< 1 Tarihi 4 >

1 Zuriyoyin Yahuda su ne, Ferez, Hezron, Karmi, Hur da Shobal.
ଯିହୁଦାର ସନ୍ତାନଗଣ ପେରସ, ହିଷ୍ରୋଣ, କର୍ମି, ହୂର ଓ ଶୋବଲ୍‍।
2 Reyahiya ɗan Shobal shi ne mahaifin Yahat, Yahat shi ne mahaifin Ahumai da Lahad. Waɗannan su ne gidajen Zoratiyawa.
ପୁଣି, ଶୋବଲ୍‍ର ସନ୍ତାନ ରାୟା ଯହତ୍‍କୁ ଜାତ କଲା; ପୁଣି, ଯହତ୍‍ ଅହୂମୟ ଓ ଲହଦକୁ ଜାତ କଲା। ଏମାନେ ସରାୟୀୟ ଗୋଷ୍ଠୀ।
3 Waɗannan su ne’ya’yan Etam. Yezireyel, Ishma da Idbash.’Yar’uwarsu ita ce Hazzelelfoni.
ଐଟମ୍‍ର ପିତାର ସନ୍ତାନ ଯିଷ୍ରିୟେଲ ଓ ଯିଶ୍ମା ଓ ଯିଦ୍‍ବଶ; ଏମାନଙ୍କ ଭଗିନୀର ନାମ ହତ୍‍ସଲିଲ୍‍-ପୋନୀ ଥିଲା।
4 Fenuwel shi ne mahaifin Gedor, kuma Ezer shi ne mahaifin Husha. Waɗannan su ne zuriyar Hur, ɗan farin Efrata da mahaifin Betlehem.
ଆଉ ଗଦୋରର ପିତା ପନୂୟେଲ ଓ ହୂଶଃର ପିତା ଏସର୍‍; ଏମାନେ ବେଥଲିହିମର ପିତା ଇଫ୍ରାଥାର ଜ୍ୟେଷ୍ଠ ପୁତ୍ର ହୂରର ସନ୍ତାନ।
5 Asshur mahaifin Tekowa yana da mata biyu, Hela da Na’ara.
ପୁଣି, ତକୋୟର ପିତା ଅସ୍‍ହୂରର ହିଲା ଓ ନାରା ନାମ୍ନୀ ଦୁଇ ଭାର୍ଯ୍ୟା ଥିଲେ।
6 Na’ara ta haifi Ahuzzam, Hefer, Temeni da Hawahashtari. Waɗannan su ne zuriyar Na’ara.
ନାରା ତାହାର ଔରସରେ ଅହୁଷମକୁ, ହେଫରକୁ, ତୈମିନିକୁ ଓ ଅହସ୍ତରିକୁ ପ୍ରସବ କଲା। ଏମାନେ ନାରାର ସନ୍ତାନ।
7 ’Ya’yan Hela maza su ne, Zeret, Zohar, Etnan,
ଆଉ ହିଲାର ସନ୍ତାନ ସେରତ୍‍, ୟସ୍‍ହାର ଓ ଇତ୍‍ନନ୍‍।
8 da Koz. Koz ne mahaifin Anub da Hazzobeba, shi ne kuma kakan iyalin da suka fito daga zuriyar Aharhel ɗan Harum.
ପୁଣି, ହକ୍କୋସ୍‍ ଆନୂବକୁ, ସୋବେବାକୁ ଓ ହାରୁମ୍‍ର ପୁତ୍ର ଅହହେଲର ଗୋଷ୍ଠୀକୁ ଜାତ କଲା।
9 Yabez ya fi’yan’uwansa martaba. Mahaifiyarsa ta sa masa suna Yabez, tana cewa, “Na haife shi da azaba.”
ପୁଣି, ଯାବେଷ୍‍ ଆପଣା ଭ୍ରାତୃଗଣ ଅପେକ୍ଷା ଅଧିକ ସମ୍ଭ୍ରାନ୍ତ ଥିଲା; ତାହାର ମାତା ତାହାର ନାମ ଯାବେଷ୍‍ ରଖିଥିଲା, କାରଣ ସେ କହିଥିଲା, “ଆମ୍ଭେ ଦୁଃଖରେ ଏହାକୁ ପ୍ରସବ କଲୁ।”
10 Yabez ya yi kuka ga Allah na Isra’ila ya ce, “Ka yi mini albarka ka fadada yankina! Bari hannunka yă kasance tare da ni, yă kuma kiyaye ni daga abin da zai cuce ni, don kada in shiga wahala.” Sai Allah ya ji roƙonsa.
ମାତ୍ର ଏହି ଯାବେଷ୍‍ ଇସ୍ରାଏଲର ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା କରି କହିଲା, “ଆହା, ଏହା ଯେପରି ଆମ୍ଭ ଦୁଃଖର କାରଣ ନ ହୁଏ, ଏଥିପାଇଁ ତୁମ୍ଭେ ଆମ୍ଭକୁ ନିତାନ୍ତ ଆଶୀର୍ବାଦ କର, ଆମ୍ଭ ସୀମା ବୃଦ୍ଧି କର, ତୁମ୍ଭ ହସ୍ତ ଆମ୍ଭର ସହାୟ ହେଉ, ପୁଣି, ତୁମ୍ଭେ ଆମ୍ଭକୁ ମନ୍ଦରୁ ରକ୍ଷା କର।” ତହିଁରେ ପରମେଶ୍ୱର ତାହାର ନିବେଦିତ ବିଷୟ ତାହାକୁ ପ୍ରଦାନ କଲେ।
11 Kelub, ɗan’uwan Shuha, shi ne mahaifin Mehir, wanda shi ne mahaifin Eshton.
ଶୂହାର ଭ୍ରାତା କଲୂବ ମହୀରକୁ ଜାତ କଲା, ସେ ଇଷ୍ଟୋନ୍‍ର ପିତା।
12 Eshton shi ne mahaifin Bet-Rafa, Faseya da Tehinna wanda ya haifi Ir Nahash. Waɗannan su ne mutanen Reka.
ଇଷ୍ଟୋନ୍‍ ବେଥ୍-ରାଫା ଓ ପାସେହକୁ, ଆଉ ଈରନାହସର ପିତା ତହିନ୍ନକୁ ଜାତ କଲା। ଏମାନେ ରେକାର ଲୋକ।
13 ’Ya’yan Kenaz maza su ne, Otniyel da Serahiya.’Ya’yan Otniyel maza su ne, Hatat da Meyonotai.
କନସର ପୁତ୍ର ଅତ୍ନୀୟେଲର ଓ ସରାୟ; ଅତ୍ନୀୟେଲର ପୁତ୍ରମାନେ; ହଥତ୍‍।
14 Meyonotai shi ne mahaifin Ofra. Serahiya shi ne mahaifin Yowab, mahaifin Ge-Harashim. An kira shi haka domin mutanensa masu sana’ar hannu ne.
ମିୟୋନୋଥୟ ଅଫ୍ରାକୁ ଜାତ କଲା; ପୁଣି, ସରାୟ ଗିହରଷୀୟମାନଙ୍କ ପିତା ଯୋୟାବକୁ ଜାତ କଲା; ଏମାନେ ଶିଳ୍ପକାର ଥିଲେ।
15 ’Ya’yan Kaleb ɗan Yefunne maza su ne, Iru, Ela da Na’am. Ɗan Ela shi ne, Kenaz.
ଆଉ ଯିଫୁନ୍ନିର ପୁତ୍ର କାଲେବଙ୍କର ସନ୍ତାନଗଣ; ଈରୁ, ଏଲା ଓ ନୟମ; ଆଉ ଏଲାର ସନ୍ତାନଗଣ ଓ କନସ।
16 ’Ya’yan Yahallelel su ne, Zif, Zifa, Tiriya da Asarel.
ଯିହଲିଲେର ପୁତ୍ରଗଣ; ସୀଫ୍‍, ସୀଫା, ତୀରିୟ ଓ ଅସାରେଲ।
17 ’Ya’yan Ezra maza su ne, Yeter, Mered, Efer da Yalon. Ɗaya daga cikin matan Mered ta haifi Miriyam, Shammai da Ishba wanda ya haifi Eshtemowa.
ଆଉ, ଏଜ୍ରାର ପୁତ୍ରଗଣ; ଯେଥର, ମେରଦ୍‍, ଏଫର ଓ ଯାଲୋନ୍‍ (ମେରଦ୍‍ର) ଭାର୍ଯ୍ୟା ମରୀୟମ, ଶମ୍ମୟ ଓ ଇଷ୍ଟିମୋୟର ପିତା ଯିଶ୍‍ବହକୁ ପ୍ରସବ କଲା।
18 (Matarsa mutuniyar Yahuda kuwa ta haifi Yared mahaifin Gedor, Heber mahaifin Soko, da kuma Yekutiyel mahaifin Zanowa.) Waɗannan su ne’ya’yan Bitiya’yar Fir’auna, wadda Mered ya aura.
ଆଉ ତାହାର ଯିହୁଦୀୟା ଭାର୍ଯ୍ୟା, ଗଦୋରର ପିତା ଯେରଦକୁ, ସୋଖୋର ପିତା ହେବରକୁ ଓ ସାନୋହର ପିତା ଯିକୂଥୀୟେଲକୁ ପ୍ରସବ କଲା। ମାତ୍ର ସେମାନେ ଫାରୋର କନ୍ୟା ବିଥିୟାର ସନ୍ତାନ ଥିଲେ, ମେରଦ୍‍ ତାହାକୁ ବିବାହ କରିଥିଲା।
19 ’Ya’yan matar Hodiya,’yar’uwar Naham su ne, suka haifi Keyila Bagarme, da Eshtemowa mutumin Ma’aka.
ନହମର ଭଗିନୀ, ହୋଦୀୟର ଭାର୍ଯ୍ୟାର ସନ୍ତାନ ଗର୍ମୀୟ କିୟୀଲାର ପିତା ଓ ମାଖାଥୀୟ ଇଷ୍ଟିମୋୟ।
20 ’Ya’yan Shimon maza su ne, Amnon, Rinna, Ben-Hanan da Tilon. Zuriyar Ishi su ne, Zohet da Ben-Zohet.
ଆଉ, ଶିମୋନର ସନ୍ତାନ ଅମ୍ନୋନ, ରିଣ୍ଣ, ବିନ୍‍ହାନନ୍‍ ଓ ତୀଲୋନ୍‍। ଆଉ ଈଶୀର ସନ୍ତାନ ସୋହେତ୍‍ ଓ ବିନ୍‍-ସୋହେତ୍‍।
21 ’Ya’yan Shela ɗan Yahuda maza su ne, Er mahaifin Leka, La’ada mahaifin Maresha da kuma gidajen masu aikin lilin a Bet-Ashbeya,
ଯିହୁଦାର ପୁତ୍ର ଶେଲାର ପୁତ୍ରଗଣ; ଲେକାର ପିତା ଏର ଓ ମାରେଶାର ପିତା ଲାଦା, ଆଉ ବେଥ୍-ଅସବେୟର ବଂଶଜାତ କ୍ଷୌମବସ୍ତ୍ର-ପ୍ରସ୍ତୁତକାରୀ ସକଳ ଗୋଷ୍ଠୀ;
22 da Yokim, mutanen Kozeba, da Yowash da Saraf wanda ya yi mulkin Mowab da kuma Yashubi Lehem (Waɗannan rubutattun tarihi ne na tun dā.)
ପୁଣି, ଯୋକୀମ୍‍, କୋଷେବାର ଲୋକମାନେ, ଯୋୟାଶ୍‍, ସାରଫ୍‍ ନାମକ ମୋୟାବର ଶାସନକର୍ତ୍ତା ଓ ଯାଶୂବିଲେହମ୍‍। ଏହା ଲିଖିତ ବିବରଣୀ ଅଟେ।
23 Su ne maginan tukwane waɗanda suka zauna a Netayim da Gedera; sun zauna a can suka kuma yi wa sarki aiki.
ଏମାନେ କୁମ୍ଭକାର, ନତାୟିମ ଓ ଗଦେରାରେ ବାସ କଲେ; ସେମାନେ ସେଠାରେ ରାଜା ସଙ୍ଗେ ତାହାର କାର୍ଯ୍ୟ ସକାଶେ ବାସ କଲେ।
24 Zuriyar Simeyon su ne, Nemuwel, Yamin, Yarib, Zera da Shawulu;
ଶିମୀୟୋନର ସନ୍ତାନ ନମୂୟେଲ ଓ ଯାମୀନ୍‍, ଯାରୀବ, ସେରହ, ଶୌଲ;
25 Shawulu ya haifi Shallum, Shallum ya haifi Mibsam. Mibsam ya haifi Mishma.
ତାହାର ପୁତ୍ର ଶଲ୍ଲୁମ୍‍, ତାହାର ପୁତ୍ର ମିବ୍‍ସମ୍‍, ତାହାର ପୁତ୍ର ମିଶ୍ମା।
26 Zuriyar Mishma su ne, Hammuwel ɗansa, wanda ya haifi Zakkur, shi Zakkur kuma ya haifi Shimeyi.
ପୁଣି, ମିଶ୍ମାର ସନ୍ତାନ ହମୁୟେଲ, ତାହାର ସନ୍ତାନ ସକ୍କୁର, ତାହାର ପୁତ୍ର ଶିମୀୟି।
27 Shimeyi yana da’ya’ya maza goma sha shida da’ya’ya mata shida, amma’yan’uwansa ba su da’ya’ya da yawa; saboda haka gidansu gaba ɗaya ba tă zama mai mutane da yawa kamar mutanen Yahuda ba.
ଆଉ, ଶିମୀୟିର ଷୋଳ ପୁତ୍ର ଓ ଛଅ କନ୍ୟା ଥିଲେ; ମାତ୍ର ତାହାର ଭ୍ରାତୃଗଣର ଅନେକ ସନ୍ତାନ ନ ଥିଲେ, କିଅବା ସେମାନଙ୍କର ଗୋଷ୍ଠୀ ଯିହୁଦା-ସନ୍ତାନଗଣ ତୁଲ୍ୟ ବୃଦ୍ଧି ପାଇଲେ ନାହିଁ।
28 Sun zauna a Beyersheba, Molada, Hazar Shuwal,
ଆଉ, ସେମାନେ ବେର୍‍ଶେବାରେ, ମୋଲାଦାରେ, ହତ୍‍ସର-ଶୁୟାଲ୍‍ରେ,
29 Bilha, Ezem, Tolad
ବିଲ୍‌ହାରେ, ଏତ୍ସମ୍‍ରେ, ତୋଲଦରେ,
30 Betuwel, Horma, Ziklag,
ବଥୂୟେଲରେ, ହର୍ମାରେ, ସିକ୍ଲଗ୍‍ରେ,
31 Bet-Markabot, Hazar-Susim, Bet-Biri da Sha’arayim. Waɗannan su ne garuruwansu har lokacin mulkin Dawuda.
ବେଥ୍-ମର୍କାବୋତ୍‍ରେ, ହତ୍‍ସର୍‍-ସୂଷୀମ୍‍ରେ, ବେଥ୍-ବିରୀରେ ଓ ଶାରୟିମ୍‍ରେ ବାସ କଲେ। ଦାଉଦଙ୍କର ରାଜତ୍ୱ ପର୍ଯ୍ୟନ୍ତ ଏସବୁ ନଗର ସେମାନଙ୍କର ଥିଲା।
32 Ƙauyukan da suke kewayensu su ne Etam, Ayin, Rimmon, Token da Ashan, garuruwa biyar;
ଆଉ, ଗ୍ରାମସୁଦ୍ଧା ଐଟମ୍‍, ଐନ୍‍, ରିମ୍ମୋନ୍‍, ତୋଖେନ୍‍ ଓ ଆଶନ୍‍, ଏହି ପାଞ୍ଚ ନଗର;
33 da kuma dukan ƙauyuka kewaye da waɗannan garuruwa har zuwa Ba’al. Waɗannan ne wuraren zamansu. Suka kuma ajiye tarihin zuriya.
ପୁଣି, ବାଲ୍‍ ପର୍ଯ୍ୟନ୍ତ ଏହି ନଗରର ଚତୁର୍ଦ୍ଦିଗସ୍ଥ ସମସ୍ତ ଗ୍ରାମ ସେମାନଙ୍କର ଥିଲା। ଏହିସବୁ ସେମାନଙ୍କର ନିବାସ ସ୍ଥାନ ଓ ସେମାନଙ୍କ ନିଜର ବଂଶାବଳୀ ଅଛି।
34 Zuriyar Simeyon ta ƙunshi Meshobab, da Yamlek, da Yosha ɗan Amaziya.
ଆଉ, ମଶୋବବ୍‍, ଯମ୍ଲେକ ଓ ଅମତ୍‍ସୀୟର ପୁତ୍ର ଯୋଶ
35 Akwai Yowel, da Yehu ɗan Yoshibiya. Yoshibiya ɗan Seraya ne. Serahiya kuma ɗan Asiyel ne.
ଓ ଯୋୟେଲ, ପୁଣି, ଅସୀୟେଲର ପ୍ରପୌତ୍ର ସରାୟର ପୌତ୍ର ଯୋଶିବିୟର ପୁତ୍ର ଯେହୂ;
36 Akwai Eliyohenai da Ya’akoba, da Yeshohahiya, da Asahiya, da Adiyel, da Yesimiyel, da Benahiya.
ଇଲୀୟୋଐନୟ, ଯାକୋବା, ଯିଶୋହାୟ, ଅସାୟ, ଅଦୀୟେଲ, ଯିଶୀମିୟେଲ ଓ ବନାୟ;
37 Akwai Ziza ɗan Shifi. Shifi ɗan Allon ne. Allon ɗan Yedahiya ne. Yedahiya ɗan Shimri ne. Shimri kuma ɗan Shemahiya ne.
ଆଉ, ଶମୟୀୟର ଅତି ବୃଦ୍ଧ ପ୍ରପୌତ୍ର ଶିମ୍ରିର ବୃଦ୍ଧ ପ୍ରପୌତ୍ର ଯିଦାୟର ପ୍ରପୌତ୍ର ଆଲୋନର ପୌତ୍ର ଶିଫିୟିର ପୁତ୍ର ସୀଷଃ;
38 Mutanen da aka jera sunayensu a bisa, shugabannin gidajensu ne. Iyalansu sun ƙaru sosai,
ଏହି ଯେଉଁ ବ୍ୟକ୍ତିମାନଙ୍କ ନାମ ବ୍ୟକ୍ତ ହେଲା, ସେମାନେ ଆପଣା ଆପଣା ଗୋଷ୍ଠୀର ଅଧ୍ୟକ୍ଷ ଥିଲେ ଓ ସେମାନଙ୍କ ପିତୃବଂଶ ଅତିଶୟ ବୃଦ୍ଧି ପାଇଲେ।
39 suka tafi bayan garin Gedor wajajen gabashin kwari suna neman makiyaya domin garkunansu.
ପୁଣି, ସେମାନେ ଆପଣାମାନଙ୍କ ପଶୁପଲ ପାଇଁ ଚରାସ୍ଥାନ ଅନ୍ୱେଷଣ କରିବାକୁ ଗଦୋରର ପ୍ରବେଶ ସ୍ଥାନ, ଅର୍ଥାତ୍‍, ଉପତ୍ୟକାର ପୂର୍ବ ପାର୍ଶ୍ୱ ପର୍ଯ୍ୟନ୍ତ ଗଲେ।
40 Suka sami makiyaya mai ciyawa mai kyau, ƙasar kuma tana da fāɗi, da salama, kuma zaman lafiya. A dā waɗansu mutanen Ham sun zauna a can.
ତହିଁରେ ସେମାନେ ପ୍ରଚୁର ଓ ଉତ୍ତମ ଚରାସ୍ଥାନ ପାଇଲେ, ଆଉ ଦେଶ ପ୍ରଶସ୍ତ ଓ ଶାନ୍ତ ଓ ନିର୍ବିରୋଧ ଥିଲା; କାରଣ ହାମବଂଶୀୟ ଲୋକମାନେ ପୂର୍ବରେ ସେହି ସ୍ଥାନରେ ବାସ କରୁଥିଲେ।
41 Mutanen da aka jera sunayensu sun zo ne a zamanin Hezekiya sarkin Yahuda. Suka yaƙi mutanen Ham a wuraren zamansu, haka kuma suka yi da Meyunawa da suke can, suka hallaka su ƙaƙaf, yadda yake har yă zuwa yau. Sa’an nan suka zauna a wurin, gama akwai makiyaya domin garkunansu.
ପୁଣି, ଏହି ଯେଉଁ ବ୍ୟକ୍ତିମାନଙ୍କ ନାମ ଲିଖିତ ହେଲା, ସେମାନେ ଯିହୁଦାର ରାଜା ହିଜକୀୟର ସମୟରେ ଆସି ସେହି ଲୋକମାନଙ୍କ ତମ୍ବୁ ଓ ସେଠାରେ ପ୍ରାପ୍ତ ମିୟନୀୟମାନଙ୍କୁ ଆଘାତ କରି ସମ୍ପୂର୍ଣ୍ଣ ରୂପେ ବିନାଶ କଲେ, (ତାହା ଆଜି ପର୍ଯ୍ୟନ୍ତ ସେପରି ଅଛି), ଆଉ ସେମାନଙ୍କ ବଦଳେ ବାସ କଲେ; କାରଣ ସେଠାରେ ସେମାନଙ୍କ ପଶୁପଲ ପାଇଁ ଚରାସ୍ଥାନ ଥିଲା।
42 Mutum ɗari biyar na waɗannan mutane Simeyon, waɗanda Felatiya, Neyariya, Refahiya da Uzziyel,’ya’yan Ishi maza suka jagorance, sun mamaye ƙasar tudu ta Seyir.
ଆଉ, ସେମାନଙ୍କର କେତେକ ଲୋକ, ଅର୍ଥାତ୍‍, ଶିମୀୟୋନର ସନ୍ତାନଗଣ ମଧ୍ୟରୁ ପାଞ୍ଚ ଶହ ଜଣ ଈଶୀର ସନ୍ତାନ ପ୍ଲଟୀୟକୁ ଓ ନିୟରୀୟକୁ ଓ ରଫାୟକୁ ଓ ଉଷୀୟେଲକୁ ସେନାପତି କରି ସେୟୀର ପର୍ବତକୁ ଗଲେ।
43 Suka karkashe raguwar Amalekawan da suka tsere, suka kuma zauna a can har yă zuwa yau.
ପୁଣି, ସେମାନେ ଅମାଲେକୀୟ ପଳାତକ ଅବଶିଷ୍ଟ ଲୋକମାନଙ୍କୁ ଆଘାତ କରି ସେଠାରେ ବାସ କଲେ, ଆଜି ପର୍ଯ୍ୟନ୍ତ ସେମାନେ ସେଠାରେ ଅଛନ୍ତି।

< 1 Tarihi 4 >