< מלכים א 21 >

ויהי אחר הדברים האלה כרם היה לנבות היזרעאלי אשר ביזרעאל--אצל היכל אחאב מלך שמרון 1
ଏଉତ୍ତାରେ ଏହିପରି ଘଟିଲା; ଯିଷ୍ରିୟେଲରେ ଶମରୀୟାର ରାଜା ଆହାବଙ୍କର ଅଟ୍ଟାଳିକା ସନ୍ନିକଟରେ ଯିଷ୍ରିୟେଲୀୟ ନାବୋତର ଖଣ୍ଡେ ଦ୍ରାକ୍ଷାକ୍ଷେତ୍ର ଥିଲା।
וידבר אחאב אל נבות לאמר תנה לי את כרמך ויהי לי לגן ירק כי הוא קרוב אצל ביתי ואתנה לך תחתיו כרם טוב ממנו אם טוב בעיניך אתנה לך כסף מחיר זה 2
ଏଣୁ ଆହାବ ନାବୋତକୁ କହିଲେ, “ମୋତେ ତୁମ୍ଭ ଦ୍ରାକ୍ଷାକ୍ଷେତ୍ର ଦିଅ, ମୁଁ ତାହା ଶାକକ୍ଷେତ୍ର କରିବି, କାରଣ ତାହା ମୋʼ ଗୃହ ନିକଟରେ ଅଛି; ଆଉ ମୁଁ ତହିଁ ବଦଳେ ତୁମ୍ଭକୁ ତହିଁରୁ ଉତ୍ତମ ଏକ ଦ୍ରାକ୍ଷାକ୍ଷେତ୍ର ଦେବି; ଯଦି ତୁମ୍ଭକୁ ଭଲ ଦେଖାଯାଏ, ମୁଁ ରୂପା-ମୁଦ୍ରାରେ ତହିଁର ମୂଲ୍ୟ ତୁମ୍ଭକୁ ଦେବି।”
ויאמר נבות אל אחאב חלילה לי מיהוה מתתי את נחלת אבתי לך 3
ଏଥିରେ ନାବୋତ ଆହାବଙ୍କୁ କହିଲା, “ମୁଁ ଯେ ଆପଣା ପୈତୃକ ଅଧିକାର ଆପଣଙ୍କୁ ଦେବି, ଏହା ସଦାପ୍ରଭୁ ନ କରନ୍ତୁ।”
ויבא אחאב אל ביתו סר וזעף על הדבר אשר דבר אליו נבות היזרעאלי ויאמר לא אתן לך את נחלת אבותי וישכב על מטתו ויסב את פניו ולא אכל לחם 4
ତହୁଁ ଆହାବ ଯିଷ୍ରିୟେଲୀୟ ନାବୋତର ଉକ୍ତ କଥା ସକାଶୁ ବିଷଣ୍ଣ ଓ ଅତୁଷ୍ଟ ହୋଇ ଆପଣା ଗୃହକୁ ଆସିଲେ; କାରଣ ନାବୋତ କହିଥିଲା ଯେ, “ମୁଁ ଆପଣା ପୈତୃକ ଅଧିକାର ଆପଣଙ୍କୁ ଦେବି ନାହିଁ।” ଏଣୁ ଆହାବ ଆପଣା ମୁଖ ଫେରାଇ ଶଯ୍ୟାରେ ପଡ଼ି ଭୋଜନ କରିବାକୁ ଅସମ୍ମତ ହେଲେ।
ותבא אליו איזבל אשתו ותדבר אליו מה זה רוחך סרה ואינך אכל לחם 5
ମାତ୍ର ତାଙ୍କ ଭାର୍ଯ୍ୟା ଈଷେବଲ୍‍ ତାଙ୍କ ନିକଟକୁ ଆସି କହିଲା, “ତୁମ୍ଭ ମନ କାହିଁକି ଏଡ଼େ ଦୁଃଖିତ ଯେ, ତୁମ୍ଭେ ଭୋଜନ କରୁ ନାହଁ?”
וידבר אליה כי אדבר אל נבות היזרעאלי ואמר לו תנה לי את כרמך בכסף או אם חפץ אתה אתנה לך כרם תחתיו ויאמר לא אתן לך את כרמי 6
ତହିଁରେ ସେ ତାହାକୁ କହିଲେ, “ମୁଁ ଯିଷ୍ରିୟେଲୀୟ ନାବୋତକୁ କହିଲି, ତୁମ୍ଭେ ରୂପା ମୁଦ୍ରା ନେଇ ମୋତେ ତୁମ୍ଭ ଦ୍ରାକ୍ଷାକ୍ଷେତ୍ର ଦିଅ; ଅବା ଯେବେ ତୁମ୍ଭର ସନ୍ତୋଷ ହୁଏ, ତେବେ ମୁଁ ତୁମ୍ଭକୁ ତହିଁ ବଦଳେ ଆଉ ଏକ ଦ୍ରାକ୍ଷାକ୍ଷେତ୍ର ଦେବି,” ମାତ୍ର ସେ ଉତ୍ତର କଲା, “ମୁଁ ତୁମ୍ଭକୁ ଆପଣା ଦ୍ରାକ୍ଷାକ୍ଷେତ୍ର ଦେବି ନାହିଁ।”
ותאמר אליו איזבל אשתו אתה עתה תעשה מלוכה על ישראל קום אכל לחם ויטב לבך--אני אתן לך את כרם נבות היזרעאלי 7
ତହୁଁ ତାଙ୍କର ଭାର୍ଯ୍ୟା ଈଷେବଲ୍‍ ତାଙ୍କୁ କହିଲା, “ତୁମ୍ଭେ କʼଣ ଏବେ ଇସ୍ରାଏଲର ରାଜ୍ୟ ଉପରେ କର୍ତ୍ତୃତ୍ୱ କରୁ ନାହଁ? ଉଠ, ଭୋଜନ କର ଓ ତୁମ୍ଭ ମନ ଆନନ୍ଦିତ ହେଉ; ମୁଁ ତୁମ୍ଭକୁ ଯିଷ୍ରିୟେଲୀୟ ନାବୋତର ଦ୍ରାକ୍ଷାକ୍ଷେତ୍ର ଦେବି।”
ותכתב ספרים בשם אחאב ותחתם בחתמו ותשלח הספרים (ספרים) אל הזקנים ואל החרים אשר בעירו הישבים את נבות 8
ତହୁଁ ସେ ଆହାବଙ୍କ ନାମରେ ପତ୍ର ଲେଖି ଓ ତାଙ୍କର ମୁଦ୍ରାରେ ମୁଦ୍ରାଙ୍କିତ କରି ନାବୋତର ନଗରସ୍ଥ ଓ ତାହାର ପ୍ରତିବାସୀ ପ୍ରାଚୀନ ଓ ପ୍ରଧାନ ଲୋକମାନଙ୍କ ନିକଟକୁ ସେହି ପତ୍ର ପଠାଇଲା।
ותכתב בספרים לאמר קראו צום והשיבו את נבות בראש העם 9
ପୁଣି, ସେହି ପତ୍ରରେ ସେ ଏହା ଲେଖିଥିଲା, ଯଥା, ଉପବାସର ଘୋଷଣା କର ଓ ଲୋକମାନଙ୍କ ମଧ୍ୟରେ ନାବୋତକୁ ଉଚ୍ଚସ୍ଥାନରେ ବସାଅ;
והושיבו שנים אנשים בני בליעל נגדו ויעדהו לאמר ברכת אלהים ומלך והוציאהו וסקלהו וימת 10
ଆଉ ତାହା ସମ୍ମୁଖରେ ଦୁଇଗୋଟି ଦୁଷ୍ଟ ମନୁଷ୍ୟକୁ ବସାଅ ଓ ସେମାନେ ତାହା ବିରୁଦ୍ଧରେ ସାକ୍ଷ୍ୟ ଦେଇ କହନ୍ତୁ, ତୁମ୍ଭେ ପରମେଶ୍ୱରଙ୍କୁ ଓ ରାଜାଙ୍କୁ ଅଭିଶାପ ଦେଇଅଛ। ତହିଁ ଉତ୍ତାରେ ତାହାକୁ ବାହାରକୁ ନେଇ ପ୍ରସ୍ତରାଘାତ କରି ବଧ କର।
ויעשו אנשי עירו הזקנים והחרים אשר הישבים בעירו כאשר שלחה אליהם איזבל--כאשר כתוב בספרים אשר שלחה אליהם 11
ତହୁଁ ନାବୋତର ନଗରସ୍ଥ ଲୋକମାନଙ୍କୁ, ଅର୍ଥାତ୍‍, ତାହାର ନଗର ନିବାସୀ ପ୍ରାଚୀନ ଓ ପ୍ରଧାନବର୍ଗଙ୍କୁ ଈଷେବଲ୍‍ ଯେପରି କହି ପଠାଇଥିଲା ଓ ତାହାର ପ୍ରେରିତ ପତ୍ରରେ ଯେପରି ଲେଖାଥିଲା, ତଦନୁସାରେ ସେମାନେ କର୍ମ କଲେ।
קראו צום והשיבו את נבות בראש העם 12
ସେମାନେ ଉପବାସର ଘୋଷଣା କଲେ ଓ ନାବୋତକୁ ଲୋକମାନଙ୍କ ମଧ୍ୟରେ ଉଚ୍ଚସ୍ଥାନରେ ବସାଇଲେ।
ויבאו שני האנשים בני בליעל וישבו נגדו ויעדהו אנשי הבליעל את נבות נגד העם לאמר ברך נבות אלהים ומלך ויצאהו מחוץ לעיר ויסקלהו באבנים וימת 13
ଆଉ ଦୁଇଗୋଟି ଦୁଷ୍ଟ ମନୁଷ୍ୟ ଆସି ତାହା ସମ୍ମୁଖରେ ବସିଲେ; ପୁଣି, ସେହି ପାପାଧମ ମନୁଷ୍ୟମାନେ ଲୋକମାନଙ୍କ ସାକ୍ଷାତରେ ନାବୋତ ବିରୁଦ୍ଧରେ ସାକ୍ଷ୍ୟ ଦେଇ କହିଲେ, “ନାବୋତ ପରମେଶ୍ୱରଙ୍କୁ ଓ ରାଜାଙ୍କୁ ଅଭିଶାପ ଦେଇଅଛି।” ତହୁଁ ସେମାନେ ତାହାକୁ ନଗରର ବାହାରକୁ ନେଇଯାଇ ପ୍ରସ୍ତରାଘାତ କରି ବଧ କଲେ।
וישלחו אל איזבל לאמר סקל נבות וימת 14
ତହିଁ ଉତ୍ତାରେ ସେମାନେ ଈଷେବଲ୍‍ ନିକଟକୁ କହି ପଠାଇଲେ, ନାବୋତ ପ୍ରସ୍ତରାଘାତରେ ମରିଅଛି।
ויהי כשמע איזבל כי סקל נבות וימת ותאמר איזבל אל אחאב קום רש את כרם נבות היזרעאלי אשר מאן לתת לך בכסף--כי אין נבות חי כי מת 15
ଏଥିରେ ଈଷେବଲ୍‍, ପ୍ରସ୍ତରାଘାତରେ ନାବୋତର ମରିଥିବା ବିଷୟ ଶୁଣନ୍ତେ, ଈଷେବଲ୍‍ ଆହାବଙ୍କୁ କହିଲା, “ଉଠ, ଯିଷ୍ରିୟେଲୀୟ ନାବୋତ ରୂପା-ମୁଦ୍ରାରେ ତୁମ୍ଭକୁ ଯେଉଁ ଦ୍ରାକ୍ଷାକ୍ଷେତ୍ର ଦେବାକୁ ମନା କଲା, ତାହା ଅଧିକାରରେ ଆଣ; କାରଣ ନାବୋତ ଜୀବିତ ନାହିଁ, ମାତ୍ର ମଲାଣି।”
ויהי כשמע אחאב כי מת נבות ויקם אחאב לרדת אל כרם נבות היזרעאלי--לרשתו 16
ସେତେବେଳେ ଆହାବ ନାବୋତର ମରଣ କଥା ଶୁଣନ୍ତେ, ଆହାବ ଉଠି ଯିଷ୍ରିୟେଲୀୟ ନାବୋତର ଦ୍ରାକ୍ଷାକ୍ଷେତ୍ର ଅଧିକାରରେ ଆଣିବା ପାଇଁ ଗଲେ।
ויהי דבר יהוה אל אליהו התשבי לאמר 17
ଏଥିଉତ୍ତାରେ ତିଶ୍‍ବୀୟ ଏଲୀୟଙ୍କ ନିକଟରେ ସଦାପ୍ରଭୁଙ୍କର ବାକ୍ୟ ଉପସ୍ଥିତ ହେଲା, ଯଥା,
קום רד לקראת אחאב מלך ישראל--אשר בשמרון הנה בכרם נבות אשר ירד שם לרשתו 18
ଉଠ, ଶମରୀୟା-ନିବାସୀ ଇସ୍ରାଏଲର ରାଜା ଆହାବ ସଙ୍ଗେ ସାକ୍ଷାତ କରିବାକୁ ଯାଅ; ଦେଖ, ସେ ନାବୋତର ଦ୍ରାକ୍ଷାକ୍ଷେତ୍ରରେ ଅଛି, ସେ ତାହା ଅଧିକାରରେ ଆଣିବା ପାଇଁ ସେସ୍ଥାନକୁ ଯାଇଅଛି।
ודברת אליו לאמר כה אמר יהוה הרצחת וגם ירשת ודברת אליו לאמר כה אמר יהוה במקום אשר לקקו הכלבים את דם נבות ילקו הכלבים את דמך גם אתה 19
ଏହେତୁ ତୁମ୍ଭେ ତାହାକୁ କହିବ, “ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭେ କି ବଧ କରିଅଛ ଓ ଅଧିକାର ମଧ୍ୟ ଆତ୍ମସାତ୍‍ କରିଅଛ?” ଆହୁରି ତୁମ୍ଭେ ତାହାକୁ କହିବ, “ସଦାପ୍ରଭୁ ଏହି କଥା କହନ୍ତି, ଯେଉଁ ସ୍ଥାନରେ କୁକ୍କୁରମାନେ ନାବୋତର ରକ୍ତ ଚାଟି ଖାଇଲେ, ସେହି ସ୍ଥାନରେ କୁକ୍କୁରମାନେ ତୁମ୍ଭର ରକ୍ତ ମଧ୍ୟ ଚାଟି ଖାଇବେ।”
ויאמר אחאב אל אליהו המצאתני איבי ויאמר מצאתי--יען התמכרך לעשות הרע בעיני יהוה 20
ତହିଁରେ ଆହାବ ଏଲୀୟଙ୍କୁ କହିଲେ, “ହେ ମୋହର ଶତ୍ରୁ, ତୁମ୍ଭେ କʼଣ ମୋତେ ପାଇଲ?” ତହୁଁ ସେ ଉତ୍ତର କଲେ, “ମୁଁ ତୁମ୍ଭକୁ ପାଇଲି; ଯେହେତୁ ସଦାପ୍ରଭୁଙ୍କ ଦୃଷ୍ଟିରେ ମନ୍ଦ କର୍ମ କରିବା ପାଇଁ ତୁମ୍ଭେ ଆପଣାକୁ ବିକ୍ରି କରିଅଛ।
הנני מבי אליך רעה ובערתי אחריך והכרתי לאחאב משתין בקיר ועצור ועזוב בישראל 21
ଦେଖ, ମୁଁ ତୁମ୍ଭ ପ୍ରତି ଅମଙ୍ଗଳ ଘଟାଇବି ଓ ତୁମ୍ଭକୁ ନିଃଶେଷ ରୂପେ ବିନାଶ କରିବି, ପୁଣି, ଇସ୍ରାଏଲ ମଧ୍ୟରେ ବଦ୍ଧ ବା ମୁକ୍ତ ପ୍ରତ୍ୟେକ ପୁଂସନ୍ତାନକୁ ଆହାବଠାରୁ ଉଚ୍ଛିନ୍ନ କରିବି।
ונתתי את ביתך כבית ירבעם בן נבט וכבית בעשא בן אחיה אל הכעס אשר הכעסת ותחטא את ישראל 22
ପୁଣି, ତୁମ୍ଭେ ଯେଉଁ ବିରକ୍ତିଜନକ କର୍ମ ଦ୍ୱାରା ମୋତେ ବିରକ୍ତ କରିଅଛ ଓ ଇସ୍ରାଏଲକୁ ପାପ କରାଇଅଛ, ତହିଁ ନିମନ୍ତେ ମୁଁ ତୁମ୍ଭ ବଂଶକୁ ନବାଟର ପୁତ୍ର ଯାରବୀୟାମର ବଂଶ ତୁଲ୍ୟ ଓ ଅହୀୟର ପୁତ୍ର ବାଶାର ବଂଶ ତୁଲ୍ୟ କରିବି।
וגם לאיזבל--דבר יהוה לאמר הכלבים יאכלו את איזבל בחל יזרעאל 23
ଆଉ ଈଷେବଲ୍‍ ବିଷୟରେ ମଧ୍ୟ ସଦାପ୍ରଭୁ କହୁଅଛନ୍ତି, ଯିଷ୍ରିୟେଲର ଗଡ଼-ପାଚେରୀ ନିକଟରେ କୁକ୍କୁରମାନେ ଈଷେବଲ୍‍କୁ ଖାଇବେ।”
המת לאחאב בעיר יאכלו הכלבים והמת בשדה יאכלו עוף השמים 24
ଆହାବର ଯେଉଁ ଲୋକ ନଗରରେ ମରିବ, କୁକ୍କୁରମାନେ ତାହାକୁ ଖାଇବେ; ପୁଣି, ଯେଉଁ ଲୋକ କ୍ଷେତ୍ରରେ ମରିବ, ଆକାଶର ପକ୍ଷୀଗଣ ତାହାକୁ ଖାଇବେ।
רק לא היה כאחאב אשר התמכר לעשות הרע בעיני יהוה--אשר הסתה אתו איזבל אשתו 25
ଯେପରି ଏହି ଆହାବ ଆପଣା ଭାର୍ଯ୍ୟା ଈଷେବଲ୍‍ ଦ୍ୱାରା ପ୍ରବର୍ତ୍ତିତ ହୋଇ ସଦାପ୍ରଭୁଙ୍କ ଦୃଷ୍ଟିରେ ମନ୍ଦ କର୍ମ କରିବା ପାଇଁ ଆପଣାକୁ ବିକ୍ରୟ କଲେ, ସେପରି ଆଉ କେହି କରିବ ନାହିଁ।
ויתעב מאד ללכת אחרי הגללים--ככל אשר עשו האמרי אשר הוריש יהוה מפני בני ישראל 26
ସଦାପ୍ରଭୁ ଯେଉଁ ଇମୋରୀୟମାନଙ୍କୁ ଇସ୍ରାଏଲ-ସନ୍ତାନଗଣ ସମ୍ମୁଖରୁ ଦୂର କରିଦେଲେ, ସେମାନଙ୍କ ସମସ୍ତ କ୍ରିୟାନୁସାରେ ସେ ପ୍ରତିମାଗଣର ଅନୁଗାମୀ ହୋଇ ଅତିଶୟ ଘୃଣାଯୋଗ୍ୟ କର୍ମ କଲେ।
ויהי כשמע אחאב את הדברים האלה ויקרע בגדיו וישם שק על בשרו ויצום וישכב בשק ויהלך אט 27
ଆହାବ ଏହିସବୁ କଥା ଶୁଣନ୍ତେ, ଆପଣା ବସ୍ତ୍ର ଚିରିଲେ ଓ ଆପଣା ଦେହରେ ଅଖା ପିନ୍ଧି ଉପବାସ କରି ଅଖାରେ ଶୋଇଲେ, ପୁଣି, ଧୀରେ ଧୀରେ ଚାଲିଲେ।
ויהי דבר יהוה אל אליהו התשבי לאמר 28
ତହୁଁ ତିଶ୍‍ବୀୟ ଏଲୀୟଙ୍କ ନିକଟରେ ସଦାପ୍ରଭୁଙ୍କ ବାକ୍ୟ ଉପସ୍ଥିତ ହେଲା, ଯଥା,
הראית כי נכנע אחאב מלפני יען כי נכנע מפני לא אבי הרעה בימיו--בימי בנו אביא הרעה על ביתו 29
ଆହାବ ଆମ୍ଭ ସାକ୍ଷାତରେ କିପରି ଆପଣାକୁ ନମ୍ର କରୁଅଛି, “ଏହା କି ତୁମ୍ଭେ ଦେଖୁଅଛ? ସେ ଆମ୍ଭ ସାକ୍ଷାତରେ ଆପଣାକୁ ନମ୍ର କରିବା ହେତୁ ଆମ୍ଭେ ତାହାର ସମୟରେ ସେହି ଅମଙ୍ଗଳ ଘଟାଇବା ନାହିଁ; ମାତ୍ର ତାହାର ପୁତ୍ରର ସମୟରେ ତାହାର ବଂଶ ପ୍ରତି ଏହି ଅମଙ୍ଗଳ ଘଟାଇବା।”

< מלכים א 21 >