< Προς Κορινθιους Α΄ 7 >

1 περι δε ων εγραψατε καλον ανθρωπω γυναικος μη απτεσθαι
ତୁମ୍ଭେମାନେ ଯେଉଁ ସବୁ ବିଷୟ ଲେଖିଅଛ, ସେହି ସବୁର ଉତ୍ତର ଏହି, ସ୍ତ୍ରୀଲୋକକୁ ସ୍ପର୍ଶ ନ କରିବା ପୁରୁଷ ପକ୍ଷରେ ଭଲ;
2 δια δε τας πορνειας εκαστος την εαυτου γυναικα εχετω και εκαστη τον ιδιον ανδρα εχετω
କିନ୍ତୁ ବ୍ୟଭିଚାର ଭୟ ହେତୁ ପ୍ରତ୍ୟେକ ପୁରୁଷର ନିଜର ଭାର୍ଯ୍ୟା ଥାଉ, ଆଉ ପ୍ରତ୍ୟେକ ସ୍ତ୍ରୀର ନିଜର ସ୍ୱାମୀ ଥାଉ।
3 τη γυναικι ο ανηρ την οφειλην αποδιδοτω ομοιως δε και η γυνη τω ανδρι
ସ୍ୱାମୀ ସ୍ତ୍ରୀକୁ ତାହାର ପ୍ରାପ୍ୟ ଦେଉ, ପୁଣି, ସେହି ପ୍ରକାରେ ମଧ୍ୟ ସ୍ତ୍ରୀ ସ୍ୱାମୀକୁ ତାହାର ପ୍ରାପ୍ୟ ଦେଉ।
4 η γυνη του ιδιου σωματος ουκ εξουσιαζει αλλα ο ανηρ ομοιως δε και ο ανηρ του ιδιου σωματος ουκ εξουσιαζει αλλα η γυνη
ଭାର୍ଯ୍ୟାର ଆପଣା ଶରୀର ଉପରେ ଅଧିକାର ନାହିଁ, କିନ୍ତୁ ସ୍ୱାମୀର ଅଛି; ସେହି ପ୍ରକାରେ ମଧ୍ୟ ସ୍ୱାମୀର ଆପଣା ଶରୀର ଉପରେ ଅଧିକାର ନାହିଁ, କିନ୍ତୁ ଭାର୍ଯ୍ୟାର ଅଛି।
5 μη αποστερειτε αλληλους ει μητι {VAR1: [αν] } {VAR2: αν } εκ συμφωνου προς καιρον ινα σχολασητε τη προσευχη και παλιν επι το αυτο ητε ινα μη πειραζη υμας ο σατανας δια την ακρασιαν {VAR1: [υμων] } {VAR2: υμων }
ପରସ୍ପରକୁ ବଞ୍ଚିତ ନ କର; କେଜାଣି ପ୍ରାର୍ଥନା ନିମନ୍ତେ ଅବକାଶ ପାଇବା ପାଇଁ ଉଭୟ ଏକ ପରାମର୍ଶ ହୋଇ ଅଳ୍ପ କାଳ ପୃଥକ ରହି ପାର; ଆଉ, ତୁମ୍ଭମାନଙ୍କ ଇନ୍ଦ୍ରିୟ ଦମନ ଅଭାବ ହେତୁ ଶୟତାନ ଯେପରି ତୁମ୍ଭମାନଙ୍କୁ ପରୀକ୍ଷା ନ କରେ, ଏଥିପାଇଁ ପୁନର୍ବାର ଏକତ୍ର ହୁଅ।
6 τουτο δε λεγω κατα συγγνωμην ου κατ επιταγην
କିନ୍ତୁ ମୁଁ ଆଜ୍ଞା ଦେଲା ପରି ନ କହି ପରାମର୍ଶ ଦେଲା ପରି ଏହା କହେ।
7 θελω δε παντας ανθρωπους ειναι ως και εμαυτον αλλα εκαστος ιδιον εχει χαρισμα εκ θεου ο μεν ουτως ο δε ουτως
ତଥାପି, ଯେପରି ସବୁ ଲୋକ ମୋହରି ପରି ହୁଅନ୍ତି, ଏହା ମୋହର ଇଚ୍ଛା। ମାତ୍ର କେହି ଏପ୍ରକାର, କେହି ସେପ୍ରକାର, ପ୍ରତ୍ୟେକ ଜଣ ଈଶ୍ବରଙ୍କଠାରୁ ଦାନ ପାଇଅଛି।
8 λεγω δε τοις αγαμοις και ταις χηραις καλον αυτοις εαν μεινωσιν ως καγω
କିନ୍ତୁ ମୁଁ ଅବିବାହିତ ଓ ବିଧବାମାନଙ୍କୁ କହେ, ସେମାନେ ମୋʼ ପରି ରହିଲେ ସେମାନଙ୍କ ପକ୍ଷରେ ଭଲ।
9 ει δε ουκ εγκρατευονται γαμησατωσαν κρειττον γαρ εστιν {VAR1: γαμειν } {VAR2: γαμησαι } η πυρουσθαι
ମାତ୍ର ଯଦି ସେମାନେ ଇନ୍ଦ୍ରିୟ ଦମନ କରି ନ ପାରନ୍ତି, ତେବେ ବିବାହ କରନ୍ତୁ କାରଣ କାମାନଳରେ ଦଗ୍ଧ ହେବା ଅପେକ୍ଷା ବିବାହ କରିବା ଭଲ।
10 τοις δε γεγαμηκοσιν παραγγελλω ουκ εγω αλλα ο κυριος γυναικα απο ανδρος μη χωρισθηναι
କିନ୍ତୁ ବିବାହିତମାନଙ୍କୁ ମୁଁ ଆଜ୍ଞା ଦିଏ, ମୁଁ ନୁହେଁ, ମାତ୍ର ପ୍ରଭୁ ଆଜ୍ଞା ଦିଅନ୍ତି, ଭାର୍ଯ୍ୟା ଆପଣା ସ୍ୱାମୀକୁ ପରିତ୍ୟାଗ ନ କରୁ,
11 εαν δε και χωρισθη μενετω αγαμος η τω ανδρι καταλλαγητω και ανδρα γυναικα μη αφιεναι
(କିନ୍ତୁ ଯଦି ସେ ସ୍ୱାମୀଠାରୁ ପୃଥକ୍ ହୁଏ, ତେବେ ସେ ଆଉ ବିବାହ ନ କରୁ, ଅଥବା ଆପଣା ସ୍ୱାମୀ ସହିତ ମିଳିତ ହେଉ), ପୁଣି, ସ୍ୱାମୀ ଆପଣା ଭାର୍ଯ୍ୟାକୁ ପରିତ୍ୟାଗ ନ କରୁ।
12 τοις δε λοιποις λεγω εγω ουχ ο κυριος ει τις αδελφος γυναικα εχει απιστον και αυτη συνευδοκει οικειν μετ αυτου μη αφιετω αυτην
କିନ୍ତୁ ଅନ୍ୟ ସମସ୍ତଙ୍କୁ ମୁଁ କହେ (ପ୍ରଭୁ କହନ୍ତି ନାହିଁ), ଯଦି କୌଣସି ଭାଇର ଅବିଶ୍ୱାସିନୀ ଭାର୍ଯ୍ୟା ଥାଏ, ଆଉ ସେ ତାହାର ସହିତ ବାସ କରିବାକୁ ସମ୍ମତ ହୁଏ, ତାହାହେଲେ ସେ ତାହାକୁ ପରିତ୍ୟାଗ ନ କରୁ।
13 και γυνη {VAR1: ητις } {VAR2: ει τις } εχει ανδρα απιστον και ουτος συνευδοκει οικειν μετ αυτης μη αφιετω τον ανδρα
ପୁଣି, ଯେଉଁ ସ୍ତ୍ରୀର ଅବିଶ୍ୱାସୀ ସ୍ୱାମୀ ଥାଏ, ଆଉ ସେ ତାହାର ସହିତ ବାସ କରିବାକୁ ସମ୍ମତ ହୁଏ, ସେ ଆପଣା ସ୍ୱାମୀକୁ ପରିତ୍ୟାଗ ନ କରୁ।
14 ηγιασται γαρ ο ανηρ ο απιστος εν τη γυναικι και ηγιασται η γυνη η απιστος εν τω αδελφω επει αρα τα τεκνα υμων ακαθαρτα εστιν νυν δε αγια εστιν
କାରଣ ଅବିଶ୍ୱାସୀ ସ୍ୱାମୀ ବିଶ୍ୱାସୀ ଭାର୍ଯ୍ୟା ହେତୁ ପବିତ୍ର କରାଯାଇଅଛି, ଆଉ ଅବିଶ୍ୱାସିନୀ ଭାର୍ଯ୍ୟା ବିଶ୍ୱାସୀ ସ୍ୱାମୀ ହେତୁ ପବିତ୍ର କରାଯାଇଅଛି; ତାହା ନ ହେଲେ ତୁମ୍ଭମାନଙ୍କ ସନ୍ତାନମାନେ ଅଶୁଚି ହୁଅନ୍ତେ, କିନ୍ତୁ ଏବେ ସେମାନେ ପବିତ୍ର।
15 ει δε ο απιστος χωριζεται χωριζεσθω ου δεδουλωται ο αδελφος η η αδελφη εν τοις τοιουτοις εν δε ειρηνη κεκληκεν υμας ο θεος
ତଥାପି ଯଦି ଅବିଶ୍ୱାସୀ ପୃଥକ୍ ହେବାକୁ ଇଚ୍ଛା କରେ, ତେବେ ସେ ପୃଥକ୍ ହେଉ; ଏପରି ସ୍ଥଳେ ସେହି ଭାଇ ବା ଭଉଣୀ ଆବଦ୍ଧ ନୁହଁନ୍ତି; ଈଶ୍ବର ତୁମ୍ଭମାନଙ୍କୁ ଶାନ୍ତିରେ ଆଚରଣ କରିବାକୁ ଆହ୍ୱାନ କରିଅଛନ୍ତି।
16 τι γαρ οιδας γυναι ει τον ανδρα σωσεις η τι οιδας ανερ ει την γυναικα σωσεις
ଯେଣୁ ହେ ସ୍ତ୍ରୀ, ତୁମ୍ଭେ ଯେ ଆପଣା ସ୍ୱାମୀର ପରିତ୍ରାଣର କାରଣ ହେବ, ଏହା କଅଣ ଜାଣ? କିମ୍ବା ହେ ସ୍ୱାମୀ, ତୁମ୍ଭେ ଯେ ଆପଣା ଭାର୍ଯ୍ୟାର ପରିତ୍ରାଣର କାରଣ ହେବ, ଏହା କଅଣ ଜାଣ?
17 ει μη εκαστω ως {VAR1: μεμερικεν } {VAR2: εμερισεν } ο κυριος εκαστον ως κεκληκεν ο θεος ουτως περιπατειτω και ουτως εν ταις εκκλησιαις πασαις διατασσομαι
କେବଳ ପ୍ରଭୁ ଯାହାକୁ ଯେପରି ଦାନ ବିତରଣ କରିଅଛନ୍ତି, ଈଶ୍ବର ପ୍ରତ୍ୟେକକୁ ଯେଉଁ ଅବସ୍ଥାରେ ଆହ୍ୱାନ କରିଅଛନ୍ତି, ସେ ସେହିପରି ଆଚରଣ କରୁ। ମୁଁ ସମସ୍ତ ମଣ୍ଡଳୀରେ ଏହି ପ୍ରକାର ଆଦେଶ ଦିଏ।
18 περιτετμημενος τις εκληθη μη επισπασθω εν ακροβυστια κεκληται τις μη περιτεμνεσθω
କେହି କି ସୁନ୍ନତ ଅବସ୍ଥାରେ ଆହୂତ ହୋଇଅଛି? ସେ ଅସୁନ୍ନତି ପରି ଦେଖାଯିବାକୁ ଚେଷ୍ଟା ନ କରୁ। କେହି କି ଅସୁନ୍ନତ ଅବସ୍ଥାରେ ଆହୂତ ହୋଇଅଛି? ସେ ସୁନ୍ନତି ନ ହେଉ।
19 η περιτομη ουδεν εστιν και η ακροβυστια ουδεν εστιν αλλα τηρησις εντολων θεου
ସୁନ୍ନତ କିଛି ନୁହେଁ, ପୁଣି, ଅସୁନ୍ନତ କିଛି ନୁହେଁ, କେବଳ ଈଶ୍ବରଙ୍କ ଆଜ୍ଞା ପାଳନ ହିଁ ସାର।
20 εκαστος εν τη κλησει η εκληθη εν ταυτη μενετω
ପ୍ରତ୍ୟେକ ଜଣ ଯେଉଁ ଅବସ୍ଥାରେ ଆହୂତ ହୋଇଅଛି, ସେ ସେଥିରେ ଥାଉ।
21 δουλος εκληθης μη σοι μελετω αλλ ει και δυνασαι ελευθερος γενεσθαι μαλλον χρησαι
ତୁମ୍ଭେ କି ଦାସ ହୋଇ ଆହୂତ ହୋଇଅଛ? ଚିନ୍ତା କର ନାହିଁ; ମାତ୍ର ଯେବେ ମୁକ୍ତ ହୋଇପାର, ତେବେ ବରଂ ସୁଯୋଗ ଅବଲମ୍ବନ କର।
22 ο γαρ εν κυριω κληθεις δουλος απελευθερος κυριου εστιν ομοιως ο ελευθερος κληθεις δουλος εστιν χριστου
କାରଣ ଯେ ଦାସ ହୋଇ ପ୍ରଭୁଙ୍କଠାରେ ଆହୂତ ହୋଇଅଛି, ସେ ପ୍ରଭୁଙ୍କ ମୁକ୍ତ ଲୋକ; ସେହି ପ୍ରକାରେ ଯେ ମୁକ୍ତ ହୋଇ ଅାହୂତ ହୋଇଅଛି, ସେ ଖ୍ରୀଷ୍ଟଙ୍କ ଦାସ।
23 τιμης ηγορασθητε μη γινεσθε δουλοι ανθρωπων
ଈଶ୍ବର ତୁମ୍ଭମାନଙ୍କୁ ବିଶେଷ ମୂଲ୍ୟରେ କିଣିଅଛନ୍ତି, ସେଥିପାଇଁ ମନୁଷ୍ୟର ଦାସ ହୁଅ ନାହିଁ।
24 εκαστος εν ω εκληθη αδελφοι εν τουτω μενετω παρα θεω
ହେ ଭାଇମାନେ, ପ୍ରତ୍ୟେକ ଜଣ ଯେଉଁ ଅବସ୍ଥାରେ ଆହୂତ ହୋଇଅଛି, ସେ ଈଶ୍ବରଙ୍କ ସହଭାଗିତାରେ ସେହି ଅବସ୍ଥାରେ ଥାଉ।
25 περι δε των παρθενων επιταγην κυριου ουκ εχω γνωμην δε διδωμι ως ηλεημενος υπο κυριου πιστος ειναι
କୁମାରୀମାନଙ୍କ ବିଷୟରେ ମୁଁ ପ୍ରଭୁଙ୍କଠାରୁ କୌଣସି ଆଜ୍ଞା ପାଇ ନାହିଁ; କିନ୍ତୁ ପ୍ରଭୁଙ୍କ ଦୟାରେ ବିଶ୍ୱାସପାତ୍ର ହୋଇ ନିଜର ମତ ଦେଉଅଛି।
26 νομιζω ουν τουτο καλον υπαρχειν δια την ενεστωσαν αναγκην οτι καλον ανθρωπω το ουτως ειναι
ମୁଁ ମନେ କରେ ଯେ, ମନୁଷ୍ୟ ଯେପରି ଅଛି, ଆସନ୍ନ ଦୁର୍ଦ୍ଦଶା ହେତୁ ସେହିପରି ରହିବା ଭଲ।
27 δεδεσαι γυναικι μη ζητει λυσιν λελυσαι απο γυναικος μη ζητει γυναικα
ତୁମ୍ଭେ କି ଭାର୍ଯ୍ୟା ସହିତ ଆବଦ୍ଧ? ତେବେ ମୁକ୍ତ ହେବା ପାଇଁ ଚେଷ୍ଟା କର ନାହିଁ। ତୁମ୍ଭେ କି ଭାର୍ଯ୍ୟାଠାରୁ ମୁକ୍ତ? ତେବେ ଭାର୍ଯ୍ୟା ପାଇବାକୁ ଚେଷ୍ଟା କର ନାହିଁ।
28 εαν δε και γαμησης ουχ ημαρτες και εαν γημη {VAR1: [η] } {VAR2: η } παρθενος ουχ ημαρτεν θλιψιν δε τη σαρκι εξουσιν οι τοιουτοι εγω δε υμων φειδομαι
କିନ୍ତୁ ଯଦି ତୁମ୍ଭେ ବିବାହ କରିଅଛ, ତାହାହେଲେ ସୁଦ୍ଧା ପାପ କରି ନାହଁ; ଆଉ ଯଦି କୁମାରୀ ବିବାହ କରିଅଛି, ତାହାହେଲେ ସେ ପାପ କରି ନାହିଁ। ତଥାପି ଏପରି ଲୋକେ ଶରୀରରେ କ୍ଳେଶ ଭୋଗିବେ ଆଉ ତୁମ୍ଭେମାନେ ଯେପରି ସେଥିରୁ ରକ୍ଷା ପାଅ, ଏହା ମୋହର ଇଚ୍ଛା।
29 τουτο δε φημι αδελφοι ο καιρος συνεσταλμενος εστιν το λοιπον ινα και οι εχοντες γυναικας ως μη εχοντες ωσιν
କିନ୍ତୁ ହେ ଭାଇମାନେ, ମୋʼ କଥାର ଭାବ ଏହି, ସମୟ ଅତି ଅଳ୍ପ, ଏଣୁ ଯେଉଁମାନଙ୍କର ଭାର୍ଯ୍ୟା ଅଛି, ସେମାନେ ଭାର୍ଯ୍ୟା ନ ଥିଲା ପରି ହୁଅନ୍ତୁ।
30 και οι κλαιοντες ως μη κλαιοντες και οι χαιροντες ως μη χαιροντες και οι αγοραζοντες ως μη κατεχοντες
ଆଉ, ଯେଉଁମାନେ ରୋଦନ କରନ୍ତି, ସେମାନେ ରୋଦନ ନ କରିବା ଲୋକ ପରି ହୁଅନ୍ତୁ; ପୁଣି, ଯେଉଁମାନେ ଆନନ୍ଦ କରନ୍ତି, ସେମାନେ ଆନନ୍ଦ ନ କରିବା ଲୋକ ପରି ହୁଅନ୍ତୁ; ଯେଉଁମାନେ କ୍ରୟ କରନ୍ତି, ସେମାନେ ଅନଧିକାରୀ ଲୋକ ପରି ହୁଅନ୍ତୁ;
31 και οι χρωμενοι τον κοσμον ως μη καταχρωμενοι παραγει γαρ το σχημα του κοσμου τουτου
ଆଉ, ଯେଉଁମାନେ ଜଗତର ବିଷୟ ଭୋଗ କରନ୍ତି, ସେମାନେ ଭୋଗ ନ କରିବା ଲୋକ ପରି ହୁଅନ୍ତୁ; କାରଣ ଏହି ଜଗତର ରୂପ ପରିବର୍ତ୍ତିତ ହେଉଅଛି।
32 θελω δε υμας αμεριμνους ειναι ο αγαμος μεριμνα τα του κυριου πως αρεση τω κυριω
କିନ୍ତୁ ତୁମ୍ଭେମାନେ ଯେପରି ଚିନ୍ତିତ ନ ହୁଅ, ଏହା ମୋହର ଇଚ୍ଛା। ଯେ ଅବିବାହିତ, ସେ କିପରି ପ୍ରଭୁଙ୍କର ସନ୍ତୋଷପାତ୍ର ହେବ, ଏଥିପାଇଁ ପ୍ରଭୁଙ୍କ ବିଷୟ ଘେନି ଚିନ୍ତିତ ହୁଏ;
33 ο δε γαμησας μεριμνα τα του κοσμου πως αρεση τη γυναικι
କିନ୍ତୁ ଯେ ବିବାହିତ, ସେ କିପରି ଆପଣା ଭାର୍ଯ୍ୟାର ସନ୍ତୋଷପାତ୍ର ହେବ, ସେଥିପାଇଁ ସେ ସଂସାର ବିଷୟ ଘେନି ଚିନ୍ତିତ ହୁଏ, ଆଉ ତାହାର ମନ ବିଭକ୍ତ ହୁଏ।
34 και μεμερισται και η γυνη η αγαμος και η παρθενος μεριμνα τα του κυριου ινα η αγια {VAR1: [και] } {VAR2: και } τω σωματι και τω πνευματι η δε γαμησασα μεριμνα τα του κοσμου πως αρεση τω ανδρι
ଅବିବାହିତ ସ୍ତ୍ରୀ ଓ କୁମାରୀ ଶରୀର ଓ ଆତ୍ମାରେ ପବିତ୍ର ହେବା ନିମନ୍ତେ ପ୍ରଭୁଙ୍କ ବିଷୟ ଘେନି ଚିନ୍ତିତ ହୁଅନ୍ତି; କିନ୍ତୁ ଯେ ବିବାହିତା, ସେ କିପରି ଆପଣା ସ୍ୱାମୀର ସନ୍ତୋଷପାତ୍ର ହେବ, ସେଥିପାଇଁ ସଂସାର ବିଷୟ ଘେନି ଚିନ୍ତିତ ହୁଏ।
35 τουτο δε προς το υμων αυτων συμφορον λεγω ουχ ινα βροχον υμιν επιβαλω αλλα προς το ευσχημον και ευπαρεδρον τω κυριω απερισπαστως
ଏହି କଥା ମୁଁ ତୁମ୍ଭମାନଙ୍କ ନିଜ ହିତ ନିମନ୍ତେ କହୁଅଛି, ତୁମ୍ଭମାନଙ୍କୁ ବନ୍ଧନରେ ଆବଦ୍ଧ କରିବାକୁ କହୁ ନାହିଁ, ମାତ୍ର ତୁମ୍ଭେମାନେ ଯେପରି ଶିଷ୍ଟାଚରଣ କରି ଏକାଗ୍ର ମନରେ ପ୍ରଭୁଙ୍କଠାରେ ନିବିଷ୍ଟ ଥାଅ, ଏଥିପାଇଁ କହୁଅଛି।
36 ει δε τις ασχημονειν επι την παρθενον αυτου νομιζει εαν η υπερακμος και ουτως οφειλει γινεσθαι ο θελει ποιειτω ουχ αμαρτανει γαμειτωσαν
କିନ୍ତୁ, ଯଦି କୌଣସି ଲୋକ ବିବାହ ପାଇଁ ନିଜ ବାଗ୍‌ଦତ୍ତା କନ୍ୟାର ଯୌବନାବସ୍ଥା ଗତ ହୋଇଅଛି, ଆଉ ସେ ତାହା ପ୍ରତି ଅନୁଚିତ ବ୍ୟବହାର କରୁଅଛି ବୋଲି ମନେ କରେ, ତେବେ ଆବଶ୍ୟକ ବୋଧ କଲେ ସେ ଯାହା ଇଚ୍ଛା, ତାହା କରୁ; ସେଥିରେ ପାପ ନାହିଁ; ସେମାନେ ବିବାହ କରନ୍ତୁ।
37 ος δε εστηκεν εν τη καρδια αυτου εδραιος μη εχων αναγκην εξουσιαν δε εχει περι του ιδιου θεληματος και τουτο κεκρικεν εν τη ιδια καρδια τηρειν την εαυτου παρθενον καλως ποιησει
କିନ୍ତୁ ଯେ ହୃଦୟରେ ସ୍ଥିର ଥାଏ, ଆଉ ଆବଶ୍ୟକତା ବୋଧ ନ କରେ, ପୁଣି, ଯାହାର ଆପଣା ଇଚ୍ଛାନୁସାରେ କରିବାକୁ ଅଧିକାର ଥାଏ, ଆଉ ଯେ ଆପଣା କନ୍ୟାକୁ କୁମାରୀ ରଖିବା ନିମନ୍ତେ ହୃଦୟରେ ସ୍ଥିର କରିଥାଏ, ସେ ଭଲ କରେ।
38 ωστε και ο γαμιζων την εαυτου παρθενον καλως ποιει και ο μη γαμιζων κρεισσον ποιησει
ଏଣୁ ଯେ ଆପଣା କୁମାରୀ କନ୍ୟାକୁ ବିବାହ ଦିଏ, ସେ ଭଲ କରେ, ପୁଣି, ଯେ ବିବାହ ନ ଦିଏ, ସେ ଆହୁରି ଭଲ କରେ।
39 γυνη δεδεται εφ οσον χρονον ζη ο ανηρ αυτης εαν δε κοιμηθη ο ανηρ ελευθερα εστιν ω θελει γαμηθηναι μονον εν κυριω
ସ୍ୱାମୀ ଜୀବିତ ଥିବା ପର୍ଯ୍ୟନ୍ତ ଭାର୍ଯ୍ୟା ଆବଦ୍ଧ ଥାଏ; କିନ୍ତୁ ଯଦି ସ୍ୱାମୀ ମୃତ, ତେବେ ଭାର୍ଯ୍ୟା ପ୍ରଭୁଙ୍କଠାରେ ବିଶ୍ୱାସୀ ଯାହାକୁ ଇଚ୍ଛା, ତାହାକୁ ବିବାହ କରିବା ପାଇଁ ସ୍ୱାଧୀନ।
40 μακαριωτερα δε εστιν εαν ουτως μεινη κατα την εμην γνωμην δοκω {VAR1: γαρ } {VAR2: δε } καγω πνευμα θεου εχειν
କିନ୍ତୁ ସେ ଅବିବାହିତ ହୋଇ ରହିଲେ ଅଧିକ ସୁଖୀ ହେବ, ଏହା ମୋହର ମତ, ଆଉ ମୁଁ ମଧ୍ୟ ଈଶ୍ବରଙ୍କ ଆତ୍ମା ପାଇଅଛି ବୋଲି ମନେ କରେ।

< Προς Κορινθιους Α΄ 7 >