< מלכים א 16 >
ויהי דבר יהוה אל יהוא בן חנני על בעשא לאמר | 1 |
ଏଥିଉତ୍ତାରେ ବାଶାଙ୍କ ବିରୁଦ୍ଧରେ ସଦାପ୍ରଭୁଙ୍କର ବାକ୍ୟ ହନାନିର ପୁତ୍ର ଯେହୂଙ୍କ ନିକଟରେ ଉପସ୍ଥିତ ହେଲା, ଯଥା,
יען אשר הרימתיך מן העפר ואתנך נגיד על עמי ישראל ותלך בדרך ירבעם ותחטא את עמי ישראל להכעיסני בחטאתם | 2 |
“ଯେପରି ଆମ୍ଭେ ତୁମ୍ଭକୁ ଧୂଳିରୁ ଉଠାଇ ଆପଣା ଲୋକ ଇସ୍ରାଏଲ ଉପରେ ତୁମ୍ଭକୁ ରାଜା କଲୁ; ମାତ୍ର ତୁମ୍ଭେ ଯାରବୀୟାମର ପଥରେ ଚାଲିଅଛ ଓ ଆପଣା ଲୋକ ଇସ୍ରାଏଲକୁ ପାପ କରାଇଅଛ ଓ ସେମାନଙ୍କ ପାପ ଦ୍ୱାରା ଆମ୍ଭକୁ ବିରକ୍ତ କଲ;
הנני מבעיר אחרי בעשא ואחרי ביתו ונתתי את ביתך כבית ירבעם בן נבט | 3 |
ଦେଖ, ଆମ୍ଭେ ବାଶାକୁ ଓ ତାହାର ଗୃହକୁ ନିଃଶେଷ ରୂପେ ବିନାଶ କରିବା ଓ ଆମ୍ଭେ ତୁମ୍ଭ ଗୃହକୁ ନବାଟର ପୁତ୍ର ଯାରବୀୟାମର ଗୃହ ତୁଲ୍ୟ କରିବା।
המת לבעשא בעיר יאכלו הכלבים והמת לו בשדה יאכלו עוף השמים | 4 |
ବାଶାର କେହି ନଗରରେ ମଲେ, କୁକ୍କୁରମାନେ ତାହାକୁ ଖାଇବେ ଓ ତାହାର କେହି କ୍ଷେତ୍ରରେ ମଲେ, ଆକାଶର ପକ୍ଷୀମାନେ ତାହାକୁ ଖାଇବେ।”
ויתר דברי בעשא ואשר עשה וגבורתו הלא הם כתובים על ספר דברי הימים--למלכי ישראל | 5 |
ବାଶାଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ତାଙ୍କର କ୍ରିୟା ଓ ପରାକ୍ରମ ବିଷୟ କି ଇସ୍ରାଏଲ ରାଜାମାନଙ୍କ ଇତିହାସ ପୁସ୍ତକରେ ଲେଖା ନାହିଁ?
וישכב בעשא עם אבתיו ויקבר בתרצה וימלך אלה בנו תחתיו | 6 |
ଏଥିଉତ୍ତାରେ ବାଶାଙ୍କ ମୃତ୍ୟୁ ପରେ, ସେ ତିର୍ସାରେ କବର ପାଇଲେ ଓ ତାହାଙ୍କ ପୁତ୍ର ଏଲା ତାହାଙ୍କ ପଦରେ ରାଜ୍ୟ କଲେ।
וגם ביד יהוא בן חנני הנביא דבר יהוה היה אל בעשא ואל ביתו ועל כל הרעה אשר עשה בעיני יהוה להכעיסו במעשה ידיו להיות כבית ירבעם ועל אשר הכה אתו | 7 |
ତଥାପି ବାଶା ଓ ତାଙ୍କର ବଂଶ ବିରୁଦ୍ଧରେ ହନାନିର ପୁତ୍ର ଯେହୂ ଭବିଷ୍ୟଦ୍ବକ୍ତାଙ୍କ ଦ୍ୱାରା ସଦାପ୍ରଭୁଙ୍କ ବାକ୍ୟ ଉପସ୍ଥିତ ହେଲା, ଯେହେତୁ ସେ ଆପଣା ହସ୍ତକୃତ କର୍ମ ଦ୍ୱାରା ସଦାପ୍ରଭୁଙ୍କୁ ବିରକ୍ତ କରିବା ପାଇଁ ତାହାଙ୍କ ଦୃଷ୍ଟିରେ ସବୁ କୁକର୍ମ କରି ଯାରବୀୟାମଙ୍କର ବଂଶ ତୁଲ୍ୟ ହୋଇଥିଲେ ଓ ତାହାକୁ ଉଚ୍ଛିନ୍ନ କରିଥିଲେ।
בשנת עשרים ושש שנה לאסא מלך יהודה מלך אלה בן בעשא על ישראל בתרצה--שנתים | 8 |
ଯିହୁଦାର ଆସା ରାଜାଙ୍କ ରାଜତ୍ଵର ଛବିଶ ବର୍ଷରେ ବାଶାଙ୍କର ପୁତ୍ର ଏଲା ତିର୍ସାରେ ଇସ୍ରାଏଲ ବଂଶ ଉପରେ ରାଜତ୍ୱ କରିବାକୁ ଆରମ୍ଭ କରି ଦୁଇ ବର୍ଷ ରାଜ୍ୟ କଲେ।
ויקשר עליו עבדו זמרי שר מחצית הרכב והוא בתרצה שתה שכור בית ארצא אשר על הבית בתרצה | 9 |
ତହିଁ ଉତ୍ତାରେ ତାଙ୍କର ରଥସମୂହର ଅର୍ଦ୍ଧେକର ଅଧିପତି ସିମ୍ରି ନାମକ ତାଙ୍କର ଦାସ ତାଙ୍କ ବିରୁଦ୍ଧରେ ଚକ୍ରାନ୍ତ କଲେ; ଏଲା ତିର୍ସାରେ ଥାଇ ତିର୍ସାସ୍ଥିତ ଆପଣା ଗୃହର ଅଧ୍ୟକ୍ଷ ଅର୍ସାର ଗୃହରେ ପାନ କରି ମତ୍ତ ହେଉଥିଲେ;
ויבא זמרי ויכהו וימיתהו בשנת עשרים ושבע לאסא מלך יהודה וימלך תחתיו | 10 |
ଏପରି ସମୟରେ ସିମ୍ରି ଭିତରକୁ ଯାଇ ଯିହୁଦା-ରାଜା ଆସାଙ୍କ ରାଜତ୍ଵର ସତାଇଶ ବର୍ଷରେ ତାଙ୍କୁ ଆଘାତ କରି ବଧ କଲେ ଓ ତାଙ୍କର ପଦରେ ରାଜ୍ୟ କଲେ।
ויהי במלכו כשבתו על כסאו הכה את כל בית בעשא--לא השאיר לו משתין בקיר וגאליו ורעהו | 11 |
ପୁଣି, ସେ ରାଜ୍ୟ କରିବାକୁ ଆରମ୍ଭ କରି ଆପଣା ସିଂହାସନରେ ବସିବା ମାତ୍ର ସେ ବାଶାଙ୍କର ସମୁଦାୟ ବଂଶକୁ ସଂହାର କଲେ; ସେ ତାଙ୍କର କି ତାଙ୍କ ଜ୍ଞାତିମାନଙ୍କର କି ତାଙ୍କ ମିତ୍ରମାନଙ୍କର କାହାରି ଗୋଟିଏ ପୁଂସନ୍ତାନ ଅବଶିଷ୍ଟ ରଖିଲେ ନାହିଁ।
וישמד זמרי את כל בית בעשא כדבר יהוה אשר דבר אל בעשא ביד יהוא הנביא | 12 |
ଏହି ପ୍ରକାରେ ସଦାପ୍ରଭୁ ଯେହୂ ଭବିଷ୍ୟଦ୍ବକ୍ତାଙ୍କ ଦ୍ୱାରା ବାଶାଙ୍କ ବିରୁଦ୍ଧରେ ଯେଉଁ କଥା କହିଥିଲେ, ତଦନୁସାରେ ସିମ୍ରି ବାଶାଙ୍କର ସମଗ୍ର ବଂଶ ଉଚ୍ଛିନ୍ନ କଲେ;
אל כל חטאות בעשא וחטאות אלה בנו--אשר חטאו ואשר החטיאו את ישראל להכעיס את יהוה אלהי ישראל בהבליהם | 13 |
ବାଶା ଓ ତାଙ୍କର ପୁତ୍ର ଏଲା ଆପଣାମାନଙ୍କ ଅସାରତା ଦ୍ୱାରା ଇସ୍ରାଏଲର ପରମେଶ୍ୱର ସଦାପ୍ରଭୁଙ୍କୁ ବିରକ୍ତ କରିବା ପାଇଁ ଯେଉଁ ପାପ କଲେ ଓ ଇସ୍ରାଏଲକୁ ପାପ କରାଇଲେ, ବାଶାଙ୍କର ସେହି ସମସ୍ତ ପାପ ଓ ତାଙ୍କର ପୁତ୍ର ଏଲାଙ୍କର ପାପ ଏଥିର କାରଣ।
ויתר דברי אלה וכל אשר עשה הלוא הם כתובים על ספר דברי הימים--למלכי ישראל | 14 |
ଏଲାଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ତାଙ୍କର ସମସ୍ତ କ୍ରିୟା କି ଇସ୍ରାଏଲ-ରାଜାମାନଙ୍କର ଇତିହାସ ପୁସ୍ତକରେ ଲେଖା ନାହିଁ?
בשנת עשרים ושבע שנה לאסא מלך יהודה מלך זמרי שבעת ימים בתרצה והעם חנים על גבתון אשר לפלשתים | 15 |
ଯିହୁଦା-ରାଜା ଆସାଙ୍କ ରାଜତ୍ଵର ସତାଇଶ ବର୍ଷରେ ସିମ୍ରି ତିର୍ସାରେ ସାତ ଦିନ ରାଜତ୍ୱ କଲେ। ସେହି ସମୟରେ ଲୋକମାନେ ପଲେଷ୍ଟୀୟମାନଙ୍କ ଗିବ୍ବଥୋନ ବିରୁଦ୍ଧରେ ଛାଉଣି ସ୍ଥାପନ କରିଥିଲେ।
וישמע העם החנים לאמר קשר זמרי וגם הכה את המלך וימלכו כל ישראל את עמרי שר צבא על ישראל ביום ההוא--במחנה | 16 |
ଏଥିମଧ୍ୟରେ ଛାଉଣି ସ୍ଥାପନ କରିଥିବା ଲୋକମାନେ ଶୁଣିଲେ ଯେ, ସିମ୍ରି ଚକ୍ରାନ୍ତ କରିଅଛନ୍ତି, ମଧ୍ୟ ରାଜାଙ୍କୁ ବଧ କରିଅଛନ୍ତି; ଏହେତୁ ସମସ୍ତ ଇସ୍ରାଏଲ ସେହି ଦିନ ଛାଉଣି ମଧ୍ୟରେ ଅମ୍ରି ନାମକ ସେନାପତିଙ୍କୁ ଇସ୍ରାଏଲ ଉପରେ ରାଜା କଲେ।
ויעלה עמרי וכל ישראל עמו מגבתון ויצרו על תרצה | 17 |
ତହୁଁ ଅମ୍ରି ଓ ତାଙ୍କ ସହିତ ସମଗ୍ର ଇସ୍ରାଏଲ ଗିବ୍ବଥୋନରୁ ଯାତ୍ରା କରି ତିର୍ସା ଅବରୋଧ କଲେ।
ויהי כראות זמרי כי נלכדה העיר ויבא אל ארמון בית המלך וישרף עליו את בית מלך באש וימת | 18 |
ତହିଁରେ ସିମ୍ରି ନଗର ହସ୍ତଗତ ହେବାର ଦେଖି ରାଜଗୃହର ଦୁର୍ଗକୁ ଯାଇ ଆପଣା ଉପରେ ରାଜଗୃହରେ ଅଗ୍ନି ଲଗାଇ ତାହା ଦଗ୍ଧ କଲେ;
על חטאתיו אשר חטא לעשות הרע בעיני יהוה--ללכת בדרך ירבעם ובחטאתו אשר עשה להחטיא את ישראל | 19 |
ପୁଣି, ସେ ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କରିବାରେ, ଯାରବୀୟାମଙ୍କର ପଥରେ ଚାଲିବାରେ ଓ ଇସ୍ରାଏଲକୁ ପାପ କରାଇବାରେ ଆପେ ଯେଉଁ ପାପ କଲେ, ତାଙ୍କ କୃତ ସେହି ପାପ ସକାଶୁ ମଲେ।
ויתר דברי זמרי וקשרו אשר קשר הלא הם כתובים על ספר דברי הימים--למלכי ישראל | 20 |
ସିମ୍ରିଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ତାଙ୍କ କୃତ ରାଜଦ୍ରୋହ ବିଷୟ କି ଇସ୍ରାଏଲ ରାଜାମାନଙ୍କ ଇତିହାସ ପୁସ୍ତକରେ ଲେଖା ନାହିଁ?
אז יחלק העם ישראל לחצי חצי העם היה אחרי תבני בן גינת להמליכו והחצי אחרי עמרי | 21 |
ସେସମୟରେ ଇସ୍ରାଏଲ ଲୋକମାନେ ଦୁଇ ଭାଗରେ ବିଭକ୍ତ ହେଲେ; ଅର୍ଦ୍ଧେକ ଲୋକ ଗୀନତର ପୁତ୍ର ତିବ୍ନିକୁ ରାଜା କରିବା ପାଇଁ ତାହାର ଅନୁଗାମୀ ହେଲେ ଓ ଅର୍ଦ୍ଧେକ ଅମ୍ରିଙ୍କର ଅନୁଗାମୀ ହେଲେ।
ויחזק העם אשר אחרי עמרי את העם אשר אחרי תבני בן גינת וימת תבני וימלך עמרי | 22 |
ମାତ୍ର ଅମ୍ରିଙ୍କର ଅନୁଗାମୀ ଲୋକମାନେ ଗୀନତର ପୁତ୍ର ତିବ୍ନିର ଅନୁଗାମୀ ଲୋକମାନଙ୍କୁ ପରାସ୍ତ କଲେ; ତିବ୍ନି ମଲା ଓ ଅମ୍ରି ରାଜ୍ୟ କଲେ।
בשנת שלשים ואחת שנה לאסא מלך יהודה מלך עמרי על ישראל שתים עשרה שנה בתרצה מלך שש שנים | 23 |
ଯିହୁଦାର ରାଜା ଆସାଙ୍କ ରାଜତ୍ଵର ଏକତିରିଶ ବର୍ଷରେ ଅମ୍ରି ଇସ୍ରାଏଲ ଉପରେ ରାଜତ୍ୱ କରିବାକୁ ଆରମ୍ଭ କରିବାର ବର୍ଷ ରାଜ୍ୟ କଲେ; ତିର୍ସାରେ ସେ ଛଅ ବର୍ଷ ରାଜ୍ୟ କଲେ।
ויקן את ההר שמרון מאת שמר--בככרים כסף ויבן את ההר ויקרא את שם העיר אשר בנה על שם שמר אדני ההר שמרון | 24 |
ପୁଣି, ସେ ଦୁଇ ତାଳନ୍ତ ରୂପାରେ ଶେମରଠାରୁ ଶମିରୋଣ୍ ପର୍ବତ କ୍ରୟ କଲେ ଓ ସେହି ପର୍ବତ ଉପରେ ଏକ ନଗର ନିର୍ମାଣ କରି ସେହି ପର୍ବତର ଅଧିକାରୀ ଶେମରର ନାମାନୁସାରେ ଆପଣା ନିର୍ମିତ ନଗରର ନାମ ଶମରୀୟା ରଖିଲେ।
ויעשה עמרי הרע בעיני יהוה וירע מכל אשר לפניו | 25 |
ଆଉ ଅମ୍ରି ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲେ ଓ ତାଙ୍କର ପୂର୍ବବର୍ତ୍ତୀ ସମସ୍ତଙ୍କ ଅପେକ୍ଷା ଅଧିକ ଦୁଷ୍ଟାଚରଣ କଲେ।
וילך בכל דרך ירבעם בן נבט ובחטאתיו (ובחטאתו) אשר החטיא את ישראל להכעיס את יהוה אלהי ישראל--בהבליהם | 26 |
କାରଣ ସେ ନବାଟର ପୁତ୍ର ଯାରବୀୟାମଙ୍କର ସକଳ ପଥରେ ଓ ଇସ୍ରାଏଲର ପରମେଶ୍ୱର ସଦାପ୍ରଭୁଙ୍କୁ ଆପଣାମାନଙ୍କ ଅସାରତା ଦ୍ୱାରା ବିରକ୍ତ କରିବା ପାଇଁ ଯଦ୍ଦ୍ୱାରା ସେ ଇସ୍ରାଏଲକୁ ପାପ କରାଇଥିଲେ, ତାଙ୍କର ସେହି ପାପ-ପଥରେ ଅମ୍ରି ଚାଲିଲେ।
ויתר דברי עמרי אשר עשה וגבורתו אשר עשה הלא הם כתובים על ספר דברי הימים--למלכי ישראל | 27 |
ଅମ୍ରିଙ୍କର ଅବଶିଷ୍ଟ କ୍ରିୟାର ବୃତ୍ତାନ୍ତ ଓ ତାଙ୍କ ପ୍ରକାଶିତ ପରାକ୍ରମସବୁ କି ଇସ୍ରାଏଲ ରାଜାମାନଙ୍କ ଇତିହାସ ପୁସ୍ତକରେ ଲେଖା ନାହିଁ?
וישכב עמרי עם אבתיו ויקבר בשמרון וימלך אחאב בנו תחתיו | 28 |
ଅମ୍ରିଙ୍କ ମୃତ୍ୟୁ ପରେ, ସେ ଶମରୀୟାରେ କବରପ୍ରାପ୍ତ ହେଲେ; ପୁଣି, ତାଙ୍କର ପୁତ୍ର ଆହାବ ତାହାଙ୍କ ପଦରେ ରାଜ୍ୟ କଲେ।
ואחאב בן עמרי מלך על ישראל בשנת שלשים ושמנה שנה לאסא מלך יהודה וימלך אחאב בן עמרי על ישראל בשמרון עשרים ושתים שנה | 29 |
ଯିହୁଦାର ରାଜା ଆସାଙ୍କ ରାଜତ୍ଵର ଅଠତିରିଶି ବର୍ଷରେ ଅମ୍ରିଙ୍କର ପୁତ୍ର ଆହାବ ଇସ୍ରାଏଲ ଉପରେ ରାଜତ୍ୱ କରିବାକୁ ଆରମ୍ଭ କଲେ ଓ ଅମ୍ରିଙ୍କ ପୁତ୍ର ଆହାବ ଶମରୀୟାରେ ଇସ୍ରାଏଲ ଉପରେ ବାଇଶ ବର୍ଷ ରାଜ୍ୟ କଲେ।
ויעש אחאב בן עמרי הרע בעיני יהוה--מכל אשר לפניו | 30 |
ପୁଣି, ଅମ୍ରିଙ୍କ ପୁତ୍ର ଆହାବ ଆପଣା ପୂର୍ବବର୍ତ୍ତୀ ସମସ୍ତଙ୍କ ଅପେକ୍ଷା ସଦାପ୍ରଭୁଙ୍କ ଦୃଷ୍ଟିରେ ଅଧିକ କୁକର୍ମ କଲେ।
ויהי הנקל לכתו בחטאות ירבעם בן נבט ויקח אשה את איזבל בת אתבעל מלך צידנים וילך ויעבד את הבעל וישתחו לו | 31 |
ପୁଣି, ନବାଟର ପୁତ୍ର ଯାରବୀୟାମଙ୍କ ପାପ-ପଥରେ ଚାଲିବାର ତାଙ୍କ ପ୍ରତି ତୁଚ୍ଛ ବିଷୟ ହେଲା ପରି ସେ ସୀଦୋନୀୟମାନଙ୍କ ଇତ୍ବାଲ ରାଜାର କନ୍ୟା ଈଷେବଲ୍କୁ ବିବାହ କଲେ ଓ ଯାଇ ବାଲ୍ର ସେବା କରି ତାହାକୁ ପ୍ରଣାମ କଲେ।
ויקם מזבח לבעל בית הבעל אשר בנה בשמרון | 32 |
ଆଉ ସେ ଶମରୀୟାସ୍ଥିତ ଆପଣା ନିର୍ମିତ ବାଲ୍ର ଗୃହରେ ବାଲ୍ ପାଇଁ ଏକ ଯଜ୍ଞବେଦି ନିର୍ମାଣ କଲେ।
ויעש אחאב את האשרה ויוסף אחאב לעשות להכעיס את יהוה אלהי ישראל מכל מלכי ישראל אשר היו לפניו | 33 |
ଆଉ ଆହାବ ଆଶେରା ମୂର୍ତ୍ତି ନିର୍ମାଣ କଲେ ଓ ଆହାବ ଆପଣା ପୂର୍ବବର୍ତ୍ତୀ ସମସ୍ତ ଇସ୍ରାଏଲ ରାଜାଙ୍କ ଅପେକ୍ଷା ଇସ୍ରାଏଲର ପରମେଶ୍ୱର ସଦାପ୍ରଭୁଙ୍କର ଆହୁରି ଅଧିକ ବିରକ୍ତିଜନକ କର୍ମ କଲେ।
בימיו בנה חיאל בית האלי--את יריחה באבירם בכרו יסדה ובשגיב (ובשגוב) צעירו הציב דלתיה כדבר יהוה אשר דבר ביד יהושע בן נון | 34 |
ତାଙ୍କର ସମୟରେ ବେଥେଲୀୟ ହୀୟେଲ ଯିରୀହୋ ନଗର ପୁନର୍ବାର ନିର୍ମାଣ କଲେ; ସଦାପ୍ରଭୁ ନୂନର ପୁତ୍ର ଯିହୋଶୂୟଙ୍କ ଦେଇ ଯାହା କହିଥିଲେ; ସେହି ବାକ୍ୟାନୁସାରେ ସେ ଆପଣା ଜ୍ୟେଷ୍ଠ ପୁତ୍ର ଅବୀରାମର ମୃତ୍ୟୁୁ ସହିତ ନଗରର ଭିତ୍ତିମୂଳ ସ୍ଥାପନ କଲେ ଓ ଆପଣା କନିଷ୍ଠ ପୁତ୍ର ସଗୂବର ମୃତ୍ୟୁୁ ସହିତ ତହିଁର ଦ୍ୱାରମାନ ସ୍ଥାପନ କଲେ।