< Ezekieli 37 >
1 Na rĩrĩ, guoko kwa Jehova nĩ kwagĩire igũrũ rĩakwa, ngĩoywo nĩ Roho wa Jehova akĩndwara handũ gĩtuamba-inĩ gatagatĩ; nakĩo kĩaiyũrĩte mahĩndĩ.
ସଦାପ୍ରଭୁଙ୍କ ହସ୍ତ ମୋʼ ଉପରେ ଅଧିଷ୍ଠିତ ହେଲା ଓ ସେ ତାହାଙ୍କ ଆତ୍ମାରେ ମୋତେ ବାହାରକୁ ନେଇଯାଇ ଉପତ୍ୟକାର ମଧ୍ୟସ୍ଥଳୀରେ ବସାଇଲେ; ଆଉ, ତାହା ଅସ୍ଥିରେ ପରିପୂର୍ଣ୍ଣ ଥିଲା।
2 Nake akĩndongoria akĩnjeeria kũu maarĩ, na ngĩona mahĩndĩ maingĩ mũno maaraganĩte kũu gĩtuamba-inĩ kĩu, na mahĩndĩ macio maarĩ momũ mũno.
ତହୁଁ ସେ ସେହି ଅସ୍ଥିସକଳର ନିକଟ ଦେଇ ଚାରିଆଡ଼େ ମୋତେ ଗମନ କରାଇଲେ; ଆଉ ଦେଖ, ସେହି ପ୍ରଶସ୍ତ ଉପତ୍ୟକାରେ ଅନେକ ଅସ୍ଥି ଥିଲା; ପୁଣି, ଦେଖ, ସେହି ସବୁ ଅତିଶୟ ଶୁଷ୍କ ଥିଲା।
3 Nake akĩnjũũria atĩrĩ, “Mũrũ wa mũndũ, mahĩndĩ maya-rĩ, no macooke muoyo?” Na niĩ ngĩmũcookeria atĩrĩ, “Mwathani Jehova, wee nowe wiki ũũĩ.”
ତହିଁରେ ସେ ମୋତେ କହିଲେ, “ହେ ମନୁଷ୍ୟ-ସନ୍ତାନ, ଏହି ସକଳ ଅସ୍ଥି କି ସଜୀବ ହୋଇପାରେ?” ଏଥିରେ ମୁଁ ଉତ୍ତର କଲି, “ହେ ପ୍ରଭୁ, ସଦାପ୍ରଭୁ, ଆପଣ ତାହା ଜାଣନ୍ତି।”
4 Ningĩ agĩcooka akĩnjĩĩra atĩrĩ, “Rathĩra mahĩndĩ maya ũhoro, ũmeere atĩrĩ, ‘Mahĩndĩ maya momũ, iguai kiugo kĩa Jehova!
ପୁନର୍ବାର ସେ ମୋତେ କହିଲେ, “ତୁମ୍ଭେ ଏହି ସକଳ ଅସ୍ଥିର ଉଦ୍ଦେଶ୍ୟରେ ଭବିଷ୍ୟଦ୍ବାକ୍ୟ ପ୍ରଚାର କରି ସେମାନଙ୍କୁ କୁହ, ‘ହେ ଶୁଷ୍କ ଅସ୍ଥିସକଳ, ତୁମ୍ଭେମାନେ ସଦାପ୍ରଭୁଙ୍କର ବାକ୍ୟ ଶୁଣ।
5 Mwathani Jehova ekwĩra mahĩndĩ maya ũũ: Nĩngũtũma mũgĩe na mĩhũmũ, na inyuĩ nĩmũgũcooka muoyo.
ପ୍ରଭୁ, ସଦାପ୍ରଭୁ ଏହି ସକଳ ଅସ୍ଥିକୁ ଏହି କଥା କହନ୍ତି; ଦେଖ, ଆମ୍ଭେ ତୁମ୍ଭମାନଙ୍କ ମଧ୍ୟରେ ପ୍ରାଣବାୟୁ ପ୍ରବେଶ କରାଇବା ଓ ତୁମ୍ଭେମାନେ ଜୀବିତ ହେବ।
6 Nĩngũmwĩkĩra mĩkiha, na ndũme mũgĩe na nyama na ndĩmũhumbĩre na gĩkonde; nĩngũmwĩkĩra mĩhũmũ, na nĩmũgũcooka muoyo. Hĩndĩ ĩyo nĩmũkamenya atĩ niĩ nĩ niĩ Jehova.’”
ପୁଣି, ଆମ୍ଭେ ତୁମ୍ଭମାନଙ୍କ ଉପରେ ପେଶୀରଜ୍ଜୁ ଦେବା ଓ ତୁମ୍ଭମାନଙ୍କ ଉପରେ ମାଂସ ଉତ୍ପନ୍ନ କରିବା, ଆଉ ଚର୍ମରେ ତୁମ୍ଭମାନଙ୍କୁ ଆଚ୍ଛାଦନ କରିବା ଓ ତୁମ୍ଭମାନଙ୍କ ମଧ୍ୟରେ ପ୍ରାଣବାୟୁ ଦେବା, ଆଉ ତୁମ୍ଭେମାନେ ଜୀବିତ ହେବ; ତହିଁରେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ତୁମ୍ଭେମାନେ ଜାଣିବ।’”
7 Nĩ ũndũ ũcio ngĩratha ũhoro o ta ũrĩa ndaathĩtwo. Na rĩrĩa ndaarathaga, hakĩgĩa na inegene, mũgambo wa gũkaragacana, namo mahĩndĩ macio magĩcookanĩrĩra, o ihĩndĩ rĩgĩcookerera ihĩndĩ rĩrĩa rĩagĩrĩire.
ଏଥିରେ ମୋତେ ଯେପରି ଆଜ୍ଞା ଦିଆଯାଇଥିଲା, ତଦନୁସାରେ ମୁଁ ଭବିଷ୍ୟଦ୍ବାକ୍ୟ ପ୍ରଚାର କଲି; ପୁଣି, ମୁଁ ପ୍ରଚାର କରୁ କରୁ ଏକ ଶବ୍ଦ ହେଲା ଓ ଦେଖ, ଭୂମିକମ୍ପ ହେଲା, ଆଉ ଅସ୍ଥିସକଳ ଏକତ୍ର ହୋଇ ପ୍ରତ୍ୟେକ ଅସ୍ଥି ଆପଣା ଅସ୍ଥିରେ ସଂଯୁକ୍ତ ହେଲା।
8 Na niĩ ngĩcũthĩrĩria, ngĩona maagĩa mĩkiha na nyama, nakĩo gĩkonde gĩkĩmahumbĩra, no matiarĩ na mĩhũmũ.
ତହିଁରେ ମୁଁ ନିରୀକ୍ଷଣ କଲି, ଆଉ ଦେଖ, ସେହି ସବୁ ଅସ୍ଥି ଉପରେ ପେଶୀରଜ୍ଜୁ ହେଲା ଓ ମାଂସ ଉତ୍ପନ୍ନ ହେଲା, ପୁଣି, ଚର୍ମ ସେହି ସବୁକୁ ଆଚ୍ଛାଦନ କଲା; ମାତ୍ର ସେହି ସବୁର ମଧ୍ୟରେ ପ୍ରାଣବାୟୁ ନ ଥିଲା।
9 Ningĩ akĩnjĩĩra atĩrĩ, “Rathĩra mĩhũmũ ũhoro; mũrũ wa mũndũ, mĩrathĩre ũhoro ũmĩĩre atĩrĩ, ‘Mwathani Jehova ekuuga ũũ: Ũkai inyuĩ mĩhũmũ ya muoyo muumĩte mĩena ĩna ĩrĩa yumaga rũhuho, na mwĩkĩre mĩhũmũ thĩinĩ wa aya moragĩtwo, nĩguo macooke muoyo.’”
ତହିଁରେ ସେ ମୋତେ କହିଲେ, “ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ ବାୟୁ ଉଦ୍ଦେଶ୍ୟରେ ଭବିଷ୍ୟଦ୍ବାକ୍ୟ ପ୍ରଚାର କର, ଭବିଷ୍ୟଦ୍ବାକ୍ୟ ପ୍ରଚାର କର ଓ ବାୟୁକୁ କୁହ, ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି, ହେ ପ୍ରାଣବାୟୁ, ଚତୁର୍ଦ୍ଦିଗରୁ ଆସ ଓ ଏହି ହତ ଲୋକମାନେ ଯେପରି ଜୀବିତ ହେବେ, ଏଥିପାଇଁ ସେମାନଙ୍କ ଉପରେ ବହ।”
10 Nĩ ũndũ ũcio ngĩratha ũhoro o ta ũrĩa aanjathĩte, nayo mĩhũmũ ĩkĩmatoonya; nao makĩgĩa muoyo, makĩĩrũgamia na magũrũ mao, nao magĩkorwo marĩ mbũtũ nene ya ita.
ତହୁଁ ସେ ମୋତେ ଯେପରି ଆଜ୍ଞା କଲେ, ତଦନୁସାରେ ମୁଁ ଭବିଷ୍ୟଦ୍ବାକ୍ୟ ପ୍ରଚାର କରନ୍ତେ, ପ୍ରାଣବାୟୁ ସେମାନଙ୍କ ମଧ୍ୟକୁ ଆସିଲା, ଆଉ ସେମାନେ ଜୀବିତ ହେଲେ ଓ ଅତିଶୟ ମହାନ ସୈନ୍ୟବାହିନୀ ହୋଇ ଆପଣା ଆପଣା ଚରଣରେ ଠିଆ ହେଲେ।
11 Nake akĩnjĩĩra atĩrĩ, “Mũrũ wa mũndũ, mahĩndĩ maya nĩmo andũ a nyũmba yothe ya Isiraeli. Moigaga atĩrĩ, ‘Mahĩndĩ maitũ nĩmomũ, naguo mwĩhoko witũ nĩmũthiru; na ithuĩ nĩtũeheretio.’
ତେବେ ସେ ମୋତେ କହିଲେ, “ହେ ମନୁଷ୍ୟ-ସନ୍ତାନ, ଏହି ଅସ୍ଥିସକଳ ସମୁଦାୟ ଇସ୍ରାଏଲ ବଂଶ ଅଟନ୍ତି; ଦେଖ, ସେମାନେ କହନ୍ତି, ଆମ୍ଭମାନଙ୍କର ଅସ୍ଥିସବୁ ଶୁଷ୍କ ହୋଇଅଛି, ଆମ୍ଭମାନଙ୍କର ଭରସା ନଷ୍ଟ ହୋଇଅଛି; ଆମ୍ଭେମାନେ ସମ୍ପୂର୍ଣ୍ଣ ରୂପେ ଉଚ୍ଛିନ୍ନ ହୋଇଅଛୁ।
12 Nĩ ũndũ ũcio, marathĩre ũhoro, ũmeere atĩrĩ, ‘Mwathani Jehova ekuuga ũũ: Inyuĩ andũ akwa, nĩngũhingũra mbĩrĩra cianyu ndĩmwambatie muume kũu; nĩngũmũcookia bũrũri ũcio wa Isiraeli.
ଏଥିପାଇଁ ଭବିଷ୍ୟଦ୍ବାକ୍ୟ ପ୍ରଚାର କରି ସେମାନଙ୍କୁ କୁହ, ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ହେ ଆମ୍ଭର ଲୋକେ, ଦେଖ, ଆମ୍ଭେ ତୁମ୍ଭମାନଙ୍କର କବର ମୁକ୍ତ କରିବା ଓ ତୁମ୍ଭମାନଙ୍କୁ ତୁମ୍ଭମାନଙ୍କ କବରରୁ ବାହାର କରାଇବା, ଆଉ ତୁମ୍ଭମାନଙ୍କୁ ଇସ୍ରାଏଲ ଦେଶକୁ ଆଣିବା।
13 Hĩndĩ ĩyo nĩmũkamenya atĩ niĩ nĩ niĩ Jehova, rĩrĩa ngaahingũra mbĩrĩra cianyu ndĩmwambatie muume kuo, inyuĩ andũ aya akwa.
ପୁଣି, ହେ ଆମ୍ଭର ଲୋକେ, ଆମ୍ଭେ ତୁମ୍ଭମାନଙ୍କର କବର ମୁକ୍ତ କରି ତୁମ୍ଭମାନଙ୍କୁ ତୁମ୍ଭମାନଙ୍କ କବରରୁ ବାହାର କରାଇଲେ, ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ତୁମ୍ଭେମାନେ ଜାଣିବ।
14 Nĩngamwĩkĩra Roho wakwa, na inyuĩ nĩmũgatũũra muoyo, na nĩngamũtwara bũrũri ũrĩa ũrĩ wanyu kĩũmbe mũgatũũre kuo. Hĩndĩ ĩyo nĩmũkamenya atĩ niĩ Jehova nĩ niĩ njarĩtie, na nĩ niĩ njĩkĩte ũguo, ũguo nĩguo Jehova ekuuga.’”
ଆଉ, ଆମ୍ଭେ ତୁମ୍ଭମାନଙ୍କ ମଧ୍ୟରେ ଆପଣା ଆତ୍ମା ଦେବା, ତହିଁରେ ତୁମ୍ଭେମାନେ ଜୀବିତ ହେବ, ପୁଣି, ଆମ୍ଭେ ତୁମ୍ଭମାନଙ୍କ ନିଜ ଦେଶରେ ତୁମ୍ଭମାନଙ୍କୁ ବସାଇବା; ତହିଁରେ ଆମ୍ଭେ ସଦାପ୍ରଭୁ ଏହା କହିଅଛୁ ଓ ସଫଳ କରିଅଛୁ ବୋଲି ତୁମ୍ଭେମାନେ ଜାଣିବ, ଏହା ପ୍ରଭୁ, ସଦାପ୍ରଭୁ କହନ୍ତି।”
15 Kiugo kĩa Jehova nĩkĩanginyĩrĩire, ngĩĩrwo atĩrĩ:
ସଦାପ୍ରଭୁଙ୍କ ବାକ୍ୟ ପୁନର୍ବାର ମୋʼ ନିକଟରେ ଉପସ୍ଥିତ ହେଲା, ଯଥା;
16 “Mũrũ wa mũndũ, oya gathanju ka mũtĩ wandĩke igũrũ rĩako atĩrĩ, ‘Gaka nĩ ka Juda na andũ a Isiraeli arĩa makuruhanĩte nake.’ Ningĩ woe gathanju kangĩ ka mũtĩ wandĩke igũrũ rĩako atĩrĩ, ‘Gathanju ka Efiraimu, karĩa ka Jusufu na andũ othe a nyũmba ya Isiraeli arĩa makuruhanĩte nake.’
“ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ ଏକ ଯଷ୍ଟି ନେଇ ତହିଁ ଉପରେ ଏହି କଥା ଲେଖ, ‘ଯିହୁଦା ନିମନ୍ତେ ଓ ତାହାର ସଖା ଇସ୍ରାଏଲ-ସନ୍ତାନଗଣ ନିମନ୍ତେ;’ ତହିଁ ଉତ୍ତାରେ ଆଉ ଏକ ଯଷ୍ଟି ନେଇ ତହିଁ ଉପରେ ଏହି କଥା ଲେଖ, ‘ଯୋଷେଫ ନିମନ୍ତେ, ଇଫ୍ରୟିମର ଓ ତାହାର ସଖା ସମୁଦାୟ ଇସ୍ରାଏଲ ବଂଶର ଯଷ୍ଟି;’
17 Tũnyiitithanie tũtuĩke rũthanju rũmwe nĩguo tũtuĩke rũthanju rũmwe guoko-inĩ gwaku.
ଆଉ, ସେହି ଦୁଇ ଯଷ୍ଟି ଯେପରି ତୁମ୍ଭ ହସ୍ତରେ ଏକ ହେବ, ଏଥିପାଇଁ ସେହି ଦୁଇ ଯଷ୍ଟିକୁ ପରସ୍ପର ସହିତ ଯୋଡ଼।
18 “Rĩrĩa andũ anyu magaakũũria atĩrĩ, ‘Kaĩ ũtangĩtwĩra gĩtũmi kĩa maũndũ maya ũreka?’
ପୁଣି, ତୁମ୍ଭ ଲୋକଙ୍କର ସନ୍ତାନଗଣ ଯେତେବେଳେ ତୁମ୍ଭଙ୍କୁ କହିବେ, ‘ଏଥିରେ ତୁମ୍ଭର କି ଅଭିପ୍ରାୟ, ଏହା କି ତୁମ୍ଭେ ଆମ୍ଭମାନଙ୍କୁ ଜଣାଇବ ନାହିଁ?’
19 ũkaamacookeria, ũmeere atĩrĩ, ‘Mwathani Jehova ekuuga ũũ: Nĩnguoya gathanju kau ka Jusufu na mĩhĩrĩga ya Isiraeli ĩyo ĩkuruhanĩte nake, o kau karĩ guoko-inĩ kwa Efiraimu, ndĩkoohanie hamwe na gathanju ka Juda, tũtuĩke rũthanju rũmwe, natuo tũtuĩke rũthanju rũmwe guoko-inĩ gwakwa.’
ସେତେବେଳେ ତୁମ୍ଭେ ସେମାନଙ୍କୁ କୁହ, ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି, ଦେଖ, ଇଫ୍ରୟିମର ହସ୍ତରେ ଥିବା ଯୋଷେଫର ଯଷ୍ଟି, ପୁଣି, ତାହାର ସଖା ଇସ୍ରାଏଲୀୟ ଗୋଷ୍ଠୀସମୂହକୁ ଆମ୍ଭେ ନେବା; ଆଉ, ଆମ୍ଭେ ସେମାନଙ୍କୁ ତାହା ସଙ୍ଗେ, ଅର୍ଥାତ୍, ଯିହୁଦାର ଯଷ୍ଟି ସଙ୍ଗେ ଯୋଡ଼ି ସେମାନଙ୍କୁ ଏକ କରିବା, ତହିଁରେ ସେମାନେ ଆମ୍ଭ ହସ୍ତରେ ଏକ ଯଷ୍ଟି ହେବେ।
20 Nyiita tũthanju tũu wandĩkĩte maitho-inĩ mao,
ଆଉ, ତୁମ୍ଭେ ଯେଉଁ ଦୁଇ ଯଷ୍ଟିରେ ଲେଖିବ, ତାହା ସେମାନଙ୍କ ସାକ୍ଷାତରେ ତୁମ୍ଭ ହସ୍ତରେ ରହିବ।
21 ũmeere atĩrĩ, ‘Mwathani Jehova ekuuga ũũ: Nĩngaruta andũ a Isiraeli kuuma ndũrĩrĩ-inĩ kũrĩa maathiĩte. Nĩngamacookanĩrĩria ndĩmarute kũrĩa guothe marĩ, na ndĩmacookie bũrũri wao kĩũmbe.
ପୁଣି, ତୁମ୍ଭେ ସେମାନଙ୍କୁ କୁହ, ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ଦେଖ, ଇସ୍ରାଏଲର ସନ୍ତାନଗଣ ଯେଉଁ ଯେଉଁ ସ୍ଥାନକୁ ଯାଇଅଛନ୍ତି, ସେହି ସ୍ଥାନସ୍ଥ ଗୋଷ୍ଠୀୟମାନଙ୍କ ମଧ୍ୟରୁ ଆମ୍ଭେ ସେମାନଙ୍କୁ ଗ୍ରହଣ କରିବା ଓ ଚତୁର୍ଦ୍ଦିଗରୁ ସେମାନଙ୍କୁ ସଂଗ୍ରହ କରି ସେମାନଙ୍କର ନିଜ ଦେଶକୁ ଆଣିବା;
22 Nĩngamatua rũrĩrĩ rũmwe marĩ kũu bũrũri ũcio, o kũu irĩma-igũrũ cia Isiraeli. Gũkaagĩa mũthamaki ũmwe igũrũ rĩao othe, na matigacooka rĩngĩ gũtuĩka ndũrĩrĩ igĩrĩ, kana magayũkanio matuĩke mothamaki meerĩ.
ଆଉ, ସେହି ଦେଶରେ ଇସ୍ରାଏଲର ସକଳ ପର୍ବତ ଉପରେ ଆମ୍ଭେ ଏମାନଙ୍କୁ ଏକ ଗୋଷ୍ଠୀ କରିବା ଓ ଏକ ରାଜା ଯେ ସମସ୍ତଙ୍କର ରାଜା ହେବେ, ପୁଣି, ସେମାନେ ଆଉ ଦୁଇ ଗୋଷ୍ଠୀ ନୋହିବେ, କିଅବା ଆଉ କେବେ ଦୁଇ ରାଜ୍ୟରେ ବିଭକ୍ତ ହେବେ ନାହିଁ।
23 Matigethaahia rĩngĩ na mĩhianano yao, kana mĩhiano mĩũru, kana waganu wao o wothe, nĩgũkorwo nĩngamahonokia matige gũcooka na thuutha nĩ ũndũ wa mehia mao, na nĩngamatheria. Magaatuĩka andũ akwa, na niĩ nduĩke Ngai wao.
ପୁଣି, ସେମାନେ ଆପଣାମାନଙ୍କର ପ୍ରତିମାଗଣ ଦ୍ୱାରା କିଅବା ଘୃଣାଯୋଗ୍ୟ ବସ୍ତୁ ଦ୍ୱାରା ଅଥବା ଆପଣାମାନଙ୍କର କୌଣସି ଆଜ୍ଞାଲଙ୍ଘନ ଦ୍ୱାରା ଆପଣାମାନଙ୍କୁ ଆଉ ଅଶୁଚି କରିବେ ନାହିଁ; ମାତ୍ର ସେମାନେ ଯେଉଁ ସକଳ ବାସ ସ୍ଥାନରେ ପାପ କରିଅଛନ୍ତି, ସେମାନଙ୍କର ସେହି ସକଳ ବାସସ୍ଥାନରୁ ଆମ୍ଭେ ସେମାନଙ୍କୁ ଉଦ୍ଧାର କରି ଶୁଚି କରିବା; ତହିଁରେ ସେମାନେ ଆମ୍ଭର ଲୋକ ହେବେ ଓ ଆମ୍ଭେ ସେମାନଙ୍କର ପରମେଶ୍ୱର ହେବା।
24 “‘Daudi ndungata yakwa nĩwe ũgaatuĩka mũthamaki wao, nao othe magĩe na mũrĩithi ũmwe. Nĩmakarũmĩrĩra mawatho makwa na mamenyerere watho wakwa wa kũrũmĩrĩrwo.
ପୁଣି, ଆମ୍ଭର ଦାସ ଦାଉଦ ସେମାନଙ୍କ ଉପରେ ରାଜା ହେବେ ଓ ସେହି ସମସ୍ତଙ୍କର ଏକ ପାଳକ ହେବେ; ସେମାନେ ମଧ୍ୟ ଆମ୍ଭର ଶାସନ ପଥରେ ଚାଲିବେ ଓ ଆମ୍ଭର ବିଧିସକଳ ରକ୍ଷା କରି ପାଳନ କରିବେ।
25 Magaatũũra bũrũri ũcio ndaaheire ndungata yakwa Jakubu, bũrũri ũrĩa maithe manyu maatũũraga. O ene, hamwe na ciana ciao, o na ciana cia ciana ciao, magaatũũra kuo nginya tene, nake Daudi ndungata yakwa atuĩke mũnene wao nginya tene.
ଆଉ, ଆମ୍ଭେ ଆପଣା ଦାସ ଯାକୁବକୁ ଯେଉଁ ଦେଶ ଦେଇଅଛୁ ଓ ଯହିଁ ମଧ୍ୟରେ ତୁମ୍ଭମାନଙ୍କ ପୂର୍ବପୁରୁଷଗଣ ବାସ କଲେ, ସେହି ଦେଶରେ ସେମାନେ ବାସ କରିବେ; ପୁଣି, ସେମାନେ, ଅର୍ଥାତ୍, ସେମାନେ, ସେମାନଙ୍କର ସନ୍ତାନମାନେ ଓ ସେମାନଙ୍କ ସନ୍ତାନଗଣର ସନ୍ତାନମାନେ ସଦାକାଳ ତହିଁ ମଧ୍ୟରେ ବାସ କରିବେ; ଆଉ, ଆମ୍ଭର ଦାସ ଦାଉଦ ସଦାକାଳ ସେମାନଙ୍କର ଅଧିପତି ହେବେ।
26 Nĩngarĩĩkanĩra kĩrĩkanĩro gĩa thayũ nao; nakĩo gĩgaatuĩka kĩrĩkanĩro gĩa gũtũũra nginya tene. Nĩngamahaanda na ndũme maingĩhe, na nĩngahaanda handũ-hakwa-harĩa-haamũre gatagatĩ-inĩ kao nginya tene.
ଆହୁରି, ଆମ୍ଭେ ସେମାନଙ୍କ ସହିତ ଶାନ୍ତିର ଏକ ନିୟମ ସ୍ଥିର କରିବା; ତାହା ସେମାନଙ୍କ ସହିତ ଚିରକାଳୀନ ନିୟମ ହେବ; ପୁଣି, ଆମ୍ଭେ ସେମାନଙ୍କୁ ବସାଇବା ଓ ବଢ଼ାଇବା ଓ ସେମାନଙ୍କ ମଧ୍ୟରେ ସଦାକାଳ ଆମ୍ଭେ ଆପଣା ଧର୍ମଧାମ ସ୍ଥାପନ କରିବା।
27 Ningĩ gĩikaro gĩakwa gĩgaatũũra hamwe nao; nĩngatuĩka Ngai wao, nao matuĩke andũ akwa.
ଆମ୍ଭର ଆବାସ ମଧ୍ୟ ସେମାନଙ୍କ ସଙ୍ଗରେ ରହିବ; ଆଉ, ଆମ୍ଭେ ସେମାନଙ୍କର ପରମେଶ୍ୱର ହେବା ଓ ସେମାନେ ଆମ୍ଭର ଲୋକ ହେବେ।
28 Hĩndĩ ĩyo ndũrĩrĩ nĩikamenya atĩ niĩ Jehova nĩ niĩ nduuaga andũ a Isiraeli atheru, hĩndĩ ĩrĩa handũ-hakwa-harĩa-haamũre hagaatũũra hamwe nao nginya tene.’”
ପୁଣି, ଯେତେବେଳେ ଆମ୍ଭର ପବିତ୍ର ସ୍ଥାନ ସେମାନଙ୍କ ମଧ୍ୟରେ ସଦାକାଳ ରହିବ, ସେତେବେଳେ ଆମ୍ଭେ ଯେ ଇସ୍ରାଏଲର ପବିତ୍ରକାରୀ ସଦାପ୍ରଭୁ ଅଟୁ, ଏହା ଗୋଷ୍ଠୀୟମାନେ ଜାଣିବେ।”