< Zakari 6 >
1 Alò, mwen te leve zye m ankò pou m te gade, e vwala te gen kat cha ki t ap soti parèt antre de mòn. Mòn yo te mòn ki fèt an bwonz.
ଏଉତ୍ତାରେ ମୁଁ ପୁନର୍ବାର ମୁଁ ଊର୍ଦ୍ଧ୍ୱକୁ ଦୃଷ୍ଟି କଲି, ଆଉ ଦେଖ, ଦୁଇ ପର୍ବତ ମଧ୍ୟରୁ ଚାରିଗୋଟି ରଥ ନିର୍ଗତ ହେଲା ସେହି ପର୍ବତ ପିତ୍ତଳମୟ ଥିଲା।
2 Nan premye cha a, te gen cheval wouj. Nan dezyèm cha a, te gen cheval nwa.
ପ୍ରଥମ ରଥରେ ରକ୍ତବର୍ଣ୍ଣ ଅଶ୍ୱଗଣ ଓ ଦ୍ୱିତୀୟ ରଥରେ କୃଷ୍ଣବର୍ଣ୍ଣ ଅଶ୍ୱଗଣ।
3 Nan twazyèm cha a te gen cheval blan. Nan katriyèm cha a, te gen cheval takte yo, tout nan yo byen dyanm.
ଆଉ, ତୃତୀୟ ରଥରେ ଶ୍ୱେତବର୍ଣ୍ଣ ଅଶ୍ୱଗଣ, ପୁଣି ଚତୁର୍ଥ ରଥରେ ବିନ୍ଦୁଚିତ୍ରିତ ପାଣ୍ଡୁରବର୍ଣ୍ଣ ଅଶ୍ୱଗଣ ଥିଲେ।
4 Konsa mwen te pale. Mwen te di a zanj ki t ap pale avè m nan: “Kisa sa yo ye, mèt mwen?”
ସେତେବେଳେ ଯେଉଁ ଦୂତ ମୋʼ ସଙ୍ଗେ କଥା କହୁଥିଲେ, ମୁଁ ତାଙ୍କୁ ଉତ୍ତର କରି କହିଲି, “ହେ ମହାଶୟ, ଏସବୁ କଅଣ?”
5 Zanj lan te reponn mwen. Li te di: “Sa yo se kat lespri a syèl yo k ap prale soti devan Senyè a tout tè a.
ତହିଁରେ ସେ ଦୂତ ମୋତେ ଉତ୍ତର କରି କହିଲେ, “ଏମାନେ ସ୍ୱର୍ଗର ଚାରି ବାୟୁ, ଏମାନେ ସମୁଦାୟ ପୃଥିବୀର ପ୍ରଭୁଙ୍କ ଛାମୁରେ ଉଭା ଥାଇ ସେଠାରୁ ନିର୍ଗତ ହେଉଅଛନ୍ତି।
6 Cha kote cheval nwa yo ye a ap prale nan peyi nò a, epi blan yo te soti dèyè yo. Epi takte yo ap prale nan peyi sid la.”
ଯେଉଁ ରଥରେ କୃଷ୍ଣବର୍ଣ୍ଣ ଅଶ୍ୱଗଣ ଅଛନ୍ତି, ତାହା ଉତ୍ତର ଦେଶ ଆଡ଼େ ଗମନ କରୁଅଛି; ଶ୍ଵେତବର୍ଣ୍ଣ ଅଶ୍ୱଗଣ ପଶ୍ଚିମ ଦେଶ ଆଡ଼େ ଗଲେ; ଆଉ, ବିନ୍ଦୁଚିତ୍ରିତ ଅଶ୍ୱଗଣ ଦକ୍ଷିଣ ଦେଶ ଆଡ଼େ ଗମନ କଲେ।
7 Konsa, cheval ki dyanm yo te ale. Yo te sòti pou yo ta ka mache ale retou sou tout latè. Konsa, yo te mache ale retou sou latè a.
ପୁଣି, ପାଣ୍ଡୁରବର୍ଣ୍ଣ ଅଶ୍ୱଗଣ ବାହାରିଲେ ଓ ପୃଥିବୀର ଏଣେତେଣେ ଗମନାଗମନ କରିବା ପାଇଁ ଅନୁମତି ଚାହିଁଲେ;” ତହିଁରେ ସେ କହିଲେ, “ତୁମ୍ଭେମାନେ ଏଠାରୁ ଯାଅ, ପୃଥିବୀର ଏଣେତେଣେ ଗମନାଗମନ କର,” ତହୁଁ ସେମାନେ ପୃଥିବୀର ଏଣେତେଣେ ଗମନାଗମନ କଲେ।
8 Answit, li te rele m. Li te pale pou di m: “Gade byen, yo se sila k ap prale vè peyi nò a, e yo te apeze chalè kòlè Mwen nan peyi nò a.”
ସେତେବେଳେ ସେ ମୋତେ ଡାକି କହିଲେ, “ଦେଖ, ଯେଉଁମାନେ ଉତ୍ତର ଦେଶ ଆଡ଼େ ଗମନ କରୁଅଛନ୍ତି, ସେମାନେ ଉତ୍ତର ଦେଶରେ ଆମ୍ଭର ଆତ୍ମାଙ୍କ ଇଚ୍ଛାନୁସାରେ କାର୍ଯ୍ୟ କରିଅଛନ୍ତି।”
9 Anplis, pawòl SENYÈ a te vin kote mwen. Li te di:
ଏଉତ୍ତାରେ ସଦାପ୍ରଭୁଙ୍କର ଏହି ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା,
10 “Pran yon ofrann soti nan egzile yo, soti nan Heldaï, Tobija, ak Jedaeja. Ale nan menm jou a e antre lakay Josias, fis a Sophonie an, kote yo soti Babylone nan.
“ନିର୍ବାସିତ ଲୋକମାନଙ୍କଠାରୁ, ଅର୍ଥାତ୍, ହିଲ୍ଦୟ, ଟୋବୀୟ ଓ ଯିଦୟୀୟଠାରୁ ଦାନ ଗ୍ରହଣ କର; ଆଉ, ସେମାନେ ଯେଉଁ ସଫନୀୟର ପୁତ୍ର ଯୋଶୀୟର ଗୃହକୁ ବାବିଲଠାରୁ ଆସିଅଛନ୍ତି, ତୁମ୍ଭେ ସେହି ଗୃହକୁ ଯାଅ।
11 Pran ajan ak lò, fè yon kouwòn byen bèl, e mete li sou tèt a Josué, fis a Jotsadak la, wo prèt la.
ହଁ, ସେମାନଙ୍କଠାରୁ ରୂପା ଓ ସୁନା ଗ୍ରହଣ କର ଓ ମୁକୁଟମାନ ନିର୍ମାଣ କରି ଯିହୋଷାଦକଙ୍କ ପୁତ୍ର ଯିହୋଶୂୟ ମହାଯାଜକଙ୍କ ମସ୍ତକରେ ଦିଅ।
12 Epi di a li menm: ‘Konsa pale SENYÈ dèzame yo: “Gade byen, nonm ki gen non ki rele Scion an. Li va grandi soti kote Li ye a, e Li va bati tanp SENYÈ a.
ପୁଣି, ତାଙ୍କୁ କୁହ, ‘ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି, ଶାଖା ନାମରେ ବିଖ୍ୟାତ ପୁରୁଷଙ୍କୁ ଦେଖ ସେ ଆପଣା ସ୍ଥାନରୁ ବଢ଼ି ଉଠିବେ ଓ ସେ ସଦାପ୍ରଭୁଙ୍କର ମନ୍ଦିର ନିର୍ମାଣ କରିବେ!
13 Wi, se Li menm ki va bati tanp SENYÈ a. Li va pote laglwa, e Li va chita pou gouvène sou twòn Li an. Konsa, Li va yon prèt ki chita sou twòn Li, e konsey lapè a va antre yo de.’”
ହଁ, ସେ ସଦାପ୍ରଭୁଙ୍କର ମନ୍ଦିର ନିର୍ମାଣ କରିବେ ଓ ସେ ମହିମାପ୍ରାପ୍ତ ହେବେ, ଆଉ ଆପଣା ସିଂହାସନରେ ବସି ରାଜତ୍ୱ କରିବେ ଓ ସେ ଆପଣା ସିଂହାସନରେ ବସି ଯାଜକ ହେବେ; ଆଉ, ସେ ଉଭୟ ମଧ୍ୟରେ ଶାନ୍ତିର ବୁଝାବଣା ହେବ।’
14 Alò kouwòn yo va devni yon souvni nan tanp SENYÈ a pou Hélem, Tobija, Jedaeja, Hen, fis a Sophonie an.
ପୁଣି, ସଦାପ୍ରଭୁଙ୍କ ମନ୍ଦିରରେ ଏହି ମୁକୁଟମାନ ହେଲେମର ଓ ଟୋବୀୟର ଓ ଯିଦୟୀୟର, ଆଉ ସଫନୀୟର ପୁତ୍ର ହେନର ସ୍ମରଣାର୍ଥେ ରହିବ।
15 Sila ki lwen yo va vin bati nan tanp SENYÈ a.” Konsa ou va konnen ke se SENYÈ dèzame yo ki te voye mwen vè nou. Sa va vin rive si nou obeyi nèt SENYÈ a, Bondye nou an.
ଆଉ, ଯେଉଁମାନେ ଦୂରରେ ଅଛନ୍ତି, ସେମାନେ ଆସି ସଦାପ୍ରଭୁଙ୍କର ମନ୍ଦିର ନିର୍ମାଣ କରିବେ, ତହିଁରେ ସୈନ୍ୟାଧିପତି ସଦାପ୍ରଭୁ ଯେ ମୋତେ ତୁମ୍ଭମାନଙ୍କ ନିକଟକୁ ପ୍ରେରଣ କରିଅଛନ୍ତି, ଏହା ତୁମ୍ଭେମାନେ ଜାଣିବ ପୁଣି, ତୁମ୍ଭେମାନେ ଯଦି ଯତ୍ନପୂର୍ବକ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କ ବାକ୍ୟରେ ମନୋଯୋଗ କରିବ, ତେବେ ଏହା ଘଟିବ।”