< 2 Istwa 8 >

1 Alò, li te vin rive nan fen ven ane pandan sila yo Salomon te bati kay SENYÈ a avèk pwòp kay li a,
ଶଲୋମନ ସଦାପ୍ରଭୁଙ୍କ ଗୃହ ଓ ଆପଣା ଗୃହ କୋଡ଼ିଏ ବର୍ଷ ମଧ୍ୟରେ ନିର୍ମାଣ କଲେ।
2 ke li te fin bati vil ke Huram te ba li yo, e li te etabli Izrayelit yo ladann.
ତହିଁ ଉତ୍ତାରେ ହୂରମ୍‍ ଶଲୋମନଙ୍କୁ ଯେଉଁ ଯେଉଁ ଦେଇଥିଲା, ସେସବୁ ଶଲୋମନ ନିର୍ମାଣ କରି ତହିଁରେ ଇସ୍ରାଏଲ-ସନ୍ତାନଗଣକୁ ବାସ କରାଇଲେ।
3 Epi Salomon te ale kote Hamath-Tsoba e te kaptire li.
ଏଥିଉତ୍ତାରେ ଶଲୋମନ ହମାତ୍‍-ସୋବାକୁ ଯାଇ ତାହା ପରାସ୍ତ କଲେ।
4 Li te bati Thadmor nan dezè a ak tout vil depo ke li te bati nan Hamath yo.
ପୁଣି ସେ ପ୍ରାନ୍ତରରେ ତଦ୍ମୋର ନଗର ଓ ହମାତ୍ତରେ ଭଣ୍ଡାର-ନଗରସବୁ ନିର୍ମାଣ କଲେ।
5 Anplis, li te bati Wo Beth-Horon an avèk Ba Beth-Horon an, vil fòtifye avèk miray, pòtay ak fè fòje;
ଆହୁରି ସେ ଉପରିସ୍ଥ ବେଥ୍-ହୋରଣ ଓ ନୀଚସ୍ଥ ବେଥ୍-ହୋରଣ, ପ୍ରାଚୀର-ବେଷ୍ଟିତ ଏହି ଦୁଇ ନଗର, ପ୍ରାଚୀର, ଦ୍ୱାର ଓ ଅର୍ଗଳ ସମେତ ନିର୍ମାଣ କଲେ;
6 avèk Baalath ak tout vil depo ke Salomon te genyen yo, tout vil pou cha li yo avèk vil pou chevalye yo ak tout sa ki te fè kè Salomon kontan pou bati nan Jérusalem, nan Liban ak nan tout peyi ki te anba règleman li yo.
ଆଉ ବାଲତ୍‍ ଓ ଶଲୋମନଙ୍କର ସମସ୍ତ ଭଣ୍ଡାର ନଗର ଓ ଆପଣାର ରଥମାନଙ୍କ ନିମନ୍ତେ ସମସ୍ତ ନଗର ଓ ଆପଣାର ଅଶ୍ୱାରୂଢ଼ମାନଙ୍କ ନିମନ୍ତେ ସମସ୍ତ ନଗର, ପୁଣି ଯିରୂଶାଲମରେ ଓ ଲିବାନୋନରେ ଓ ଆପଣା ଅଧିକୃତ ଦେଶର ସର୍ବତ୍ର ଆପଣାର ସନ୍ତୋଷାର୍ଥେ ଯାହା ଯାହା ନିର୍ମାଣ କରିବାକୁ ଶଲୋମନ ଇଚ୍ଛା କଲେ, ତାହାସବୁ ସେ ନିର୍ମାଣ କଲେ।
7 Tout moun nan pèp la ki te rete nan Etyen yo, Amoreyen yo, Ferezyen yo, Evyen yo, avèk Jebizyen ki pa t yon pati nan Israël,
ଯେଉଁମାନେ ଇସ୍ରାଏଲ ସନ୍ତାନ ନୁହନ୍ତି, ଏପରି ଯେସବୁ ହିତ୍ତୀୟ ଓ ଇମୋରୀୟ ଓ ପରିଷୀୟ ଓ ହିବ୍ବୀୟ ଓ ଯିବୂଷୀୟ ଲୋକ ଅବଶିଷ୍ଟ ରହିଥିଲେ,
8 ki te sòti nan desandan pa yo ki te kite nan peyi, ke fis Israël yo pa t detwi yo, yo menm, Salomon te fè yo leve kòm ouvriye kòve ki fèt jis rive jodi a.
ସେମାନଙ୍କ ଉତ୍ତାରେ ଦେଶରେ ଅବଶିଷ୍ଟ ସେମାନଙ୍କର ଯେଉଁ ସନ୍ତାନଗଣକୁ ଇସ୍ରାଏଲ-ସନ୍ତାନଗଣ ବିନାଶ କରି ନ ଥିଲେ, ସେମାନଙ୍କ ମଧ୍ୟରୁ ଆଜିଯାଏ ବେଠିକର୍ମ କରିବା ପାଇଁ ଶଲୋମନ ଦାସ ସଂଗ୍ରହ କଲେ।
9 Men Salomon pa t fè esklav pou travay li pami fis Israël yo. Yo te mesye lagè, chèf kapitèn li avèk kòmandan a cha li yo ak chevalye li yo.
ମାତ୍ର ଶଲୋମନ ଆପଣା କର୍ମ ପାଇଁ ଇସ୍ରାଏଲ-ସନ୍ତାନଗଣ ମଧ୍ୟରୁ କାହାକୁ ଦାସ କଲେ ନାହିଁ; ସେମାନେ ଯୋଦ୍ଧା ଓ ପ୍ରଧାନ ସେନାପତି, ପୁଣି ତାଙ୍କର ରଥ ଓ ଅଶ୍ୱାରୋହୀମାନଙ୍କର ଅଧ୍ୟକ୍ଷ ହୋଇଥିଲେ।
10 Sila yo te chèf prensipal a Wa Salomon; de san senkant yo ki te dirijan sou pèp la.
ଆଉ ଏମାନଙ୍କ ମଧ୍ୟରୁ ଦୁଇ ଶହ ପଚାଶ ଜଣ ଶଲୋମନ ରାଜାଙ୍କର ପ୍ରଧାନ ଅଧ୍ୟକ୍ଷ ଥିଲେ, ଏମାନେ ଲୋକମାନଙ୍କ ଉପରେ କର୍ତ୍ତୃତ୍ୱ କଲେ।
11 Salomon te mennen fè monte fi a Farawon an soti Jérusalem pou rive nan kay ke li te bati pou li a, paske li te di: “Madanm mwen p ap rete lakay David, wa Israël la, akoz plas yo kote lach SENYÈ a te ye a sen.”
ଏଉତ୍ତାରେ ଶଲୋମନ ଫାରୋର କନ୍ୟା ନିମନ୍ତେ ଯେଉଁ ଗୃହ ନିର୍ମାଣ କରିଥିଲେ, ସେହି ଗୃହକୁ ଦାଉଦ-ନଗରରୁ ତାହାକୁ ଆଣିଲେ; କାରଣ ସେ କହିଲେ, “ଆମ୍ଭର ଭାର୍ଯ୍ୟା ଇସ୍ରାଏଲର ରାଜା ଦାଉଦଙ୍କର ଗୃହରେ ବାସ କରିବ ନାହିଁ, ଯେହେତୁ ଯେଉଁ ଯେଉଁ ସ୍ଥାନକୁ ସଦାପ୍ରଭୁଙ୍କ ସିନ୍ଦୁକ ଆସିଅଛି, ସେସବୁ ସ୍ଥାନ ପବିତ୍ର।”
12 Salomon te ofri ofrann brile bay SENYÈ a, sou lotèl ke li te bati devan galri a.
ତହୁଁ ଶଲୋମନ ବାରଣ୍ଡା ସମ୍ମୁଖରେ ସଦାପ୍ରଭୁଙ୍କର ଯେଉଁ ଯଜ୍ଞବେଦି ନିର୍ମାଣ କରିଥିଲେ, ତହିଁ ଉପରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମବଳି ଉତ୍ସର୍ଗ କଲେ;
13 Sa te fèt selon règleman a chak jou. Li te ofri yo selon lòd Moïse pou Saba yo, nouvèl lin yo, fèt apwente yo twa fwa pa lan yo—Fèt Pen San Ledven an, Fèt Semèn Yo, ak Fèt Tonèl Yo.
ସେ ମୋଶାଙ୍କର ଆଜ୍ଞା ପ୍ରମାଣେ ବିଶ୍ରାମବାରରେ, ଅମାବାସ୍ୟାରେ ଓ ବର୍ଷକେ ତିନି ଥର ନିରୂପିତ ପର୍ବରେ, ଅର୍ଥାତ୍‍, ତାଡ଼ିଶୂନ୍ୟ ରୁଟିର ପର୍ବରେ, ସପ୍ତାହର ପର୍ବରେ ଓ ତମ୍ବୁବାସ ପର୍ବରେ ପ୍ରତି ଦିବସର କର୍ତ୍ତବ୍ୟତାର ପ୍ରୟୋଜନାନୁସାରେ ବଳି ଉତ୍ସର୍ଗ କଲେ।
14 Alò, selon règleman a papa li yo, David, li te chwazi divizyon a prèt yo pou sèvis pa yo, Levit yo pou devwa pa yo, pou fè lwanj e fè sèvis devan prèt yo selon règ a chak jou a, e gadyen pòtay pa divizyon pa yo nan chak pòtay. Paske se konsa David, nonm Bondye a, te konn kòmande sa.
ଆଉ, ସେ ଆପଣା ପିତା ଦାଉଦଙ୍କର ବିଧାନାନୁସାରେ ଯାଜକମାନଙ୍କ ସେବାକର୍ମାର୍ଥେ ସେମାନଙ୍କର ପାଳି ନିରୂପଣ କଲେ ଓ ପ୍ରତି ଦିବସର କର୍ତ୍ତବ୍ୟତାର ପ୍ରୟୋଜନାନୁସାରେ ପ୍ରଶଂସା ଓ ଯାଜକମାନଙ୍କ ସମ୍ମୁଖରେ ପରିଚର୍ଯ୍ୟା କରିବା ନିମନ୍ତେ ଲେବୀୟମାନଙ୍କୁ ଆପଣା ଆପଣା କାର୍ଯ୍ୟରେ ନିଯୁକ୍ତ କଲେ; ମଧ୍ୟ ଦ୍ୱାରପାଳମାନଙ୍କୁ ସେମାନଙ୍କ ପାଳି ଅନୁସାରେ ପ୍ରତ୍ୟେକ ଦ୍ୱାରରେ ନିଯୁକ୍ତ କଲେ; କାରଣ ପରମେଶ୍ୱରଙ୍କ ଲୋକ ଦାଉଦ ସେପରି ଆଜ୍ଞା କରିଥିଲେ।
15 Epi yo pa t varye menm nan lòd wa a ak prèt yo avèk Levit yo nan okenn fason ki te konsène kay depo trezò yo.
ଆଉ ସେମାନେ କୌଣସି ବିଷୟରେ ଅବା ଭଣ୍ଡାର ବିଷୟରେ ଯାଜକମାନଙ୍କ ପ୍ରତି ଓ ଲେବୀୟମାନଙ୍କ ପ୍ରତି ରାଜାଙ୍କର ଆଜ୍ଞା ଅନ୍ୟଥା କଲେ ନାହିଁ।
16 Konsa, tout travay a Salomon an te akonpli depi jou lakay SENYÈ a te etabli a, jiskaske li te fini. Konsa, lakay SENYÈ a te konplete.
ସଦାପ୍ରଭୁଙ୍କ ଗୃହର ଭିତ୍ତିମୂଳ ସ୍ଥାପନ ଦିନକୁ ଓ ତହିଁର ସମାପ୍ତି ପର୍ଯ୍ୟନ୍ତ ଶଲୋମନଙ୍କର ସମସ୍ତ କାର୍ଯ୍ୟ ପ୍ରସ୍ତୁତ ହୋଇଥିଲା। ଏହିରୂପେ ସଦାପ୍ରଭୁଙ୍କ ଗୃହ ସମ୍ପୂର୍ଣ୍ଣ ହେଲା।
17 Konsa, Salomon te ale kote Etsjon-Guéber ak Élath sou lanmè peyi Édom an.
ସେତେବେଳେ ଶଲୋମନ ଇଦୋମ୍‍ ଦେଶର ସମୁଦ୍ରତୀରସ୍ଥ ଇତ୍‍ସିୟୋନ-ଗେବରକୁ ଓ ଏଲତ୍‍କୁ ଗଲେ।
18 Epi Huram, pa sèvitè li yo te voye bato kote li avèk sèvitè ki te konnen lanmè yo. Yo te ale avèk sèvitè a Salomon yo nan Ophir e yo te pran soti la, kat-san-senkant talan lò pou te pote yo kote Wa Salomon an.
ତହୁଁ ହୂରମ୍‍ ଆପଣା ଦାସମାନଙ୍କ ହସ୍ତରେ ତାଙ୍କ ନିକଟକୁ ଜାହାଜ ଓ ସାମୁଦ୍ରିକ କାର୍ଯ୍ୟ ଜାଣିଥିବା ଦାସମାନଙ୍କୁ ପଠାଇଲା; ପୁଣି ସେମାନେ ଶଲୋମନଙ୍କର ଦାସମାନଙ୍କ ସଙ୍ଗେ ଓଫୀରକୁ ଯାଇ ସେଠାରୁ ଶଲୋମନ ରାଜାଙ୍କ ନିକଟକୁ ଚାରି ଶହ ପଚାଶ ତାଳନ୍ତ ସୁନା ଆଣିଲେ।

< 2 Istwa 8 >