< Romawa 5 >

1 Saboda haka, da yake an same mu marasa laifi ta wurin bangaskiya, muna da salama tare da Allah ta wurin Ubangijinmu Yesu Kiristi,
ଅତଏବ, ବିଶ୍ୱାସ ଦ୍ୱାରା ଧାର୍ମିକ ଗଣିତ ହେବାରୁ ଆମ୍ଭେମାନେ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଈଶ୍ବରଙ୍କ ସହିତ ଶାନ୍ତିରେ ଅଛୁ;
2 ta wurinsa ne muka sami shiga wannan alherin da muke tsaye yanzu, ta wurin bangaskiya. Muna kuma farin ciki a begen ɗaukakar Allah.
ଯେଉଁ ଅନୁଗ୍ରହର ଅବସ୍ଥା ମଧ୍ୟରେ ଆମ୍ଭେମାନେ ଅଛୁ, ସେଥିରେ ତାହାଙ୍କ ଦ୍ୱାରା ବିଶ୍ୱାସରେ ପ୍ରବେଶ ମଧ୍ୟ କରିଅଛୁ; ପୁଣି, ଆମ୍ଭେମାନେ ଈଶ୍ବରଙ୍କ ଗୌରବର ଭରସାରେ ଦର୍ପ କରୁଅଛୁ।
3 Ba haka kawai ba, amma muna kuma da farin ciki cikin shan wuyanmu, gama mun san cewa shan wuyan nan takan haifi jimiri;
କେବଳ ତାହା ନୁହେଁ, ସମସ୍ତ କ୍ଳେଶରେ ମଧ୍ୟ ଦର୍ପ କରୁଅଛୁ, ଯେଣୁ କ୍ଳେଶରୁ ଧୈର୍ଯ୍ୟ, ଧୈର୍ଯ୍ୟରୁ ଅନୁଭୂତି,
4 jimiri kuma yakan kawo hali mai kyau; hali mai kyau kuma yakan sa bege.
ପୁଣି, ଅନୁଭୂତିରୁ ଭରସା ଯେ ଜନ୍ମେ, ଏହା ଆମ୍ଭେମାନେ ଜାଣୁ।
5 Bege kuwa ba ya ba mu kunya, domin Allah ya zuba ƙaunarsa a zukatanmu ta wurin Ruhu Mai Tsarkin da ya ba mu.
ଆଉ, ଭରସା ଲଜ୍ଜା ଦିଏ ନାହିଁ, କାରଣ ଆମ୍ଭମାନଙ୍କୁ ପ୍ରଦତ୍ତ ପବିତ୍ର ଆତ୍ମାଙ୍କ ଦ୍ୱାରା ଆମ୍ଭମାନଙ୍କ ହୃଦୟରେ ଈଶ୍ବରଙ୍କ ପ୍ରେମ ପ୍ରବାହିତ ହୋଇଅଛି।
6 Kun ga, a daidai lokaci, yayinda muke marasa ƙarfi, Kiristi ya mutu saboda waɗanda ba su san Allah ba.
କାରଣ ଯେତେବେଳେ ଆମ୍ଭେମାନେ ନିରୂପାୟ ଥିଲୁ, ସେତେବେଳେ ଖ୍ରୀଷ୍ଟ ଉପଯୁକ୍ତ ସମୟରେ ଅଧାର୍ମିକମାନଙ୍କ ନିମନ୍ତେ ମୃତ୍ୟୁଭୋଗ କଲେ।
7 Da ƙyar wani yă mutu saboda mai adalci, ko da yake saboda mutumin kirki wani zai iya ƙarfin hali yă mutu.
ଧାର୍ମିକ ଲୋକ ନିମନ୍ତେ ପ୍ରାୟ କେହି ମୃତ୍ୟୁଭୋଗ କରିବ ନାହିଁ, ଉତ୍ତମ ଲୋକ ନିମନ୍ତେ ଅବା କେହି ପ୍ରାଣ ଦେବାକୁ ସାହସ କରିପାରେ।
8 Amma Allah ya nuna mana ƙaunarsa a wannan. Tun muna masu zunubi tukuna, Kiristi ya mutu dominmu.
କିନ୍ତୁ ଆମ୍ଭେମାନେ ପାପୀ ଥିବା ସମୟରେ ସୁଦ୍ଧା ଖ୍ରୀଷ୍ଟ ଯେ ଆମ୍ଭମାନଙ୍କ ନିମନ୍ତେ ମୃତ୍ୟୁଭୋଗ କଲେ, ସେଥିରେ ଈଶ୍ବର ଆମ୍ଭମାନଙ୍କ ପ୍ରତି ଆପଣା ପ୍ରେମ ସପ୍ରମାଣ କରୁଅଛନ୍ତି।
9 Da yake yanzu mun sami zama marasa laifi ta wurin jininsa, ashe kuwa za a cece mu daga fushin Allah ta wurinsa!
ଅତଏବ, ଏହା ଆହୁରି ସୁନିଶ୍ଚିତ ଯେ, ଆମ୍ଭେମାନେ ଏବେ ତାହାଙ୍କ ରକ୍ତ ଦ୍ୱାରା ଧାର୍ମିକ ଗଣିତ ହେବାରୁ ତାହାଙ୍କ ଦ୍ୱାରା ଈଶ୍ବରଙ୍କ କ୍ରୋଧରୁ ରକ୍ଷା ପାଇବା।
10 Gama in kuwa, sa’ad da muke abokan gāban Allah, aka sulhunta mu da shi ta wurin mutuwar Ɗansa, ashe, da yake an sulhunta mu, za mu sami ceto ta wurin ransa!
କାରଣ ଆମ୍ଭେମାନେ ଶତ୍ରୁ ଥିବା ସମୟରେ ଯଦି ଈଶ୍ବରଙ୍କ ସହିତ ତାହାଙ୍କ ପୁତ୍ରଙ୍କ ମୃତ୍ୟୁ ଦ୍ୱାରା ମିଳିତ ହେଲୁ, ତାହାହେଲେ, ଆମ୍ଭେମାନେ ମିଳିତ ହୋଇ ତାହାଙ୍କ ଜୀବନ ଦ୍ୱାରା ନିଶ୍ଚୟ ପରିତ୍ରାଣ ପାଇବା।
11 Ba ma haka yake kawai ba, har muna farin ciki da Allah ta wurin Ubangijinmu Yesu Kiristi, wanda ta wurinsa yanzu muka sami sulhu.
ପୁଣି, କେବଳ ତାହା ନୁହେଁ, କିନ୍ତୁ ଆମ୍ଭମାନଙ୍କ ଯେଉଁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଆମ୍ଭେମାନେ ଏବେ ମିଳନ ଲାଭ କରିଅଛୁ; ତାହାଙ୍କ ଦ୍ୱାରା ଆମ୍ଭେମାନେ ଈଶ୍ବରଙ୍କଠାରେ ଦର୍ପ ମଧ୍ୟ କରୁଅଛୁ।
12 Saboda haka, kamar yadda zunubi ya shigo duniya ta wurin mutum ɗaya, mutuwa kuma ta wurin zunubi, ta haka kuwa mutuwa ta shafi dukan mutane, domin dukan mutane sun yi zunubi.
ଅତଏବ, ଯେପରି ଜଣେ ଲୋକ ଦ୍ୱାରା ପାପ ଓ ପାପ ଦ୍ୱାରା ମୃତ୍ୟୁ ଜଗତରେ ପ୍ରବେଶ କଲା, ଆଉ ସେହି ପ୍ରକାରେ ମୃତ୍ୟୁ ସମସ୍ତ ଲୋକଙ୍କ ପ୍ରତି ଘଟିଲା, ଯେଣୁ ସମସ୍ତେ ତ ପାପ କଲେ।
13 Gama kafin a ba da doka, zunubi yana nan a duniya. Amma ba a lissafin zunubi inda babu doka.
କାରଣ ମୋଶା ବ୍ୟବସ୍ଥା ପ୍ରାପ୍ତ କରିବା ପର୍ଯ୍ୟନ୍ତ ପାପ ଜଗତରେ ଥିଲା, କିନ୍ତୁ ବ୍ୟବସ୍ଥା ନ ଥିଲେ ପାପ ଗଣାଯାଏ ନାହିଁ;
14 Duk da haka, mutuwa ta yi mulki tun Adamu har yă zuwa Musa, ta yi mulki har ma a kan waɗanda ba su yi zunubi ta wurin taka umarni kamar yadda Adamu ya yi ba. A wata hanya dai Adamu shi ne kwatancin wani mutumin nan mai zuwa.
ତଥାପି ଯେଉଁମାନେ ଆଦମଙ୍କ ଆଜ୍ଞାଲଙ୍ଘନ ସଦୃଶ ପାପ କରି ନ ଥିଲେ, ଆଦମଙ୍କଠାରୁ ମୋଶାଙ୍କ ପର୍ଯ୍ୟନ୍ତ ସେମାନଙ୍କ ଉପରେ ସୁଦ୍ଧା ମୃତ୍ୟୁ ରାଜତ୍ୱ କରିଥିଲା; ଯାହାଙ୍କ ଆଗମନର କଥା ଥିଲା, ଆଦମ ତାହାଙ୍କର ପ୍ରତିରୂପ।
15 Amma kyautan nan dabam take da laifin nan. Gama in mutane da yawa sun mutu saboda laifin mutum ɗayan nan, to, ai, alherin Allah da kuma kyautan nan mai zuwa ta wurin alherin mutum ɗayan nan, Yesu Kiristi, ya shafi mutane da yawa!
କିନ୍ତୁ ଅପରାଧ ଯେପରି, ଅନୁଗ୍ରହ ଦାନ ମଧ୍ୟ ଯେ ସେହିପରି, ତାହା ନୁହେଁ, କାରଣ ଯଦି ଜଣକର ଅପରାଧ ଦ୍ୱାରା ଅନେକେ ମୃତ୍ୟୁଭୋଗ କଲେ, ତାହାହେଲେ ଈଶ୍ବରଙ୍କ ଅନୁଗ୍ରହ ଓ ଜଣେ ମନୁଷ୍ୟଙ୍କ, ଅର୍ଥାତ୍‍ ଯୀଶୁ ଖ୍ରୀଷ୍ଟଙ୍କ ଅନୁଗ୍ରହ ଦତ୍ତ ଦାନ ଅନେକଙ୍କ ପ୍ରତି ଅଧିକ ପ୍ରଚୁର ହେଲା।
16 Kyautar Allah kuwa ba kamar sakamakon da ya bi zunubin mutum gudan nan ba ne, Hukuncin ya bi zunubin mutum gudan nan, ya kuma kawo hallaka, amma kyautar ta bi laifofin masu yawa ta kuma sa Allah ya gan mu a matsayin marasa laifi.
ଆଉ, ଜଣେ ପାପ କରିବାରୁ ଯେପରି ଫଳ ହେଲା, ଏହି ଦାନର ଫଳ ସେପରି ନୁହେଁ, କାରଣ ଜଣକ ହେତୁ ଯେଉଁ ବିଚାର, ସେଥିର ଫଳ ଦଣ୍ଡାଜ୍ଞା ହେଲା, କିନ୍ତୁ ଅନେକଙ୍କ ଅପରାଧ ସ୍ଥଳେ ଯେଉଁ ଅନୁଗ୍ରହ ଦାନ, ସେଥିର ଫଳ ଧାର୍ମିକଗଣନା ହେଲା;
17 Gama in, ta wurin laifin mutum ɗaya, mutuwa ta yi mulki ta wurin mutum ɗayan nan, ashe, waɗanda suka sami kyautar alherin Allah a yalwace da kuma kyautar adalci za su yi mulki a wannan rayuwa ta wurin mutum ɗayan nan, Yesu Kiristi.
ଯେଣୁ ଯଦି ଜଣକର ଅପରାଧରେ ସେହି ଜଣକ ଦ୍ୱାରା ମୃତ୍ୟୁ ରାଜତ୍ୱ କଲା, ତେବେ ଯେଉଁମାନେ ଅନୁଗ୍ରହ ଓ ଧାର୍ମିକତା ଦାନର ପ୍ରଚୁରତା ପ୍ରାପ୍ତ ହୁଅନ୍ତି, ସେମାନେ ଏକ ବ୍ୟକ୍ତି, ଅର୍ଥାତ୍‍ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଆହୁରି ଅଧିକ ରୂପେ ଜୀବନରେ ରାଜତ୍ୱ କରିବେ।
18 Saboda haka, kamar yadda sakamakon laifin mutum guda ya jawo hallaka ga dukan mutane, haka ma sakamakon aikin adalci guda ya sa Allah ya same mu marasa laifi, wannan kuwa kawo rai ga dukan mutane.
ଅତଏବ, ଜଣକର ଅପରାଧର ଫଳ ସ୍ୱରୂପେ ଯେପରି ସମସ୍ତ ମନୁଷ୍ୟଙ୍କ ପ୍ରତି ଦଣ୍ଡାଜ୍ଞା ଘଟିଲା, ସେହିପରି ମଧ୍ୟ ଜଣକର ଧାର୍ମିକତାର କର୍ମର ଫଳ ସ୍ୱରୂପେ ସମସ୍ତ ମନୁଷ୍ୟଙ୍କ ପ୍ରତି ଜୀବନଦାୟକ ଧାର୍ମିକଗଣନା ଘଟିଲା।
19 Gama kamar yadda ta wurin rashin biyayyar mutum guda, mutane masu yawa suka zama masu zunubi, haka kuma ta wurin biyayyar mutum guda, mutane da yawa za su zama masu adalci.
କାରଣ ଯେପରି ଜଣକର ଅନାଜ୍ଞାବହତା ଦ୍ୱାରା ଅନେକେ ପାପୀ ହେଲେ, ସେହିପରି ମଧ୍ୟ ଜଣକର ଆଜ୍ଞାବହତା ଦ୍ୱାରା ଅନେକେ ଧାର୍ମିକ ହେବେ।
20 An ba da dokar don mu ga yadda laifi yake da girma. Amma da zunubi ya ƙaru, sai alheri ya ƙaru sosai,
ଏହା ଛଡ଼ା ମୋଶାଙ୍କ ବ୍ୟବସ୍ଥା ମଧ୍ୟ ପ୍ରବେଶ କଲା, ଯେପରି ଅପରାଧ ଅଧିକ ହୁଏ; କିନ୍ତୁ ଯେଉଁଠାରେ ପାପ ଅଧିକ ହେଲା, ସେହିଠାରେ ଅନୁଗ୍ରହ ଆହୁରି ଅତି ଅଧିକ ହେଲା,
21 domin, kamar yadda zunubi ya yi mulki cikin mutuwa, haka ma alheri yă yi mulki ta wurin adalci yă kuwa kawo rai madawwami ta wurin Yesu Kiristi Ubangijinmu. (aiōnios g166)
ଯେପରି ପାପ ଯେପ୍ରକାରେ ମୃତ୍ୟୁରେ ରାଜତ୍ୱ କରିଥିଲା, ସେହିପରି ଅନୁଗ୍ରହ ମଧ୍ୟ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଅନନ୍ତ ଜୀବନଦାୟକ ଧାର୍ମିକତା ଦାନ କରି ରାଜତ୍ୱ କରିବ। (aiōnios g166)

< Romawa 5 >