< דברי הימים ב 14 >
וישכב אביה עם אבתיו ויקברו אתו בעיר דויד וימלך אסא בנו תחתיו בימיו שקטה הארץ עשר שנים | 1 |
ଏଥିଉତ୍ତାରେ ଅବୀୟଙ୍କ ମୃତ୍ୟୁ ପରେ, ଲୋକମାନେ ଦାଉଦ-ନଗରରେ ତାଙ୍କୁ କବର ଦେଲେ, ଆଉ ତାଙ୍କର ପୁତ୍ର ଆସା ତାଙ୍କ ପଦରେ ରାଜ୍ୟ କଲେ। ଏହାଙ୍କ ଅଧିକାର ସମୟରେ ଦେଶ ଦଶ ବର୍ଷ ସୁସ୍ଥିର ରହିଲା।
ויעש אסא הטוב והישר בעיני יהוה אלהיו | 2 |
ପୁଣି ଆସା ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ଦୃଷ୍ଟିରେ ଉତ୍ତମ ଓ ଯଥାର୍ଥ କର୍ମ କଲେ;
ויסר את מזבחות הנכר והבמות וישבר את המצבות ויגדע את האשרים | 3 |
କାରଣ ସେ ଅନ୍ୟ (ଦେବଗଣର) ଯଜ୍ଞବେଦି ଓ ଉଚ୍ଚସ୍ଥଳୀସକଳ ଦୂର କଲେ ଓ ସ୍ତମ୍ଭସକଳ ଭାଙ୍ଗି ପକାଇଲେ ଓ ଆଶେରା ମୂର୍ତ୍ତିସକଳ ଛେଦନ କଲେ;
ויאמר ליהודה לדרוש את יהוה אלהי אבותיהם--ולעשות התורה והמצוה | 4 |
ଆଉ ସେ ଯିହୁଦାର ଲୋକମାନଙ୍କୁ ସେମାନଙ୍କ ପିତୃଗଣର ପରମେଶ୍ୱର ସଦାପ୍ରଭୁଙ୍କର ଅନ୍ୱେଷଣ କରିବାକୁ, ପୁଣି ବ୍ୟବସ୍ଥା ଓ ଆଜ୍ଞା ପ୍ରତିପାଳନ କରିବାକୁ ଆଦେଶ ଦେଲେ।
ויסר מכל ערי יהודה את הבמות ואת החמנים ותשקט הממלכה לפניו | 5 |
ଆହୁରି, ସେ ଯିହୁଦାର ସମସ୍ତ ନଗରରୁ ଉଚ୍ଚସ୍ଥଳୀ ଓ ସୂର୍ଯ୍ୟ-ପ୍ରତିମାସବୁ ଦୂର କଲେ ଓ ତାଙ୍କ ସମ୍ମୁଖରେ ରାଜ୍ୟ ସୁସ୍ଥିର ହେଲା।
ויבן ערי מצורה ביהודה כי שקטה הארץ ואין עמו מלחמה בשנים האלה--כי הניח יהוה לו | 6 |
ପୁଣି, ସେ ଯିହୁଦା ଦେଶରେ କେତେକ ପ୍ରାଚୀର-ବେଷ୍ଟିତ ନଗର ନିର୍ମାଣ କଲେ; କାରଣ ସେହି କେତେକ ବର୍ଷ ଦେଶ ସୁସ୍ଥିର ଥିଲା ଓ ତାଙ୍କୁ ଯୁଦ୍ଧ କରିବାକୁ ନୋହିଲା; ଯେହେତୁ ସଦାପ୍ରଭୁ ତାଙ୍କୁ ବିଶ୍ରାମ ଦେଇଥିଲେ।
ויאמר ליהודה נבנה את הערים האלה ונסב חומה ומגדלים דלתים ובריחים עודנו הארץ לפנינו כי דרשנו את יהוה אלהינו דרשנו וינח לנו מסביב ויבנו ויצליחו | 7 |
ଏହେତୁ ସେ ଯିହୁଦାକୁ କହିଲେ, “ଆସ, ଆମ୍ଭେମାନେ ଏହିସବୁ ନଗର ନିର୍ମାଣ କରି ତହିଁର ଚତୁର୍ଦ୍ଦିଗରେ ପ୍ରାଚୀର ଓ ଦୁର୍ଗ, ଦ୍ୱାର ଓ ଅର୍ଗଳ ପ୍ରସ୍ତୁତ କରୁ; ଦେଶ ଆଜି ପର୍ଯ୍ୟନ୍ତ ଆମ୍ଭମାନଙ୍କ ସମ୍ମୁଖରେ ଅଛି, ଯେହେତୁ ଆମ୍ଭେମାନେ ସଦାପ୍ରଭୁ ଆପଣାମାନଙ୍କ ପରମେଶ୍ୱରଙ୍କୁ ଅନ୍ୱେଷଣ କରିଅଛୁ; ଆମ୍ଭେମାନେ ତାହାଙ୍କର ଅନ୍ୱେଷଣ କରିଅଛୁ ଓ ସେ ଆମ୍ଭମାନଙ୍କୁ ଚତୁର୍ଦ୍ଦିଗରେ ବିଶ୍ରାମ ଦେଇଅଛନ୍ତି।” ତହୁଁ ସେମାନେ ନଗର ନିର୍ମାଣ କରି କୃତକାର୍ଯ୍ୟ ହେଲେ।
ויהי לאסא חיל נשא צנה ורמח מיהודה שלש מאות אלף ומבנימן נשאי מגן ודרכי קשת מאתים ושמונים אלף כל אלה גבורי חיל | 8 |
ଏହି ଆସାଙ୍କର ଯିହୁଦା ମଧ୍ୟରୁ ତିନି ଲକ୍ଷ ଢାଲ ଓ ବର୍ଚ୍ଛାଧାରୀ ଓ ବିନ୍ୟାମୀନ୍ ମଧ୍ୟରୁ ଦୁଇ ଲକ୍ଷ ଅଶୀ ହଜାର ଢାଲ ଓ ଧନୁର୍ଦ୍ଧାରୀ, ଏକ ସୈନ୍ୟଦଳ ଥିଲେ; ଏସମସ୍ତେ ମହାବିକ୍ରମଶାଳୀ ଲୋକ ଥିଲେ।
ויצא אליהם זרח הכושי בחיל אלף אלפים ומרכבות שלש מאות ויבא עד מרשה | 9 |
ଏଉତ୍ତାରେ କୂଶଦେଶୀୟ ସେରହ ଦଶ ଲକ୍ଷ ସୈନ୍ୟ ଓ ତିନି ଶହ ରଥ ନେଇ ସେମାନଙ୍କ ବିରୁଦ୍ଧରେ ବାହାର ହୋଇ ଆସିଲା; ସେ ମାରେଶା ପର୍ଯ୍ୟନ୍ତ ଆସିଲା।
ויצא אסא לפניו ויערכו מלחמה בגיא צפתה למרשה | 10 |
ସେତେବେଳେ ଆସା ତାହାକୁ ଭେଟିବାକୁ ଯାଆନ୍ତେ, ସେମାନେ ମାରେଶା ନିକଟସ୍ଥ ସଫାଥା ଉପତ୍ୟକାରେ ଯୁଦ୍ଧ ସଜାଇଲେ।
ויקרא אסא אל יהוה אלהיו ויאמר יהוה אין עמך לעזר בין רב לאין כח עזרנו יהוה אלהינו כי עליך נשענו ובשמך באנו על ההמון הזה יהוה אלהינו אתה אל יעצר עמך אנוש | 11 |
ଏଥିରେ ଆସା ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ନିକଟରେ ଡାକ ପକାଇ କହିଲେ, “ସଦାପ୍ରଭୋ, ବଳବାନ ଓ ବଳହୀନ ଲୋକ ମଧ୍ୟରେ ସାହାଯ୍ୟ କରିବାକୁ ତୁମ୍ଭ ଭିନ୍ନ ଆଉ କେହି ନାହାନ୍ତି; ହେ ସଦାପ୍ରଭୋ, ଆମ୍ଭମାନଙ୍କ ପରମେଶ୍ୱର, ଆମ୍ଭମାନଙ୍କର ସାହାଯ୍ୟ କର; କାରଣ ଆମ୍ଭେମାନେ ତୁମ୍ଭ ଉପରେ ନିର୍ଭର କରୁଅଛୁ ଓ ତୁମ୍ଭ ନାମରେ ଏହି ଜନତା ପ୍ରତିକୂଳରେ ଆସିଅଛୁ। ହେ ସଦାପ୍ରଭୋ, ତୁମ୍ଭେ ଆମ୍ଭମାନଙ୍କର ପରମେଶ୍ୱର ଅଟ; ମନୁଷ୍ୟ ତୁମ୍ଭ ପ୍ରତିକୂଳରେ ଜୟଯୁକ୍ତ ନ ହେଉ।”
ויגף יהוה את הכושים לפני אסא ולפני יהודה וינסו הכושים | 12 |
ଏଥିରେ ସଦାପ୍ରଭୁ ଆସା ସମ୍ମୁଖରେ ଓ ଯିହୁଦା ସମ୍ମୁଖରେ କୂଶୀୟମାନଙ୍କୁ ଆଘାତ କଲେ; ତହୁଁ କୂଶୀୟମାନେ ପଳାୟନ କଲେ।
וירדפם אסא והעם אשר עמו עד לגרר ויפל מכושים לאין להם מחיה כי נשברו לפני יהוה ולפני מחנהו וישאו שלל הרבה מאד | 13 |
ଏଉତ୍ତାରେ ଆସା ଓ ତାଙ୍କ ସଙ୍ଗୀ ଲୋକମାନେ ଗରାର ପର୍ଯ୍ୟନ୍ତ ସେମାନଙ୍କ ପଛେ ପଛେ ଗୋଡ଼ାଇଲେ; ତହିଁରେ କୂଶୀୟମାନଙ୍କର ଏତେ ଲୋକ ମାରା ପଡ଼ିଲେ ଯେ, ସେମାନେ ଆଉ ସବଳ ହୋଇ ଉଠି ପାରିଲେ ନାହିଁ; କାରଣ ସେମାନେ ସଦାପ୍ରଭୁଙ୍କ ସମ୍ମୁଖରେ ଓ ତାହାଙ୍କ ସୈନ୍ୟ ସମ୍ମୁଖରେ ବିନଷ୍ଟ ହେଲେ; ଏଣୁ ଯିହୁଦା-ଲୋକମାନେ ଅପାର ଲୁଟଦ୍ରବ୍ୟ ବହିନେଲେ।
ויכו את כל הערים סביבות גרר--כי היה פחד יהוה עליהם ויבזו את כל הערים כי בזה רבה היתה בהם | 14 |
ଆଉ, ସେମାନେ ଗରାରର ଚତୁର୍ଦ୍ଦିଗସ୍ଥ ନଗରସବୁ ଆଘାତ କଲେ; କାରଣ ସଦାପ୍ରଭୁଙ୍କ ଭୟ ସେହି ସବୁ ନଗର ଉପରେ ଉପସ୍ଥିତ ହେଲା; ପୁଣି ସେମାନେ ସମସ୍ତ ନଗର ଲୁଟ କଲେ; କାରଣ ତହିଁ ମଧ୍ୟରେ ଅନେକ ଲୁଟଦ୍ରବ୍ୟ ଥିଲା।
וגם אהלי מקנה הכו וישבו צאן לרב וגמלים וישבו ירושלם | 15 |
ମଧ୍ୟ ସେମାନେ ପଶୁପଲର ତମ୍ବୁସବୁ ଆଘାତ କଲେ, ଆଉ ବିସ୍ତର ମେଷ ଓ ଓଟ ନେଇ ଯିରୂଶାଲମକୁ ଫେରିଗଲେ।