< 2 Samyèl 15 >

1 Alò, li te rive apre sa ke Absalom te fè pwovizyon pou tèt li yon cha avèk cheval ak senkant mesye pou kouri devan li.
ଏଥିଉତ୍ତାରେ ଅବଶାଲୋମ ଆପଣା ନିମନ୍ତେ ଏକ ରଥ ଓ ଅଶ୍ୱମାନ ଓ ଆପଣା ଆଗେ ଆଗେ ଦୌଡ଼ିବା ନିମନ୍ତେ ପଚାଶ ଅଙ୍ଗରକ୍ଷକ ରଖିଲା।
2 Absalom te konn leve granmmaten e kanpe akote chemen an devan pòtay la. Konsa, lè yon moun ta gen yon pwosè, e te vin kote wa a pou jijman, Absalom te rele li e di: “Nan ki vil ou sòti?” Epi li ta di: “Sèvitè ou a sòti nan youn nan tribi Israël yo.”
ପୁଣି ଅବଶାଲୋମ ପ୍ରଭାତରେ ଉଠି ରାଜଦ୍ୱାରର ପଥ ପାର୍ଶ୍ୱରେ ଠିଆ ହୁଏ; ଆଉ ଏପରି କରେ ଯେ, କାହାରି ବିଚାରାର୍ଥେ ରାଜାଙ୍କ ନିକଟକୁ ଆସିବାର ଯୋଗ୍ୟ କୌଣସି ବିବାଦ ଥିଲେ, ଅବଶାଲୋମ ତାହାକୁ ଡାକି କହେ, “ତୁମ୍ଭେ କେଉଁ ନଗରର ଲୋକ?” ତହିଁରେ “ଆପଣଙ୍କ ଦାସ ଆମ୍ଭେ ଇସ୍ରାଏଲର ଗୋଟିଏ ବଂଶର ଲୋକ ବୋଲି କହିଲେ,”
3 Alò, Absalom ta di a li: “Ou wè, ka ou yo bon e jis; men nanpwen pèsòn ki pou koute ou nan non a wa a.”
ଅବଶାଲୋମ ତାହାକୁ କହେ, “ଦେଖ, ତୁମ୍ଭ କଥା ଉତ୍ତମ ଓ ଯଥାର୍ଥ; ମାତ୍ର ତୁମ୍ଭ କଥା ଶୁଣିବାକୁ ରାଜାଙ୍କର କୌଣସି ଲୋକ ନିଯୁକ୍ତ ନାହିଁ।”
4 Anplis, Absalom te di: “Oswa ke yon moun ta chwazi mwen jij nan peyi a; alò, konsa chak moun ki te gen yon ka oswa yon pwosè ta kapab vin kote mwen e mwen ta ba li jistis.”
ଅବଶାଲୋମ ଆହୁରି କହେ, “ଆଃ, ମୁଁ ଯେବେ ଦେଶର ବିଚାରକର୍ତ୍ତା ହୁଅନ୍ତି ଓ କାହାରି କୌଣସି ବିବାଦ ବା କୌଣସି କଥା ଥିଲେ ଯେବେ ସେ ମୋʼ ନିକଟକୁ ଆସନ୍ତା, ତେବେ ମୁଁ ତାହାର ଯଥାର୍ଥ ବିଚାର କରନ୍ତି।”
5 Epi lè yon mesye ta vin kote li pou bese li menm devan li, li ta lonje men li, kenbe li e bo li.
ଆହୁରି କେହି ପ୍ରଣାମ କରିବା ପାଇଁ ତାହା ନିକଟକୁ ଆସିଲେ, ସେ ଆପଣା ହାତ ବଢ଼ାଇ ତାହାକୁ ଧରି ଚୁମ୍ବନ କରେ।
6 Nan jan sa a, Absalom te konn aji avèk tout Israël lè yo te pwoche wa a pou jijman. Konsa, Absalom te vòlè kè a mesye Israël yo.
ଇସ୍ରାଏଲର ଯେତେ ଲୋକ ବିଚାରାର୍ଥେ ରାଜାଙ୍କ ନିକଟକୁ ଆସନ୍ତି, ଅବଶାଲୋମ ସେହି ସମସ୍ତଙ୍କ ପ୍ରତି ଏହିପରି କରେ; ଏହି ପ୍ରକାରେ ଅବଶାଲୋମ ଇସ୍ରାଏଲ ଲୋକମାନଙ୍କ ମନ ହରଣ କଲା।
7 Alò, li te rive ke nan fen karant ane ke Absalom te di a Wa a: “Souple, kite mwen ale peye ve ke m te fè a SENYÈ a, nan Hébron.
ଏଥିଉତ୍ତାରେ ଚାରି ବର୍ଷ ଶେଷରେ ଅବଶାଲୋମ ରାଜାଙ୍କୁ କହିଲା, “ମୁଁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ମାନତ କରିଅଛି, ତାହା ପୂର୍ଣ୍ଣ କରିବା ପାଇଁ ମୋତେ ହିବ୍ରୋଣକୁ ଯିବାକୁ ଦିଅନ୍ତୁ।
8 Paske sèvitè ou a te fè yon ve pandan mwen t ap viv Gueschur Aram, e li te di: ‘Si SENYÈ a va vrèman mennen mwen retounen Jérusalem; alò, mwen va sèvi SENYÈ a’”.
କାରଣ ଆପଣଙ୍କ ଦାସ ଅରାମ ଦେଶସ୍ଥ ଗଶୂରରେ ଥିବା ବେଳେ ମାନତ କରି କହିଅଛି, ‘ଯଦି ସଦାପ୍ରଭୁ ନିଶ୍ଚୟ ମୋତେ ପୁନର୍ବାର ଯିରୂଶାଲମକୁ ଆଣିବେ, ତେବେ ମୁଁ ସଦାପ୍ରଭୁଙ୍କର ସେବା କରିବି।’”
9 Wa a te di li: “Ale anpè.” Konsa, li te leve ale Hébron.
ତହିଁରେ ରାଜା ତାହାକୁ କହିଲେ, “କୁଶଳରେ ଯାଅ।” ତହୁଁ ସେ ଉଠି ହିବ୍ରୋଣକୁ ଗଲା।
10 Men Absalom te voye espyon toupatou pami tout tribi Israël yo. Li te di: “Depi ou tande son a twonpèt la, alò, ou va di: ‘Absalom se wa nan Hébron.’”
ମାତ୍ର ଅବଶାଲୋମ ସମୁଦାୟ ଇସ୍ରାଏଲ ବଂଶ ନିକଟକୁ ଗୁପ୍ତଚର ପଠାଇ କହିଥିଲା, “ତୁମ୍ଭେମାନେ ତୂରୀଧ୍ୱନି ଶୁଣିବା କ୍ଷଣେ ‘ଅବଶାଲୋମ ହିବ୍ରୋଣରେ ରାଜା ହେଲେ’ ବୋଲି କହିବ।”
11 Konsa, de-san mesye yo te ale avèk Absalom soti Jérusalem. Yo te envite; yo te ale nan inosans, san yo pa konnen anyen.
ଆଉ ଅବଶାଲୋମ ସଙ୍ଗେ ଯିରୂଶାଲମରୁ ଦୁଇ ଶହ ଲୋକ ଗଲେ; ସେମାନେ ନିମନ୍ତ୍ରିତ ହୋଇ ସରଳ ମନରେ ଗଲେ; ସେମାନେ କୌଣସି କଥା ଜାଣି ନ ଥିଲେ।
12 Epi Absalom te voye pou Achitophel, Gilonit lan, konseye David, soti nan vil pa li nan Guilo, pandan li t ap ofri sakrifis yo. Konplo a te fò, paske moun avèk Absalom yo te kontinye vin plis.
ପୁଣି ଅବଶାଲୋମ ବଳିଦାନ କରିବା ସମୟରେ ଲୋକ ପଠାଇ ଦାଉଦଙ୍କର ମନ୍ତ୍ରୀ ଗୀଲୋନୀୟ ଅହୀଥୋଫଲକୁ ତାହାର ନଗର ଗୀଲୋରୁ ଡକାଇଲା। ତାଙ୍କର ଚକ୍ରାନ୍ତ ଦୃଢ଼ ହେଲା; କାରଣ ଅବଶାଲୋମର ସପକ୍ଷ ଲୋକ ଆହୁରି ଆହୁରି ଅନେକ ବୃଦ୍ଧି ପାଇଲେ।
13 Alò, yon mesaje te vin kote David. Li te di: “Kè a mesye Israël yo avèk Absalom.”
ଏଥିଉତ୍ତାରେ ଜଣେ ଦାସ ଦାଉଦଙ୍କ ନିକଟକୁ ଆସି କହିଲା, “ଇସ୍ରାଏଲ ଲୋକମାନଙ୍କର ମନ ଅବଶାଲୋମ ଆଡ଼େ ଅଛି।”
14 Konsa, David te di a tout sèvitè ki te avèk li yo Jérusalem: “Leve e annou sove ale, paske si se pa sa, nanpwen nan nou ki va chape de Absalom. Ale vit, oswa li va rive sou nou byen vit, fè gwo malè rive sou nou e frape vil la avèk lam nepe.”
ତହିଁରେ ଦାଉଦ ଆପଣା ସଙ୍ଗେ ଯିରୂଶାଲମରେ ଥିବା ସମସ୍ତ ଦାସଙ୍କୁ କହିଲେ, “ଉଠ, ଆମ୍ଭେମାନେ ପଳାଉ; ନୋହିଲେ ଆମ୍ଭେମାନେ କେହି ଅବଶାଲୋମଠାରୁ ରକ୍ଷା ପାଇବୁ ନାହିଁ; ଏଣୁ ଚଞ୍ଚଳ ଚାଲ, କେଜାଣି ସେ ଶୀଘ୍ର ଆମ୍ଭମାନଙ୍କୁ ଧରି ଆମ୍ଭମାନଙ୍କୁ ବିପଦଗ୍ରସ୍ତ କରିବ ଓ ଖଡ୍ଗଧାରରେ ନଗର ଆଘାତ କରିବ।”
15 Alò, sèvitè a wa yo te di a wa a: “Gade, sèvitè ou yo va fè nenpòt sa ke wa a vle.”
ତହୁଁ ରାଜାଙ୍କ ଦାସମାନେ ରାଜାଙ୍କୁ କହିଲେ, “ଦେଖନ୍ତୁ, ଆମ୍ଭମାନଙ୍କ ପ୍ରଭୁ ମହାରାଜ ଯାହା ପସନ୍ଦ କରନ୍ତି, ତାହା କରିବାକୁ ଆପଣଙ୍କ ଦାସମାନେ ପ୍ରସ୍ତୁତ ଅଛନ୍ତି।”
16 Konsa, wa a te sòti avèk tout manm lakay li avèk li. Men wa a te kite dis nan ti mennaj li yo pou pran swen kay la.
ତହୁଁ ରାଜା ଓ ତାଙ୍କ ପଛେ ପଛେ ତାଙ୍କର ସମସ୍ତ ପରିବାର ପ୍ରସ୍ଥାନ କଲେ। କିନ୍ତୁ ରାଜା ଗୃହ ଜଗିବା ନିମନ୍ତେ ଦଶ ଜଣ ଉପପତ୍ନୀ ଛାଡ଼ିଗଲେ।
17 Wa a te sòti e tout pèp la avèk li, e yo te rete nan dènye kay la.
ଏରୂପେ ରାଜା ଓ ତାଙ୍କ ପଛେ ତାଙ୍କର ସମସ୍ତ ଲୋକ ପ୍ରସ୍ଥାନ କରି ବେଥ୍-ହମ୍ମିର୍ହକରେ (ଦୂର ସ୍ଥାନରେ) ରହିଲେ।
18 Alò, tout sèvitè li yo te pase akote li, tout Keretyen yo avèk tout Peletyen yo ak tout Gatyen yo, sis-san moun ki te vini avèk li soti Gath, te pase devan wa a.
ପୁଣି ତାଙ୍କର ସମସ୍ତ ଦାସ ଅଗ୍ରସର ହେଲେ ଓ ଗାଥ୍‍ ନଗରରୁ ତାଙ୍କ ପଛେ ଯେଉଁ ଛଅ ଶହ ଲୋକ ଆସିଥିଲେ, ସେହି କରେଥୀୟ ଓ ପଲେଥୀୟ ଓ ଗାଥୀୟ ଲୋକ ସମସ୍ତେ ରାଜାଙ୍କ ସମ୍ମୁଖରେ ପାର ହୋଇଗଲେ।
19 Alò, wa a te di a Ittaï, Gatyen an: “Poukisa ou ta ale avèk nou tou? Retounen rete avèk wa a; paske ou se yon etranje e yon egzile de pwòp plas ou.
ସେତେବେଳେ ରାଜା ଗାଥୀୟ ଇତ୍ତୟକୁ କହିଲେ, “ତୁମ୍ଭେ କାହିଁକି ଆମ୍ଭମାନଙ୍କ ସଙ୍ଗେ ଯାଉଅଛ? ଫେରିଯାଅ, ରାଜାଙ୍କ ସଙ୍ଗେ ରୁହ; କାରଣ ତୁମ୍ଭେ ତ ଜଣେ ବିଦେଶୀ, ମଧ୍ୟ ନିର୍ବାସିତ ଲୋକ; ତୁମ୍ଭେ ନିଜ ସ୍ଥାନକୁ ଫେରିଯାଅ।
20 Ayè ou te vini e èske, jodi a, mwen ta dwe fè ou mache egare avèk nou pandan mwen prale kote mwen prale a? Retounen reprann frè ou yo. Ke gras avèk verite kapab avèk ou.”
ଆମ୍ଭେ ଯେଉଁଆଡ଼େ ପାରିବୁ, ସେହିଆଡ଼େ ଯିବୁ, ତୁମ୍ଭେ ତ କେବଳ କାଲି ଆସିଲ, ଆଜି ଆମ୍ଭେ କି ତୁମ୍ଭକୁ ଆମ୍ଭମାନଙ୍କ ସଙ୍ଗେ ନେଇ ଏଣେତେଣେ ବୁଲାଇବା? ତୁମ୍ଭେ ଫେରିଯାଅ, ତୁମ୍ଭ ଭାଇମାନଙ୍କୁ ଫେରାଇ ନିଅ; ଦୟା ଓ ସତ୍ୟତା ତୁମ୍ଭ ସହବର୍ତ୍ତୀ ହେଉ।”
21 Men Ittaï te reponn wa a. Li te di: “Jan SENYÈ a viv la, anverite, nenpòt kote ke mèt mwen an, wa a, ye, kit pou mouri, kit pou viv, se la tou sèvitè ou a va ye.”
ଏଥିରେ ଇତ୍ତୟ ରାଜାଙ୍କୁ ଉତ୍ତର କରି କହିଲା, “ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ଓ ମୋର ପ୍ରଭୁ ମହାରାଜ ଜୀବିତ ଥିବା ପ୍ରମାଣେ, ଜୀବନ ପାଇଁ ହେଉ ବା ମରଣ ପାଇଁ ହେଉ, ଅବଶ୍ୟ ମୋହର ପ୍ରଭୁ ମହାରାଜ ଯେଉଁଠାରେ ରହିବେ, ସେଠାରେ ମଧ୍ୟ ଆପଣଙ୍କ ଦାସ ରହିବ।”
22 Pou sa, David te di Ittaï: “Ale, janbe lòtbò.” Konsa Ittaï, Gatyen an te janbe avèk tout mesye pa li yo ak tout pitit ki te avèk li yo.
ତହୁଁ ଦାଉଦ ଇତ୍ତୟକୁ କହିଲେ, “ତେବେ ଯାଅ, ଅଗ୍ରସର ହୁଅ।” ତହିଁରେ ଗାଥୀୟ ଇତ୍ତୟ ଓ ତାହାର ସମସ୍ତ ଲୋକ ଓ ତାହା ସହିତ ଥିବା ସମସ୍ତ ବାଳକ ଅଗ୍ରସର ହୋଇଗଲେ।
23 Pandan tout peyi a t ap kriye avèk gwo vwa, tout pèp la te pase janbe. Wa a tou te pase janbe flèv Cédron an, e tout pèp la te pase janbe lòtbò vè chemen dezè a.
ତେଣୁ ଦେଶଯାକ ଉଚ୍ଚସ୍ୱର କରି ରୋଦନ କଲେ ଓ ସମସ୍ତ ଲୋକ ଅଗ୍ରସର ହେଲେ; ରାଜା ମଧ୍ୟ ଆପେ କିଦ୍ରୋଣ ନଦୀ ପାର ହୋଇଗଲେ ଓ ସମସ୍ତ ଲୋକ ପାର ହୋଇ ପ୍ରାନ୍ତର-ପଥ ଆଡ଼େ ଗଲେ।
24 Alò, gade byen, Tsadok te parèt tou, ansanm avèk tout Levit ki t ap pote lach akò Bondye a. Epi yo te poze lach Bondye a e Abithar te monte la jiskaske tout pèp la te fin kite vil la.
ଆଉ ଦେଖ, ସାଦୋକ ମଧ୍ୟ ଓ ତାହା ସଙ୍ଗେ ସମସ୍ତ ଲେବୀୟ ଲୋକ ପରମେଶ୍ୱରଙ୍କ ନିୟମ-ସିନ୍ଦୁକ ବହି ଆସିଲେ, ପୁଣି ନଗରରୁ ସମସ୍ତ ଲୋକ ବାହାର ହୋଇ ଯିବା ପର୍ଯ୍ୟନ୍ତ ସେମାନେ ପରମେଶ୍ୱରଙ୍କ ସିନ୍ଦୁକ ଓହ୍ଲାଇ ରଖିଲେ ଓ ଅବୀୟାଥର ଉପରକୁ ଗଲା।
25 Wa a te di a Tsadok: “Retounen lach Bondye a nan vil la. Si mwen jwenn favè nan zye Bondye; alò, Li va mennen mwen retounen ankò pou montre mwen a Li menm e a abitasyon pa Li a.
ତହୁଁ ରାଜା ସାଦୋକଙ୍କୁ କହିଲେ, “ପରମେଶ୍ୱରଙ୍କ ସିନ୍ଦୁକ ନଗରକୁ ଫେରାଇ ନିଅ; ଯେବେ ମୁଁ ସଦାପ୍ରଭୁଙ୍କ ଦୃଷ୍ଟିରେ ଅନୁଗ୍ରହ ପାଏ, ତେବେ ସେ ମୋତେ ପୁନର୍ବାର ଆଣିବେ, ପୁଣି ଏହା ଓ ଆପଣା ନିବାସ ସ୍ଥାନ ମୋତେ ଦେଖାଇବେ।
26 Men si Li ta di konsa: ‘Mwen pa gen kè kontan avè w’, gade byen, men mwen, kite Li fè sa ki sanble bon pou Li menm.”
ମାତ୍ର ‘ତୁମ୍ଭଠାରେ ଆମ୍ଭର ସନ୍ତୋଷ ନାହିଁ,’ ଯଦି ସେ ଏପରି କହିବେ, ତେବେ ଦେଖ, ମୁଁ ଉପସ୍ଥିତ ଅଛି, ଯାହା ତାହାଙ୍କୁ ଭଲ ଦିଶେ, ତାହା ସେ ମୋʼ ପ୍ରତି କରନ୍ତୁ।”
27 Wa a te di osi a Tsadok, prèt la: “Èske se pa yon divinò ke ou ye? Retounen nan vil la anpè, de fis ou yo avèk ou, fis ou Achimaats, avèk Jonathan, fis a Abiathar a.
ରାଜା ସାଦୋକ ଯାଜକକୁ ଆହୁରି କହିଲେ, “ତୁମ୍ଭେ କି ଦର୍ଶକ ନୁହଁ? ତୁମ୍ଭେ ଓ ତୁମ୍ଭ ସହିତ ତୁମ୍ଭ ପୁତ୍ର ଅହୀମାସ୍‍ ଓ ଅବୀୟାଥରର ପୁତ୍ର ଯୋନାଥନ, ତୁମ୍ଭମାନଙ୍କର ଏହି ଦୁଇ ପୁତ୍ର କୁଶଳରେ ନଗରକୁ ଫେରିଯାଅ।
28 Gade, mwen pral tann nan pasaj dezè a jiskaske pawòl ou rive enfòme mwen.”
ଦେଖ, ତୁମ୍ଭମାନଙ୍କଠାରୁ ମୋʼ ଠାକୁ ତଥ୍ୟ-ବାର୍ତ୍ତା ଆସିବା ପର୍ଯ୍ୟନ୍ତ ମୁଁ ପ୍ରାନ୍ତରସ୍ଥ ଘାଟି ପାଖରେ ଅପେକ୍ଷା କରିବି।”
29 Pou sa, Tsadok avèk Abiathar te retounen lach Bondye a Jérusalem e te rete la.
ଏଣୁ ସାଦୋକ ଓ ଅବୀୟାଥର ପୁନର୍ବାର ଯିରୂଶାଲମକୁ ପରମେଶ୍ୱରଙ୍କ ସିନ୍ଦୁକ ନେଇଗଲେ ଓ ସେମାନେ ସେଠାରେ ରହିଲେ।
30 Epi David te monte pant a Mòn Oliv la. Li t ap kriye pandan li t ap monte, tèt li te kouvri e li te mache pye atè. Alò, nan tout moun ki te avèk li yo, chak moun te kouvri tèt yo e t ap monte avèk gwo kriye pandan yo t ap prale.
ଏଥିଉତ୍ତାରେ ଦାଉଦ ଜୈତୁନ ପର୍ବତର ଉଠାଣି ଦେଇ ଗଲେ ଓ ଉପରକୁ ଯିବା ବେଳେ ରୋଦନ କରି କରି ଉପରକୁ ଗଲେ; ସେହି ସମୟରେ ତାଙ୍କର ମସ୍ତକ ଆଚ୍ଛାଦିତ ଥିଲା ଓ ସେ ଖାଲି ପାଦରେ ଚାଲୁଥିଲେ; ପୁଣି ତାଙ୍କର ସଙ୍ଗୀ ଲୋକମାନେ ପ୍ରତ୍ୟେକେ ଆପଣା ଆପଣା ମସ୍ତକ ଆଚ୍ଛାଦନ କରିଥିଲେ ଓ ସେମାନେ ଉପରକୁ ଯିବା ବେଳେ ରୋଦନ କରୁ କରୁ ଉପରକୁ ଗଲେ।
31 Alò, yon moun te pale David e te di: “Achitophel se pami konplotè avèk Absalom yo.” Epi David te di: “O SENYÈ, mwen priye, redwi a foli tout konsèy a Achitophel la.”
ଏଥିମଧ୍ୟରେ ଜଣେ ଦାଉଦଙ୍କୁ କହିଲା, “ଅବଶାଲୋମ ସଙ୍ଗେ ଚକ୍ରାନ୍ତକାରୀମାନଙ୍କ ମଧ୍ୟରେ ଅହୀଥୋଫଲ ଅଛି।” ତହିଁରେ ଦାଉଦ କହିଲେ, “ହେ ସଦାପ୍ରଭୋ, ବିନୟ କରୁଅଛି, ଅହୀଥୋଫଲର ମନ୍ତ୍ରଣାକୁ ମୂର୍ଖତା କର।”
32 Li te rive pandan David t ap pwoche krèt mòn nan, kote yo adore Bondye a, ke vwala, Huschaï, Achit la, te rankontre li avèk manto li chire ak pousyè sou tèt li.
ଏଉତ୍ତାରେ ଲୋକେ ଯେଉଁଠାରେ ପରମେଶ୍ୱରଙ୍କର ଆରାଧନା କରନ୍ତି, ଉଠାଣିର ସେହି ଶୃଙ୍ଗ ନିକଟରେ ଦାଉଦ ଉପସ୍ଥିତ ହୁଅନ୍ତେ, ଦେଖ, ଅର୍କୀୟ ହୂଶୟ ଆପଣା ଚିରା ଜାମା ପିନ୍ଧି ଓ ମସ୍ତକରେ ମୃତ୍ତିକା ଦେଇ ତାଙ୍କୁ ଭେଟିବା ପାଇଁ ଉପସ୍ଥିତ ହେଲା।
33 David te di li: “Si ou janbe lòtbò avè m; alò, ou va ankonbre m.
ତହିଁରେ ଦାଉଦ ତାହାଙ୍କୁ କହିଲେ, “ଯେବେ ତୁମ୍ଭେ ମୋʼ ସଙ୍ଗେ ଅଗ୍ରସର ହୁଅ, ତେବେ ତୁମ୍ଭେ ମୋʼ ପ୍ରତି ଭାର ସ୍ୱରୂପ ହେବ।
34 Men si ou retounen lavil la e di a Absalom: ‘Mwen va sèvi ou, O wa a. Jan mwen te sèvi papa ou nan tan pase a, konsa, mwen va koulye a, devni sèvitè pa ou’, konsa, ou kapab vin kontrekare konsèy Achitophel la pou mwen.
ମାତ୍ର ଯେବେ ତୁମ୍ଭେ ନଗରକୁ ଫେରିଯାଇ ଅବଶାଲୋମଙ୍କୁ କହିବ, ‘ହେ ମହାରାଜ, ମୁଁ ଆପଣଙ୍କର ଦାସ ହେବି; ମୁଁ ପୂର୍ବରେ ଯେପରି ଆପଣଙ୍କ ପିତାଙ୍କର ଦାସ ଥିଲି, ସେପରି ଏବେ ମୁଁ ଆପଣଙ୍କର ଦାସ ହେବି,’ ତେବେ ତୁମ୍ଭେ ଆମ୍ଭ ପକ୍ଷରେ ଅହୀଥୋଫଲର ମନ୍ତ୍ରଣା ବ୍ୟର୍ଥ କରି ପାରିବ।
35 Èske Tsadok avèk Abiathar se pa prèt ki avèk ou la a? Pou sa, nenpòt sa ou tande soti lakay wa a, ou va bay rapò a Tsadok avèk Abaithar, prèt yo.
ସେଠାରେ ତୁମ୍ଭ ସଙ୍ଗେ କି ସାଦୋକ ଓ ଅବୀୟାଥର ଯାଜକମାନେ ନ ଥିବେ? ଏଣୁ ତୁମ୍ଭେ ରାଜଗୃହରୁ ଯାହା କିଛି ଶୁଣିବ, ତାହା ସାଦୋକ ଓ ଅବୀୟାଥର ଯାଜକମାନଙ୍କୁ ଜଣାଇବ।
36 Gade byen, de fis pa yo a avèk yo la a, Achimaats, fis a Tsadok a e Jonathan, fis a Abaithar a; epi pa yo menm, ou va voye ban mwen tout bagay ke ou tande yo.”
ଦେଖ, ସେହି ସ୍ଥାନରେ ସେମାନଙ୍କ ସଙ୍ଗେ ସେମାନଙ୍କର ଦୁଇ ପୁତ୍ର, ଅର୍ଥାତ୍‍, ସାଦୋକର ପୁତ୍ର ଅହୀମାସ୍‍ ଓ ଅବୀୟାଥରର ପୁତ୍ର ଯୋନାଥନ ଅଛନ୍ତି, ତୁମ୍ଭେମାନେ ଯାହା ଯାହା ଶୁଣିବ, ସେହି ସବୁ କଥା ସେମାନଙ୍କ ହାତରେ ମୋʼ ନିକଟକୁ କହି ପଠାଇବ।”
37 Konsa, Huschaï, zanmi a David la, te antre nan vil la, e Absalom te vini Jérusalem.
ତହୁଁ ଦାଉଦଙ୍କର ମିତ୍ର ହୂଶୟ ନଗରକୁ ଆସିଲା; ପୁଣି ଅବଶାଲୋମ ଯିରୂଶାଲମକୁ ଆସିଲା।

< 2 Samyèl 15 >