< 2 Sama’ila 2 >

1 Bayan’yan kwanaki, sai Dawuda ya nemi nufin Ubangiji ya ce, “In haura zuwa ɗaya daga cikin biranen Yahuda?” Ubangiji ya ce, “Haura.” Dawuda ya ce, “Wanne zan tafi?” Ubangiji ya ce, “Je Hebron.”
ଏଥିଉତ୍ତାରେ ଦାଉଦ ସଦାପ୍ରଭୁଙ୍କୁ ପଚାରି କହିଲେ, “ମୁଁ କʼଣ ଯିହୁଦାର କୌଣସି ଏକ ନଗରକୁ ଯିବି?” ସଦାପ୍ରଭୁ ତାଙ୍କୁ କହିଲେ, “ଯାଅ।” ପୁଣି ଦାଉଦ କହିଲେ, “ମୁଁ କେଉଁ ସହରକୁ ଯିବି?” ସେ କହିଲେ “ହିବ୍ରୋଣକୁ।”
2 Saboda haka sai Dawuda ya tafi can tare da matansa biyu, Ahinowam daga Yezireyel da Abigiyel gwauruwar Nabal mutumin Karmel.
ଏଣୁ ଦାଉଦ ଓ ତାଙ୍କର ଦୁଇ ଭାର୍ଯ୍ୟା ଯିଷ୍ରିୟେଲୀୟା ଅହୀନୋୟମ୍‍ ଓ କର୍ମିଲୀୟ ନାବଲର ଭାର୍ଯ୍ୟା ଅବୀଗଲ ନାମ୍ନୀ ସେହି ସ୍ଥାନକୁ ଗଲେ।
3 Dawuda kuma ya tafi tare da dukan mutanen da suke tare da shi, kowa da iyalinsa, suka zauna a Hebron da garuruwansa.
ଆଉ ଦାଉଦ ମଧ୍ୟ ଆପଣା ସଙ୍ଗୀମାନଙ୍କୁ ପୁଣି ସେମାନଙ୍କର ପରିବାରବର୍ଗଙ୍କୁ ନେଲେ; ତହିଁରେ ସେମାନେ ହିବ୍ରୋଣର ନଗରମାନରେ ବାସ କଲେ।
4 Sa’an nan mutanen Yahuda suka zo Hebron, a can kuwa suka naɗa Dawuda sarkin Yahuda. Sa’ad da aka gaya wa Dawuda cewa mutanen Yabesh Gileyad ne suka binne Shawulu,
ତହୁଁ ଯିହୁଦାର ଲୋକମାନେ ଆସି ସେହି ସ୍ଥାନରେ ଦାଉଦଙ୍କୁ ଯିହୁଦା ବଂଶ ଉପରେ ରାଜାଭିଷିକ୍ତ କଲେ। ଏଉତ୍ତାରେ ଯେବେ ଲୋକମାନେ ଯାବେଶ-ଗିଲୀୟଦୀୟମାନେ ଶାଉଲଙ୍କୁ କବର ଦେଲେ ବୋଲି ଦାଉଦଙ୍କୁ ଜଣାଇଲେ।
5 sai ya aiki manzanni zuwa Yabesh Gileyad a ce musu, “Ubangiji yă albarkace ku saboda alherin da kuka nuna wa Shawulu ta wurin binne shi.
ତହିଁରେ ଦାଉଦ ଯାବେଶ-ଗିଲୀୟଦର ଲୋକମାନଙ୍କ ନିକଟକୁ ଦୂତଗଣ ପଠାଇ କହିଲେ, “ତୁମ୍ଭେମାନେ ସଦାପ୍ରଭୁଙ୍କ ଦ୍ୱାରା ଆଶୀର୍ବାଦ-ପାତ୍ର, କାରଣ ତୁମ୍ଭେମାନେ ଆପଣା ରାଜା ଶାଉଲଙ୍କ ପ୍ରତି ଏହି ଦୟା ପ୍ରକାଶ କରି ତାଙ୍କୁ କବର ଦେଇଅଛ।
6 Bari Ubangiji yă nuna muku ƙaunarsa da amincinsa, ni kuma zan nuna muku irin wannan alherin saboda kun yi haka.
ଏଣୁ ସଦାପ୍ରଭୁ ତୁମ୍ଭମାନଙ୍କ ପ୍ରତି ଦୟା ଓ ସତ୍ୟତା ପ୍ରକାଶ କରନ୍ତୁ; ପୁଣି ତୁମ୍ଭେମାନେ ଏହି କର୍ମ କରିବାରୁ ମୁଁ ମଧ୍ୟ ତୁମ୍ଭମାନଙ୍କୁ ସେହି ଦୟାର ପ୍ରତିଦାନ କରିବି।
7 Yanzu fa, sai ku ƙarfafa, ku yi jaruntaka, gama Shawulu sarkinku ya mutu, gidan Yahuda kuwa sun naɗa ni sarki a kansu.”
ଏହେତୁ ଏବେ ତୁମ୍ଭମାନଙ୍କ ହସ୍ତ ସବଳ ହେଉ ଓ ତୁମ୍ଭେମାନେ ସାହସିକ ହୁଅ; କାରଣ ତୁମ୍ଭମାନଙ୍କ ରାଜା ଶାଉଲ ମରିଅଛନ୍ତି, ମଧ୍ୟ ଯିହୁଦା ବଂଶ ଆପଣା ଉପରେ ମୋତେ ରାଜାଭିଷିକ୍ତ କରିଅଛନ୍ତି।”
8 Ana cikin haka, Abner ɗan Ner, komandan sojojin Shawulu, ya ɗauki Ish-Boshet ɗan Shawulu ya kawo shi Mahanayim.
ଏଥିମଧ୍ୟରେ ନେର୍‍ର ପୁତ୍ର ଅବ୍‍ନର ନାମକ ଶାଉଲଙ୍କର ସୈନ୍ୟଦଳର ସେନାପତି ଶାଉଲଙ୍କର ପୁତ୍ର ଈଶ୍‍ବୋଶତକୁ ମହନୟିମକୁ ନେଇଯାଇ,
9 Ya naɗa shi sarkin Gileyad, da na Ashuri, da na Yezireyel, da a kan Efraim, da Benyamin, da kuma na dukan Isra’ila.
ଗିଲୀୟଦ ଓ ଅଶୂରି ଓ ଯିଷ୍ରିୟେଲ ଓ ଇଫ୍ରୟିମ ଓ ବିନ୍ୟାମୀନ୍ ଓ ସମସ୍ତ ଇସ୍ରାଏଲ ଉପରେ ରାଜା କଲେ।
10 Ish-Boshet ɗan Shawulu yana da shekaru arba’in sa’ad da ya zama sarkin Isra’ila, ya kuma yi sarauta shekara biyu. Amma fa, gidan Yahuda, suka bi Dawuda.
ଶାଉଲଙ୍କର ପୁତ୍ର ଈଶ୍‍ବୋଶତ ଚାଳିଶ ବର୍ଷ ବୟସରେ ଇସ୍ରାଏଲ ବଂଶ ଉପରେ ରାଜ୍ୟ କରିବାକୁ ଆରମ୍ଭ କରି ଦୁଇ ବର୍ଷ ରାଜତ୍ୱ କଲା। ମାତ୍ର ଯିହୁଦା ବଂଶ ଦାଉଦଙ୍କର ପଶ୍ଚାଦ୍‍ଗାମୀ ହେଲେ।
11 Tsawon lokacin da Dawuda ya yi mulki a Hebron a kan gidan Yahuda, shekara bakwai ne da wata shida.
ପୁଣି ହିବ୍ରୋଣରେ ଯିହୁଦା ବଂଶ ଉପରେ ଦାଉଦଙ୍କ ରାଜା ହେବାର ସାତ ବର୍ଷ ଛଅ ମାସ ଥିଲା।
12 Abner ɗan Ner, tare da mutanen Ish-Boshet ɗan Shawulu, suka bar Mahanayim suka tafi Gibeyon.
ନେର୍‍ର ପୁତ୍ର ଅବ୍‍ନର ଓ ଶାଉଲଙ୍କର ପୁତ୍ର ଈଶ୍‍ବୋଶତର ଦାସମାନେ ମହନୟିମରୁ ବାହାରି ଗିବୀୟୋନ୍‍କୁ ଗଲେ।
13 Yowab wanda ake ce mamarsa Zeruhiya tare da waɗansu mutanen Dawuda suka fito suka haɗu da su tafkin Gibeyon, Suka zauna, waɗannan a wannan gefe, waɗancan a wancan gefe.
ସେତେବେଳେ ସରୁୟାର ପୁତ୍ର ଯୋୟାବ ଓ ଦାଉଦଙ୍କର ଦାସଗଣ ବାହାରି ଗିବୀୟୋନ୍‍ର ପୁଷ୍କରିଣୀ ନିକଟରେ ସେମାନଙ୍କୁ ଭେଟିଲେ; ପୁଣି ସେମାନଙ୍କର ଏକ ଦଳ ପୁଷ୍କରିଣୀର ଏକ ପାଖରେ, ଅନ୍ୟ ଦଳ ପୁଷ୍କରିଣୀର ଅନ୍ୟ ପାଖରେ ବସିଲେ।
14 Sa’an nan Abner ya ce wa Yowab, “Bari mu bar waɗansu samari su tashi su yi faɗa hannu da hannu a gabanmu.” Yowab ya ce, “To, su tashi.”
ଏଥିରେ ଅବ୍‍ନର ଯୋୟାବକୁ କହିଲା, “ଯୁବାମାନଙ୍କୁ ଆମ୍ଭମାନଙ୍କ ସମ୍ମୁଖରେ ଉଠି ଖେଳିବା ପାଇଁ କହନ୍ତୁ।” ତହୁଁ ଯୋୟାବ କହିଲା, “ଉଠନ୍ତୁ।”
15 Saboda haka samarin suka tashi aka ƙidaya su, mutum sha biyu wajen Benyamin da Ish-Boshet ɗan Shawulu, sha biyu kuma wajen Dawuda.
ତେଣୁ ସେମାନେ ସଂଖ୍ୟାନୁସାରେ ଉଠିଲେ; ବିନ୍ୟାମୀନ୍ ଓ ଶାଉଲଙ୍କର ପୁତ୍ର ଈଶ୍‍ବୋଶତ ପକ୍ଷରେ ବାର ଜଣ ଓ ଦାଉଦଙ୍କର ଦାସମାନଙ୍କ ମଧ୍ୟରୁ ବାର ଜଣ ଅଗ୍ରସର ହେଲେ।
16 Sa’an nan kowannensu ya kama abokin gābansa a kā ya soki da wuƙa a jiki, sai duka suka fāɗi a ƙasa. Saboda haka ne ake kiran wannan wuri Helkat Hazzurim a Gibeyon.
ତହୁଁ ସେମାନେ ପ୍ରତ୍ୟେକେ ଆପଣା ଆପଣା ସହଯୋଦ୍ଧାର ମସ୍ତକ ଧରି ଏକଆରେକ ବକ୍ଷରେ ଖଡ୍ଗ ଭୁସିଲେ; ତହୁଁ ସେମାନେ ସମସ୍ତେ ଏକତ୍ର ମଲେ; ଏହେତୁ ଗିବୀୟୋନ୍‍-ମଧ୍ୟବର୍ତ୍ତୀ ସେହି ସ୍ଥାନର ନାମ ହିଲ୍‍କତ୍‍ ହତ୍‍ସୂରୀମ୍‍ ହେଲା।
17 Faɗan ya yi zafi a ranar ƙwarai, mutanen Dawuda suka ci mutanen Abner da na Isra’ila.
ସେହି ଦିନ ଅତି ଘୋର ଯୁଦ୍ଧ ହେଲା; ପୁଣି ଅବ୍‍ନର ଓ ଇସ୍ରାଏଲ ଲୋକମାନେ ଦାଉଦଙ୍କର ଦାସମାନଙ୍କ ସମ୍ମୁଖରେ ପରାସ୍ତ ହେଲେ।
18 ’Ya’yan Zeruhiya, maza uku sun kasance a can. Su ne, Yowab, Abishai da Asahel. To, Asahel mai gudu ne kamar barewa.
ସେହି ସ୍ଥାନରେ ଯୋୟାବ ଓ ଅବୀଶୟ ଓ ଅସାହେଲ ନାମରେ ସରୁୟାର ତିନି ପୁତ୍ର ଥିଲେ; ସେହି ଅସାହେଲ କ୍ଷେତ୍ରସ୍ଥ ମୃଗ ପରି ଦ୍ରୁତଗତି ଥିଲା।
19 Ya fafari Abner, bai juya dama ko hagu ba, yayinda yake fafararsa.
ପୁଣି ଅସାହେଲ ଅବ୍‍ନର ପଛେ ପଛେ ଗୋଡ଼ାଇଲା; ଆଉ ଅବ୍‍ନରର ପଛେ ଗଲା ବେଳେ ସେ ଦକ୍ଷିଣ କି ବାମକୁ ଫେରିଲା ନାହିଁ।
20 Abner ya waiga, sai ya ce, “Kai ne, Asahel?” Ya ce, “Ni ne.”
ତେବେ ଅବ୍‍ନର ଆପଣା ପଛକୁ ଅନାଇ କହିଲା, “ଅସାହେଲ, ଏ କି ତୁମ୍ଭେ?” ସେ ଉତ୍ତର କଲା, “ମୁଁ।”
21 Sai Abner ya ce masa, “Yi dama ko hagu ka runtumi ɗaya daga cikin samarin, ka ƙwace makamansa.” Amma Asahel bai bar fafararsa ba.
ଏଥିରେ ଅବ୍‍ନର ତାହାକୁ କହିଲା, “ତୁମ୍ଭେ ଆପଣା ଡାହାଣ କି ବାମ ଆଡ଼େ ଫେରି ଏହି ଯୁବାମାନଙ୍କର କୌଣସି ଜଣକୁ ଧରି ତାହାର ସଜ୍ଜା ଲୁଟି ନିଅ।” ମାତ୍ର ଅସାହେଲ ତାହାର ପଶ୍ଚାତ୍‍ଗମନରୁ ଫେରିଲା ନାହିଁ।
22 Abner ya sāke gargaɗe shi ya ce, “Ka bar fafarata! Yaya zan kashe ka? Yaya zan yin ido biyu da ɗan’uwanka Yowab?”
ତହୁଁ ଅବ୍‍ନର ପୁନର୍ବାର ଅସାହେଲକୁ କହିଲା, “ମୋହର ପଶ୍ଚାଦ୍‍ଗମନରୁ ଫେର; ମୁଁ କାହିଁକି ତୁମ୍ଭକୁ ଆଘାତ କରି ଭୂମିସାତ୍‍ କରିବି? ତାହା କଲେ ମୁଁ କିପରି ତୁମ୍ଭ ଭାଇ ଯୋୟାବ ଆଗରେ ମୁଖ ଦେଖାଇବି?”
23 Amma Asahel ya ƙi yă bar fafararsa; saboda haka Abner ya soki Asahel da māshinsa a ciki; har māshin ya fita ta bayansa. Nan take ya fāɗi, ya mutu. Kowa da ya zo wurin da Asahel ya fāɗi, ya mutu, sai yă tsaya.
ତଥାପି ସେ ଫେରିବାକୁ ମନା କଲା; ଏଣୁ ଅବ୍‍ନର ବର୍ଚ୍ଛାର ପଛ ଅଗରେ ତାହାର ପେଟ ଭୁସି ଦିଅନ୍ତେ, ବର୍ଚ୍ଛା ତାହାର ପଛଆଡ଼େ ଫୁଟି ବାହାରିଲା; ତହୁଁ ସେ ସେହିଠାରେ ପଡ଼ି ସେହି ସ୍ଥାନରେ ମଲା; ପୁଣି ଯେତେ ଲୋକ ଅସାହେଲର ପଡ଼ିବା ଓ ମରିବା ସ୍ଥାନକୁ ଆସିଲେ, ସେମାନେ ଠିଆ ହୋଇ ରହିଲେ।
24 Amma Yowab da Abishai suka fafari Abner, kuma da rana tana fāɗuwa sai suka iso tudun Amma, kusa da Giya, a hanyar zuwa jejin Gibeyon.
ମାତ୍ର ଯୋୟାବ ଓ ଅବୀଶୟ ଅବ୍‍ନରର ପଛେ ପଛେ ଗୋଡ଼ାଇଲେ; ପୁଣି ସେମାନେ ଗିବୀୟୋନ୍‍ ପ୍ରାନ୍ତରର ପଥ ନିକଟବର୍ତ୍ତୀ ଗୀଆ ସମ୍ମୁଖସ୍ଥ ଅମା ପର୍ବତ ନିକଟରେ ଉପସ୍ଥିତ ହେବା ବେଳକୁ ସୂର୍ଯ୍ୟାସ୍ତ ହେଲା।
25 Sa’an nan mutanen Benyamin suka haɗa kansu suka koyi bayan Abner. Suka zama ƙungiya guda, suka tsaya daram a kan tudu.
ଏଥିମଧ୍ୟରେ ବିନ୍ୟାମୀନ୍-ସନ୍ତାନଗଣ ଅବ୍‍ନରର ପଶ୍ଚାତ୍‍ ମିଳି ଏକ ଦଳ ହୋଇ ଗୋଟିଏ ପର୍ବତ ଶୃଙ୍ଗରେ ଠିଆ ହେଲେ।
26 Sai Abner ya kira Yowab ya ce, har abada ne māshi zai yi ta hallakarwa? Ba ka sani cewa ƙarshen zai zama da ɗaci ba. Sai yaushe za ka umarci mutanenka su daina fafaran’yan’uwansu?
ତେବେ ଅବ୍‍ନର ଯୋୟାବକୁ ଡାକି କହିଲା, “ଖଡ୍ଗ କʼଣ ସର୍ବଦା ଗ୍ରାସ କରିବ? ଶେଷରେ ତାହା ଯେ ତିକ୍ତ ହେବ, ଏହା କʼଣ ତୁମ୍ଭେ ଜାଣ ନାହିଁ? ତେବେ ତୁମ୍ଭେ ଲୋକମାନଙ୍କୁ ସେମାନଙ୍କ ଭାଇମାନଙ୍କ ପଶ୍ଚାଦ୍‍ଗମନରୁ ଫେରିବା ପାଇଁ କେତେ କାଳ ଆଜ୍ଞା ନ ଦେବ?”
27 Yowab ya ce, “Muddin Allah yana a raye, da ba a ce ka yi magana ba, da mutanen za su ci gaba da fafaran’yan’uwansu har gari yă waye.”
ଏଥିରେ ଯୋୟାବ କହିଲା, “ପରମେଶ୍ୱର ଜୀବିତ ଥିବା ପ୍ରମାଣେ (କହୁ), ତୁମ୍ଭେ କହି ନ ଥିଲେ ତ ମୋର ସୈନିକମାନେ ନିଶ୍ଚୟ ସକାଳ ପର୍ଯ୍ୟନ୍ତ ପ୍ରତ୍ୟେକେ ଆପଣା ଭାଇ ପଛରେ ଗୋଡ଼ାଇ ଥାʼନ୍ତେ।”
28 Sai Yowab ya busa ƙaho, dukan mutane kuwa suka tsaya; suka daina fafaran Isra’ila. Nan take faɗan ya tsaya.
ତହୁଁ ଯୋୟାବ ତୂରୀ ବଜାନ୍ତେ, ସମସ୍ତ ଲୋକ ଅଟକି ରହିଲେ ଓ ଇସ୍ରାଏଲ ପଛରେ ଆଉ ଗୋଡ଼ାଇଲେ ନାହିଁ, କି ଆଉ ଯୁଦ୍ଧ କଲେ ନାହିଁ।
29 Abner da mutanensa suka ratsa kwarin Urdun dukan dare. Sa’an nan suka haye kogin, suka kuwa ci gaba dukan safe har suka zo Mahanayim.
ଏଉତ୍ତାରେ ଅବ୍‍ନର ଓ ତାହାର ଲୋକମାନେ ସେହି ରାତ୍ରିସାରା ପଦାଭୂମି ଦେଇ ଗମନ କଲେ ଓ ସେମାନେ ଯର୍ଦ୍ଦନ ପାର ହୋଇ ସମୁଦାୟ ବିଥ୍ରୋଣ ଦେଶ ଦେଇ ଯାଇ ମହନୟିମରେ ଉପସ୍ଥିତ ହେଲେ।
30 Da Yowab ya dawo daga fafaran Abner, sai ya tattara dukan mutanensa. Ban da Asahel, sai ya gane an rasa mutum goma sha tara na Dawuda.
ଆଉ ଯୋୟାବ ଅବ୍‍ନରର ପଶ୍ଚାଦ୍‍ଗମନରୁ ଫେରିଲା; ପୁଣି ସେ ସମୁଦାୟ ଲୋକଙ୍କୁ ଏକତ୍ର କରନ୍ତେ, ଦାଉଦଙ୍କର ସୈନିକମାନଙ୍କ ମଧ୍ୟରୁ ଊଣେଇଶ ଜଣ ଓ ଅସାହେଲ ଅନୁପସ୍ଥିତ ଥିଲେ।
31 Amma mutanen Dawuda sun kashe mutum ɗari uku da sittin daga kabilar Benyamin da suke tare da Abner.
ମାତ୍ର ଦାଉଦଙ୍କର ଦାସମାନେ ଆଘାତ କରିବାରୁ ବିନ୍ୟାମୀନ୍‍ର ଓ ଅବ୍‍ନରର ଲୋକମାନଙ୍କ ମଧ୍ୟରୁ ତିନି ଶହ ଷାଠିଏ ଲୋକ ମରିଥିଲେ।
32 Suka ɗauki gawar Asahel suka binne a kabarin mahaifinsa a Betlehem. Sa’an nan Yowab da mutanensa suka bi dare har suka iso Hebron da safe.
ଏଉତ୍ତାରେ ସେମାନେ ଅସାହେଲକୁ ଉଠାଇ ନେଇ ବେଥଲିହିମସ୍ଥିତ ତାହାର ପିତାର କବରରେ କବର ଦେଲେ। ପୁଣି ଯୋୟାବ ଓ ତାହାର ଲୋକମାନେ ସାରାରାତ୍ରି ଯାତ୍ରା କଲେ ଓ ହିବ୍ରୋଣ ନିକଟରେ ସେମାନେ ସକାଳ ପହଞ୍ଚିଲେ।

< 2 Sama’ila 2 >