< Λευϊτικόν 23 >
1 καὶ εἶπεν κύριος πρὸς Μωυσῆν λέγων
ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ,
2 λάλησον τοῖς υἱοῖς Ισραηλ καὶ ἐρεῖς πρὸς αὐτούς αἱ ἑορταὶ κυρίου ἃς καλέσετε αὐτὰς κλητὰς ἁγίας αὗταί εἰσιν ἑορταί μου
“ତୁମ୍ଭେ ଇସ୍ରାଏଲ-ସନ୍ତାନଗଣକୁ କୁହ, ତୁମ୍ଭେମାନେ ସଦାପ୍ରଭୁଙ୍କର ଯେଉଁ ସକଳ ନିରୂପିତ ପର୍ବ ପବିତ୍ର ସଭା ବୋଲି ଘୋଷଣା କରିବ, ଆମ୍ଭର ସେହି ସକଳ ପର୍ବ ଏହି।
3 ἓξ ἡμέρας ποιήσεις ἔργα καὶ τῇ ἡμέρᾳ τῇ ἑβδόμῃ σάββατα ἀνάπαυσις κλητὴ ἁγία τῷ κυρίῳ πᾶν ἔργον οὐ ποιήσεις σάββατά ἐστιν τῷ κυρίῳ ἐν πάσῃ κατοικίᾳ ὑμῶν
ଛଅ ଦିନ କର୍ମ କରାଯିବ; ମାତ୍ର ସପ୍ତମ ଦିନ ମହା ବିଶ୍ରାମ, ଅର୍ଥାତ୍, ପବିତ୍ର ସଭା ହେବ; ତୁମ୍ଭେମାନେ କୌଣସି ପ୍ରକାର କର୍ମ କରିବ ନାହିଁ; ତାହା ତୁମ୍ଭମାନଙ୍କର ସମସ୍ତ ନିବାସ ସ୍ଥାନରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ବିଶ୍ରାମ ଦିନ ହେବ।
4 αὗται αἱ ἑορταὶ τῷ κυρίῳ κληταὶ ἅγιαι ἃς καλέσετε αὐτὰς ἐν τοῖς καιροῖς αὐτῶν
ତୁମ୍ଭେମାନେ ନିରୂପିତ ସମୟରେ ସଦାପ୍ରଭୁଙ୍କ ସ୍ଥାପିତ ପର୍ବ, ଅର୍ଥାତ୍, ପବିତ୍ର ସଭା ବୋଲି ଯାହା ଘୋଷଣା କରିବ, ତାହା ଏହି।
5 ἐν τῷ πρώτῳ μηνὶ ἐν τῇ τεσσαρεσκαιδεκάτῃ ἡμέρᾳ τοῦ μηνὸς ἀνὰ μέσον τῶν ἑσπερινῶν πάσχα τῷ κυρίῳ
ପ୍ରଥମ ମାସରେ, ମାସର ଚତୁର୍ଦ୍ଦଶ ଦିନର ସନ୍ଧ୍ୟା ସମୟରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନିସ୍ତାର ପର୍ବ ହେବ।
6 καὶ ἐν τῇ πεντεκαιδεκάτῃ ἡμέρᾳ τοῦ μηνὸς τούτου ἑορτὴ τῶν ἀζύμων τῷ κυρίῳ ἑπτὰ ἡμέρας ἄζυμα ἔδεσθε
ପୁଣି, ସେହି ମାସର ପଞ୍ଚଦଶ ଦିନରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ତାଡ଼ିଶୂନ୍ୟ ରୁଟିର ପର୍ବ ହେବ; ସାତ ଦିନ ଯାଏ ତୁମ୍ଭେମାନେ ତାଡ଼ିଶୂନ୍ୟ ରୁଟି ଭୋଜନ କରିବ।
7 καὶ ἡ ἡμέρα ἡ πρώτη κλητὴ ἁγία ἔσται ὑμῖν πᾶν ἔργον λατρευτὸν οὐ ποιήσετε
ପ୍ରଥମ ଦିନ ତୁମ୍ଭମାନଙ୍କର ପବିତ୍ର ସଭା ହେବ; ତୁମ୍ଭେମାନେ କୌଣସି ବ୍ୟବସାୟ କର୍ମ କରିବ ନାହିଁ।
8 καὶ προσάξετε ὁλοκαυτώματα τῷ κυρίῳ ἑπτὰ ἡμέρας καὶ ἡ ἑβδόμη ἡμέρα κλητὴ ἁγία ἔσται ὑμῖν πᾶν ἔργον λατρευτὸν οὐ ποιήσετε
ମାତ୍ର ତୁମ୍ଭେମାନେ ସାତ ଦିନ ପର୍ଯ୍ୟନ୍ତ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ଉତ୍ସର୍ଗ କରିବ; ସପ୍ତମ ଦିନରେ ପବିତ୍ର ସଭା ହେବ; ତୁମ୍ଭେମାନେ କୌଣସି ବ୍ୟବସାୟ କର୍ମ କରିବ ନାହିଁ।”
9 καὶ ἐλάλησεν κύριος πρὸς Μωυσῆν λέγων
ଆହୁରି ସଦାପ୍ରଭୁ ମୋଶାଙ୍କୁ କହିଲେ,
10 εἰπὸν τοῖς υἱοῖς Ισραηλ καὶ ἐρεῖς πρὸς αὐτούς ὅταν εἰσέλθητε εἰς τὴν γῆν ἣν ἐγὼ δίδωμι ὑμῖν καὶ θερίζητε τὸν θερισμὸν αὐτῆς καὶ οἴσετε δράγμα ἀπαρχὴν τοῦ θερισμοῦ ὑμῶν πρὸς τὸν ἱερέα
“ତୁମ୍ଭେ ଇସ୍ରାଏଲ-ସନ୍ତାନଗଣକୁ କୁହ, ଆମ୍ଭେ ତୁମ୍ଭମାନଙ୍କୁ ଯେଉଁ ଦେଶ ଦେବା, ସେହି ଦେଶରେ ପ୍ରବେଶ କରି ଯେତେବେଳେ ତୁମ୍ଭେମାନେ ଶସ୍ୟ କାଟିବ, ସେତେବେଳେ ତୁମ୍ଭମାନଙ୍କର ପ୍ରଥମ କଟା ଶସ୍ୟର ଏକ ବିଡ଼ା ଯାଜକ ନିକଟକୁ ଆଣିବ।
11 καὶ ἀνοίσει τὸ δράγμα ἔναντι κυρίου δεκτὸν ὑμῖν τῇ ἐπαύριον τῆς πρώτης ἀνοίσει αὐτὸ ὁ ἱερεύς
ତହିଁରେ ତୁମ୍ଭମାନଙ୍କ ପକ୍ଷରେ ଗ୍ରାହ୍ୟ ହେବା ନିମନ୍ତେ ସଦାପ୍ରଭୁଙ୍କ ସମ୍ମୁଖରେ ସେହି ବିଡ଼ା ଦୋଳାଇବ; ବିଶ୍ରାମବାରର ପରଦିନ ଯାଜକ ତାହା ଦୋଳାଇବ।
12 καὶ ποιήσετε ἐν τῇ ἡμέρᾳ ἐν ᾗ ἂν φέρητε τὸ δράγμα πρόβατον ἄμωμον ἐνιαύσιον εἰς ὁλοκαύτωμα τῷ κυρίῳ
ପୁଣି, ଯେଉଁ ଦିନ ତୁମ୍ଭେମାନେ ସେହି ବିଡ଼ା ଦୋଳାଇବ, ସେହି ଦିନ ତୁମ୍ଭେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମ ନିମନ୍ତେ ପ୍ରଥମବର୍ଷୀୟ ନିଖୁନ୍ତ ଏକ ମେଷବତ୍ସ ଉତ୍ସର୍ଗ କରିବ।
13 καὶ τὴν θυσίαν αὐτοῦ δύο δέκατα σεμιδάλεως ἀναπεποιημένης ἐν ἐλαίῳ θυσία τῷ κυρίῳ ὀσμὴ εὐωδίας κυρίῳ καὶ σπονδὴν αὐτοῦ τὸ τέταρτον τοῦ ιν οἴνου
ପୁଣି, ଐଫାର ଦୁଇ ଦଶମାଂଶ ତୈଳ ମିଶ୍ରିତ ସରୁ ମଇଦା ତହିଁର ଭକ୍ଷ୍ୟ ନୈବେଦ୍ୟ ହେବ, ତାହା ତୁଷ୍ଟିଜନକ ଆଘ୍ରାଣାର୍ଥେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ହେବ; ଆଉ, ଏକ ହିନ୍ ଦ୍ରାକ୍ଷାରସର ଚତୁର୍ଥାଂଶ ତହିଁର ପେୟ-ନୈବେଦ୍ୟ ହେବ।
14 καὶ ἄρτον καὶ πεφρυγμένα χίδρα νέα οὐ φάγεσθε ἕως εἰς αὐτὴν τὴν ἡμέραν ταύτην ἕως ἂν προσενέγκητε ὑμεῖς τὰ δῶρα τῷ θεῷ ὑμῶν νόμιμον αἰώνιον εἰς τὰς γενεὰς ὑμῶν ἐν πάσῃ κατοικίᾳ ὑμῶν
ପୁଣି, ତୁମ୍ଭେମାନେ ଯେଉଁ ଦିନ ପର୍ଯ୍ୟନ୍ତ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଏହି ଉପହାର ଆଣି ନାହଁ, ସେହି ଦିନ ପର୍ଯ୍ୟନ୍ତ ତୁମ୍ଭେମାନେ ରୁଟି କି ଭଜା ଶସ୍ୟ କି ଛିଣ୍ଡା ଶିଷା ଖାଇବ ନାହିଁ; ତୁମ୍ଭମାନଙ୍କର ସମୁଦାୟ ନିବାସ ସ୍ଥାନରେ ଏହା ପୁରୁଷାନୁକ୍ରମେ ପାଳନୀୟ ଅନନ୍ତକାଳୀନ ବିଧି ହେବ।
15 καὶ ἀριθμήσετε ὑμεῖς ἀπὸ τῆς ἐπαύριον τῶν σαββάτων ἀπὸ τῆς ἡμέρας ἧς ἂν προσενέγκητε τὸ δράγμα τοῦ ἐπιθέματος ἑπτὰ ἑβδομάδας ὁλοκλήρους
ଆହୁରି ସେହି ବିଶ୍ରାମବାରର ପରଦିନଠାରୁ ଯେଉଁ ଦିନ ଦୋଳନୀୟ ନୈବେଦ୍ୟରୂପ ବିଡ଼ା ଆଣିଲ, ସେହି ଦିନଠାରୁ ପୂର୍ଣ୍ଣ ସାତ ସପ୍ତାହ ଗଣନା କରିବ।
16 ἕως τῆς ἐπαύριον τῆς ἐσχάτης ἑβδομάδος ἀριθμήσετε πεντήκοντα ἡμέρας καὶ προσοίσετε θυσίαν νέαν τῷ κυρίῳ
ଏହିରୂପେ ସପ୍ତମ ବିଶ୍ରାମବାରର ପରଦିନ ପର୍ଯ୍ୟନ୍ତ ପଚାଶ ଦିନ ଗଣନା କରିବ; ଆଉ, ତୁମ୍ଭେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନୂତନ ଭକ୍ଷ୍ୟ ନୈବେଦ୍ୟ ଉତ୍ସର୍ଗ କରିବ।
17 ἀπὸ τῆς κατοικίας ὑμῶν προσοίσετε ἄρτους ἐπίθεμα δύο ἄρτους ἐκ δύο δεκάτων σεμιδάλεως ἔσονται ἐζυμωμένοι πεφθήσονται πρωτογενημάτων τῷ κυρίῳ
ତୁମ୍ଭେମାନେ ଆପଣା ଆପଣା ନିବାସରୁ ଦୋଳନୀୟ ନୈବେଦ୍ୟାର୍ଥେ ଏକ ଐଫାର ଦୁଇ ଦଶମାଂଶର ଦୁଇ ରୁଟି ଆଣିବ; ତାହା ସରୁ ମଇଦାରେ ପ୍ରସ୍ତୁତ ହେବ ଓ ତାଡ଼ିରେ ରନ୍ଧନ କରାଯିବ, ତାହା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପ୍ରଥମ ଫଳ ହେବ।
18 καὶ προσάξετε μετὰ τῶν ἄρτων ἑπτὰ ἀμνοὺς ἀμώμους ἐνιαυσίους καὶ μόσχον ἕνα ἐκ βουκολίου καὶ κριοὺς δύο ἀμώμους ἔσονται ὁλοκαύτωμα τῷ κυρίῳ καὶ αἱ θυσίαι αὐτῶν καὶ αἱ σπονδαὶ αὐτῶν θυσίαν ὀσμὴν εὐωδίας τῷ κυρίῳ
ପୁଣି, ତୁମ୍ଭେମାନେ ସେହି ରୁଟି ସହିତ ପ୍ରଥମବର୍ଷୀୟ ନିଖୁନ୍ତ ସାତ ମେଷବତ୍ସ ଓ ଗୋଟିଏ ଯୁବା ବୃଷ ଓ ଦୁଇ ମେଷ ବଳିଦାନ କରିବ; ତାହା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମବଳି ହେବ; ପୁଣି, ଭକ୍ଷ୍ୟ ନୈବେଦ୍ୟ ଓ ପେୟ-ନୈବେଦ୍ୟ ସହିତ ତୁଷ୍ଟିଜନକ ଆଘ୍ରାଣାର୍ଥେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ହେବ।
19 καὶ ποιήσουσιν χίμαρον ἐξ αἰγῶν ἕνα περὶ ἁμαρτίας καὶ δύο ἀμνοὺς ἐνιαυσίους εἰς θυσίαν σωτηρίου μετὰ τῶν ἄρτων τοῦ πρωτογενήματος
ତହିଁ ଉତ୍ତାରେ ତୁମ୍ଭେମାନେ ପାପାର୍ଥକ ବଳି ନିମନ୍ତେ ଏକ ଛାଗ ଓ ମଙ୍ଗଳାର୍ଥକ ବଳି ନିମନ୍ତେ ଏକ ବର୍ଷୀୟ ଦୁଇ ମେଷବତ୍ସ ବଳିଦାନ କରିବ।
20 καὶ ἐπιθήσει αὐτὰ ὁ ἱερεὺς μετὰ τῶν ἄρτων τοῦ πρωτογενήματος ἐπίθεμα ἔναντι κυρίου μετὰ τῶν δύο ἀμνῶν ἅγια ἔσονται τῷ κυρίῳ τῷ ἱερεῖ τῷ προσφέροντι αὐτὰ αὐτῷ ἔσται
ପୁଣି, ଯାଜକ ପ୍ରଥମ ଫଳର ରୁଟି ସହିତ ଓ ଦୁଇ ମେଷବତ୍ସ ମଧ୍ୟ ସଦାପ୍ରଭୁଙ୍କ ସମ୍ମୁଖରେ ଦୋଳନୀୟ ନୈବେଦ୍ୟ ରୂପେ ଦୋଳାଇବ; ତାହାସବୁ ଯାଜକ ନିମନ୍ତେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର ହେବ।
21 καὶ καλέσετε ταύτην τὴν ἡμέραν κλητήν ἁγία ἔσται ὑμῖν πᾶν ἔργον λατρευτὸν οὐ ποιήσετε ἐν αὐτῇ νόμιμον αἰώνιον εἰς τὰς γενεὰς ὑμῶν ἐν πάσῃ τῇ κατοικίᾳ ὑμῶν
ଆଉ, ତୁମ୍ଭେମାନେ ସେହି ଦିନ (ସଭାର) ଘୋଷଣା କରିବ; ତହିଁରେ ତୁମ୍ଭମାନଙ୍କର ପବିତ୍ର ସଭା ହେବ; ତୁମ୍ଭେମାନେ କୌଣସି ବ୍ୟବସାୟ କର୍ମ କରିବ ନାହିଁ; ଏହା ତୁମ୍ଭମାନଙ୍କର ସମୁଦାୟ ନିବାସ ସ୍ଥାନରେ ପୁରୁଷାନୁକ୍ରମେ ପାଳନୀୟ ଅନନ୍ତକାଳୀନ ବିଧି।
22 καὶ ὅταν θερίζητε τὸν θερισμὸν τῆς γῆς ὑμῶν οὐ συντελέσετε τὸ λοιπὸν τοῦ θερισμοῦ τοῦ ἀγροῦ σου ἐν τῷ θερίζειν σε καὶ τὰ ἀποπίπτοντα τοῦ θερισμοῦ σου οὐ συλλέξεις τῷ πτωχῷ καὶ τῷ προσηλύτῳ ὑπολείψῃ αὐτά ἐγὼ κύριος ὁ θεὸς ὑμῶν
ଆଉ, ତୁମ୍ଭମାନଙ୍କ ଭୂମିର ଶସ୍ୟ ତୁମ୍ଭେମାନେ କାଟିବା ବେଳେ, ତୁମ୍ଭେ ଆପଣା କ୍ଷେତ୍ରର କୋଣ ନିଃଶେଷ ରୂପେ କାଟିବ ନାହିଁ, କିଅବା ତୁମ୍ଭେ ଆପଣା କ୍ଷେତ୍ରରେ ଛାଡ଼ିଥିବା ଶସ୍ୟ ସଂଗ୍ରହ କରିବ ନାହିଁ; ତୁମ୍ଭେ ତାହା ଦୁଃଖୀ ଓ ବିଦେଶୀ ପାଇଁ ଛାଡ଼ିବ; ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟୁ।”
23 καὶ ἐλάλησεν κύριος πρὸς Μωυσῆν λέγων
ଆହୁରି ସଦାପ୍ରଭୁ ମୋଶାଙ୍କୁ କହିଲେ,
24 λάλησον τοῖς υἱοῖς Ισραηλ λέγων τοῦ μηνὸς τοῦ ἑβδόμου μιᾷ τοῦ μηνὸς ἔσται ὑμῖν ἀνάπαυσις μνημόσυνον σαλπίγγων κλητὴ ἁγία ἔσται ὑμῖν
“ତୁମ୍ଭେ ଇସ୍ରାଏଲ-ସନ୍ତାନଗଣକୁ କୁହ, ‘ସପ୍ତମ ମାସରେ, ମାସର ପ୍ରଥମ ଦିନରେ ତୁମ୍ଭମାନଙ୍କର ମହା ବିଶ୍ରାମ, ଅର୍ଥାତ୍, ତୂରୀଧ୍ୱନି ଦ୍ୱାରା ସ୍ମରଣାର୍ଥକ ପବିତ୍ର ସଭା ହେବ।
25 πᾶν ἔργον λατρευτὸν οὐ ποιήσετε καὶ προσάξετε ὁλοκαύτωμα κυρίῳ
ତୁମ୍ଭେମାନେ କୌଣସି ବ୍ୟବସାୟ କର୍ମ କରିବ ନାହିଁ; ମାତ୍ର ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ଉତ୍ସର୍ଗ କରିବ।’”
26 καὶ ἐλάλησεν κύριος πρὸς Μωυσῆν λέγων
ଆହୁରି, ସଦାପ୍ରଭୁ ମୋଶାଙ୍କୁ କହିଲେ,
27 καὶ τῇ δεκάτῃ τοῦ μηνὸς τοῦ ἑβδόμου τούτου ἡμέρα ἐξιλασμοῦ κλητὴ ἁγία ἔσται ὑμῖν καὶ ταπεινώσετε τὰς ψυχὰς ὑμῶν καὶ προσάξετε ὁλοκαύτωμα τῷ κυρίῳ
“ସେହି ସପ୍ତମ ମାସର ଦଶମ ଦିନ ଅବଶ୍ୟ ପ୍ରାୟଶ୍ଚିତ୍ତର ଦିନ ହେବ; ସେହି ଦିନ ତୁମ୍ଭମାନଙ୍କର ପବିତ୍ର ସଭା ହେବ, ତୁମ୍ଭେମାନେ ଆପଣା ଆପଣା ପ୍ରାଣକୁ କ୍ଲେଶ ଦେବ; ପୁଣି ତୁମ୍ଭେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ଉତ୍ସର୍ଗ କରିବ।
28 πᾶν ἔργον οὐ ποιήσετε ἐν αὐτῇ τῇ ἡμέρᾳ ταύτῃ ἔστιν γὰρ ἡμέρα ἐξιλασμοῦ αὕτη ὑμῖν ἐξιλάσασθαι περὶ ὑμῶν ἔναντι κυρίου τοῦ θεοῦ ὑμῶν
ସେହି ଦିନ ତୁମ୍ଭେମାନେ କୌଣସି ପ୍ରକାର କାର୍ଯ୍ୟ କରିବ ନାହିଁ; କାରଣ ତୁମ୍ଭମାନଙ୍କ ପରମେଶ୍ୱର ସଦାପ୍ରଭୁଙ୍କ ସମ୍ମୁଖରେ ତୁମ୍ଭମାନଙ୍କ ନିମନ୍ତେ ପ୍ରାୟଶ୍ଚିତ୍ତ କରିବା ପାଇଁ ତାହା ପ୍ରାୟଶ୍ଚିତ୍ତର ଦିନ ହେବ।
29 πᾶσα ψυχή ἥτις μὴ ταπεινωθήσεται ἐν αὐτῇ τῇ ἡμέρᾳ ταύτῃ ἐξολεθρευθήσεται ἐκ τοῦ λαοῦ αὐτῆς
ସେହି ଦିନରେ ଯେକେହି ଆପଣା ପ୍ରାଣକୁ କ୍ଲେଶ ଦେବ ନାହିଁ, ସେ ଆପଣା ଲୋକମାନଙ୍କ ମଧ୍ୟରୁ ଉଚ୍ଛିନ୍ନ ହେବ।
30 καὶ πᾶσα ψυχή ἥτις ποιήσει ἔργον ἐν αὐτῇ τῇ ἡμέρᾳ ταύτῃ ἀπολεῖται ἡ ψυχὴ ἐκείνη ἐκ τοῦ λαοῦ αὐτῆς
ପୁଣି ସେହି ଦିନ ଯେକୌଣସି ପ୍ରାଣୀ କୌଣସି ପ୍ରକାର କାର୍ଯ୍ୟ କରେ, ସେହି ପ୍ରାଣୀକୁ ତାହାର ଲୋକମାନଙ୍କ ମଧ୍ୟରୁ ଆମ୍ଭେ ଉଚ୍ଛିନ୍ନ କରିବା।
31 πᾶν ἔργον οὐ ποιήσετε νόμιμον αἰώνιον εἰς τὰς γενεὰς ὑμῶν ἐν πάσαις κατοικίαις ὑμῶν
ତୁମ୍ଭେମାନେ କୌଣସି ପ୍ରକାର କାର୍ଯ୍ୟ କରିବ ନାହିଁ; ଏହା ତୁମ୍ଭମାନଙ୍କର ସମୁଦାୟ ନିବାସ ସ୍ଥାନରେ ପୁରୁଷାନୁକ୍ରମେ ପାଳନୀୟ ଅନନ୍ତକାଳୀନ ବିଧି।
32 σάββατα σαββάτων ἔσται ὑμῖν καὶ ταπεινώσετε τὰς ψυχὰς ὑμῶν ἀπὸ ἐνάτης τοῦ μηνὸς ἀπὸ ἑσπέρας ἕως ἑσπέρας σαββατιεῖτε τὰ σάββατα ὑμῶν
ସେହି ଦିନ ତୁମ୍ଭମାନଙ୍କର ମହା ବିଶ୍ରାମ ଦିନ ହେବ, ତୁମ୍ଭେମାନେ ଆପଣା ଆପଣା ପ୍ରାଣକୁ କ୍ଲେଶ ଦେବ; ମାସର ନବମ ଦିନର ସନ୍ଧ୍ୟାକାଳରେ, ଏକ ସନ୍ଧ୍ୟାଠାରୁ ଆର ସନ୍ଧ୍ୟା ପର୍ଯ୍ୟନ୍ତ, ତୁମ୍ଭେମାନେ ଆପଣାମାନଙ୍କର ବିଶ୍ରାମ ଦିନ ପାଳନ କରିବ।”
33 καὶ ἐλάλησεν κύριος πρὸς Μωυσῆν λέγων
ଆହୁରି ସଦାପ୍ରଭୁ ମୋଶାଙ୍କୁ କହିଲେ,
34 λάλησον τοῖς υἱοῖς Ισραηλ λέγων τῇ πεντεκαιδεκάτῃ τοῦ μηνὸς τοῦ ἑβδόμου τούτου ἑορτὴ σκηνῶν ἑπτὰ ἡμέρας τῷ κυρίῳ
“ତୁମ୍ଭେ ଇସ୍ରାଏଲ-ସନ୍ତାନଗଣକୁ କୁହ, ଏହି ସପ୍ତମ ମାସର ପଞ୍ଚଦଶ ଦିନଠାରୁ ସାତ ଦିନ ପର୍ଯ୍ୟନ୍ତ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପତ୍ରକୁଟୀର ପର୍ବ ହେବ।
35 καὶ ἡ ἡμέρα ἡ πρώτη κλητὴ ἁγία πᾶν ἔργον λατρευτὸν οὐ ποιήσετε
ପ୍ରଥମ ଦିନରେ ପବିତ୍ର ସଭା ହେବ; ତୁମ୍ଭେମାନେ କୌଣସି ବ୍ୟବସାୟ କର୍ମ କରିବ ନାହିଁ।
36 ἑπτὰ ἡμέρας προσάξετε ὁλοκαυτώματα τῷ κυρίῳ καὶ ἡ ἡμέρα ἡ ὀγδόη κλητὴ ἁγία ἔσται ὑμῖν καὶ προσάξετε ὁλοκαυτώματα τῷ κυρίῳ ἐξόδιόν ἐστιν πᾶν ἔργον λατρευτὸν οὐ ποιήσετε
ସାତ ଦିନ ପର୍ଯ୍ୟନ୍ତ ତୁମ୍ଭେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ଉତ୍ସର୍ଗ କରିବ; ଅଷ୍ଟମ ଦିନରେ ତୁମ୍ଭମାନଙ୍କର ପବିତ୍ର ସଭା ହେବ; ପୁଣି, ତୁମ୍ଭେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ଉତ୍ସର୍ଗ କରିବ; ତାହା ମହାସଭା ଅଟେ; ତୁମ୍ଭେମାନେ କୌଣସି ବ୍ୟବସାୟ କର୍ମ କରିବ ନାହଁ।
37 αὗται αἱ ἑορταὶ κυρίῳ ἃς καλέσετε κλητὰς ἁγίας ὥστε προσενέγκαι καρπώματα τῷ κυρίῳ ὁλοκαυτώματα καὶ θυσίας αὐτῶν καὶ σπονδὰς αὐτῶν τὸ καθ’ ἡμέραν εἰς ἡμέραν
ଏହିସବୁ ସଦାପ୍ରଭୁଙ୍କର ସ୍ଥାପିତ ପର୍ବ; ପୁଣି, ତୁମ୍ଭେମାନେ ପ୍ରତ୍ୟେକ ପର୍ବର ନିରୂପିତ ଦିନରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର, ହୋମବଳି, ଭକ୍ଷ୍ୟ ନୈବେଦ୍ୟ, ବଳି ଓ ପେୟ-ନୈବେଦ୍ୟ ଉତ୍ସର୍ଗ କରିବାକୁ ପବିତ୍ର ସଭାର ଘୋଷଣା କରିବ।
38 πλὴν τῶν σαββάτων κυρίου καὶ πλὴν τῶν δομάτων ὑμῶν καὶ πλὴν πασῶν τῶν εὐχῶν ὑμῶν καὶ πλὴν τῶν ἑκουσίων ὑμῶν ἃ ἂν δῶτε τῷ κυρίῳ
ନିୟମିତ ଭାବରେ ସାପ୍ତାହିକ ବିଶ୍ରାମବାର ପାଳନ କରିବା ବ୍ୟତୀତ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଦେଉଥିବା ତୁମ୍ଭମାନଙ୍କର ସକଳ ଦାନ, ସକଳ ମାନତ ଓ ସ୍ୱେଚ୍ଛାଦତ୍ତ ନୈବେଦ୍ୟ ସକଳ ବ୍ୟତୀତ ନିରୂପିତ ପର୍ବମାନଙ୍କରେ ଉତ୍ସର୍ଗ କରିବ।
39 καὶ ἐν τῇ πεντεκαιδεκάτῃ ἡμέρᾳ τοῦ μηνὸς τοῦ ἑβδόμου τούτου ὅταν συντελέσητε τὰ γενήματα τῆς γῆς ἑορτάσετε τῷ κυρίῳ ἑπτὰ ἡμέρας τῇ ἡμέρᾳ τῇ πρώτῃ ἀνάπαυσις καὶ τῇ ἡμέρᾳ τῇ ὀγδόῃ ἀνάπαυσις
ଆହୁରି, ଭୂମିରୁ ଉତ୍ପନ୍ନ ଫଳ ସଂଗ୍ରହ କଲା ଉତ୍ତାରେ ସପ୍ତମ ମାସର ପଞ୍ଚଦଶ ଦିନରେ ତୁମ୍ଭେମାନେ ସାତ ଦିନ ପର୍ଯ୍ୟନ୍ତ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅବଶ୍ୟ ପର୍ବ ପାଳନ କରିବ; ପ୍ରଥମ ଦିନ ମହା ବିଶ୍ରାମ ହେବ ଓ ଅଷ୍ଟମ ଦିନ ମହା ବିଶ୍ରାମ ହେବ।
40 καὶ λήμψεσθε τῇ ἡμέρᾳ τῇ πρώτῃ καρπὸν ξύλου ὡραῖον καὶ κάλλυνθρα φοινίκων καὶ κλάδους ξύλου δασεῖς καὶ ἰτέας καὶ ἄγνου κλάδους ἐκ χειμάρρου εὐφρανθῆναι ἔναντι κυρίου τοῦ θεοῦ ὑμῶν ἑπτὰ ἡμέρας
ଆଉ, ତୁମ୍ଭେମାନେ ପ୍ରଥମ ଦିନରେ ଉତ୍ତମ ବୃକ୍ଷର ଫଳ, ଖର୍ଜ୍ଜୁର ବାହୁଙ୍ଗା, ଗହଳିଆ ବୃକ୍ଷର ଶାଖା ଓ ନଦୀତୀରସ୍ଥ ବାଇଶୀ ବୃକ୍ଷ ଘେନି ତୁମ୍ଭମାନଙ୍କ ପରମେଶ୍ୱର ସଦାପ୍ରଭୁଙ୍କ ସମ୍ମୁଖରେ ସାତ ଦିନ ଆନନ୍ଦ କରିବ।
41 τοῦ ἐνιαυτοῦ νόμιμον αἰώνιον εἰς τὰς γενεὰς ὑμῶν ἐν τῷ μηνὶ τῷ ἑβδόμῳ ἑορτάσετε αὐτήν
ପୁଣି, ତୁମ୍ଭେମାନେ ବର୍ଷ ମଧ୍ୟରେ ସାତ ଦିନ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସେହି ପର୍ବ ପାଳନ କରିବ; ଏହା ତୁମ୍ଭମାନଙ୍କର ପୁରୁଷାନୁକ୍ରମେ ପାଳନୀୟ ଅନନ୍ତକାଳୀନ ବିଧି; ତୁମ୍ଭେମାନେ ସପ୍ତମ ମାସରେ ତାହା ପାଳନ କରିବ।
42 ἐν σκηναῖς κατοικήσετε ἑπτὰ ἡμέρας πᾶς ὁ αὐτόχθων ἐν Ισραηλ κατοικήσει ἐν σκηναῖς
ତୁମ୍ଭେମାନେ ସାତ ଦିନ ପତ୍ରକୁଟୀରରେ ବାସ କରିବ; ଇସ୍ରାଏଲ ବଂଶଜାତ ସମସ୍ତେ ପତ୍ରକୁଟୀରରେ ବାସ କରିବେ।
43 ὅπως ἴδωσιν αἱ γενεαὶ ὑμῶν ὅτι ἐν σκηναῖς κατῴκισα τοὺς υἱοὺς Ισραηλ ἐν τῷ ἐξαγαγεῖν με αὐτοὺς ἐκ γῆς Αἰγύπτου ἐγὼ κύριος ὁ θεὸς ὑμῶν
ତହିଁରେ ଆମ୍ଭେ ଇସ୍ରାଏଲ-ସନ୍ତାନଗଣକୁ ମିସର ଦେଶରୁ ବାହାର କରି ଆଣିବା ବେଳେ ସେମାନଙ୍କୁ ପତ୍ରକୁଟୀରରେ ବାସ କରାଇଥିଲୁ, ଏହା ତୁମ୍ଭମାନଙ୍କର ଭବିଷ୍ୟତ ପୁରୁଷମାନେ ଜାଣି ପାରିବେ; ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟୁ।”
44 καὶ ἐλάλησεν Μωυσῆς τὰς ἑορτὰς κυρίου τοῖς υἱοῖς Ισραηλ
ତହୁଁ ମୋଶା ଇସ୍ରାଏଲ-ସନ୍ତାନଗଣକୁ ସଦାପ୍ରଭୁଙ୍କର ସମସ୍ତ ସ୍ଥାପିତ ପର୍ବର କଥା କହିଲେ।