୍ଣ ପ୍ରତିମାକୁ ପ୍ରଣାମ କରିବୁ ନାହିଁ, ଏହା ଆପଣ ଜ୍ଞାତ ହେଉନ୍ତୁ।”
באדין נבוכדנצר התמלי חמא וצלם אנפוהי אשתנו (אשתני) על שדרך מישך ועבד נגו ענה ואמר למזא לאתונא חד שבעה על די חזה למזיה 19
ଏଥିରେ ନବୂଖଦ୍‍ନିତ୍ସର କୋପରେ ପରିପୂର୍ଣ୍ଣ ହେଲା ଓ ଶଦ୍ରକ୍‍, ମୈଶକ୍‍ ଓ ଅବେଦ୍‍ନଗୋର ପ୍ରତିକୂଳରେ ତାହାର ମୁଖ ବିକଟାକାର ହେଲା। ଏଥିପାଇଁ ଅଗ୍ନିକୁଣ୍ଡକୁ ସାଧାରଣ ପରିମାଣ ଅପେକ୍ଷା ସାତ ଗୁଣ ଉତ୍ତପ୍ତ କରିବା ପାଇଁ ସେ ଆଜ୍ଞା ଦେଲା।
ולגברין גברי חיל די בחילה אמר לכפתה לשדרך מישך ועבד נגו--למרמא לאתון נורא יקדתא 20
ପୁଣି, ସେ ଆପଣା ସୈନ୍ୟ ମଧ୍ୟରୁ କେତେକ ବଳବାନ ଲୋକଙ୍କୁ ଶଦ୍ରକ୍‍, ମୈଶକ୍‍ ଓ ଅବେଦ୍‍ନଗୋଙ୍କୁ ବାନ୍ଧି ପ୍ରଜ୍ୱଳିତ ଅଗ୍ନିକୁଣ୍ଡରେ ପକାଇବା ପାଇଁ ଆଜ୍ଞା ଦେଲା।
באדין גבריא אלך כפתו בסרבליהון פטישיהון (פטשיהון) וכרבלתהון ולבשיהון ורמיו לגוא אתון נורא יקדתא 21
ତହୁଁ ସେହି ପୁରୁଷମାନେ ଆପଣା ଆପଣା ପାୟଜାମା, ଅଙ୍ଗରଖା, ଉତ୍ତରୀୟ ଓ ଅନ୍ୟାନ୍ୟ ବସ୍ତ୍ର ସମେତ ବନ୍ଧାଯାଇ ପ୍ରଜ୍ୱଳିତ ଅଗ୍ନିକୁଣ୍ଡ ମଧ୍ୟରେ ନିକ୍ଷିପ୍ତ ହେଲେ।
כל קבל דנה מן די מלת מלכא מחצפה ואתונא אזה יתירה גבריא אלך די הסקו לשדרך מישך ועבד נגו קטל המון שביבא די נורא 22
ରାଜାର ଆଜ୍ଞା ଅତି ବ୍ୟଗ୍ର ଓ ଅଗ୍ନିକୁଣ୍ଡ ଅତିଶୟ ଉତ୍ତପ୍ତ ଥିଲା, ଏଥିପାଇଁ ଯେଉଁ ଲୋକମାନେ ଶଦ୍ରକ୍‍, ମୈଶକ୍‍ ଓ ଅବେଦ୍‍ନଗୋଙ୍କୁ ଟେକି ଧରିଥିଲେ, ସେମାନେ ଅଗ୍ନିଶିଖାରେ ହତ ହେଲେ।
וגבריא אלך תלתהון שדרך מישך ועבד נגו--נפלו לגוא אתון נורא יקדתא מכפתין 23
ପୁଣି ଶଦ୍ରକ୍‍, ମୈଶକ୍‍ ଓ ଅବେଦ୍‍ନଗୋ, ଏହି ତିନି ଜଣ ବନ୍ଧା ହୋଇ ପ୍ରଜ୍ୱଳିତ ଅଗ୍ନିକୁଣ୍ଡ ମଧ୍ୟରେ ପଡ଼ିଲେ।
אדין נבוכדנצר מלכא תוה וקם בהתבהלה ענה ואמר להדברוהי הלא גברין תלתה רמינא לגוא נורא מכפתין ענין ואמרין למלכא יציבא מלכא 24
ଏଥିରେ ରାଜା ନବୂଖଦ୍‍ନିତ୍ସର ଚମତ୍କୃତ ହୋଇ ଶୀଘ୍ର ଉଠିଲା। ସେ ଆପଣା ମନ୍ତ୍ରୀମାନଙ୍କୁ କହିଲା, “ଆମ୍ଭେମାନେ କି ତିନି ଲୋକଙ୍କୁ ବାନ୍ଧି ଅଗ୍ନି ମଧ୍ୟରେ ପକାଇ ନ ଥିଲୁ?” ସେମାନେ ରାଜାକୁ ଉତ୍ତର କରି କହିଲେ, “ସତ୍ୟ ମହାରାଜ।”
ענה ואמר הא אנה חזה גברין ארבעה שרין מהלכין בגו נורא וחבל לא איתי בהון ורוה די רביעיא (רביעאה) דמה לבר אלהין 25
ରାଜା ଉତ୍ତର କରି କହିଲା, “ଦେଖ, ମୁଁ ଅଗ୍ନି ମଧ୍ୟରେ ଗମନ କରିବାର ଚାରି ମୁକ୍ତ ଲୋକ ଦେଖୁଅଛି ଓ ସେମାନଙ୍କର କୌଣସି କ୍ଷତି ହୋଇ ନାହିଁ; ପୁଣି, ଚତୁର୍ଥ ଲୋକର ମୂର୍ତ୍ତି ପରମେଶ୍ୱରଙ୍କ ପୁତ୍ର ସଦୃଶ୍ୟ।”
באדין קרב נבוכדנצר לתרע אתון נורא יקדתא ענה ואמר שדרך מישך ועבד נגו עבדוהי די אלהא עליא (עלאה) פקו ואתו באדין נפקין שדרך מישך ועבד נגו--מן גוא נורא 26
ସେତେବେଳେ ନବୂଖଦ୍‍ନିତ୍ସର ପ୍ରଜ୍ୱଳିତ ଅଗ୍ନିକୁଣ୍ଡର ମୁଖ ନିକଟକୁ ଯାଇ କହିଲା, “ହେ ସର୍ବୋପରିସ୍ଥ ପରମେଶ୍ୱରଙ୍କର ଦାସ, ଶଦ୍ରକ୍‍, ମୈଶକ୍‍ ଓ ଅବେଦ୍‍ନଗୋ, ତୁମ୍ଭେମାନେ ବାହାର ହୋଇ ଏଠାକୁ ଆସ। ତହିଁରେ ଶଦ୍ରକ୍‍, ମୈଶକ୍‍ ଓ ଅବେଦ୍‍ନଗୋ ଅଗ୍ନି ମଧ୍ୟରୁ ବାହାର ହୋଇ ଆସିଲେ।”
ומתכנשין אחשדרפניא סגניא ופחותא והדברי מלכא--חזין לגבריא אלך די לא שלט נורא בגשמהון ושער ראשהון לא התחרך וסרבליהון לא שנו וריח נור לא עדת בהון 27
ପୁଣି, କ୍ଷିତିପାଳ, ରାଜପ୍ରତିନିଧି ଓ ଦେଶାଧ୍ୟକ୍ଷ ଓ ରାଜମନ୍ତ୍ରୀମାନେ ଏକତ୍ର ହୋଇ ସେହି ତିନି ଜଣଙ୍କୁ ଅନାଇ ଦେଖିଲେ ଯେ, ଅଗ୍ନି ସେମାନଙ୍କର ଶରୀର ଉପରେ କିଛି ହିଁ ଶକ୍ତି ପ୍ରକାଶ କରି ନାହିଁ, କିଅବା ସେମାନଙ୍କ ମସ୍ତକର କେଶ ହିଁ କିଛି ଦଗ୍ଧ ହୋଇ ନାହିଁ, ଅଥବା ସେମାନଙ୍କର ପାୟଜାମା ବିକୃତ ହୋଇ ନାହିଁ, କିଅବା ସେମାନଙ୍କ ଶରୀରରେ ଅଗ୍ନିର ଗନ୍ଧ ନାହିଁ।
ענה נבוכדנצר ואמר בריך אלההון די שדרך מישך ועבד נגו די שלח מלאכה ושיזב לעבדוהי די התרחצו עלוהי ומלת מלכא שניו ויהבו גשמיהון (גשמהון) די לא יפלחון ולא יסגדון לכל אלה להן לאלההון 28
ନବୂଖଦ୍‍ନିତ୍ସର କହିଲା, “ଶଦ୍ରକ୍‍, ମୈଶକ୍‍ ଓ ଅବେଦ୍‍ନଗୋର ପରମେଶ୍ୱର ଧନ୍ୟ, ଯେହେତୁ ସେ ଆପଣା ଦୂତ ପଠାଇଲେ ଓ ତାହାଙ୍କର ଯେଉଁ ଦାସମାନେ ତାହାଙ୍କଠାରେ ବିଶ୍ୱାସ କଲେ ଓ ଆପଣାମାନଙ୍କର ପରମେଶ୍ୱର ବ୍ୟତୀତ ଯେପରି ଅନ୍ୟ କୌଣସି ଦେବତାକୁ ସେବା କିମ୍ବା ପ୍ରଣାମ ନ କରିବେ, ଏଥିପାଇଁ ରାଜାର ବାକ୍ୟ ଅନ୍ୟଥା କରି ଆପଣା ଆପଣା ଶରୀର ସମର୍ପଣ କଲେ, ସେ ସେମାନଙ୍କୁ ଉଦ୍ଧାର କଲେ।
ומני שים טעם די כל עם אמה ולשן די יאמר שלה (שלו) על אלההון די שדרך מישך ועבד נגוא הדמין יתעבד וביתה נולי ישתוה כל קבל די לא איתי אלה אחרן די יכל להצלה כדנה 29
ଏଥିପାଇଁ ମୁଁ ଏହି ଆଜ୍ଞା କରୁଅଛି ଯେ, ଯେଉଁ ପ୍ରତ୍ୟେକ ଗୋଷ୍ଠୀ, ଦେଶୀୟ ଓ ଭାଷାବାଦୀ ଲୋକ, ଶଦ୍ରକ୍‍, ମୈଶକ୍‍ ଓ ଅବେଦ୍‍ନଗୋର ପରମେଶ୍ୱରଙ୍କ ପ୍ରତିକୂଳରେ କୌଣସି ଭ୍ରାନ୍ତିର କଥା କହିବେ, ସେମାନେ ଖଣ୍ଡ ଖଣ୍ଡ ହୋଇ କଟାଯିବେ ଓ ସେମାନଙ୍କର ଗୃହ ଖତରାଶି ହେବ; କାରଣ ଏପ୍ରକାର ଉଦ୍ଧାର କରିବାକୁ ସମର୍ଥ ଆଉ କୌଣସି ଦେବତା ନାହିଁ।”
באדין מלכא הצלח לשדרך מישך ועבד נגו--במדינת בבל 30
ଏଥିରେ ରାଜା ଶଦ୍ରକ୍‍, ମୈଶକ୍‍ ଓ ଅବେଦ୍‍ନଗୋର ବାବିଲ ପ୍ରଦେଶରେ ପଦ ବୃଦ୍ଧି କଲା।

< דניאל 3 >