< Ezekieli 14 >
1 Athuuri amwe a Isiraeli nĩmookire harĩ niĩ, magĩikara thĩ hau mbere yakwa.
ଏଥିଉତ୍ତାରେ ଇସ୍ରାଏଲର ପ୍ରାଚୀନବର୍ଗଙ୍କ ମଧ୍ୟରୁ କେତେକ ଜଣ ମୋʼ ନିକଟକୁ ଆସି ମୋʼ ସମ୍ମୁଖରେ ବସିଲେ।
2 Hĩndĩ ĩyo kiugo kĩa Jehova gĩkĩnginyĩrĩra, ngĩĩrwo atĩrĩ,
ସେତେବେଳେ ସଦାପ୍ରଭୁଙ୍କର ଏହି ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା,
3 “Mũrũ wa mũndũ, andũ aya nĩmeigĩire mĩhianano ngoro-inĩ ciao, na makeigĩra mĩhĩnga ya waganu mbere ya maitho mao. Nĩnjagĩrĩirwo kũreka matuĩrie ũndũ o na ũrĩkũ harĩ niĩ?
“ହେ ମନୁଷ୍ୟ-ସନ୍ତାନ, ଏହି ଲୋକମାନେ ଆପଣା ଆପଣା ଦେବତାକୁ ଆପଣା ଆପଣା ହୃଦୟକୁ ନେଇଅଛନ୍ତି ଓ ଆପଣାମାନଙ୍କର ଅଧର୍ମଜନକ ବିଘ୍ନ ଆପଣା ଆପଣା ସମ୍ମୁଖରେ ରଖିଅଛନ୍ତି; ଆମ୍ଭେ କି କୌଣସିମତେ ସେମାନଙ୍କୁ ଆମ୍ଭ ନିକଟରେ ଅନୁସନ୍ଧାନ କରିବାକୁ ଦେବା?
4 Nĩ ũndũ ũcio maarĩrie, ũmeere ũũ, ‘Mwathani Jehova ekuuga atĩrĩ: Hĩndĩ ĩrĩa Mũisiraeli o wothe angĩgĩa mĩhianano ngoro-inĩ yake, na eigĩre waganu wa kũmũhĩngithia mbere ya maitho make, angĩcooka athiĩ harĩ mũnabii-rĩ, niĩ Jehova nĩ niĩ mwene ngaamũcookeria ũhoro kũringana na ũrĩa ũhooi wake wa mĩhianano ũigana,
ଏହେତୁ ତୁମ୍ଭେ ସେମାନଙ୍କୁ କୁହ, ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି, ଇସ୍ରାଏଲ ବଂଶର ଯେଉଁ ପ୍ରତ୍ୟେକ ଲୋକ ଆପଣା ଦେବତାକୁ ଆପଣା ହୃଦୟକୁ ନିଏ ଓ ଆପଣାର ଅଧର୍ମଜନକ ବିଘ୍ନ ଆପଣା ସମ୍ମୁଖରେ ରଖେ, ଆଉ ଭବିଷ୍ୟଦ୍ବକ୍ତା ନିକଟକୁ ଆସେ; ସେହି ଲୋକକୁ ଆମ୍ଭେ ସଦାପ୍ରଭୁ ତାହାର ଦେବତାଗଣର ବାହୁଲ୍ୟାନୁସାରେ ତଦ୍ବିଷୟରେ ଉତ୍ତର ଦେବା;
5 Ngeeka ũguo nĩguo ndĩnyiitĩre ngoro cia andũ a Isiraeli rĩngĩ, arĩa othe mandiganĩirie nĩ ũndũ wa mĩhianano ĩyo yao.’
ଏହିରୂପେ ଆମ୍ଭେ ଇସ୍ରାଏଲ ବଂଶକୁ ସେମାନଙ୍କର ହୃଦୟରୂପ ଫାନ୍ଦରେ ଧରିବା, କାରଣ ସେମାନେ ସମସ୍ତେ ଆପଣା ଆପଣା ଦେବଗଣ ଦ୍ୱାରା ଆମ୍ଭଠାରୁ ବିମୁଖ ହୋଇଅଛନ୍ତି।
6 “Nĩ ũndũ ũcio ĩra andũ a nyũmba ya Isiraeli atĩrĩ, ‘Mwathani Jehova ekuuga atĩrĩ: Mwĩrirei! Garũrũkai mũtigane na mĩhianano ĩyo yanyu, na mũregane na maũndũ marĩa mothe mwĩkaga marĩ magigi!
ଏହେତୁ ଇସ୍ରାଏଲ ବଂଶକୁ କୁହ, ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ତୁମ୍ଭେମାନେ ଫେର, ଆପଣା ଆପଣା ଦେବଗଣଠାରୁ ବିମୁଖ ହୁଅ, ତୁମ୍ଭମାନଙ୍କର ସମସ୍ତ ଘୃଣାଯୋଗ୍ୟ କ୍ରିୟାରୁ ଆପଣା ଆପଣା ମୁଖ ଫେରାଅ।
7 “‘Hĩndĩ ĩrĩa Mũisiraeli o wothe, kana mũndũ wa kũngĩ ũrĩa ũtũũraga Isiraeli angĩehera harĩ niĩ, na eigĩre mĩhianano ngoro-inĩ yake, na agĩe na waganu wa kũmũhĩngithia mbere ya maitho make, angĩcooka athiĩ harĩ mũnabii agatuĩrie ũhoro kũrĩ niĩ-rĩ, niĩ Jehova nĩ niĩ mwene ngaamũcookeria ũhoro.
କାରଣ ଇସ୍ରାଏଲ ବଂଶର ଓ ଇସ୍ରାଏଲ ମଧ୍ୟରେ ପ୍ରବାସକାରୀଗଣର ଯେ ପ୍ରତ୍ୟେକ ଲୋକ ଆମ୍ଭଠାରୁ ଆପଣାକୁ ପୃଥକ କରେ ଓ ଆପଣା ଦେବଗଣକୁ ଆପଣା ହୃଦୟକୁ ନିଏ ଓ ଆପଣାର ଅଧର୍ମଜନକ ବିଘ୍ନ ଆପଣା ସମ୍ମୁଖରେ ରଖେ, ଆଉ ଆପଣା ବିଷୟ ଆମ୍ଭ ନିକଟରେ ଅନୁସନ୍ଧାନ କରିବା ପାଇଁ ଭବିଷ୍ୟଦ୍ବକ୍ତା ନିକଟକୁ ଆସେ; ଆମ୍ଭେ ସଦାପ୍ରଭୁ ଆପେ ତାହାକୁ ଉତ୍ତର ଦେବା।
8 Nĩngatũma ũthiũ wakwa ũũmĩre mũndũ ũcio, na ndũme atuĩke kĩonereria harĩ arĩa angĩ, o na ndũme atuĩke wa kuunagwo thimo. Nĩngamweheria harĩ andũ akwa. Hĩndĩ ĩyo nĩmũkamenya atĩ niĩ nĩ niĩ Jehova.
ପୁଣି, ଆମ୍ଭେ ସେ ଲୋକର ବିରୁଦ୍ଧରେ ଆପଣା ମୁଖ ରଖିବା ଓ ତାହାକୁ ଚିହ୍ନ ଓ ଦୃଷ୍ଟାନ୍ତର ନିମନ୍ତେ ବିସ୍ମୟାସ୍ପଦ କରିବା, ଆଉ ଆମ୍ଭେ ଆମ୍ଭ ଲୋକମାନଙ୍କ ମଧ୍ୟରୁ ତାହାକୁ ଉଚ୍ଛିନ୍ନ କରିବା; ତହିଁରେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ତୁମ୍ଭେମାନେ ଜାଣିବ।
9 “‘Mũnabii angĩkaaheenererio nĩguo aarie ũhoro wakwa, niĩ Jehova nĩ niĩ ngaakorwo heenereirie mũnabii ũcio, na nĩngamũtambũrũkĩria guoko gwa kũmũũkĩrĩra, ndĩmũniine ehere gatagatĩ-inĩ ka andũ akwa a Isiraeli.
ଆଉ, ଭବିଷ୍ୟଦ୍ବକ୍ତା ଭ୍ରାନ୍ତ ହୋଇ ଯଦି କୌଣସି କଥା କହେ, ତେବେ ଆମ୍ଭେ ସଦାପ୍ରଭୁ ସେ ଭବିଷ୍ୟଦ୍ବକ୍ତାଙ୍କୁ ଭ୍ରାନ୍ତ କରାଇଅଛୁ, ଆମ୍ଭେ ତାହାର ବିରୁଦ୍ଧରେ ଆପଣା ହସ୍ତ ବିସ୍ତାର କରିବା ଓ ଆମ୍ଭ ଇସ୍ରାଏଲ ଲୋକଙ୍କ ମଧ୍ୟରୁ ତାହାକୁ ବିନଷ୍ଟ କରିବା।
10 Andũ acio nĩmakaherithĩrio wĩhia wao; mũnabii ũcio agaatuuo mwĩhia o ta mũndũ ũcio ũtuĩrĩtie ũhoro harĩ we.
ପୁଣି, ସେମାନେ ଆପଣା ଆପଣା ଅଧର୍ମର ଭାର ବୋହିବେ; ଭବିଷ୍ୟଦ୍ବକ୍ତାର ଅଧର୍ମ ଓ ତାହାର ଅନ୍ୱେଷଣକାରୀର ଅଧର୍ମ ଏକ ସମାନ ହେବ;
11 Hĩndĩ ĩyo andũ a Isiraeli matigacooka kũhĩtia njĩra mehere harĩ niĩ, kana macooke gwĩthaahia na mehia macio mao mothe. Nĩmagatuĩka andũ akwa, na niĩ nduĩke Ngai wao, ũguo nĩguo Mwathani Jehova ekuuga.’”
ତହିଁରେ ଇସ୍ରାଏଲ ବଂଶ ଆମ୍ଭଠାରୁ ଆଉ ବିପଥଗାମୀ ହେବେ ନାହିଁ, କିଅବା ଆପଣାମାନଙ୍କର ସକଳ ଆଜ୍ଞାଲଙ୍ଘନ ଦ୍ୱାରା ସେମାନେ ଆଉ ଆପଣାମାନଙ୍କୁ ଅଶୁଚି କରିବେ ନାହିଁ; ମାତ୍ର ସେମାନେ ଆମ୍ଭର ଲୋକ ହେବେ ଓ ଆମ୍ଭେ ସେମାନଙ୍କର ପରମେଶ୍ୱର ହେବା, ଏହା ପ୍ରଭୁ, ସଦାପ୍ରଭୁ କହନ୍ତି।”
12 Kiugo kĩa Jehova nĩkĩanginyĩrĩire, ngĩĩrwo atĩrĩ:
ଏଥିଉତ୍ତାରେ ସଦାପ୍ରଭୁଙ୍କର ଏହି ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା,
13 “Mũrũ wa mũndũ, bũrũri ũngĩnjĩhĩria nĩ ũndũ wa kwaga kwĩhokeka, na ndambũrũkie guoko ndĩũũkĩrĩre, na ndĩũniinĩre kĩhumo kĩa irio, na ndĩũrehere ngʼaragu, na njũrage andũ aguo na mahiũ mao,
“ହେ ମନୁଷ୍ୟ-ସନ୍ତାନ, କୌଣସି ଦେଶ ସତ୍ୟ-ଲଙ୍ଘନ ଦ୍ୱାରା ଆମ୍ଭ ବିରୁଦ୍ଧରେ ପାପ କଲେ, ଯେତେବେଳେ ଆମ୍ଭେ ତାହା ବିରୁଦ୍ଧରେ ଆପଣା ହସ୍ତ ବିସ୍ତାର କରୁ, ତାହାର ଅନ୍ନରୂପ ଯଷ୍ଟି ଭାଙ୍ଗୁ ଓ ତହିଁ ମଧ୍ୟକୁ ଦୁର୍ଭିକ୍ଷ ପଠାଉ, ପୁଣି ତହିଁ ମଧ୍ୟରୁ ମନୁଷ୍ୟ ଓ ପଶୁକୁ ଉଚ୍ଛିନ୍ନ କରୁ;
14 andũ aya atatũ, Nuhu, na Danieli, na Ayubu, o na mangĩkorwo maarĩ thĩinĩ wa bũrũri ũcio, no mehonokirie o oiki nĩ ũndũ wa ũthingu wao, ũguo nĩguo Mwathani Jehova ekuuga.
ସେତେବେଳେ ନୋହ, ଦାନିୟେଲ ଓ ଆୟୁବ, ଏହି ତିନି ବ୍ୟକ୍ତି ଯଦି ତହିଁ ମଧ୍ୟରେ ଥାʼନ୍ତେ, ତେବେ ସେମାନେ ଆପଣା ଆପଣା ଧାର୍ମିକତା ଦ୍ୱାରା ଆପଣା ପ୍ରାଣ ମାତ୍ର ରକ୍ଷା କରନ୍ତେ, ଏହା ପ୍ରଭୁ, ସଦାପ୍ରଭୁ କହନ୍ତି।
15 “Ningĩ korwo ndarekereria nyamũ cia gĩthaka igerere bũrũri ũcio nacio ciũtige ũtarĩ ciana, naguo ũkire ihooru kwage mũndũ ũngĩtuĩkanĩria kuo nĩ ũndũ wa nyamũ icio,
ଆମ୍ଭେ ଯଦି ଦେଶ ମଧ୍ୟରେ ହିଂସ୍ରକ ପଶୁଗଣକୁ ଗତାୟାତ କରାଉ, ଆଉ ସେମାନେ ତାହା ଏରୂପ ବିନଷ୍ଟ କରନ୍ତି ଯେ, ଦେଶ ଧ୍ୱଂସର ସ୍ଥାନ ହୁଏ ଓ ପଶୁମାନଙ୍କ ଭୟରେ କୌଣସି ମନୁଷ୍ୟ ତହିଁ ମଧ୍ୟରେ ଗତାୟାତ ନ କରେ;
16 Mwathani Jehova ekuuga atĩrĩ, ti-itherũ o ta ũrĩa niĩ ndũũraga muoyo, o na andũ acio atatũ mangĩgakorwo marĩ kuo, matikahota kũhonokia ariũ ao kana aarĩ ao. O oiki no mahonoke, no bũrũri ũcio no ũkire ihooru.
ତେବେ ଏହି ତିନି ବ୍ୟକ୍ତି ତହିଁ ମଧ୍ୟରେ ଥିଲେ ହେଁ ପ୍ରଭୁ, ସଦାପ୍ରଭୁ କହନ୍ତି, ଆମ୍ଭେ ଜୀବିତ ଥିବା ପ୍ରମାଣେ ସେମାନେ ପୁତ୍ର କି କନ୍ୟାଗଣକୁ ଉଦ୍ଧାର କରି ପାରିବେ ନାହିଁ; କେବଳ ସେମାନେ ଉଦ୍ଧାର ପାଇବେ, ମାତ୍ର ଦେଶ ଧ୍ୱଂସସ୍ଥାନ ହେବ।
17 “O na kana ingĩrehithia rũhiũ rwa njora njũkĩrĩre bũrũri ũcio, njuge atĩrĩ, ‘Rũhiũ rwa njora nĩrũtuĩkanĩrie bũrũri ũyũ wothe,’ na njũrage andũ akuo na mahiũ mao-rĩ,
ଅଥବା ଆମ୍ଭେ ଯଦି ସେହି ଦେଶ ବିରୁଦ୍ଧରେ ଖଡ୍ଗ ଆଣୁ, ଆଉ ଆଜ୍ଞା କରୁ, ‘ହେ ଖଡ୍ଗ, ଦେଶ ମଧ୍ୟଦେଇ ଗମନ କର’ ଓ ଆମ୍ଭେ ମନୁଷ୍ୟ ଓ ପଶୁକୁ ତହିଁ ମଧ୍ୟରୁ ଉଚ୍ଛିନ୍ନ କରୁ,
18 Mwathani Jehova oigĩte atĩrĩ, ti-itherũ o ta ũrĩa niĩ ndũũraga muoyo, o na andũ acio atatũ mangĩgakorwo marĩ kuo, matikahota kũhonokia ariũ ao kana aarĩ ao. O oiki no-o mangĩhonokio.
ତେବେ ଏହି ତିନି ବ୍ୟକ୍ତି ତହିଁ ମଧ୍ୟରେ ଥିଲେ ହେଁ ପ୍ରଭୁ, ସଦାପ୍ରଭୁ କହନ୍ତି, ଆମ୍ଭେ ଜୀବିତ ଥିବା ପ୍ରମାଣେ ସେମାନେ ପୁତ୍ର କିମ୍ବା କନ୍ୟାଗଣକୁ ଉଦ୍ଧାର କରି ପାରିବେ ନାହିଁ, ମାତ୍ର କେବଳ ନିଜେ ନିଜେ ଉଦ୍ଧାର ପ୍ରାପ୍ତ ହେବେ।
19 “O na ningĩ korwo ndarehithia mũthiro bũrũri ũcio, na niĩ ndĩũitĩrĩrie mangʼũrĩ makwa na ũndũ wa gũitithia thakame, na njũragithie andũ akuo na mahiũ mao,
ଅଥବା ଆମ୍ଭେ ଯଦି ସେହି ଦେଶକୁ ମହାମାରୀ ପଠାଉ, ଆଉ ତହିଁ ମଧ୍ୟରୁ ମନୁଷ୍ୟ ଓ ପଶୁକୁ ଉଚ୍ଛିନ୍ନ କରିବା ପାଇଁ ତହିଁ ଉପରେ ଆମ୍ଭର କୋପ ଢାଳି ରକ୍ତ ବହାଉ;
20 Mwathani Jehova oigĩte atĩrĩ, ti-itherũ o ta ũrĩa niĩ ndũũraga muoyo, o na Nuhu, na Danieli, na Ayubu, mangĩgakorwo marĩ kuo, matikahonokia mũriũ kana mwarĩ. O oiki no mehonokie nĩ ũndũ wa ũthingu wao.
ତେବେ ନୋହ, ଦାନିୟେଲ ଓ ଆୟୁବ ତହିଁ ମଧ୍ୟରେ ଥିଲେ ହେଁ ପ୍ରଭୁ, ସଦାପ୍ରଭୁ କହନ୍ତି, ଆମ୍ଭେ ଜୀବିତ ଥିବା ପ୍ରମାଣେ ସେମାନେ ପୁତ୍ର କିମ୍ବା କନ୍ୟାକୁ ଉଦ୍ଧାର କରି ପାରିବେ ନାହିଁ; ସେମାନେ ଆପଣା ଆପଣା ଧାର୍ମିକତା ଦ୍ୱାରା କେବଳ ନିଜ ନିଜ ପ୍ରାଣ ଉଦ୍ଧାର କରିବେ।
21 “Nĩgũkorwo Mwathani Jehova ekuuga atĩrĩ: Gũtigagĩkorwo kũrĩ kũũru makĩria hĩndĩ ĩrĩa ngaarehera Jerusalemu matuĩro makwa mana ma ciira ma kũguoyohithia: namo nĩmo rũhiũ rwa njora, na ngʼaragu, na nyamũ cia gĩthaka, o na mũthiro, nĩguo njũrage andũ akuo na mahiũ mao!
କାରଣ ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ଆମ୍ଭେ ମନୁଷ୍ୟ ଓ ପଶୁଗଣକୁ ଉଚ୍ଛିନ୍ନ କରିବା ପାଇଁ ଯେତେବେଳେ ଯିରୂଶାଲମ ବିରୁଦ୍ଧରେ ଖଡ୍ଗ, ଦୁର୍ଭିକ୍ଷ, ହିଂସ୍ରକ ପଶୁ ଓ ମହାମାରୀ, ଆମ୍ଭର ଏହି ଚାରି ମହାଦଣ୍ଡ ପଠାଇବା, ସେତେବେଳେ ଆଉ କେତେ ଅଧିକ ନ ଘଟିବ?
22 No rĩrĩ, kũrĩ amwe magaatigara; nao nĩo ariũ na aarĩ arĩa magaatharwo marutwo kuo. Nĩmagooka kũrĩ inyuĩ, na rĩrĩa mũkoona mĩtugo na ciĩko ciao, nĩmũkahoorerio ngoro igũrũ rĩa mwanangĩko ũcio ndeheire Jerusalemu, naguo nĩ mwanangĩko o wothe ndĩrĩrehithĩirie.
ତଥାପି ଦେଖ, ତହିଁ ମଧ୍ୟରେ ପୁତ୍ର ଓ କନ୍ୟାଗଣ ଉଭୟର ଅବଶିଷ୍ଟାଂଶ ରହି ବାହାରେ ଅଣାଯିବେ; ଦେଖ, ସେମାନେ ତୁମ୍ଭମାନଙ୍କ ନିକଟକୁ ଆସିବେ ଓ ତୁମ୍ଭେମାନେ ସେମାନଙ୍କର ଆଚାର ବ୍ୟବହାର ଓ କ୍ରିୟାସକଳ ଦେଖିବ; ପୁଣି, ଆମ୍ଭେ ଯିରୂଶାଲମ ଉପରେ ଯେଉଁ ଅମଙ୍ଗଳ ଘଟାଇଅଛୁ, ତାହା ପ୍ରତି ଯେସକଳ ବର୍ତ୍ତାଇଅଛୁ, ତହିଁ ବିଷୟରେ ତୁମ୍ଭେମାନେ ସାନ୍ତ୍ୱନା ପାଇବ।
23 Nĩmũkahoorerio ngoro rĩrĩa mũkoona mĩtugo yao na ciĩko ciao, nĩgũkorwo nĩmũkamenya atĩ gũtirĩ ũndũ o na ũmwe njĩkĩte kuo ũtarĩ na gĩtũmi, ũguo nĩguo Mwathani Jehova ekuuga.”
ଆଉ, ସେମାନେ ତୁମ୍ଭମାନଙ୍କୁ ସାନ୍ତ୍ୱନା କରିବେ, ତୁମ୍ଭେମାନେ ସେମାନଙ୍କର ଆଚାର ବ୍ୟବହାର ଓ କ୍ରିୟା ଦେଖିଲେ ଜାଣିବ ଯେ, ଆମ୍ଭେ ତହିଁ ମଧ୍ୟରେ ଯାହା ଯାହା କରିଅଛୁ, ସେହି ସବୁ ଅକାରଣରେ କରି ନାହୁଁ, ଏହା ପ୍ରଭୁ, ସଦାପ୍ରଭୁ କହନ୍ତି।”