< 2 Samyèl 11 >

1 Alò, li te fèt pandan prentan an, lè ke wa yo konn sòti batay, ke David te voye Joab, ansanm avèk sèvitè li yo ak tout Israël. Yo te detwi fis a Ammon yo e yo te fè syèj nan Rabba, men David te rete Jérusalem.
ଏଥିଉତ୍ତାରେ ବର୍ଷର ପରିବର୍ତ୍ତନ ସମୟରେ ରାଜାମାନେ ଯୁଦ୍ଧକୁ ଯିବା ବେଳେ ଦାଉଦ ଯୋୟାବକୁ ଓ ତାହା ସହିତ ଆପଣା ଦାସମାନଙ୍କୁ ଓ ସମୁଦାୟ ଇସ୍ରାଏଲକୁ ପଠାଇଲେ; ତହିଁରେ ସେମାନେ ଅମ୍ମୋନ-ସନ୍ତାନମାନଙ୍କୁ ସଂହାର କରି ରବ୍ବା ନଗର ଅବରୋଧ କଲେ। ମାତ୍ର ଦାଉଦ ଯିରୂଶାଲମରେ ରହିଲେ।
2 Epi lè lannwit te vin rive, David te leve nan kabann li. Li te mache antoure twati kay wa a, soti nan twati a, li te wè yon fanm ki t ap benyen. Epi fanm nan te byen bèl nan aparans li.
ଦିନେ ସନ୍ଧ୍ୟା ସମୟରେ ଦାଉଦ ଆପଣା ଶଯ୍ୟାରୁ ଉଠି ରାଜଗୃହର ଛାତ ଉପରେ ବୁଲୁଥିଲେ; ପୁଣି ସେହି ଛାତ ଉପରୁ ସେ ଏକ ସ୍ତ୍ରୀକୁ ସ୍ନାନ କରୁଥିବା ଦେଖିଲେ; ସେହି ସ୍ତ୍ରୀ ଦେଖିବାକୁ ଅତି ସୁନ୍ଦରୀ ଥିଲା।
3 Konsa, David te voye mande konsèy sou fanm sa a. Epi youn te di: “Èske sa se pa Bath-Schéba, fis a Éliam nan, fanm a Urie a, Itit la?”
ତେଣୁ ଦାଉଦ ସେହି ସ୍ତ୍ରୀର ବିଷୟ ବୁଝିବା ପାଇଁ ଲୋକ ପଠାନ୍ତେ ଜଣେ କହିଲା, “ସେ କʼଣ ଇଲୀୟାମର କନ୍ୟା ହିତ୍ତୀୟ ଊରୀୟର ଭାର୍ଯ୍ୟା ବତ୍‍ଶେବା ନୁହେଁ?”
4 David te voye mesaje pran li. Lè li te parèt kote li, li te kouche avèk li ( paske li te fin pirifye tèt li de salte a). Epi li te retounen lakay li.
ତହୁଁ ଦାଉଦ ଦୂତ ପଠାଇ ତାହାକୁ ଆଣିଲେ, ପୁଣି ସେ ତାଙ୍କ ନିକଟକୁ ଆସନ୍ତେ, ଦାଉଦ ତାହା ସହିତ ଶୟନ କଲେ; ସେସମୟରେ ସେହି ସ୍ତ୍ରୀ ଋତୁସ୍ନାନ କରିଥିଲା। ଏଉତ୍ତାରେ ସେ ଆପଣା ଗୃହକୁ ଫେରିଗଲା।
5 Fanm nan te vin ansent. Li te voye di David: “Mwen ansent.”
ଏଥିଉତ୍ତାରେ ସେହି ସ୍ତ୍ରୀ ଗର୍ଭବତୀ ହୁଅନ୍ତେ, ଦାଉଦଙ୍କ ନିକଟକୁ ଲୋକ ପଠାଇ ଜଣାଇ କହିଲା, ମୁଁ ଗର୍ଭବତୀ ହୋଇଅଛି।
6 Konsa, David te voye kote Joab. Li te di: “Voye ban mwen Urie, Itit la.” Konsa, Joab te voye Urie kote David.
ତହୁଁ ଦାଉଦ ଯୋୟାବ ନିକଟକୁ ଲୋକ ପଠାଇ କହିଲେ, “ହିତ୍ତୀୟ ଊରୀୟକୁ ମୋʼ ନିକଟକୁ ପଠାଇଦିଅ।” ତହିଁରେ ଯୋୟାବ ଊରୀୟକୁ ଦାଉଦଙ୍କ ନିକଟକୁ ପଠାଇଦେଲା।
7 Lè Urie te vin kote li, David te mande pa sikonstans a Joab avèk tout pèp la ak jan lagè a te mache a.
ତେଣୁ ଊରୀୟ ଉପସ୍ଥିତ ହୁଅନ୍ତେ, ଦାଉଦ ତାହାକୁ ଯୋୟାବର କୁଶଳବାର୍ତ୍ତା ଓ ଲୋକମାନଙ୍କର କୁଶଳବାର୍ତ୍ତା ଓ ଯୁଦ୍ଧର କୁଶଳବାର୍ତ୍ତା ପଚାରିଲେ।
8 Alò, David te di a Urie: “Desann lakay ou pou lave pye ou.” Epi Urie te desann sòti lakay wa, a e yon kado soti nan men wa a te voye ba li.
ପୁଣି ଦାଉଦ ଊରୀୟକୁ କହିଲେ, “ଆପଣା ଗୃହକୁ ଯାଇ ପାଦ ପ୍ରକ୍ଷାଳନ କର।” ତହିଁରେ ଊରୀୟ ରାଜଗୃହରୁ ବାହାରିଗଲା, ପୁଣି ତାʼ ପଛେ ପଛେ ରାଜାଙ୍କ ନିକଟରୁ ଉପହାର ଗଲା।
9 Men Urie te dòmi kote pòt lakay wa a avèk tout sèvitè a mèt li yo. Li pa t desann lakay li.
ମାତ୍ର ଊରୀୟ ଆପଣା ପ୍ରଭୁର ଦାସଗଣ ସହିତ ରାଜଗୃହ ଦ୍ୱାରରେ ଶୟନ କଲା, ଆଉ ଆପଣା ଗୃହକୁ ଗଲା ନାହିଁ।
10 Alò, lè yo te di David: “Urie pa t desann lakay li,” David te di a Urie: “Èske ou pa t fenk fin fè yon vwayaj? Poukisa konsa ou pa t desann lakay ou?”
ଏଥିରେ “ଊରୀୟ ଆପଣା ଗୃହକୁ ଯାଇ ନାହିଁ,” ଏହା ଲୋକମାନେ ଦାଉଦଙ୍କୁ ଜଣାନ୍ତେ, ଦାଉଦ ଊରୀୟକୁ କହିଲେ, “ତୁମ୍ଭେ କʼଣ ଯାତ୍ରାରୁ ଆସି ନାହଁ? ଆପଣା ଗୃହକୁ କାହିଁକି ଗଲ ନାହିଁ?”
11 Urie te di a David: “Lach la menm avèk Israël avèk Juda ap rete nan tant yo; epi mèt mwen, Joab avèk sèvitè a mèt mwen yo ap fè kan nan chan louvri. Konsa, kijan mwen kapab ale lakay mwen pou manje bwè e kouche avèk madanm mwen? Pa lavi ou ak lavi nanm ou menm, mwen p ap fè bagay sa a.”
ତେବେ ଊରୀୟ ଦାଉଦଙ୍କୁ କହିଲା, “ସିନ୍ଦୁକ ଓ ଇସ୍ରାଏଲ ଓ ଯିହୁଦା ପତ୍ରକୁଟୀରରେ ଅଛନ୍ତି ଓ ମୋʼ ପ୍ରଭୁ ଯୋୟାବ ଓ ମୋହର ପ୍ରଭୁଙ୍କ ଦାସମାନେ ପଦାରେ ଛାଉଣି କରିଅଛନ୍ତି, ତେବେ ମୁଁ କʼଣ ଭୋଜନ କରିବାକୁ ଓ ପାନ କରିବାକୁ ଓ ଭାର୍ଯ୍ୟା ସଙ୍ଗେ ଶୟନ କରିବାକୁ ଆପଣା ଗୃହକୁ ଯିବି? ଆପଣ ଜୀବିତ ଓ ଆପଣଙ୍କ ପ୍ରାଣ ଜୀବିତ ଥିବା ପ୍ରମାଣେ ମୁଁ ଏ କଥା କରିବି ନାହିଁ।”
12 Alò, David te di a Urie: “Rete isit la jodi a tou e demen mwen va kite ou ale.” Konsa, Urie te rete Jérusalem nan jou sa a ak pwochen jou a.
ଏଥିରେ ଦାଉଦ ଊରୀୟକୁ କହିଲେ, “ଆଜି ମଧ୍ୟ ଏଠାରେ ଥାଅ, ମୁଁ କାଲି ତୁମ୍ଭକୁ ବିଦାୟ କରିବି।” ତହୁଁ ଊରୀୟ ସେ ଦିନ ଓ ପରଦିନ ଯିରୂଶାଲମରେ ରହିଲା।
13 Alò David te rele li, li te manje bwè devan li e li te fè li sou. Epi nan aswè, li te sòti pou kouche sou kabann li avèk sèvitè a mèt li yo, men li pa t desann lakay li.
ଆଉ ଦାଉଦ ତାହାକୁ ନିମନ୍ତ୍ରଣ କରନ୍ତେ, ସେ ତାଙ୍କ ସମ୍ମୁଖରେ ଭୋଜନପାନ କଲା; ପୁଣି ଦାଉଦ ତାହାକୁ ମାତ୍ତାଲ କରାଇଲେ; ତଥାପି ସନ୍ଧ୍ୟାକାଳେ ସେ ଆପଣା ପ୍ରଭୁର ଦାସଗଣ ସହିତ ଆପଣା ଶଯ୍ୟାରେ ଶୟନ କରିବାକୁ ଗଲା, ମାତ୍ର ଆପଣା ଗୃହକୁ ଗଲା ନାହିଁ।
14 Alò, nan maten, David te ekri yon lèt a Joab pou te voye li nan men Urie.
ଏଣୁ ଦାଉଦ ସକାଳେ ଯୋୟାବ ନିକଟକୁ ପତ୍ର ଲେଖି ଊରୀୟ ହାତରେ ତାହା ପଠାଇଲେ।
15 Li te ekri nan lèt la, e te di: “Mete Urie pa devan nan chan kote batay la pi rèd la e retounen kite li, pou l kab tonbe mouri.”
ପତ୍ରରେ ସେ ଏହା ଲେଖିଥିଲେ, ଯଥା, “ଯେପରି ଊରୀୟ ଆହତ ହୋଇ ମରିବ, ଏଥିପାଇଁ ତୁମ୍ଭେମାନେ ଘୋର ଯୁଦ୍ଧ ସମ୍ମୁଖରେ ତାହାକୁ ନିଯୁକ୍ତ କରି ତାହା ନିକଟରୁ ଘୁଞ୍ଚିଯିବ।”
16 Konsa, se te pandan Joab t ap veye vil la, ke li te mete Urie nan plas kote li te konnen lènmi an te gen mesye vanyan yo.
ପୁଣି ଯୋୟାବ ନଗର ନିରୀକ୍ଷଣ କରିବା ବେଳେ ବିକ୍ରମଶାଳୀ ଲୋକମାନେ କେଉଁଠାରେ ଅଛନ୍ତି, ଏହା ଜାଣି ସେ ଊରୀୟକୁ ସେଠାରେ ନିଯୁକ୍ତ କଲା।
17 Mesye vil yo te sòti goumen kont Joab, kèk nan moun pami sèvitè a David yo te tonbe. Epi Urie, Itit la te mouri tou.
ଏଉତ୍ତାରେ ନଗରର ଲୋକମାନେ ବାହାରେ ଯାଇ ଯୋୟାବ ସଙ୍ଗେ ଯୁଦ୍ଧ କଲେ, ତହିଁରେ ଦାଉଦଙ୍କର ଦାସମାନଙ୍କ ମଧ୍ୟରୁ କେତେ ଲୋକ ମଲେ ଓ ହିତ୍ତୀୟ ଊରୀୟ ମଧ୍ୟ ମଲା।
18 Alò, Joab te voye bay rapò a David selon tout evenman lagè a.
ତେବେ ଯୋୟାବ ବାର୍ତ୍ତାବାହକଙ୍କୁ ପଠାଇ ଦାଉଦଙ୍କୁ ଯୁଦ୍ଧର ସମସ୍ତ କଥା ଜଣାଇଲା;
19 Li te kòmande mesaje a, e te di: “Lè ou fin pale tout afè lagè yo a wa a,
ପୁଣି ତାହାଙ୍କୁ ଆଜ୍ଞା ଦେଇ କହିଲା, “ତୁମ୍ଭେ ରାଜାଙ୍କୁ ଯୁଦ୍ଧର ସମସ୍ତ କଥା ଜଣାଇଲା ଉତ୍ତାରେ,
20 epi li vin rive ke kòlè leve nan wa a e li di ou: ‘Poukisa ou te pwoche pre vil la konsa pou goumen? Èske ou pa t konnen ke yo ta tire soti sou miray la?
ଯଦି ରାଜାଙ୍କର କ୍ରୋଧ ଉଠେ ଓ ସେ ତୁମ୍ଭକୁ କହନ୍ତି, ‘କାହିଁକି ତୁମ୍ଭେମାନେ ଯୁଦ୍ଧ କରିବା ପାଇଁ ନଗରର ଏତେ ନିକଟକୁ ଗଲ? ସେମାନେ ପ୍ରାଚୀରରୁ ବାଣ ମାରିବେ ବୋଲି କʼଣ ତୁମ୍ଭେମାନେ ଜାଣିଲ ନାହିଁ?
21 Se kilès ki te frape Abimélec, fis a Jerubbéscheth la? Èske se pa yon fanm ki te jete yon wòch moulen sou li soti nan miray ki fè l mouri Thébets la? Poukisa ou te pwoche pre miray la?’ epi ou va di: ‘Sèvitè ou a Urie, Itit la, te mouri tou.’”
ଯିରୁବ୍ବେଶତର ପୁତ୍ର ଅବୀମେଲକ୍‍କୁ କିଏ ମାରିଲା? ଜଣେ ସ୍ତ୍ରୀ ପ୍ରାଚୀରରୁ ତାହା ଉପରକୁ ଚକି ଉପର-ପଟ ପକାନ୍ତେ, ସେ କʼଣ ତେବେସରେ ମଲା ନାହିଁ? କାହିଁକି ତୁମ୍ଭେମାନେ ପ୍ରାଚୀରର ଏତେ ନିକଟକୁ ଗଲ?’ ତେବେ ତୁମ୍ଭେ କହିବ, ‘ଆପଣଙ୍କ ଦାସ ହିତ୍ତୀୟ ଊରୀୟ ମଧ୍ୟ ମରିଅଛି।’”
22 Konsa, mesaje a te pati pou te vin bay rapò a David, de tout sa ke Joab te voye li pale yo.
ତହିଁରେ ସେହି ଦୂତ ପ୍ରସ୍ଥାନ କରି, ଯୋୟାବ ଯହିଁ ପାଇଁ ତାହାକୁ ପଠାଇଥିଲା, ସେହି ସବୁ ଦାଉଦଙ୍କୁ ଯାଇ ଜଣାଇଲା।
23 Mesaje a te di a David: “Mesye yo te genyen sou nou e te sòti kont nou nan chan an; men nou te peze yo rèd jis rive nan antre pòtay la.
ସେହି ଦୂତ ଦାଉଦଙ୍କୁ କହିଲା, “ସେ ଲୋକମାନେ ଆମ୍ଭମାନଙ୍କ ଉପରେ ପ୍ରବଳ ହୋଇ ପଦାକୁ ଆମ୍ଭମାନଙ୍କ ନିକଟକୁ ବାହାରି ଆସିଲେ, ତହୁଁ ଆମ୍ଭେମାନେ ଦ୍ୱାର-ପ୍ରବେଶ ସ୍ଥାନ ପର୍ଯ୍ୟନ୍ତ ସେମାନଙ୍କୁ ଆକ୍ରମଣ କରି କରି ଗଲୁ।
24 Anplis, mesye banza yo te tire sou sèvitè ou yo soti nan miray la. Konsa, kèk nan sèvitè ou yo mouri, e sèvitè ou a, Urie, Etyen an mouri osi.”
ଏଥିରେ ଧନୁର୍ଦ୍ଧରମାନେ ପ୍ରାଚୀରରୁ ଆପଣଙ୍କ ଦାସମାନଙ୍କ ଉପରେ ବାଣ ନିକ୍ଷେପ କଲେ; ତହୁଁ ମହାରାଜଙ୍କର କେତେକ ଦାସ ମଲେ ଓ ଆପଣଙ୍କ ଦାସ ହିତ୍ତୀୟ ଊରୀୟ ମଧ୍ୟ ମଲା।”
25 Alò David te di a mesaje a: “Konsa ou va pale Joab, ‘Pa kite bagay sa a fè ou mal, paske nepe a devore youn menm jan ke yon lòt. Fè batay ou kont vil la vin pi rèd pou boulvèse li’. Se konsa pou ankouraje li.”
ସେତେବେଳେ ଦାଉଦ ସେହି ଦୂତକୁ କହିଲେ, “ତୁମ୍ଭେ ଯୋୟାବକୁ ଏପରି କହିବ, ‘ଏଥିରେ ତୁମ୍ଭେ ଦୁଃଖିତ ହୁଅ ନାହିଁ, କାରଣ ଖଡ୍ଗ ଯେପରି ଏକକୁ, ସେପରି ଅନ୍ୟକୁ ଗ୍ରାସ କରେ; ତୁମ୍ଭେ ନଗର ପ୍ରତିକୂଳରେ ଆହୁରି ଦୃଢ଼ ଯୁଦ୍ଧ କରି ତାହା ଉଚ୍ଛିନ୍ନ କର,’ ଏହିରୂପେ ତୁମ୍ଭେ ତାହାକୁ ସାହସିକ କର।”
26 Alò, lè madanm a Urie te tande ke Urie, mari li a, te mouri, li te kriye pou mari li.
ଏଉତ୍ତାରେ ଊରୀୟର ଭାର୍ଯ୍ୟା ଆପଣା ସ୍ୱାମୀ ଊରୀୟର ମୃତ୍ୟୁୁ ସମ୍ବାଦ ପାଇ ଆପଣା ସ୍ୱାମୀ ନିମନ୍ତେ ବିଳାପ କଲା।
27 Lè tan kriye a te fini, David te voye mennen li lakay li, li te devni madanm li, e li te fè yon fis pou li. Men bagay ke David te fè a te mal nan zye SENYÈ a.
ପୁଣି ଶୋକ କରିବା ସମୟ ଗତ ହୁଅନ୍ତେ, ଦାଉଦ ଲୋକ ପଠାଇ ତାହାକୁ ଆପଣା ଗୃହକୁ ନେଲେ, ତହୁଁ ସେ ତାଙ୍କର ଭାର୍ଯ୍ୟା ହେଲା ଓ ତାଙ୍କର ଏକ ପୁତ୍ର ପ୍ରସବ କଲା। ମାତ୍ର ଦାଉଦ ଏହି ଯେଉଁ କର୍ମ କଲେ, ତାହା ସଦାପ୍ରଭୁଙ୍କ ଦୃଷ୍ଟିରେ ମନ୍ଦ ଥିଲା।

< 2 Samyèl 11 >