< Zakariya 9 >
1 Annabci. Maganar Ubangiji tana gāba da ƙasar Hadrak za tă kuma sauko a kan Damaskus, gama idanun dukan mutane da na kabilan Isra’ila suna a kan Ubangiji,
ହଦ୍ରକ୍ ଦେଶ ପ୍ରତି ଓ ଦମ୍ମେଶକ ତହିଁର ବିଶ୍ରାମ-ସ୍ଥାନ ପ୍ରତି ସଦାପ୍ରଭୁଙ୍କର ବାକ୍ୟ; କାରଣ ମନୁଷ୍ୟର ଓ ସମୁଦାୟ ଇସ୍ରାଏଲ ବଂଶର ଦୃଷ୍ଟି ସଦାପ୍ରଭୁଙ୍କ ପ୍ରତି ଅଛି।
2 da kuma a kan Hamat ita ma, wadda ta yi iyaka da ita, da kuma a kan Taya da Sidon, ko da yake suna da hikima ƙwarai.
ପୁଣି, ତହିଁର ପାର୍ଶ୍ୱସ୍ଥିତ ହମାତ୍ ଓ ସୋର ଓ ସୀଦୋନ ଅତି ଜ୍ଞାନୀ ହେବାରୁ ତହିଁର ବିଶ୍ରାମ-ସ୍ଥାନ ହେବ।
3 Taya ta gina wa kanta mafaka mai ƙarfi; ta tara azurfa kamar ƙasa, zinariya kuma kamar tarin shara a tituna.
ଆଉ, ସୋର ଆପଣା ପାଇଁ ଦୃଢ଼ ଗଡ଼ ନିର୍ମାଣ କଲା ଓ ଧୂଳି ପରି ରୂପା ଓ ବାଟର କାଦୁଅ ପରି ଉତ୍ତମ ସୁନା ଗଦା କଲା।
4 Amma Ubangiji zai karɓe mallakarta, zai hallaka ikonta da take da shi a kan teku, wuta kuma za tă cinye ta.
ଦେଖ, ପ୍ରଭୁ ତାହାକୁ ପ୍ରତ୍ୟାଖ୍ୟାନ କରିବେ ଓ ସେ ସମୁଦ୍ରରେ ତାହାର ପରାକ୍ରମକୁ ବିନାଶ କରିବେ; ଆଉ, ଅଗ୍ନି ଦ୍ୱାରା ସେ ଗ୍ରାସିତ ହେବ।
5 Ashkelon za tă ga haka ta ji tsoro; Gaza za tă yi birgima cikin azaba, haka Ekron ma, gama za tă fid da zuciya. Gaza za tă rasa sarkinta za a kuma gudu a bar Ashkelon.
ଅସ୍କିଲୋନ ତାହା ଦେଖି ଭୟ କରିବ; ଘସା ମଧ୍ୟ ଦେଖି ଅତ୍ୟନ୍ତ ବ୍ୟଥିତ ହେବ ଓ ଇକ୍ରୋଣ ହିଁ ତଦ୍ରୂପ ହେବ, କାରଣ ତାହାର ଆଶା ଲଜ୍ଜାଜନକ ହେବ; ଆଉ, ଘସାରୁ ରାଜା ବିନଷ୍ଟ ହେବ ଓ ଅସ୍କିଲୋନ ବସତିବିଶିଷ୍ଟ ନୋହିବ।
6 Baƙi za su mallaki Ashdod, kuma zan kawar da girman kan Filistiyawa.
ପୁଣି, ଅସ୍ଦୋଦରେ ଜାରଜ ବାସ କରିବ ଓ ଆମ୍ଭେ ପଲେଷ୍ଟୀୟମାନଙ୍କର ଦର୍ପ ଚୂର୍ଣ୍ଣ କରିବା।
7 Zan kawar da jini daga bakinsu, zan kuma cire abincin da aka haramta daga tsakanin haƙoransu. Waɗanda za a bari za su zama na Allahnmu, su kuma zama shugabanni a Yahuda, Ekron kuma za tă zama kamar Yebusiyawa.
ଆଉ, ଆମ୍ଭେ ତାହାର ମୁଖରୁ ତାହାର ପେୟ ରକ୍ତ ଓ ତାହାର ଦନ୍ତ ମଧ୍ୟରୁ ତାହାର ଘୃଣାଯୋଗ୍ୟ ଭକ୍ଷ୍ୟ ଅପହରଣ କରିବା; ତହିଁରେ ସେ ମଧ୍ୟ ଆମ୍ଭମାନଙ୍କ ପରମେଶ୍ୱରଙ୍କ ନିମନ୍ତେ ଅବଶିଷ୍ଟାଂଶ ଲୋକ ହେବ ଓ ସେ ଯିହୁଦା ମଧ୍ୟରେ ଅଧ୍ୟକ୍ଷ ତୁଲ୍ୟ ହେବ ଓ ଇକ୍ରୋଣ ଯିବୂଷୀୟ ତୁଲ୍ୟ ହେବ।
8 Amma zan kāre gidana daga sojoji masu kai da kawowa. Azzalumi ba zai ƙara cin mutanena da yaƙi ba, gama yanzu ina tsaro.
ପୁଣି, ଆମ୍ଭେ ସୈନ୍ୟଦଳ ବିରୁଦ୍ଧରେ ଆପଣା ଗୃହର ଚତୁର୍ଦ୍ଦିଗରେ ଛାଉଣି ସ୍ଥାପନ କରିବା, ତହିଁରେ କେହି ଗମନାଗମନ କରିବେ ନାହିଁ ଓ କୌଣସି ଉପଦ୍ରବକାରୀ ସେମାନଙ୍କ ନିକଟ ଦେଇ ଆଉ ଯିବ ନାହିଁ; କାରଣ ଆମ୍ଭେ ଏବେ ସ୍ୱଚକ୍ଷୁରେ ଦେଖିଅଛୁ।
9 Ki yi murna ƙwarai, ya Diyar Urushalima! Ki yi sowa, Diyar Urushalima! Duba, ga sarkinki yana zuwa wurinki, mai adalci yana kuma da ceto, mai tawali’u yana kuma hawan jaki, yana a kan ɗan aholaki, a kan’yar jaka.
ଗୋ ସିୟୋନ କନ୍ୟେ, ଅତିଶୟ ଉଲ୍ଲାସ କର! ଗୋ ଯିରୂଶାଲମ କନ୍ୟେ, ଜୟଧ୍ୱନି କର! ଦେଖ, ତୁମ୍ଭର ରାଜା ତୁମ୍ଭ ନିକଟକୁ ଆସୁଅଛନ୍ତି; ସେ ଧର୍ମମୟ ଓ ପରିତ୍ରାଣବିଶିଷ୍ଟ; ସେ ନମ୍ରଶୀଳ ଓ ଗର୍ଦ୍ଦଭ ଉପରେ, ଅର୍ଥାତ୍, ଗର୍ଦ୍ଦଭୀର ଶାବକ ଉପରେ ଆରୋହଣ କରି ଆସୁଅଛନ୍ତି।
10 Zan ƙwace kekunan yaƙi daga Efraim, da kuma dawakan yaƙi daga Urushalima, za a kuma karya bakan yaƙi. Zai yi shelar salama ga al’ummai. Mulkinsa zai yaɗu daga teku zuwa teku, daga Kogi kuma zuwa ƙarshen duniya.
ପୁଣି, ଆମ୍ଭେ ଇଫ୍ରୟିମରୁ ରଥ ଓ ଯିରୂଶାଲମରୁ ଅଶ୍ୱ ଉଚ୍ଛିନ୍ନ କରିବା ଓ ଯୁଦ୍ଧ-ଧନୁ ଉଚ୍ଛିନ୍ନ ହେବ; ଆଉ, ସେ ଗୋଷ୍ଠୀଗଣକୁ ଶାନ୍ତିର କଥା କହିବେ ଓ ତାହାଙ୍କର ରାଜ୍ୟ ଏକ ସମୁଦ୍ରଠାରୁ ଅନ୍ୟ ସମୁଦ୍ର ପର୍ଯ୍ୟନ୍ତ ଓ ନଦୀଠାରୁ ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ହେବ।
11 Ke kuma, saboda jinin alkawarina da ke, zan’yantar da’yan kurkukunki daga rami marar ruwa.
ତୁମ୍ଭ ନିୟମର ରକ୍ତ ସକାଶୁ ଆମ୍ଭେ ତୁମ୍ଭର ବନ୍ଦୀମାନଙ୍କୁ ନିର୍ଜଳ କୂପ ମଧ୍ୟରୁ ବାହାର କରି ପ୍ରେରଣ କରିଅଛୁ।
12 Ku koma maɓuya, ya ku’yan kurkuku masu sa zuciya; ko yanzu ma na sanar cewa zan mayar muku ninki biyu.
ହେ ଭରସାଯୁକ୍ତ ବନ୍ଦୀମାନେ, ତୁମ୍ଭେମାନେ ଦୃଢ଼ ଗଡ଼ ଆଡ଼େ ଫେରି ଆସ; ଆମ୍ଭେ ତୁମ୍ଭକୁ ଦୁଇଗୁଣ ମଙ୍ଗଳ ଦେବା ବୋଲି ଆଜି ପ୍ରକାଶ କରୁଅଛୁ।
13 Zan lanƙwasa Yahuda yadda nake lanƙwasa bakana, in kuma cika ta da Efraim kamar kibiya. Zan tā da’ya’yanki maza, ya Sihiyona, gāba da’ya’yanki, ya Girka, in kuma mai da ke kamar takobin jarumin yaƙi.
କାରଣ ଆମ୍ଭେ ଆପଣା ନିମନ୍ତେ ଧନୁ ସ୍ୱରୂପ ଯିହୁଦାକୁ ବଙ୍କା କରିଅଛୁ ଓ ତୀର ସ୍ୱରୂପ ଇଫ୍ରୟିମରେ ତାହା ସଂଯୁକ୍ତ କରିଅଛୁ; ଆଉ, ହେ ସିୟୋନ, ଆମ୍ଭେ ତୁମ୍ଭର ସନ୍ତାନଗଣକୁ, ହେ ଗ୍ରୀସ୍, ତୁମ୍ଭ ସନ୍ତାନଗଣ ବିରୁଦ୍ଧରେ ଉତ୍ତେଜିତ କରିବା ଓ ତୁମ୍ଭକୁ ବୀରର ଖଡ୍ଗ ସ୍ୱରୂପ କରିବା।
14 Sa’an nan Ubangiji zai bayyana a bisansu; kibiyarsa za tă wulga kamar walƙiya. Ubangiji Mai Iko Duka zai busa ƙaho; zai taho ta cikin guguwa daga kudu,
ପୁଣି, ସଦାପ୍ରଭୁ ସେମାନଙ୍କୁ ଊର୍ଦ୍ଧ୍ୱରୁ ଦେଖାଯିବେ ଓ ତାହାଙ୍କର ତୀର ବିଜୁଳି ପରି ବାହାର ହେବ; ଆଉ, ପ୍ରଭୁ ସଦାପ୍ରଭୁ ତୂରୀ ବଜାଇବେ ଓ ଦକ୍ଷିଣ ଦିଗର ଘୂର୍ଣ୍ଣିବାୟୁରେ ଗମନ କରିବେ।
15 Ubangiji Maɗaukaki kuma zai tsare su. Za su hallakar su kuma yi nasara da duwatsun majajjawa. Za su sha su yi kururuwa kamar sun sha ruwan inabi; za su cika kamar kwanon da ake amfani don a yayyafa jini a kusurwoyin bagade.
ସୈନ୍ୟାଧିପତି ସଦାପ୍ରଭୁ ସେମାନଙ୍କୁ ରକ୍ଷା କରିବେ; ତହିଁରେ ସେମାନେ ଗ୍ରାସ କରିବେ ଓ ଛାଟିଣୀ-ପଥରସବୁ ପଦ ତଳେ ଦଳିତ କରିବେ; ଆଉ, ସେମାନେ ପାନ କରିବେ ଓ ଦ୍ରାକ୍ଷାରସରେ ମତ୍ତ ଲୋକର ପରି ଶବ୍ଦ କରିବେ, ଆଉ ସେମାନେ ପାତ୍ର ପରି, ଯଜ୍ଞବେଦିର କୋଣ ପରି ପରିପୂର୍ଣ୍ଣ ହେବେ।
16 Ubangiji Allahnsu zai cece su a wannan rana gama su mutanensa ne da kuma garkensa. Za su haska a cikin ƙasarsa kamar lu’ulu’u a rawani.
ପୁଣି, ସେହି ଦିନ ସଦାପ୍ରଭୁ ସେମାନଙ୍କ ପରମେଶ୍ୱର ଆପଣା ଲୋକମାନଙ୍କୁ ପଲ ସ୍ୱରୂପ ଉଦ୍ଧାର କରିବେ; କାରଣ ସେମାନେ ମୁକୁଟର ପ୍ରସ୍ତର ସ୍ୱରୂପ ତାହାଙ୍କ ଦେଶର ଊର୍ଦ୍ଧ୍ୱରେ ଉତ୍ଥାପିତ ହେବେ।
17 Za su yi kyan gani da kuma bansha’awa! Hatsi zai sa samari su yi murna, sabon ruwan inabi kuma zai sa’yan mata su yi farin ciki.
ଯେହେତୁ ତାଙ୍କ ମଙ୍ଗଳଭାବ କିପରି ମହତ ଓ ତାଙ୍କର ସୌନ୍ଦର୍ଯ୍ୟ କିପରି ମହତ! ଶସ୍ୟ ଯୁବାଗଣକୁ ଓ ନୂତନ ଦ୍ରାକ୍ଷାରସ ଯୁବତୀଗଣକୁ ବର୍ଦ୍ଧିଷ୍ଣୁ କରିବ।