< דברי הימים א 5 >

ובני ראובן בכור ישראל כי הוא הבכור--ובחללו יצועי אביו נתנה בכרתו לבני יוסף בן ישראל ולא להתיחש לבכרה 1
ଇସ୍ରାଏଲର ପ୍ରଥମଜାତ ରୁବେନ୍‍ର ସନ୍ତାନଗଣର କଥା, ରୁବେନ୍‍ ପ୍ରଥମଜାତ ଥିଲା; ମାତ୍ର ସେ ଆପଣା ପିତୃଶଯ୍ୟା ଅଶୁଚି କରିବାରୁ ତାହାର ଜ୍ୟେଷ୍ଠାଧିକାର ଇସ୍ରାଏଲର ପୁତ୍ର ଯୋଷେଫର ପୁତ୍ରମାନଙ୍କୁ ଦିଆଯାଇଥିଲା; ତଥାପି ଜ୍ୟେଷ୍ଠାଧିକାରାନୁସାରେ ବଂଶାବଳୀ ଲେଖା ହୁଏ ନାହିଁ।
כי יהודה גבר באחיו ולנגיד ממנו והבכרה ליוסף 2
କାରଣ ଯିହୁଦା ଆପଣା ଭ୍ରାତୃଗଣ ଅପେକ୍ଷା ପରାକ୍ରମୀ ହେଲା ଓ ତାହାଠାରୁ ଅଧିପତି ଉତ୍ପନ୍ନ ହେଲେ; ମାତ୍ର ଜ୍ୟେଷ୍ଠାଧିକାର ଯୋଷେଫର ହେଲା;
בני ראובן בכור ישראל חנוך ופלוא חצרון וכרמי 3
ଇସ୍ରାଏଲର ଜ୍ୟେଷ୍ଠ ପୁତ୍ର ରୁବେନ୍‍ର ସନ୍ତାନ ହନୋକ ଓ ପଲ୍ଲୁ, ହିଷ୍ରୋଣ ଓ କର୍ମି।
בני יואל--שמעיה בנו גוג בנו שמעי בנו 4
ଯୋୟେଲର ସନ୍ତାନଗଣ; ତାହାର ପୁତ୍ର ଶମୟୀୟ, ତାହାର ପୁତ୍ର ଗୋଗ୍‍, ତାହାର ପୁତ୍ର ଶିମୀୟି;
מיכה בנו ראיה בנו בעל בנו 5
ତାହାର ପୁତ୍ର ମୀଖା, ତାହାର ପୁତ୍ର ରାୟା, ତାହାର ପୁତ୍ର ବାଲ୍‍;
בארה בנו--אשר הגלה תלגת פלנאסר מלך אשר הוא נשיא לראובני 6
ତାହାର ପୁତ୍ର ବେରା, ଯାହାକୁ ଅଶୂର-ରାଜା ତିଗ୍ଲତ୍‍-ପିଲ୍‍ନେଷର ବନ୍ଦୀ କରି ନେଇଗଲା; ସେ ରୁବେନୀୟମାନଙ୍କର ଅଧିପତି ଥିଲା।
ואחיו למשפחתיו בהתיחש לתלדותם--הראש יעיאל וזכריהו 7
ଯେତେବେଳେ ସେମାନଙ୍କ ବଂଶାବଳୀ ଲେଖାଗଲା, ସେତେବେଳେ ଆପଣା ଆପଣା ଗୋଷ୍ଠୀ ଅନୁସାରେ ଏହାର ଏହି ଭ୍ରାତୃଗଣ ଥିଲେ; ପ୍ରଧାନ ଯିୟୀୟେଲ୍‍ ଓ ଜିଖରୀୟ
ובלע בן עזז בן שמע בן יואל הוא יושב בערער ועד נבו ובעל מעון 8
ଓ ଯୋୟେଲର ପ୍ରପୌତ୍ର ଶେମାର ପୌତ୍ର ଆସସ୍‍ର ପୁତ୍ର ବେଲା, ସେ ଅରୋୟେର ଓ ନବୋ ଓ ବାଲ୍‍-ମୀୟୋନ୍‍ ପର୍ଯ୍ୟନ୍ତ ବାସ କଲା।
ולמזרח ישב עד לבוא מדברה למן הנהר פרת כי מקניהם רבו בארץ גלעד 9
ପୁଣି, ପୂର୍ବ ଦିଗରେ ସେ ଫରାତ୍‍ ନଦୀଠାରୁ ପ୍ରାନ୍ତର-ପ୍ରବେଶ-ସ୍ଥାନ ପର୍ଯ୍ୟନ୍ତ ବାସ କଲା; କାରଣ ଗିଲୀୟଦ ଦେଶରେ ସେମାନଙ୍କ ପଶୁଗଣ ବୃଦ୍ଧି ପାଇଥିଲେ।
ובימי שאול עשו מלחמה עם ההגראים ויפלו בידם וישבו באהליהם על כל פני מזרח לגלעד 10
ପୁଣି, ଶାଉଲଙ୍କର ସମୟରେ ସେମାନେ ହାଗରୀୟମାନଙ୍କ ସହିତ ଯୁଦ୍ଧ କରନ୍ତେ, ହାଗରୀୟମାନେ ସେମାନଙ୍କ ହସ୍ତରେ ପତିତ ହେଲେ; ତହୁଁ ଏମାନେ ସେମାନଙ୍କ ତମ୍ବୁରେ ଗିଲୀୟଦ ଦେଶର ପୂର୍ବ ଦିଗରେ ସର୍ବତ୍ର ବାସ କଲେ।
ובני גד לנגדם ישבו בארץ הבשן--עד סלכה 11
ପୁଣି, ଗାଦ୍‍ର ସନ୍ତାନଗଣ ସେମାନଙ୍କ ସମ୍ମୁଖରେ ସଲଖା ପର୍ଯ୍ୟନ୍ତ ବାଶନ ଦେଶରେ ବାସ କଲେ।
יואל הראש ושפם המשנה ויעני ושפט בבשן 12
ଯୋୟେଲ ପ୍ରଧାନ ଓ ଶାଫମ୍‍ ଦ୍ୱିତୀୟ, ଆଉ ଯାନୟ ଓ ଶାଫଟ୍‍ ବାଶନରେ ରହିଲେ;
ואחיהם לבית אבותיהם מיכאל ומשלם ושבע ויורי ויעכן וזיע ועבר--שבעה 13
ପୁଣି, ସେମାନଙ୍କର ପିତୃବଂଶଜ ଭ୍ରାତୃଗଣ ମୀଖାୟେଲ, ମଶୁଲ୍ଲମ୍‍, ଶେବଃ, ଯୋରୟ, ଯାକନ୍‍, ସୀୟ ଓ ଏବର, ସାତ ଜଣ।
אלה בני אביחיל בן חורי בן ירוח בן גלעד בן מיכאל בן ישישי בן יחדו--בן בוז 14
ବୂଷ୍‍ର ପୁତ୍ର ଯହଦୋ, ଯହଦୋର ପୁତ୍ର ଯିହିଶୟ, ଯିହିଶୟର ପୁତ୍ର ମୀଖାୟେଲ, ମୀଖାୟେଲର ପୁତ୍ର ଗିଲୀୟଦ, ଗିଲୀୟଦର ପୁତ୍ର ଯାରୋହ, ଯାରୋହର ପୁତ୍ର ହୁରି; ହୁରିର ପୁତ୍ର ଅବୀହୟିଲ, ସେମାନେ ସେହି ଅବୀହୟିଲର ସନ୍ତାନ ଥିଲେ।
אחי בן עבדיאל בן גוני ראש לבית אבותם 15
ଗୂନିର ପୌତ୍ର ଅବ୍‍ଦୀୟେଲର ପୁତ୍ର ଅହି ସେମାନଙ୍କ ପିତୃବଂଶର ପ୍ରଧାନ ଥିଲା।
וישבו בגלעד בבשן ובבנתיה ובכל מגרשי שרון על תוצאותם 16
ସେମାନେ ଗିଲୀୟଦରେ, ବାଶନରେ ତହିଁର ସମସ୍ତ ଉପନଗରରେ ଓ ସେସବୁର ସୀମା ପର୍ଯ୍ୟନ୍ତ ଶାରୋଣର ସମସ୍ତ ତଳିଭୂମିରେ ବାସ କଲେ।
כלם התיחשו בימי יותם מלך יהודה--ובימי ירבעם מלך ישראל 17
ଯିହୁଦାର ରାଜା ଯୋଥମ୍‍ଙ୍କର ସମୟରେ ଓ ଇସ୍ରାଏଲର ରାଜା ଯାରବୀୟାମଙ୍କ ସମୟରେ ଏସମସ୍ତଙ୍କର ବଂଶାବଳୀ ଲିଖିତ ହୋଇଥିଲା।
בני ראובן וגדי וחצי שבט מנשה מן בני חיל אנשים נשאי מגן וחרב ודרכי קשת ולמודי מלחמה--ארבעים וארבעה אלף ושבע מאות וששים יצאי צבא 18
ରୁବେନ୍‍ର ସନ୍ତାନଗଣ, ପୁଣି, ଗାଦୀୟ, ମନଃଶିର ଅର୍ଦ୍ଧ ବଂଶ ମଧ୍ୟରେ ଢାଲ, ଖଡ୍ଗ ଧରିବାକୁ, ଧନୁ ମାରିବାକୁ ସମର୍ଥ ଓ ଯୁଦ୍ଧରେ ନିପୁଣ ଚୌରାଳିଶ ହଜାର ସାତ ଶହ ଷାଠିଏ ଜଣ ବିକ୍ରମୀ ପୁରୁଷ ଯୁଦ୍ଧଯାତ୍ରା କରିବାକୁ ସମର୍ଥ ଥିଲେ।
ויעשו מלחמה עם ההגריאים ויטור ונפיש ונודב 19
ସେମାନେ ହାଗରୀୟମାନଙ୍କ ସହିତ, ଯିଟୁର, ନାଫୀଶ୍‍ ଓ ନୋଦବ୍‍ ସହିତ ଯୁଦ୍ଧ କଲେ।
ויעזרו עליהם--וינתנו בידם ההגריאים וכל שעמהם כי לאלהים זעקו במלחמה ונעתור להם כי בטחו בו 20
ସେମାନେ ସେମାନଙ୍କ ପ୍ରତିକୂଳରେ ସାହାଯ୍ୟ ପାଇଲେ, ତହିଁରେ ହାଗରୀୟମାନେ ଓ ସେମାନଙ୍କ ସଙ୍ଗୀ ସମସ୍ତ ଲୋକ ସେମାନଙ୍କ ହସ୍ତରେ ସମର୍ପିତ ହେଲେ; କାରଣ ସେମାନେ ଯୁଦ୍ଧରେ ପରମେଶ୍ୱରଙ୍କ ନିକଟରେ କ୍ରନ୍ଦନ କରନ୍ତେ, ସେ ସେମାନଙ୍କ ପ୍ରାର୍ଥନା ଶୁଣିଲେ; ଯେହେତୁ ସେମାନେ ତାହାଙ୍କଠାରେ ବିଶ୍ୱାସ କଲେ।
וישבו מקניהם גמליהם חמשים אלף וצאן מאתים וחמשים אלף וחמורים אלפים ונפש אדם מאה אלף 21
ଆଉ ସେମାନେ ସେମାନଙ୍କ ପଶୁ, ଅର୍ଥାତ୍‍, ସେମାନଙ୍କ ଉଷ୍ଟ୍ର ମଧ୍ୟରୁ ପଚାଶ ହଜାର, ମେଷ ମଧ୍ୟରୁ ଅଢ଼ାଇ ଲକ୍ଷ, ଗର୍ଦ୍ଦଭ ମଧ୍ୟରୁ ଦୁଇ ହଜାର ଓ ମନୁଷ୍ୟ ମଧ୍ୟରୁ ଏକ ଲକ୍ଷ ନେଇଗଲେ।
כי חללים רבים נפלו כי מהאלהים המלחמה וישבו תחתיהם עד הגלה 22
କାରଣ ଯୁଦ୍ଧ ପରମେଶ୍ୱରଙ୍କ ଆଡ଼ୁ ହେବାରୁ ଅନେକ ହତ ହୋଇ ପଡ଼ିଲେ। ପୁଣି, ସେମାନେ ବନ୍ଦୀତ୍ୱ ପର୍ଯ୍ୟନ୍ତ ସେମାନଙ୍କ ସ୍ଥାନରେ ବାସ କଲେ।
ובני חצי שבט מנשה ישבו בארץ מבשן עד בעל חרמון ושניר והר חרמון--המה רבו 23
ଆଉ ମନଃଶିର ଅର୍ଦ୍ଧ ବଂଶର ସନ୍ତାନଗଣ ସେହି ଦେଶରେ ବାସ କଲେ; ସେମାନେ ବୃଦ୍ଧି ପାଇ ବାଶନଠାରୁ ବାଲ୍‍-ହର୍ମୋନ୍‍, ସନୀର୍‍ ଓ ହର୍ମୋଣ ପର୍ବତ ପର୍ଯ୍ୟନ୍ତ ବ୍ୟାପିଗଲେ।
ואלה ראשי בית אבותם ועפר וישעי ואליאל ועזריאל וירמיה והודויה ויחדיאל אנשים גבורי חיל--אנשי שמות ראשים לבית אבותם 24
ପୁଣି, ଏମାନେ ଆପଣାମାନଙ୍କ ପିତୃବଂଶର ପ୍ରଧାନ ଥିଲେ, ଯଥା, ଏଫର, ଈଶୀ, ଇଲୀୟେଲ୍‍, ଅସ୍ରୀୟେଲ, ଯିରିମୀୟ, ହୋଦବୀୟ ଓ ଯହଦୀୟେଲ୍‍, ଏସମସ୍ତେ ମହାବିକ୍ରମଶାଳୀ, ବିଖ୍ୟାତ ଓ ଆପଣା ଆପଣା ପିତୃବଂଶର ପ୍ରଧାନ ଥିଲେ।
וימעלו באלהי אבתיהם ויזנו אחרי אלהי עמי הארץ אשר השמיד אלהים מפניהם 25
ଏଥିଉତ୍ତାରେ ସେମାନେ ଆପଣା ପୂର୍ବପୁରୁଷଗଣର ପରମେଶ୍ୱରଙ୍କ ବିରୁଦ୍ଧରେ ସତ୍ୟ-ଲଙ୍ଘନ କଲେ, ଆଉ ପରମେଶ୍ୱର ଯେଉଁ ଦେଶୀୟ ଲୋକମାନଙ୍କୁ ସେମାନଙ୍କ ସମ୍ମୁଖରେ ବିନାଶ କରିଥିଲେ, ସେମାନେ ସେମାନଙ୍କ ଦେବଗଣର ଅନୁଗାମୀ ହୋଇ ବ୍ୟଭିଚାର କଲେ।
ויער אלהי ישראל את רוח פול מלך אשור ואת רוח תלגת פלנסר מלך אשור ויגלם לראובני ולגדי ולחצי שבט מנשה ויביאם לחלח וחבור והרא ונהר גוזן עד היום הזה 26
ତହିଁରେ ଇସ୍ରାଏଲର ପରମେଶ୍ୱର ଅଶୂରର ରାଜା ପୂଲ୍‍ର ମନକୁ ଓ ଅଶୂରର ରାଜା ତିଗ୍ଲତ୍‍-ପିଲ୍‍ନେଷରର ମନକୁ ଉତ୍ତେଜିତ କଲେ, ତହିଁରେ ସେ ସେମାନଙ୍କୁ, ଅର୍ଥାତ୍‍, ରୁବେନୀୟ, ଗାଦୀୟ, ମନଃଶିର ଅର୍ଦ୍ଧ ବଂଶୀୟ ଲୋକଙ୍କୁ ହଲହ, ହାବୋର, ହାରା ଓ ଗୋଶନ ନଦୀତୀରକୁ ଆଣିଲା, ଆଜି ପର୍ଯ୍ୟନ୍ତ ସେମାନେ ସେଠାରେ ଅଛନ୍ତି।

< דברי הימים א 5 >