< Makoki 5 >
1 Ka tuna, ya Ubangiji, abin da ya faru da mu; duba, ka ga kunyar da muka sha.
ହେ ସଦାପ୍ରଭୁ, ଆମ୍ଭମାନଙ୍କ ପ୍ରତି ଯାହା ଘଟିଅଛି, ତାହା ସ୍ମରଣ କର; ଅବଲୋକନ କରି ଆମ୍ଭମାନଙ୍କ ଅପମାନ ଦେଖ।
2 An ba wa baƙi gādonmu, gidajenmu kuma aka ba bare.
ଆମ୍ଭମାନଙ୍କ ଅଧିକାର ବିଦେଶୀୟମାନଙ୍କର ହସ୍ତକୁ ଯାଇଅଛି, ଆମ୍ଭମାନଙ୍କର ଗୃହସବୁ ପର ଦେଶୀୟମାନଙ୍କର ହସ୍ତଗତ ହୋଇଅଛି।
3 Mun zama marayu marasa ubanni, uwayenmu kamar gwauraye.
ଆମ୍ଭେମାନେ ଅନାଥ ଓ ପିତୃହୀନ, ଆମ୍ଭମାନଙ୍କର ମାତୃଗଣ ବିଧବା ତୁଲ୍ୟ ହୋଇଅଛନ୍ତି।
4 Dole mu sayi ruwan da muke sha; sai mun biya mu sami itace.
ଆମ୍ଭେମାନେ ନିଜ ଜଳ ରୂପା ଦେଇ ପାନ କରିଅଛୁ; ଆମ୍ଭମାନଙ୍କର କାଷ୍ଠ ଆମ୍ଭମାନଙ୍କୁ ବିକାଯାଏ।
5 Masu fafararmu sun kusa kama mu; mun gaji kuma ba dama mu huta.
ଆମ୍ଭମାନଙ୍କ ପଛରେ ଗୋଡ଼ାଇବା ଲୋକମାନେ ଆମ୍ଭମାନଙ୍କର ବେକ ଧରିଅଛନ୍ତି; ଆମ୍ଭେମାନେ କ୍ଳାନ୍ତ ହୋଇଅଛୁ ଓ କିଛି ବିଶ୍ରାମ ପାଇ ନାହୁଁ।
6 Mun miƙa kanmu ga Masar da Assuriya don mu sami isashen abinci.
ଆମ୍ଭେମାନେ ଖାଦ୍ୟରେ ତୃପ୍ତ ହେବା ନିମନ୍ତେ ମିସରୀୟମାନଙ୍କୁ ଓ ଅଶୂରୀୟମାନଙ୍କୁ ହାତ ଦେଇଅଛୁ।
7 Kakanninmu sun yi zunubi kuma ba sa nan yanzu, mu ne aka bari muna shan hukuncinsu.
ଆମ୍ଭମାନଙ୍କର ପୂର୍ବପୁରୁଷଗଣ ପାପ କରିଅଛନ୍ତି, ଆଉ ସେମାନେ ମରିଅଛନ୍ତି; ପୁଣି, ଆମ୍ଭେମାନେ ସେମାନଙ୍କର ଅଧର୍ମ ବହନ କରିଅଛୁ।
8 Bayi suna mulki a kanmu, kuma ba wanda zai’yantar da mu daga hannuwansu.
ଦାସମାନେ ଆମ୍ଭମାନଙ୍କ ଉପରେ କର୍ତ୍ତୃତ୍ୱ କରନ୍ତି; ସେମାନଙ୍କ ହସ୍ତରୁ ଆମ୍ଭମାନଙ୍କୁ ଉଦ୍ଧାର କରିବା ପାଇଁ କେହି ନାହିଁ।
9 Muna samun burodi a bakin rayukanmu domin takobin da yake a jeji.
ପ୍ରାନ୍ତରରେ ଖଡ୍ଗ ଥିବାରୁ ଆମ୍ଭେମାନେ ଆପଣା ଆପଣା ପ୍ରାଣ ସଙ୍କଟରେ ଖାଦ୍ୟ ପାଉଅଛୁ।
10 Fatar jikinmu ta yi zafi kamar murhu, muna jin zazzaɓi domin yunwa.
ଦୁର୍ଭିକ୍ଷର ଜ୍ୱଳନ୍ତ ତାପ ହେତୁରୁ, ଆମ୍ଭମାନଙ୍କ ଚର୍ମ ତୁନ୍ଦୁର ପରି କଳା ହୋଇଅଛି।
11 An yi wa mata fyaɗe a cikin Sihiyona, da kuma budurwai a cikin garuruwan Yahuda.
ସେମାନେ ସିୟୋନରେ ସ୍ତ୍ରୀମାନଙ୍କୁ, ଯିହୁଦାର ନଗରସମୂହରେ କୁମାରୀଗଣକୁ ଭ୍ରଷ୍ଟା କଲେ।
12 An rataye’ya’yan sarakuna da hannuwansu; ba a ba wa dattawa girma.
ଅଧିପତିମାନେ ସେମାନଙ୍କ ହସ୍ତ ଦ୍ୱାରା ଟଙ୍ଗା ହୋଇଥିଲେ; ପ୍ରାଚୀନ ଲୋକମାନଙ୍କ ମୁଖ ସମାଦୃତ ନୋହିଲା।
13 Samari suna faman yin niƙa; yara kuma suna fama da ƙyar da nauyin kayan itace.
ଯୁବା ଲୋକମାନେ ଚକି ବହିଲେ, ଆଉ ପିଲାମାନେ କାଷ୍ଠ ଭାରରେ ଝୁଣ୍ଟି ପଡ଼ିଲେ।
14 Dattawan sun bar ƙofar birnin, samari sun daina rera waƙa.
ପ୍ରାଚୀନମାନେ ନଗରଦ୍ୱାରରୁ, ଯୁବା ଲୋକମାନେ ଆପଣା ବାଦ୍ୟରୁ ନିବୃତ୍ତ ହୋଇଅଛନ୍ତି।
15 Farin ciki ya rabu da zuciyarmu; rayuwarmu ta zama makoki.
ଆମ୍ଭମାନଙ୍କ ଚିତ୍ତର ଆନନ୍ଦ ନିବୃତ୍ତ ହୋଇଅଛି; ଆମ୍ଭମାନଙ୍କର ନୃତ୍ୟ ଶୋକରେ ପରିଣତ ହୋଇଅଛି।
16 Rawani ya fāɗi daga kanmu. Kaiton mu gama mun yi zunubi!
ଆମ୍ଭମାନଙ୍କ ମସ୍ତକରୁ ମୁକୁଟ ଖସି ପଡ଼ିଅଛି; ଧିକ୍ ଆମ୍ଭମାନଙ୍କୁ! କାରଣ ଆମ୍ଭେମାନେ ପାପ କରିଅଛୁ।
17 Domin wannan zuciyarmu ta yi sanyi; domin waɗannan abubuwa idanunmu sun dushe
ଏଥିପାଇଁ ଆମ୍ଭମାନଙ୍କ ଅନ୍ତଃକରଣ କ୍ଷୀଣ ହୋଇଅଛି; ଏହିସବୁ କାରଣରୁ ଆମ୍ଭମାନଙ୍କର ଚକ୍ଷୁ ଧନ୍ଦଳା ହୋଇଅଛି।
18 gama Tudun Sihiyona ya zama kufai, sai diloli ke yawo a wurin.
କାରଣ ସିୟୋନ ପର୍ବତ ଉଚ୍ଛିନ୍ନ ସ୍ଥାନ ହୋଇଅଛି; କୋକିଶିଆଳିମାନେ ତହିଁ ଉପରେ ଭ୍ରମଣ କରନ୍ତି।
19 Ya Ubangiji, kai ne mai iko har abada; kursiyinka ya dawwama cikin dukan zamani.
ହେ ସଦାପ୍ରଭୁ, ତୁମ୍ଭେ ନିତ୍ୟସ୍ଥାୟୀ ତୁମ୍ଭ ସିଂହାସନ ପୁରୁଷାନୁକ୍ରମେ ଥାଏ।
20 Don mene ne kake mantawa da mu koyaushe? Me ya sa ka yashe mu da jimawa?
ତୁମ୍ଭେ କାହିଁକି ଚିରକାଳ ଆମ୍ଭମାନଙ୍କୁ ପାସୋରୁଅଛ, ଆଉ ଏତେ ଦୀର୍ଘ କାଳ ଆମ୍ଭମାନଙ୍କୁ ପରିତ୍ୟାଗ କରୁଅଛ?
21 Ka sāke jawo mu gare ka, ya Ubangiji, don mu komo; ka sabunta kwanakinmu su zama kamar yadda suke a dā
ହେ ସଦାପ୍ରଭୁ, ତୁମ୍ଭ ପ୍ରତି ଆମ୍ଭମାନଙ୍କୁ ଫେରାଅ, ତହିଁରେ ଆମ୍ଭେମାନେ ଫେରି ଆସିବା; ପୂର୍ବ କାଳ ପରି ନୂତନ ସମୟ ଆମ୍ଭମାନଙ୍କୁ ଦିଅ।
22 sai dai in ka ƙi mu gaba ɗaya kana fushi da mu fiye da yadda za a iya aunawa.
ମାତ୍ର ତୁମ୍ଭେ ଆମ୍ଭମାନଙ୍କୁ ସର୍ବତୋଭାବରେ ଅଗ୍ରାହ୍ୟ କରିଅଛ, ତୁମ୍ଭେ ଆମ୍ଭମାନଙ୍କ ପ୍ରତି ଅତ୍ୟନ୍ତ କ୍ରୁଦ୍ଧ ହୋଇଅଛ।